ଉପକୂଳ ଓଡିଶା

ଥାନା ଆଇଆଇସିଙ୍କୁ ମାଡ଼ ଘଟଣା: ଆଉ ଜଣେ ଅଭିଯକ୍ତ ଗିରଫ

ଥାନା ଆଇଆଇସିଙ୍କୁ ମାଡ଼ ଘଟଣା: ଆଉ ଜଣେ ଅଭିଯକ୍ତ ଗିରଫ

ବିରିଡ଼ି,୨୯।୪(ଡି.ଏନ୍‌.ଏ.): ବରିଡ଼ି ଥାନା ଆଇଆଇସି ଭରତ କୁମାର ବେହେରାଙ୍କୁ ମାଡ଼ ମାରିବା ଘଟଣାରେ ଅନ୍ୟତମ ଅଭିଯୁକ୍ତ ଗେଲପୁରର ଜୟରାମ ବସ୍ତିଆଙ୍କୁ ରବିବାର ବିରିଡ଼ି ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ରାସାୟନିକ ଧୂଆଁରେ ଉପକୂଳବାସୀ ଅତିଷ୍ଠ

ରାସାୟନିକ ଧୂଆଁରେ ଉପକୂଳବାସୀ ଅତିଷ୍ଠ

ମହାକାଳପଡା,୨୯ା୪(ଡି.ଏନ୍‌.ଏ.)- ମହାକାଳପଡା ବ୍ଳକରେ ରୌଦ୍ରତାପ ଜାରି ରହିଥିବା ବେଳେ ୨ ଦିନ ହେବ ପାରାଦୀପ ଶୀଳ୍ପଞ୍ଚଳର ରସାୟନିକ ଗ୍ୟାସ ଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଲେଣି। ପାରାଦୀପ ସାରକାରଖାନାରୁ ଆମୋନିଆ ଗ୍ୟାସ ନିର୍ଗତ ଯୋଗୁ ମହାକାଳପଡା ବ୍ଲକର ରାମନଗର, ଖରିନାସୀ, ବତୀଘର, ପେଟଛେଲା, ବରକନ୍ଧା, ବଉଳକଣୀ, ବାରଡାଙ୍ଗ, ଜମ୍ବୁ, ମଙ୍ଗଳାଇ, ତେରଗାଁ ଆଦି ଅଞ୍ଚଳରେ ଲୋକେ ଛଟପଟ ହେଉଛନ୍ତି। ଏହି ଗ୍ୟାସ ଯୋଗୁ ଆଖି ଓ ନାକରେ ଯନ୍ତ୍ରଣା ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତିି।

ସଡକ ସୁରକ୍ଷା ସଚେତନତା ପାଇଁ ଆଇପିଏସ୍‌ ଅଧିକାରୀଙ୍କ  ସାଇକେଲ ଯାତ୍ରା

ସଡକ ସୁରକ୍ଷା ସଚେତନତା ପାଇଁ ଆଇପିଏସ୍‌ ଅଧିକାରୀଙ୍କ ସାଇକେଲ ଯାତ୍ରା

ଡେରାବିଶ,୨୯।୪(ସ୍ବ.ପ୍ର.)- ସଡକ ସୁରକ୍ଷା ସପ୍ତାହ ଅବସରରେଆଇପିଏସ୍‌ ଅଧିକାରୀମାନେ ରବିବାର ସାଇକେଲ ଯାତ୍ରା କରିଛନ୍ତି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ଆପିଏସ୍‌ ପୋଲିସ ଅଧିକାରୀମାନେ ସାଇକେଲରେ କଟକରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ପ୍ରାୟ ୬୦ କିଲୋମିଟର ଯାତ୍ରା କରିଛନ୍ତି।

