ଉପକୂଳ ଓଡିଶା

କଏଦୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କଏଦୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

ଯାଜପୁରରୋଡ,୭।୫(ନି.ପ୍ର):ଯାଜପୁର ରୋଡ ରଗଡିଠାରେ ରହିଛି ଏକ ଉପକାରାଗାର। କୋରେଇ, ଯାଜପୁର ରୋଡ, ପାଣିକୋଇଲି, ଯଖପୁରା, କଳିଙ୍ଗନଗର, କାଳିଆପାଣି, ଟମକା ଓ ସୁକିନ୍ଦା ପ୍ରଭୃତି ଥାନାରୁ ବିଭିନ୍ନ ଅପରାଧ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କୁ ଯାଜପୁର କୋର୍ଟଚାଲାଣ କରାଯିବା ପରେ ସେଠାରେ ସେମାନଙ୍କ ମାମଲାର ଶୁଣାଣି କରାଯାଇ ଅଭିଯୁକ୍ତଙ୍କୁ ଏହି ଉପକାରାଗାରକୁ ପଠାଇ ଦିଆଯାଇଥାଏ। ଏହି ଉପକାରାଗାରଟି ୧୨ବର୍ଷ ତଳେ ଖୋଲାଯାଇଥିଲା। ତେବେ ଏହି କାରାଗାରରେ ଅନେକ ଅବ୍ୟବସ୍ଥା ରହିଥିବା ଜଣାପଡ଼ିଛି। ସିସିଟିଭି କ୍ୟାମେରା ମଧ୍ୟରୁ ଗୋଟିଏ ଖରାପ ହୋଇ ପଡ଼ିରହିଥିବା ବେଳେ ଏଥିରେ ସହକାରୀ ସୁପରିଟେଣ୍ଡେଣ୍ଟ ପଦବୀ ସହ ୩ଟି ଗାର୍ଡ ପଦବୀ ଦୀର୍ଘଦିନ ହେଲା ଖାଲି ପଡିଛି। ୧୨ବର୍ଷ ମଧ୍ୟରେ ୨ଜଣ କଏଦୀ ଏଠାରୁ ଚମ୍ପଟ ମାରି ଧରାପଡ଼ିଛନ୍ତି। ଏହି କାରାଗାରଟି ଯାଜପୁର ରୋଡ ଥାନାଠାରୁ ୮କି.ମି ଦୂରରେ ଥିବା ବେଳେ କୋରେଇ ଥାନାଠାରୁ ୧୨କି.ମି. ଦୂରରେ ରହିଛି। କାରାଗାରଟି କୋରେଇ ଥାନା ଅଧୀନରେ ରହିଥିବାରୁ ସେଠାରେ କୌଣସି ଦୁର୍ଘଟଣା ଘଟିଲେ କୋରେଇ ପୋଲିସକୁ ଆସିବା ପାଇଁ ସମୟ ଲାଗୁଛି। ଫଳରେ ବହୁ ସମସ୍ୟା ଦେଖାଦେଉଛି। ଏହି କାରାଗାରରେ ୧୭୦ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ବର୍ତ୍ତମାନ ୬୧ଜଣ କଏଦୀ ରହିଛନ୍ତି।

ନିରାମୟ କେନ୍ଦ୍ରରୁ ଔଷଧ ପାଉନାହାନ୍ତି ରୋଗୀ

ନିରାମୟ କେନ୍ଦ୍ରରୁ ଔଷଧ ପାଉନାହାନ୍ତି ରୋଗୀ

ନାଉଗଁ।,୭।୫(ସ୍ବ.ପ୍ର.): ଜନସାଧାରଣଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ସହ ମାଗଣା ଔଷଧ ଯୋଗାଇଦେବା ପାଇଁ ସରକାର ନିରାମୟ ଯୋଜନା କରିଛନ୍ତି। ଏହି ଯୋଜନା ଅନୁଯାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ମାଗଣା ଔଷଧ ଦେବାର ବ୍ୟବସ୍ଥା ହୋଇଛି। ମାତ୍ର ନାଉଗଁ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ୪ବର୍ଷ ତଳେ ଏଠାରେ ନିରାମୟ କେନ୍ଦ୍ର ଖୋଲାଯାଇଥିଲା। ଏହି କେନ୍ଦ୍ରକୁ ଲକ୍ଷାଧିକ ଟଙ୍କାର ଔଷଧ ଆସୁଛି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଫାର୍ମାସିଷ୍ଟ ନ ଥିବାରୁ ସେସବୁ ଔଷଧ ରୋଗୀ ପାଇପାରୁନାହାନ୍ତି। ଅଧିକାଂଶ ସମୟ ନିରାମୟ କେନ୍ଦ୍ରଟି ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ସେହିପରି ୫ ବର୍ଷ ତଳେ ସ୍ବାସ୍ଥ୍ୟକେନ୍ଦ୍ରର ଲାବ୍ରୋଟାରୀ ଟେକ୍‌ନିସିଆନ ସିଦ୍ଧେଶ୍ୱର ବାରିକ ଅବସର ନେବା ପରେ ଆଜି ପର୍ଯ୍ୟନ୍ତ ଏହି ପଦବୀ ଖାଲିପଡିଛି।

ସ୍ମୃତିରେ ରହିଲା କଂସ ଦରବାର

ସ୍ମୃତିରେ ରହିଲା କଂସ ଦରବାର

କୁଜଙ୍ଗ,୭।୫(ସ୍ବ.ପ୍ର.): ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳା, କଂସ ମହାରାଜଙ୍କ କୃରତା ଆଦି ପ୍ରସଙ୍ଗକୁ ନେଇ ଅନୁଷ୍ଠିତ ହେଉଥିବା ବରଗଡ଼ ଧନୁଯାତ୍ରା ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରିଛି । ଯେକୌଣସି ଲୋକ ଏହି ଅପୂର୍ବ ଲୀଳାଖେଳା ଦେଖିବାକୁ ବ୍ୟଗ୍ର ହେବା ସ୍ବାଭାବିକ। ମାତ୍ର କୁଜଙ୍ଗବାସୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଯେହେତୁ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଦିବ୍ୟ ଲୀଳା ସହ କୁଜଙ୍ଗ ମାଟି ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ ତେଣୁ କୁଜଙ୍ଗବାସୀ ସହୃଦୟେ କୃଷ୍ଣପ୍ରେମୀ। ତେଣୁ ଧନୁଯାତ୍ରାର ଝଲକ ଦେଖିବାକୁ ସେମାନଙ୍କ ଉତ୍କଣ୍ଠାକୁ ଟାଳି ନ ପାରି କୁଜଙ୍ଗ ଲୋକ ମହୋତ୍ସବକୁ ବରଗଡ଼ରୁ ଆସିଥିବା କଳାକାରମାନେ ଯେଉଁ ସାମାନ୍ୟତମ ଝଲକ ଦେଖାଇଲେ ତାହା ଉପସ୍ଥିତ ଜନସମୂହର ହୃଦୟକୁ ସ୍ପର୍ଶ କରିଛି। ଯଦିଓ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ବିଶିଷ୍ଟ କଳାକାର ଭୁବନେଶ୍ୱର ପଧାନ ମଞ୍ଚରେ କଂସ ଭୂମିକାରେ ଅବତୀର୍ଣ୍ଣ ହେଲେ ନାହିଁ, ତଥାପି ମଧ୍ୟ ଅନ୍ୟ କଳାକାରମାନେ ମୂହୁର୍ତ୍ତକ ପାଇଁ ଧନୁଯାତ୍ରା ତଥା କଂସ ଦରବାରର ଭ୍ରମ ସୃଷ୍ଟି କଲେ। ଫଳରେ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଥିଲେ ମଧ୍ୟ କଂସ ଦରବାର କୁଜଙ୍ଗବାସୀଙ୍କ ମନରେ ସ୍ମୃତି ହୋଇ ରହିଗଲା।

ଆଜିଠୁ ୧୫୨ ଶ୍ରମିକଙ୍କ ଅଧିଆ ଆନ୍ଦୋଳନ

ପାରାଦୀପ,୭।୫(ସ୍ବ.ପ୍ର.): ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଶ୍ରମଜୀବୀ ଜନତା ନ୍ୟାୟ ପାଇଁ ବାରମ୍ବାର ସଂଘର୍ଷ କରିଚାଲିଛି। ଏହା ସତ୍ତ୍ୱେ ମଧ୍ୟ ସେମାନଙ୍କ ଦାବି ପୂରଣ କରାଯିବା ତ ଦୂରର କଥା, ବରଂ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ମଧ୍ୟ ସୁଯୋଗ ଦିଆଯାଉନାହିଁ। ପାରାଦୀପରେ ୧୫୨ ଜଣ ଶ୍ରମିକ ଏବେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ନ୍ୟାୟ ପାଇଁ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ସୁଯୋଗ ଦିଆ ନ ଯିବାରୁ ଅଭିନବ ଉପାୟରେ ସେମାନେ ପ୍ରତିବାଦ ପ୍ରଦର୍ଶନ କରିବାକୁ ସ୍ଥିର କରିଛନ୍ତି। ଏହି କ୍ରମରେ ସୋମବାରଠାରୁ ସେମାନେ ଏଡିଏମ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଧିଆ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ମାନସିକ ପୂରଣ ପାଇଁ ଯେଭଳି ଶ୍ରଦ୍ଧାଳୁମାନେ ମନ୍ଦିରରେ ଅଧିଆ ପଡନ୍ତି, ସେହିପରି ଧାରଣା ଦିଆଯିବ ବୋଲି ଶ୍ରମିକମାନଙ୍କ ନେତୃତ୍ୱ ନେଉଥିବା କାର୍ଗିଲ ଶ୍ରମିକ ସଂଘ ସମ୍ପାଦକ କେଦାର ସେଠୀ ସୂଚନା ଦେଇଛନ୍ତି।

ପକ୍ଷୀଙ୍କ ପାଇଁ ଜଳଛତ୍ର ଖୋଲିଲା ଆଦର୍ଶ ପ୍ରୟାସ

ପକ୍ଷୀଙ୍କ ପାଇଁ ଜଳଛତ୍ର ଖୋଲିଲା ଆଦର୍ଶ ପ୍ରୟାସ

ପାରାଦୀପ,୭।୫(ସ୍ବ.ପ୍ର.): ପାରାଦୀପରେ ଥିବା ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ପ୍ରୟାସ ପକ୍ଷରୁ ରବିବାର ପକ୍ଷୀମାନଙ୍କ ପାଇଁ ଜଳଛତ୍ର ଖୋଲାଯାଇଛି। ସ୍ଥାନୀୟ ନୂଆବଜାର ନିକଟ ଡପଲର ରାଡାର ସମ୍ମୁଖ ପଡ଼ିଆରେ ୩ ବର୍ଷ ତଳେ ବୃକ୍ଷରୋପଣ କରାଯାଇଥିଲା। ସେହି ଗଛ ବଡ଼ ହେବା ପରେ ସେଥିରେ ପକ୍ଷୀମାନଙ୍କ ପାଇଁ ମାଟିପାତ୍ର ବନ୍ଧାଯାଇଛି। ସେଥିରେ ସବୁଦିନ ପାଣି ଭର୍ତ୍ତି କରାଯିବ। ଖରାଦିନେ ବିଭିନ୍ନ ପ୍ରଜାତିର ପକ୍ଷୀ ସେଥିରେ ଆଶ୍ରୟ ନେବା ଭଳି ବ୍ୟବସ୍ଥା ହୋଇଛି। ଏପରି ବ୍ୟବସ୍ଥା ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପ୍ରକୃତି ମିତ୍ର ଅମରେଶ ନରେଶ ସାମନ୍ତ, ସାମାଜିକ କର୍ମୀ ଅରବିନ୍ଦ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ସଂଗଠନର ପ୍ରମୁଖ ସଦସ୍ୟ ସାଗର ବିଶ୍ୱାଳ, ଦେବକଲ୍ୟାଣ ମହାପାତ୍ର ।

ଭୂତନାଥ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଭୂତନାଥ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ବାଙ୍କୀ, ୬ା୫ (ବି.ପ୍ର.)-ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମ ଆଦର୍ଶ ଯୁବ ପରିଷଦ ଓ ଶିମିଳିପୁରର ଆମ ପରିବାର ଚକ୍ରର ମିଳିତ ସହଯୋଗରେ ରବିବାର ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଚକାପଦା ସ୍ଥିତ ଭୂତନାଥ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ସଫେଇ କାର୍ଯ୍ୟକ୍ରମ କରାଯାଇଛି ।

ମୃତ ଲୁଣାନଦୀ ଖୋଳା ଆରମ୍ଭ

ମୃତ ଲୁଣାନଦୀ ଖୋଳା ଆରମ୍ଭ

ମାର୍ଶାଘାଇ, ୬।୫(ଡି.ଏନ୍‌.ଏ.)- କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଜୀବନ ରେଖା ପାଲଟିଥିବା ମୃତ ଲୁଣା ନଦୀର ପୁନରୁଦ୍ଧାର କାର୍ଯ୍ୟ ରବିବାର ଠାରୁ ଆରମ୍ଭ ହୋଇଛି।

ସ୍ବେଚ୍ଛାକୃତ ରକ୍ତଦାନ ଶିବର

ସ୍ବେଚ୍ଛାକୃତ ରକ୍ତଦାନ ଶିବର

ଓଡଗାଁ,୬।୫(ସ୍ବ.ପ୍ର.)- ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡିପଡା ଉଦୟ ନବୀନ ବାଳିକା ଉଚ୍ଚ ବିଦ୍ୟାଳୟରେ ରବିବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ରାସ୍ତା ଶିଳାନ୍ୟାସ ଉତ୍ସବ

ଜଗତସିଂହପୁର ଅଫିସ,୬।୫- ତିର୍ତ୍ତୋଲ-କୋଲର ମୁଖ୍ୟରାସ୍ତାର ଯାଜପୁରରୁ ରାନିତୋଲା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାର ଶିଳାନ୍ୟାସ ଉତ୍ସବ ରବିବାର ତିର୍ତ୍ତୋଲ ବ୍ଲକର ଜୟିପୁରରେ ଅନୁଷ୍ଠିତ ହୋଇଯାଇଛି।

ଜିଲାସ୍ତରରେ ୬୭ କନେଷ୍ଟବଳଙ୍କ ଅଦଳବଦଳ

କେନ୍ଦ୍ରାପଡା ଅଫିସ, ୬। ୫- କେନ୍ଦ୍ରାପଡା ପୋଲିସ ପ୍ରଶାସନ ପକ୍ଷରୁ ଜିଲାସ୍ତରରେ ୬୭ କନେଷ୍ଟବଳଙ୍କ ଅଦଳବଦଳ କରାଯାଇଛି। ଏସପି ନୀତି ଶେଖର ଶନିବାର ଏନେଇ ଏକ ତାଲିକା ପ୍ରକାଶ କରିବା ପରେ ରବିବାର ନିର୍ଦ୍ଦେଶନାମା ଜାରି କରାଯାଇଛି।

ଗଛରୁ ପଡ଼ି ଶ୍ରମିକ ମୃତ

ଗଛରୁ ପଡ଼ି ଶ୍ରମିକ ମୃତ

ଓଡଗାଁ,୬।୪(ସ୍ବ.ପ୍ର.): ନୟାଗଡ ଜିଲା ଓଡଗାଁ ଥାନ୍ତ ଅନ୍ତର୍ଗତ ପାଇକ ବାଙ୍କତରା ଗ୍ରାମର ଜଣେ ଶ୍ରମିକଙ୍କ ଗଛରୁ ପଡି ମୃତ୍ୟୁ ଘଟିଛି। ମୃତକ ହେଲେ ପନ୍ଥିଖାରୀ ଶାସନ ଗ୍ରାମର ବାବୁଲା ସ୍ବାଇଁ।

ବିବାହର ଦିନକ ପୂର୍ବରୁ ଫେରିପାଇଲେ ଅଳଙ୍କାର:ଚଳନ୍ତା ଟ୍ରେନରୁ ଲୁଟ୍‌ ଘଟଣା,୧୦ ଭରି ସୁନା ଅଳଙ୍କାର ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/କଟକ ରୋଡ୍‌(ଡି.ଏନ୍‌.ଏ.), ୬।୫- ବିବାହ ପାଇଁ ଭାବି ସ୍ବାମୀଙ୍କ ସହ ବିଶାଖାପାଟଣାରୁ ଭୁବନେଶ୍ୱର ଆସୁଥିବା ବେଳେ ଚଳନ୍ତା ଟ୍ରେନରୁ ଜଣେ ଯୁବତୀଙ୍କଠାରୁ ଲୁଟ୍‌ ହୋଇଥିଲା। ୩ଜଣ ଦୁର୍ବୃତ୍ତ ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍‌ ଝାମ୍ପି ନେଇଥିଲେ, ଯେଉଁଥିରେ ୧୫ ଭରି ଓଜନର ସୁନା ଅଳଙ୍କାର, ନଗଦ ୧୦ ହଜାର ଟଙ୍କା, ମୋବାଇଲ ଫୋନ ଥିବା ଅଭିଯୋଗ ହୋଇଥିଲା। ଗତ ୪ତାରିଖ ଭୋର ସମୟରେ ଏହି ଘଟଣା ଘଟିଥିଲା। ତେବେ ଲୁଟ୍‌ରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଜିଆରପି ଗିରଫ କରିବା ସହ ଲୁଟ୍‌ ଅଳଙ୍କାର ମଧ୍ୟରୁ ୧୦ ଭରି ଓଜନର ସୁନା ଅଳଙ୍କାର ଜବତ କରି ଯୁବତୀଙ୍କୁ ହସ୍ତାନ୍ତର କରିଛି। ଯୁବତୀଙ୍କ ବିବାହ ୬ତାରିଖରେ ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ ସେ ତାଙ୍କ ସୁନାଗହଣା ଫେରିପାଇବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।

ମଜୁରି ଦେବାକୁ ଡକାଇ ମହିଳାଙ୍କୁ ଅସଦାଚରଣ:ଠିକାଦାର ଗିରଫ

ଭୁବନେଶ୍ୱର, ୬।୫(ବ୍ୟୁରୋ)- ଦିନ ମଜୁରିଆ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ମଜୁରି ଦେବାକୁ ଡକାଇ ଠିକାଦାର ଅସଦାଚରଣ କରିଛନ୍ତି। ଏ ନେଇ ଅଭିଯୋଗ ହେବା ପରେ ନୟାପଲ୍ଲୀ ପୋଲିସ ଶନିବାର ଅଭିଯୁକ୍ତ ଠିକାଦାର ପ୍ରଭାତ ସ୍ବାଇଁ(୪୪)ଙ୍କୁ ଗିରଫ କରିଛି। ପ୍ରଭାତଙ୍କ ଘର ନୟାପଲ୍ଲୀ ଥାନା ତାରିଣୀ ବସ୍ତିରେ। ଅଭିଯୋଗ ଅନୁଯାୟୀ, ମହିଳା ଜଣକ ୩ ମାସ ହେବ ପ୍ରଭାତଙ୍କ ଅଧୀନରେ ଚାଲିଥିବା ଏକ ଠିକା କାମରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ଦୁଇ ମାସର ଦରମା ବାକି ଥିବାରୁ ପ୍ରଭାତ ଦରମା ଦେବା ଲାଗି ତାଙ୍କୁ ଗତ ଶୁକ୍ରବାର ନିଜ ଘରକୁ ଡକାଇଥିଲେ। ଶୁକ୍ରବାର ମଧ୍ୟାହ୍ନରେ ମହିଳା ଜଣକ ତାଙ୍କ ଘରେ ପହଞ୍ଚତ୍ଥିଲେ। ପ୍ରଭାତ ତାଙ୍କୁ ଘର ଭିତରକୁ ଡାକି ନେଇଥିଲେ। ମହିଳା ଜଣକ ଘର ଭିତରକୁ ଯିବା ପରେ ପ୍ରଭାତ ଭିତରପଟୁ କବାଟ ବନ୍ଦ କରିଦେଇ ତାଙ୍କୁ ଅସଦାଚରଣ କରିଥିଲେ। ପରେ ଦରମାରୁ ସ୍ବଳ୍ପ ଟଙ୍କା ଦେଇ ଏ କଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ:ପ୍ରଜାମେଳି ସଂଗ୍ରାମ ପାଇଁ ଧରଣୀଧର ଚିରସ୍ମରଣୀୟ

ଭୁବନେଶ୍ୱର, ୬।୫(ବ୍ୟୁରୋ)- ସଂଗ୍ରାମୀ ଓ ମହାନ ବିପ୍ଳବୀ ଧରଣୀଧର ଭୂୟାଁ ଥିଲେ ଶୋଷିତ, ଅବହେଳିତ ଓ ନିର୍ଯାତିତ ମଣିଷର ସ୍ବର। ସରଳ ଆଦିବାସୀ ଜନତାଙ୍କ ମନରେ ଅନ୍ୟାୟ ଓ ଅନୀତି ବିରୋଧରେ ସ୍ବର ଉତ୍ତୋଳନ ପାଇଁ ସେ ଯେଉଁ ଚେତନା ଜାଗ୍ରତ କରିଥିଲେ ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ। ସ୍ବେଚ୍ଛାଚାରିତା ଓ ରାଜତନ୍ତ୍ରର ଅର୍ଥନୈତିକ ଶୋଷଣ ବିରୋଧରେ ତାଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ‘ପ୍ରଜାମେଳି ସଂଗ୍ରାମ’ ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ। କେନ୍ଦୁଝର ଜିଲାକୁ ସମଗ୍ର ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା। ତାଙ୍କ ବୀରତ୍ୱର ଗାଥା ସର୍ବଦା ଉତ୍ତରପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।

କାଠ ପାଇଁ  ମହିଳାଙ୍କୁ ଅସଦାଚରଣ ଅଭିଯୋଗ

କାଠ ପାଇଁ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ନୟାଗଡ଼ ଅଫିସ,୬।୫-ଜଙ୍ଗଲରୁ ଭାଙ୍ଗିଯାଇଥିବା କାଠକୁ ଆଣୁଥିବାବେଳେ ଗ୍ରାମର ଜଣେ ବ୍ୟକ୍ତି ଶତାଧିକ ମହିଳାଙ୍କୁ ଅସଦାଚରଣ କରିବା ସହ ଗାଳିଗୁଲଜ କରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଅନୁସାରେ ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ନିକଟରେ ରହିଛି ଜାମୁବଣିଆ ଜଙ୍ଗଲ । ଗୁରୁବାର ବିଳମ୍ବିତ ରାତିରେ କାଳବୈଶାଖୀ ଯୋଗୁଁ ଜଙ୍ଗଲରେ ଗୁଡ଼ିଏ ଗଛ ଭାଙ୍ଗି ପଡ଼ିଥିଲା। ଶୁକ୍ରବାର ସକାଳେ ଯଦୁପୁର ଗ୍ରାମର ବହୁ ମହିଳା ଜଙ୍ଗଲରୁ କାଠ ଆଣି ଫେରୁଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ସେମାନଙ୍କୁ ଅସଦାଚରଣ କରିବା ସହ ଅଶ୍ଲୀଳ ଭାଷା କହିଥିଲେ। ମହିଳାମାନେ କାଠ ନେଇ ଏହାକୁ ନିଲାମ କରି ଗାଁରେ ହେବାକୁ ଥିବା ପୂର୍ଣ୍ଣିମା ଯାତ୍ରାରେ ଖର୍ଚ୍ଚ କରିବେ ବୋଲି କହିଥିଲେ।

ବିଦ୍ୟୁତ ସବ୍‌ଷ୍ଟେଶନରେ ସ୍ବତନ୍ତ୍ର ଫିଡ଼ର ବ୍ୟବସ୍ଥା ଦାବି

ନୟାଗଡ଼ ଅଫିସ,୬।୫- ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଜାଗ୍ରି ଖଇରପଟି ଗ୍ରାମରେ ଥିବା ବିଦ୍ୟୁତ୍‌ ସବ୍‌ଷ୍ଟେଶନ୍‌ରେ ସ୍ବତନ୍ତ୍ର ଫିଡ଼ର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଜିଲାପାଳଙ୍କଠାରେ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ କିଛି ମାସ ତଳେ ଗୋଡ଼ିପଡ଼ାଠାରେ ଏକ ବିଦ୍ୟୁତ ସବ୍‌ଷ୍ଟେଶନ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ହେଲେ ଗୋଡ଼ିପଡାଠାରେ ସରକାରୀ ଜାଗା ନ ଥିବାରୁ ଗୋଡ଼ିପଡ଼ା ସରପଞ୍ଚ ଓ ଶରଣକୁଳ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଉଭୟ ଜାଗ୍ରି ଖଇରପଟି ଗ୍ରାମରେ ଏକ ସବ୍‌ଷ୍ଟେଶନ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରେ ଗ୍ରାମସଭା କରାଯାଇ ସେଠାରେ ସ୍ବତନ୍ତ୍ର ଫିଡ଼ର ବ୍ୟବସ୍ଥା କରିବା ସହିତ ସ୍ଥାନୀୟ ଜଣେ ଯୋଗ୍ୟ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ସର୍ତ୍ତ ରଖିଥିଲେ।

ଆଜିଠୁ ଖୋଳାଯିବ ମୃତ ଲୁଣା ନଦୀ

ଆଜିଠୁ ଖୋଳାଯିବ ମୃତ ଲୁଣା ନଦୀ

ମାର୍ଶାଘାଇ,୬।୫:ଏକଦା କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳର ଜୀବନରେଖା ପାଲଟିଥିବା ମୃତ ଲୁଣାନଦୀର ପୁନରୁଦ୍ଧାର କାର୍ଯ୍ୟ ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଗଁ। ମାର୍ଶାଘାଇର ହଦୁଆ ବନ୍ଧ ଠାରୁ ବାଘଡିଆ ପର୍ଯ୍ୟନ୍ତ ନଦୀ ଖନନ କରାଯିବାର ଯୋଜନା ରହିଛି । ଶୁକ୍ରବାର ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଦୁମୁକା ଗ୍ରାମର ଅଶ୍ରୁଖଳାଠାରେ ଏହାର ଶୁଭାରମ୍ଭ କରିଥିଲେ । ଏହି ନଦୀର ଦୈର୍ଘ୍ୟ ୪.୪୦୦ କି.ମି ପାଇଁ ୧.୩୦କୋଟି ଟଙ୍କା ବିନିଯୋଗ କରାଯିବ । ଏହାଛଡା ନଦୀ ଏପଟରୁ ସେପଟକୁ ଯାତାୟାତ ପାଇଁ ଦୁଇଟି ସ୍ଥାନରେ ପାଦ ଚଲା ପୋଲ ନିର୍ମାଣ କରାଯିବ ବୋଲି କେନ୍ଦ୍ରାପଡା ଜଳ ନିକାସ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ମହାପାତ୍ରଙ୍କ ସୂତ୍ରରୁ ଜାଣିବାକୁ ମିଳିଛି । ଏହି ନଦୀରେ ପୂର୍ବପରି ଜଳ ପ୍ରବାହିତ ହେଲେ ନଦୀ କୂଳବର୍ତ୍ତୀ ମାର୍ଶାଘାଇ, କାନପୁର, ଦୁମୁକା, ବାଘଡିଆ, ଡଅଁରମୁଣ୍ଡ ଓ ଶିଳିପୁର ଆଦି ଗ୍ରାମବାସୀ ଉପକୃତ ହୋଇପାରିବେ । ପ୍ରକାଶ ଯେ, ବ୍ରିଟିଶ ଶାସନ କାଳରେ ଏହି ନଦୀ ଲୁଣାର ଶାଖା ନଦୀ ଥିଲା ।

ଟ୍ରାକ୍ଟର-ବାଇକ ମୁହଁ।ମୁହିଁ ଧକ୍କା, ୨ ଗୁରୁତର

ରାଜନଗର,୬।୫ (ଡି.ଏନ୍‌.ଏ.):ରାଜନଗରରୁ ପଟ୍ଟମୁଣ୍ଡାଇ ମୁଖ୍ୟ ରାସ୍ତାର ମଦନପୁର ନିକଟରେ ଶନିବାର ରାତି ୮ଟାରେ ଟ୍ରାକ୍ଟର ସହ ବାଇକ ମୁହଁ।ମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରାଜନକିନା ବ୍ଲକ ଅନ୍ତର୍ଗତ କାଟଣା ଗ୍ରାମର ଅବିନାଶ ପଣ୍ଡା(୨୪) ଓ ଅନ୍ୟଜଣେ ହେଲେ ରାଜନଗର ବ୍ଲକ ବ୍ରାହ୍ମଣୀ ସାହି ପଞ୍ଚାୟତର କଏଥା ଗ୍ରାମର ଗୁରୁଚରଣ ଦାସ(୪୦)। ସୂଚନା ଯୋଗ୍ୟ ଯେ, ପଟ୍ଟାମୁଣ୍ଡାଇ ଆଡୁ ରାଜନଗର ଅଭିମୁଖେ ଆସୁଥିବା ଏକ ଟ୍ରାକ୍ଟର ସହ ବିପରୀତ ଦିଗରୁ ଆସୁଥିବା ବାଇକର ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ଅବିନାଶ ଓ ଗୁରୁଚରଣ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ବୈଜୟନ୍ତଙ୍କ ନିର୍ବାଚନୀ ସତ୍ୟପାଠ ମାମଲାର  ଶୁଣାଣି ସୋମବାର

ବୈଜୟନ୍ତଙ୍କ ନିର୍ବାଚନୀ ସତ୍ୟପାଠ ମାମଲାର ଶୁଣାଣି ସୋମବାର

କେନ୍ଦ୍ରାପଡ଼ା ଅଫିସ, ୬।୫:କେନ୍ଦ୍ରାପଡ଼ା ଏସଡିଜେଏମ ନିହାର ରଞ୍ଜନ ସାହୁଙ୍କ କୋର୍ଟରେ ଗତ ମାର୍ଚ୍ଚ ୧୫ ତାରିଖରେ ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କ ନାମରେ ହୋଇଥିବା ନିର୍ବାଚନୀ ସତ୍ୟପାଠ ମାମଲାର ଶୁଣାଣି ଆସନ୍ତା ସୋମବାରକୁ ଘୁଞ୍ଚି ଯାଇଛି । ୨୧୭/୧୮ର ଏହି ମାମଲାରେ କଟକ ଜିଲା ହରିଅନ୍ତା ଗ୍ରାମର ଭୋଟର ଗୋପାଳ ଚନ୍ଦ୍ର ଲେଙ୍କା ଏମପି ପଣ୍ଡାଙ୍କ ନିର୍ବାଚନୀ ସତ୍ୟପାଠରେ ସତ୍ୟତା ନ ଥିବା ଦର୍ଶାଇ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି ଶନିବାର ହେବାର ଥିଲା । ସୂଚନାଯୋଗ୍ୟ ଯେ, ଏହିପରି ଏକ ଅଭିଯୋଗ ସଦର ଥାନା ଅନ୍ତର୍ଗତ ଉଦୟନଗରସ୍ଥ ଦିଲୀପ ଦାସ ଏସଡିଜେଏମ ସାହୁଙ୍କ କୋର୍ଟରେ ଗତ ୧ ତାରିଖରେ କରିଛନ୍ତି । ଏହି ଅଭିଯୋଗକୁ ଏସଡିଜେଏମ ସାହୁ ଟାଉନ ଥାନାରେ ପଞ୍ଜିକୃତ କରି ତଦନ୍ତ ରିପୋର୍ଟ ଆସନ୍ତା ଜୁଲାଇ ୨୫ ତାରିଖ ସୁଦ୍ଧା ଦେବା ପାଇଁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତ

ବିରଜାକ୍ଷେତ୍ର, ୬।୫(ଡିଏନଏ)- ଯାଜପୁର ବ୍ଲକ ଜାହାନପୁର ପଞ୍ଚାୟତ କପିଳେଶ୍ୱର ଗ୍ରାମ ତେଲି ସାହିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଭସ୍ମୀଭୁତ ହୋଇଯାଇଛି। ଫଳରେ ଜୟରାମ ବାରିକ, ବିନୋଦ ବାରିକ, ଆନନ୍ଦ ବାରିକ, କେଶବ ଦାସ, ଶତ୍ରୁଘ୍ନ ବାରିକ, ବିଟଳି ବାରିକ, ଉର୍ମିଳା ଦାସ, କାଳନ୍ଦୀ ବାରିକ, ଅଭୟ ବାରିକ, ପୂର୍ଣ୍ଣଚନ୍ଦ୍ର ବାରିକ ବାସହରା ହୋଇପଡ଼ିଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ନିଆଁର ବେଗ ପ୍ରଖର ଥିବାରୁ କୌଣସି ଆସବାବପତ୍ର ଉଦ୍ଧାର କରାଯାଇପାରି ନ ଥିଲା। ଯାଜପୁର ଓ ବିଞ୍ଝାରପୁର ଦମକଳବାହିନୀ ଆସି ଦୀର୍ଘ ୨ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।

ବନ୍ଦ ହେଲା ସେତୁ ନିର୍ମାଣ କାର୍ଯ୍ୟ

ରତ୍ନଗିରି,୬।୫(ଡିଏନଏ) :ବରୀ ବ୍ଲକ ଅଧୀନସ୍ଥ ବାଲିବିଲି ପଞ୍ଚାୟତର ଡିହସାହି ନିକଟରେ ଦୁଧେଇ ନଦୀରେ ନିର୍ମାଣ ହେଉଥିବା ସେତୁ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବାରୁ ସ୍ଥାନୀୟ ଗ୍ରାମବାସୀ ଏହାକୁ ପ୍ରବଳ ବିରୋଧ କରିଛନ୍ତି। ଫଳରେ ଉକ୍ତ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡିଛି। ସୂଚନା ଯେ, ଗତ ୫।୧୨।୨୦୧୧ରେ ଡିହସାହି ରାଜସ୍ବ ଗ୍ରାମକୁ ଯୋଗାଯୋଗ ନିମନ୍ତେ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୪କୋଟି ୬୧ଲକ୍ଷ ୭୨୯ ଟଙ୍କା ମଞ୍ଜୁର ହୋଇଥିଲା। ସ୍ଥାନୀୟ ବିଧାୟକ ଦେବାଶିଷ ନାୟକ ଏହି ସେତୁ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ମନ୍ଥର ଗତିରେ କାର୍ଯ୍ୟ ଚାଲିଥିବାରୁ ଦୀର୍ଘ ୭ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ।

ଅଭିଯୋଗକାରୀଙ୍କୁ କୋର୍ଟଚାଲାଣ ଘଟଣା

ସୁକିନ୍ଦା,୬।୫(ଡି.ଏନ.ଏ.)- ସୁକିନ୍ଦା ଥାନାରେ ଏତଲା ଦେବାକୁ ଆସିଥିବା ନୂଆ ଜାମୁପଶି ଗ୍ରାମର ନବଜ୍ୟୋତି ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ଘଟଣାର ୩ ଦିନ ପରେ ପୂର୍ବରୁ ଆପୋଷ ବୁଝାମଣା ହୋଇଥିବା ଏକ ମାମଲାରେ ପୋଲିସ ଅଭିଯୋଗକାରୀଙ୍କ ବାପା ଓ ଦାଦାଙ୍କୁ ଛନ୍ଦିଥିବା ଜଣାପଡିଛି। ଏହା ସମ୍ପୂର୍ଣ୍ଣ ଆକ୍ରୋଶମୂଳକ ବୋଲି ଆଲୋଚନା ହେଉଛି। ଯାହାକୁ ନେଇ ଉକ୍ତ ଗ୍ରାମରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ, ଜମି ବିବାଦକୁ ନେଇ ନୂଆ ଜାମୁପଶି ଗ୍ରାମର ନାରାୟଣ ଚନ୍ଦ୍ର ସାହୁଙ୍କ ପୁଅ ନବଜ୍ୟୋତି ଏବଂ ତାଙ୍କ ସମ୍ପର୍କୀୟ ଚୈତନ୍ୟ ସାହୁଙ୍କ ପୁଅ ଅରବିନ୍ଦଙ୍କ ବର୍ତ୍ତଣ୍ଡା ଗ୍ରାମର ଗଣେଶ୍ୱର ସାହୁଙ୍କ ସହିତ ପୂର୍ବରୁ ବିବାଦ ରହିଥିଲା।

ସାଧାରଣ ସେବାକେନ୍ଦ୍ରରୁ ମିଳିପାରୁନି ସେବା

ରସୁଲପୁର,୬।୫(ଡି.ଏନ୍‌.ଏ.):ସାଧାରଣ ଲୋକଙ୍କ ନିକଟରେ ବ୍ୟାଙ୍କସେବା ପହଞ୍ଚାଇବା ପ୍ରତିଶ୍ରୁତି ଏକ ପ୍ରକାର ଫେଲ୍‌ ମାରିଛି। ବିଶେଷକରି ଗ୍ରାମାଞ୍ଚଳରେ ଥିବା ସାଧାରଣ ସେବା କେନ୍ଦ୍ରଗୁଡିକ ନାନା ସମସ୍ୟା ମଧ୍ୟରେ ଗତି କରୁଛି। ଗ୍ରାହକଙ୍କୁ ଉଚିତ୍‌ ସେବା ମିଳି ପାରୁନାହିଁ। ବ୍ୟାଙ୍କ ସେବା ପାଇବା ଆଶାରେ ସାଧାରଣ ସେବା କେନ୍ଦ୍ରକୁ ଆସୁଥିବା ଗ୍ରାହକଙ୍କୁ ନିରାଶ ହେବାକୁ ପଡୁଛି। ଏଦିଗରେ ସେବା କେନ୍ଦ୍ର ପରିଚାଳକମାନେ ସମ୍ପୃକ୍ତ ବ୍ୟାଙ୍କ ଶାଖାକୁ ଜଣାଇଲେ ମଧ୍ୟ କୌଣସି ସହଯୋଗ କରାଯାଉ ନାହିଁ। ବିଭିନ୍ନ ଆଳ ଦେଖାଇ ବ୍ୟାଙ୍କ ପରିଚାଳକ ହଇରାଣ ହରକତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ସମସ୍ୟା ରସୁଲପୁର ବ୍ଲକ ଅଧିନସ୍ଥ କୁଆଖିଆ ବଜାର ଏସ୍‌ବିଆଇ ଶାଖାରେ ଦେଖିବାକୁ ମିଳିଛି। ଏନେଇ ସେବାକେନ୍ଦ୍ର ପରିଚାଳକମାନେ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ପରିଚାଳକ, ଶାଖା ପରିଚାଳକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ବିଦ୍ୟୁତ୍‌ ସଂଯୋଗରେ ରାଜନୀତି

ବିଦ୍ୟୁତ୍‌ ସଂଯୋଗରେ ରାଜନୀତି

ପାରାଦୀପ,୬।୫(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳର ୧୯ ଓ୍ବାର୍ଡ ଓ ୨୫ ବସ୍ତିରେ ଥିବା ୧୭୪୦୦ ଝୁମ୍ପୁଡି ଘରକୁ ଅଦ୍ୟାବଧି ସରକାରୀ ଭାବେ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। କେନ୍ଦ୍ର ଓ ରାଜ୍ୟର ଯୌଥ ଶାସନ ଏଠାରେ ବିଦ୍ୟୁତ୍‌ ସେବା ଯୋଗାଇବାରେ ଅନ୍ତରାୟ ସାଜିଥିଲା। ଦୀର୍ଘବର୍ଷର ଉଦ୍ୟମ ପରେ ପୌରପାଳିକା ପ୍ରଥମକରି ୬ନଂ ଓ୍ବାର୍ଡ ବାଉରିଆ ପାଳନ୍ଦା ବସ୍ତିରେ ଗତ ମାସ ୨୭ରେ ବିଦ୍ୟୁତ୍‌ ସେବା ପହଞ୍ଚାଇଛି। ଏଥିସହ ଚଳିତ ମାସ ୧ରେ ଷଣ୍ଢକୁଦ ବସ୍ତିରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ବର୍ତ୍ତମାନ ନୂତନ ସଂଯୋଗ ପ୍ରକ୍ରିୟା ଚାଲିଥିବାବେଳେ ସେଥିରେ ରାଜନୀତି ପଶିଛି।