ଉପକୂଳ ଓଡିଶା

ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ : ରାଜପଥ ଅବରୋଧ କଲେ ମହିଳା

ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ : ରାଜପଥ ଅବରୋଧ କଲେ ମହିଳା

ନୟାଗଡ଼ ଅଫିସ,୧୭। ୪- ନୟାଗଡ଼ ଜିଲା ସଦର ବ୍ଲକ ବଡ଼ପଣ୍ଡୁସର ପଞ୍ଚାୟତର ହରେକୃଷ୍ଣପୁର ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏଠାରେ ଥିବା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇପଡିଥିବାବେଳେ ନଳକୂପରୁ ଗୋଳିଆ ପାଣି ବାହାରୁଛି। ଏ ନେଇ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ତେଣୁ ଏହାର ପ୍ରତିବାଦରେ ମଙ୍ଗଳବାର ଗାଁର ମହିଳାମାନେ ଗରା, ମାଠିଆ ରଖି ୫୭ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ।

ଦୁର୍ଘଟଣାରେ ଜଣେ ମୃତ

ଦୁର୍ଘଟଣାରେ ଜଣେ ମୃତ

ଯାଜପୁର ଅଫିସ,୧୭।୪: ଯାଜପୁର ଜିଲା ବଡ଼ଚଣା ଥାନା ବନ୍ଦାଳ ଛକ ନିକଟରେ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଏକ ଦୁର୍ଘଟଣା ଘଟିଛି। ଏକ ଆଳୁ ବୋଝେଇ ଟ୍ରକ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ ହାଟକରନ୍ଦା ଗ୍ରାମର ବିଚିତ୍ର ସେଠୀ।

  ସରକାରୀ ଗାଡ଼ିରେ ଇଂଲିଶ ନମ୍ବର ପ୍ଲେଟ

ସରକାରୀ ଗାଡ଼ିରେ ଇଂଲିଶ ନମ୍ବର ପ୍ଲେଟ

ଦଶରଥପୁର,୧୬।୪(ଡିଏନ୍‌ଏ)- ଓଡ଼ିଶା ଭାଷାର ପ୍ରଚାର ପ୍ରସାର ସହିତ ମାତୃଭାଷାକୁ ସ୍ବତନ୍ତ୍ର ସମ୍ମାନ ଦେବା ଉଦ୍ଦେଶ୍ୟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯାଇଛି। ସମସ୍ତ କାଗଜପତ୍ର କାର୍ଯ୍ୟ ଏବଂ ସୂଚନା ଫଳକ ଓଡ଼ିଆରେ ଲେଖାଯିବା ଅନିବାର୍ଯ୍ୟ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଲଗାଯାଉଥିବା ବୋର୍ଡରେ ପ୍ରଥମେ ଓଡ଼ିଆରେ ଲେଖାଯିବାକୁ ନିର୍ଦ୍ଦେଶ ରହିଛି। ସରକାର ଏହି ନିୟମ ଲାଗୁ କରିସାରିଥିଲେ ହେଁ ଯାଜପୁର ଜିଲାରେ ତାହା କେବଳ ନିୟମରେ ହିଁ ସୀମିତ ରହିଥିବା ସରକାରୀ ଗାଡ଼ିଗୁଡ଼ିକର ସୂଚନା ଫଳକକୁ ଦେଖିଲେ ସ୍ପଷ୍ଟ ପରିଲକ୍ଷିତ ହୁଏ।