ମେ ୫ରୁ ଯାଜପୁର ପ୍ରିମୟମ ଲିଗ୍‌  କ୍ରିକେଟ୍‌ ଟୁର୍ନାମେଣ୍ଟ ଆରମ୍ଭ

ମେ ୫ରୁ ଯାଜପୁର ପ୍ରିମୟମ ଲିଗ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଆରମ୍ଭ

ବିରାଜକ୍ଷେତ୍ର, ୨୯।୪(ଡି.ଏନ୍‌.ଏ.)-ଯାଜପୁର ପୌର ପାଳିକାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ମେ ୫ରୁ ଯାଜପୁର ପ୍ରିମୟମ ଲିଗ (ଜେପିଏଲ)କ୍ରିକେଟ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି।

ପଥର ବୋଝେଇ ଟ୍ରକ ଜବତ

ପଥର ବୋଝେଇ ଟ୍ରକ ଜବତ

ବିରାଜକ୍ଷେତ୍ର, ୨୯।୪(ଡି.ଏନ୍‌.ଏ.)- ଯାଜପୁର ଜିଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ୍‌ ଖଣିଜ ପଦାର୍ଥ ପରିବହନ ଉପରେ ଲଗାମ ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରବିବାର ଯାଜପୁର ଥାନା ଅଞ୍ଚଳକୁ ନାକାବନ୍ଦୀ କରାଯାଇ ୮ ପଥର ବେଝେଇ ଓ ଗୋଟିଏ ଚିପ୍ସ୍‌ ଟ୍ରକକୁ ଜବତ କରାଯାଇ ଡ୍ରାଇଭରମାନଙ୍କୁ ଯାଜପୁର ଥାନାରେ ଅଟକ ରଖାଯାଇଛି।

କାଳବୈଶାଖୀ ଯୋଗୁ ଲୋକେ ହନ୍ତସନ୍ତ

କାଳବୈଶାଖୀ ଯୋଗୁ ଲୋକେ ହନ୍ତସନ୍ତ

ଜଗତସିଂହପୁର ଅଫିସ,୨୯।୪- ଜଗତସିଂହପୁର ଜିଲାରେ କାଳ ବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ଶ୍ରୀମା, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ଶ୍ରୀମା, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ବାଲିକୁଦା, ୨୯।୪(ସ୍ବ.ପ୍ର.)- ବାଲିକୁଦା ବ୍ଳକ ନଦରଣାସ୍ଥିତ ଶ୍ରୀମା, ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।

ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଓଡଗଁ।/ଖୋର୍ଦ୍ଧାଅଫିସ, ୨୯।୪(ସ୍ବ.ପ୍ର.)- ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ରବିବାର ଗ୍ରାମବାସୀ ପିଟି ପିଟି ମାରିଦେଇଛନ୍ତି। ନୟାଗଡ ଜିଲା ଓଡଗଁ। ଥାନା ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।

ରାଜ୍ୟ ଅଧିବକ୍ତା ପରିଷଦର  କାର୍ଯ୍ୟକାରିଣୀ ବୈଠକ

ରାଜ୍ୟ ଅଧିବକ୍ତା ପରିଷଦର କାର୍ଯ୍ୟକାରିଣୀ ବୈଠକ

ଯାଜପୁର ରୋଡ,୨୯।୪(ନି.ପ୍ର)-ଯାଜପୁର ରୋଡସ୍ଥିତ ଭୀମସେନ ପ୍ୟାଲେସ ଠାରେ ରାଜ୍ୟ ଅଧିବକ୍ତା ପରିଷଦ ଓଡିଶାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଓଡିଆ ଭାଷା ବ୍ୟବହାର ନ କରିବା ମହଙ୍ଗା ପଡିଲା ଜିଲା ଶିକ୍ଷାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଓଡିଆ ଭାଷା ବ୍ୟବହାର ନ କରିବା ମହଙ୍ଗା ପଡିଲା ଜିଲା ଶିକ୍ଷାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଯାଜପୁର ଅଫିସ,୨୯।୪- ଓଡିଆ ଭାଷା ବ୍ୟବହାର ନ କରିବା ଯୋଗୁ ଯାଜପୁର ଜିଲା ଶିକ୍ଷାଧିକାରୀଙ୍କୁ ମହଙ୍ଗା ପଡିଛି ା ରାଜ୍ୟରେ ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ବହୁଚର୍ଚ୍ଚିତ ଶ୍ୟାମପଦ ହତ୍ୟା ଘଟଣା ରହସ୍ୟ ଘେରରେ ମୁଖ୍ୟସାକ୍ଷୀଙ୍କ ଆତ୍ମହତ୍ୟା

ବହୁଚର୍ଚ୍ଚିତ ଶ୍ୟାମପଦ ହତ୍ୟା ଘଟଣା ରହସ୍ୟ ଘେରରେ ମୁଖ୍ୟସାକ୍ଷୀଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୨୯।୪- ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳର ବହୁଚର୍ଚ୍ଚିତ ଶ୍ରମିକ ନେତା ଶ୍ୟାମପଦ ରାଉତଙ୍କୁ ଅପହରଣ ଓ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଗଜେନ୍ଦ୍ର ମହନ୍ତ ସିବିଆଇ ଦ୍ୱାରା ଗିରଫ ହେବା ପରେ ବହୁ ଅନାଲୋଚିତ ତଥ୍ୟ ପଦାକୁ ଆସିବାରେ ଲାଗିଛି।

ଭାଲୁ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଯାଜପୁର ଅଫିସ,୨୯।୪: ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପତରଙ୍ଗ ଗ୍ରାମରେ ରବିବାର ସକାଳେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଶ୍ୟାମ ହେସା(୬୦)। ତାଙ୍କୁ ରକ୍ଷା କରିବାକୁଯାଇ ମୁକୁରା ମୁଣ୍ଡା(୩୨) ନାମକ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ନୟାଗଡ଼ ଛାତ୍ରୀ ପ୍ରଥମ

ନୟାଗଡ଼ ଅଫିସ,୨୯ା୪-ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଜୟଦେବ ଭବନଠାରେ ଗୁରୁବାର ଆୟୋଜିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ନୟାଗଡ଼ର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ନିଆରା ଚିନ୍ତାଧାରା ପକ୍ଷୀମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା

ନୟାଗଡ଼ ଅଫିସ,୨୯ା୪-ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗୁଛି। ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରିସ୍ଥଳେ ପଶୁପକ୍ଷୀମାନେ ମଧ୍ୟ ଜଳକଷ୍ଟ ଭୋଗ କରୁଛନ୍ତି । ଏହାକୁ ଦୃଷ୍ଟି ରଖି ସହରର କିଛି ବୁଦ୍ଧିଜୀବୀଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଠେକି ଭିତରେ ପାଣି ରଖି ଚଢ଼େଇମାନଙ୍କ ପାଇଁ

ପ୍ରଶାସନର ଅସହଯୋଗରୁ ଚନ୍ଦନ ଯାତ୍ରା ବନ୍ଦ

ନୟାଗଡ଼ ଅଫିସ,୨୯ା୪-ଚଳିତବର୍ଷ ନୟାଗଡ ଜିଲା ଖଣ୍ଡପଡ଼ା ତହସିଲଦାରଙ୍କ ଅସହଯୋଗ ଯୋଗୁ ଚନ୍ଦନଯାତ୍ରା ହୋଇପାରି ନ ଥିବା ଅଭିଯୋଗ କରିଛନ୍ତି କଣ୍ଟିଲୋ ଶ୍ରୀ ନୀଳମାଧବଜୀଉ ମନ୍ଦିରର ପୂଜକ ସେବାୟତ। ଶୁକ୍ରବାର ନୟାଗଡ ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ଏକ ଖବରଦାତା ସମ୍ମିଳନୀ କରି ସେବାୟତମାନେ ଏହି ଅଭିଯୋଗ କରିଛନ୍ତି।

ଓଡଗାଁରେ ନୃସିଂହ ଜୟନ୍ତୀ ପାଳିତ

ଓଡଗାଁରେ ନୃସିଂହ ଜୟନ୍ତୀ ପାଳିତ

ଓଡ଼ଗଁା,୨୯ା୪(ସ୍ବ.ପ୍ର.)- ଶନିବାର ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଓଡଗାଁରେ ବିଜେ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରାଙ୍ଗଣରେ ବୈଦିକ ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ନୃସିଂହ ଜୟନ୍ତୀ

ପୋଲିସ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି

ପୋଲିସ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି

ନୟାଗଡ଼ ଅଫିସ,୨୯ା୪- ଟାଉନ ଥାନା ପୋଲିସ ତରଫରୁ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ପକ୍ଷରୁ ସଚେତନତା ଶୋଭାଯାତ୍ରା ନାଟକ ପରିବେଷଣ କରାଯାଇଥିଲା।

କୁଜଙ୍ଗରେ ପ୍ରତିଷ୍ଠା ହେବ ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟ, ମଡେଲ ଥାନା

କୁଜଙ୍ଗ,୨୯ା୪(ସ୍ବ.ପ୍ର.): ବିଚାର ବିଭାଗ କ୍ଷେତ୍ରରେ ଜଗତ୍‌ସିଂହପୁର ପରି କୁଜଙ୍ଗରେ ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟ ସ୍ଥାପନ ନିଷ୍ପତ୍ତି ହୋଇଥିବାରୁ ଏହା ବିଚାର ବିଭାଗୀୟ ଜିଲା ମାନ୍ୟତା ପାଇବାକୁ ଯାଉଛି। ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଉଛି।

ଜମି ପ୍ରମାଣପତ୍ର ପାଇଁ ବୁଲିଲା ଡ୍ରୋନ୍‌ କ୍ୟାମେରା

ପାରାଦୀପ,୨୯ା୪(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳରେ ଥିବା ବସ୍ତି ବାସିନ୍ଦାଙ୍କୁ ଲ୍ୟାଣ୍ଡ୍‌ ସାର୍ଟିଫିକେଟ୍‌ ପ୍ରଦାନ ପାଇଁ ଶନିବାର ଡ୍ରୋନ୍‌ କ୍ୟାମେରା ଦ୍ୱାରା ସର୍ଭେ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୮ ଓ ୯ ନମ୍ବର ଓ୍ବାର୍ଡ ବୃନ୍ଦାବନ କଲୋନୀରେ ଏହି ସର୍ଭେ କରାଯାଇଛି।

ଡମ୍ପର ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ଆଜି

ପାରାଦୀପ,୨୯ା୪(ସ୍ବ.ପ୍ର.): ପାରାଦୀପ ଡମ୍ପର ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ରବିବାର ଅଠରବାଙ୍କୀସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏଥିରେ ୩୩୩ ଭୋଟର ୫ଜଣ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବେ। ଏହି ନିର୍ବାଚନ ପାଇଁ ଗତ ସପ୍ତାହେ ହେଲା ବିବାଦ ଲାଗିରହିଛି। ଏପରି କି ୨ଜଣ ପ୍ରାର୍ଥୀଙ୍କୁ ନେଇ ମାମଲା କୋର୍ଟରେ ପହଞ୍ଚତ୍ଛି।

