ଉପକୂଳ ଓଡିଶା

କାର୍‌ଗିଲ ଇଣ୍ଡିଆରୁ ଆଦାନୀ ଓ୍ବିଲମାର : ଲୋଗୋ ହଟିଲା, ଜୁଲାଇରୁ ଉତ୍ପାଦନ

କାର୍‌ଗିଲ ଇଣ୍ଡିଆରୁ ଆଦାନୀ ଓ୍ବିଲମାର : ଲୋଗୋ ହଟିଲା, ଜୁଲାଇରୁ ଉତ୍ପାଦନ

ପାରାଦୀପ,୧୨ା୫(ସ୍ବ.ପ୍ର.): ପାରାଦୀପରେ ଥିବା କାର୍ଗିଲ ଇଣ୍ଡିଆ ଖାଇବା ତେଲ କମ୍ପାନୀ ପାଇଁ ପ୍ରଶାସନର ଅଡୁଅaା ବଢ଼ିଚାଲିଛି। ଗୋଟିଏ ପଟେ ପୁରୁଣା ଶ୍ରମିକମାନେ ନିଯୁକ୍ତି ପାଇଁ ଧାରଣା ଓ ଅଧିଆ ଅନଶନ କରୁଥିବାବେଳେ ଅପରପକ୍ଷେ କମ୍ପାନୀ ନୂତନ ବୈଷୟିକ ଜ୍ଞାନକୌଶଳରେ ଉତ୍ପାଦନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ପାରାଦୀପରେ କାଳବୈଶାଖୀ ତାଣ୍ଡବ : ଜାହାଜ ଦରିଆଦେବୀ କ୍ଷତିଗ୍ରସ୍ତ

ପାରାଦୀପରେ କାଳବୈଶାଖୀ ତାଣ୍ଡବ : ଜାହାଜ ଦରିଆଦେବୀ କ୍ଷତିଗ୍ରସ୍ତ

ପାରାଦୀପ,୧୨ା୫(ସ୍ବ.ପ୍ର.): ପାରାଦୀପ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀର ତାଣ୍ଡବଲିଳା ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବସ୍ତି ଅଞ୍ଚଳରେ ଘର ଛପର ଉଡ଼ିଯାଇଛି। ସବୁଠୁ ଅଧିକ କ୍ଷତି ପାରାଦୀପ ବନ୍ଦର ପୋତାଶ୍ରୟରେ ଘଟିଛି।

ବଦଳିଲା କୃଷକ ଏକତା ମଞ୍ଚର ଧାରଣା: ଶାନ୍ତିପୂର୍ଣ୍ଣ ଆନ୍ଦୋଳନରୁ ଅର୍ଥନୈତିକ ଅବରୋଧ

ବଦଳିଲା କୃଷକ ଏକତା ମଞ୍ଚର ଧାରଣା: ଶାନ୍ତିପୂର୍ଣ୍ଣ ଆନ୍ଦୋଳନରୁ ଅର୍ଥନୈତିକ ଅବରୋଧ

ପାରାଦୀପ,୧୨ା୫(ସ୍ବ.ପ୍ର.): ପାରାଦୀପ ତୈଳବିଶୋଧନାଗାରରେ ଜମି ହରାଇଥିବା ୧୭୫୨ ପରିବାରଙ୍କ ଧାରଣା ଶୁକ୍ରବାର ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି। ଆର୍ଥାତ୍‌ ୧୧ ଦିନ ଧରି ୪ନଂ ଫାଟକ ଆଗରେ ବସିଥିବା ଜମିହରାମାନେ ମଧ୍ୟାହ୍ନରେ ଉଠିଯାଇ ପ୍ରଶାସନିକ ଭବନ ମୁଖ୍ୟ ଫାଟକ ଆଗରେ ବସିଛନ୍ତି।

ବିଦ୍ୟୁତ୍‌ ସଂଯୋଗ ପ୍ରସଙ୍ଗ : ଭାଜପା ବିରୋଧରେ ବାହାରିଲେ ବସ୍ତିବାସିନ୍ଦା

ବିଦ୍ୟୁତ୍‌ ସଂଯୋଗ ପ୍ରସଙ୍ଗ : ଭାଜପା ବିରୋଧରେ ବାହାରିଲେ ବସ୍ତିବାସିନ୍ଦା

ପାରାଦୀପ,୧୨ା୫(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳର ୬ନଂ ଓ୍ବାର୍ଡ ବାଉରିଆପାଳନ୍ଦା ବସ୍ତିରେ ବିଦ୍ୟୁତ୍‌ ସଂଯୋଗକୁ ନେଇ ଉଷ୍ମ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ମାସ ୨୮ରୁ ପୌରପାଳିକା ଉଦ୍ୟମକ୍ରମେ ବସ୍ତିରେ ବିଦ୍ୟୁତ୍‌ ସଂଯୋଗ କରାଉଛି।

ଏକତା ରହିଲେ ପ୍ରଗତି ପଥରେ ଆଗେଇବ ଓଡିଶା

ଖଣ୍ଡପଡ଼ା,୧୧ା୫(ସ୍ବ.ପ୍ର.)-ରାଜ୍ୟର ପ୍ରଗତି ପଥରେ ସମସ୍ତେ ସାମିଲ ହେବା ଉଚିତ। ଏକତା ଓ ସଂଘବଦ୍ଧ ଉଦ୍ୟମ ରହିଲେ କେବଳ ତୈଳିକ ଜାତି କାହିଁକି ସାରା ଓଡିଶା ପ୍ରଗତି ପଥରେ ଆଗେଇଯିବ। ଗୁରୁବାର ଖଣ୍ଡପଡ଼ା ନବକ୍ରୋଶ ରାଜ୍ୟ ତୈଳିକ ବୈଶ୍ୟ ସମାଜର ୨ଦିନିଆ ବାର୍ଷିକ ଅଧିବେଶନର ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଏହା କହିଥିଲେ।

ଦେବାର କଳା ପାଇଁ ପ୍ରସ୍ତୁତି ବୈଠକ

ଗଣିଆ,୧୧ା୫(ଡି.ଏନ୍‌.ଏ.)- ପ୍ରତ୍ୟେକ ମଣିଷଙ୍କ ପାଖରେ ଦେବାର କଳା (ଆର୍ଟ ଅଫ୍‌ ଗିଭିଙ୍ଗ) ଗୁଣ ଅନ୍ତର୍ନିହିତ ରହିଛି। ସମାଜ ପାଇଁ ଏହି ଦେବାର କଳାକୁ ଉତ୍ସର୍ଗ କରିବା ଆବଶ୍ୟକ। ତେବେ ଚଳିତ ମାସ ୧୭ ତାରିଖରେ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବିଶ୍ୱର ୬୦ ଦେଶ ସମେତ ପ୍ରତ୍ୟେକ ରାଜ୍ୟ, ଜିଲା, ବ୍ଲକ, ପଞ୍ଚାୟତ ଏପରି କି ପଞ୍ଚାୟତର ଗୋଟିଏ ଗୋଟିଏ ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଅମୂଲ୍ୟ ଜୀବନକୁ ନଷ୍ଟ କରିଦିଏ ନିଶା

ଅମୂଲ୍ୟ ଜୀବନକୁ ନଷ୍ଟ କରିଦିଏ ନିଶା

ଗଣିଆ,୧୧ା୫(ଡି.ଏନ୍‌.ଏ.)- ଜିଲା ପ୍ରଶାସନ ଓ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଖଣ୍ଡପଡ଼ା-ନୟାଗଡ଼ ରାସ୍ତାରୁ ବେଆଇନ ହମ୍ପସ୍‌ ଉଚ୍ଛେଦ ଦାବି

ଖଣ୍ଡପଡ଼ା-ନୟାଗଡ଼ ରାସ୍ତାରୁ ବେଆଇନ ହମ୍ପସ୍‌ ଉଚ୍ଛେଦ ଦାବି

ଖଣ୍ଡପଡା,୧୧ା୫ (ସ୍ବ.ପ୍ର.)- ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପ୍ରତି ନିର୍ମାଣ କରାଯାଉଥିବା ରାସ୍ତାରେ ସ୍ଥାନୀୟ ଲୋକେ ମନଇଚ୍ଛା ହମ୍ପସ୍‌ ନିର୍ମାଣ କରି ସର୍ବସାଧାରଣଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛନ୍ତି।

