ଉପକୂଳ ଓଡିଶା

ଗୋଟିଏ ରାସ୍ତାରେ ୨ ଫଳକ

ଗୋଟିଏ ରାସ୍ତାରେ ୨ ଫଳକ

ଚଣ୍ଡିଖୋଲ,୩୧।୩(ଡି.ଏନ୍‌.ଏ.)- ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ସବ୍‌ଡିଭିଜନ ଅଧୀନରେ ରହିଥିବା ରାସ୍ତା କାଯର୍‌ୟ ନିମ୍ନମାନର ହେଉଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ହେଉନି। ବିଭାଗୀୟ ଅବହେଳା ପାଇଁ ଅବଧି ସରିଯାଉଛି ହେଲେ କାଯର୍‌ୟ ସରୁନାହିଁ। ଗୁପ୍ତ ଟେଣ୍ଡର ମାଧ୍ୟମରେ କୋଟି କୋଟି ଟଙ୍କା ହଡପ ହେଉଥିବା ବେଳେ ଗୋଟିଏ ରାସ୍ତାର ୨ଟି ନାମକରଣ କରାଯାଇ ବ୍ୟାପକ ଅର୍ଥ ହଡପ କରାଯାଉଛି ବୋଲି ଅଭିଯୋଗ ହେଉଛି। ଜାତୀୟ ରାଜପଥ ୫ନଂ (କ) ଠାରୁ ଦକ୍ଷିଣକୂଳ ପର୍ଯ୍ୟନ୍ତ ଦୀର୍ଘ ୭ କିମି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନରେ ଅନ୍ତର୍ଭୁକ୍ତ କରାଯାଇ ୨୦୧୬ରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି କାଯର୍‌ୟ ଅଧା ହୋଇନାହିଁ। ଏହାର ଅବଧି ୬ ମାସ ହେଲା ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟ ହୋଇପାରୁ ନାହିଁ। କାଯର୍‌ୟ ନ ସରିବା ପୂର୍ବରୁ ଏଠାରେ ଏହି ରାସ୍ତାର ନାମକରଣ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପରିଣତ କରାଯାଇଛି। ଏହାର ମରାମତି ପାଇଁ ୬ ମାସ ତଳୁ ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି।

୧୫ ଦିନର ଶିଶୁପୁତ୍ରକୁ ଟେକିନେଲା ମାଙ୍କଡ଼

୧୫ ଦିନର ଶିଶୁପୁତ୍ରକୁ ଟେକିନେଲା ମାଙ୍କଡ଼

ବାଙ୍କୀ,୩୧।୩(ଡି.ଏନ୍‌.ଏ.): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ପାଟଣା ସାହିରେ ଶନିବାର ସକାଳେ ଏକ ଅଭାବନୀୟ ଘଟାଣା ଘଟିଛି। ମା’ ବାପାଙ୍କ ମଝିରେ ଶୋଇଥିବା ୧୫ ଦିନର ଶିଶୁପୁତ୍ରକୁ ଏକ ମାଙ୍କଡ ଟେକି ନେଇଯାଇଛି। ସୂଚନା ଅନୁଯାୟୀ, ରାଧାକୃଷ୍ଣ ନାୟକ ଓ ସରୋଜିନୀ ନାୟକ ପୁଅକୁ ମଝିରେ ଧରି ଘରେ ଶୋଇଥିଲେ। ହଠାତ୍‌ ଏକ ମାଙ୍କଡ ଘରେ ପଶି ଶିଶୁକୁ ଟେକି ନେଇ ପଳାଇଥିଲା।

ବୈଜୟନ୍ତଙ୍କ ଇସ୍ତଫା ଦାବିରେ ରାସ୍ତାରୋକୋ

ବୈଜୟନ୍ତଙ୍କ ଇସ୍ତଫା ଦାବିରେ ରାସ୍ତାରୋକୋ

ମାର୍ଶାଘାଇ,୩୧।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଦାବିରେ ମାର୍ଶାଘାଇ ବ୍ଲକ ବିଜେଡି ତରଫରୁ ଶନିବାର ୫ ନମ୍ବର(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଛକଠାରେ ରାସ୍ତା ଅବରୋଧ କରାଯାଇଛି। ଶତାଧିକ ବିଜେଡି କର୍ମୀ ରାସ୍ତା ଉପରେ ନିଆଁ ଜାଳି ବିରୋଧ କରିଛନ୍ତି।

ଷ୍ଟୋର୍‌କିପରଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଉତ୍ତେଜନା

ଷ୍ଟୋର୍‌କିପରଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ଉତ୍ତେଜନା

ନିଶ୍ଚିନ୍ତକୋଇଲି,୩୧।୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ଆସ୍‌ମାସ ଆଇଟିସିର ଷ୍ଟୋର୍‌କିପର ପ୍ରସନ୍ନ କୁମାର ସାମନ୍ତରାୟ(୫୮)ଙ୍କ ଶୁକ୍ରବାର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଶୁକ୍ରବାର ମଧ୍ୟରାତ୍ରରୁ ବାଲିଆପଦା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।

କଲ୍ଲୋଳ:ପ୍ରଶାନ୍ତ ବାଦ୍‌, ବିକ୍ରମ ମୁଖ୍ୟଅତିଥି

ଜଗତ୍‌ସିଂହପୁର ଅଫିସ,୩୦।୩- ଆଉ ଦିନକ ପରେ ଆରମ୍ଭ ହେବ ଜଗତ୍‌ସିଂହପୁର ଜିଲା ମହୋତ୍ସବ କଲ୍ଲୋଳ। କିନ୍ତୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ପତ୍ର ବଣ୍ଟାଯାଇପାରିନି। ଶୁକ୍ରବାର ରାତାରାତି କାର୍ଡ ଛପାଯାଇ ଶନିବାର ବଣ୍ଟାଯିବ ବୋଲି ଜଣାଯାଇଛି। ଗୋଟିଏ ଦିନରେ ଏତେ କାର୍ଡ କିପରି ବଣ୍ଟାଯିବ ସେନେଇ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପଟେ ଉତ୍କଳ ଦିବସ ତଥା କଲ୍ଲୋଳର ଉଦ୍‌ଘାଟନୀ ଦିବସରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ମୁଖ୍ୟଅତିଥି କରାଯିବାକୁ ସ୍ଥିର ହୋଇଥିଲା। କିନ୍ତୁ ଏହି ଘୋଷଣାର ଦିନକ ପରେ ହଠାତ୍‌ ମୁଦୁଲିଙ୍କ ପରିବର୍ତ୍ତେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟଅତିଥି ହେବେ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି। କାହିଁକି ଓ କେଉଁ ପରିପ୍ରେକ୍ଷୀରେ ମୁଖ୍ୟଅତିଥି ବଦଳିଲେ ତାହା ଆଲୋଚନାର ବିଷୟ ହୋଇଛି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜିଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ଯୋଗୁ କଲ୍ଲୋଳ ରାଜନୀତି ସରଗରମ ହେଉଥିବା କୁହାଯାଉଛି।

ଏପ୍ରିଲ ୧ରୁ ୮ ଘଣ୍ଟିଆ କାମ

ପାରାଦୀପ,୩୦।୩(ସ୍ବ.ପ୍ର.) ଦୀର୍ଘବର୍ଷ ଧରି ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କମ୍ପାନୀ ଅଧୀନରେ କାମ କରିଆସୁଥିବା ଶ୍ରମିକମାନେ ଏବେ ଆଶ୍ୱସ୍ତ ହୋଇଛନ୍ତି। ସେମାନଙ୍କୁ ଆଉ ପୂର୍ବଭଳି ଦୈନିକ ୧୮ଘଣ୍ଟା କାମ କରିବାକୁ ପଡିବ ନାହିଁ। ଏପ୍ରିଲ ୧ରୁ ସେମାନେ ଦୈନିକ ୮ଘଣ୍ଟା କାମ କରିବେ। ଏ ସମ୍ପର୍କିତ ଏକ ନୋଟିସ ଶୁକ୍ରବାର ବନ୍ଦରର ବିଭିନ୍ନ ଗେଟ୍‌, ଅଫିସ ଓ କମ୍ପାନୀ ବୁକିଂ ଅଫିସରେ ମରାଯାଇଛି। ଏଥିରେ ଖୁସି ହୋଇ ଶ୍ରମିକମାନେ ବନ୍ଦର କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ନିମନ୍ତେ ଆସନ୍ତା ୧ ତାରିଖରେ ଘଣ୍ଟିକିଆ ଉତ୍ସବ ପାଳନ କରିବେ ବୋଲି କହିଛନ୍ତି।

ବେଆଇନ ଟୋଲ୍‌ ପ୍ଲାଜାକୁ ନେଇ ଚ୍ୟାଲେଞ୍ଜ

କଟକ ଅଫିସ, ୩୦।୩ ରାସ୍ତା କାମ ସରିନି। କିନ୍ତୁ ବେଆଇନ ଭାବେ ଟୋଲ ଆଦାୟ କରାଯାଉଛି। ସମସ୍ତ ନିୟମ କାନୁନକୁ ଉଲ୍ଲଂଘନ କରାଯାଇ ଏହି ଟୋଲ ଆଦାୟ ହେଉଛି। ସମସ୍ତେ ଦେଖୁଛନ୍ତି। ହେଲେ ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଣୁ କେନ୍ଦୁଝର, ଯାଜପୁର ଓ କଟକରେ ଥିବା ବେଆଇନ ଟୋଲ ପ୍ଲାଜାକୁ ଚ୍ୟାଲେଞ୍ଜ କରାଯାଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି କରି ବିଚାରପତି ସଞ୍ଜୟ କୁମାର ମିଶ୍ର କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ, ଏନ୍‌ଏଚ୍‌ଏଆଇ ସମେତ ଅନ୍ୟ ପ୍ରତିପକ୍ଷମାନଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି।

 କୋକ୍‌ଓଭେନ ପରିଚାଳନା ଟେଣ୍ଡରରେ ଅନିୟମିତତା

କୋକ୍‌ଓଭେନ ପରିଚାଳନା ଟେଣ୍ଡରରେ ଅନିୟମିତତା

ଯାଜପୁର ଅଫିସ,୩୦।୩ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ଏମ୍‌ଟିସି, ଓଡିଶା ସରକାରଙ୍କ ଉଦ୍ୟୋଗ ଇପିକଲ ଏବଂ ଓଏମ୍‌ସିର ଯୌଥ ପରିଚାଳନାରେ ଥିବା ନୀଳାଚଳ ଇସ୍ପାତ ନିଗମ ଲିଃରେ ବିବାଦ ପିଛା ଛାଡୁନି । ୨୦୧୩ରେ ୮୦କୋଟି ଟଙ୍କାର କୋଇଲା ଦୁର୍ନୀତି ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ ଏଯାବତ୍‌ ଶେଷ ହୋଇପାରି ନାହିଁ। ଆଉ ଏବେ ୧କୋଟି ୮ଲକ୍ଷ ଟଙ୍କା ମୂଲ୍ୟର କୋକ୍‌ଓଭେନ ବ୍ୟାଟେରୀର ବୈଷୟିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଟେଣ୍ଡର ଦୁର୍ନୀତି ପଦାକୁ ଆସିଛି ା ଏନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ନୀଳାଚଳ ଇସ୍ପାତ କମ୍ପାନୀର ଉପସଭାପତି ଓ ପରିଚାଳନା ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କଲାପରେ ଟେଣ୍ଡର ପ୍ରକ୍ରିୟା ସ୍ଥଗିତ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ଶିଳ୍ପାଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଦୁର୍ନୀତି ଓ ଅନିୟମିତତାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ହରିଲୁଟ୍‌ ହେଉଛି ମାହାସୁଲ ରାଶି

ରସୁଲପୁର,୩୦।୩(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅଞ୍ଚଳର ପ୍ରସିଦ୍ଧ ପରିବା ହାଟ ବିଜୁ ପରିବା ପରିବହନ କେନ୍ଦ୍ରରୁ ଆଦାୟ ମାହାସୁଲ ହେରଫେର ହେଉଛି। ପରିବା ପରିବହନ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିବା ଓଡଙ୍ଗ ଆଞ୍ଚଳିକ ବିଜୁ କୃଷକ ସେବା ସମିତିର ଆର୍ଥତ୍କ ହେରଫେରରେ ସମ୍ପୃକ୍ତି ରହିଛି । ପରିବହନ କେନ୍ଦ୍ରରୁ ଆଦାୟ ଅର୍ଥକୁ ଚଳୁ କରିବାକୁ ସମିତି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଛି । ଉକ୍ତ ମାମଲାକୁ ନେଇ ସଭାପତି ଓ ସମିତିର କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି। ବଜାରରେ କୋଟି କୋଟି ଟଙ୍କା ଆର୍ଥତ୍କ ହେରଫେର ହେଉଥିବା ନେଇ ନାନା ସମୟରେ ଅଭିଯୋଗ ହେଉଛି । ଏ ନେଇ ବିଭିନ୍ନ ସମୟରେ ଯାଜପୁର ଜିଲାପାଳ, ସମବାୟ ବିଭାଗ, ନିୟନ୍ତ୍ରିତ ବିଜାର କମିଟି ଆଦିଙ୍କ ନିକଟରେ ଅଭିଯୋଗ ହୋଇଆସୁଛି। ଜିଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତିା ମାତ୍ର ତାହା କାର୍ଯ୍ୟକାରୀ ହେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।

ଅଭାବୀ ବିକ୍ରି: ବିଲରେ ଶଢ଼ୁଛି ଟମାଟୋ

ଅଭାବୀ ବିକ୍ରି: ବିଲରେ ଶଢ଼ୁଛି ଟମାଟୋ

ବିରଜାକ୍ଷେତ୍ର,୩୦।୩(ଡି.ଏନ୍‌.ଏ)- ଅଭାବୀ ବିକ୍ରି କାରଣରୁ ଚାଷୀ ବିଲରୁ ଉତ୍ପାଦିତ ଟମାଟୋକୁ ଆମଦାନୀ ନ କରି ବିଲରେ ହିଁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଅଭାବୀ ବିକ୍ରି ଯୋଗୁ ଉପତ୍ାଦିତ ସାମଗ୍ରୀ ନଷ୍ଟ ହେଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ବେରୁଦା ପଞ୍ଚାୟତରେ। ଚାଷୀ ବ୍ୟାଙ୍କ, ପ୍ରାଥମିକ କୃଷି ସମବାୟ ସମିତିରୁ ଋଣ ଆଣି ଚାଷ କରିବା ପରେ ଉପତ୍ାଦିତ ସାମଗ୍ରୀ ବିକ୍ରି କରି ସେହି ଅର୍ଥରେ ଋଣ ପରିଶୋଧ କରିବା ସହିତ ଲାଭାଂଶ ଅର୍ଥରେ ପରିବାରର ଭରଣପୋଷଣ କରିବା ପାଇଁ ଆଶା ପୋଷଣ କରିଥିଲା। ମାତ୍ର ଅଭାବୀ ବିକ୍ରି ଯୋଗୁ ବେରୁଦା ପଞ୍ଚାୟତ ଜଗତପୁର ଗ୍ରାମରେ ବିଲରୁ ଚାଷୀ ଟମାଟୋ ଆମଦାନୀ କରି ନ ପାରି ସେହିଠାରେ ହିଁ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ବିକ୍ରି ହୋଇ ନ ପାରି ଏକର ଏକର ଚାଷ ଜମିରେ ଟମାଟୋ ପଚି ନଷ୍ଟ ହେଉଥିବା ପରିଲକ୍ଷିତ ହୋଇଛି।

କୂଅକୁ ଖସିଲା କାର: ଡ୍ରାଇଭର ମୃତ

କୂଅକୁ ଖସିଲା କାର: ଡ୍ରାଇଭର ମୃତ

ଆଠଗଡ,୩୦।୩(ସ୍ବ.ପ୍ର.): ଆଠଗଡ ଥାନା ଅନ୍ତର୍ଗତ ଜେନାପଦାଠାରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଏକ ମାରୁତି କାର ଗଭୀର କୂଅ ମଧ୍ୟକୁ ଖସି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଶଙ୍କରପୁରର ବିଶ୍ୱଜିତ ସାହୁ। ତିଗିରିଆ କୃଷି ଉଦ୍ୟାନ ବିଭାଗରେ କାମ କରୁଥିବା ବିଶ୍ୱଜିତ ତାଙ୍କ ମାରୁତି କାର ଯୋଗେ ଜେନାପଦାରୁ ଗୋଡିଝରିଆ ଆଡେ ଯାଉଥିବା ବେଳେ ଜେନାପଦା ଓ ଭାଗୀରଥିପୁର ମଧ୍ୟବର୍ତ୍ତୀ ବୁଲାଣି ରାସ୍ତାରେ ଗାଡିର ଷ୍ଟିୟରିଂ କଟିଯାଇଥିଲା।