  ବଦଳିଛି ବ୍ୟାସନଗର ସହର, ବଦଳୁନି ଭାଗ୍ୟ

ବଦଳିଛି ବ୍ୟାସନଗର ସହର, ବଦଳୁନି ଭାଗ୍ୟ

ଯାଜପୁର ଅଫିସ,୧୬।୪ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ହେଉଛି ବ୍ୟାସନଗର ସହର। ବାପଅଜା ଅମଳରୁ ଆମେ ଏହି ସହରର ବିକାଶକୁ ଦେଖି ଆସୁଛୁ। ଏନ୍‌ଏସିରୁ ମ୍ୟୁନିସିପାଲଟି ହେଲା। କେତେ ଅଫିସର, ନେତା, କମିଶନରଙ୍କ ବୁଟ ପଲିସ୍‌ ମାରିଛୁ । ସେ ଦିନର ଝୁପୁଡ଼ି ସହର ଆଜି ପକ୍କା ଘରରେ ଭର୍ତ୍ତି ହୋଇ ଗଲାଣି। ସାଇକେଲରେ ବୁଲୁଥିବା ଟୋକା, ଆଜି ଦୋତାଲାରେ ରହି ନାମିଦାମି ଗାଡି ଚଢୁଛନ୍ତି। ଆଜିର ମହରଗି ଦୁନିଆରେ ଖର୍ଚ୍ଚ ବଢିବା ସହିତ ଆମର କିଛି ଉପାର୍ଜନ ବଢିଛି। ପୂର୍ବପରି ଭୂଇଁରେ ନ ବସି ଏବେ କାଠ ଷ୍ଟାଣ୍ଡରେ ବସୁଛୁ। ଆଉ ବୁଟ୍‌ ପଲିସରେ ସୀମିତ ନ ରହି ବିଭିନ୍ନ ସ୍ଥାନରୁ କଞ୍ଚାମାଲ ଆଣି ଜୋତା ତିଆରି କରୁଛୁ। ପିଲାଙ୍କୁ ପାଠ ପଢାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସଂଘର୍ଷ ଜାରି ରଖିଛୁ । ଦିନ ଥିଲା ଦିନକୁ ୧୦/୧୫ ଟଙ୍କା ଉପାର୍ଜନ କରୁଥିଲୁ। ସେହି ଟଙ୍କାରେ ପରିବାର କଷ୍ଟେମଷ୍ଟେ ସୁରୁଖୁରୁରେ ଚଳି ଯାଉଥିଲା। ହେଲେ ଆଜି ଦିନକୁ ୧୫୦ରୁ ୨୦୦ଟଙ୍କା ମିଳୁଥିଲେ ମଧ୍ୟ ପରିବାର ଚଳାଇବା କଷ୍ଟକର ହୋଇପଡିଛି।

ପ୍ରହସନ ପାଲଟିଛି ଉଜାଲା ଯୋଜନା

ପ୍ରହସନ ପାଲଟିଛି ଉଜାଲା ଯୋଜନା

ବିଞ୍ଝାରପୁର,୧୬।୪(ଡି.ଏନ.ଏ) ବିଦ୍ୟୁତ ସରଂକ୍ଷଣ ଓ ପରିବେଶକୁ ତାପମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ଉଜାଲା ଯୋଜନା ୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ହେଲେ ଠିକାଦାରଙ୍କ ବେପରୁଆ ମନୋଭାବ ଯୋଗୁ ଏହି ଯୋଜନା ବିଞ୍ଝାରପୁର ଅଞ୍ଚଳରେ ବାଟବଣା ହୋଇଛି। ଗତ ୮ ମାସ ହେଲା ଗ୍ରାହକଙ୍କୁ ଏଠାରେ ସେବା ମିଳୁନାହଁି। କେନ୍ଦ୍ର ସରକାର ବିଜ୍ଞାପନ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏବେ ଏହା ପ୍ରହସନ ପାଲଟିଥିବା ଜଣାପଡିଛି। ବିଶେଷକରି ବିଞ୍ଝାରପୁର ବ୍ଲକରେ ଏହି ଯୋଜନା ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ ହେଉଥିବା ଅଭିଯୋଗ ହୋଇଛି।

