ଉପକୂଳ ଓଡିଶା

ତାରିଣୀ ଦର୍ଶନ ସାରି ଫେରିବା ବେଳେ ବସ୍‌କୁ ଧକ୍କା ଦେଲା ବୋଲେରୋ: ୭ ଆହତ

ତାରିଣୀ ଦର୍ଶନ ସାରି ଫେରିବା ବେଳେ ବସ୍‌କୁ ଧକ୍କା ଦେଲା ବୋଲେରୋ: ୭ ଆହତ

ଯାଜପୁର ରୋଡ,୧୩।୫(ନି.ପ୍ର.): ଯାଜପୁର ଜିଲା ୨୦ନଂ. ଜାତୀୟ ରାଜପଥର କଣ୍ଟାଝରି ଛକ ନିକଟରେ ରବିବାର ବସ୍‌କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବା ଫଳରେ ୭ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଇଟାମାଟି ପୋଲିସର ତଦନ୍ତ ଆରମ୍ଭ

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଇଟାମାