ଉପକୂଳ ଓଡିଶା

ନାବାଳିକା ସ୍ତ୍ରୀଙ୍କୁ ଶିଶୁଯତ୍ନ ଅନୁଷ୍ଠାନରେ ଛଡ଼ାଗଲା: ଦିବ୍ୟାଙ୍ଗଙ୍କ ସହ କରିଥିଲେ ବିବାହ

ନାବାଳିକା ସ୍ତ୍ରୀଙ୍କୁ ଶିଶୁଯତ୍ନ ଅନୁଷ୍ଠାନରେ ଛଡ଼ାଗଲା: ଦିବ୍ୟାଙ୍ଗଙ୍କ ସହ କରିଥିଲେ ବିବାହ

ପାରାଦୀପ,୨୭।୪(ସ୍ବ.ପ୍ର.): ପାରାଦୀପ ମଙ୍ଗରାଜପୁର ଅଞ୍ଚଳରେ ଗୁରୁବାର ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ବିବାହ ହୋଇଥିଲା। ବିବାହପରେ ନାବାଳିକାଙ୍କୁ ମଧ୍ୟରାତ୍ରିରେ କୁଜଙ୍ଗ ପୋଲିସ ଓ ଶିଶୁ ଯତ୍ନ ଅନୁଷ୍ଠାନ(ଜିଲା ସିଡବ୍ଲ୍ୟୁସି) ପକ୍ଷରୁ ଉଦ୍ଧାର କରାଯାଇଥିଲା।

ଜିଲା ଓକିଲ ସଂଘ ପାଠାଗାର ପାଇଁ ୮ଲକ୍ଷ ଟଙ୍କା ମଞ୍ଜୁର

କେନ୍ଦ୍ରାପଡା ଅଫିସ, ୨୭।୪: କେନ୍ଦ୍ରାପଡା ଜିଲା ଓକିଲ ସଂଘ ପାଠାଗାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପାଣ୍ଠିରୁ ୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏ ନେଇ ଗତ ୨୦ ତାରିଖରେ ଚିଠି ନଂ ୭୨୭ରେ ମଞ୍ଜୁର ସମ୍ପର୍କରେ ହୋଇଥିବା ପତ୍ର ଗୁରୁବାର ଏଠାରେ ପହଞ୍ଚିବା ପରେ ଜିଲା ଓକିଲ ସଂଘର ସଦସ୍ୟ ଓ ଜିଲା ବିଜେଡି ଲିଗାଲ ଫ୍ରଣ୍ଟ ସଦସ୍ୟମାନେ ଖୁସି ପ୍ରକଟ କରିଛନ୍ତି।

ମାର୍ଶାଘାଇ କଲେଜ ପରିସରରେ ଅଗ୍ନିକାଣ୍ଡ

ମାର୍ଶାଘାଇ, ୨୭।୪ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ମାର୍ଶାଘାଇ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କଲେଜ ପିଅନ କୁଲ ବାହାଦୁରଙ୍କର ୨ବଖରା ଜଳିଯାଇଛି।

ବାରୋରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ବାରୋରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା ଅଫିସ, ୨୭।୪ - କେନ୍ଦ୍ରାପଡ଼ା ବ୍ଲକ ବାରୋ ପଞ୍ଚାୟତରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ରଗଡି ଗ୍ରାମରେ ବୁଦ୍ଧ ମୂର୍ତ୍ତି ସ୍ଥାପନ

ରଗଡି ଗ୍ରାମରେ ବୁଦ୍ଧ ମୂର୍ତ୍ତି ସ୍ଥାପନ

ବାଙ୍କୀ,୨୭।୪(ବି.ପ୍ର)- ବାଙ୍କୀ ବ୍ଲକ ଅନ୍ତର୍ଗତ ରଗଡି ଗ୍ରାମରେ ବୁଦ୍ଧଙ୍କର ଏକ ପ୍ରସ୍ତର ପ୍ରତିମୂର୍ତ୍ତୀ ଶୁକ୍ରବାର ପ୍ରତିଷ୍ଠା କରାଯାଇଛି। ବୌଦ୍ଧ ଶ୍ରାବକ ସମାଜ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବୋଧି ସୋସାଇଟି ଅଫ ଇଣ୍ଡିଆ ଓଡିଶା ଶାଖାର ପରିଚାଳନା କମିଟି ସଦସ୍ୟ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ ବୁଦ୍ଧବାଣୀ ସର୍ବକାଳୀକ ବୋଲି ମତବ୍ୟକ୍ତ କରିଥିଲେ।

ବିଶ୍ୱଶାନ୍ତି ଲାଗି ମହାଯଜ୍ଞ

ବିଶ୍ୱଶାନ୍ତି ଲାଗି ମହାଯଜ୍ଞ

ଫୁଲନଖରା, ୨୭।୪(ଡି.ଏନ୍‌.ଏ.): କଟକ ଜିଲା ଫୁଲନଖରା ସ୍ଥିତ ଆମଣ ଗ୍ରାମରେ ଶ୍ରୀଶ୍ରୀ ବରୁଣେଶ୍ୱର ମହାଦେବ ଓ ଶ୍ରୀଶ୍ରୀ ଗୋପୀନାଥ ଜୀଉଙ୍କ ପୀଠସ୍ଥଳୀରେ ୩ ଦିନ ଧରି ୪୮ତମ ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ ହୋଇଆସୁଛି। ଶୁକ୍ରବାର ତୃତୀୟ ଦିନରେ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଛି।

ପୋଖରୀରେ ବୁଡ଼ି ବାଳକ ମୃତ

ପୋଖରୀରେ ବୁଡ଼ି ବାଳକ ମୃତ

ରାଜନଗର,୨୭।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଚିଞ୍ଚିରୀ ଗ୍ରାମର ଜଣେ ୧୧ ବର୍ଷ ବାଳକର ଶୁକ୍ରବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ କୈଳାସ ଚନ୍ଦ୍ର ପ୍ରଧାନଙ୍କ ପୁଅ ନିର୍ମାଲ୍ୟ ପ୍ରଧାନ।

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଚୋରି ଉଦ୍ୟମ ପଣ୍ଡ: ୬ ଗିରଫ

ଜଟଣୀ,୨୭।୪ (ଡି.ଏନ୍‌.ଏ.): ବିଭିନ୍ନ ଚୋରି ଓ ଡକାୟତି ଘଟଣାରେ ଜଟଣୀ ପୋଲିସ ଶୁକ୍ରବାର ସକାଳୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରକାଶ ଚନ୍ଦ୍ର ସିଂହ(୨୪), ଗୋଲାମ ଖାନ୍‌ (୨୩), ଅନ୍‌ସର ଖାନ୍‌(୨୧), ବୁଲୁ ଖାନ୍‌ (୨୦), ଅବ୍‌ଦୁଲ ମନ୍‌ସୁର୍‌(୨୧) ଓ ସାବିତ୍‌ ଖାନ୍‌ (୨୦)।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କୁଜଙ୍ଗ,୨୭।୪(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜିଲାନାସୀ ପଞ୍ଚାୟତ ଜୟଶଙ୍ଖପୁର ଗ୍ରାମର ଜଣେ ଯୁବକଙ୍କର ଶୁକ୍ରବାର ସକାଳେ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଅଶୋକ କୁମାର ବେହେରା(୩୦)। ଅଶୋକ ଘରେ ଶୋଇଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ତୁଳସୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାତ୍ରୀ ଧୀରାମଣି ଦେବୀଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

ତୁଳସୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାତ୍ରୀ ଧୀରାମଣି ଦେବୀଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

କେନ୍ଦ୍ରାପଡା ଅଫିସ,୨୭।୪: ଜିଲାର ତୁଳସୀ ମହିଳା ମହାବିଦ୍ୟାଳୟଠାରେ ଶୁକ୍ରବାର ଏହାର ପ୍ରତିଷ୍ଠାତ୍ରୀ ସ୍ବର୍ଗତା ଧୀରାମଣି ଦେବୀଙ୍କର ୨୮ତମ ଶ୍ରାଦ୍ଧବାର୍ଷିକ ପାଳନ ହୋଇଯାଇଛି। ଏହି ଅବସରରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏଥିରେ ଅଧ୍ୟକ୍ଷା ହାରାମଣି ବେଉରା ଅଧ୍ୟକ୍ଷତା କରି ଧୀରାମଣିଙ୍କ ସ୍ମୃତିଚାରଣ କରିଥିଲେ।

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

ରାଜନଗର, ୨୭।୪(ଡି.ଏନ୍‌.ଏ.): ରାଜନଗର ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି।

ବିବାହ ପରେ ନାବାଳିକାଙ୍କୁ ଉଦ୍ଧାର କଲା ଜିଲା ଶିଶୁ କଲ୍ୟାଣ ବିଭାଗ

କୁଜଙ୍ଗ, ୨୭।୪(ସ୍ବ.ପ୍ର.):କୁଜଙ୍ଗ ବ୍ଲକରେ ଗୁରୁବାର ଜଣେ ନାବାଳିକାଙ୍କ ବିବାହ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଖବରପାଇ ପୋଲିସ ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଯୋଗ୍ୟ ଯେ, ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ହଂସୀଣା ଗ୍ରାମର ଚିନ୍ମୟ ତରାଇ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ସହ ଉକ୍ତ ପଞ୍ଚାୟତର ଜଣେ ନାବାଳିକାଙ୍କ ବିବାହ ଗୁରୁବାର ବନ୍ଧୁବାନ୍ଧବଙ୍କ ଉପସ୍ଥିତରେ ହୋଇଥିଲା। ଖବରପାଇ କୁଜଙ୍ଗ ଥାନା ଅଧିକାରୀ ଦିଲୀପ କୁମାର ସାହୁ ଓ ଜିଲା ଶିଶୁ କଲ୍ୟାଣ ଅଧିକାରୀ ପୋଲିସ ଟିମ୍‌ ସହ ରାତି ୧୧ଟା ବେଳେ ତରାଇଙ୍କ ଘର ଉପରେ ଚଢ଼ାଉ କରିଥିଲେ। ମାତ୍ର ନାବାଳିକା ଜଣକ ସେଠାରୁ ଚାଲିଆସିଥିଲେ। ପରେ ଉକ୍ତ ଟିମ୍‌ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ନେଇ ଆସିଛନ୍ତି। ଏନେଇ ଉଭୟ ପରିବାର ସଦସ୍ୟକୁ ଥାନାକୁ ଡକାଯାଇ ପଚାରଉଚୁରା କରାଯାଉଛି। ଶୁକ୍ରବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ ଅନୁସାରେ ନାବାଳିକାଙ୍କୁ କୋର୍ଟକୁ ପଠାଯିବ ବୋଲି ଆଇଆଇସି ସାହୁ କହିଛନ୍ତି। ପ୍ରକାଶ ଯେ, ନାବାଳିକା ଜଣକ ଏକ ଗରିବ ପରିବାରର ହୋଇଥିବା ବେଳେ ପୂର୍ବରୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି।

ଭାଇବୋହୂଙ୍କୁ ବାନ୍ଧିଲେ ଦେଡ଼ଶୁର

ନାଉଗଁ।,୨୭।୪(ସ୍ବ.ପ୍ର.): ନାଉଗଁ। ଥାନା ଅନ୍ତର୍ଗତ ଡାବର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ତାଙ୍କ ଦେଢଶୁର ଓ ପୁତୁରା ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେମାନେ ମହିଳାଙ୍କ ହାତ ପଛକୁ କରି ବାନ୍ଧିଦେବା ସହ ବେକରେ କପଡ଼ା ବାନ୍ଧି ଟାଙ୍ଗି ଦେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଗ୍ରାମବାସୀ ଓ ଗାରୋଇ ଫାଣ୍ଡିର କର୍ମଚାରୀମାନେ ପହଞ୍ଚତ୍ ମହିଳାଙ୍କୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, ଡାବର ଗ୍ରାମର କୃଷ୍ଣଚନ୍ଦ୍ର ପରିଡ଼ା ଓ ତାଙ୍କ ସାନଭାଇ ବିଷ୍ଣୁ ଚରଣ ପରିଡ଼ାଙ୍କ ମଧ୍ୟରେ ଦୀର୍ଘଦିନ ହେବ ଜମିବାଡିକୁ ନେଇ ବିବାଦ ଥିଲା। ଏ ସମ୍ପର୍କରେ ଉଭୟଙ୍କ ପକ୍ଷରୁ ନାଉଗଁ। ଥାନା ଓ ଗାରାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା।

୫ ବର୍ଷର ଶିଶୁକନ୍ୟାକୁ ଗଣବଳାତ୍କାର

୫ ବର୍ଷର ଶିଶୁକନ୍ୟାକୁ ଗଣବଳାତ୍କାର

ଜଗତ୍‌ସିଂହପୁର ଅଫିସ,୨୭।୪: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କଣ୍ଟାବଲ୍ଲଭପୁରରେ ବୁଧବାର ଜଣେ ୫ ବର୍ଷୀୟା ଶିଶୁକନ୍ୟାକୁ ୨ ଜଣ ନାବାଳକ(୧୦ ଓ ୧୪ ବର୍ଷ) ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମା’ ଏନେଇ ଅଭିଯୋଗ କରିବା ପରେ ଜଗତ୍‌ସିଂହପୁର ଥାନାରେ ଦଫା ୩୭୬ (୨)(ଆଇ)/୩୭୬ (ଡି) ଆଇପିସି/୬ ପୋକ୍ସୋ ଆକ୍ଟରେ ମାମଲା (ନଂ.୮୯/୧୮) ରୁଜୁ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି। ଜଗତ୍‌ସିଂହପୁର ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ପ୍ରିନ୍ସପାଲ ମାଜିଷ୍ଟ୍ରେଟ୍‌ ପ୍ରଦୀପ କୁମାର ପ୍ରଧାନଙ୍କ କୋର୍ଟରେ ଆଇପିସି ଧାରା ୧୬୪ରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। କୋର୍ଟ ନିର୍ଦ୍ଦେଶରେ ନାବାଳିକାଙ୍କୁ ତାଙ୍କ ମା’ଙ୍କ ସହ ଛାଡିଦିଆଯାଇଛି। ଅଭିଯୁକ୍ତ ନାବାଳକ ଦ୍ୱୟଙ୍କୁ ଶୁକ୍ରବାର ଏହି କୋର୍ଟରେ ହାଜର କରାଯିବ। ଆବଶ୍ୟକ ପଡିଲେ ସେମାନଙ୍କୁ ଅନୁଗୋଳ କିମ୍ବା ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହକୁ ପଠାଯାଇପାରେ ବୋଲି ପୋଲିସ କହିଛି।

ବାହୁବଳିଙ୍କ କବ୍‌ଜାରେ ଗୋଚର, ସର୍ବସାଧାରଣ ଜମି

କୁଜଙ୍ଗ,୨୭।୪(ସ୍ବ.ପ୍ର.): କୁଜଙ୍ଗ ଥାନା ଜିଲାନାସୀ ପଞ୍ଚାୟତର ତେନ୍ତୁଲିଆ ଖମାର ଗ୍ରାମରେ ବହୁ ଗୋଚର ଓ ସର୍ବସାଧାରଣ ଜମି କେତେକ ଲୋକ ଜବରଦଖଲ କରି ରଖିଛନ୍ତି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏହି ସର୍ବସାଧାରଣ ଜମିରୁ ପ୍ରଭାବଶାଳି ତଥା ବାହୁବଳି ଲୋକଙ୍କୁ ହଟାଇବାକୁ ଦାବି ହୋଇଛି। ତେନ୍ତୁଲିଆ ଖମାର ଗ୍ରାମର ଖାତା ନଂ. ୩୬୨, ପ୍ଲଟ୍‌. ନଂ ୪୩୭ରେ ସିଦ୍ଧେଶ୍ୱର ମହାପୁରୁଷଙ୍କ ମୂଲ୍ୟବାନ ଜମି, ପ୍ଲଟ୍‌ ନଂ. ୪୩୭ରେ ୦.୪୧ ଡେସିମିଲି ଖେଳପଡିଆ, ଖାତା ନଂ. ୩୬୫ ଓ ପ୍ଲଟ୍‌ ନଂ ୩୩୬ରେ ୨.୬୮ ଏକର ଗୋଚର ଜମି, ଖାତା ନଂ. ୩୧ ଓ ପ୍ଲଟ୍‌ ନଂ.୫୦୨ରେ ତେନ୍ତୁଲିଆ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟର ବହୁ ଅଞ୍ଚଳ ଗ୍ରାମର ପ୍ରଭାବଶାଳି ଲୋକଙ୍କ କବ୍‌ଜାରେ ରହିଛି।

ଆଇସ୍‌କ୍ରିମ ଗାଡ଼ି ଓଲଟି ଜଣେ ନାବାଳକ ଗୁରୁତର:୩ ନାବାଳକ ଉଦ୍ଧାର

ଆଇସ୍‌କ୍ରିମ ଗାଡ଼ି ଓଲଟି ଜଣେ ନାବାଳକ ଗୁରୁତର:୩ ନାବାଳକ ଉଦ୍ଧାର

ନୟାଗଡ଼ ଅଫିସ,୨୭।୪- ନୟାଗଡ଼ ସହର କଲେଜ ରୋଡ଼ ଗଡ଼ାଣିଠାରେ ଏକ ଆଇସକ୍ରିମ୍‌ ଗାଡ଼ି ଓଲଟି ଜଣେ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ନାବାଳକ ହେଲେ ବାରମାସୀ ଦଣ୍ଡାର ରାକେଶ ନାୟକ(୮)। ପ୍ରକାଶ ଯେ ଲେଙ୍କୁଡ଼ିପଡ଼ାର ଜଣେ ବେପାରୀ ୪ ଜଣ ନାବାଳକଙ୍କୁ ୨ଟି ଠେଲାଗାଡ଼ି ଦେଇ ଆଇସକ୍ରିମ୍‌ ବେପାର କରିବାକୁ ପଠାଇଥାନ୍ତି ଓ ସେଥିପାଇଁ କିଛି ଅର୍ଥ ମଧ୍ୟ ଦିଅନ୍ତି। ବୁଧବାର ରାକେଶ ଓ ତାଙ୍କ ବଡ଼ ଭାଇ ପ୍ରକାଶ ଠେଲାଗାଡ଼ିରେ ଆଇସ୍‌କ୍ରିମ୍‌ ବିକ୍ରି କରି ସାରି ଘରକୁ ଫେରୁଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଓଲଟି ପଡ଼ିଥିଲା। ଫଳରେ ରାକେଶଙ୍କ ଛାତିରେ ମାଡ଼ ହେବା ସହ ଦେହ କ୍ଷତାକ୍ତ ହୋଇ ପଡ଼ିଥିଲା।

ଜଙ୍ଗଲରେ ନାବାଳିକା ପ୍ରେମିକାକୁ ବଳାତ୍କାର, ପ୍ରେମିକ ଫେରାର

ଜଙ୍ଗଲରେ ନାବାଳିକା ପ୍ରେମିକାକୁ ବଳାତ୍କାର, ପ୍ରେମିକ ଫେରାର

ବାଲୁଗଁ।,୨୭।୪(ଡି.ଏନ.ଏ.)- ପ୍ରେମିକଠାରୁ ବିବାହର ପ୍ରତିଶ୍ରୁତି ପାଇ ବିଶ୍ୱାସର ସହ ପ୍ରେମିକା ଜଣକ ଘରୁ ଗୋଡ କାଢିଥିଲେ । ହେଲେ ପ୍ରେମିକ ମନରେ ପ୍ରତାରଣା ମନୋଭାବ ଓ କାମନା ଲାଳସା ଥିବା ପ୍ରେମିକା ଜାଣି ନ ଥିଲେ । ଘନ ଜଙ୍ଗଲ ମଧ୍ୟରେ ଲଗାତର ଦୁଇଦିନ ଧରି ପ୍ରେମିକା ଜଣକ ବଳାକତ୍ାରର ଶିକାର ହେବା ସହ ପ୍ରେମିକ ଠାରୁ ପ୍ରତାରିତ ହୋଇ ଶେଷରେ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଣପୁର ଥାନା ନାଚୁଣୀ ଫାଣ୍ଡି ଅଞ୍ଚଳରେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲୁଗଁ।,୨୭।୪(ଡି.ଏନ୍‌.ଏ.)-ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ବାଲୁଗଁ। ରେଳ ଷ୍ଟେଶନର ଅନତି ଦୂରରେ ଗୁରୁବାର ଭୋର ସମୟରେ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ସେ ଏକ ନୀଳରଙ୍ଗର ଜିନ୍‌ ପ୍ୟାଣ୍ଟ ଏବଂ ନାଲି ରଙ୍ଗର ଚେକ୍‌ ସାର୍ଟ ପିନ୍ଧିଛନ୍ତି । ବୟସ ଆନୁମାନିକ ୨୦ ରୁ ୨୨ ବର୍ଷ ହେବ । ସେ ରାତ୍ର ସମୟରେ କୌଣସି ଟେନ୍‌ରୁ ଖସି ପ୍ରାଣ ହରାଇଥିବା ରେଳବାଇ ପୋଲିସ ଅନୁମାନ କରୁଛି । ଏ ସମ୍ପର୍କରେ ରେଳବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ୨୮/୧୮ରେ ରୁଜୁ କରିଛି । କୌଣସି କାରଣ ବଶତଃ ଶବ ବ୍ୟବଚ୍ଛେଦ ନ ହେବା ଫଳରେ ନିରାକାରପୁର ରେଲବାଇ ଫାଣ୍ଡିରେ ମୃତଦେହ ରଖାଯାଇଛି । ଶୁକ୍ରବାର ଶବ ବ୍ୟବଚ୍ଛେଦ ହେବ ବୋଲି ଫାଣ୍ଡି ଅଧିକାରୀ ଜଣାଇଛନ୍ତି ।

ଅଗ୍ନିକାଣ୍ଡରେ ୪ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୪ ବଖରା ଧ୍ୱଂସ

ନୟାଗଡ଼ ଅଫିସ,୨୭।୪- ନୟାଗଡ଼ ସହର ଓଲ୍‌ଡ ଟାଉନଠାରେ ଗୁରୁବାର ସକାଳ ୮ଟା ୩୦ରେ ଅଗ୍ନିକାଣ୍ଡ ଘଟି ୪ ବଖରା ଧ୍ୱଂସ ହୋଇଯାଇଛି। ବିପନ୍ନମାନେ ହେଲେ କିଷାନ କୁମାର ଦାଶ, ଅଶୋକ କୁମାର ଦାଶ। ଉଭୟଙ୍କ ଦୁଇ ବଖରା ଲେଖାଁଏ ଘର ପୋଡ଼ିଯାଇଥିବା ବେଳେ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ସେହିଭଳି ପଡ଼ୋଶୀ ଲକ୍ଷ୍ମୀନାରାୟଣ ଦାଶ ଓ ଚୈତନ୍ୟ ରାଉତଙ୍କ ଘର ମଧ୍ୟ ଆଂଶିକ ଭାବେ ପୋଡ଼ି ଯାଇଛି। ପ୍ରକାଶ ଯେ, ସକାଳ ୮ଟା ୩୦ ସମୟରେ କିଷାନଙ୍କ ଚାଳରେ ନିଆଁ ଲାଗି ପରେ ଏହା ଅନ୍ୟ ଆଡ଼କୁ ବ୍ୟାପିଯାଇଥିଲା। ସଙ୍ଗେ ସଙ୍ଗେ ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ଶର୍ଟସର୍କିଟ ଯୋଗୁ ଏହିଭଳି ଘଟିଛି ବୋଲି ଅନୁମାନ କରାଯାଉଛି । ସେହିଭଳି ନିଆଁ ଲାଗିଥିବା ସମୟରେ କିଷାନଙ୍କ ଘରେ ଥିବା ରୋଗିଣା ବୃଦ୍ଧାଙ୍କୁ ଲୋକମାନେ ଉଦ୍ଧାର କରିଥିଲେ।

ଦିନକର କାହାଣୀ:ସ୍ବେଚ୍ଛାସେବୀ ଦାମୋଦର ସାହୁ

ଦିନକର କାହାଣୀ:ସ୍ବେଚ୍ଛାସେବୀ ଦାମୋଦର ସାହୁ

ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ତାଙ୍କୁ ଦେଖିବାକୁ ମିଳିଥାଏ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ। ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବା ସହ କେଉଁ ବିଭାଗକୁ ଯାଇ କାହା ସହିତ ଦେଖାକରିବେ ସେ କଥା ମଧ୍ୟ ବୁଝାଇ ଦିଅନ୍ତି। ଅନ୍ୟକୁ ସହଯୋଗ କରୁଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୟାଗଡ଼ ଯଦୁମଣି ନଗରର ବାସିନ୍ଦା ଦାମୋଦର ସାହୁ(୬୪)। ଶିକ୍ଷକତା ବୃତ୍ତିରୁ ଅବସର ନେବା ପରେ ସମାଜସେବାକୁ ଗ୍ରହଣ କରି ନେଇଛନ୍ତି। ପ୍ରତିଦିନ ଭୋର ୪ଟାରୁ ଉଠି ନିତ୍ୟକର୍ମ ସାରି ପୂଜାପାଠ କରିବା ପରେ ବଜାରକୁ ଯାଆନ୍ତି। ପରେ ସକାଳ ୭ଟାରୁ ଅପରାହ୍ନ ପର୍ଯ୍ୟନ୍ତ ମେଡ଼ିକାଲ୍‌ରେ ରହି ଲୋକମାନଙ୍କୁ ସାହାଯ୍ୟ କରନ୍ତି। ମଧ୍ୟାହ୍ନଭୋଜନ ପରେ ଘରେ ଟିକିଏ ବିଶ୍ରାମ ନେଇ ପୁଣି ଚାଲିଯାଆନ୍ତି ଡାକ୍ତରଖାନା। ରାତି ୧୦ଟାରେ ଫେରନ୍ତି ଘରକୁ ।

୫ଟି ପ୍ରଶ୍ନ : ମା’ହାତରନ୍ଧାର ବିକଳ୍ପ ନାହିଁ

୫ଟି ପ୍ରଶ୍ନ : ମା’ହାତରନ୍ଧାର ବିକଳ୍ପ ନାହିଁ

ପାରାଦୀପ ପୌର ପରିଷଦ ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି। ଦୀର୍ଘ ୨୯ ବର୍ଷର ଚାକିରି ଜୀବନ କାଳରେ ଉଭୟ ସହରୀ ଓ ଗ୍ରାମ୍ୟ ସାମାଜିକ ଚଳଣୀ ସମ୍ପର୍କରେ ତାଙ୍କର ରହିଛି ଲମ୍ବା ଅନୁଭୂତି। କଟକ ଜିଲା ସାଲେପୁର ବ୍ଲକ ମାହାଳ ଲଖନପୁରରେ ତାଙ୍କ ପୈତୃକ ଘର। ମା’ ସାବିତ୍ରୀ ଓ ବାପା ବିପ୍ରଚରଣ ମହାନ୍ତିଙ୍କ ୫ ସନ୍ତାନଙ୍କ ମଧ୍ୟରୁ ଦିଲୀପ ବଡ଼ପୁଅ। ଗଁ।ରେ ଶୈଶବ, ଢେଙ୍କାନାଳ ଓ କେନ୍ଦୁଝରରେ ପ୍ରାଥମିକ ଶିକ୍ଷା ଏବଂ ଭୁବନେଶ୍ୱରରେ ଉଚ୍ଚଶିକ୍ଷା। ୧୯୮୯ରେ ତାଙ୍କ ସରକାରୀ ଚାକିରି ଜୀବନ ଆରମ୍ଭ। ରାଜ୍ୟର ବିଭିନ୍ନ ଜିଲାରେ କାମ କରିବା ସମୟରେ ଅନେକ ଘଟଣାକ୍ରମ ସହିତ ରହିଛି ତାଙ୍କର ପ୍ରତ୍ୟେକ୍ଷ ଅନୁଭୂତି। ଯେ କୌଣସି ସରକାରୀ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାବେଳେ ତାଙ୍କ ଭିତରେ ଗଭୀର ଆତ୍ମବିଶ୍ୱାସ ଥାଏ। ତେଣୁ ଉପରିସ୍ଥ ଅଧିକାରୀଙ୍କ ଚାପ ସତ୍ତ୍ୱେ ସେ ପଛକୁ ହଟନ୍ତି ନାହିଁ ବୋଲି କହିଛନ୍ତି।

ଚଳିତ ବର୍ଷଠୁ କାର୍ଯ୍ୟକାରୀ ହେବ ‘ସମଗ୍ର ଶିକ୍ଷା ଅଭିଯାନ’

ଜଗତ୍‌ସିଂହପୁର ଅଫିସ,୨୭।୪(ପ୍ରମୋଦ ନାୟକ): ଦେଶରେ ଏକାଧିକ ଶିକ୍ଷା ବ୍ୟବସ୍ଥା ଯୋଗୁ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ତେଣୁ କେନ୍ଦ୍ର ସରକାର ସାରା ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା ‘ସମଗ୍ର ଶିକ୍ଷା ଅଭିଯାନ’ ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତବର୍ଷଠାରୁ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ ଖରା ଛୁଟି ପରେ ଏହି ବ୍ୟବସ୍ଥା ଲାଗୁ ହେବ। ଏହାହେଲେ ଓଡ଼ିଶାରେ ସର୍ବଶିକ୍ଷା ଅଭିଯାନ (ଏସ୍‌ଏସ୍‌ଏ), ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ (ଆର୍‌ଏଏମ୍‌ଏସ୍‌ଏ) ଓ ଶିକ୍ଷକ ଶିକ୍ଷା ଅନୁଷ୍ଠାନଗୁଡିକ ଗୋଟିଏ ଫୋଲ୍ଡରରେ ରହିବେ। ଅର୍ଥାତ୍‌ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରାଥମିକରୁ ଉଚ୍ଚମାଧ୍ୟମିକ (ପ୍ରି ନର୍ସରୀରୁ ଦ୍ୱାଦଶ) ପର୍ଯ୍ୟନ୍ତ ସବୁର ମୁଖ୍ୟ ରହିବେ। ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ପଦବୀ ରହିବ ନାହଁ। ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବ।

ମାଟିଆପଡ଼ା ଗାଁ ଲୀନ ହେବା ଆଶଙ୍କା

ମାଟିଆପଡ଼ା ଗାଁ ଲୀନ ହେବା ଆଶଙ୍କା

ବରୀ,୨୭।୪(ସ୍ବ.ପ୍ର):ବରୀ ବ୍ଲକ ଅଧୀନ ସାହୁପଡା ପଞ୍ଚାୟତର ମାଟିଆପଡା ଗ୍ରାମ ବ୍ରାହ୍ମଣୀ ନଦୀକୂଳେ ଅବସ୍ଥିତ। ବନ୍ୟା ନିୟନ୍ତ୍ରଣ ଯୋଜନାରେ ନିର୍ମାଣ ହେଉଥିବା ଘେରିବନ୍ଧ ଯୋଜନାରୁ ଏହି ଗଁ। ବଞ୍ଚତ୍ତ ହୋଇଥିବା ଜଣାପଡିଛି। ୨୦୧୧-୧୨ ମସିହାରୁ ୮୪ କି.ମି ଘେରିବନ୍ଧ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିଲା ବେଳେ ମାଟିଆପଡା ମଶାଣି ପାଖରୁ ସ୍ଲୁଇସ୍‌ ଗେଟ୍‌ ପଯର୍‌ୟନ୍ତ ୮ଶହ ମିଟର ଅଦ୍ୟାବଧି ନଦୀବନ୍ଧ କାର୍ଯ୍ୟ ନ ହୋଇ ପଡିରହିଛି। ବନ୍ୟା ଆସିଲେ ଏହି ନଦୀ ବନ୍ଧ ମାଟି ଧସି ଗାଁକୁ ଲୀନ କରିଦେବ ବୋଲି ଗ୍ରାମବାସୀ କହିଛନ୍ତି। ବର୍ଷା ଋତୁ ଆସିବା ପୂର୍ବରୁ ଏହି ନଦୀ ବନ୍ଧ ନିର୍ମାଣ ନ ହେଲେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ଚେତାବନୀ ଦିଆଯାଇଛି। ପୁରୁଣା ନଦୀବନ୍ଧ ଦୁର୍ବଳ ହୋଇଯାଇଥିବାରୁ ଅଦିନିଆ ବର୍ଷାରେ ରେନ କଟ୍‌ ହୋଇ ବନ୍ଧରୁ ମାଟି ବାହାରି ଯାଉଛି।

କେନ୍ଦ୍ରୀୟ ଜନସଚେତନତା କାର୍ଯ୍ୟକ୍ରମକୁ ଅନାଗ୍ରହ

ରସୁଲପୁର,୨୭।୪(ଡିଏନଏ):ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକାଭିମୁଖୀ କରିବାକୁ ଜୋରଦାର ପ୍ରୟାସ କରାଯାଉଛି। କାର୍ଯ୍ୟକ୍ରମକୁ ସଫଳ କରିବା ଓ ଏ ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ଏଭଳି ପ୍ରୟାସରେ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳସ୍ତରର କର୍ମୀମାନେ ସାମିଲ ହେଉଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ କରିବାରେ ଆନ୍ତରିକତା ରହୁନାହିଁ। ଏଭଳି ତାରତମ୍ୟ ରାଜ୍ୟସ୍ତରୀୟ ଓ କେନ୍ଦ୍ରୀୟ ଯୋଜନା ସମ୍ପର୍କିତ ଜନସଚେତନତା କାର୍ଯ୍ୟକ୍ରମ କରିବାରେ ଦେଖାଦେଉଛି। ମାର୍ଚ୍ଚ ୫ରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଖୁବ୍‌ ଧୁମଧାମ୍‌ରେ ପାଳନ ହୋଇଥିଲା। ହେଲେ ଏପ୍ରିଲ ୨୪ରେ ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ ପଞ୍ଚାୟତସ୍ତରରେ ପାଳନ କରାଯାଇ ନାହିଁ ।