ବର୍ଷକରେ ଫାଟିଲାଣି ରାଜ୍ୟର ପ୍ରଥମ ଗ୍ରୀନ୍‌ ବିଲ୍ଡିଂ

ବର୍ଷକରେ ଫାଟିଲାଣି ରାଜ୍ୟର ପ୍ରଥମ ଗ୍ରୀନ୍‌ ବିଲ୍ଡିଂ

ପାରାଦୀପ,୨୯ା୪(ଡି.ଏନ୍‌.ଏ.): ପୂର୍ବ ଭାରତ ତଥା ଓଡ଼ିଶାର ପ୍ରଥମ ସବୁଜଘର ଲୋକାର୍ପଣକୁ ଶନିବାର ବର୍ଷେ ପୁରିଛି। ପାରାଦୀପଠାରେ ୨ ଏକର ଜାଗାରେ ୨.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଘରକୁ ଗତବର୍ଷ ଏପ୍ରିଲ ୨୮ରେ ଖୋଦ୍‌ ପରିବେଶ ବିଭାଗ ସଚିବ ଆର.ବାଲକ୍ରିଷ୍ଣନ୍‌ ଲୋକାର୍ପଣ କରିଥିଲେ।

ଜବତ ଜର୍ଦ୍ଦା ବୋଝେଇ ଭ୍ୟାନ୍‌କୁ ଛାଡ଼ି ଦିଆଗଲା

ଜବତ ଜର୍ଦ୍ଦା ବୋଝେଇ ଭ୍ୟାନ୍‌କୁ ଛାଡ଼ି ଦିଆଗଲା

ଡେରାବିଶ,୨୯ା୪ ଡେରାବିଶ ଅଞ୍ଚଳରେ ନକଲି ଜର୍ଦ୍ଦା କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଛି ା ଏଭଳି ପରିସ୍ଥିତିରେ ଡେରାବିଶ ପୋଲିସ ଶୁକ୍ରବାର ଏକ ଜର୍ଦ୍ଦା ବୋଝେଇ ଓମିନି ଭ୍ୟାନ୍‌ (ଓ.ଡି.-୦୨-ଏଚ୍‌-୫୨୯୩)କୁ ସନ୍ଦେହରେ ଥାନା ସମ୍ମୁଖରେ ଦୀର୍ଘ ସମୟ ଅଟକାଇ ଶେଷରେ ଛାଡିଦେବା ଘଟଣା ରହସ୍ୟ ଘେରରେ ରହିଛି ା

ଜେକେ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଉଦ୍‌ଘାଟିତ

ଜେକେ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଉଦ୍‌ଘାଟିତ

କେନ୍ଦ୍ରାପଡା ଅଫିସ, ୨୯ା୪: ସହରର ଖଡିଅଙ୍ଗରେ ଜେକେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଓ ପେସେଣ୍ଟ କେୟାର ସେଣ୍ଟର ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ା ଜିଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ନାରଦ ଚରଣ ବିଶ୍ୱାଳ, ଦେବାଶିଷ ଦାସଙ୍କ ସମେତ ଭୁବନେଶ୍ୱରସ୍ଥିତ ଆପୋଲୋ ହେଲଥ ଆଣ୍ଡ ଲାଇଫ ଷ୍ଟାଇଲ ଲିମିଟେଡର ରିଜିଓନାଲ ସେଲସ ମ୍ୟାନେଜର ରମେଶ

ମିଳିନି ରାଶନ କାର୍ଡ କି ବିଜୁ ପକ୍କାଘର

ମିଳିନି ରାଶନ କାର୍ଡ କି ବିଜୁ ପକ୍କାଘର

ପଟ୍ଟାମୁଣ୍ଡାଇ,୨୯ା୪(ସ୍ବ.ପ୍ର.) ତିନି ପିଲାଙ୍କ ସହ କାନ୍ଥ ନ ଥିବା ଭଙ୍ଗାଘରେ କାଳ କାଟୁଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ଅଳପୁଆ ଗ୍ରାମର ଅସହାୟା ମହିଳା ମନୋରମା ମହାନ୍ତି। ଦୁଇ ଓଳି ଦି ମୁଠା ଖାଇବାକୁ ମିଳୁ ନ ଥିବା ବେଳେ ରାଶନ କାର୍ଡ ନାହିଁ। ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା ମିଳିନାହିଁ।