କୋଠାଘର ଯୋଜନାରେ ଅନିୟମିତା ନେଇ ଜିଲାପାଳଙ୍କ ଠାରେ ଅଭିଯୋଗ

କୋଠାଘର ଯୋଜନାରେ ଅନିୟମିତା ନେଇ ଜିଲାପାଳଙ୍କ ଠାରେ ଅଭିଯୋଗ

ନୟାଗଡ଼ ଅଫିସ,୧୧।୫-ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଜଣେ ହିତାଧିକାରୀଙ୍କ କୋଠା ଘର ଯୋଜନା (ପ୍ରଧାନମନ୍ତ୍ରୀ ଆବାସ ଯୋଜନା)ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।

ଡେରାବିଶ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ

ଡେରାବିଶ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ

ଡେରାବିଶ, ୧୧।୫(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଡେରାବିଶ ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ଅଧିବେଶନ ଶୁକ୍ରବାର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ସରୋଜକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲ ଯୋଗଦେଇ ପଞ୍ଚାୟତ ଗୁଡିକୁ ସମ୍ବୃଦ୍ଧିଶୀଳ କରିବା ପାଇଁ ସରକାର ଅଙ୍ଗୀକାର ବଦ୍ଧ ବୋଲି କହିଥିଲେ।

କାଳବୈଶାଖୀରେ ଗଛ ପଡି ଅଟୋ ଭାଙ୍ଗିଲା

କାଳବୈଶାଖୀରେ ଗଛ ପଡି ଅଟୋ ଭାଙ୍ଗିଲା

ଓଡଗାଁ,୧୧।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ସଂଖ୍ୟାରେ ଗଛ ଭାଙ୍ଗି ପଡିଛି। ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟ ନିକଟରେ ଥିବା ଏକ ଅଟୋ ଉପରେ ଗଛ ଉପୁଡି ପଡିବାରୁ ଅଟୋଟି ଭାଙ୍ଗିରୁଜି ଯାଇଛି।

ଗାଧୋଇବାକୁ ଯାଇ ଦେବୀନଦୀରେ ଭାସିଗଲେ ବାଳକ

ଗାଧୋଇବାକୁ ଯାଇ ଦେବୀନଦୀରେ ଭାସିଗଲେ ବାଳକ

ବାଲିକୁଦା,୧୧।୫(ସ୍ବ.ପ୍ର.)- ବାଲିକୁଦା ଥାନା ତରାସାହି ଗାଁରେ ୧୨ ବର୍ଷର ବାଳକ ମିଲନ ଭୋଇ ଶୁକ୍ରବାର ମଧ୍ୟାହ୍ନରେ ଦେବୀ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସି ଯାଇଥିବା ଜଣାପଡ଼ିଛି। ଏହା ଜାଣିବା ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(୯/୧୮) ରୁଜୁ କରିଥିବା ଜଣାପଡ଼ିଛି।

ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଶୋଭନେଶ୍ୱର ମହାଦେବଙ୍କ ୧୪ ଦୋଳ ମେଳଣ

ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଶୋଭନେଶ୍ୱର ମହାଦେବଙ୍କ ୧୪ ଦୋଳ ମେଳଣ

ଜଗତ୍‌ସିଂହପୁର ଅଫିସ,୧୧ା୫-ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକ ଅନ୍ତର୍ଗତ ତିରୁଣାସ୍ଥିତ ଶୋଭନେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଗତ ୮ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ ଶୁକ୍ରବାର ଉଦ୍‌ଯାପିତ ହୋଇଛି।

୧୫ରେ ମିଳିବ ଛତା କିଣିବା ପାଇଁ ଭତ୍ତା

୧୫ରେ ମିଳିବ ଛତା କିଣିବା ପାଇଁ ଭତ୍ତା

ଜଗତ୍‌ସିଂହପୁର ଅଫିସ,୧୧।୫-ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜାତୀୟ ସାମାଜିକ ଅଧ୍ୟାଦ୍ଦେଶ କାର୍ଯ୍ୟକ୍ରମ (ଏନ.ଏସ.ଏ.ପି) ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଉଥିବା ସମସ୍ତ ହିତାଧିକାରୀଙ୍କୁ ଛତା କିଣିବା ପାଇଁ ଆସନ୍ତା ୧୫ରେ ଗ୍ରାଷ୍ମକାଳୀନ ଭତ୍ତା ପ୍ରଦାନ କରାଯିବ। ଏ ବାବଦରେ ପ୍ରତ୍ୟେକଙ୍କୁ ୧ଶହ ଟଙ୍କା ପ୍ରଦାନ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଆଗରେ ଗ୍ରାମବାସୀଙ୍କ ଧାରଣା

ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଆଗରେ ଗ୍ରାମବାସୀଙ୍କ ଧାରଣା

ନୟାଗଡ ଅଫିସ,୧୧।୫-ନୟାଗଡ ଜିଲା ଓଡଗଁା ବ୍ଲକ ଜାଗ୍ରି ଖଇରପଟି ଗ୍ରାମରେ ଥିବା ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଆଗରେ ଶୁକ୍ରବାର ୨ଦଫା ଦାବିରେ ଗ୍ରାମବାସୀ ଧାରଣା ଦେଇଥିଲେ। ସବଷ୍ଟେଶନରେ ସ୍ବତନ୍ତ୍ର ଫିଡର ବ୍ୟବସ୍ଥା କରିବା ଓ ସ୍ଥାନୀୟ ଅଞ୍ଚଳର ଜଣେ ଯୋଗ୍ୟ ଯୁବକଙ୍କୁ ନିଯୁକ୍ତି ଦାବିରେ ଧାରଣା ଦିଆଯାଇଥିଲା। ସକାଳ ୧୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗ୍ରାମବାସୀ ଧାରଣାରେ ବସିଥିଲେ।

କୋର୍ଟ ପରିସରରେ ଛେପ ପକାଇ ସରପଞ୍ଚଙ୍କ ପ୍ରତିନିଧି ହଟହଟା, ଗଣିଲେ ୫ଶହ ଜରିମାନା

କୋର୍ଟ ପରିସରରେ ଛେପ ପକାଇ ସରପଞ୍ଚଙ୍କ ପ୍ରତିନିଧି ହଟହଟା, ଗଣିଲେ ୫ଶହ ଜରିମାନା

ନୟାଗଡ ଅଫିସ,୧୧।୫: ନୟାଗଡ ଜିଲା ଓ ଦୌରାଜଜ୍‌ କୋର୍ଟ ପରିସରରେ ପାନଛେପ ପକାଇ କେନ୍ଦୁଢ଼ିପି ସରପଞ୍ଚଙ୍କ ପ୍ରତିନିଧି ଆରତ ବେହେରା ହଟହଟା ହୋଇଛନ୍ତି। ଏଥିପାଇଁ ତାଙ୍କୁ ୫ଶହ ଟଙ୍କା ଜରିମାନା ଦେବାକୁ ପଡିଛି।

ମୁଗ ଅମଳ ମେଶିନ୍‌ ତଳେ ଚାପି ହୋଇ ମହିଳା ମୃତ

ମୁଗ ଅମଳ ମେଶିନ୍‌ ତଳେ ଚାପି ହୋଇ ମହିଳା ମୃତ

ବାଲିକୁଦା,୧୧।୫(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅଳାଭର ପଞ୍ଚାୟତ କଣିଆ ଗଁାର ଯୁଗଳ କିଶୋର ଦାସଙ୍କ ସ୍ତ୍ରୀ ସବିତା (୩୫) ଶୁକ୍ରବାର ଏକ ମୁଗ ଅମଳ ମେଶିନ୍‌ ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ହତ୍ୟା: ଘରଠାରୁ ୨୦୦ ମିଟର ଦୂରରୁ ମିଳିଲା ମୃତଦେହ

ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ହତ୍ୟା: ଘରଠାରୁ ୨୦୦ ମିଟର ଦୂରରୁ ମିଳିଲା ମୃତଦେହ

ବିରଜାକ୍ଷେତ୍ର,୧୧।୫(ଡି.ଏନ୍‌.ଏ.): ଯାଜପୁର ଜିଲା ସଦର ଥାନା ଯମଧରପୁର ପଞ୍ଚାୟତ ମାହାପୁର ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ରବୀନ୍ଦ୍ର ନାୟକ(୪୨)।

ସ୍କୁଟିକୁ ଧକ୍କା ଦେଇ ବୋଲେରୋ ଫେରାର: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ସ୍କୁଟିକୁ ଧକ୍କା ଦେଇ ବୋଲେରୋ ଫେରାର: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଯାଜପୁର ଅଫିସ,୧୧।୫: ଯାଜପୁର ଜିଲା ପାଣିକୋଇଲି-ରାଜାମୁଣ୍ଡା ୨୦ ନମ୍ବର ଜାତୀୟ ରାଜପଥର ବେଣା ଛକରେ ଶୁକ୍ରବାର ସକାଳ ୭ଟାରେ ଏକ ବୋଲେରୋ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛିି। ସେ ହେଲେ ବେଙ୍ଗପାଟିଆ ଗ୍ରାମର ବିନତା ବିଶ୍ବାସ। ଏଥିରେ ତାଙ୍କ ସ୍ବାମୀ ବିଷ୍ଣୁପଦ ବିଶ୍ବାସ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ପୂର୍ବତଟ ରେଳ ଶ୍ରମିକ ସଂଘର ୩ ଦିନିଆ ଧର୍ମଘଟ

ପୂର୍ବତଟ ରେଳ ଶ୍ରମିକ ସଂଘର ୩ ଦିନିଆ ଧର୍ମଘଟ

ବାଲୁଗଁ।,୧୧।୫(ଡ଼ି.ଏନ.ଏ.)- ସର୍ବଭାରତୀୟ ରେଳବାଇ ଶ୍ରମିକ ସଂଘ ଆହ୍ବାନକ୍ରମେ ର୍ପୂବତଟ ରେଳବାଇ ଶ୍ରମିକ ୟୁନିୟନର ବାଲୁଗଁ। ରେଳ ଷ୍ଟେଶନସ୍ଥିତ ସହକାରୀ ମଣ୍ଡଳ ଯନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ୩ଦିନ ଧରି ଚାଲିଥିବା ଧର୍ମଘଟ ଗୁରୁବାର ପ୍ରତ୍ୟାହୃତ ହୋଇଛି । ର୍ପୂବତଟ ଶ୍ରମିକ ସଂଘ ସଭାପତି ବି. ଦାମୋଦର ରାଓ ଓ ସମ୍ପାଦକ ପି.କେ. ପାଟ୍ଟଶାଣୀଙ୍କ ଆହ୍ବାନକ୍ରମେ ଶାଖା ସମ୍ପାଦକ ହାସିମ୍‌ ଉଦ୍ଦିନ୍‌ ଖାନ୍‌ଙ୍କ ନେତୃତ୍ୱରେ ମଙ୍ଗଳବାରଠାରୁ ଧର୍ମଘଟ ଦିଆଯାଇଥିଲା। ନୂଆ ପେନ୍‌ସନ୍‌ ଯୋଜନା ରଦ୍ଦ କରି ପୁରୁଣା ପେନ୍‌ସନ ଲାଗୁ, ରେଳବାଇ କର୍ମଚାରୀଙ୍କ ସନ୍ତାନଙ୍କ ଚାକିରି ନିମନ୍ତେ ଲାର୍ଜ ସ୍କିମ୍‌ ଲାଗୁ କରିବା, ୭ମ ବେତନ କମିଶନ ସୁପାରିଶ ଆଧାରରେ ଦରମା ବୃଦ୍ଧି, ଇଞ୍ଜିନିୟରିଂ ଡିପାର୍ଟମେଣ୍ଟରେ ଚାକିରି କରୁଥିବା କର୍ମଚାରୀଙ୍କ ୧୨ଘଣ୍ଟିଆ ପରିବର୍ତ୍ତେ ୮ଘଣ୍ଟିଆ ଡ୍ୟୁଟି ଲାଗୁ କରିବା ଆଦି ୩୧ଦଫା ନେଇ ଧର୍ମଘଟ ଆରମ୍ଭ ହୋଇଥିଲା । ଗୁରୁବାର ଏକ ଦାବିପତ୍ର ଡ଼ିଭିଜନର ସହକାରୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଧର୍ମଘଟ ପ୍ରତ୍ୟାହାର କରାଯାଇଥିଲା ।

କାଳବୈଶାଖୀରେ ଚିନାବାଦାମ କ୍ଷତି ଭରଣା ଦାବି

କୃଷ୍ଣପ୍ରସାଦ,୧୧।୫(ଡି.ଏନ.ଏ.)-କାଳବୈଶାଖୀ ତାଣ୍ଡବରେ କୃଷ୍ଣପ୍ରସାଦ ବ୍ଲକରେ ଚିନାବାଦାମ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି । ଚଳିତ ବର୍ଷ ଘରୋଇ ଏବଂ ବିଭିନ୍ନ ବ୍ୟାଙ୍କରୁ ଋଣ କରି ଚିନାବାଦାମ ଚାଷୀମାନେ ଚାଷ କରିଥିଲେ । ଫସଲ ଅମଳ କରି ଜମିରେ ଶୁଖାଇଥିବା ବେଳେ ହଠାତ୍‌ କାଳବୈଶାଖୀ ବର୍ଷା ଯୋଗୁ ଜମିରେ ଚିନାବାଦାମ ପାଣିରେ ବୁଡି ରହିଥିଲା । ଚାଷୀମାନେ ପାଣିରୁ ସାଉଁଟି ବାଦାମ ଶୁଖାଇଥିଲେ ମଧ୍ୟ ତାହା କଳା ପଡି ଖତରା ହେବାକୁ ବସିଛି । ତେବେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ଅମଳ କରିଥିବା ଚିନାବାଦାମ ନଷ୍ଟ ହେବାପରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଗତବର୍ଷ ଅମଳ କରିଥିବା ଚିନାବାଦାମ ସରକାର ଚାଷୀଙ୍କଠାରୁ ଖରିଦ୍‌ ନ କରିବା ଯୋଗୁଁ ସେହି ଚିନାବାଦାମ ଏବେ ବି ଚାଷୀଙ୍କ ପାଖରେ ପଡିରହିଛି । ଦୁଇବର୍ଷ ଧରି ଲଗାତର ଚାଷୀମାନେ କ୍ଷତି ସହିବାରୁ ଚାଷପ୍ରତି ବିମୁଖ ହେଲେଣି । ସରକାର ନଷ୍ଟ ହୋଇଥିବା ଫସଲକୁ ଆକଳନ କରି ତୁରନ୍ତ କ୍ଷତି ପୂରଣ ଦେବା ନିମନ୍ତେ ବ୍ଳକ ସରପଞ୍ଚ ସଂଘର ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ୍‌ ରବୀନ୍ଦ୍ର ନାଥ ଦାସ,ସଂଘର ସଭାପତି କଳ୍ପନା ଦଳେଇ, ଉପସଭାପତି ସଞ୍ଜୁଲତା ଜେନା,ସମ୍ପାଦକ ରମେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଦାବି କରିଛନ୍ତି । କ୍ଷତି ପୂରଣ ନ ଦେଲେ କୃଷ୍ଣପ୍ରସାଦ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା କରିବା ସହ ବହୁ ଚାଷୀ ନିଜ ବୃତ୍ତି ଛାଡି ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଚାଲି ଯିବାକୁ ଚେତାବନୀ ଦେଇଛନ୍ତି।