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟହାନି ଆଶଙ୍କାରେ ଅଭିଭାବକ

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟହାନି ଆଶଙ୍କାରେ ଅଭିଭାବକ

ସୁକିନ୍ଦା,୨୯।୩(ଡି.ଏନ.ଏ.) ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ବୋ ଗ୍ରାମ ପଞ୍ଚାୟତର କବାଟ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୨ଟି ନଳକୂପରୁ ଏବେ ଦୂଷିତ ତଥା ଲୌହଯୁକ୍ତ ଜଳ ବାହାରୁଥିବା ଦେଖିବାକୁ ମିଳୁଛି। ଆଖପାଖରେ କୋଣସି ବିଶୁଦ୍ଧ ଜଳ ବ୍ୟବସ୍ଥା ନ ଥିବା କାରଣରୁ ଛାତ୍ରୀଛାତ୍ରମାନେ ବାଧ୍ୟ ହୋଇ ସେହି ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି। ଯାହାକି ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଜଳବିଭାଜିକା ପ୍ରକଳ୍ପ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଜଳବିଭାଜିକା ପ୍ରକଳ୍ପ

ଯାଜପୁରଅଫିସ/କୋରେଇ (ସ୍ବ.ପ୍ର.), ୨୯।୩ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପୁନରୁଦ୍ଧାର ହୋଇଥିବା ଏକ ପୋଖରୀ ଉପରେ ଜଳ ବିଭାଜିକା ପ୍ରକଳ୍ପ। ନାମକୁ ମାତ୍ର ମେଶିନ ଲଗାଇ ଅତି ନିମ୍ନମାନର କଂକ୍ରିଟ କାର୍ଯ୍ୟ କରି ଜଳ ବିଭାଜିକା ପ୍ରକଳ୍ପ ନାମରେ ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ଗୌରପୁର ପଞ୍ଚାୟତର ତଲସୀପୁର କୁମ୍ଭାଟିଆ ପୋଖରୀରେ ଏହି ଦୁର୍ନୀତି ହୋଇଛି। ସୂଚନା ଫଳକ ନିର୍ମାଣ ହୋଇଛି, ହେଲେ ସେଥିରେ କିଛି ସୂଚନା ନାହିଁ । କୋରେଇ ବ୍ଲକରେ ଏଭଳି ଏକ ଦୁର୍ନୀତିର ଫର୍ଦ୍ଦ ଉନ୍ମୋଚିତ ହୋଇଛି। ଅନୁରୂପ ଭାବେ ମୁକୁନ୍ଦପୁର, ରଣପୁର, ତୁଳତୀ, ମଙ୍ଗଳପୁର, କନ୍ତୋରରେ ବି ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

ରାଜ୍ୟସ୍ତରୀୟ ନେତାଙ୍କୁ ଭେଟିଲେ ମଣ୍ଡଳ ସଭାପତି

ରାଜ୍ୟସ୍ତରୀୟ ନେତାଙ୍କୁ ଭେଟିଲେ ମଣ୍ଡଳ ସଭାପତି

ଯାଜପୁର ଅଫିସ,୨୯।୩- ଯାଜପୁର ଜିଲା ଭାଜପା ସଂଗଠନ ବର୍ତ୍ତମାନ ସମୟରେ ସ୍ଥାଣୁ ପାଲଟି ଥିବା ଭଳି ମନେ ହେଉଛି। ପୁରୁଣା ଓ ନୂଆ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଯୋଗୁ ସାଂଗଠନିକ ସ୍ଥିତି ଅଡୁଆରେ ପଡିଛି। ଫଳରେ ଆସନ୍ତା ନିର୍ବାଚନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ହେବ ବୋଲି ମଣ୍ଡଳ ସଭାପତିମାନେ ଭାଜପା ବିରୋଧି ଦଳ ନେତା କନକବର୍ଦ୍ଧନ ସିଂଦେଓ ଓ ରାଜ୍ୟ ସଂଗଠନ ସମ୍ପାଦକ ଶାରଦା ପ୍ରସାଦ ଶତପଥିଙ୍କୁ ଗତ ୨୭ତାରିଖରେ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଫାଣ୍ଡି ସମ୍ମୁଖରେ ଧାରଣା

ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଫାଣ୍ଡି ସମ୍ମୁଖରେ ଧାରଣା

ମହାକାଳପଡ଼ା,୨୯।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରାମନଗର କଲେଜ ଛାତ୍ରୀଛାତ୍ରମାନେ ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷା ଦେଇ ପାରିନାହାନ୍ତି। ଏହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଜମ୍ବୁ ମେରାଇନ ଥାନା ଅଧୀନ ଜମ୍ବୁ ପୋଲିସ ଫାଣ୍ଡି ସମ୍ମୁଖରେ ଧାରଣା ଦେବା ସହ ଲିଖିତ ଅଭିଯୋଗ କରିଛନ୍ତି।

ବଚସାରୁ ବାପାଙ୍କ ଆକ୍ରମଣ, ପୁଅ ମୃତ

ବଚସାରୁ ବାପାଙ୍କ ଆକ୍ରମଣ, ପୁଅ ମୃତ

ଯାଜପୁର ଅଫିସ/ବିରଜାକ୍ଷେତ୍ର, ୨୯।୩(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ପୋଦନା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ଲଙ୍ଗଳକଣ୍ଟି ମାଡ଼ରେ ପୁଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉପେନ୍ଦ୍ର ବେହେରା

ଫେଲ୍‌ ମାରିଲେ ରଞ୍ଜୀବ, ହାତ ବଢାଇଲେ ନବୀନ

ଫେଲ୍‌ ମାରିଲେ ରଞ୍ଜୀବ, ହାତ ବଢାଇଲେ ନବୀନ ଜଗତ୍‌ସିଂହପୁର ଅଫିସ,୨୮।୩: ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ପଳାଶୋଳ ଗ୍ରାମ ପଞ୍ଚାୟତକୁ ୨୦୧୫ ମସିହାରୁ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସାମିଲ କରାଯାଇଥିଲା। ରାଜ୍ୟସଭା ଏମ୍‌ପି ରଞ୍ଜୀବ ବିଶ୍ୱାଳ ଏହାକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିଥିଲେ। ଫଳରେ ପଞ୍ଚାୟତର ଉନ୍ନତି ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା ବାନ୍ଧିଥିଲେ। କିନ୍ତୁ ଇତିମଧ୍ୟରେ ଦେଢବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ରଞ୍ଜୀବଙ୍କ ଆଦର୍ଶ ଗ୍ରାମ କେବଳ ଘୋଷଣାରେ ରହିଗଲା। ଏହି ପଞ୍ଚାୟତର ସେଭଳି କିଛି ଆଖିଦୃଶିଆ ଉନ୍ନତି ହେଲାନାହିଁ। ଫଳରେ ପଞ୍ଚାୟତବାସୀ ନିରାଶ ହେଲେ। ପଞ୍ଚାୟତ ଉନ୍ନୟନ ପାଇଁ ରଞ୍ଜୀବ ଅନୁଦାନ ଦେଉ ନ ଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପଞ୍ଚାୟତବାସୀଙ୍କୁ ସହଯୋଗର ହାତ ବଢାଇଛନ୍ତି

ଜୀବିତ ହେଲେ ମୃତ ଘୋଷିତ ଶିଶୁକନ୍ୟା

କେନ୍ଦ୍ରାପଡା ଅଫିସ,୨୮।୩- କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷିତ ଏକ ନବଜାତ ଶିଶୁକନ୍ୟା ପରେ ଜୀବିତ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ସାଧାରଣରେ ଚର୍ଚ୍ଚା ଜୋରଧରିଛି।

୨ ଦିନରେ ଭଙ୍ଗାଗଲା ୬୯ ଚିଙ୍ଗୁଡିଘେରି

୨ ଦିନରେ ଭଙ୍ଗାଗଲା ୬୯ ଚିଙ୍ଗୁଡିଘେରି

ରାଜନଗର,୨୮।୩(ଡି.ଏନ୍‌.ଏ.)- ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନକୁ ଲାଗିକରି ଥିବା ଓ ଜଙ୍ଗଲ ଜମିରେ ଥିବା ବେଆଇନ୍‌ ଚିଙ୍ଗୁଡିଘେରିଗୁଡିକୁ ବନବିଭାଗ ପକ୍ଷରୁ ଉଚ୍ଛେଦ କରାଯାଉଛି। ମଙ୍ଗଳବାର ୩୦ ଓ ବୁଧବାର ୩୯ ବେଆଇନ ଚିଙ୍ଗୁଡିଘେରି ଉଚ୍ଛେଦ କରାଯାଇଛି।

ଅସନଝର ପଞ୍ଚାୟତରେ ଦୁର୍ନୀତି: ତଦନ୍ତ କଲା ବ୍ଲକ ପ୍ରଶାସନ

କୋରେଇ,୨୮।୩(ସ୍ବ.ପ୍ର) କୋରେଇ ବ୍ଲକ ଅନ୍ତର୍ଗତ ଅସନଝର ପଞ୍ଚାୟତରେ ଏସ୍‌ଇସିସି (ସାମାଜିକ ଆର୍ଥତ୍କ ଜାତି ଜନଗଣନା) ୨୦୧୧ ତାଲିକା କ୍ରମିକ ନଂ.ରେ ଆବାସ ଯୋଜନା ପାଇବାକୁ ଥିବା ୮ଜଣ ହିତାଧିକାରୀଙ୍କୁ ଆବାସ ଯୋଜନା ନ ଦେଇ ଅନ୍ୟ ୮ଜଣଙ୍କୁ ୨୦୧୭-୧୮ ଆର୍ଥିକ ବର୍ଷରେ ଆବାସ ଯୋଜନା ଦିଆଯାଇଛି। ଏ ବିଷୟରେ ଖୋଦ୍‌ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଳତି ଟୁଡୁ କୋରେଇ ବ୍ଲକ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ବିହାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ବୁଧବାର ବିହାରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଟୁଡୁ, କୋରେଇ ବ୍ଲକର ସହକାରୀ ଯନ୍ତ୍ରୀ ଅସନଝର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିଥିଲେ।

୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଅଚଳ, ବଢୁଛି ପାଣି ଚିନ୍ତା

୫୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଅଚଳ, ବଢୁଛି ପାଣି ଚିନ୍ତା

ଯାଜପୁର ଅଫିସ,୨୮।୩ ଯାଜପୁର ଜିଲାରେ ଆସନ୍ତା ୩୧ତାରିଖ ସୁଦ୍ଧା ୮ଟି ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି ଗତ ୨୩ତାରିଖରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭାଗୀୟ ସୁପରିଣ୍ଟେଣ୍ଡେଣ୍ଟ ସୂଚିତ କରିଛନ୍ତି। ଆସନ୍ତା ଏପ୍ରିଲ ୪ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ପ୍ରକଳ୍ପକୁ କିଏ ଉଦ୍‌ଘାଟନ କରିବେ ସେ ନେଇ ରିପୋର୍ଟ ଦେବାକୁ ବୈଠକରେ ନିର୍ଦ୍ଦେଶ ହୋଇଛି । କିନ୍ତୁ ଯାଜପୁର ଜିଲାରେ ୫୦ରୁ ଊର୍ଦ୍ଧ୍ୱ ପାଇପ ଜଳଯୋଗାଣ ପ୍ରକଳ୍ପ ଓ ଓଭରହେଡ୍‌ ଟ୍ୟାଙ୍କି ସମ୍ପୂର୍ଣ୍ଣ ଭାବେ କାମକୁ ଆସୁ ନ ଥିବାବେଳେ ୧ ହଜାରରୁ ଊର୍ଦ୍ଧ୍ୱ ନଳକୂପ ଅକାମି ହୋଇ ପଡ଼ିଛି। କେତେକ ନଳକୂପର ପାଣି ସମ୍ପୂର୍ଣ୍ଣ ପାନୀୟ ଅନୁପଯୋଗୀ ହୋଇଛି। ଏଭଳି କେତେକ ପ୍ରକଳ୍ପର ସବିଶେଷ ତଥ୍ୟ ମଧ୍ୟ ହସ୍ତଗତ ହୋଇଛି। ଏଭଳିସ୍ଥିତିରେ ଆଗକୁ ଧୂ ଧୂ ଖରାରେ ଗ୍ରାମାଞ୍ଚଳରେ ଜଳକଷ୍ଟ ଅସହ୍ୟ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

କେନାଲ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି

ସୁକିନ୍ଦା,୨୮।୩(ଡି.ଏନ.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁ ଗ୍ରାମ ପଞ୍ଚାୟତ ନିକଟରେ ନିର୍ମାଣାଧୀନ ରେଙ୍ଗାଳି ବାମ କେନାଲର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବହୁ ଦୁର୍ନୀତି ହେଉଥିବା ପରିଲକ୍ଷିତ ହୋଇଛି। ମାତ୍ର ସମ୍ପୃକ୍ତ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଥିବା କୁହାଯାଉଛି। ସେହିପରି ଏକ ଦୁର୍ନୀତି ଏବେ ସେଠାରେ ନିର୍ମାଣାଧୀନ ଏକ ପୋଲରେ ଦେଖିବାକୁ ମିଳିଛି।

ଫେରସ୍ତ ଟଙ୍କା ଅପେକ୍ଷାରେ ଅଯୋଗ୍ୟ ହିତାଧିକାରୀ

ଧର୍ମଶାଳା,୨୮।୩(ଡିଏନ୍‌ଏ)- ରାଶନ କାର୍ଡ ମାଧ୍ୟମରେ ଚାଉଳ, ଗହମ ଉଠାଇ ଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ବ୍ଲକ ପ୍ରଶାସକ ଆଦାୟ କରିଥିବା ଟଙ୍କାକୁ ଆଜିଯାଏ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରାଯାଇ ନାହିଁ। ଆଦାୟ ଅର୍ଥ ତୁରନ୍ତ ଫେରସ୍ତ କରିବାକୁ ସମ୍ପୃକ୍ତ ଅଯୋଗ୍ୟ ହିତାଧିକାରୀମାନେ ଦାବି କରିଛନ୍ତି।

ସମସ୍ୟା ଘେରରେ ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ

ସମସ୍ୟା ଘେରରେ ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ

ଯାଜପୁରରୋଡ,୨୮।୩(ନି.ପ୍ର.)- ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି। ଏଥିପାଇଁ ପୋଷାକ ବଣ୍ଟନ, ପିଲାଙ୍କୁ ମେଧାବୃତ୍ତି, ମଧ୍ୟାହ୍ନ ଭୋଜନ ଭଳି ସୁବିଧା ପ୍ରଦାନ କରାଯାଉଛି। ସରକାର ପିଲାମାନଙ୍କୁ ବିଭିନ୍ନ ଯୋଜନା ଲାଗୁ କରି ପାଠ ପଢ଼ାଇବା ପ୍ରତି ଆକୃଷ୍ଟ କରୁଥିବାବେଳେ ବହୁ ସମୟରେ ଏହା କାର୍ଯ୍ୟକାରୀ ହେଉନାହିଁ। ସେହିଭଳି ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅନୁଦାନ ମିଳୁ ଥିଲେ ମଧ୍ୟ ତାହା ହଡ଼ପ ହେଉଛି। ଏଥିସହ ବହୁ ସରକାରୀ ସ୍କୁଲରେ ଶିକ୍ଷକଙ୍କ ଅଭାବ ଦେଖାଦେଉଛି। ଏଭଳି ବିଭିନ୍ନ ସମସ୍ୟା କାରଣରୁ ପିଲାମାନଙ୍କ ପାଠପଢ଼ିବାରେ ବହୁ ଅସୁବିଧା ସୃଷ୍ଟି ହେଉଛି। ଏଭଳି ଘଟଣା କୋରେଇ ବ୍ଲକର ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଦେଖାଦେଇଛି।