ଉପକୂଳ ଓଡିଶା

ବିଦ୍ୟୁତ୍‌ ଆଘାତରେ ଗୋଆରେ ଓଡ଼ିଆ ଶ୍ରମିକ ମୃତ

ରସୁଲପୁର,୧୮।୪(ଡି.ଏନ୍‌.ଏ.)- ଗୋଆରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର କାଣ୍ଡସରା ଗ୍ରାମର ବିଶ୍ୱମ୍ବର ସାମଲ(୨୫)ଙ୍କର ମଙ୍ଗଳବାର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ପ୍ରକାଶ ଯେ, ବିଶ୍ୱମ୍ବର ଗୋଆର ପଣ୍ଡା ଅଞ୍ଚଳରେ ଥିବା ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ।

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆମତ୍ହତ୍ୟା

ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆମତ୍ହତ୍ୟା

ଚଣ୍ଡିଖୋଲ,୧୮। ୪(ଡି.ଏନ୍‌.ଏ.)- ବଡ଼ଚଣା ବ୍ଳକ ଅନ୍ତର୍ଗତ ଧାନମଣ୍ଡଳ-ହରିଦାସପୁର ରେଳ ଷ୍ଟେଶନ ମଧ୍ୟବର୍ତ୍ତୀ ଖୋସାଲିପୁର ଗ୍ରାମ ନିକଟରେ ବୁଧବାର ସକାଳୁ ଜଣେ ଯୁବକ ହାଓ୍ବଡା-ଭାସ୍କୋଡ଼ାଗାମା ଅମରାବତୀ ଏକ୍ସପ୍ରେସ ଟ୍ରେନ ଆଗକୁ ଡେଇଁ ଆମତ୍ହତ୍ୟା କରିଛନ୍ତି। ଯବକ ଜଣଙ୍କ ହେଲେ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ମାଣିତିରି ଗ୍ରାମର ଅବିନାଶ ଶତପଥୀ(୨୨) ।

ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ

ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ

ଆଳି,୧୮।୪(ଡି.ଏନ.ଏ.)-ଆଳିର ନବଗଠିତ କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ବୁଧବାର ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇଯାଇଛି। ମଞ୍ଚ ସଭାପତି ଧନରଞ୍ଜନ ବୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ଏମ୍‌ପି ପ୍ରତାପ କେଶରୀ ଦେବ ଯୋଗଦେଇ କଟକ-ଚାନ୍ଦବାଲି ରାସ୍ତା କଡରେ ଥିବା ଚାଷକମିରେ ଅଖିମୁଠି ଅନୁକୂଳ କରିଥିଲେ।

ଅପହୃତା ୨ କଲେଜ ଛାତ୍ରୀ ଉଦ୍ଧାର, ୨ ଯୁବକ ଗିରଫ

ଡେରାବିଶ, ୧୮ା୪ (ସ୍ବ.ପ୍ର.)-ଗତ ୩ ତାରିଖରେ ଅପହୃତ ହୋଇଥିବା ଡେରାବିଶ ବ୍ଲକ ଅଞ୍ଚଳର ୨ ନାବାଳିକା କଲେଜ ଛାତ୍ରୀଙ୍କୁ ଡେରାବିଶ ପୋଲିସ ମଙ୍ଗଳବାର ଭଦ୍ରକ ଜିଲା ଅଞ୍ଚଳରୁ ଉଦ୍ଧାର କରିଛି। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ବାଲିଆ ଗ୍ରାମର ପ୍ରଶାନ୍ତ ଓରଫ ରାଜୁ ସିଂ (୨୫) ଓ ମାନସ ବାରିକ (୨୫) ବୋଲି ଥାନା ଅଧିକାରୀ ସୁଧୀର କୁମାର ସାହୁ ସୁଚନା ଦେଇଛନ୍ତି।