ଖଣ୍ଡପଡା: ରଥିଆନାଳ ଉପରେ ପୋଲ ନିର୍ମାଣ ଦାବି

ଖଣ୍ଡପଡା: ରଥିଆନାଳ ଉପରେ ପୋଲ ନିର୍ମାଣ ଦାବି

ଖଣ୍ଡପଡା,୧୧।୫(ସ୍ବ.ପ୍ର.) - ଖଣ୍ଡପଡା ବ୍ଲକ ମର୍ଦ୍ଦରାଜପୁର ପଞ୍ଚାୟତ କାର୍ଯ୍ୟାଳୟ ଓ ମୁଣ୍ଡିଆହନୁମାନଙ୍କ ପୀଠଦେଇ ନିକଟସ୍ଥ ଦହିଖାଇ ବରକୋଳି ବାଇପାସ୍‌କୁ ସଂଯୋଗ କରୁଥିବା ରାସ୍ତାରେ ପଡେ ରଥିଆନାଳ। ଏହା ଉପରେ ଏକ ସେତୁ ନିର୍ମାଣ ନିମନ୍ତେ ମର୍ଦ୍ଦରାଜପୁର, ବେଣାଗାଡିଆ, ସିଂଘାପଡା ଓ ଗଡିଆସାହି ପଞ୍ଚାୟତର ବାସିନ୍ଦା ଦୀର୍ଘବର୍ଷ ଧରି ଦାବି କରିଆସୁଛନ୍ତି । ଦୂରତ୍ୱ କମ ଦୃଷ୍ଟିରୁ ଉକ୍ତ ରାସ୍ତା ଦେଇ ବର୍ଷତମାମ ୪ ପଞ୍ଚାୟତର ଜନସାଧାରଣ ଯାତାୟାତ କରନ୍ତି। ହେଲେ ବର୍ଷା ଋତୁରେ ରଥିଆନାଳରେ ପାଣି ଆସିଲେ ଉକ୍ତ ରାସ୍ତା ଦେଇ ଯାତାୟାତ ସମ୍ଭବ ହୁଏନାହିଁ। ବର୍ଷର ୪ ମାସ ଧରି ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ନାଳ ଉପରେ ସେତୁଟିଏ ନିର୍ମାଣ ହେଲେ ସେମାନେ ଉପକୃତ ହୋଇପାରନ୍ତେ। ମର୍ଦ୍ଦରାଜପୁର ପଞ୍ଚାୟତବାସୀ ଏ ନେଇ ପଞ୍ଚାୟତସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇ ପରବର୍ତ୍ତୀ ସମୟରେ ଖଣ୍ଡପଡା ପଞ୍ଚାୟତ ସମିତି ବୈଠକରେ ଆଲୋଚନା କରିଥିଲେ। ଏ ସମ୍ପର୍କିତ ପ୍ରସ୍ତାବ ନୟାଗଡ ଜିଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଖଣ୍ଡପଡା ବିଧାୟକଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି। ବିଜୁ ସେତୁ ଯୋଜନାରେ ରଥିଆନାଳ ଉପରେ ସେତୁ ନିର୍ମାଣ ନିମନ୍ତେ ଅନୁଦାନ ଅର୍ଥ ମଞ୍ଜୁର କରିବାକୁ ମର୍ଦ୍ଦରାଜପୁର ସରପଞ୍ଚ ବୈକୁଣ୍ଠ ନାଥ ଗୋଛିଙ୍କ ସମେତ ସିଂଘାପଡା, ବେଣାଗାଡିଆ ଓ ଗଡିଆସାହି ପଞ୍ଚାୟତବାସୀ ଦାବି କରିଛନ୍ତି ।

ନୀଳମାଧବ ଜୀଉଙ୍କ ନୀତିରେ ଦୁର୍ନୀତି ଅଭିଯୋଗ

ଖଣ୍ଡପଡା,୧୧।୫(ସ୍ବ.ପ୍ର.)- ଖୋଦ ନୀଳମାଧବ ଜୀଉଙ୍କ ନୀତି ପାଇଁ କିପରି ଦୁର୍ନୀତି କରାଯାଉଛି ତାହାର ଏକ ନିଚ୍ଛକ ପ୍ରମାଣ ଲୋକଲୋଚନକୁ ଆସିଛି। ଗୁରୁବାର କଣ୍ଟିଲୋ କଂସାପିତଳ ବ୍ୟାଖ୍ୟାନକେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ନୀଳମାଧବ ଜୀଉଙ୍କ ପରାମର୍ଶଦାତା କମିଟି ବୈଠକରେ ଏ ପ୍ରସଙ୍ଗ ଉଠିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କମିଟି ସଭାପତି ତଥା ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀନୀଳମାଧବ ଜୀଉଙ୍କ ବିଗତ ଚନ୍ଦନ ଯାତ୍ରା ଓ ଚଳିତ ଚନ୍ଦନଯାତ୍ରା ପାଇଁ ହୋଇଥିବା ଆୟବ୍ୟୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଦର୍ଶାଯାଇଥିବା ହିସାବ ଭୁଲ ଥିବା ଓ ଠାକୁରଙ୍କ ନୀତି ପାଇଁ କ୍ରୟ କରାଯାଇଥିବା କ୍ଷୀର ଲିଟର ପିଛା ଦର ୫୦ଟଙ୍କା ଦର୍ଶାଯାଇଥିବା ସେବାସୀମାନେ ଅଭିଯୋଗ କରିବାରୁ ନୀଳମାଧବ ଜୀଉଙ୍କ କାର୍ଯ୍ୟରେ କିପରି ଅର୍ଥ ଆମତ୍ସାତ୍‌ କରାଯାଉଛି ତାହା ଲୋକଲୋଚନକୁ ଆସିଥିଲା । ଚର୍ଚ୍ଚା ହେଉଛି ଠାକୁରଙ୍କ ପାଇଁ କେଉଁ ପ୍ରକାର କ୍ଷୀର ଆସୁଛି ଯାହାର ଲିଟର ପିଛା ଦର ୮୦ଟଙ୍କା ଏବଂ ଅଭିଯୋଗ ପରେ ୫୦ଟଙ୍କା ଦର୍ଶାଯାଉଛି। ବିଗତ ବର୍ଷମାନଙ୍କରେ ଠାକୁରଙ୍କ ନୀତିକାନ୍ତିରେ ବହୁ ଦୁର୍ନୀତି ସମ୍ପର୍କରେ ଆଲୋଚନା ହୋଇଛି ।

ଦକ୍ଷିଣଖୋଳାରେ ଗଙ୍ଗାମାତା ପୂଜା

ଦକ୍ଷିଣଖୋଳାରେ ଗଙ୍ଗାମାତା ପୂଜା

ମହାକାଳପଡ଼ା, ୧୧।୫ (ଡି.ଏନ୍‌.ଏ.):ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତର ଦକ୍ଷୀଣଖୋଳଠାରେ ୨୦ତମ ବାର୍ଷିକ ଗଙ୍ଗାମାତା ପୂଜା ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରତିବର୍ଷ ମତ୍ସ୍ୟଗଙ୍ଗା ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ଏହି ପୂଜା ବୈଶାଖ ଏକାଦଶୀ ତିଥିରୁ ଆରମ୍ଭ ହୋଇ ଅମାବାସ୍ୟ ତିଥି ପର୍ଯ୍ୟନ୍ତ ଚାଲିଥାଏ। ସମୁଦ୍ରକୁ ମାଛ ମାରିବାକୁ ଯିବା ବେଳେ କୌଣସି ଅଘଟଣ ନ ଘଟିବା ବୋଲି ମତ୍ସ୍ୟଜୀବୀମାନେ ମା’ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ବର୍ଷ ଏହି ପୂଜା ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ପୂଜା ପାଇଁ ଦକ୍ଷୀଣଖୋଳା ଗ୍ରାମ ଉତ୍ସବମୁଖର ହୋଇଛି। ଗ୍ରାମର ଗୁରୁପଦ ଭୂୟାଁ, ମନୋରଞ୍ଜନ ଜେନା, ସଦାନନ୍ଦ ପୃଷ୍ଟି, ଖୋକନ ମଣ୍ଡଳ, ଉତ୍ତମ ଗିରିଙ୍କ ସମେତ ମହୁ ମତ୍ସ୍ୟଜୀମୀଙ୍କ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହେଉଛି।