ଉପକୂଳ ଓଡିଶା

ପୋଲିସ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି

ପୋଲିସ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି

ନୟାଗଡ଼ ଅଫିସ,୨୯ା୪- ଟାଉନ ଥାନା ପୋଲିସ ତରଫରୁ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ପକ୍ଷରୁ ସଚେତନତା ଶୋଭାଯାତ୍ରା ନାଟକ ପରିବେଷଣ କରାଯାଇଥିଲା।

କୁଜଙ୍ଗରେ ପ୍ରତିଷ୍ଠା ହେବ ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟ, ମଡେଲ ଥାନା

କୁଜଙ୍ଗ,୨୯ା୪(ସ୍ବ.ପ୍ର.): ବିଚାର ବିଭାଗ କ୍ଷେତ୍ରରେ ଜଗତ୍‌ସିଂହପୁର ପରି କୁଜଙ୍ଗରେ ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟ ସ୍ଥାପନ ନିଷ୍ପତ୍ତି ହୋଇଥିବାରୁ ଏହା ବିଚାର ବିଭାଗୀୟ ଜିଲା ମାନ୍ୟତା ପାଇବାକୁ ଯାଉଛି। ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଉଛି।

ଜମି ପ୍ରମାଣପତ୍ର ପାଇଁ ବୁଲିଲା ଡ୍ରୋନ୍‌ କ୍ୟାମେରା

ପାରାଦୀପ,୨୯ା୪(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳରେ ଥିବା ବସ୍ତି ବାସିନ୍ଦାଙ୍କୁ ଲ୍ୟାଣ୍ଡ୍‌ ସାର୍ଟିଫିକେଟ୍‌ ପ୍ରଦାନ ପାଇଁ ଶନିବାର ଡ୍ରୋନ୍‌ କ୍ୟାମେରା ଦ୍ୱାରା ସର୍ଭେ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୮ ଓ ୯ ନମ୍ବର ଓ୍ବାର୍ଡ ବୃନ୍ଦାବନ କଲୋନୀରେ ଏହି ସର୍ଭେ କରାଯାଇଛି।

ଡମ୍ପର ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ଆଜି

ପାରାଦୀପ,୨୯ା୪(ସ୍ବ.ପ୍ର.): ପାରାଦୀପ ଡମ୍ପର ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ରବିବାର ଅଠରବାଙ୍କୀସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏଥିରେ ୩୩୩ ଭୋଟର ୫ଜଣ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ। ଏହି ନିର୍ବାଚନ ପାଇଁ ଗତ ସପ୍ତାହେ ହେଲା ବିବାଦ ଲାଗିରହିଛି। ଏପରି କି ୨ଜଣ ପ୍ରାର୍ଥୀଙ୍କୁ ନେଇ ମାମଲା କୋର୍ଟରେ ପହଞ୍ଚତ୍ଛି।

ବର୍ଷକରେ ଫାଟିଲାଣି ରାଜ୍ୟର ପ୍ରଥମ ଗ୍ରୀନ୍‌ ବିଲ୍ଡିଂ

ବର୍ଷକରେ ଫାଟିଲାଣି ରାଜ୍ୟର ପ୍ରଥମ ଗ୍ରୀନ୍‌ ବିଲ୍ଡିଂ

ପାରାଦୀପ,୨୯ା୪(ଡି.ଏନ୍‌.ଏ.): ପୂର୍ବ ଭାରତ ତଥା ଓଡ଼ିଶାର ପ୍ରଥମ ସବୁଜଘର ଲୋକାର୍ପଣକୁ ଶନିବାର ବର୍ଷେ ପୁରିଛି। ପାରାଦୀପଠାରେ ୨ ଏକର ଜାଗାରେ ୨.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଘରକୁ ଗତବର୍ଷ ଏପ୍ରିଲ ୨୮ରେ ଖୋଦ୍‌ ପରିବେଶ ବିଭାଗ ସଚିବ ଆର.ବାଲକ୍ରିଷ୍ଣନ୍‌ ଲୋକାର୍ପଣ କରିଥିଲେ।

ଜବତ ଜର୍ଦ୍ଦା ବୋଝେଇ ଭ୍ୟାନ୍‌କୁ ଛାଡ଼ି ଦିଆଗଲା

ଜବତ ଜର୍ଦ୍ଦା ବୋଝେଇ ଭ୍ୟାନ୍‌କୁ ଛାଡ଼ି ଦିଆଗଲା

ଡେରାବିଶ,୨୯ା୪ ଡେରାବିଶ ଅଞ୍ଚଳରେ ନକଲି ଜର୍ଦ୍ଦା କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଛି ା ଏଭଳି ପରିସ୍ଥିତିରେ ଡେରାବିଶ ପୋଲିସ ଶୁକ୍ରବାର ଏକ ଜର୍ଦ୍ଦା ବୋଝେଇ ଓମିନି ଭ୍ୟାନ୍‌ (ଓ.ଡି.-୦୨-ଏଚ୍‌-୫୨୯୩)କୁ ସନ୍ଦେହରେ ଥାନା ସମ୍ମୁଖରେ ଦୀର୍ଘ ସମୟ ଅଟକାଇ ଶେଷରେ ଛାଡିଦେବା ଘଟଣା ରହସ୍ୟ ଘେରରେ ରହିଛି ା

ଜେକେ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଉଦ୍‌ଘାଟିତ

ଜେକେ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଉଦ୍‌ଘାଟିତ

କେନ୍ଦ୍ରାପଡା ଅଫିସ, ୨୯ା୪: ସହରର ଖଡିଅଙ୍ଗରେ ଜେକେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ପେସେଣ୍ଟ କେୟାର ସେଣ୍ଟର ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ା ଜିଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ନାରଦ ଚରଣ ବିଶ୍ୱାଳ, ଦେବାଶିଷ ଦାସଙ୍କ ସମେତ ଭୁବନେଶ୍ୱରସ୍ଥିତ ଆପୋଲୋ ହେଲଥ ଆଣ୍ଡ ଲାଇଫ ଷ୍ଟାଇଲ ଲିମିଟେଡର ରିଜିଓନାଲ ସେଲସ ମ୍ୟାନେଜର ରମେଶ

ମିଳିନି ରାଶନ କାର୍ଡ କି ବିଜୁ ପକ୍କାଘର

ମିଳିନି ରାଶନ କାର୍ଡ କି ବିଜୁ ପକ୍କାଘର

ପଟ୍ଟାମୁଣ୍ଡାଇ,୨୯ା୪(ସ୍ବ.ପ୍ର.) ତିନି ପିଲାଙ୍କ ସହ କାନ୍ଥ ନ ଥିବା ଭଙ୍ଗାଘରେ କାଳ କାଟୁଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ଅଳପୁଆ ଗ୍ରାମର ଅସହାୟା ମହିଳା ମନୋରମା ମହାନ୍ତି। ଦୁଇ ଓଳି ଦି ମୁଠା ଖାଇବାକୁ ମିଳୁ ନ ଥିବା ବେଳେ ରାଶନ କାର୍ଡ ନାହିଁ। ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା ମିଳିନାହିଁ।

ମୃତବ୍ୟକ୍ତିଙ୍କ ନାମରେ ମଦ ଦୋକାନ ଲାଇସେନ୍ସ ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୨୯ା୪: କେନ୍ଦ୍ରାପଡା ଜିଲାରେ ବିଭିନ୍ନ ସମୟରେ ମଦ ବ୍ୟବସାୟକୁ ନେଇ ସାମାଜିକ କର୍ମୀ, ମହିଳା ସଂଗଠନ ଆନ୍ଦୋଳନ କରୁଛନ୍ତି ା ଏପରି କି ରାଜକନିକା ବ୍ଲକର ନମତରାରେ ମଦ ବ୍ୟବସାୟକୁ ନେଇ ୨୦୧୬ ମସିହା ମାର୍ଚ୍ଚ ୮ ତାରିଖରେ ଗୁଳିକାଣ୍ଡ ହୋଇଥିଲା ା ଏସବୁ ସତ୍ତ୍ୱେ ରାଜସ୍ବ ଆଦାୟ ନାମରେ ଅବକାରୀ ବିଭାଗ ମଦ ବ୍ୟବସାୟକୁ ପ୍ରୋତ୍ସାହିତ କରି ଚାଲିଛି ା

ଭାରତୀୟ ସଂସ୍କୃତି ସହ ଜଡିତ ପୁସ୍ତକ ଆଗକୁ ଚାଲିବାକୁ ବାଟ ଶିଖାଏ

ଭାରତୀୟ ସଂସ୍କୃତି ସହ ଜଡିତ ପୁସ୍ତକ ଆଗକୁ ଚାଲିବାକୁ ବାଟ ଶିଖାଏ

କେନ୍ଦ୍ରାପଡା ଅଫିସ, ୨୯ା୪- କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ଅଧ୍ୟାପିକା ଚାକିରି ଛାଡି ୨୦୦୬ରୁ ଓଡିଶା ରାଜସ୍ବ ବିଭାଗର ବିଭିନ୍ନ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିିଛନ୍ତି ା କଟକ, ବାଲେଶ୍ୱର, କେନ୍ଦୁଝର ଜିଲା ପରେ ଏବେ କେନ୍ଦ୍ରାପଡା ଜିଲାର ସଦର ତହସିଲରେ ସେ କାର୍ଯ୍ୟକରୁଛନ୍ତି। ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ପାଖର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା

ସଂରକ୍ଷିତ ଜଙ୍ଗଲରେ ଜବରଦଖଲ ଉଦ୍ୟମ ଭଣ୍ଡୁର

ସଂରକ୍ଷିତ ଜଙ୍ଗଲରେ ଜବରଦଖଲ ଉଦ୍ୟମ ଭଣ୍ଡୁର

ମହାକାଳପଡା, ୨୯ା୪ (ଡି.ଏନ.ଏ.)- ବନବିଭାଗର ତତ୍ପରତା ଯୋଗୁ ବଙ୍ଗୋପସାଗର ସଂଲଗ୍ନ ମହାନଦୀ ମୁହାଣ ନିକଟସ୍ଥ ହେଟାମୁଣ୍ଡିଆ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରିବା ଉଦ୍ୟମ ଶନିବାର ଭଣ୍ଡୁର ହୋଇଯାଇଛି।

ଚଣ୍ଡିଖୋଲରେ ସବ୍‌ଜଜ୍‌ କୋର୍ଟ ଖୋଲିବା ବିଳମ୍ବ

ଚଣ୍ଡିଖୋଲ,୨୯ା୪(ଡି.ଏନ.ଏ) ଚଣ୍ଡିଖୋଲରେ ସବ୍‌ଜଜ୍‌ କୋର୍ଟ ଖୋଲିବା ବିଳମ୍ବ ପ୍ରତିବାଦରେ ଶୁକ୍ରବାର ଓକିଲ ସଂଘ କୋର୍ଟ ପରିସରରେ ଧାରଣା ଦେଇଛିି। ୨୦୦୭ରେ ଚଣ୍ଡିଖୋଲଠାରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ହୋଇଥିଲା। ୨୦୧୭ ଏପ୍ରିଲରେ ସରକାର ସବ୍‌ଜଜ୍‌ କୋର୍ଟ ପ୍ରତିଷ୍ଠା ହେବା ନେଇ ଘୋଷଣା କରିଥିଲେ।

ଓଡିଆ ଭାଷା ବ୍ୟବହାର ନ କରିବା ମହଙ୍ଗା ପଡିଲା

ଯାଜପୁର ଅଫିସ,୨୯ା୪ ଓଡିଆ ଭାଷା ବ୍ୟବହାର ନ କରିବା ଯୋଗୁ ଯାଜପୁର ଜିଲା ଶିକ୍ଷାଧିକାରୀଙ୍କୁ ମହଙ୍ଗା ପଡିଛି ା ରାଜ୍ୟରେ ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଯାଜପୁର ଜିଲାରେ ଏହାର ପାଳନ ହେଉ ନ ଥିବାରୁ ଜିଲାପାଳ ରଞ୍ଜନ କୁମାର ଦାସ ଉଦ୍‌ବେଗ ପ୍ରକାଶ କରିବା ସହିତ ଇଂଲିଶି ବ୍ୟବହାର କରୁଥିବା ଜିଲା ଶିକ୍ଷାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ଖୋଲିବାରେ ଲାଗିଛି ଜଳସମ୍ପଦ ବିଭାଗ ଦୁର୍ନୀତି ପେଡ଼ି

ବିଞ୍ଝାରପୁର,୨୯ା୪(ଡି.ଏନ.ଏ) ଦୁର୍ନୀତିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବିଞ୍ଝାରପୁର ବ୍ଲକରେ ଏବେ ପଞ୍ଚାୟତ ରାସ୍ତାକୁ ଗାଏକ କରାଯାଇଥିବା ଅଭିଯୋଗ ହୋଇଛି। ୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କଏଣା ଗ୍ରାମର ମୀରାସାହି- ହରିଜନ ସାହି ରାସ୍ତାରୁ ମାଟି ଉଠାଇନେବା ଘଟଣାରେ ସମ୍ପୃକ୍ତ କନିଷ୍ଠନଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।