ଇନ୍ଦିରା ଆବାସ ଅନିୟମିତତା ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ଇନ୍ଦିରା ଆବାସ ଅନିୟମିତତା ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ମହାକାଳପଡ଼ା,୧୬।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ବଡ଼କୂଳ ପଞ୍ଚାୟତର କେତେଜଣ ହିତାଧିକାରୀଙ୍କ ନାମରେ ୨୦୧୪-୧୫ ମସିହାରେ ଇନ୍ଦିରା ଆବାସ ନିର୍ମାଣ ବାବଦ ଅର୍ଥ ଚଞ୍ଚକତା କରି ଉଠାଣ ଘଟଣାରେ ସୋମବାର କେନ୍ଦ୍ରାପଡ଼ା ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଜବରଦଖଲ ଉଚ୍ଛେଦ: ବ୍ୟାପକ ପୋଲିସ ମୁତୟନ

ଜବରଦଖଲ ଉଚ୍ଛେଦ: ବ୍ୟାପକ ପୋଲିସ ମୁତୟନ

କୁଜଙ୍ଗ,୧୬।୪(ସ୍ବ.ପ୍ର.): କୁଜଙ୍ଗ ଥାନା ସମ୍ମୁଖରୁ ସୋମବାର ଜବରଦଖଲ ଉଚ୍ଛେଦ କରାଯାଇଛି। ମହେଶ୍ୱର ସାହୁ ନାମକ ଜଣେ ବ୍ୟକ୍ତି ଦୀର୍ଘ ୩୧ ବର୍ଷରୁ ଊର୍ଦ୍ଧ୍ୱ ହେବ ସରକାରୀ ଜାଗା ଦଖଲକରି ସେଠାରେ ଦୋକାନ ନିର୍ମାଣ କରି ଚଳିଆସୁଥିଲେ।

୫ବର୍ଷ ହେଲା ଉଠାଜଳସେଚନ ପ୍ରକଳ୍ପ ଅଚଳ

୫ବର୍ଷ ହେଲା ଉଠାଜଳସେଚନ ପ୍ରକଳ୍ପ ଅଚଳ

ସୁକିନ୍ଦା,୧୫।୪(ଡି.ଏନ.ଏ.) ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକା ଗ୍ରାମ ପଞ୍ଚାୟତର ବାମ୍ବିଲୋ ଗ୍ରାମରେ ଥିବା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ମାତ୍ର ବର୍ଷକ ମଧ୍ୟରେ ଅଚଳ ହୋଇପଡ଼ିଛି। ଫଳରେ ସେଠାରେ ୫ବର୍ଷ ଧରି ଚାଷ କାର୍ଯ୍ୟ ଏକରକମ ଠପ୍‌ ହୋଇପଡିିଛି।

ପ୍ରଥମେ ବିସ୍ଥାପନ, ପରେ ବିଦ୍ୟୁତ୍‌ ଟାୱାର କାମ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୫।୪ କଳିଙ୍ଗନଗରବାସୀ ଶିଳ୍ପାୟନ ତଥା ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଜମି ଅଧିଗ୍ରହଣକୁ ସାଦରେ ଗ୍ରହଣ କଲେ। ମାତ୍ର ଶିଳ୍ପାୟନ ପ୍ରକ୍ରିୟାରେ କଳିଙ୍ଗନଗର ଅଞ୍ଚଳର ଲୋକଙ୍କ ସମସ୍ୟାକୁ ଅଣଦେଖା କରିବା ନୀତି ବିରୋଧୀ ବୋଲି କୁହାଯାଉଛି। କଳିଙ୍ଗନଗର ବାରଗାଡ଼ିଆ ଗ୍ରାମ ମୁଣ୍ଡରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୩୨କେଭି ବିଦ୍ୟୁତ୍‌ ଲାଇନ ଟାଣି ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲିଦେବା ଘଟଣା ଲୋକଙ୍କୁ ହତାଶ କରିଛି। ଏହାସହ ଶିଳ୍ପ କମ୍ପାନୀର ପ୍ରଦୂଷଣ ସମସ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ସରକାରଙ୍କ ବିଫଳତା ଯୋଗୁ ଦୀର୍ଘ ୧୦ବର୍ଷ ହେଲା କେତେକ ଲୋକେ ବିସ୍ଥାପିତ ହେବାକୁ ଦାବି କରିଆସୁଥିଲେ ହେଁ ତାହା କାର୍ଯ୍ୟକାରୀ ହେଉନାହିଁ। ପ୍ରଥମେ ବିସ୍ଥାପିତ ନହେଲେ ଗ୍ରାମମୁଣ୍ଡ ଉପରେ ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେଶନ (ଓପିଟିସିଏଲ)ର ଲାଇନ ଟଣା କାର୍ଯ୍ୟକୁ ବିରୋଧ କରାଯିବ ବୋଲି ଅଞ୍ଚଳବାସୀ ଜିଲା ପ୍ରଶାସନକୁ ଲିଖିତ ଭାବେ ଚେତାବନୀ ଦେଇଛନ୍ତି।

ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁ ଠିକାଦାରଙ୍କ ମନମୁଖି କାର୍ଯ୍ୟ

କାଳିଆପାଣି,୧୫।୪(ଡି.ଏନ୍‌.ଏ) ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ଗ୍ରାମପଞ୍ଚାୟତର କାଙ୍କଡ଼ପାଳ ଗ୍ରାମରେ କ୍ଷୁଦ୍ରଜଳସେଚନ ବିଭାଗର କେନାଲ ନିର୍ମାଣ କାଯର୍‌ୟ ନିମ୍ନମାନର ହେଉଥିବା ପରିଲକ୍ଷିତ ହୋଇଛି। ଅପରପକ୍ଷରେ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ସେଠାରେ କୌଣସି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ଦେଖିବାକୁ ମିଳୁନାହିଁି। ଫଳରେ ସମ୍ପୃକ୍ତ ଠିକାଦାର ବେପରୁଆ ଭାବେ ନିମ୍ନମାନର କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ଜଣେ ମୃତ, ଜଣେ ଗୁରୁତର

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ଜଣେ ମୃତ, ଜଣେ ଗୁରୁତର

ଚଣ୍ଡିଖୋଲ,୧୫।୪(ଡି.ଏନ୍‌.ଏ.): ବଡଚଣା-ଦର୍ପଣ ରାସ୍ତାର ଚଣ୍ଡିଖୋଲ ଡାକବଙ୍ଗଳା ନିକଟରେ ରବିବାର ଅପରାହ୍ନ ୨ଟା ସମୟରେ ଏକ ହାଇୱା ଧକ୍କା ଦେବାରୁ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ଦଳିତଙ୍କୁ ସାମାଜିକ ନ୍ୟାୟ ଦାବିରେ ଶୋଭାଯାତ୍ରା

ଦଳିତଙ୍କୁ ସାମାଜିକ ନ୍ୟାୟ ଦାବିରେ ଶୋଭାଯାତ୍ରା

ଯାଜପୁର ଅଫିସ,୧୫।୪: ଦଳିତଙ୍କୁ ସାମାଜିକ ନ୍ୟାୟ ଏବଂ କେନ୍ଦ୍ର ସରକାରଙ୍କୁ ବିରୋଧ କରି ଯାଜପୁର ଏକତା ପରିଷଦ ପକ୍ଷରୁ ରବିବାର କୁଆଖିଆ ବଜାରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଡ. ବି ଆର୍‌ ଆମ୍ବେଡକରଙ୍କ ୧୨୭ତମ ଜୟନ୍ତୀ ସପ୍ତାହ ପାଳନ ଅବସରରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଛି।

ଧାମରା ବନ୍ଦର ସମ୍ପ୍ରସାରଣକୁ ବିରୋଧ

କେନ୍ଦ୍ରାପଡା ଅଫିସ, ୧୪।୪ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଧାମରା ବନ୍ଦର ସମ୍ପ୍ରସାରଣ ହେଉଛି । ଏହି ନିର୍ମାଣ ଫଳରେ ଜାତୀୟ ଉଦ୍ୟାନର ଜୈବ ବିବିଧତା ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ଅଭିଯୋଗ ଆଣି ଓଡିଶା ମତ୍ସ୍ୟଜୀବୀ ଫୋରମ୍‌ ଓ ପରିବେଶବିତ୍‌ମାନେ ଏହି ସମ୍ପ୍ରସାରଣକୁ ବିରୋଧ କରିଛନ୍ତି।

ଅନାଥ ଶିଶୁଙ୍କୁ ଆଶ୍ରୟ ଦେବ ଶିଶୁ ଝୁଲା

ଜଗତ୍‌ସିଂହପୁର ଅଫିସ,୧୪।୪ ଭାରତର ପ୍ରାୟ ୮୦% ଜିଲାରେ ଅନାଥ ଓ ପରିତ୍ୟକ୍ତ ଶିଶୁ ଅସୁରକ୍ଷିତ ଅବସ୍ଥାରେ ଥିବା ଜଣାଯାଏ। ଏହି ଶିଶୁଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ଦେବାକୁ ଶିଶୁ ଝୁଲା ସ୍ଥାପନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରତି ଜିଲାର ଏକାଧିକ ସ୍ଥାନରେ ଶିଶୁ ଝୁଲା ଲାଗିବ ଏବଂ ଏହା ଦାୟିତ୍ୱରେ ଥିବା ଏଏନ୍‌ଏମ୍‌ ଶିଶୁକୁ ଆବଶ୍ୟକ ଚିକିତ୍ସା ଯୋଗାଇବା ପାଇଁ ଡାକ୍ତରଙ୍କ ସହାୟତା ନେବେ। ପରେ କୌଣସି ବ୍ୟକ୍ତି ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପର୍ଯ୍ୟନ୍ତ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ସଂସ୍ଥା(ସା)ରେ ରଖାଯିବ। ସେଠାରେ ଶିଶୁର ଉପଯୁକ୍ତ ଯତ୍ନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମୁତାବକ ଜଗତ୍‌ସିଂହପୁର ଜିଲାରେ ଏକାଧିକ ଶିଶୁ ଝୁଲା ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। କିନ୍ତୁ ଦୁଃଖର କଥା ହେଲା ଇତିମଧ୍ୟରେ ଗୋଟିଏ ବି ଝୁଲା ସ୍ଥାପନ ହୋଇପାରିନାହିଁ। ତେବେ ଖୁବଶୀଘ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଝୁଲା ସ୍ଥାପନ କରାଯିବ ବୋଲି ଜଣାଯାଇଛି।

ଆଜିଠାରୁ ସମୁଦ୍ରରେ ମାଛଧରା ବନ୍ଦ

ଆଜିଠାରୁ ସମୁଦ୍ରରେ ମାଛଧରା ବନ୍ଦ

ପାରାଦୀପ,୧୪।୪(ସ୍ବ.ପ୍ର.) ସାମୁଦ୍ରିକ ମାଛବଂଶ ବୃଦ୍ଧି ସକାଶେ ରବିବାରଠାରୁ ସମଗ୍ର ଦେଶର ପୂର୍ବ ଉପକୂଳରେ ମାଛଧରା ବନ୍ଦ ରହିବ। ଏହି କଟକଣା ଆସନ୍ତା ଜୁନ୍‌ ୧୫ ପର୍ଯ୍ୟନ୍ତ ୨ ମାସ ଧରି ଜାରି କରାଯାଇଛି। ଏଥିଯୋଗୁ ଓଡ଼ିଶାର ପୂର୍ବ ଉପକୂଳରେ ଥିବା ପାରାଦୀପ ମାଛଧରା ବନ୍ଦର ବନ୍ଦ ହେବ। ଫଳରେ ପାରାଦୀପ ମାଛଧରା ବନ୍ଦର ଶିଳ୍ପ ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ନିର୍ଭରଶୀଳ ୫୦ ହଜାର ଲୋକ ପ୍ରଭାବିତ ହେବେ।

ଏମ୍‌ପି ପ୍ରାର୍ଥିତ୍ୱକୁ ନେଇ ଏବେଠୁ ଛକାପଞ୍ଝା

ଯାଜପୁର ଅଫିସ,୧୪।୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧ବର୍ଷ ବାକି ରହିଲା। ଏବେଠୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ନାନା କଳ୍ପନାଜଳ୍ପନା ଓ ଅଙ୍କକଷା ଆରମ୍ଭ ହେଲାଣି। ଗତ ପଞ୍ଚାୟତ, ପୌର ଓ ବିଧାନସଭା ନିର୍ବାଚନର ଜନମତକୁ ଜିଲାରେ ରାଜନୈତିକ ସ୍ଥିତିର ଏକ ମୋଟାମୋଟି ମାପଦଣ୍ଡ ଭାବରେ ନିଆଗଲେ ଜନାଧାର ବିଶେଷ ଭାବେ ପରିବର୍ତ୍ତନ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି। ଏହିକ୍ରମରେ ବିଧାନସଭା ଓ ବିଶେଷକରି ସଂରକ୍ଷିତ ଏମ୍‌ପି ପ୍ରାର୍ଥିତ୍ୱକୁ ନେଇ ପ୍ରମୁଖ ୩ଦଳରେ ଏବେଠୁ ଚର୍ଚ୍ଚା ଜୋର ଧରିଲାଣି। ବିଜେଡି ସଭାପତି ଦଳୀୟ ନେତୃବର୍ଗଙ୍କ କର୍ମଫଳ ଓ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଆସନ୍ତା ନିର୍ବାଚନରେ ଏମ୍‌ପି ପ୍ରାର୍ଥିତ୍ୱ ପରିବର୍ତ୍ତନ ହେବ ବୋଲି ଆଲୋଚନା ହେଉଛି।

ବ୍ଲଡ୍‌ ସେପାରେଶନ ୟୁନିଟ ପ୍ରତିଷ୍ଠା ଜରୁରୀ

ଯାଜପୁର ଅଫିସ,୧୪।୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧ବର୍ଷ ବାକି ରହିଲା। ଏବେଠୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ନାନା କଳ୍ପନାଜଳ୍ପନା ଓ ଅଙ୍କକଷା ଆରମ୍ଭ ହେଲାଣି। ଗତ ପଞ୍ଚାୟତ, ପୌର ଓ ବିଧାନସଭା ନିର୍ବାଚନର ଜନମତକୁ ଜିଲାରେ ରାଜନୈତିକ ସ୍ଥିତିର ଏକ ମୋଟାମୋଟି ମାପଦଣ୍ଡ ଭାବରେ ନିଆଗଲେ ଜନାଧାର ବିଶେଷ ଭାବେ ପରିବର୍ତ୍ତନ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି। ଏହିକ୍ରମରେ ବିଧାନସଭା ଓ ବିଶେଷକରି ସଂରକ୍ଷିତ ଏମ୍‌ପି ପ୍ରାର୍ଥିତ୍ୱକୁ ନେଇ ପ୍ରମୁଖ ୩ଦଳରେ ଏବେଠୁ ଚର୍ଚ୍ଚା ଜୋର ଧରିଲାଣି। ବିଜେଡି ସଭାପତି ଦଳୀୟ ନେତୃବର୍ଗଙ୍କ କର୍ମଫଳ ଓ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଆସନ୍ତା ନିର୍ବାଚନରେ ଏମ୍‌ପି ପ୍ରାର୍ଥିତ୍ୱ ପରିବର୍ତ୍ତନ ହେବ ବୋଲି ଆଲୋଚନା ହେଉଛି।

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ବାଙ୍କୀ,୧୪ା୪(ସ୍ବ.ପ୍ର.): ବାଙ୍କୀ ବ୍ଲକ ବ୍ରହ୍ମପୁରା ପଞ୍ଚାୟତର ଗୋବିନ୍ଦ ଚନ୍ଦ୍ର ଦେବତା(୬୫)ଙ୍କ ଶନିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ଢେଙ୍କାନାଳ ଗୁଡିଆ ପାଟଣା ଠାରେ ରହି ଠିକାଦାର କାମ କରୁଥିଲେ।

ପାଣି ସଙ୍କଟରେ ପଞ୍ଚାୟତବାସୀ

ଚଣ୍ଡିଖୋଲ,୧୩।୪(ଡି.ଏନ୍‌.ଏ.)- ବଡ଼ଚଣା ବ୍ଲକ ପଶ୍ଚିମ ବଡ଼ଚଣାରେ ଏବେ ପାନୀୟଜଳ ଅଭାବ ପରିଲକ୍ଷିତ ହୋଇଛି। ପାଣି ପାଇଁ ଦିନକୁ ଦିନ ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦୁଇ ଦୁଇ ଥର ବଡ଼ଚଣା ପଞ୍ଚାୟତ ସମିତି ବୈଠକରେ ପାନୀୟଜଳ ସମସ୍ୟା ନେଇ ପଞ୍ଚାୟତର ପ୍ରତିନିଧିମାନେ ହୋହଲ୍ଲା କରିବା ଏବଂ ସମସ୍ୟା ସମ୍ପର୍କରେ ବାରମ୍ବାର ଉତ୍‌ଥାପନ କରିଥିଲେ ମଧ୍ୟ ତାହା ଅଦ୍ୟାବଧି ସମସ୍ୟାର ସମାଧାନ ହୋଇପାରିନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ବଡ଼ଚଣାର ଭୁଷୁଣ୍ଡପୁର ପଞ୍ଚାୟତରେ। ପଞ୍ଚାୟତର ଲୋକମାନେ ପାନୀୟଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

  ୭ଆନ୍ତଃଜିଲା ଡକାୟତ ଗିରଫ

୭ଆନ୍ତଃଜିଲା ଡକାୟତ ଗିରଫ

ଧର୍ମଶାଳା(ଡି.ଏନ୍‌.ଏ)/କୋରେଇ (ସ୍ବ.ପ୍ର)୧୩।୪ ଜାତୀୟ ରାଜପଥରେ ଡକାୟତ କରୁଥିବା ୭ ଆନ୍ତଃଜିଲା ଡକାୟତଙ୍କୁ ଧର୍ମଶାଳା ପୋଲିସ ସ୍ଥାନୀୟ ଦେଉଳି ପାହାଡ଼ ଶୀର୍ଷ ଅଂଶରୁ ଧରିବାରେ ସଫଳ ହୋଇଛି। ସେମାନେ ବ୍ୟବହୃତ ୪ଟି ବାଇକ୍‌ ସହ ୨ଟି ପିସ୍ତଲ ୧୩ଟି ମୋବାଇଲ ୪ଟି ଏଟିଏମ୍‌୍‌କାର୍ଡ, ୪ଟି ହାତ ତିଆରି ବୋମା ସହ ମାରଣାଅସ୍ତ୍ର ଜବତ କରିଛି। ରଥିଆସ୍ଥିତ ଏକ ପେଟ୍ରୋଲପମ୍ପରେ ଡକାୟତ କରିବାକୁ ୮ରୁ ୧୦ ଜଣ ଡକାୟତ ଦେଉଳି ପାହାଡରେ ଗୁରୁବାର ରାତିରେ ମେଳି ହୋଇଥିଲେ। ଏହିଖବର ପାଇ ଯାଜପୁର ଏସଡିପିଓ କେଦାରନାଥ ସାହୁଙ୍କ ନେତ୍ୱତୃରେ ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ, ଯାଜପୁରରୋଡ ଥାନା ଅଧିକାରୀ ଅମିତାଭ ମହାପାତ୍ର, ପାଣିକୋଇଲି ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର, କୋରେଇ ଥାନାଧିକାରୀ ଚିନ୍ମୟୀ ସାହୁ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହିତ ରାତି ୧୧ଟାରେ ସେଠାରେ ଚଢାଉ କରିଥିଲେ। ପୋଲିସକୁ ଦେଖି ୩ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ୭ଜଣଙ୍କୁ କାବୁ କରାଯାଇଥିଲା।

ମହଙ୍ଗା ପଡ଼ିଲା ବିକାଶକୁ ହେୟ ଜ୍ଞାନ

ଯାଜପୁର ଅଫିସ,୧୩।୪ ଯାଜପୁର ଜିଲାର ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଗଚ୍ଛିତ ବହୁ ମୂଲ୍ୟବାନ କ୍ରୋମାଇଟ ଖଣିକୁ କେତେକ କର୍ପୋରେଟ ସଂସ୍ଥା ଅନୁମତି ଠାରୁ ଢେର ଅଧିକ କ୍ରୋମାଇଟ ଉତ୍ତୋଳନ କରି ଲୁଟ କରି ଚାଲିଛନ୍ତି। ଅଥଚ ପାରିପାର୍ଶ୍ୱିକ ଉନ୍ନୟନକୁ ଭୁଲି ଯାଇଛନ୍ତି। ଯଦ୍ୱାରା ଏବେ ବି ଉକ୍ତ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପ୍ରଦୂଷଣ ଆଦି ସମସ୍ୟା ବଳବତ୍ତର ରହିଛି। ଖଣି ପ୍ରଭାବିତ ଲୋକଙ୍କୁ ନିୟମିତ ନିଯୁକ୍ତି ଓ ଅଞ୍ଚଳର ବିକାଶକୁ ହେୟଜ୍ଞାନ କରି ଖଣି ଲୁଟ କରିଥିବାରୁ ଏବେ କମ୍ପାନୀଗୁଡ଼ିକୁ ମହଙ୍ଗା ପଡିଛି। ଯାଜପୁରରୋଡ଼ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୧ଟି ଖଣି ସଂସ୍ଥା ବକେୟା ରଖିଥିବା କ୍ଷତିପୂରଣ ବାବଦକୁ ୩,୧୨୭ କୋଟି ଟଙ୍କା ଆସନ୍ତା ମେ ମାସ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି ।

ଭୁଜାଲି ଦେଖାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ୨ ଲକ୍ଷ ଲୁଟ୍‌

ଭୁଜାଲି ଦେଖାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ୨ ଲକ୍ଷ ଲୁଟ୍‌

ଯାଜପୁର ଅଫିସ, ୧୩।୪: ଯାଜପୁର ଜିଲା ବରତଣ୍ଡା ରାସ୍ତାରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ୨ ଲକ୍ଷ ଭତ୍ତା ଟଙ୍କା ଲୁଟ ହୋଇଛି।

ଆଇନଜୀବୀ ନାରାୟଣ ମହାପାତ୍ରଙ୍କ ପରଲୋକ

ରଣପୁର,୧୩।୪(ଡି.ଏନ୍‌.ଏ.): ନୟାଗଡ଼ ଜିଲା ରଣପୁର ବ୍ଲକ ସାରଙ୍ଗଧରପୁର ଗ୍ରାମର ବରିଷ୍ଠ ଆଇନଜୀବୀ ନାରାୟଣ ମହାପାତ୍ରଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଗତ କିଛି ମାସ ହେବ ସେ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ। ରଣପୁର ମହାବିଦ୍ୟାଳୟର ସେ ଥିଲେ ପ୍ରତିଷ୍ଠାତା।

ଅଗ୍ନିକାଣ୍ଡ: ୩ ଗାଈ ଜୀବନ୍ତ ଦଗ୍ଧ, ୩ ବାଛୁରି ଗୁରୁତର

ଅଗ୍ନିକାଣ୍ଡ: ୩ ଗାଈ ଜୀବନ୍ତ ଦଗ୍ଧ, ୩ ବାଛୁରି ଗୁରୁତର

ମହାକାଳପଡ଼ା, ୧୩।୪(ଡ.ଏନ୍‌.ଏ.): ବ୍ଲକର ସ୍ଥାନୀୟ ମହାକାଳପଡ଼ା ପଞ୍ଚାୟତର ଗହ୍ମା ଗ୍ରାମର ଅମର ନାୟକଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧ ବଖରା ଘର ଜଳିଯିବା ସହ ୩ ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୩ ବାଛୁରି ଗୁରୁତର ହୋଇଛନ୍ତି।