ଉପକୂଳ ଓଡିଶା

ପୁଣ୍ୟ ବାଣ୍ଟିଲା ପୁଣ୍ୟତୋୟା

ପୁଣ୍ୟ ବାଣ୍ଟିଲା ପୁଣ୍ୟତୋୟା

ବିରଜାକ୍ଷେତ୍ର,୧୫।୩(ଡି.ଏନ୍‌.ଏ)- ବାରୁଣୀ ସ୍ନାନଯୋଗ ଅବସରରେ ଯାଜପୁର ସହର ଦେଇ ପ୍ରବାହିତ ହୋଇଥିବା ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ଗୁରୁବାର ରାଜ୍ୟ ତଥା ରାଜ୍ୟ ବାହାରୁ ୪୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସ୍ନାନ କରି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଓ ତର୍ପଣ କରିଥିଲେ। ଗୁରୁବାର ତ୍ରୟୋଦଶୀ ତିଥି ଶତଭିଷା ନକ୍ଷତ୍ର ଏକତ୍ର ଯୋଗ ନ ଥିବାରୁ ଯାଜପୁର ସହରସ୍ଥିତ ବୈତରଣୀ ନଦୀକୂଳ ଦଶାଶ୍ୱମେଧ ଘାଟରେ ସାମାନ୍ୟ ବାରୁଣୀ ସ୍ନାନ ଯୋଗ ପଡ଼ିଥିଲା। ଦିବା ୮.୩୧ରୁ ଦିବା ୧୧.୪୯ ପର୍ଯ୍ୟନ୍ତ ଏହି ସ୍ନାନଯୋଗ ଥିଲା। ଦଶାଶ୍ୱମେଧ ଘାଟରେ ସ୍ନାନ ଯୋଗ ଥିବାରୁ ଗୁରୁବାର ପ୍ରାତଃରୁ ବୈତରଣୀ ନଦୀରେ ସ୍ନାନ ଓ ପିଣ୍ଡଦାନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇଥିଲା। ପ୍ରାତଃରୁ ଦିନ ୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସ୍ନାନକରି ପିଣ୍ଡଦାନ କରୁଥିବା ପରିଲକ୍ଷିତ ହୋଇଥିଲା। ଯାଜପୁର ଜିଲା ସମେତ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ବ୍ରହ୍ମପୁର, ନୟାଗଡ଼, ସମ୍ବଲପୁର ଜିଲା ସମେତ ବିଭିନ୍ନ ପ୍ରଦେଶରୁ ଭକ୍ତମାନେ ଆସି ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ସ୍ନାନ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ। ଦଶାଶ୍ୱମେଧ ଘାଟର ଦୁଇ ପାର୍ଶ୍ୱରେ ଶ୍ରଦ୍ଧାଳୁମାନେ ସ୍ନାନ ଓ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ସ୍ନାନ ଓ ପିଣ୍ଡଦାନ କରି ସାରିବା ପରେ ବରାହ ଓ ଜଗନ୍ନାଥଙ୍କ ଦର୍ଶନ ସାରି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ଭକ୍ତମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସାରିବା ପରେ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଦାନ ଧର୍ମ କରୁଥିବା ଦେଖିବାକୁ ମିଳିଥିଲା। ବାରୁଣୀ ସ୍ନାନଯୋଗ ନିମନ୍ତେ ଯାଜପୁର ପୌର ପ୍ରଶାସନ ପକ୍ଷରୁ ଘାଟର ଦୁଇ ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ସ୍ନାନ ନିମନ୍ତେ ଅସ୍ଥାୟୀ ସୁରକ୍ଷା ବାଡ଼ା ନିର୍ମାଣ କରାଯିବା ସହ ମହିଳା ଶ୍ରଦ୍ଧାଳୁଙ୍କ ନିମନ୍ତେ ଅସ୍ଥାୟୀ ସ୍ନାନାଗାର ନିର୍ମାଣ କରାଯାଇଥିଲା ।

ଆନ୍ତଃରାଜ୍ୟ ସାଇବର ଅପରାଧୀ ଗିରଫ

ଆନ୍ତଃରାଜ୍ୟ ସାଇବର ଅପରାଧୀ ଗିରଫ

ବିରଜାକ୍ଷେତ୍ର,୧୫।୩(ଡି.ଏନ୍‌.ଏ) ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ କରିଥିବା ଆନ୍ତଃରାଜ୍ୟ ସାଇବର କ୍ରାଇମ ଅଭିଯୁକ୍ତଙ୍କୁ ଯାଜପୁର ପୋଲିସ ଗିରଫ କରିଛି। ଏ ସମ୍ପର୍କରେ ଯାଜପୁର ଥାନା ପରିସରରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଅଭିଯୁକ୍ତ ଜଣକ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ପରକୁଳା ଗ୍ରାମର ଜିତେନ୍ଦ୍ର ସାହୁ ବୋଲି ପୋଲିସ ସୂଚନା ଦେଇଛି। ଘଟଣା ଅନୁଯାୟୀ, ୨୦୧୭ ସେପ୍ଟେମ୍ବର ୧୫ରେ କେହିଜଣେ ଯାଜପୁର ଥାନା ବୈଦ୍ୟରାଜପୁର ଗ୍ରାମର ଆଶାକର୍ମୀ ସଂଯୁକ୍ତା ନାୟକଙ୍କ ସ୍ବାମୀ କିଶୋର ବେହେରାଙ୍କୁ ଫୋନ୍‌ ଯୋଗେ ଜନନୀ ସୁରକ୍ଷା ଯୋଜନାରେ ରାଜ୍ୟ ସରକାରଙ୍କ ତରଫରୁ ୬ ହଜାର ୫୦୦ ଟଙ୍କା ସାହାଯ୍ୟ ପ୍ରଦାନ କରାଯିବ ବୋଲି କହି ବ୍ୟାଙ୍କ ଆକାଉଣ୍ଟର ନମ୍ବର ଓ ଓଟିପି ମାଗିନେଇଥିଲେ। କିଶୋର ଏଟିଏମ୍‌ ନମ୍ବର ଓ ଓଟିପି ନମ୍ବର ଦେବାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୧୧,୫୦୦ ଟଙ୍କା ଉଠାଣ ହୋଇଥିବା ମେସେଜ ଆସିଥିଲା। ଏ ନେଇ କିଶୋର ଯାଜପୁର ଥାନାରେ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଏହି ଘଟଣା ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଯିବା ପରେ ଏସ୍‌ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ଥାନାଧିକାରୀ ତଥା ବର୍ତ୍ତମାନର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲଙ୍କ ନେତୃତ୍ୱରେ ଇନିସ୍‌ପେକ୍ଟର ରାକେଶ କୁମାର ତ୍ରିପାଠୀ, ଏସ୍‌ଆଇ ମାନସ ରଞ୍ଜନ ଚକ୍ର, କନଷ୍ଟେବଳ ହୃଦାନନ୍ଦ ସାହୁ, ହୋମଗାର୍ଡ଼ ପ୍ଲାଟୁନ କମାଣ୍ଡର ଉମାକାନ୍ତ ବେହେରା, ସାଇବର ସେଲ ପାଣିକୋଇଲିର ରଞ୍ଜନ କୁମାର ବେହେରା ପ୍ରମୁଖ ତଦନ୍ତ କରିଥିଲେ।

ସହରାଞ୍ଚଳ ବିକାଶରେ ରହୁନି ସମାନତା

ସହରାଞ୍ଚଳ ବିକାଶରେ ରହୁନି ସମାନତା

ଯାଜପୁର ଅଫିସ,୧୫।୩ ଯାଜପୁର ଜିଲାର ଦୁଇ ସହରାଞ୍ଚଳ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ସମାନତା ନ ରଖିବା ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲା ସଦର ମହକୁମା ଯାଜପୁର ଟାଉନ ପୌରାଞ୍ଚଳର ଉନ୍ନତି ପାଇଁ ଏହି ବିଭାଗ ଭଣ୍ଡାର ଖୋଲି ଦେଇଛି। ସର୍ବଧର୍ମ ସମନ୍ବୟର ପ୍ରତୀକ ଏହି ବରାହ-ବିରଜା କ୍ଷେତ୍ରର ନବକଳେବରର ଆବଶ୍ୟକତା ରହିଛି ବୋଲି ଏହାକୁ ଜିଲାବାସୀ ସ୍ବାଗତ କରିଛନ୍ତି। ହେଲେ ଯାଜପୁର ସହର ଅପେକ୍ଷା ପ୍ରାୟ ୪ଗୁଣ ଅଧିକ ଲୋକସଂଖ୍ୟା ଥିବା ବ୍ୟାସନଗର ପୌରାଞ୍ଚଳକୁ ଉପେକ୍ଷା କରାଯାଉଥିବା ହେତୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିନ୍ଦା କରାଯାଉଛି। ଇତିମଧ୍ୟରେ ଯାଜପୁର ଟାଉନରେ ଏକ ବସ ଟର୍ମିନାଲ ନିର୍ମାଣ କରିବାକୁ ୪କୋଟି ୯୦ ଲକ୍ଷ ୯୯ ହଜାର ଟଙ୍କା ପ୍ରଶାସନିକ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ଗସ୍ତ ବେଳକୁ ଯାଜପୁର ଟାଉନର ବିକାଶ ପାଇଁ ପ୍ରାୟ ୨୦୦କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା ହେବ ବୋଲି କୁହାଯାଉଛି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହର ଶ୍ରୀହୀନ ହୋଇପଡିଛି। ସ୍ଥାନୀୟ ରାଜନେତାଙ୍କ ଦୁର୍ବଳ ନେତୃତ୍ୱ ଏହାର କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସଡ଼କ ଦୁର୍ଘଟଣା: ଡାକ୍ତରଙ୍କ ସମେତ ୩ ମୃତ

ସଡ଼କ ଦୁର୍ଘଟଣା: ଡାକ୍ତରଙ୍କ ସମେତ ୩ ମୃତ

ଚଣ୍ଡିଖୋଲ/ଛତିଆ,୧୫।୩(ଡି.ଏନ୍‌.ଏ.): ୧୬ ନଂ ଜାତୀୟ ରାଜପଥ ଯାଜପୁର ଜିଲା ବଡ଼ଚଣା ଥାନା ବନ୍ଦାଳୋ ଛକ ନିକଟରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ସଡ଼କ ଦୁର୍ଘଟଣାରେ ଡାକ୍ତରଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ କଟକ ସିଟି ହସ୍ପିଟାଲର ଡାକ୍ତର ପରେଶ କୁମାର ମହାପାତ୍ର, ତାଙ୍କର ସହଯୋଗୀ ପାଥୋଲୋଜିଷ୍ଟ ଭଦ୍ରକ ଅଞ୍ଚଳର ରାଜେନ୍ଦ୍ର ସାମନ୍ତ ଓ କଟକ ଚାଉଳିଆଗଞ୍ଜ ଅଞ୍ଚଳର ଦେବଦତ୍ତ ବିଶ୍ୱାଳ।

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଡେରାବିଶ, ୧୫।୩(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ନିକିରାଇ ଥାନା ଡେରାବିଶ ବ୍ଲକ ଅଧୀନ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ମଙ୍ଗଳପୁରଠାରେ ଗୁରୁବାର ଅପରାହ୍ନରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଙ୍ଗଳପୁର ଗ୍ରାମର ଉମେଶ ଚନ୍ଦ୍ର ଦାସ(୪୫)।

ଚାନ୍ଦପୁର ଥାନା ଘେରାଉ

ଚାନ୍ଦପୁର ଥାନା ଘେରାଉ

ରଣପୁର, ୧୫।୩(ଡି.ଏନ.ଏ.): ନୟାଗଡ ଜିଲା ଚାନ୍ଦପୁର ଥାନା କେରଣ୍ଡାଟାଗି ପଞ୍ଚାୟତର ରାଣୀଗାଡିଆ କାଜୁ ଜଙ୍ଗଲକୁ ନିଲାମରେ ନେଇଥିବା ନକୁଳ ଭୁଜବଳଙ୍କ ନେତୃତ୍ୱରେ ୬୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁବାର ଚାନ୍ଦପୁର ଥାନାକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି।

ବାଲୁଗାଁରେ ବୋମା ବିସ୍ଫୋରଣ: ୨ ବଖରା କ୍ଷତିଗ୍ରସ୍ତ

ବାଲୁଗାଁରେ ବୋମା ବିସ୍ଫୋରଣ: ୨ ବଖରା କ୍ଷତିଗ୍ରସ୍ତ

ବାଲୁଗାଁ, ୧୫।୩(ଡି.ଏନ.ଏ.): ବାଲୁଗାଁ ସାମନ୍ତରାପୁର ବେହେରା ସାହିରେ ଗୁରୁବାର ପୂର୍ବାହ୍ନରେ ବାନାମ୍ବର ବେହେରା ନାମକ ବ୍ୟକ୍ତିଙ୍କ ଘରେ ବୋମା ବିସ୍ଫୋରଣ ଘଟି ୨ ବଖରା କ୍ଷତିଗ୍ରସ୍ତ ହୋଇଛି।

କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ମହାବାରୁଣୀ ସ୍ନାନ

ଡେରାବିଶ, ୧୫।୩(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାର ଇନ୍ଦୁପୁରଠାରେ ବିରୂପା ନଦୀରେ ଗୁରୁବାର ମହା ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ବ୍ରାହ୍ମଣୀ , ବିରୂପା ଓ ତେଲୁଅ ନଦୀର ସଙ୍ଗମସ୍ଥଳରେ ଅନୁଷ୍ଠିତ ମହାବାରୁଣୀ ସ୍ନାନରେ ୨୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ ପକାଇଥିଲେ। ଏହି ବାରୁଣୀ ମେଳା ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ୨୧ତାରିଖରେ ଉଦ୍‌ଯାପିତ ହେବ।

ବରୁଣେଇ ମୁହାଣରେ ବାରୁଣୀ ସ୍ନାନ, ୨୦ହଜାର ଭକ୍ତଙ୍କ ସମାଗମ

ବରୁଣେଇ ମୁହାଣରେ ବାରୁଣୀ ସ୍ନାନ, ୨୦ହଜାର ଭକ୍ତଙ୍କ ସମାଗମ

ରାଜନଗର ,୧୫।୩(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗରର ବରୁଣେଇ ମୁହାଣ ନିକଟରେ ଗୁରୁବାର ପବିତ୍ର ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁବାର ପ୍ରତ୍ୟୁଷରୁ ବରୁଣେଇ ମୁହାଣ ନିକଟେରେ ପହଞ୍ଚି ସ୍ନାନ କରିବା ସହ ସୂର୍ଯ୍ୟ ଓ ବରୁଣ ଦେବତାଙ୍କୁ ପୂଜା ଅର୍ଘ୍ୟ ବାଢ଼ିଛନ୍ତି। ଜିଲାର ରାଜନଗର, ପଟ୍ଟାମୁଣ୍ଡାଇ, ମହାକାଳପଡା ପ୍ରଭୃତି ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ମହୋଦଧିରେ ସ୍ନାନ କରିବା ସହ ଘଞ୍ଚ ଜଙ୍ଗଲରେ ଥିବା ଶକ୍ତିପୀଠ ମା’ ବରୁଣେଇ, ମା’ ନାହାକାଣୀଙ୍କର ଦର୍ଶନ କରିଛନ୍ତି।

ଦଶପଲ୍ଲା ଏନ୍‌ଏସିର ଏକ ଟେଣ୍ଡର ଫିକ୍ସିଂକୁ ନେଇ ପୋଡାଜଳା

ଦଶପଲ୍ଲା ଏନ୍‌ଏସିର ଏକ ଟେଣ୍ଡର ଫିକ୍ସିଂକୁ ନେଇ ପୋଡାଜଳା

ନୟାଗଡ ଅଫିସ, ୧୫।୩: ନୟାଗଡ ଜିଲା ଦଶପଲ୍ଲା ଏନ୍‌ଏସିର ଏକ ଟେଣ୍ଡର ଫିକ୍ସିଂକୁ ନେଇ ବଜାରର ଏକ ମଦ ଦୋକାନରେ ବୁଧବାର ରାତିରେ ଜଳାପୋଡା ହୋଇଥିବା ଜଣାପଡିଛି।

ପାଇକାନଦୀରେ ବୁଡି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପାଇକାନଦୀରେ ବୁଡି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ମହାକାଳପଡା,୧୫।୩(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧୀନ ତିଖିରୀ ପଞ୍ଚାୟତର ତିଖିରୀ ଗ୍ରାମ ସଂଲଗ୍ନ ପାଇକାନଦୀରେ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହକୁ ଗୁରୁବାର ସକାଳେ ଉଦ୍ଧାର କରାଯାଇଛି।

ଦୁର୍ଘଟଣାରେ ୩ ମୃତ

ଦୁର୍ଘଟଣାରେ ୩ ମୃତ

ଚଣ୍ଡିଖୋଲ, ୧୫।୩(ଡି.ଏନ.ଏ.): ଯାଜପୁର ଜିଲା ୧୬ନଂ. ଜାତୀୟ ରାଜପଥର ବଡଚଣା ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ ଦୁର୍ଘଟଣା ଘଟି ୩ ଜଣ ପ୍ରାଣ ହରାଇଛନ୍ତି। ସେମାନେ ହେଲେ କଟଖ ଓଇଟି ହସ୍ପିଟାଲର ଡାକ୍ତର ପରେଶ ମହାନ୍ତି, ପାଥୋଲୋଜିଷ୍ଟ ରାଜେନ୍ଦ୍ର ସାମନ୍ତ ଏବଂ ଡ୍ରାଇଭର ମନୋଜ ନାୟକ।

କର୍କଟ, ଯକ୍ଷ୍ମା କବଳରେ ଖଣି ଅଞ୍ଚଳବାସୀ

କାଳିଆପାଣି,୧୪।୩(ଡିଏନଏ)- ସୁକିନ୍ଦା ଖଣି ଅଞ୍ଚଳରେ ଦିନକୁ ଦିନ କ୍ୟାନସର(କର୍କଟ), ଯକ୍ଷ୍ମା ଓ ମଧୁମେହ ରୋଗୀ ଓ ଏହି ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଗତ ଦିନରେ ଏହି ରୋଗରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି। ପ୍ରତି ମାସରେ କେହି ନା କେହି ଯକ୍ଷ୍ମା ନଚେତ କ୍ୟାନସରରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳେ। ଗତ ଜାନୁୟାରୀରେ ରାଁସୋଳ ଗ୍ରାମର ନିଶାକର ସାମଲ (୬୫) କ୍ୟାନସରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଜଣେ ପରେ ଜଣେ ଏଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ଜିଲା ପ୍ରଶାସନକୁ ପ୍ରଦୂଷଣ ବୋର୍ଡର ପତ୍ର

ଜିଲା ପ୍ରଶାସନକୁ ପ୍ରଦୂଷଣ ବୋର୍ଡର ପତ୍ର

ଚଣ୍ଡିଖୋଲ,୧୪।୩(ଡି.ଏନ୍‌.ଏ) ପ୍ରଦୂଷଣ ସୃଷ୍ଟିକାରୀ କ୍ରଶର ଗୁଡ଼ିକୁ ବନ୍ଦ କରିବା ପାଇଁ ମାନ୍ୟବର ସୁପ୍ରିମ କୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯାଜପୁର ଜିଲା ପ୍ରଶାସନ ୧୪୦ଟି କ୍ରଶରକୁ ପ୍ରଥମେ ବନ୍ଦ କରିଥିଲା। ଏହାପରେ ବେଆଇନ ଭାବେ ପୁର୍ନବାର ବିଦ୍ୟୁତ୍‌ ସଂଯୋଗ ଦେଇ ଜିଲା ପ୍ରଶାସନ କ୍ରଶର ଚଳାଇବା ପାଇଁ ଅଲିଖିତ ଉଦ୍ୟମ କରିବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାର ତର୍ଜମା କରି ତୁରନ୍ତ ପ୍ରଦୂଷଣକାରୀ କ୍ରଶରଗୁଡିକୁ ବନ୍ଦ କରିବାକୁ ଯାଜପୁର ଜିଲାପାଳଙ୍କୁ ପତ୍ର ଲେଖି ଜଣାଇଛନ୍ତି। ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କ ଚିଠି ପରେ ବେଆଇନ କ୍ରଶର ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ଘରୋଇ ଶିକ୍ଷାରୁ ବଞ୍ଚିତ ଗରିବ, ଅନଗ୍ରସର ପିଲା

ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ବ୍ୟବସାୟ ଉଦ୍ଦେଶ୍ୟ ରଖି ଶତାଧିକ ଘରୋଇ ସ୍କୁଲ ଗଢ଼ି ଘରୋଇ ଶିକ୍ଷାରୁ ବଞ୍ଚିତ ଗରିବ, ଅନଗ୍ରସର ପିଲା ଉଠିଛି। ହେଲେ ଜିଲା ଶିକ୍ଷା ବିଭାଗର ଅପାରଗତା ଯୋଗୁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ସମ୍ବନ୍ଧୀୟ କୌଣସି ନୀତି ନିୟମକୁ ମାନୁ ନାହାନ୍ତି। ୨୦୧୭-୧୮ଶିକ୍ଷା ବର୍ଷରୁ ପ୍ରତ୍ୟେକ ଘରୋଇ ଓ ସରକାରୀ ସ୍କୁଲରେ କେବଳ ଏନସିଇଆର୍‌ଟି ପୁସ୍ତକ ପ୍ରଚଳନ କରିବାକୁ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ନିର୍ଦ୍ଦେଶ ଜାରି କରିଛି ା କିନ୍ତୁ ଏହି ନିୟମକୁ ନ ମାନି ସ୍କୁଲ କର୍ତ୍ତୃପକ୍ଷ ନିଜର ଫାଇଦା ପାଇଁ ବିଭିନ୍ନ ଘରୋଇ ଅନୁଷ୍ଠାନ(ପ୍ରାଇଭେଟ) ପୁସ୍ତକ ପ୍ରଚଳନ କରୁଛନ୍ତି। ଯାହା ଫଳରେ ପ୍ରତ୍ୟେକ ପିଲାଙ୍କୁ ବାର୍ଷିକ ୫ ରୁ ୧୦ ହଜାର ଟଙ୍କା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ପୁଣି ଆଡମିଶନ ଓ ମାସିକ ଦେୟ ବାବଦକୁ ଜଣେ ଛାତ୍ରୀଛାତ୍ରଙ୍କ ପିଛା ପ୍ରାୟ ୮୦ ରୁ ୯ ୦ହଜାର ଟଙ୍କା ଖର୍ଚ୍ଚ ହେଉଛି। ଅପରପକ୍ଷରେ ବର୍ଷକୁ ବର୍ଷ ଫି’ ବୃଦ୍ଧି ଅଭିଭାବକଙ୍କ ନିଦ ହଜାଇ ଦେଉଛି ।

ସ୍ବାମୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ତ୍ରୀଙ୍କ ଅଭିଯୋଗ ପରେ ଶ୍ମଶାନରୁ ପାଉଁଶ,ହାଡ ଜବତ କଲା ପୋଲିସ

ଡେରାବିଶ, ୧୪।୩ (ସ୍ବ.ପ୍ର.)- ଡେରାବିଶ ଥାନା ଯଅଁରାବାରିମୂଳ ପଞ୍ଚାୟତ ଅର୍ତ୍ତାମୂଳ ଗ୍ରାମର ମୃତ୍ୟୁଞ୍ଜୟ ନାୟକ(୫୦)ଙ୍କୁ ତାଙ୍କ ପରିବାର ଲୋକେ ମାରିଦେବା ସହ ଗ୍ରାମ ଶ୍ମଶାନରେ ଶବଦାହ କରିଦେଇଥିବା ନେଇ ମୃତ୍ୟୁଞ୍ଜୟଙ୍କ ସ୍ତ୍ରୀ ସାଗରିକା ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଶ୍ମଶାନରୁ ପାଉଁଶ ଓ ହାଡ଼ ଜବତ କରିବା ସହ ମୃତ୍ୟୁଞ୍ଜୟଙ୍କ ବାପା ଭରତ ଓ ଭାଈ ଧନଞ୍ଜୟଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ପାଇକା ନଦୀରେ ବୁଡ଼ି ଯୁବକ ନିଖୋଜ

ପାଇକା ନଦୀରେ ବୁଡ଼ି ଯୁବକ ନିଖୋଜ

ମହାକାଳପଡ଼ା, ୧୪।୩(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତ ତିଖିରୀ ଗ୍ରାମର ଜଣେ ଯୁବକ ପାଇକା ନଦୀରେ ବୁଡ଼ି ବୁଧବାର ନିଖୋଜ ହୋଇଥିବା ଜଣାପଡ଼ିଛି। ସେ ହେଲେ ରବୀନ୍ଦ୍ର ଖଟୁଆଙ୍କ ପୁଅ ଚଗଲା(୨୫)। ଖବର ପାଇ ମହାକଳାପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଛି।

ତହସିଲରେ ଅନଲାଇନ୍‌ ମ୍ୟୁଟେଶନ୍‌ର ଶୁଭାରମ୍ଭ

ତହସିଲରେ ଅନଲାଇନ୍‌ ମ୍ୟୁଟେଶନ୍‌ର ଶୁଭାରମ୍ଭ

ନିଶ୍ଚିନ୍ତକୋଇଲି,୧୪।୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲରେ ବୁଧବାର ଅନଲାଇନ୍‌ ମ୍ୟୁଟେଶନ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକୁ କଟକ ଜିଲା ଅତିରିକ୍ତ ଜିଲାପାଳ ପ୍ରିୟଙ୍କା ମଲିକ ଓ ଏଡିଆଇ ଇତିଶ୍ରୀ ନନ୍ଦ ଉଦ୍‌ଘାଟନ କରିଥିଲେ।

ଅଗ୍ନିକାଣ୍ଡ: ୨ ପରିବାରଙ୍କ ୫ ବଖରା ଭସ୍ମୀଭୂତ

ଅଗ୍ନିକାଣ୍ଡ: ୨ ପରିବାରଙ୍କ ୫ ବଖରା ଭସ୍ମୀଭୂତ

ରଘୁନାଥପୁର, ୧୪।୩(ଡି.ଏନ୍‌.ଏ.): କିଶୋରନଗର ତହସିଲ ଉତ୍ତରକୂଳ ପଞ୍ଚାୟତ ପିଁପୁର ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ବସନ୍ତ ମହାରଣା ଓ ରବୀନ୍ଦ୍ର ମହାପାତ୍ରଙ୍କ ଗୋଟିଏ ଗୁହାଳ ଘର ସମେତ ୫ ବଖରା ଜଳିଯାଇଛି। ଘରର ସମସ୍ତ ଆସବାବପତ୍ର ପୋଡିଯିବା ସହ ଗୁହାଳରେ ଥିବା ୨ଟି ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖତଗଦାରୁ ନିଆଁ ଲାଗି ଏପରି ଘଟିଥିବା ଅନୁମାନ କରାଯାଉଛି।

ତୈଳ ବିଶୋଧନାଗାର ସମ୍ମୁଖରେ ଭିନ୍ନକ୍ଷମ ପ୍ରଶାନ୍ତଙ୍କ ଧାରଣା

ତୈଳ ବିଶୋଧନାଗାର ସମ୍ମୁଖରେ ଭିନ୍ନକ୍ଷମ ପ୍ରଶାନ୍ତଙ୍କ ଧାରଣା

ପାରାଦୀପ, ୧୪।୩(ସ୍ବ.ପ୍ର.): ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ବଗଦିଆ ନୂଆସାହିର ଭିନ୍ନକ୍ଷମ ପ୍ରଶାନ୍ତ ସାହୁ ନିଯୁକ୍ତି ଦାବିରେ ବୁଧବାର ସକାଳ ୮ଟାରୁ ତୈଳ ବିଶୋଧନାଗାର ପ୍ରଶାସନିକ ଭବନ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କ ସହ ସ୍ତ୍ରୀ ଓ ୨ ସନ୍ତାନ ମଧ୍ୟ ଧାରଣାରତ ଅଛନ୍ତି। ପ୍ରକାଶ ଯେ, ଭାରତୀୟ ତୈଳ ନିଗମର ଏହି ବିଶୋଧନାଗାର ପ୍ରକଳ୍ପ ପାଇଁ ପ୍ରଶାନ୍ତ ଜମି ହରାଇଥିଲେ।

ଶୌଚାଳୟରେ ତାଲା, ଲୋକେ ହନ୍ତସନ୍ତ

ଶୌଚାଳୟରେ ତାଲା, ଲୋକେ ହନ୍ତସନ୍ତ

ଜଗତ୍‌ସିଂହପୁର ଅଫିସ,୧୩।୩ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକକୁ ଲାଗି ରହିଥିବା ଶୌଚାଳୟରେ ତାଲା ଝୁଲୁଛି। ଏଥିଯୋଗୁ ରୋଗୀ, ସେମାନଙ୍କ ସମ୍ପର୍କୀୟ ଓ ସାଧାରଣ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶୌଚାଳୟ ସାମ୍ନାରେ ଡ୍ରେନ୍‌ କାମ ଯୋଗୁ ପାଖାପାଖି ଦେଢ ମାସ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ବିକ୍ରି ହେଲା କାର୍ଗିଲ ଇଣ୍ଡିଆ

ବିକ୍ରି ହେଲା କାର୍ଗିଲ ଇଣ୍ଡିଆ

ପାରାଦୀପ,୧୩।୩(ସ୍ବ.ପ୍ର.) ୧୯୯୬-୯୭ରୁ ପାରାଦୀପରେ ଥିବା ଖାଇବାତେଲ କାରଖାନା କାର୍ଗିଲ ଇଣ୍ଡିଆ ବର୍ତ୍ତମାନ ବିକ୍ରି ହୋଇଯାଇଥିବା ସୂଚନା ମିଳିଛି। ଏହି କାରଖାନାକୁ ଆଦାନୀ ଗ୍ରୁପ୍‌ ପ୍ରାୟ ୧୦୦ କୋଟି ଟଙ୍କାରେ କିଣିଛି। ଗତ ସପ୍ତାହେ ହେଲା ଏହାର ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବା ଜଣାପଡିଛି। ଆଉ ମାତ୍ର ୪ଦିନ ପରେ ପୂର୍ଣ୍ଣମାତ୍ରାରେ କାରକାଖାନା ହସ୍ତାନ୍ତର ହୋଇଯିବ। ଏହି କାରଖାନାର ନୂତନ ନାମ ଆଦାନୀ ଓ୍ବିଲ୍‌ମାର ରହିବ ବୋଲି ମଧ୍ୟ ସୂଚନା ମିଳିଛି। କାରଗିଲ ଯେଭଳି ଖାଇବା ତେଲ ଉତ୍ପାଦନ କରୁଥିଲା, ଆଦାନୀ ମଧ୍ୟ ସେଭଳି ଉତ୍ପାଦନ ଜାରି ରଖିବ। ଏବେ ସେହି କାରଖାନାରେ ଶ୍ରମିକ ଦେବା ପାଇଁ କେତେକ ଶ୍ରମିକ ସଂଘ ଓ ରାଜନୈତିକ ଦଳ ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହା ବ୍ୟତିରେକ କାରଗିଲରେ କାମ କରୁଥିବା ୧୫୨ ଜଣ ପୁରୁଣା ଶ୍ରମିକ ପୁଣି କାମ କରିବେ ବୋଲି ଆଗୁଆ ପଦକ୍ଷେପ ନେଲେଣି।

ବାଲିଆରେ ହାଡ଼ଫୁଟି ଆତଙ୍କ

ଡେରାବିଶ, ୧୩।୩ (ସ୍ବ.ପ୍ର.) ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତ ବାଲିଆ ଗୁଡିଆସାହି ଗ୍ରାମରେ ଗତ ୧୫ ଦିନ ହେବ ହାଡଫୁଟି ଆତଙ୍କ ଦେଖାଦେଇଛି। ଗ୍ରାମର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପରିବାରର ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଗୋଟିଏ ଗୋଟିଏ ପରିବାରର ଏକାଧିକ ସଦସ୍ୟ ହାଡଫୁଟିରେ ଆକ୍ରାନ୍ତ ହୋଇଥିବା ଦେଖଯାଉଛି।

ବିଧାୟକଙ୍କ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

ବିଧାୟକଙ୍କ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

ରାଜନଗର,୧୩।୩(ଡି.ଏନ୍‌.ଏ.) ରାଜନଗରରେ ଗତକିଛି ଦିନ ହେବ ଫଳକ ଉଦ୍‌ଘାଟନକୁ ନେଇ ରାଜନୀତି ସରଗରମ ହୋଇଛି। ରାଜନଗର ବିଧାୟକଙ୍କ ଦ୍ୱାରା ସୋମବାର ଉଦ୍‌ଘାଟନ କରାଯାଇଥିବା ଶିଳାନ୍ୟାସକୁ କେତେଜଣ ଦୁର୍ବୃତ୍ତ ବିଳମ୍ବିତ ରାତିରେ ଭାଙ୍ଗି ଦେଇଛନ୍ତି।