ଉପକୂଳ ଓଡିଶା

କାଉ ମଡ଼କ ନେଇ ଆଶଙ୍କା

କାଉ ମଡ଼କ ନେଇ ଆଶଙ୍କା

ନିରାକାରପୁର,୧୭ା୧୨(ଡି.ଏନ.ଏ)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ନନପଡା ମୌଜାର ଚମ୍ପାଢିପ ଗହୀରରେ କାଉ ସମେତ ଅନ୍ୟ ପକ୍ଷୀଗୁଡ଼ିକ ମରି ପଡ଼ିଥିବା ଦେଖାଯାଇଛି। 

ଆଇତିପୁରରେ ପିଠା ଯୋଜନା କାର୍ଯ୍ୟକ୍ରମ

ମାର୍ଶାଘାଇ, ୧୬।୧୨ (ଡି.ଏନ୍‌.ଏ.)-  ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତରେ ପିଠା ଯୋଜନା କାର୍ଯ୍ୟକ୍ରମ ରବିବାର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ବିଡିଓ ସୁବାଦାର ପ୍ରଧାନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। 

ମହିଳାଙ୍କୁ ଗଣବଳାତ୍କାର, ଥାନାରେ ମାମଲା

ମହିଳାଙ୍କୁ ଗଣବଳାତ୍କାର, ଥାନାରେ ମାମଲା

ମାର୍ଶାଘାଇ, ୧୬।୧୨ (ଡି.ଏନ୍‌.ଏ.)- ମାର୍ଶାଘାଇ ଥାନା ଅଧୀନ ବଡ଼ପାଳ ଗ୍ରାମର ଏକ ଭଡ଼ାଘରୁ ଜନୈକା ବିଧବାଙ୍କୁ ଶୁକ୍ରବାର ରାତିରେ ୬ଜଣ ଯୁବକ ଉଠାଇ ନେଇ ଗଣ ବଳାତ୍କାର କରିଥିଲେ। ଏ ନେଇ ଶନିବାର ପୀଡ଼ିତା ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ଜଣ ବଳାତ୍କାର କରିଥିବା ମାନି ଥିବା ବେଳେ ରବିବାର ଏସ୍‌ଡିପିଓଙ୍କ ଆଗରେ ଏହାକୁ ଅସ୍ବୀକାର କରିଥିଲେ। 

ଜଗତ୍‌ସିଂହପୁରରେ ଶିଶୁ ଉତ୍ସବ

ଜଗତ୍‌ସିଂହପୁରରେ ଶିଶୁ ଉତ୍ସବ

ଜଗତ୍‌ସିଂହପୁର ଅଫିସ୍‌ (୧୬।୧୨)- ଜଗତ୍‌ସିଂହପୁର ବ୍ଲକ ପୁରୁଣାଗଡ଼ସ୍ଥିତ ବୀଣାପାଣି ହାଇସ୍କୁଲ ପରିସରରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ଶିଶୁ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।

ଜିଲାସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର

ଜିଲାସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର

ନାଉଗାଁ, ୧୬।୧୨ (ସ୍ବ.ପ୍ର.)-ନାଉଗାଁ ବ୍ଲକ ଅଧୀନ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ରବିବାର ଜିଲାସ୍ତରୀୟ ଯୁବରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି।

ଭୟାବହ ଅଗ୍ନିକାଣ୍ଡ: ୩ ଗୁରୁତର

ଭୟାବହ ଅଗ୍ନିକାଣ୍ଡ: ୩ ଗୁରୁତର

ଯାଜପୁର ଅଫିସ/ରସୁଲପୁର,୧୬।୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବେତଣ୍ଡା ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟିଛି।

ଫଳକ କାଢ଼ି ନେଲେ ଦୁର୍ବୃତ୍ତ: ଛତିଆରେ ଚାପା ଉତ୍ତେଜନା

ଫଳକ କାଢ଼ି ନେଲେ ଦୁର୍ବୃତ୍ତ: ଛତିଆରେ ଚାପା ଉତ୍ତେଜନା

ଛତିଆ,୧୬।୧୨(ଡି.ଏନ୍‌ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ନବଗଠିତ ନେଳିଆ ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ରାହୁତା ପୋଖରୀ ପାର୍ଶ୍ୱରେ ଗତ ଗୁରୁବାର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଦ୍ୱାରା ଏକ ପାନୀୟ  ଜଳଯୋଗାଣ ପ୍ରକଳ୍ପ ଶିଳାନ୍ୟାସ କରାଯାଇଥିଲା।