ପହଞ୍ଚତ୍ଲାନି ସରକାରୀ ବିହନ, ଘରୋଇ ବିହନକୁ ଆଶ୍ରା

ରସୁଲପୁର,୨୯।୪(ଡି.ଏନ୍‌.ଏ.) ରସୁଲପୁର ବ୍ଲକ ଅଞ୍ଚଳରେ ଖରିଫ ଋତୁରେ ଧାନ ଚାଷୀଙ୍କୁ ହତାଶ ହେବାକୁ ପଡିଛି । ଚାଷୀ ଧାନ ବିହନ ବୁଣା ଆରମ୍ଭ କରିବାକୁ ବସିଥିବାବେଳେ ଏଯାବତ୍‌ ସରକାରୀ ବିହନ ସେମାନଙ୍କୁ ମିଳିନାହିଁ। ଫଳରେ ଚାଷୀମାନେ ବାଧ୍ୟ ହୋଇ ଘରୋଇ ବିହନକୁ ଆଶ୍ରା କରି ଚାଷ କାର୍ଯ୍ୟ କରୁଛନ୍ତି। ଏହାଦ୍ୱାରା କୃଷି ବିଭାଗ ପକ୍ଷରୁ ଅମଳକୁ ନେଇ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟ ହାସଲ ହେବାନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବର୍ଷକରେ ସାରିବାର ଥିଲା, ୭ବର୍ଷ ପରେ ବି ହେଲାନ

ଯାଜପୁର ରୋଡ,୨୯ା୪(ନି.ପ୍ର) ଗ୍ରୀଷ୍ମ ଋତୁ ଆରମ୍ଭ ହେଉଣୁ ପାରଦ ୪୦ ଡିଗ୍ରୀ ଛୁଇଁଲାଣି। କିନ୍ତୁ ଏପର୍ଯ୍ୟନ୍ତ କୋରେଇ ବ୍ଲକ ମୁକୁନ୍ଦପୁରବାସୀଙ୍କର ପାନୀୟ ଜଳ ସମସ୍ୟା ସୁଧୁରିଲା ନାହିଁ। ୭ବର୍ଷ ତଳେ ୨୦୧୧ ମସିହାରେ ତକତ୍ାଳୀନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ମୁକୁନ୍ଦପୁରଠାରେ ଏକ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ନାବାଳିକା ବଳାତ୍କାର ଅଭିଯୋଗ

ନାବାଳିକା ବଳାତ୍କାର ଅଭିଯୋଗ

ନୟାଗଡ଼ ଅଫିସ,୨୮।୪- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅଞ୍ଚଳର ଜଣେ ୧୩ ବର୍ଷର ନାବାଳିକାଙ୍କୁ ମକାଖାଲ ଗ୍ରାମର ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ନୂଆଗାଁ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ୨ମାସ ତଳେ ନାବାଳିକା ଜଣକ ତାଙ୍କ ସାଙ୍ଗ ଘରକୁ ଫୋନ୍‌ରେ କଥା ହେବା ପାଇଁ ଯାଇଥିଲେ।

ଜିଲା କଂଗ୍ରେସର ବୈଠକ

ନୟାଗଡ଼ ଅଫିସ,୨୮।୪- ନୟାଗଡ଼ ଜିଲା କଂଗ୍ରେସ ତରଫରୁ ଏକ ସାଙ୍ଗଠନିକ ଆଲୋଚନାଚକ୍ର ମେ ୩ ତାରିଖରେ ଅନୁଷ୍ଠିତ ହେବ। ଏଥିନେଇ ଶନିବାର ଏକ ପ୍ରସ୍ତୁତି ବୈଠକ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି। ପିସିସି ସାଙ୍ଗଠନିକ ସମ୍ପାଦକ ମନୋଜ କୁମାର ସାହୁଙ୍କ ଏଥିରେ ଅଧ୍ୟକ୍ଷତା କରିଥିଲେ।

ଆଇନଜୀବୀ  ଦିବସ ପାଳିତ

ଆଇନଜୀବୀ ଦିବସ ପାଳିତ

ନୟାଗଡ଼ ଅଫିସ,୨୮।୪- ନୟାଗଡ଼ ଜିଲା ବାର ଆସୋସିଏଶନ ତରଫରୁ କୋର୍ଟ ସମ୍ମିଳନୀ କକ୍ଷରେ ଶନିବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୦ତମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ଆସୋସିଏଶନ୍‌ର ସଭାପତି ଅମିୟ ପଟ୍ଟାନୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ହାଇକୋର୍ଟର ବିଚାରପତି ଦୁର୍ଗା ପ୍ରସନ୍ନ ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଉପରେ ବକ୍ତବ୍ୟ ରଖିଥିଲେ।

୫୦ ଟଙ୍କାରେ ଏଲଇଡ଼ି ବଲ୍‌ବ ପ୍ରଦାନ

୫୦ ଟଙ୍କାରେ ଏଲଇଡ଼ି ବଲ୍‌ବ ପ୍ରଦାନ

ନୟାଗଡ଼ ଅଫିସ,୨୮।୪- ଗ୍ରାମ ଶକ୍ତି ଦିବସ ଉପଲକ୍ଷେ ସୌଭାଗ୍ୟ ଯୋଜନାରେ ଶନିବାର ନୟାଗଡ଼ଠାରେ ଏଲ୍‌ଇଡ଼ି ବଲ୍‌ବ ପ୍ରଦାନ କରାଯାଇଛି। ଗ୍ରାମ ସ୍ବରାଜ ଅଭିଯାନରେ ସମସ୍ତ ଘରକୁ ଆଲୋକିତ ରଖିବା ଲକ୍ଷ୍ୟରେ ଉଜାଲା ଯୋଜନାରେ ଏହି ବଲ୍‌ବ ବଣ୍ଟନ କରାଯାଇଥିଲା।

ଜଗତ୍‌ସିଂହପୁରରେ ଲଜ୍ଜା: ନାବାଳିକାଙ୍କୁ ଗଣ ବଳାତ୍କାର ଉଦ୍ୟମ

ଜଗତ୍‌ସିଂହପୁରରେ ଲଜ୍ଜା: ନାବାଳିକାଙ୍କୁ ଗଣ ବଳାତ୍କାର ଉଦ୍ୟମ

ଜଗତ୍‌ସିଂହପୁର ଅଫିସ,୨୮ା୪: ଜଗତ୍‌ସିଂହପୁର ଜିଲାରେ ପୁଣି ଏକ ନାବାଳିକା ଗଣବଳାତ୍କାର ଉଦ୍ୟମ ହୋଇଛି। ତିର୍ତ୍ତୋଲ ଥାନା କୃଷ୍ଣାନନ୍ଦପୁର ଫାଣ୍ଡି ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ୩ଜଣ ଯୁବକ ଗଣବଳାତ୍କାର ଉଦ୍ୟମ କରିବା ସହ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ନାବାଳିକା ସେମାନଙ୍କ କବଳରୁ ରକ୍ଷା ପାଇ ଯାଇଛନ୍ତି। ପୋଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ଜଣାପଡିଛି। ଯୁବକ ଦ୍ୱୟ ହେଲେ କୋଲଟାର ଚନ୍ଦ୍ରମଣୀ ବେହେରା ଓ ରେଢୁଆର ରଶ୍ମୀରଞ୍ଜନ ଦାସ।

ଲେଭଲ କ୍ରସିଂ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଲେଭଲ କ୍ରସିଂ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନିରାକାରପୁର,୨୮।୪(ଡି.ଏନ.ଏ.)-ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ହରିହରପୁର ଲେଭଲ କ୍ରସିଂ ନିକଟରୁ ଶନିବାର ନିରାକାରପୁର ରେଲଓ୍ବେ ଫାଣ୍ଡି ପୋଲିସ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ତାଙ୍କ ପରିଚୟ ଜଣା ପଡି ନଥିବାବେଳେ ମୃତ୍ୟୁର କାରଣ ମଧ୍ୟ ଜଣାପଡି ନାହିଁ।

 ଜାତୀୟ ସଡ଼କ ସୁରକ୍ଷା ଅବସରରେ ପୋଲିସର ପଦଯାତ୍ରା

ଜାତୀୟ ସଡ଼କ ସୁରକ୍ଷା ଅବସରରେ ପୋଲିସର ପଦଯାତ୍ରା

ପାରାଦୀପ,୨୮। ୪(ସ୍ବ.ପ୍ର.)- ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ପାରାଦୀପ ପୋଲିସ ପକ୍ଷରୁ ସଚେତନତା ଶୋଭାଯାତ୍ରା ହୋଇଛି।

ସାଇ ମନ୍ଦିରରୁ ଚୋରି

ସାଇ ମନ୍ଦିରରୁ ଚୋରି

ନୟାଗଡ ଅଫିସ,୨୮ା୪-ନୟାଗଡ ଡିଆରଡିଏ ରୋଡସ୍ଥିତ ଲେଖନପୁର ଗ୍ରାମରେ ଥିବା ସାଇ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁବୃତ୍ତ ମନ୍ଦିର ମୁଖ୍ୟ ଫାଟକର ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ୨ଟି ହୁଣ୍ଡି ଓ ଠାକୁରଙ୍କ ୨ଟି ପିତ୍ତଳ ପାଦୁକା ଚୋରି କରି ନେଇ ଯାଇଛି।