ଉପକୂଳ ଓଡିଶା

ଜନତା ବିଦ୍ୟାପୀଠ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ଜନତା ବିଦ୍ୟାପୀଠ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

କୁଜଙ୍ଗ,୨୮ା୪(ସ୍ବ.ପ୍ର.): କୁଜଙ୍ଗ ବ୍ଲକ୍‌ ଝିମାଣୀସ୍ଥିତ ଜନତା ବିଦ୍ୟାପୀଠର ୩ ଦିନିଆ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଉତ୍ସବକୁ ବିଧାୟକ ଡା. ଦାମୋଦର ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ।

ଶିଶୁକନ୍ୟାଙ୍କୁ ଗଣବଳାତ୍କାର ମାମଲାରେ ୨ ଅଭିଯୁକ୍ତ ଗଲେ ବାଳସୁଧାର ଗୃହ

ଶିଶୁକନ୍ୟାଙ୍କୁ ଗଣବଳାତ୍କାର ମାମଲାରେ ୨ ଅଭିଯୁକ୍ତ ଗଲେ ବାଳସୁଧାର ଗୃହ

ଜଗତ୍‌ସିଂହପୁର ଅଫିସ,୨୮ା୪- ଜଗତ୍‌ସିଂହପୁର ପୌର ପରିଷଦ ଅଧୀନ କଣ୍ଟାବଲ୍ଲଭପୁରର ଜଣେ ୫ ବର୍ଷୀୟା ଶିଶୁକନ୍ୟାଙ୍କୁ ଗତ ୨୫ ତାରିଖରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା।

କୁଜଙ୍ଗରେ ବଢ଼ୁଛି ଅନ୍ଧବିଶ୍ୱାସ

କୁଜଙ୍ଗ,୨୮ା୪(ସ୍ବ.ପ୍ର.): ନିଜକୁ ଠାକୁର ବା ଆତ୍ମଘୋଷିତ ଭଗବାନ ବୋଲି ପ୍ରଚାର କରି ବହୁ ମାତାବାବାଙ୍କ କାରନାମା ପଦାରେ ପଡ଼ୁଛି। ବର୍ତ୍ତମାନ ଦେଶରେ ପ୍ରଭାବଶାଳୀ ସାଧୁ ବୋଲାଉଥିବା ବ୍ୟକ୍ତିମାନେ ଜେଲ ଯାଉଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚା ପାଲଟିଥିବାବେଳେ କୁଜଙ୍ଗ-ପାରାଦୀପ ଅଞ୍ଚଳରେ ଏହାର କୌଣସି ପ୍ରଭାବ ପଡୁନାହିଁ।

ବାଉରିଆପାଳନ୍ଦା ବସ୍ତି ବାସିନ୍ଦାଙ୍କୁ ମିଳିଲା ବିଦ୍ୟୁତ୍‌ ସେବା

ବାଉରିଆପାଳନ୍ଦା ବସ୍ତି ବାସିନ୍ଦାଙ୍କୁ ମିଳିଲା ବିଦ୍ୟୁତ୍‌ ସେବା

ପାରାଦୀପ,୨୮ା୪(ସ୍ବ.ପ୍ର.): ପାରାଦୀପ ପୌର ପାଳିକାର ୬ନଂ ଓ୍ବାର୍ଡ ବାଉରିଆପାଳନ୍ଦା ବସ୍ତିରେ ଶୁକ୍ରବାର ସନ୍ଧ୍ୟାରେ ଲୋକେ ପ୍ରଥମ କରି ବିଦ୍ୟୁତ୍‌ ସେବା ପାଇଛନ୍ତି। ପ୍ରଥମ ଦିନରେ ୨୦ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି। ଅବଶିଷ୍ଟ ସମସ୍ତ ଉପଭୋକ୍ତାଙ୍କୁ ଆଗାମୀ ସପ୍ତାହ ମଧ୍ୟରେ ବିଦ୍ୟୁତ୍‌ ସେବା ମିଳିବ ବୋଲି କୁହାଯାଇଛି।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜନଶୁଣାଣି ଶିବିର

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜନଶୁଣାଣି ଶିବିର

ମହାକାଳପଡା, ୨୮।୪ (ଡିଏନଏ)-ମହାକାଳପଡା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜନଶୁଣାଣି ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବ୍ଲକର ୩୧ ପଞ୍ଚାୟତର ଶ୍ରମିକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।

ଫୋପଡ଼ା ହେଉଛି ସରକାରୀ ଔଷଧ

ଫୋପଡ଼ା ହେଉଛି ସରକାରୀ ଔଷଧ

ମହାକାଳପଡା, ୨୮।୪ (ଡି.ଏନ୍‌.ଏ.)ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଉଛି। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣା ଔଷଧ ବିତରଣ କରାଯାଉଥିବା ବେଳେ ଅନେକ ସ୍ଥାନରେ ଲୋକମାନଙ୍କୁ ଏହି ମାଗଣା ଔଷଧ ଦିଆଯାଉ ନାହିଁ।

ଜମି ଚିହ୍ନଟ ବେଳେ ଉତ୍ତେଜନା

ରାଜନଗର, ୨୮।୪ (ଡି.ଏନ୍‌.ଏ.) ବଗପାଟିଆରେ ଥଇଥାନ ହେବାରୁ ବାଦ ପଡ଼ିଥିବା ୨୪୭ ପରିବାରକୁ ଥଇଥାନ କରିବା ନେଇ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସାତଭାୟାର ୧୪୮, ଚାରିଘରିଆର ୯୧ ଓ ବଗପାଟିଆ ରାସ୍ତା କଡରେ ଥିବା ୮ ପରିବାରକୁ ବଗପାଟିଆରେ ଥଇଥାନ ହେବେ।

ବଜ୍ରପାତରେ ଛାତ ଭୁଷୁଡ଼ିଲା

ବଜ୍ରପାତରେ ଛାତ ଭୁଷୁଡ଼ିଲା

ରାଜକନିକା, ୨୮।୪ (ଡି.ଏନ୍‌.ଏ.) ରାଜକନିକା ବ୍ଲକ ଅଞ୍ଚଳରେ ଶୁକ୍ରବାର କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ପବନ ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ଯୋଗୁ ଲୋକମାନେ ଘରୁ ବାହାରି ପାରି ନଥିଲେ।

ସଡକ ସୁରକ୍ଷା ସପ୍ତାହ ପାଳିତ ହେଲମେଟ୍‌ଧାରୀଙ୍କୁ ଗୋଲାପ ଫୁଲ

ସଡକ ସୁରକ୍ଷା ସପ୍ତାହ ପାଳିତ ହେଲମେଟ୍‌ଧାରୀଙ୍କୁ ଗୋଲାପ ଫୁଲ

ରାଜନଗର, ୨୮।୪ (ଡି.ଏନ୍‌.ଏ.)-ରାଜନଗର ପୋଲିସ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ସପ୍ତାହ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଦଧିବାମନଜୀଉ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ରାଜନଗର ଗାଁ , ବଜାର, ତ୍ରିନାଥ ବଜାର, ସାନବଡଗୋପାଳପୁର ବଜାର ପରକ୍ରମା କରିଥିଲା।

ସମୁଦ୍ରକୁ ଗଲେ ୨୫ଲକ୍ଷ କଇଁଛ ଶାବକ

ସମୁଦ୍ରକୁ ଗଲେ ୨୫ଲକ୍ଷ କଇଁଛ ଶାବକ

ରାଜନଗର, ୨୮।୪ (ଡି.ଏନ୍‌.ଏ.)- ରାଜନଗର ବ୍ଲକ ଭିତରକନିକା ସଂଲଗ୍ନ ଗହୀରମଥାରେ ଗତ ୫ଦିନ ହେବ ଅଲିଭ୍‌ରିଡ୍‌ଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୫ ଦିନ ମଧ୍ୟରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ କଇଁଛ ଶାବକ ସମୁଦ୍ରକୁ ଯାଇଥିବା ରାଜନଗର ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସାଲେପୁରର ନାବାଳିକା ବଳାତ୍କାର ପୀଡିତାଙ୍କୁ ନ୍ୟାୟ ଦାବି ଭାଜପା ମହିଳା ମୋର୍ଚ୍ଚାର ମହମବତୀ ଶୋଭାଯାତ୍ରା

ସାଲେପୁରର ନାବାଳିକା ବଳାତ୍କାର ପୀଡିତାଙ୍କୁ ନ୍ୟାୟ ଦାବି ଭାଜପା ମହିଳା ମୋର୍ଚ୍ଚାର ମହମବତୀ ଶୋଭାଯାତ୍ରା

ରାଜନଗର, ୨୮।୪ (ଡି.ଏନ୍‌.ଏ.)-ସାଲେପୁରର ନାବାଳିକା ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଶୁକ୍ରବାର କେନ୍ଦ୍ରାପଡା ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା କରାଯାଇଥିଲା।

ମଧ୍ୟାହ୍ନ ଭୋଜନ ଗଚ୍ଛିତ ଚାଉଳକୁ ନେଇ ଉତ୍ତେଜନା

ମଧ୍ୟାହ୍ନ ଭୋଜନ ଗଚ୍ଛିତ ଚାଉଳକୁ ନେଇ ଉତ୍ତେଜନା

ରାଜନଗର, ୨୮।୪ (ଡି.ଏନ୍‌.ଏ.)-ରାଜନଗର ବ୍ଲକ ମାଣପଡାସ୍ଥିତ ପଞ୍ଚୁବରାହୀ ନୋଡାଲ୍‌ ବିଦ୍ୟା ନିକେତନରେ ମଧ୍ୟାହ୍ନ ଭୋଜନ ଚାଉଳ ଅଧିକ ପରିମାଣରେ ଗଚ୍ଛିତ ଥିବାକୁ ନେଇ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ମାଟିଆପଡ଼ା ଗାଁ ଲୀନ ହେବା ଆଶଙ୍କା

ମାଟିଆପଡ଼ା ଗାଁ ଲୀନ ହେବା ଆଶଙ୍କା

ବରୀ,୨୮।୪(ସ୍ବ.ପ୍ର)ବରୀ ବ୍ଲକ ଅଧୀନ ସାହୁପଡା ପଞ୍ଚାୟତର ମାଟିଆପଡା ଗ୍ରାମ ବ୍ରାହ୍ମଣୀ ନଦୀକୂଳେ ଅବସ୍ଥିତ। ବନ୍ୟା ନିୟନ୍ତ୍ରଣ ଯୋଜନାରେ ନିର୍ମାଣ ହେଉଥିବା ଘେରିବନ୍ଧ ଯୋଜନାରୁ ଏହି ଗଁ। ବଞ୍ଚତ୍ତ ହୋଇଥିବା ଜଣାପଡିଛି।

କେନ୍ଦ୍ରୀୟ ଜନସଚେତନତା କାର୍ଯ୍ୟକ୍ରମକୁ ଅନାଗ୍ରହ

ରସୁଲପୁର,୨୭ା୪(ଡିଏନଏ) ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକାଭିମୁଖୀ କରିବାକୁ ଜୋରଦାର ପ୍ରୟାସ କରାଯାଉଛି। କାର୍ଯ୍ୟକ୍ରମକୁ ସଫଳ କରିବା ଓ ଏ ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ଏଭଳି ପ୍ରୟାସରେ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ତଳସ୍ତରର କର୍ମୀମାନେ ସାମିଲ ହେଉଛନ୍ତି।

୯୫ ଗ୍ରାମର କେନ୍ଦୁପତ୍ର ତୋଳାଳିଙ୍କ ବୈଠକ  ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

୯୫ ଗ୍ରାମର କେନ୍ଦୁପତ୍ର ତୋଳାଳିଙ୍କ ବୈଠକ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ରଣପୁର,୨୮।୪ (ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ଅଧୀନରେ ଥିବା ୯୫ ଗ୍ରାମର କେନ୍ଦୁପତ୍ର ତୋଳାଳିଙ୍କ ଫଡିର ମୁନସୀ ଓ ଫଡି କମିଟିଙ୍କ ଏକ ବୈଠକ କରଡାପଲ୍ଲୀ ଗ୍ରାମ୍ୟ ଜଙ୍ଗଲଠାରେ ବିଶିକା ଜାନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

୪୫ ହିତାଧିକାରୀଙ୍କୁ ମିଳିଲା ଜଙ୍ଗଲ ଜମିପଟ୍ଟା

୪୫ ହିତାଧିକାରୀଙ୍କୁ ମିଳିଲା ଜଙ୍ଗଲ ଜମିପଟ୍ଟା

ଗଣିଆ,୨୮ା୪(ଡି.ଏନ୍‌.ଏ.)-ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସ୍ବୀକୃତ ଆଇନ୍‌ ୨୦୦୬ ନିୟମାବଳୀ ୨୦୦୭ ଅନୁଯାୟୀ ଗଣିଆ ତହସିଲ ଅନ୍ତର୍ଗତ ଛାମୁଣ୍ଡିଆ ରାଜସ୍ବ ସର୍କଲ ଅଞ୍ଚଳରେ ଶୁକ୍ରବାର ୪୫ ଜଣ ହିତାଧିକାରୀଙ୍କୁ ଜଙ୍ଗଲଜମି ପଟ୍ଟା ଯୋଗାଇ ଦିଆଯାଇଛି।

ଖଣ୍ଡପଡ଼ା ଥାନା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟର ନୂତନ ଗୃହ ଉଦ୍‌ଘାଟିତ

ଖଣ୍ଡପଡ଼ା ଥାନା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟର ନୂତନ ଗୃହ ଉଦ୍‌ଘାଟିତ

ଖଣ୍ଡପଡା,୨୮ା୪(ସ୍ବ.ପ୍ର)-ନୟାଗଡ ଜିଲା ଖଣ୍ଡପଡା ଥାନାର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନବ ନିର୍ମିତ କାର୍ଯ୍ୟାଳୟ ଗୃହ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଆରକ୍ଷୀ ମହାନିରୀକ୍ଷକ(କେନ୍ଦ୍ରାଞ୍ଚଳ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ କାର୍ଯ୍ୟାଳୟ ଗୃହକୁ ଉଦ୍‌ଘାଟନ କରିଥିଲେ ।

ନିଆରା  ଚିନ୍ତାଧାରା  ପକ୍ଷୀମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା

ନିଆରା ଚିନ୍ତାଧାରା ପକ୍ଷୀମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା

ନୟାଗଡ଼ ଅଫିସ,୨୮ା୪-ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗୁଛି। ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରିସ୍ଥଳେ ପଶୁପକ୍ଷୀମାନେ ମଧ୍ୟ ଜଳକଷ୍ଟ ଭୋଗ କରୁଛନ୍ତି । ଏହାକୁ ଦୃଷ୍ଟି ରଖି ସହରର କିଛି ବୁଦ୍ଧିଜୀବୀଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଠେକି ଭିତରେ ପାଣି ରଖି ଚଢ଼େଇମାନଙ୍କ ପାଇଁ ପାନୀୟଜଳର ବନ୍ଦୋବସ୍ତ କରାଯାଇଛି।

ପ୍ରଶାସନର ଅସହଯୋଗରୁ ଚନ୍ଦନ ଯାତ୍ରା ବନ୍ଦ

ପ୍ରଶାସନର ଅସହଯୋଗରୁ ଚନ୍ଦନ ଯାତ୍ରା ବନ୍ଦ

ନୟାଗଡ଼ ଅଫିସ,୨୮। ୪-ଚଳିତବର୍ଷ ନୟାଗଡ ଜିଲା ଖଣ୍ଡପଡ଼ା ତହସିଲଦାରଙ୍କ ଅସହଯୋଗ ଯୋଗୁ ଚନ୍ଦନଯାତ୍ରା ହୋଇପାରି ନ ଥିବା ଅଭିଯୋଗ କରିଛନ୍ତି କଣ୍ଟିଲୋ ଶ୍ରୀ ନୀଳମାଧବଜୀଉ ମନ୍ଦିରର ପୂଜକ ସେବାୟତ। ଶୁକ୍ରବାର ନୟାଗଡ ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ଏକ ଖବରଦାତା ସମ୍ମିଳନୀ କରି ସେବାୟତମାନେ ଏହି ଅଭିଯୋଗ କରିଛନ୍ତି।

ମଧ୍ୟାହ୍ନଭୋଜନରେ ଅନିୟମିତତା ପ୍ରସଙ୍ଗ

ମଧ୍ୟାହ୍ନଭୋଜନରେ ଅନିୟମିତତା ପ୍ରସଙ୍ଗ

ରସୁଲପୁର,୨୮।୪(ଡିଏନଏ)ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିଲା। ଏ ନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ସିଂହାପୁର ଅଙ୍ଗନୱାଡ଼ି କେନ୍ଦ୍ରର ବାସ୍ତବ ଚିତ୍ର

ସିଂହାପୁର ଅଙ୍ଗନୱାଡ଼ି କେନ୍ଦ୍ରର ବାସ୍ତବ ଚିତ୍ର

ରସୁଲପୁର, ୨୮।୪(ଡି.ଏନ୍‌.ଏ.) ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ପ୍ଲେ-ସ୍କୁଲ ଭାବରେ ଗଣାଯାଉଛି । ପିଲାମାନେ ବିଦ୍ୟାଳୟକୁ ଯିବା ପୂର୍ବରୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବେ। ସେଠାରେ ଖେଳାଖେଳି କରିବା ସହ ଅନ୍ୟ ପିଲାଙ୍କ ସହ ଭାବର ଆଦାନ ପ୍ରଦାନ କରିପାରିବେ।

ଡ୍ରେନେଜ ବିଭାଗରେ ସେତୁ ଗାଏବ

ବିଞ୍ଝାରପୁର,୨୮।୪(ଡି.ଏନ.ଏ) ବିଞ୍ଝାରପୁର ଡ୍ରେନେଜ ବିଭାଗ ପୁଣି ଚର୍ଚ୍ଚାରେ । ପୂର୍ବରୁ ଡ୍ରେନେଜ ବିଭାଗରେ ବହୁ କୋଟି ଟଙ୍କାର ଦୁର୍ନୀତି ଓ ଟେଣ୍ଡରରେ ଜାଲିଆତି ଅଭିଯୋଗ ପରେ ଏବେ ୯ଲକ୍ଷ ଟଙ୍କାର ଏକ ସେତୁ ଗାଏବ ହୋଇଥିବା ଜଣାପଡ଼ିଛି ।

ବହୁଚର୍ଚ୍ଚିତ ଶ୍ୟାମପଦ ହତ୍ୟା ଘଟଣା

ଯାଜପୁର ଅଫିସ,୨୮।୪ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳର ବହୁ ଚର୍ଚ୍ଚିତ ଶ୍ରମିକ ନେତା ଶ୍ୟାମପଦ ରାଉତଙ୍କୁ ଅପହରଣ ଓ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଗଜେନ୍ଦ୍ର ମହନ୍ତ ଗୁରୁବାର ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି। ବାଲେଶ୍ୱର ରେଲୱେ ଷ୍ଟେଶନରୁ ଗିରଫ କରିବା ପରେ ସିବିଆଇ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା।

ବରଯାତ୍ରୀ ଗାଡ଼ି ଦୁର୍ଘଟଣା:୨ ମୃତ, ୬ ଗୁରୁତର

ବରଯାତ୍ରୀ ଗାଡ଼ି ଦୁର୍ଘଟଣା:୨ ମୃତ, ୬ ଗୁରୁତର

ନୟାଗଡ଼ ଅଫିସ/ଦଶପଲ୍ଲା(ଡି.ଏନ.ଏ.),୨୭। ୪-ନୟାଗଡ଼ ଜିଲା ଦଶପଲ୍ଲା ଜାନିସାହିଛକଠାରେ ଶୁକ୍ରବାର ସକାଳ ସମୟରେ ଏକ ବରଯାତ୍ରୀ ଗାଡ଼ି ଗଛକୁ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୬ ଜଣ ଗୁରୁତର ହୋଇଛନ୍ତି ।