ଶିକାର ନେଇ ଶିକାରୀ ଫେରାର : ବନ୍ଧୁକ ଜବତ କରି ଫେରିଲା ବନ ବିଭାଗ

ଶିକାର ନେଇ ଶିକାରୀ ଫେରାର : ବନ୍ଧୁକ ଜବତ କରି ଫେରିଲା ବନ ବିଭାଗ

ରଣପୁର,୧୫।୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ମାଳ ସଂରକ୍ଷିତ ଜଙ୍ଗଲରେ ଶନିବାର କେତେକ ଶିକାରୀ ବନ୍ଧୁକ ସାହାଯ୍ୟରେ  ଏକ ବାର୍‌ହା ଶିକାର କରିଥିଲେ ା ସେମାନେ ଶିକାର ଧରି ଫେରାର ହୋଇଯାଇଥିବାବେଳେ ବନବିଭାଗ ଚଢ଼ାଉ କରି ଶିକାରୀମାନେ ଛାଡ଼ି ଯାଇଥିବା ବନ୍ଧୁକକୁ ଜବତ କରିଛି। 

ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ : ଓଡ଼ଗାଁ-ଭଞ୍ଜନଗର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ : ଓଡ଼ଗାଁ-ଭଞ୍ଜନଗର ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଓଡ଼ଗାଁ,୧୬ା୧୨(ସ୍ବ.ପ୍ର.)- ଓଡ଼ଗାଁ ଥାନା ମଶାବାରୀ ଗ୍ରାମର ଶତାଧିକ ମହିଳାପୁରୁଷ  ଶନିବାର ଅପରାହ୍ନ ପ୍ରାୟ ସାଢେ ୫ଟାରେ ହଠାତ୍‌ ଏକଜୁଟ୍‌ ହୋଇ ଥାନା ସମ୍ମୁଖ ରାସ୍ତାରେ ମେଳିବାନ୍ଧି ବସିଯାଇଥିଲେ।

ରାସ୍ତାପାର୍ଶ୍ୱ ଗଛରେ ପିଟିହେଲା ଟ୍ରକ ଚାପି ହୋଇ ହେଲପରଙ୍କ ମୃତ୍ୟୁ

ରାସ୍ତାପାର୍ଶ୍ୱ ଗଛରେ ପିଟିହେଲା ଟ୍ରକ ଚାପି ହୋଇ ହେଲପରଙ୍କ ମୃତ୍ୟୁ

ଓଡ଼ଗାଁ,୧୬ା୧୨(ସ୍ବ.ପ୍ର.)- ଓଡ଼ଗାଁ ଥାନା ରୋହିବାଙ୍କ ନିକଟ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱ ଗଛରେ ପିଟି ହୋଇ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକର ସମ୍ମୁଖ ଭାଗ ଚୁରମାର ହୋଇଥିବା ବେଳେ ଚାପିହୋଇ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତକ ଢେଙ୍କାନାଳ ଜିଲା ଟୁମୁସିଙ୍ଗା ଥାନା ଟୁମୁସିଙ୍ଗା ଗ୍ରାମର ସିପୁନ ଓରଫ ସ୍ବପ୍ବେଶ୍ୱର ଦେହୁରି (୧୯) ବୋଲି ଜଣାଯାଇଛି।

ଦିଗହରା ହୋଇଛି ବସୁନ୍ଧରା ଯୋଜନା: ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ

ଦିଗହରା ହୋଇଛି ବସୁନ୍ଧରା ଯୋଜନା: ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ

ନୟାଗଡ଼ ଅଫିସ,୧୬ା୧୨- ସରକାର ଗରିବ ଶ୍ରେଣୀର ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଅନେକ ହିତାଧିକାରୀ ଯୋଗ୍ୟ ଥାଇ ବି ଏଥିରୁ ବଞ୍ଚିତ ହେଉଛନ୍ତି। ନୟାଗଡ଼ ବ୍ଲକ ଗଦାଧରପ୍ରସାଦ ପଞ୍ଚାୟତ ଶୁକଳଗାଡ଼ିଆ ଗ୍ରାମର ଝରି ମଲ୍ଲିକଙ୍କୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଜାଗା ଖଣ୍ଡିଏ ନ ଥିବାରୁ ଦୀର୍ଘ ୨୧ବର୍ଷ ହେଲା ସେ ଏକ ଝାଟିମାଟି କୁଡ଼ିଆରେ ପୁଅ ବୋହୂ ସହିତ ଦିନ କାଟୁଛନ୍ତି।

କାମ ସରିବାର ଗୋଟିଏ ଦିନରେ ରାସ୍ତାରୁ ଉଠିଲା ପିଚୁ

କାମ ସରିବାର ଗୋଟିଏ ଦିନରେ ରାସ୍ତାରୁ ଉଠିଲା ପିଚୁ

କୋରେଇ,୧୬ା୧୨(ସ୍ବ.ପ୍ର.)- କୋରେଇ ବ୍ଲକ ଅନ୍ତର୍ଗତ ବଡ଼ବିରୁହାଁ ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ବଡ଼ବିରୁହାଁ-ମିର୍ଜ୍ଜାପୁରର ୮ କି.ମି. ରାସ୍ତା ମରାମତି ନିମନ୍ତେ ମୋଟ ୫ଲକ୍ଷ ୩୫ ହଜାର ଟଙ୍କା ମଞ୍ଜୁର କରାଯାଇଛି। 

‘ସମାଜ ଗଠନରେ ପୁସ୍ତକର ଭୂମିକା ଗୁୁରୁତ୍ୱପୂର୍ଣ୍ଣ’

‘ସମାଜ ଗଠନରେ ପୁସ୍ତକର ଭୂମିକା ଗୁୁରୁତ୍ୱପୂର୍ଣ୍ଣ’

ଯାଜପୁରରୋଡ,୧୬ା୧୨(ନି.ପ୍ର.)- ସ୍ଥାନୀୟ ରାଜୀବ ଗାନ୍ଧୀ ଷ୍ଟାଡିୟମଠାରେ ଶନିବାର କଳିଙ୍ଗନଗର ୫ମ ବାର୍ଷିକ ପୁସ୍ତକ ମେଳା ଉଦ୍‌ଘାଟିତ ହୋଇଯାଇଛି। କଳିଙ୍ଗନଗର ପୁସ୍ତକ ମେଳା କମିଟି ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଉଦ୍‌ଘାଟକ ଭାବେ ଯୋଗଦେଇ ସମାଜ ଗଠନରେ ପୁସ୍ତକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ରକ, ହେଲ୍‌ପର ମୃତ, ଡ୍ରାଇଭର୍‌ ଫେରାର

ଭାରସାମ୍ୟ ହରାଇ ଗଛକୁ ପିଟିଲା ଟ୍ରକ, ହେଲ୍‌ପର ମୃତ, ଡ୍ରାଇଭର୍‌ ଫେରାର

ଓଡ଼ଗାଁ, ୧୫।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ରୋହିବାଙ୍କ  ୨୧ ନଂ. ରାଜ୍ୟ ରାଜପଥ ତଥା ଓଡ଼ଗାଁ-ଭଞ୍ଜନଗର ରାସ୍ତାରେ ଶନିବାର ଏକ ଟ୍ରକ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଛି। 

ଗ୍ରାମ୍ୟ ନିର୍ମାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଗ୍ରାମ୍ୟ ନିର୍ମାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟାଙ୍ଗୀ(ଖୋର୍ଦ୍ଧା),୧୫ା୧୨(ଡି.ଏନ.ଏ.)-ରାଜ୍ୟ ଭାଜପାର ଟାଙ୍ଗୀ ମଣ୍ଡଳ ତରଫରୁ ଟାଙ୍ଗୀ ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଧାରଣା ଦିଆଯଇଛି । ବିଜେଡି ଦଳକୁ ସହାୟତା କରିବା ଆଳରେ ବିଭିନ୍ନ ଉନ୍ନୟନ କାମକୁ ଜାଣିଶୁଣି ନିମ୍ନମାନର କରାଯିବା, ମଞ୍ଜୁର ଅର୍ଥର ସିଂହଭାଗ ଦଳୀୟନେତାଙ୍କୁ ପ୍ରଦାନ କରାଯିବା ଆଦି ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିବା ଭାଜପା ସୂତ୍ରରୁ ଜଣାପଡିଛି। 

ଶକ୍ତି ସଂରକ୍ଷଣ ଦିବସ ପାଳିତ

ଶକ୍ତି ସଂରକ୍ଷଣ ଦିବସ ପାଳିତ

ଟାଙ୍ଗୀ(ଖୋର୍ଦ୍ଧା),୧୫ା୧୨(ଡି.ଏନ.ଏ.)-ସ୍ଥାନୀୟ ବଳରାମଦେବ ବିଦ୍ୟାପୀଠ ଆନୁକୂଲ୍ୟରେ ବୁଧବାର ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ଏକ ଶୋଭାଯାତ୍ରାରେ ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଜନସଚେତନତା ନିମନ୍ତେ ଟାଙ୍ଗୀ ଗ୍ରାମ ପରିକ୍ରମା କରିଥିଲେ।

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ଲଘୁଚାପଜନିତ ବର୍ଷା ଆଶଙ୍କା, ଧାନ ଫସଲ ସୁରକ୍ଷା ଚିନ୍ତାରେ ଚାଷୀ

ବୋଲଗଡ଼,୧୫ା୧୨(ଡି.ଏନ.ଏ.)-ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିି ହୋଇଛି ଏକ ଲଘୁଚାପ। ଏହା ଅବପାତରେ ପରିଣତ ହେବାପରେ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବର୍ଷାର ସୂଚନା ମିଳିଛି। ତେଣୁ ବର୍ଷା ଆଶଙ୍କାରେ ଧାନ ଫସଲର ସୁରକ୍ଷା ନେଇ ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। 

ଆଜିଠୁ ନୟାଗଡ଼ ଜିଲାରେ ପିଠା ଶିବିର ଆରମ୍ଭ, ପ୍ରଥମ ଦିନରେ ୮ ବ୍ଲକର ୩୨ ପଞ୍ଚାୟତରେ ପାଳନ ହେବ

ଆଜିଠୁ ନୟାଗଡ଼ ଜିଲାରେ ପିଠା ଶିବିର ଆରମ୍ଭ, ପ୍ରଥମ ଦିନରେ ୮ ବ୍ଲକର ୩୨ ପଞ୍ଚାୟତରେ ପାଳନ ହେବ

ନୟାଗଡ଼ ଅଫିସ,୧୫ା୧୨- ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ସହାୟତା ରାଶି ବଣ୍ଟନ ଓ ସରକାରୀ ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଶନିବାରଠାରୁ ନୟାଗଡ଼ ଜିଲାରେ ଆରମ୍ଭ ହେଉଛି ପିଠା ଶିବିର। ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲାର ୮ ବ୍ଲକର ୧୯୪ ପଞ୍ଚାୟତରେ ଏହା ପାଳନ କରାଯିବ। 

ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ମୌଳିକ ସୁବିଧା: ସମାଧାନ ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବିପତ୍ର ପ୍ରଦାନ

ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ମୌଳିକ ସୁବିଧା: ସମାଧାନ ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବିପତ୍ର ପ୍ରଦାନ

ଦଶପଲ୍ଲା,୧୫ା୧୨(ଡି.ଏନ.ଏ.): ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ହୋଇପଡିଛି ମୌଳିକ ସୁବିଧା। ପରିମଳ ବ୍ୟବସ୍ଥାଠାରୁ ଆରମ୍ଭ କରି ପାନୀୟ ଜଳ, ବିଦ୍ୟୁତ୍‌, ଡ୍ରେନେଜ୍‌ ପ୍ରଭୃତି ସମସ୍ୟା ଲାଗିରହିଛି। ଏହାର ସମାଧାନ ପାଇଁ ଜୟମହାବୀର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଏନ୍‌ଏସି ଅଧ୍ୟକ୍ଷାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

ବାଟ ହୁଡ଼ିଛି ସୌଭାଗ୍ୟ ଯୋଜନା: ୩ମାସ ପରେ ବି ଦିଆଯାଇନି ବିଦ୍ୟୁତ୍‌ ସଂଯୋଗ

ବାଟ ହୁଡ଼ିଛି ସୌଭାଗ୍ୟ ଯୋଜନା: ୩ମାସ ପରେ ବି ଦିଆଯାଇନି ବିଦ୍ୟୁତ୍‌ ସଂଯୋଗ

ନୟାଗଡ଼ ଅଫିସ,୧୫ା୧୨- ପ୍ରତି ଘରେ ଯେପରି ବିଜୁଳି ପହଞ୍ଚତ୍ବ ସେହି ଲକ୍ଷ୍ୟରେ  ସୌଭାଗ୍ୟ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଡିସେମ୍ବର ୨୦୧୮ ସୁଦ୍ଧା ସମସ୍ତ ଘରକୁ ମାଗଣାରେ ବିଜୁଳି ସଂଯୋଗୀକରଣ କରାଯିବା ପାଇଁ ଘୋଷଣା ହୋଇଛି। ହେଲେ ନୟାଗଡ଼ ଜିଲାର ସ୍ଥିତି ଦେଖିଲେ ଏହି ଯୋଜନା ବାଟ ହୁଡ଼ିଥିବା କୁହାଯାଇପାରିବ।

ପିଠା ଯୋଜନା କାର୍ଯ୍ୟକାରୀ ପାଇଁ କର୍ମଶାଳା

ପିଠା ଯୋଜନା କାର୍ଯ୍ୟକାରୀ ପାଇଁ କର୍ମଶାଳା

ରାଜନଗର,୧୪।୧୨(ଡି.ଏନ.ଏ.)-ରାଜନଗର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରତି ପଞ୍ଚାୟତରେ ନୂତନ କରି ପିଠା ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

ଆମ୍ବ ତୋଟାରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ କଇଥପଲ୍ଲୀ ଗ୍ରାମବାସୀଙ୍କ ବିରୋଧ

ଆମ୍ବ ତୋଟାରେ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠାକୁ କଇଥପଲ୍ଲୀ ଗ୍ରାମବାସୀଙ୍କ ବିରୋଧ

ଖଣ୍ଡପଡା,୧୪।୧୨(ସ୍ବ.ପ୍ର.)-ଖଣ୍ଡପଡା ସହର ଉପକଣ୍ଠରେ ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଗ୍ରୀଡ୍‌ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ପରେ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଖଣ୍ଡପଡା ତହସିଲ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ୧୫ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜାଗା ଚିହ୍ନଟ କରାଯାଇଛି ।

ଉଦ୍‌ଯାପିତ ହେଲା ବିଶ୍ୱଶାନ୍ତି ମହାଯଜ୍ଞ: ପୌରାଣିକ ଗାଥା ବହନ କରେ ମଣିଭଦ୍ରା

ଉଦ୍‌ଯାପିତ ହେଲା ବିଶ୍ୱଶାନ୍ତି ମହାଯଜ୍ଞ: ପୌରାଣିକ ଗାଥା ବହନ କରେ ମଣିଭଦ୍ରା

ଗଣିଆ,୧୪।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକର ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପର୍ବତ ପାଦଦେଶରେ ବିଜେ ମା’ କଳାପାଟ ଠାକୁରାଣୀଙ୍କ ପୀଠରେ ଗତ ୩ ଦିନ ଧରି ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି।  ଉଦ୍‌ଯାପନୀ ଦିବସରେ ପଞ୍ଚକୁଣ୍ଡୀୟ ମହାଯଜ୍ଞରେ ବେଦଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଯାଜପୁର ଅଫିସ, ୧୪।୧୨: ଯାଜପୁର ଜିଲା କଳିଙ୍ଗନଗର ଥାନା ପୋଲିସ ଗୁରବାର ବିଲମ୍ବିତ ରାତିରେ ବାରଗାଡିଆର ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୪ ଜୁଆଡିଙ୍କୁ ଗିରଫ କରିଛିି। ସେମାନଙ୍କ ନିକଟରୁ ୨ ଲକ୍ଷ ୩୧ ହଜାର ଟଙ୍କା ସମେତ ୨ କାର ଓ ୯ଟି ବାଇକ ଜବତ କରିଛି। କଳିଙ୍ଗନଗର ଥାନା ଆଇଆଇସି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।