ଉପକୂଳ ଓଡିଶା

ନିମ୍ନମାନର ପିଡିଏସ୍‌ ଚାଉଳ ପର୍ଦ୍ଦାଫାଶ ଘଟଣା

ଯାଜପୁର ଅଫିସ,୬।୪ ଯାଜପୁର ଓ ଭଦ୍ରକ ଜିଲାର ବିଭିନ୍ନ ଗୋଦାମରେ ବ୍ୟବହାର ଅନୁପଯୋଗୀ ବିଆର୍‌ଏଲ(ବିଲୋ ରିଜେକ୍ସନ ଲିମିଟେଡ)ଚାଉଳ ମହଜୁଦ ପର୍ଦ୍ଦାଫାଶ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସୁପାରିଶକ୍ରମେ ଯୋଗାଣ ବିଭାଗର ଯୁଗ୍ମସଚିବ ଶକୁନ୍ତଳା ବିନ୍ଧାଣୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ତାଙ୍କ ପତ୍ରସଂଖ୍ୟା ୬୯୦୭/୫।୪।୨୦୧୮ରେ ଜିଲା ଯୋଗାଣ ବିଭାଗର ୪ ଜଣ ଅଧିକାରୀଙ୍କ ନାମରେ ଅଭିଯୋଗ ଫର୍ଦ୍ଦ(ଡ୍ରାଫ୍ଟ ଚାର୍ଜେସ) ତୁରନ୍ତ ଦାଖଲ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଧିକାରୀମାନେ ହେଲେ ଧାନସଂଗ୍ରହ ନୀରିକ୍ଷକ ପେଙ୍କୁଇନ ସାମନ୍ତରାୟ, ଧାନମଣ୍ଡଳ ଗୋଦାମର ଅଧିକ୍ଷକ ଶ୍ୟାମସୁନ୍ଦର ସାହୁ, ଧାନ ସଂଗ୍ରହ ଏସିଏସଓ ବସନ୍ତ କୁମାର ବେହେରା ଓ ସଦର ଏସିଏସଓ ପି.ସି. ସେଠୀ।

ନିଶ୍ଚିନ୍ତକୋଇଲି ବ୍ଲକର ୨୪ଟି ଓ୍ବାର୍ଡ ସଭ୍ୟ ନିର୍ବାଚନ ଶେଷ, ୭୨ ପ୍ରତିଶତ ମତଦାନ ସୂଚନା

ନିଶ୍ଚିନ୍ତକୋଇଲି ବ୍ଲକର ୨୪ଟି ଓ୍ବାର୍ଡ ସଭ୍ୟ ନିର୍ବାଚନ ଶେଷ, ୭୨ ପ୍ରତିଶତ ମତଦାନ ସୂଚନା

ନିଶ୍ଚିତକୋଇଲି, ୬।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତର ୨୪ ଟି ଓ୍ବାର୍ଡ ସଭ୍ୟ ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ଏଥିରେ ବ୍ଲକର ୭୨ ପ୍ରତିଶତ ମତଦାତା ନିଜର ଭୋଟ ଦେଇଥିବା ଜଣାପଡିଛି।

ରଣପୁର ଓଡ଼ିଶା ଗ୍ରାମ୍ୟବ୍ୟାଙ୍କରୁ ସଶସ୍ତ୍ର ଡକାୟତି: ୨୫୦ ପ୍ୟାକେଟ ସୁନା ସହ ନଗଦ ୮୦ ହଜାର ଲୁଟିନେଲେ

ରଣପୁର ଓଡ଼ିଶା ଗ୍ରାମ୍ୟବ୍ୟାଙ୍କରୁ ସଶସ୍ତ୍ର ଡକାୟତି: ୨୫୦ ପ୍ୟାକେଟ ସୁନା ସହ ନଗଦ ୮୦ ହଜାର ଲୁଟିନେଲେ

ନୟାଗଡ ଅଫିସ/ରଣପୁର,୬।୪(ସ୍ବ.ପ୍ର.):ନୟାଗଡ ଜିଲା ରଣପୁର ବ୍ଲକ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଶୁକ୍ରବାର ଅପରାହ୍ନ ସାଢ଼େ ୧ଟା ସମୟରେ ସଶସ୍ତ୍ର ଡକାୟତି ହୋଇଛି। ୬ଜଣ ଡକାୟତ ୨ଟି ମୋଟରସାଇକେଲରେ ଆସି ବ୍ୟାଙ୍କରେ ପଶିଥିଲେ। ପ୍ରଥମେ ସେମାନେ ପିଅନକୁ ମାଡ ମାରି ଆହତ କରିବା ସହ ୨୫୦ ପ୍ୟାକେଟ ସୁନା, ନଗଦ ୮୦ହଜାର ଟଙ୍କା ନେବା ସହ ବ୍ୟାଙ୍କ ମ୍ୟାନେଜର, କ୍ୟାଶିୟରଙ୍କ ତିନୋଟି ମୋବାଇଲ ଏବଂ ବ୍ୟାଙ୍କ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ଘରେ ଚାବି ପକାଇ ଫେରାର ହୋଇଯାଇଛନ୍ତି।

ଭିଜିଲାନ୍ସ ଜାଲରେ ସେସୁ ଜେଇ

ଭିଜିଲାନ୍ସ ଜାଲରେ ସେସୁ ଜେଇ

ରରଣପୁର, ୬।୪(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ସେସୁ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଜେଇ ସ୍ବାଧିନ କୁମାର ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ସ୍ବାଧୀନ ଏକ ଏୟାରଟେଲ ଟାଓ୍ବାରରେ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଏୟାରଟେଲର ସୁପରଭାଇଜରଙ୍କଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା-ନୟାଗଡ ଭିଜିଲାନ୍ସ ଅଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗିରଫ କରିଛନ୍ତି।

ବିଦ୍ୟାଳୟ ନ ଛାଡ଼ିବାକୁ ଅଭିଭାବକଙ୍କ ଚେତାବନୀ

ବିଦ୍ୟାଳୟ ନ ଛାଡ଼ିବାକୁ ଅଭିଭାବକଙ୍କ ଚେତାବନୀ

ବିଞ୍ଝାରପୁର,୫।୪(ଡି.ଏନ.ଏ.) ବିଞ୍ଝାରପୁର ବ୍ଲକ ଘଣ୍ଟିଆଳି ପଞ୍ଚାୟତର କାଣ୍ଡିସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ର ବିଦ୍ୟାଳୟ ଛାଡିବେ ବୋଲି ଅଭିଭାବକ ଚେତାବନୀ ଦେଇଛନ୍ତି। ସୂଚନାନୁଯାୟୀ, ଉକ୍ତ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ଉଦ୍ୟମରେ ୧୯୪୫ରେ ଏକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ୭୩ ବର୍ଷର ଏହି ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଶିକ୍ଷାଦାନ କରୁଥିଲେ। ଶ୍ରେଣୀଗୃହ ନ ଥିବାରୁ ଛାତ୍ରୀଛାତ୍ର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ(ସିଆରସିସି)ଙ୍କ କାର୍ଯ୍ୟାଳୟରେ ପାଠ ପଢୁଥିତ୍ବା ଦେଖିବାକୁ ମିଳିଛି।

  ଚେକ୍‌ଡ୍ୟାମ ସ୍ଥାୟିତ୍ୱକୁ ନେଇ ଆଶଙ୍କା

ଚେକ୍‌ଡ୍ୟାମ ସ୍ଥାୟିତ୍ୱକୁ ନେଇ ଆଶଙ୍କା

ଡୁବୁରୀ,୫।୪( ଡି.ଏନ୍‌.ଏ.)- ଗଣ୍ଡାନାଳ ଦେଇ ବୋହି ଯାଉଥିବା ପାଣିକୁ କୃଷି ଓ ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଚେକ୍‌ଡ୍ୟାମ୍‌ ନିର୍ମାଣ ହୋଇଛି। ତେବେ ପ୍ରାୟ ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ୨ଟି ଚେକ୍‌ଡ୍ୟାମ୍‌ର ସ୍ଥାୟିତ୍ୱ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି।

 କ୍ଷୁଦ୍ର ଜଳସେଚନ କେନାଲ କଂକ୍ରିଟ କାର୍ଯ୍ୟରେ ଦୁର୍ନୀତି

କ୍ଷୁଦ୍ର ଜଳସେଚନ କେନାଲ କଂକ୍ରିଟ କାର୍ଯ୍ୟରେ ଦୁର୍ନୀତି

ସୁକିନ୍ଦା,୫।୪(ଡି.ଏନ.ଏ.) ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦୁଧୂଯୋରୀ ପଞ୍ଚାୟତର ଦାମୋଦରପୁର ଗ୍ରାମରେ ଚାଲିଥିବା କ୍ଷୁଦ୍ର ଜଳସେଚନ ବିଭାଗର କେନାଲ କଂକ୍ରିଟ କାର୍ଯ୍ୟରେ ବ୍ୟପକ ଦୁର୍ନୀତି ହେଉଥିବା ପରିଲକ୍ଷିତ ହୋଇଛି। କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ଉକ୍ତ କାର୍ଯ୍ୟ ସମ୍ପାଦନ ସମୟରେ ସେଠାରେ କୌଣସି ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତି ଦେଖିବାକୁ ମିଳି ନ ଥିଲା। ଏହି କାରଣରୁ କାର୍ଯ୍ୟରେ ସମ୍ପୃକ୍ତ ଠିକାଦାର ବ୍ୟାପକ ଦୁର୍ନୀତି କରିବାର ସୁବର୍ଣ୍ଣ ସୁଯୋଗ ପାଇଥିବା ଜଣାପଡିଛି। ପ୍ରକାଶ ଯେ, କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ପୂର୍ବରୁ ନିର୍ମିତ କେନାଲଗୁଡିକ ବିନା ସିମେଣ୍ଟ କଂକ୍ରିଟରେ ହୋଇଥିଲା। ଫଳରେ ସେଗୁଡିକର ଅନେକ ସ୍ଥାନରେ ମରାମତି ଆବଶ୍ୟକ ହୋଇଥିଲା।

ନକ୍ସାରେ ସୀମିତ କେଏନ୍‌ଡିଏର ବିକାଶ

ଯାଜପୁର ଅଫିସ,୫।୪ କଳିଙ୍ଗ ନଗର ଉନ୍ନୟନ ପ୍ରାଧିକରଣ (କେଏନ୍‌ଡିଏ)ର ବିକାଶ ଯୋଜନାରେ ମନ୍ଥରତା ସହରବାସୀଙ୍କୁ ବ୍ୟଥିତ କରିଛି। ସରକାରଙ୍କ ଦ୍ୱାରା କଳିଙ୍ଗନଗର ସହରର ବିକାଶ ପାଇଁ ପ୍ରସ୍ତୁତ କନମ୍ପ୍ରେହେନସିଭ ଡେଭଲପମେଣ୍ଟ ପ୍ଲାନ (ସିଡିପି) ଅନୁମୋଦିତ ହେବାର ଅଢେଇ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ତାହା କେବଳ ନକ୍ସାରେ ସୀମିତ ରହିଛି। ଇତିମଧ୍ୟରେ ସିଡିପି ସଂକ୍ରାନ୍ତରେ ପ୍ରଥମ କ୍ଷମତାସମ୍ପନ୍ନ(ଏମ୍‌ପାୱାର) କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ବିବରଣୀକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମସଚିବ ତାଙ୍କ ପତ୍ରସଂଖ୍ୟା ୮୪୪୧/୩ା୪ା୨୦୧୮ରେ ସମ୍ପୃକ୍ତ ବିଭାଗଙ୍କୁ ସୂଚିତ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କେଏନ୍‌ଡିଏସ୍ତରୀୟ ସମନ୍ବୟ କମିଟି ଓ ଉପଦେଷ୍ଟା କମିଟି ଗଠନ କରିବା ସହିତ ସିଡିପି ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ସିଆଇଡିଏଫ) ପାଇଁ ସ୍ବତନ୍ତ୍ର ବ୍ୟାଙ୍କ ଖାତା ଖୋଲିବାକୁ ଦୃଢୋକ୍ତି ପ୍ରକାଶ ପାଇଛି।

ସେସୁର ଦାୟିତ୍ୱହୀନତା: ବିଦ୍ୟୁତ ଆଘାତରେ ୨ ମଇଁଷି ମୃତ

ସେସୁର ଦାୟିତ୍ୱହୀନତା: ବିଦ୍ୟୁତ ଆଘାତରେ ୨ ମଇଁଷି ମୃତ

ପାରାଦୀପ, ୫।୪(ସ୍ବ.ପ୍ର.): ପାରାଦୀପର ଷଣ୍ଡକୁଦ ବସ୍ତିରେ ଗୁରୁବାର ବିଦ୍ୟୁତ୍‌ ଆଘାତରେ ଦୁଇଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟ ୧୫ ମଇଁଷି ଓ ୪ଜଣ ମଇଁଷିଆଳ ବିଦ୍ୟୁତ ଆଘାତ ପାଇଥିଲେ ହେଁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଜାତୀୟ ନୌବାଣିଜ୍ୟ ଦିବସ ପାଳିତ

ଜାତୀୟ ନୌବାଣିଜ୍ୟ ଦିବସ ପାଳିତ

ପାରାଦୀପ, ୫।୪(ସ୍ବ.ପ୍ର.): ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଗୁରୁବାର ୫୫ତମ ଜାତୀୟ ନୌବାଣିଜ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବନ୍ଦର ନିଷିଦ୍ଧାଞ୍ଚଳର ଓ୍ବେଟ ବେସିନ୍‌ଠାରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ବନ୍ଦର ଉପସଂରକ୍ଷକ କ୍ୟାପ୍‌ଟେନ ଅତୁଲ୍ୟ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅଧ୍ୟକ୍ଷ ରିଙ୍କେଶ ରାୟ ଯୋଗଦେଇଥିଲେ।

ପଥର ଖାଦାନରେ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

ପଥର ଖାଦାନରେ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

ଯାଜପୁର ଅଫିସ/ଧର୍ମଶାଳା, ୫।୪(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ବାଜବାଟୀ କଳାପଥର ୫ନଂ ଖାଦାନରେ ଗୁରୁବାର ସକାଳ ୮ଟାରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିତ୍ରକୂଳ ଗ୍ରାମର ଦାସରଥି ଘଡାଇ(୩୨)। ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଯାଜପୁର ପଠାଇଛି ବୋଲି ଥାନାଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ, ୫।୪: ନୟାଗଡ଼ ଜିଲା ଶରଣକୁଳ ଥାନା ବଡ଼ପୁଟ ଗ୍ରାମ ସାତବନ୍ଧ ନୂଆବନ୍ଧ ପୋଖରୀ ନିକଟରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପକେଟରେ ଥିବା ଆଧାର କାର୍ଡରୁ ତାଙ୍କ ନାମ ଧନେଶ୍ୱର ବେହେରା(୩୮) ବୋଲି ଜଣାପଡିଛି।

ଯୋଜନାକୁ ଭଣ୍ଡୁର କରୁଛି ଦଲାଲଗିରି

ଯୋଜନାକୁ ଭଣ୍ଡୁର କରୁଛି ଦଲାଲଗିରି

ଯାଜପୁର ଅଫିସ,୪।୪ ଯାଜପୁର ଜିଲାରେ ୧ଲକ୍ଷ ୩୧ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ଏହାର ସଂଖ୍ୟା ଆହୁରି ବଢିବା ଉଚିତ୍‌ । ତେଣୁ ଏହାର ନିୟମ କାନୁନ, ସହାୟତା ସୁବିଧା ସମ୍ପର୍କରେ ଗ୍ରାମାଞ୍ଚଳ, ବ୍ଲକ, ପୈାରାଞ୍ଚଳଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଦଲାଲଗିରି ଏହି ମହତ ଯୋଜନାକୁ ଭଣ୍ଡୁର କରୁଛି । ଦଲାଲଙ୍କ ପ୍ରରୋଚନାରେ ପଡ଼ିି ବହୁ ନିର୍ମାଣ ଶ୍ରମିକ ହଇରାଣ ହେଉଛନ୍ତି। ଯାହାଫଳରେ ଯୋଜନାର ସଫଳତା ଠିକ ଭାବେ ହିତାଧିକାରୀଙ୍କ ନିକଟକୁ ପହଞ୍ଚି ପାରୁନାହିଁ। ତେଣୁ ବିଭାଗୀୟ କାର୍ଯ୍ୟାଳୟ ବା ଜନସୁବିଧା କେନ୍ଦ୍ରରେ ନାମ ପଞ୍ଜୀକରଣ ଓ ନବୀକରଣ କରାଇବାକୁ ରାଜ୍ୟ ଶ୍ରମ, କର୍ମଚାରୀ ରାଜ୍ୟ ବୀମା ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଗୁରୁତ୍ୱାରୋପ କରିଥିଲେ। ବୁଧବାର ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଜିଲାଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସେବା ସପ୍ତାହ ଅବସରରେ ଜିଲାସ୍ତରୀୟ ସମାରୋହ ପାଳିତ ହୋଇଥିଲା। ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ସିଂ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଜ୍ୟରେ ପ୍ରାୟ ୧କୋଟି ନିର୍ମାଣ ଶ୍ରମିକ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଞ୍ଜୀକରଣ କରାଯାଇଛି।

 ରାଜପଥ ନିର୍ମାଣରେ ଅନିୟମିତତା, ରାସ୍ତା ପାଲଟିଛି ମରଣଯନ୍ତା

ରାଜପଥ ନିର୍ମାଣରେ ଅନିୟମିତତା, ରାସ୍ତା ପାଲଟିଛି ମରଣଯନ୍ତା

ଚଣ୍ଡିଖୋଲ,୪।୪(ଡି.ଏନ୍‌.ଏ.): ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଇ ଜାତୀୟ ରାଜପଥ ନିର୍ମାଣ ହେଉଛି। କିନ୍ତୁ ନିର୍ମାଣଗତ ତ୍ରୁଟି ପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବାର ଦିନ କେତେଟା ହୋଇ ନାହିଁ କାଳବୈଶାଖୀର ଅସରାଏ ବର୍ଷାରେ ଚଣ୍ଡିଖୋଲ ଛକରୁ ଜଳ ନିଷ୍କାସନ ହୋଇପାରୁ ନାହିଁ। ଚଣ୍ଡିଖୋଲ ଛକ ଓଡ଼ିଶାର ଏକ ପ୍ରମୁଖ ଛକ ଭାବେ ଜଣାଶୁଣା। ୩ଟି ଜାତୀୟ ରାଜପଥ ଏଠାରେ ମିଳନ ହୋଇଛି। ସେଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରିବା ସମୟରେ ଚଣ୍ଡିଖୋଲ ଛକ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି। ୫ନଂ(କ) ଜାତୀୟ ରାଜପଥ, ୫୩ନଂ ଓ ୧୬ ନଂ କଲିକତା-ଚେନ୍ନାଇ ଜାତୀୟ ରାଜପଥ ଏଠାରେ ସଂଯୋଗ ହୋଇଛି। ୧୬ ନଂ. ଜାତୀୟ ରାଜପଥ ୬ ଲାଇନ କାମ ଅବଧି ସରିଥିଲେ ମଧ୍ୟ ଅଦ୍ୟାବଧି କାମ ସରିନାହିଁ। ଓଡ଼ିଶାର ପ୍ରଥମ ୬ ଲାଇନ ଚଣ୍ଡିଖୋଲ-ଭୁବନେଶ୍ୱର କାମ ଚାଲୁଥିବାବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ କିମ୍ବା ଏହି ୬ ଥାକିଆ ରାସ୍ତା କରୁଥିବା ଏକ ଠିକା କମ୍ପାନୀ ଏଠାରେ କାର୍ଯ୍ୟଶୈଳୀରେ ଭୁଲ ନିର୍ମାଣ କରିଥିବାରୁ ଛକରେ ପାଣି ଜମାଟ ବାନ୍ଧୁଛି।

ହଟ୍ଟଗୋଳରେ ଶେଷ ହେଲା ପଞ୍ଚାୟତ ସମିତି ବୈଠକ

ହଟ୍ଟଗୋଳରେ ଶେଷ ହେଲା ପଞ୍ଚାୟତ ସମିତି ବୈଠକ

ରସୁଲପୁର,୪।୪(ଡି.ଏନ୍‌.ଏ) ରସୁଲପୁର ପଞ୍ଚାୟତ ସମିତିର ୩ୟ ସାଧାରଣ ବୈଠକ ବୁଧବାର ଅଧ୍ୟକ୍ଷା ସାରତୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଡିଓ ଅଶୋକ କୁମାର ବେଉରିଆ ଅନୁପସ୍ଥିତ ଥିଲେ। ଏପରିକି ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରସୁଲ୍‌ପୁର ବ୍ଲକ ଆସୁଥିଲେ ସୁଦ୍ଧା ବୈଠକକୁ କେହି ଜଣେ ହେଲେ ବିଧାୟକ ଆସିଲେନାହିଁ। ଫଳରେ ବୈଠକରେ ଠିକ୍‌ ଭାବରେ ଆଲୋଚନା ହୋଇପାରି ନ ଥିଲା। ପ୍ରାରମ୍ଭରୁ ବୈଠକରେ ପଞ୍ଚାୟତ ପ୍ରତିନିଧିଙ୍କ ପ୍ରଶ୍ନବାଣରେ ବ୍ଲକ ପ୍ରଶାସନ ଏକ ପ୍ରକାର ଘାଇଲା ହୋଇଯାଇଥିଲା। ପ୍ରଶ୍ନର ଠିକ୍‌ ଉତ୍ତର ନ ମିଳିବାରୁ ବୈଠକରେ ହଟ୍ଟଗୋଳ ଉପୁଜିଥିଲା। କେତେକ ସଭ୍ୟ ଗୃହ ମଧ୍ୟରେ ହୋ-ହଲ୍ଲା ସୃଷ୍ଟି କରିଥିଲେ। ଯାହାଫଳରେ ବୈଠକର ଅବଧିକୁ ସ୍ବଳ୍ପ ସମୟ ମଧ୍ୟରେ ସମୀତ ରଖା ଯାଇଥିଲା। ବୈଠକର ଆରମ୍ଭ ସମୟ ପୂର୍ବାହ୍ନ ୧୧ଘଟିକା ରଖାଯାଇଥିଲେ ମଧ୍ୟ ସାଢେ ୧୨ଟାରେ ଆରମ୍ଭ ହୋଇଥିଲା ।ଆଉ ମଧ୍ୟାହ୍ନ ମସୟ ବିଳମ୍ବ ହେଉଛି ଆଳରେ ବୈଠକକୁ ଏକ ଘଣ୍ଟା ମଧ୍ୟରେ ଶେଷ କରି ଦିଆଯାଇଥିଲା । ଉଦେଶ୍ୟମୂଳକ ଭାବରେ ଏଭଳି କରାଯିବାରୁ ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। କିଛି ସଭ୍ୟ ବୈଠକର କାର୍ଯ୍ୟ ଧାରା ଉପରେ ଅସନ୍ତୋଷ ପ୍ରକାଶକରି କକ୍ଷ ତ୍ୟାଗ କରିଥିବା ଭଳି ପରିସ୍ଥିତି ଉପୁଜିଥିଲା। ବୈଠକରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କୁ ଅସହଯୋଗକୁ ନେଇ ସେମାନଙ୍କୁ ନିରାଶ ହେବାକୁ ପଡିଛି।

ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ

ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ

ବ୍ୟାସନଗର, ୪।୪(ଡି.ଏନ୍‌.ଏ.): ବେଆଇନ ସତ୍ୟପାଠ ଉଚ୍ଛେଦ ସହ ୬ ଦଫା ଦାବିନେଇ ସ୍କୁଲ-କଲେଜ ମିଳିତ ମଞ୍ଚ ଯାଜପୁର ପକ୍ଷରୁ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ କରାଯାଇଛି। ବୁଧବାର କଲେଜ ସମ୍ମୁଖରେ ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ବିକ୍ଷୋଭ କରିଛନ୍ତି।

ଡକାୟତି ଉଦ୍ୟମ ପଣ୍ଡ: ୪ ଗିରଫ, ୨ ଫେରାର

ଡକାୟତି ଉଦ୍ୟମ ପଣ୍ଡ: ୪ ଗିରଫ, ୨ ଫେରାର

ଓଡ଼ଗାଁ, ୪।୪(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା କୁରାଳ ପଞ୍ଚାୟତ ଅଧୀନ ଲିଙ୍ଗରାଜପ୍ରସାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ୬ ଜଣିଆ ଏକ ଡକାୟତ ଦଳ ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ୪ ଦୁର୍ବୃତ୍ତ ଧରା ପଡିଛନ୍ତି। ଅନ୍ୟ ୨ ଫେରାର ହୋଇଯାଇଛନ୍ତି।

ଇଫ୍‌କୋ କାରଖାନାରେ ଅଗ୍ନିକାଣ୍ଡ

ପାରାଦୀପ,୩।୪(ସ୍ବ.ପ୍ର.): ପାରାଦୀପ ଇଫ୍‌କୋ ସାର କାରଖାନାର ସଲ୍‌ଫୁରିକ ଏସିଡ୍‌ ପ୍ଲାଣ୍ଟରେ ମଙ୍ଗଳବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ କମ୍ପାନୀର ବ୍ୟାପକ କ୍ଷତି ଘଟିଥିବା କୁହାଯାଉଛି।

ତାଳଦଣ୍ଡାରେ ନିର୍ମାଣ ହୋଇପାରୁନି ପୋଲ

ରାହାମା,୩।୪(ଡି.ଏନ.ଏ.) ଜନସାଧାରଣଙ୍କ ଯାତାୟାତ ସୁବିଧା ନିମନ୍ତେ ତାଳଦଣ୍ଡା କେନାଲର କେତେକ ସ୍ଥାନରେ ପୋଲ ନିର୍ମାଣ ପାଇଁ ଯୋଜନା ରହିଛି। ମାତ୍ର ଜଳସମ୍ପଦ ବିଭାଗ ଅଧିକାରୀ ଓ ପୋଲ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାରଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏବେ ଖରାଦିନେ ମଧ୍ୟ କାମ ହୋଇପାରୁନି। ତେଣୁ ଭବିଷ୍ୟତରେ ତାଳଦଣ୍ଡା କେନାଲରେ ପୋଲ ନିର୍ମାଣ ହେବାରେ ଅନିଶ୍ଚିତତା ଦେଖାଦେଇଛି

ଜଗତ୍‌ସିଂହପୁର ନଁ। ହରିହରପୁର ହେଉ

ଜଗତ୍‌ସିଂହପୁର ନଁ। ହରିହରପୁର ହେଉ

ଜଗତ୍‌ସିଂହପୁର ଅଫିସ,୩।୪ ମଙ୍ଗଳବାର ଥିଲା ଜଗତ୍‌ସିଂହପୁର ଜିଲା ମହୋତ୍ସବ କଲ୍ଲୋଳର ତୃତୀୟ ସନ୍ଧ୍ୟା। ଏଥିସହ ଜଗତ୍‌ସିଂହପୁର ଜିଲା ଗଠନର ରୌପ୍ୟ ଜୟନ୍ତୀ। ଯଦିଓ ରୌପ୍ୟ ଜୟନ୍ତୀ ପାଳନ ନେଇ ସେଭଳି କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ନ ଥିଲା ତଥାପି ହ୍ୟୁମାନ ସାଗରଙ୍କ ମେଲୋଡୀ ଦେଖିବାକୁ ଭିଡ ଜମିଥିଲା। କିନ୍ତୁ ଦୁଃଖର କଥା ହେଲା ଅତିଥିମାନେ ଧାର୍ଯ୍ୟ ସମୟଠାରୁ ଅଢେଇ ଘଣ୍ଟା ବିଳମ୍ବରେ ପହଞ୍ଚତ୍ବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ, ଅତିଥିମାନେ ପହଞ୍ଚତ୍ ଜିଲା ଗଠନର ୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ପିଠା କାଟି ଖାଇଥିଲେ। ଏଥିସହ ଖବରଦାତା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କୁ ପିଠା ଦିଆଯାଇଥିଲା। ଏହି ଦୃଶ୍ୟ ଉପସ୍ଥିତ ଦର୍ଶକଙ୍କ ମନରେ ଆଘାତ ଦେଇଥିଲା। କାରଣ ନିର୍ଦ୍ଧିଷ୍ଟ ଲୋକ ପିଠା ଖାଇ ସେଲିବ୍ରେଶନ୍‌ କରୁଥିବା ବେଳେ ଅନ୍ୟମାନେ ଦେଖୁଥିଲେ। ଏସବୁ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହିପରି ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ କାର୍ଯ୍ୟକ୍ରମ ଆରମ୍ଭ ପରେ ମଞ୍ଚକୁ ଡକାଯାଇଥିଲା। ମଞ୍ଚରେ ଆଶନ ସଂରକ୍ଷଣ ଉପରେ କଟକଣା ନ ଥିବାରୁ ଯିଏ ଯେଉଁଠି ପାରିଥିଲେ ବସିଥିଲେ। ବିସ୍ମୟକର କଥା ହେଲା ମୁଖ୍ୟବକ୍ତା ଭାଷଣ ଦେଉଥିବା ବେଳେ ତାଙ୍କ ଆଶନରେ ଅତିରିକ୍ତ ଜିଲାପାଳ ସାହୁ ବସି ପଡିଥିଲେ। କାର୍ଯ୍ୟକ୍ରମରେ ଜଗତ୍‌ସିଂହପୁର ଜିଲାର ନାଁ ହରିହରପୁର କରାଗଲେ ଭଲ ହୁଅନ୍ତା ବୋଲି ମତପ୍ରକାଶ ପାଇଥିଲା। ଏଥିସହ ଆସନ୍ତା ବର୍ଷ ଜିଲା ମହୋତ୍ସବକୁ ନିଆରା ଢଙ୍ଗରେ ଅର୍ଥାତ୍‌ ରାଜ୍ୟସ୍ତରରେ ଅଧିକ ଆକର୍ଷଣୀୟ କରିବା କଥା ଉଠିଥିଲା। ଅତିଥିମାନେ ଜିଲାର ଗରିମା ବଖାଣିଥିଲେ।

ଏସାର ଷ୍ଟିଲ୍‌ ଆଗରେ ହାଣ୍ଡିଆବାସୀଙ୍କ ଧାରଣା

ଏସାର ଷ୍ଟିଲ୍‌ ଆଗରେ ହାଣ୍ଡିଆବାସୀଙ୍କ ଧାରଣା

ପାରାଦୀପ,୩।୪ (ସ୍ବ.ପ୍ର.) ପାରାଦୀପର ଏସାର ଷ୍ଟିଲ କାରଖାନା ସମ୍ମୁଖରେ ମଙ୍ଗଳବାର ୯ ଦଫା ଦାବି ନେଇ ସ୍ଥାନୀୟ ହାଣ୍ଡିଆ ଗ୍ରାମବାସୀ ଧାରଣା ଦେଇଛନ୍ତି। ମଧ୍ୟାହ୍ନରେ ଜିଲା ପ୍ରଶାସନ ଧାରଣାକାରୀଙ୍କ ପାଖରେ ପହଞ୍ଚତ୍ ଆସନ୍ତା ୫ ତାରିଖରେ ସେମାନଙ୍କ ସହ ତ୍ରିପାକ୍ଷିକ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ସାମୟିକ ଭାବେ ପ୍ରତ୍ୟାହୃତ ହୋଇଛି। ୫ରେ ହେବାକୁ ଥିବା ଉକ୍ତ ବୈଠକରେ ସେମାନଙ୍କ ଦାବି ହାସଲ ନ ହେଲେ ପୁଣି ଧାରଣା ଦେବେ ବୋଲି ଗ୍ରାମବାସୀ କହିଛନ୍ତି। ସୂଚନାଥାଉ କି, ୨୦୦୬ରେ ହାଣ୍ଡିଆ ଗ୍ରାମଟି ସମ୍ପୂର୍ଣ୍ଣ ବିସ୍ଥାପିତ ହେବ ବୋଲି ଜିଲା ପ୍ରଶାସନ ଧାରା ୪ (୧) ଲାଗୁ କରିଥିଲା। ଏହାପରେ କମ୍ପାନୀ ଉକ୍ତ ଗ୍ରାମ ବିସ୍ଥାପନ ବାବଦରେ ପ୍ରାୟ ୩୦୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଗ୍ରାମର ୧୫୦ ପରିବାର ମଧ୍ୟରୁ ହାତଗଣତି କେତେକ ପରିବାରକୁ ବାଦ୍‌ଦେଲେ ଅନ୍ୟ ସମସ୍ତେ ଟଙ୍କା ନେଇଯାଇଥିଲେ। ଧାରା ୪(୧) ଲାଗୁ ହେବା ପରଠାରୁ ସେହି ଗ୍ରାମ ପାଇଁ ସମସ୍ତ ପ୍ରକାର ସରକାରୀ ଅନୁଦାନ ଓ ଯୋଜନା ବନ୍ଦ ହୋଇଛି। ଏହା ମଧ୍ୟରେ କମ୍ପାନୀ ଗ୍ରାମକୁ ବିସ୍ଥାପିତ କରିବା ପର୍ଯ୍ୟନ୍ତ ଯେଉଁ କର୍ତ୍ତବ୍ୟ ପାଳନ କରିବା କଥା ତାହା କରିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପରିବେଶ ନଷ୍ଟ କରୁଛି ପ୍ଲାଷ୍ଟିକ, ପଲିଥିନ

ପରିବେଶ ନଷ୍ଟ କରୁଛି ପ୍ଲାଷ୍ଟିକ, ପଲିଥିନ

କେନ୍ଦ୍ରାପଡା ଅଫିସ, ୩।୪ ବର୍ଜ୍ୟବସ୍ତୁ ପରିଚାଳନାରେ କେନ୍ଦ୍ରାପଡା ସହର ଢ଼େର ପଛୁଆ। ସହରର ପ୍ରତ୍ୟେକ ଡ୍ରେନ, ଗଳିକନ୍ଦିରେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ପଡ଼ିରହି ପରିବେଶକୁ ଦୂଷିତ କରୁଛି। ସହରରେ ବର୍ଜ୍ୟବସ୍ତୁ ପରିଚାଳନା ଆଇନ-୨୦୧୬ କାର୍ଯ୍ୟ କରୁ ନଥିବା ଦେଖାଯାଉଛି। ବ୍ୟବସାୟୀମାନେ ମନଇଚ୍ଛା ପଲିଥିନ ବ୍ୟବହାର କରୁଥିବା ବେଳେ ଜନସାଧାରଣ ମଧ୍ୟ ଏଥିପ୍ରତି ସଚେତନ ହେଉନାହାନ୍ତି। ପୌରାଞ୍ଚଳରେ ୫୦ ମାଇକ୍ରନରୁ ଅଧିକ ଓଜନର ପଲିଥିନ ବ୍ୟବହାର କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ୨୦୧୬ରେ ପ୍ରଚାର କରାଯାଇଥିଲା। ମାତ୍ର ଏହା କେବଳ ପ୍ରଚାରରେ ସୀମିତ ରହିଥିବା ବେଳେ ପୌରାଞ୍ଚଳର ପରିବେଶ ସମ୍ପୂର୍ଣ୍ଣ ବିଗିଡ଼ିବାରେ ଲାଗିଛି। ପୌରାଞ୍ଚଳର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ଓ ଜିଲା ପ୍ରତିଷ୍ଠାର ୨୫ତମ ଉତ୍ସବ ପୂର୍ବରୁ ଗତ ମାର୍ଚ୍ଚ ୨୪ରୁ ୩୧ ତାରିଖ ପର୍ଯ୍ୟନ୍ତ ପରିମଳ ଓ ପରିବେଶ ସୁସ୍ଥ ପାଇଁ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା। ଜିଲାପାଳ ରେଘୁ ଜୀ.ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାକଟ ଲକ୍‌ଠାରୁ ସାନ୍ତସାହି ପର୍ଯ୍ୟନ୍ତ ସଫା କରିବା ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମ ଗତ ୧ତାରିଖରୁ ବନ୍ଦ ରହିଥିବା ବେଳେ ଗୋବରୀ କେନାଲ ଓ ଗୋବରୀ ନଦୀରେ କୁଢ଼କୁଢ଼ ପ୍ଲାଷ୍ଟିକ ସାମଗ୍ରୀ ପଡ଼ିରହିଛି। ଏହା ପରିବେଶକୁ ନଷ୍ଟ କରୁଥିବା ବେଳେ ବର୍ଷାଜଳ ନିଷ୍କାସନ ପାଇଁ ସହର ମଧ୍ୟରେ କରାଯାଇଥିବା ଡ୍ରେନଗୁଡିକରେ ଆବର୍ଜନା ଭର୍ତ୍ତି ହୋଇ ଜଳ ନିଷ୍କାସନକୁ ରୋଗୁଛି। ଏହାଦ୍ୱାରା ସହରରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଲୋକମାନେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନିୟମକୁ କଡାକଡି ପାଳନ କରାଗଲେ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରନ୍ତା ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।

୧୦ବର୍ଷ ହେଲା ବନ୍ଦ ପଡିଛି ପାନୀୟ ଜଳ ପ୍ରକଳ୍ପ

୧୦ବର୍ଷ ହେଲା ବନ୍ଦ ପଡିଛି ପାନୀୟ ଜଳ ପ୍ରକଳ୍ପ

ରସୁଲପୁର,୩।୪(ଡି.ଏନ୍‌.ଏ.): ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଦିଗରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରୀ ଅର୍ଥରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି । ନିର୍ମିତ ପ୍ରକଳ୍ପର ମରାମତି ଅଭାବରୁ ସରକାରୀ ଅର୍ଥର ସୁବିନିଯୋଗ ହୋଇପାରୁ ନାହିଁ । ନିର୍ମିତ ପାନୀୟ ଜଳ ପ୍ରକଳ୍ପର ମରାମତି ଅଭାବରୁ ସରକାରୀ ଅର୍ଥ ପାଣିରେ ପଡିଛି । ଏଭଳି ଚିତ୍ର ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ରାହାମ୍ବା ପଞ୍ଚାୟତରେ ଦେଖିବାକୁ ମିଳିଛି ।

ଶରଣାର୍ଥୀଙ୍କ ଜମି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ

ମହାକାଳପଡା, ୩।୪ (ଡିଏନଏ) ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଦୀର୍ଘ ଦିନ ଧରି ରହୁଥିବା ବଙ୍ଗୀୟ ଶରଣାର୍ଥୀ ଓ ଅଧିବାସୀଙ୍କ ଜମି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ମଙ୍ଗଳବାର ପଦକ୍ଷେପ ନେଇଛନ୍ତି। ପ୍ରଶାସନ ପକ୍ଷରୁ ପ୍ରାୟ ୮ ବର୍ଷ ହେବ ବନ୍ଦ କରାଯାଇଥିବା କେ ଫର୍ମ ପଟ୍ଟା ପାଉତିକଟା ଆରମ୍ଭ ହୋଇଛି। ଖରିନାସୀସ୍ଥିତ କାଳିବାଡିଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ବ୍ଲକ ଅନ୍ତର୍ଗତ ଖରିନାସୀ, ରାମନଗର, ବତୀଘର, ଜମ୍ବୁ, ସୁନିତି ଓ ଗଗୁଆ ପଞ୍ଚାୟତର ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଲୋକେ ଉପକୃତ ହେବେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଦେଶ ସ୍ବାଧୀନତା ପରେ ବହୁ ସଂଖ୍ୟକ ବଙ୍ଗୀୟ ପରିବାର ଆସି ମହାକାଳପଡା ବ୍ଲକର ଉପରୋକ୍ତ ଅଞ୍ଚଳର ଜଙ୍ଗଲ ଜମିରେ ଆସି ବାସ କରୁଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୭୬ ମସିହାରେ ସେମାନଙ୍କୁ କେ ଫର୍ମା ପଟ୍ଟା ଓ ଖତିୟାନ ପଟ୍ଟା ଦିଆଯାଇ ପାଉଟିକଟା ଆରମ୍ଭ ହୋଇଥିଲା।