ଉପକୂଳ ଓଡିଶା

ଦୁମୁକା ପଞ୍ଚାୟତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ  ଓ ଉଦ୍‌ଘାଟନ

ଦୁମୁକା ପଞ୍ଚାୟତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

ମାର୍ଶାଘାଇ,୪।୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହୋଇଯାଇଛି। ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଗଛମୂଳେ ପାଠ ପଢ଼ୁଛନ୍ତି କୋମଳମତି ଶିଶୁ

ରସୁଲପୁର,୪।୫(ଡିଏନଏ):ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ପଞ୍ଚାୟତର ସରବଣା ଗ୍ରାମର ପାଇକରାପୁର-୨ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହଟିଏ ନିର୍ମାଣ ହୋଇପାରିଲା ନାହିଁ। ଦୀର୍ଘଦିନ ଧରି ଏ ନେଇ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ହୋଇଆସୁଛି। ମାତ୍ର ଏ ଦିଗରେ ଜନପ୍ରତିନିଧି ଓ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଫଳରେ କୋମଳମତି ଶିଶୁମାନେ ଗଛମୂଳେ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି।

୫ବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ

ଯାଜପୁର ଅଫିସ,୪।୫ :ଯାଜପୁର ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ବିଭାଗରେ ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ମିଶାଇ ସମୁଦାୟ ୨୫ ଜଣ ଅବସ୍ଥାପିତ । ସେଥିରୁ ୧୦ଜଣ ୫ ବର୍ଷ ଓ ୪ ଜଣ ଯନ୍ତ୍ରୀ ୧୦ବର୍ଷ ହେଲା ଏଠାରେ ଗାଦି ମାଡ଼ି ବସିଛନ୍ତି । ଏ ସଂକ୍ରାନ୍ତରେ ୨୫।୯।୨୦୧୭ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ତଥ୍ୟ ମଗାଯିବା ପରେ ୪।୧୦।୨୦୧୭ରେ ଆରଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୧୨୭୦ରେ ସବିଶେଷ ତଥ୍ୟ ଦେଇଥିଲେ। ଏ ସଂକ୍ରାନ୍ତରେ ଧରିତ୍ରୀରେ ମଧ୍ୟ ସବିଶେଷ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା।

ରିଲିଭରେ ବିଳମ୍ବ, ହରଡ଼ଘଣାରେ ଆରଟିଓ

ଯାଜପୁର ଅଫିସ,୪।୫:ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଲାଲମୋହନ ସେଠୀ ଜଣେ ଅଧିକାରୀଙ୍କ ବଦଳି ପରେ ରିଲିଭରେ ବିଳମ୍ବ କରିବାକୁ ନେଇ ହରଡଘଣାରେ ପଡିଛନ୍ତି । ଏ ନେଇ ଉତ୍ତର ରଖିବାକୁ ବିଭାଗୀୟ ତାଗିଦର ୩ମାସ ପରେ ବି ଆରଟିଓ ସେଠୀ ନୀରବ ରହିଥିବାରୁ ସରକାରୀ ନିର୍ଦ୍ଦେଶର ଅବମାନନା କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ତାଙ୍କ ପତ୍ରସଂଖ୍ୟା ୩୩୪୩/୧।୫।୨୦୧୮ରେ ଅଭିହିତ କରିଛନ୍ତି। ଏହାସହ କାହିଁକି ପଦୋନ୍ନତି ପାଇଁ ବଦଳି ହୋଇଥିବା ଅଧିକାରୀଙ୍କୁ ଠିକ ସମୟରେ ରିଲିଭ କରାଗଲା ନାହିଁ ସେନେଇ ଏକ ସପ୍ତାହ ମଧ୍ୟରେ କୈଫିୟତ ଦେବାକୁ ନିର୍ଦ୍ଦେଶ ହୋଇଛି।

ବାମନଗର ଜଙ୍ଗଲରୁ ମୋରମ ଚୋରା ଚାଲାଣ

ବାମନଗର ଜଙ୍ଗଲରୁ ମୋରମ ଚୋରା ଚାଲାଣ

କାଳିଆପାଣି,୪।୫(ଡି.ଏନ୍‌.ଏ):ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡ଼ିଆ ପଞ୍ଚାୟତର ପାରଡ଼ିଠାରୁ ପିମ୍ପୁଡ଼ିଆ ପର୍ଯ୍ୟନ୍ତ ତିଆରି ହେଉଥିବା ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାର ଜଙ୍ଗଲ ଜମିରୁ ମୋରମ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ବାମନଗର ଜଙ୍ଗଲରୁ ଶହଶହ ଟ୍ରିପ ମୋରମ ଖୋଳି ରାସ୍ତାରେ ବିଛାଇଥିତ୍ବା ଜଣାପଡ଼ିଛି । ଅଳ୍ପ କିଛି କଂକ୍ରିଟ ରାସ୍ତା ଓ ଅନ୍ୟ ରାସ୍ତା ପିଚୁ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ୨ କିମି ୫ ଶହ ମିଟର ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଏକ କୋଟିରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ କରାଯାଇଛି। ଏଥିପାଇଁ ଯାଜପୁର ଅଞ୍ଚଳର ସରୋଜ କୁମାର ଜେନାଙ୍କ ନାମରେ କାର୍ଯ୍ୟାଦେଶ ମିଳିଥିଲା ।

ସାଲେପୁର ପୀଡ଼ିତାଙ୍କ ପାଇଁ ମହମବତି ଶୋଭାଯାତ୍ରା

ସିଂହପୁର,୪।୫(ଡି.ଏନ.ଏ):ସାଲେପୁର ନାବାଳିକାଙ୍କୁ ବଳାତ୍କାର ଓ ତାଙ୍କର ମୃତ୍ୟୁ ପ୍ରତିବାଦରେ ବୁଧବାର ସନ୍ଧ୍ୟାରେ ଭାଜପା ରାଜ୍ୟ ମହିଳା ସଭାନେତ୍ରୀଙ୍କ ଆହ୍ବାନରେ ଜିଲା ସଭାନେତ୍ରୀ ବବିତା ମଲିକଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ହୋଇଥିଲା। ପୀଡିତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରି ଏହି ଶୋଭାଯାତ୍ରାରେ ଅନେକ ଭାଜପା ନେତ୍ରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ନମିତା ନାୟକ, ରେଖା ସ୍ବାଇଁ, ଶାନ୍ତିଲତା ମିଶ୍ର, ଆଶାଲତା ଗୋଛାୟତ, ଦିପା ଜେନା, ପ୍ରିୟଲତା ଜେନା, ମୀନାରାଣୀ ବେହେରା, ଲକ୍ଷ୍ମୀ ଜେନା, ସୁଲୋଚନା ଜେନା, ମମତା ଖିଲାର, ଟିକିଲି ମଲିକ, ଗୀତା ଖିଲାର, ହେମଲତା ଜେନାଙ୍କ ସମେତ ବହୁ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ବୈତରଣୀ ନଦୀପଠାରୁ ଜବତ ହେଲା ମେଶିନ, ଡମ୍ଫର

ବୈତରଣୀ ନଦୀପଠାରୁ ଜବତ ହେଲା ମେଶିନ, ଡମ୍ଫର

କୋରେଇ,୪।୫(ସ୍ବ.ପ୍ର):କୋରେଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ମକୁନ୍ଦପୁର ବୈତରଣୀ ନଦୀପଠା ଓ ରଣପୁର ପଞ୍ଚାୟତର ସାଆଁଳା ଘାଟରେ ବାଲି ଉତ୍ତୋଳନ ପାଇଁ ବ୍ୟାସନଗର ତହସିଲ ପକ୍ଷରୁ ଲିଜ୍‌ ଦିଆଯାଇଛି। ଏହି ଦୁଇ ଘାଟରେ ଶ୍ରମିକଙ୍କ ଦ୍ୱାରା ବାଲି ଲୋଡିଂ କରାଯିବା କଥା। ପ୍ରତିଦିନ ଏଠାରେ ଯେତିକି ବାଲି ଲୋଡିଂ କରାଯିବା କଥା ତାହା କରା ନ ଯାଇ ତା’ଠାରୁ ଢ଼େରଗୁଣ ଅଧିକ କରାଯାଉଥିଲା। ଏହା ସହିତ ଶ୍ରମିକଙ୍କ ଦ୍ୱାରା ବାଲି ଲୋଡିଂ ନ କରି ମେଶିନ୍‌ ଲଗାଇ ଲୋଡିଂ କରାଯାଉଥିଲା। ଏ ସମ୍ପର୍କରେ ଧରିତ୍ରୀରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯାଜପୁର ଜିଲାପାଳଙ୍କୁ ଏକ ଚିଠି କରାଯାଇ ମେଶିନ ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଜିଲା ପ୍ରଶାସନ ଏଥିରେ କୋହଳ ମନୋଭାବ ପ୍ରକାଶ କରି ମେଶିନ୍‌ ସିଜ୍‌ କରିବାରେ ବିଳମ୍ବ କରିଥିଲା।

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ନଦୀବନ୍ଧ

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ନଦୀବନ୍ଧ

ବରୀ,୪।୫(ସ୍ବ.ପ୍ର.):ନଦୀ, ନାଳ ଘେରରେ ରହିଛି ବରୀ ବ୍ଲକ ଅଧୀନ ରତଳାଙ୍ଗ ପଞ୍ଚାୟତ। ଉକ୍ତ ପଞ୍ଚାୟତର ଚିଙ୍ଗୁଡ଼ିଆ ନାଳ କଡରେ ଏବେ ନଦୀବନ୍ଧ ନିର୍ମାଣ ଚାଲିଛି। ବାଲିରେ ନଦୀ ବନ୍ଧ ନିର୍ମାଣ ହେଉଥିବାରୁ ବନ୍ଧର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବନ୍ଧ ନିର୍ମାଣ ପୂର୍ବରୁ ସୂଚନା ଫଳକ ମଧ୍ୟ ମରାଯାଇନାହିଁ । ଠିକାଦାର ଓ ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ସଲାସୁତୁରାରେ ନଦୀ ବନ୍ଧ ନିର୍ମାଣ ଚାଲିଥିବା ଅଭିଯୋଗ ହୋଇଛି।

ସାପ କାମୁଡ଼ାରେ ପରିବା ଦୋକାନୀ ମୃତ

ସାପ କାମୁଡ଼ାରେ ପରିବା ଦୋକାନୀ ମୃତ

ନୟାଗଡ଼ ଅଫିସ,୪।୫- ପରିବା ଦୋକାନ ଖୋଲୁଥିବା ସମୟରେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ ଘଟିଛି। ସେ ହେଲେ ଶରଣକୁଳ ନରେନ୍ଦ୍ରପୁର ସାହିର ପ୍ରଫୁଲ୍ଲ ପୃଷ୍ଟି (୫୫)। ପ୍ରକାଶ ଯେ, ପ୍ରଫୁଲ୍ଲ ଶରଣକୁଳ ପୋଷ୍ଟ ଅଫିସ ସାମ୍ନାରେ ଏକ ପରିବା ଦୋକାନ କରିଥିଲେ। ଗୁରୁବାର ପୂର୍ବାହ୍ନ ୧୦ଟାରେ ଦୋକାନ ଖୋଲିବାକୁ ଯାଉଥିବା ସମୟରେ ସେଠାରେ ଥିବା ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପ୍ରଥମେ ତାଙ୍କୁ ଶରଣକୂଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିଲାବେଳେ ବାଟରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିଲା।

ସମିତିସଭ୍ୟକୁ ଆକ୍ରମଣ, ୪ ଜଣଙ୍କ ନାମରେ ଥାନାରେ ଏତଲା

ନୟାଗଡ଼ ଅଫିସ,୪।୫- ନୟାଗଡ଼ ଜିଲା ସଦର ଥାନା ଖଣ୍ଟୁଗାଁ ସମିତିସଭ୍ୟକୁ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ନୂଆଗାଁ ବ୍ଲକ ଖଣ୍ଟୁଗାଁ ସମିତିସଭ୍ୟ ରାଜକିଶୋର ପ୍ରଧାନଙ୍କର ଏକ ଟେଣ୍ଟ ହାଉସ ଅଛି। ଏହି ଟେଣ୍ଟ ହାଉସ୍‌ରେ କାମ କରୁଥିବା ୫ ଜଣ ଯୁବକ ବୁଧବାର ରାତିରେ ଗ୍ରାମରେ ଥିବା ଠାକୁରାଣୀ ମନ୍ଦିରରେ ଭୋଜି କରିଥିଲେ। ରାତି ୧୦ଟା ସମୟରେ ଅନ୍ୟ ଗ୍ରାମର ୪ରୁ ୫ ଜଣ ଯୁବକ ଆସି ଭୋଜି କରୁଥିବା ଯୁବକଙ୍କ ସହିତ କୌଣସି କାରଣରୁ ଗଣ୍ଡଗୋଳ କରିଥିଲେ। ପରେ ଖବର ପାଇ ରାଜକିଶୋର ମନ୍ଦିରରେ ପହଞ୍ଚତ୍ ଯୁବକମାନଙ୍କୁ ବୁଝାସୁଝା କରିଥିଲେ। ହେଲେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନ୍ୟ ଗ୍ରାମରୁ ଆସିଥିବା ୪ ଯୁବକ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ରାଜକିଶୋରଙ୍କ ମୁଣ୍ଡ ଫାଟି ଯାଇ ଗଭୀର ଆଘାତ ହୋଇଥିଲା। ଗୁରୁବାର ଏ ନେଇ ରାଜିକଶୋର ସଦର ଥାନାରେ ଅଭିଯୋଗ କରିଥିଲେ । ସଦର ଥାନାରେ ୫୭।୧୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଥାନା ଅଧିକାରୀ ମନୋରମା ମଲ୍ଲିକ ପ୍ରକାଶ କରିଛନ୍ତି।

ନାବାଳିକାକୁ ବଳାତ୍କାର ମାମଲା: ଯୁବକ ଗିରଫ

ନାବାଳିକାକୁ ବଳାତ୍କାର ମାମଲା: ଯୁବକ ଗିରଫ

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୪।୫-ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଖଇରପଲ୍ଲୀ ପଞ୍ଚାୟତରେ ଜଣେ ନାବାଳିକା(୧୦)ଙ୍କୁ ବଳାତ୍କାର କରି ଫେରାର ଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ଖଇରପଲ୍ଲୀ ପଞ୍ଚାୟତ ତାରିଆ ଗ୍ରାମର କାଠିଆ ନାଏକ (୨୬)। କାଠିଆଙ୍କୁ ଗୁରୁବାର ଖୋର୍ଦ୍ଧା ଜିଲା କଳାପଥର ନିକଟରେ ଥିବା କୋଟସିଙ୍ଗା ଗ୍ରାମରେ ଚଢ଼ାଉ କରି ପୋଲିସ ଗିରଫ କରିଥିଲା। ପ୍ରକାଶ ଯେ ନାବାଳିକାଙ୍କୁ କାଠିଆ ବଳାତ୍କାର କରିଥିବା ସୁନାଖଳା ଫାଣ୍ଡିରେ ୨୯ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦିନ ଅପରାହ୍ନରେ ନାବାଳିକା ଜଣଙ୍କ ବାହାରକୁ ଶୌଚ ହେବା ପାଇଁ ଯାଇଥିବାବେଳେ ଯୁବକ ଜଣଙ୍କ ନାବାଳିକାଙ୍କୁ କୋଳି ଦେବା ବାହାନାରେ ବୁଦାମୂଳକୁ ଡ଼ାକି ନେଇ ବଳାତ୍କାର କରିଥିଲେ। ଏ ନେଇ ରଣପୁର ଥାନାରେ ୮୧/୧୭ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଗିରିଜା ଶଙ୍କର ରଥ ପ୍ରକାଶ କରିଛନ୍ତି। ସେହିଭଳି ଯୁବକଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ଶୁକ୍ରବାର କୋର୍ଟଚାଲାଣ କରାଯିବ ବୋଲି ପ୍ରକାଶ କରିଥିଲେ।

ଦୁର୍ଘଟଣାରେ ବାଇକ୍‌ ଆରୋହୀ ମହିଳା ମୃତ

ଓଡ଼ଗାଁ,୪।୫(ସ୍ବ.ପ୍ର.)-ଓଡଗଁ। ସଦର ବିଜ୍ଞାପିତ ଅଞ୍ଚଳ ଉପକଣ୍ଠ ସିନେମା ହଲ ଛକରେ ଏକ ବାଇକକୁ ପଛରୁ ଧକ୍କା ଦେଲା ଅନ୍ୟ ଏକ ବାଇକ । ପଛ ବାଇକ ଧକ୍କାରେ ଆଗ ବାଇକରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ଓଡଗଁ। ଥାନା ମହୁଲିଆ ଗ୍ରାମର ଗୀତାଞ୍ଜଳି ନାହାକ(୪୨) । ସକାଳ ପ୍ରାୟ ସାଢେ ଦଶଟାରେ ଓଡଗଁ। ଥାନା ନନ୍ଦିଘୋର ନିକଟସ୍ଥ ମହୁଲିଆ ଗ୍ରାମର ଆନନ୍ଦ ନାହାକ(୫୦), ସ୍ତ୍ରୀ ଗୀତାଞ୍ଜଳି(୪୨) ଓ ପୁଅ ବିଜୁ ନାହାକ(୨୩)ଙ୍କ ସହିତ ଏକ ହିରୋ ବାଇକ(ନଂ.ଓଆର୨୫ସି୪୧୭୯)ରେ ବସି ଗଞ୍ଜାମ ଜିଲା କୁମ୍ପାପଡା ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିଲେ । ହେଲେ ଘଟଣାସ୍ଥଳରେ ଓଡି୦୨ଇ୦୬୯୦ ନମ୍ବର ବିଶିଷ୍ଟ ହିରୋ ଇଗ୍ନିନେଟର ବାଇକ ଦ୍ରୁତ ଗତିରେ ଆସି ଗୀତାଞ୍ଜଳି ବସିଥିବା ବାଇକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ଗୀତାଞ୍ଜଳି ବାଇକରୁ ଖସି ତଳେ ପଡିଯାଇଥିଲେ । ଲୋକେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଓଡ଼ଗାଁ ପୋଲିସ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିବା ସହିତ ଏ ନେଇ ଏକ ମାମଲା ରୁଜୁ କରିଛି । ପୋଲିସ ଉଭୟ ବାଇକ ଜବତ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ଚତୁରତାର ସହିତ ଖସି ଫେରାର ହୋଇଯାଇଛନ୍ତି ।

ମାଉଜର ଦେଖାଇ ଯାତ୍ରୀବାହୀ ବସ୍‌ ଲୁଟ୍‌ ଉଦ୍ୟମ

ମାଉଜର ଦେଖାଇ ଯାତ୍ରୀବାହୀ ବସ୍‌ ଲୁଟ୍‌ ଉଦ୍ୟମ

ଓଡ଼ଗାଁ,୪।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡ଼ଗାଁ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୂମି-ବେରୁଆଁବାରି ମଝିରେ ଥିବା ଗୋଲା ପଡିଆରେ ଗୁରୁବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସକୁ ମାଉଜର ଦେଖାଇ ଲୁଟ୍‌ ଉଦ୍ୟମ କରାଯାଉଥିବାବେଳେ ତାହା ବିଫଳ ହୋଇଛି । ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ମାଉଜର ଛଡାଇ ଆଣିବାରୁ ଲୁଟେରା ପଳାଇଯାଇଥିଲେ। ପ୍ରାୟ ୬ଟାରେ ଭୁବନେଶ୍ୱରରୁ ବାହାଡ଼ାଝୋଲା ଦେଇ ପଡୋଶୀ ଗଞ୍ଜାମ ଜିଲା କାଦୁଆକୁ ଯାଉଥିବା ଅମ୍ବିକା ନାମକ ଯାତ୍ରୀବାହୀ ବସ ଡ୍ରାଇଭରଙ୍କୁ ଗୋଲା ପଡିଆଠାରେ ବାଇକରେ ବସିଥିବା ଜଣେ ଦୁର୍ବୃତ୍ତ ମାଉଜର ଦେଖାଇ ଅଟକାଇବାକୁ ଉଦ୍ୟମ କରିଥିଲେ ।

କାଳବୈଶାଖୀର ତାଣ୍ଡବ : ୧୨୦ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା

କାଳବୈଶାଖୀର ତାଣ୍ଡବ : ୧୨୦ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା

ନୟାଗଡ଼ ଅଫିସ,୪।୫-ନୟାଗଡ଼ ଜିଲାରେ ବୁଧବାର କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ରାତି ୧୦ଟାରୁ ଆରମ୍ଭ ହୋଇ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଫଳରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା। ଏପରିକି ବିଭିନ୍ନ ସ୍ଥାନରେ ୧୪ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ୍‌ କାଟ ହୋଇଥିଲା। ରିପୋର୍ଟ ଲେଖା ହେବା ସୁଦ୍ଧା ଜିଲାର ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ହୋଇପଡ଼ିଛି। ଏ ନେଇ ବିଭାଗକୁ ପଚାରିବାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇ ପଡ଼ିଥିବା କହିଥିଲେ। ପ୍ରକାଶ ଯେ ନୟାଗଡ଼ ଡିଭିଜନ୍‌ ଅଧୀନରେ ୧୨୦ଟି ଖୁଣ୍ଟ ଭାଙ୍ଗିଯାଇଥିବା କହିଥିଲେ। ନୟାଗଡ଼ ଟାଉନରେ ମଧ୍ୟ ୧୨ରୁ ୧୫ଟି ପୋଲ ଭାଙ୍ଗିଥିବା ସୂଚନା ଦେଇଥିଲେ। ଅନ୍ୟପଟେ ସହରର କେତେକ ସ୍ଥାନରେ ବିଦ୍ୟୁତ୍‌ ଥିବା ବେଳେ ଅନ୍ୟ କେତେକ ସ୍ଥାନରେ ବିଦ୍ୟୁତ ନ ଥିତ୍ବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ସଟଡାଉନ ଯୋଗୁ ଏହିଭଳି ହେଉଥିବା ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ପ୍ରକାଶ କରିଥିଲେ। ସେହଭିଳି କାଳବୈଶାଖୀ ଫଳରେ ଗଦାଧରପ୍ରସାଦ ଗ୍ରାମପଞ୍ଚାୟତ ହରିପୁର ଗ୍ରାମରେ ହେଉଥିବା ପାରାୟଣ କାର୍ଯ୍ୟକ୍ରମର ଷ୍ଟେଜ୍‌ ଭାଙ୍ଗି ଯାଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଥିଲେ। ଗ୍ରାମରେ ପ୍ରାୟ ୩୦ରୁ ୪୦ଟି ଗଛ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସେହିଭଳି ନୟାଗଡ଼ ଦର୍ପନାରାୟଣପୁର ରାସ୍ତାରେ ପଡ଼ିଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡ଼ିଛି।

ଉତ୍ତମ ଚରିତ୍ର ଗଠନରେ ସହାୟକ ହୁଏ ଶିକ୍ଷା

ଉତ୍ତମ ଚରିତ୍ର ଗଠନରେ ସହାୟକ ହୁଏ ଶିକ୍ଷା

ନୟାଗଡ଼ ଅଫିସ,୪।୫-ନୟାଗଡ଼ ଜିଲା ସଦର ବ୍ଲକ ଗମ୍ଭାରିଡିହି ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ପାଳିତ ହେଉଥିବା ରୌପ୍ୟ ଜୟନ୍ତୀ ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉଦ୍‌ଯାପନ ଉତ୍ସବରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ହିଁ ଜଣେ ମନୁଷ୍ୟକୁ ଉତ୍ତମ ଚରିତ୍ର ଗଠନରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ସେହିଭଳି ଶିକ୍ଷା ଦ୍ୱାରା ଆମ ସମାଜ ଉନ୍ନତି ହୋଇପାରିବ ବୋଲି ପ୍ରକାଶ କରିଥିଲେ।

ପାରାଦୀପ ନିର୍ବାଚନ ମଣ୍ଡଳି : ଆଶଙ୍କାରେ ନେତା, ଦ୍ୱନ୍ଦ୍ୱରେ କର୍ମୀ

ପାରାଦୀପ,୪।୫(ସ୍ବ.ପ୍ର.): ରାଜ୍ୟରେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଣ୍ଡଳିଗୁଡିକରେ ସେତିକି ରାଜନୈତିକ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ଉପକୂଳ ଓଡ଼ିଶାର ଅନ୍ୟତମ ଚର୍ଚ୍ଚିତ ରାଜନୈତିକ କ୍ଷେତ୍ର ପାରାଦୀପ ନିର୍ବାଚନ ମଣ୍ଡଳିରେ ମଧ୍ୟ ଏଭଳି ରାଜନୈତିକ ଉଷ୍ମତା ଅନୁଭୂତ ହେଲାଣି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଠାରେ ଦଳଗୁଡିକ ପରସ୍ପର ବିରୋଧରେ ଲଢିବା ପାଇଁ ଯେତିକି ପ୍ରସ୍ତୁତ ହୋଇନାହାନ୍ତି, ତା’ଠାରୁ ଅଧିକ ଦଳ ମଧ୍ୟରେ ହେବାକୁ ଥିବା ଅନ୍ତର୍ଯୁଦ୍ଧ ପାଇଁ ସଜବାଜ ହେଉଛନ୍ତି। ଅର୍ଥାତ୍‌ ନିକଟ ଅତିତରେ ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଭାଜପାରେ ଉପରସ୍ତରରେ ହୋଇଥିବା କର୍ମକର୍ତ୍ତା ପରିବର୍ତ୍ତନର ପ୍ରଭାବ ତଳସ୍ତରକୁ ଭେଦ କରିଛି। ଦଳଗୁଡିକ ମଧ୍ୟରେ ଆଗରୁ ଯେଉଁ ଗୋଷ୍ଠୀ କନ୍ଦଳ କୁହୁଳୁଥିଲା, ଏହି କର୍ମକର୍ତ୍ତା ପରିବର୍ତ୍ତନ ତାହାକୁ ଅଧିକ ପ୍ରଜ୍ଜଳିତ କରିଛି। ଫଳରେ ଦଳର ଆଗଧାଡିର ନେତାମାନେ ଆସନ୍ତା ସାଧାରଣ ନିର୍ବାଚନରେ ଟିକେଟ୍‌ ପାଇବେ କି ନାହିଁ ତାହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି। ନେତାମାନଙ୍କ ଏଭଳି ସ୍ଥିତି ଯୋଗୁ କର୍ମୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡିଛନ୍ତି।

କେନାଲ ବନ୍ଧରେ ଶୌଚାଳୟ ନିର୍ମାଣ ନିର୍ଦ୍ଦେଶ ଦେଇ ବିବାଦରେ ଜିଲାପାଳ

ବିରିଡ଼ି,୪।୫(ଡି.ଏନ.ଏ.): ବିରିଡ଼ି ବ୍ଲକ ଅନ୍ତର୍ଗତ ଉତ୍ତରଶାସନ ପଞ୍ଚାୟତର ମଧ୍ୟଶାସନ ନିକଟ ମାଛଗଁ। କେନାଲ ବନ୍ଧରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ବ୍ଲକ ପ୍ରଶାସନକୁ ଜଗତସିଂହପୁର ଜିଲାପାଳ ନିର୍ଦ୍ଦେଶ ଦେବା ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଜଳସମ୍ପଦ ବିଭାଗର ବିନା ଅନୁମତିରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ଜିଲାପାଳ ଏଭଳି ନିର୍ଦ୍ଦେଶ ଦେବା ନିୟମର ଖୋଲା ଉଲ୍ଲଂଘନ ବୋଲି ରାଜସ୍ବ ବିଭାଗର କେତେଜଣ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ୧୫ ଦିନ ତଳେ ଜଗତ୍‌ସିଂହପୁର ଜଳସେଚନ ଡିଭିଜନର ଯନ୍ତ୍ରୀମାନଙ୍କ ବିନା ଅନୁମତିରେ ପାନୀୟଜଳ ବିଭାଗର ଯନ୍ତ୍ରୀମାନେ ପାଇଖାନା କାମ ଆରମ୍ଭ କରିଥିଲେ। ଏ କଥା ଜଣାପଡିବାରୁ ଜଳ ସମ୍ପଦ ବିଭାଗ ଯନ୍ତ୍ରୀମାନେ କାମ ବନ୍ଦ କରିଦେଲେ। ତେଣୁ ବୁଧବାର ସକାଳେ ଜିଲାପାଳ ଯାମିନୀ ଷଡ଼ଙ୍ଗୀ ଘଟଣାସ୍ଥଳକୁ ଆସି କାମ ଆରମ୍ଭ କରିବାକୁ ମୌଖିକ ନିର୍ଦ୍ଦେଶ ଦେଇଥିଲେ।

ପୋଲିସର ଅବହେଳା ନେଇ :ଜିଲାପାଳଙ୍କ ନିକଟରେ ଅଭିଯୋଗ

ପୋଲିସର ଅବହେଳା ନେଇ :ଜିଲାପାଳଙ୍କ ନିକଟରେ ଅଭିଯୋଗ

କେନ୍ଦ୍ରାପଡା ଅଫିସ,୪।୫:ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ମୃତ୍ୟୁ ହେବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରୁଥିବା ନେଇ ଗୁରୁବାର ଗୋଟିଏ ପରିବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଯେ, ଗତ ଏପ୍ରିଲ ୨୩ ତାରିଖରେ ନିକିରାଇ ଥାନା ଅନ୍ତର୍ଗତ ଛୋଟି ମଙ୍ଗଳପୁର ଗ୍ରାମର ଦିଲିପ ମହାରଣାଙ୍କ ସ୍ତ୍ରୀ ସୁଷମା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତେବେ ଡାକ୍ତରଙ୍କ ଅବହେଳା ଯୋଗୁ ଏହି ଶିଶୁର ମୃତ୍ୟୁ ହୋଇଥିଲା ବୋଲି ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ହେଁ ଥାନା କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଏହାର ପ୍ରତିବାଦରେ ଦିଲିପଙ୍କ ପରିବାର ସଦସ୍ୟମାନେ ଗୁରୁବାର ଜିଲାପାଳଙ୍କୁ ଭେଟି ଏହି ଘଟଣାରେ ପୋଲିସ କର୍ତ୍ତୃପକ୍ଷଙ୍କ ଅବହେଳା ନେଇ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ଏନେଇ ଦିଲିପ କୁହନ୍ତି ଯେ, ଘଟଣା ଦିନ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଉପସ୍ଥିତ ନ ଥିବାରୁ ନର୍ସମାନେ ଶିଶୁର ଜନ୍ମ କରାଇଥିଲେ । ତେବେ ଜନ୍ମ ସମୟରେ କେତେକ ଅସୁବିଧା ହେବାରୁ ଶିଶୁଟି ମରି ଯାଇଥିଲା । ଏହି ଅଭିଯୋଗ ପତ୍ର ପାଇବା ପରେ ଜିଲାପାଳ ରେଘୁ ଜୀ. ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ଦିଲିପ ପ୍ରକାଶ କରିଛନ୍ତି ।

ଫେରିଘାଟ ନେଇ ଦୁଇ ଜିଲା ମଧ୍ୟରେ ବିବାଦ

ଫେରିଘାଟ ନେଇ ଦୁଇ ଜିଲା ମଧ୍ୟରେ ବିବାଦ

ମାର୍ଶାଘାଇ,୪।୫(ଡିଏନଏ):ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରୀ ଗ୍ରାମ ନିକଟ ପାଇକା ନଦୀରେ ଫେରି ଘାଟକୁ ନେଇ କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲା ମଧ୍ୟରେ ବିବାଦ ଦେଖାଦେଇଛି । ପ୍ରକାଶ ଯେ, ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ଫେରିଘାଟ ରାଜାରାଜୁଡା ଅମଳରୁ ତିଖିରୀ ଅଞ୍ଚଳର ଲୋକମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଦୁଇଟି ଜିଲା ଗଠନ ପରେ ମଧ୍ୟ ସେହି ଧାରା ଜାରି ରହିଥିଲା । କେନ୍ଦ୍ରାପଡା ଜିଲା ପ୍ରଶାସନ ଦ୍ୱାରା ମହାକାଳପଡା ତହସିଲ ବା ତିଖିରୀ ପଞ୍ଚାୟତ ଫେରିଘାଟ ଚଳାଇବା ପାଇଁ ଅନୁମତି ଦେଉଥିଲେ।

ଖଟାପାଣିରେ ମିଶୁଛି ସାଇଟ୍ରିକ ଏସିଡ୍‌

ଖଟାପାଣିରେ ମିଶୁଛି ସାଇଟ୍ରିକ ଏସିଡ୍‌

କେନ୍ଦ୍ରାପଡା ଅଫିସ,୪।୫:ଗୁପଚୁପ ବା ଗୋଲଗପ୍ପା ବ୍ୟବସାୟ କେନ୍ଦ୍ରାପଡା ସହର ସମେତ ଗ୍ରାମାଞ୍ଚଳରେ ବେଶ ଆଦୃତ ହେଉଛି । ଅପରାହ୍ନ ହେଲେ ସହରର ଛକଗୁଡିକରେ ଗୁପଚୁପ ବ୍ୟବସାୟୀଙ୍କ ପସରା ମେଲୁଛି । ଏଥିସହିତ ବିଭିନ୍ନ ୱାର୍ଡର ଗଳିରେ ଏମାନଙ୍କୁ ଦେଖିବାକୁ ମିଳୁଛି । ଶିକ୍ଷାନୁଷ୍ଠାନ ନିକଟରେ ସକାଳୁ ସନ୍ଧ୍ୟା ଯାଏ ଏହି ବ୍ୟବସାୟ ଏକ ପ୍ରକାର କିଶୋରୀ କିଶୋରଙ୍କ ଆକର୍ଷଣ ସାଜିଥିବା ବେଳେ ଗୁପଚୁପ ଖାଇବା ପାଇଁ ପିଲାଙ୍କ ଠାରୁ ମହିଳା ପୁରୁଷ ଭିଡ ଲଗାଉଛନ୍ତି । ତେବେ ଗୁପଚୁପ କିପରି ତିଆରି ହେଉଛି ଓ ଏହା ଖାଇବା ଦ୍ୱାରା କ’ଣ ହେଉଛି, ସେ ସମ୍ପର୍କରେ ଖାଇବା ବ୍ୟକ୍ତିର ଆଗ୍ରହ ନ ଥାଏ । ପାଟି ସୁଆଦ ପାଇଁ ଗୁପଚୁପକୁ ସମସ୍ତେ ଆଦର କରନ୍ତି । ତେବେ ଏହି ବ୍ୟବସାୟର ମୁଖ୍ୟ ଆକର୍ଷଣ ଖଟାପାଣିକୁ ନେଇ ପରୀକ୍ଷାଗାରରେ ପରୀକ୍ଷା କଲେ ଏଥିରେ ସାଇଟ୍ରିକ ଏସିଡ ମିଶା ହେଉଥିବା ଜଣା ପଡିଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମିର୍ଜା ବାବର ବେଗ ସୂଚନା ଦେଇଛନ୍ତି । ଯାହା ଏକ ପ୍ରକାର ବିଷ ଓ ସ୍ବାସ୍ଥ୍ୟହାନି କାରକ ବୋଲି ଡା. ବେଗ ପ୍ରକାଶ କରିବା ସହ ପେଟ ରୋଗ ବଢିବାର ଅନ୍ୟତମ କାରଣ ବୋଲି କହିଛନ୍ତି । ସହରର ଜନୈକ ଗୁପଚୁପ ବ୍ୟବସାୟୀ ହେଲେ ରମେଶ ।

ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲା: ମାମଲା ରୁଜୁ ପାଇଁ ଥାନାକୁ ନିର୍ଦ୍ଦେଶ

ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲା: ମାମଲା ରୁଜୁ ପାଇଁ ଥାନାକୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ, ୩।୫: କେନ୍ଦ୍ରାପଡ଼ା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଆଗତ ଏକ ମିଥ୍ୟା ସତ୍ୟପାଠ ମାମଲାର ଶୁଣାଣି ହୋଇଛି। ଏସ୍‌ଡିଜେଏମ୍‌ ନୀହାର ରଞ୍ଜନ ସାହୁ ମାମଲାକୁ ଥାନାରେ ପଞ୍ଜୀକୃତ କରିବାକୁ ନିର୍ଦ୍ଦେଶ ଦେଇଥିବା ଗୁରୁବାର ଜାଣିବାକୁ ମିଳିଛି।

ଦାଉ ସାଧିଲା କାଳବୈଶାଖୀ

ଦାଉ ସାଧିଲା କାଳବୈଶାଖୀ

ଗଣିଆ,୩ା୫(ଡି.ଏନ.ଏ.)- ଗତ କିଛିଦିନ ହେଲା ବାରମ୍ବାର କାଳବୈଶାଖୀର ପ୍ରଭାବରେ ନୟାଗଡ଼ ଜିଲା ଗଣିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କେଉଁଠି ଚାଳଛପର ଉଡ଼ିଯାଇଛି ତ ଆଉ କେଉଁଠି ଗଛ ପଡ଼ି ଘର ଭାଙ୍ଗିଯାଇଛି। ସେହିପରି ଝଡ଼ ତୋଫାନରେ ଗଛ ଉପୁଡି ବିଦ୍ୟୁତ୍‌ ଖୁଣ୍ଟ ଓ ତାର ଉପରେ ପଡ଼ିବା ଦ୍ୱାରା ଦିନ ଦିନ ଧରି ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହେଉଛି।

ନୂଆଗାଁ ବ୍ଲକରେ ପାଳନ ହେଲାନି ଜାତୀୟ ସଡକ ସୁରକ୍ଷା ସପ୍ତାହ

ନୂଆଗାଁ,୩ା୫ (ଡି.ଏନ.ଏ.)- ଲୋକମାନେ ସଚେତନ ହୋଇପାରିଲେ ଦୁର୍ଘଟଣା ପରିମାଣ କମିଯିବ। ଏହାକୁ ଲକ୍ଷ୍ୟ ରଖି ପ୍ରତି ପରିବାର ସଦସ୍ୟ, ସ୍କୁଲ ଓ କଲେଜର ପିଲାମାନଙ୍କୁ ସଚେତନ କରିବା ପାଇଁ ଏପ୍ରିଲ ୨୩ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା।

ସମୂହ ଛୁଟିରେ ଗଲେ ରାଜସ୍ବ ଅମଲା

ସମୂହ ଛୁଟିରେ ଗଲେ ରାଜସ୍ବ ଅମଲା

ଜଗତ୍‌ସିଂହପୁର ଅଫିସ,୩।୫-୪ ଦଫା ଦାବି ନେଇ ଜଗତ୍‌ସିଂହପୁର ଜିଲାରେ କାର୍ଯ୍ୟରତ ଅମଲାମାନେ ସମୂହ ଛୁଟିରେ ରହିଛନ୍ତି । ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହା କୁହାଯାଇଛି ।