ରାମନଗର ବଜାରରୁ ଚୋରି

ମହାକାଳପଡ଼ା, ୧୮।୪ (ଡି.ଏନ୍‌.ଏ.)-ଜମ୍ବୁ ମେରାଇନ୍‌ ଥାନା ଅଧୀନ ରାମନଗର ବଜାରସ୍ଥିତ ସାବିତ୍ରୀ ଗ୍ରୋସରୀ ଷ୍ଟୋରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ଦୋକାନ ମାଲିକ ନିରଞ୍ଜନ ଯତୀ ବୁଧବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୫/୧୮ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ୨ଜଣ ଦୁର୍ବୃତ୍ତ ମୁହଁରେ କଳା କପଡ଼ା ବାନ୍ଧି ଥିବା ବେଳେ ସ୍କାଏ ଲାଇଟ୍‌ ଭାଙ୍ଗି ଚୋରି କରିଥିବା ଘର ଭିତରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡିଛି।

ଜଗତ୍‌ସିଂହପୁର: ଲଙ୍ଗଳ ନୁହେଁ, ଟ୍ରାକ୍ଟରରେ ହଳପ୍ରବାହ କଲେ ଅତିଥି

ଜଗତ୍‌ସିଂହପୁର: ଲଙ୍ଗଳ ନୁହେଁ, ଟ୍ରାକ୍ଟରରେ ହଳପ୍ରବାହ କଲେ ଅତିଥି

ଜଗତ୍‌ସିଂହପୁର ଅଫିସ, ୧୮।୪: ପ୍ରତିବର୍ଷ ପରି ଚଳିତବର୍ଷ ବୁଧବାର ଜିଲାର ଏକାଧିକ ସ୍ଥାନରେ ଅଖିମୁଠି ଅନୁକୂଳ ହୋଇଛି। ଏରସମା ବ୍ଲକ ଅନ୍ତର୍ଗତ ସୋମପୁର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପାର୍ଶ୍ୱ ବିଲରେ ଜିଲାସ୍ତରରେ ଅଖିମୁଠି ଅନୁକୂଳ ହୋଇଥିଲା । ପ୍ରଥମେ ଭୂମିପୂଜା ଓ ପରେ ହଳପ୍ରବାହ ଓ ଅଖିମୁଠି ଅନୁକୂଳ କରାଯାଇଥିଲା ।

ହୋଟେଲରେ ଚଢ଼ାଉ: ୩ ପ୍ରେମୀଯୁଗଳ ଉଦ୍ଧାର

ହୋଟେଲରେ ଚଢ଼ାଉ: ୩ ପ୍ରେମୀଯୁଗଳ ଉଦ୍ଧାର

କେନ୍ଦ୍ରାପଡା ଅଫିସ,୧୮।୪: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସହରର ନୂଆ ବସ୍‌ଷ୍ଟାଣ୍ଡ ନିକଟ ଏକ ହୋଟେଲରେ ବୁଧବାର ମଧ୍ୟାହ୍ନରେ ଚଢ଼ାଉ କରି ୩ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଛି। ସେମାନେ ୨ ଦିନ ଧରି ହୋଟେଲରେ ରହି ଆସୁଥିଲେ।

କେନ୍ଦ୍ରାପଡା: ଜିଲାସ୍ତରୀୟ କୃଷକ ଦିବସ ପାଳିତ

କେନ୍ଦ୍ରାପଡା: ଜିଲାସ୍ତରୀୟ କୃଷକ ଦିବସ ପାଳିତ

କେନ୍ଦ୍ରାପଡା ଅଫିସ,୧୮।୪: ସହର ନିକଟ ଜଜାଙ୍ଗସ୍ଥ କୃଷି ବିଜ୍ଞାନ ପରିସରରେ ଜିଲାସ୍ତରୀୟ କୃଷକ ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ କେବିକେ ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ

ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା ଦିବସ ପାଳିତ

ଯାଜପୁର ଅଫିସ/ବରୀ,୧୮।୪(ଡି.ଏନ୍‌.ଏ.): ବରୀ ବ୍ଲକସ୍ତରୀୟ ଅକ୍ଷୟ ତୃତୀୟା ଦିବସ ଓ କୃଷି ସମାବେଶ ବୁଧବାର ମାଟିଆପଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।

ଗଳିପୋଲ ନିର୍ମାଣ, ୫ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର

ଚଣ୍ଡିଖୋଲ,୧୮।୪(ଡି.ଏନ.ଏ)- ଚେନ୍ନାଇ-କୋଲକତା ୧୬ନଂ ଜାତୀୟ ରାଜପଥର ଚଣ୍ଡିଖୋଲ-ଭୁବନେଶ୍ୱର ଅଂଶକୁ ୬ ଥାକିଆ ନିର୍ମାଣ ସମୟରେ ବଡ଼ଚଣା ଛକରେ ଗଳିପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏହା ନିର୍ମାଣ ହୋଇପାରି ନ ଥିଲା। ଗତ ୧୦ ତାରିଖ ଜାତୀୟ ରାଜପଥ ଦିଲ୍ଲୀସ୍ଥିତ କାଯର୍‌ୟାଳୟରେ ହୋଇଥିବା ବୈଠକରେ ଗଳିପୋଲ ସହ ୫ଟି ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ସମସ୍ତ ପ୍ରକଳ୍ପ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ୨୦୦୯.୫୨କୋଟି ଟଙ୍କା ମଞ୍ଜୁର କରିଛି। ବଡ଼ଚଣା ଭାଜପା ନେତା ଅମର ନାୟକଙ୍କ ଦାବି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁ ଗଳିପୋଲ ନିର୍ମାଣ ସହ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ଜଣାପଡିଛି। ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ ଓ ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀଙ୍କ ଚିଠି ନଂ୧୧୬୨୪୭ ତାରିଖ ୧୩ା୦୪ା

ରେଳ କର୍ମଚାରୀଙ୍କ ଅବହେଳା, କ୍ଷତିଗ୍ରସ୍ତ ହେଲେ ପାନ ଚାଷୀ

କୁଜଙ୍ଗ,୧୮।୪(ସ୍ବ.ପ୍ର): କୁଜଙ୍ଗ ଅଞ୍ଚଳରୁ ରେଳ ଯୋଗେ ଦିଲୀ, ବମ୍ବେ ଆଦି ସ୍ଥାନକୁ ପ୍ରଚୁର ପରିମାଣର ପାନ ବିକ୍ରି ପାଇଁ ପଠାଯାଇଥାଏ। କିନ୍ତୁ ସୋମବାର ରେଳ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ଏଠାକାର ଚାଷୀମାନେ ଲକ୍ଷାଧିକ ଟଙ୍କାର ପାନ ବିକ୍ରି ପାଇଁ ପଠାଇ ନ ପାରି କ୍ଷତିଗ୍ରସ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ଚାଷୀମାନେ ଭୁବନେଶ୍ୱର ରେଳ ଷ୍ଟେଶନରେ କୋଣାର୍କ ଏକ୍ସପ୍ରେସ ଯୋଗେ ପାନ ବିକ୍ରି ପାଇଁ ପଠାଇବାକୁ ଆବଶ୍ୟକ ଟଙ୍କା ଦେଇ ବୁକିଙ୍ଗ୍‌ କରିଥିଲେ। ଅପରାହ୍ନ ୪ଟା ୧୦ ମିନିଟ୍‌ରେ ଚାଷୀମାନଙ୍କ ମୋଟ ୩୮୬ ଝୁଡ଼ି ପାନ ବୋଝେଇ ହେବା କଥା।

ରେଳପଥ ନିର୍ମାଣ ଯୋଗୁ କ୍ଷତିରେ ଚାଷୀ:ସୁକିନ୍ଦା-ଅନୁଗୋଳ ରେଳପଥ ନିର୍ମାଣ ଯୋଗୁ ଅନେକ ଜମି ଜଳସେଚନରୁ ବଞ୍ଚତ୍ତ,ଚାଷୀଙ୍କୁ ମିଳିନି ଜମିର ବର୍ଦ୍ଧିତ ଦର,ଚାଷ କରି ନ ପାରି ମୂଲ ଲାଗୁଛନ୍ତି ଚାଷୀ

ସୁକିନ୍ଦା,୧୮।୪(ଡି.ଏନ.ଏ.)- ସୁକିନ୍ଦା-ଅନୁଗୋଳ ରେଳପଥକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବହୁ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ଏହି ରେଳପଥର ବିକାଶ ଏବେ ସୁକିନ୍ଦା ଚାଷୀଙ୍କ ପାଇଁ ହତାଶାର କାରଣ ସାଜିଛି। ପ୍ରକାଶ ଯେ, ଉକ୍ତ ରେଳପଥ ନିମନ୍ତେ ୨୦୦୭ ମସିହାରେ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ୨୦୦୯ରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିଲା। ମାତ୍ର ସରକାରଙ୍କ ମୂଲ୍ୟାୟନରେ ସନ୍ତୁଷ୍ଟ ନ ହେବାରୁ ଉକ୍ତ ପ୍ରକଳ୍ପ ନିମନ୍ତେ ଜମି ଛାଡିବାକୁ ଚାଷୀମାନେ ରାଜି ହେଉ ନ ଥିଲେ। ଶିଳ୍ପାଞ୍ଚଳ ହୋଇଥିବାରୁ ଜମିର ମୂଲ୍ୟ ଆକାଶ ଛୁଆଁ ରହିଥିବା ବେଳେ ସରକାରୀ ମୂଲ୍ୟ ତା’ଠାରୁ ଢେର କମ ଥିଲା।

ରାତିଅଧିଆ କାମକୁ ବିରୋଧ କରିବାରୁ ମିଳୁଛି ଧମକ

କୋରେଇ,୧୮।୪(ସ୍ବ.ପ୍ର)- କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତରେ ମାହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବାଡ଼ାଠାରୁ ହିଙ୍ଗୁଳା ରାସ୍ତା ନିର୍ମାଣ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ୫ଲକ୍ଷ ୧୭ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର କୌଣସି କାମ ନ ହୋଇ ବିଲ୍‌ କରାଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶରେ କୋରେଇ ବିଡିଓ ହେମନ୍ତ ବିହାରୀ ଓ ଏକ ଅଧିକାରୀଙ୍କ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ କୌଣସି କାମ ହୋଇ ନ ଥିବା ଜାଣିଥିଲେ। ଏହାପରେ ସେମାନେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିବା ନେଇ ଜନପ୍ରତିନିଧିମାନଙ୍କୁ କହିଥିଲେ।

ଦଶପଲ୍ଲା ପୋଲିସର ଏନ୍‌କାଉଣ୍ଟର ଚର୍ଚ୍ଚା

ନୟାଗଡ଼ ଅଫିସ,୧୮।୪-ନୟାଗଡ଼ ଜିଲା ଦଶପଲ୍ଲା ପୋଲିସ ତରଫରୁ ସୋମବାର ରାତିରେ ଏନ୍‌କାଉଣ୍ଟର କରାଯାଇଥିବା ଚର୍ଚ୍ଚା ହେଉଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସୋମବାର ରାତି ୧୦ଟା ୩୦ ମିନିଟ ସମୟରେ ଦଶପଲ୍ଲା ବଜାରରୁ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଯାଉଥିବାବେଳେ ଦଶପଲ୍ଲା ପୋଲିସ ତରଫରୁ ଏନ୍‌କାଉଣ୍ଟର କରାଯାଇଥିଲା। ଏଥିରେ କାଳିଆଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ କାଳିଆଙ୍କୁ ଏକ ଗୁପ୍ତ ସ୍ଥାନରେ ଚିକିତ୍ସା କରାଯାଉଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି। ୨ମାସ ତଳେ ଦଶପଲ୍ଲା ଶିମିଳିସାହି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବନ୍ଧୁକ ଦେଖାଇ କାଳିଆ ଲକ୍ଷାଧିକ ଟଙ୍କା ଲୁଟିନେବା ଘଟଣାଠାରୁ ଆରମ୍ଭ କରି ବିଭିନ୍ନ ଅପରାଧରେ ଜଡ଼ିତ। ଏହି ଏନ୍‌କାଉଣ୍ଟରକୁ ଦଶପଲ୍ଲା ପୋଲିସ ତରଫରୁ ଖଣ୍ଡନ କରାଯାଇଛି।

ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା : ଯୁବକଙ୍କୁ ଗୋଡ଼େଇ ହାଣିଲେ

ନୟାଗଡ଼ ଅଫିସ/ଦଶପଲ୍ଲା,୧୮।୪(ଡି.ଏନ.ଏ.)- ନୟାଗଡ଼ ଜିଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗ୍ରାମରେ ମଙ୍ଗଳବାର ଅପରାହ୍ନ ୪ଟାରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ନିହତ ଯୁବକ ହେଲେ ମଧ୍ୟଖଣ୍ଡ ଗ୍ରାମ କଇଁମସାହିର ଲକ୍ଷ୍ମୀଧର ସାହୁ (୨୬)। ଥାନାରେ ହୋଇଥିବା ଅଭିଯୋଗରୁ ପ୍ରକାଶ ଯେ, ଲକ୍ଷ୍ମୀକ୍ଷର ସାହିରେ ଏକ ତେଜରାତି ଦୋକାନ କରିଥିଲେ। ୪ବର୍ଷ ତଳେ ପଡ଼ୋଶୀ ରାଜନ ପ୍ରଧାନ ତାଙ୍କଠାରୁ କିଛି ଟଙ୍କାର ଜିନିଷ ବାକି ନେଇଥିଲେ।

ନାବାଳିକାଙ୍କୁ ବଳପୂର୍ବକ ନେବାକୁ ଉଦ୍ୟମ: ଶିଶୁ ସୁରକ୍ଷା ୟୁନିଟ ସଦସ୍ୟଙ୍କ କାର୍ଯ୍ୟକୁ ବିରୋଧ - ଶିଶୁ ସୁରକ୍ଷା ଆୟୋଗର ଦୃଷ୍ଟି ଆକର୍ଷଣ କଲା ଶିଶୁ ଯତ୍ନ କେନ୍ଦ୍ର - ଅଭିଯୋଗକୁ ଖଣ୍ଡନ କଲେ ଜିଲା ଶିଶୁ ସୁରକ୍ଷା ଅଧିକାରୀ

ନାବାଳିକାଙ୍କୁ ବଳପୂର୍ବକ ନେବାକୁ ଉଦ୍ୟମ: ଶିଶୁ ସୁରକ୍ଷା ୟୁନିଟ ସଦସ୍ୟଙ୍କ କାର୍ଯ୍ୟକୁ ବିରୋଧ - ଶିଶୁ ସୁରକ୍ଷା ଆୟୋଗର ଦୃଷ୍ଟି ଆକର୍ଷଣ କଲା ଶିଶୁ ଯତ୍ନ କେନ୍ଦ୍ର - ଅଭିଯୋଗକୁ ଖଣ୍ଡନ କଲେ ଜିଲା ଶିଶୁ ସୁରକ୍ଷା ଅଧିକାରୀ

ଯାଜପୁର ଅଫିସ,୧୮।୪- ଜିଲା ଶିଶୁ ସୁରକ୍ଷା କର୍ମଚାରୀଙ୍କ ହାତରେ ନାବାଳିକାଙ୍କ ଭବିଷ୍ୟତ ଅସୁରକ୍ଷିତ। ଏଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢାକେନ୍ଦୁଆସ୍ଥିତ ନେଶନ ନାମକ ଏକ ଶିଶୁ ଯତ୍ନ କେନ୍ଦ୍ରରେ। ଉକ୍ତ କେନ୍ଦ୍ରରେ ଥଇଥାନ ହୋଇଥିବା ଜଣେ ୧୫ବର୍ଷ ବୟସ୍କା ନାବାଳିକଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ଜିଲା ଶିଶୁ ସୁରକ୍ଷା ଯୁନିଟ ସଦସ୍ୟ ଜୋର ଜବରଦସ୍ତ ଟଣାଓଟଣା କରି ଘୋଷାରି ବଳପୂର୍ବକ ନେଇ ଯିବାକୁ ଉଦ୍ୟମ କରିଛନ୍ତି।

ମା’ ପଞ୍ଚୁବରାହୀଙ୍କ ସ୍ବାଗତ ପାଇଁ ବଗପାଟିଆ ଉତ୍ସବମୁଖର

ରାଜନଗର, ୧୭।୪ (ଡି.ଏନ୍‌.ଏ.) ମା’ପଞ୍ଚୁବରାହୀଙ୍କ ସ୍ବାଗତ ନିମନ୍ତେ ରାଜନଗର ବ୍ଲକ ଅନ୍ତର୍ଗତ ବଗପାଟିଆ ଥଇଥାନ ସ୍ଥଳୀ ଏବେ ଉତ୍ସବ ମୁଖର ହୋଇଯାଇଛି। ଏପ୍ରିଲ ୨୦ରେ ସାତଭାୟାରୁ ବଗପାଟିଆକୁ ମା’ଙ୍କ ସ୍ଥାନାନ୍ତର ପାଇଁ ଜିଲା ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଏଥିପାଇଁ ବଗପାଟିଆରେ ଥଇଥାନ ହୋଇସାରିଥିବା ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପରିବାର ମଧ୍ୟରେ ଆନନ୍ଦ ଖେଳିଯାଇଛି। ବାହାରେ କାମକରୁଥିବା ପ୍ରବାସୀ ସାତଭାୟା ବାସିନ୍ଦାମାନେ ଏବେ ଘର ମୁ ହଁ। ହେବାରେ ଲାଗିଛନ୍ତି

ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ

ମାର୍ଶାଘାଇ,୧୭।୪(ଡି.ଏନ୍‌.ଏ.): ୫(କ) ରାଜପଥର ମାର୍ଶାଘାଇ କ୍ରସିଂ ଠାରେ ମଙ୍ଗଳବାର କେନ୍ଦ୍ରାପଡା ଏମପି ବୈଜୟନ୍ତଙ୍କ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

୬ ବଖରା ଭସ୍ମୀଭୂତ: ନଗଦ ୫୦ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଗଲା

୬ ବଖରା ଭସ୍ମୀଭୂତ: ନଗଦ ୫୦ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଗଲା

ପାଟକୁରା, ୧୭।୪ (ଡି.ଏନ୍‌.ଏ.)- ପାଟକୁରା ବ୍ଲକ ବେଡ଼ାରୀ ପଞ୍ଚାୟତ ବେଡ଼ାରୀ ଗ୍ରାମରେ ମଙ୍ଗଳବାର ସକାଳ ୭ଟାରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡରେ ଅର୍ଜ୍ଜୁନି ଚରଣ ଦାସ, ବିଭୂତି ଦାସ ଓ ଭାରତୀ ଦାସଙ୍କର ୨ ବଖରା ଲେଖାଏ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ବିଭୂତିଙ୍କ ଘର ଆଲମାରିରେ ଥିବା ନଗଦ ୫୦ ହଜାର ଟଙ୍କା ଜଳି ଯାଇଥିବା ଜଣାପଡିଛି। ଏଥିସହ ୩ ବିପନ୍ନ ପରିବାରର ସମସ୍ତ ଆସବାବପତ୍ର ଜଳି ଯାଇଥିବା ବେଳେ ବର୍ଷକର ଖାଦ୍ୟ ସାମଗ୍ରୀ ଜଳିଯାଇଛି।

ଗାଡ଼ି ଧକ୍କାରେ ଜଣେ ମୃତ

ଗାଡ଼ି ଧକ୍କାରେ ଜଣେ ମୃତ

ବିରଜାକ୍ଷେତ୍ର,୧୭।୪(ଡି.ଏନ୍‌.ଏ)- ଯାଜପୁର ସଦର ଥାନା ବରୁଆଁ କୂଳଖଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ବ୍ୟକ୍ତି ଜଣକ ହେଲେ ବରୁଆଁ ଅଞ୍ଚଳର ବିଦ୍ୟାଧର ଦାସ(୫୮)। ସକାଳୁ ସ୍ଥାନୀୟ ଦୋକାନୀ ମୃତଦେହକୁ ଚିହ୍ନଟ କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଶେଷଦିନ ସୁଦ୍ଧା ୨୦,୮୪୨ ଶିଶୁଙ୍କୁ ଟିକାକରଣ

ଧର୍ମଶାଳା ୧୭।୪(ଡି.ଏନ୍‌.ଏ.)- ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆୟୋଜିତ ପଲ୍‌ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମରେ ରବିବାର ପ୍ରଥମ ଦିନରେ ୧୭,୯୭୯, ଦ୍ୱିତୀୟ ଦିନ ସୋମବାର ୧୭୯୮ ଓ ମଙ୍ଗଳବାର ଶେଷଦିନରେ ୧୦୬୫ ଶିଶୁଙ୍କୁ ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଚନ୍ତାମଣି ମିଶ୍ର ସୂଚନା ଦେଇଛନ୍ତି ।

ଚୋରାମଦ ଜବତ : ଜଣେ ଗିରଫ

ଧର୍ମଶାଳା,୧୭।୪(ଡି.ଏନ୍‌.ଏ.)- ଚୋରା ମଦ ବେପାର ଅଭିଯୋଗରେ ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଞ୍ଚାୟତ ଚଇନିହୁଡା ଗ୍ରାମର ରଞ୍ଜିତ ମଲିକଙ୍କୁ ମଙ୍ଗଳବାର ଜାରକା ଛକରୁ ପୋଲିସ ଗିରଫ କରି ୨୦ ଲିଟର ମଦ ଜବତ କରିଛି।

ଗୋକର୍ଣ୍ଣିକା ବିଷୁବ ସଂଖ୍ୟା ଉନ୍ମୋଚିତ

ଗୋକର୍ଣ୍ଣିକା ବିଷୁବ ସଂଖ୍ୟା ଉନ୍ମୋଚିତ

ଧର୍ମଶାଳା,୧୭।୪(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକାସ୍ଥିତ ଗୋକର୍ଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ପ୍ରକାଶିତ ‘ଗୋକର୍ଣ୍ଣିକା’ ବିଷୁବ ସଂଖ୍ୟା ମଙ୍ଗଳବାର ଶିଶୁ ମଙ୍ଗଳ କମିଟି ଯାଜପୁର ଅଧ୍ୟକ୍ଷା ରୀତା ବେହେରା ଉନ୍ମୋଚିତ କରିଥିଲେ।

ନଦୀରେ ବୁଡ଼ି ଛାତ୍ର ମୃତ

ନଦୀରେ ବୁଡ଼ି ଛାତ୍ର ମୃତ

କେନ୍ଦ୍ରାପଡା ଅଫିସ, ୧୭ା୪- ରାଜକନିକା ଥାନା କର୍ଣ୍ଣପୁର ଗ୍ରାମ ନିକଟ ପେଟା ନଦୀରେ ବୁଡିଯାଇ ମଙ୍ଗଳବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, କର୍ଣ୍ଣପୁର ଗ୍ରାମର ହର୍ଷବର୍ଦ୍ଧନ ଶତପଥୀଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି। ତାଙ୍କର ଏକମାତ୍ର ପୁଅ ଶୁଭନ୍ୟ ରଞ୍ଜନ (୧୭) ଗ୍ରାମର ଏକ ଅଶୌଚ କାର୍ଯ୍ୟରେ ସାମିଲ ହେବା ପାଇଁ ସୋମବାର ନିଜ ଗ୍ରାମକୁ ଆସିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ସେ ପେଟା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଗୋଡ ଖସିଯାଇଥିଲା। ସ୍ଥାନୀୟ ଲୋକ ଶୁଭନ୍ୟଙ୍କୁ ନଦୀରୁ ଉଦ୍ଧାର କରି ଡାକ୍ତରଖାନା ନେଉଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିବା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ବେହୁରା ସୂଚନା ଦେଇଛନ୍ତି। ଶୁଭନ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି।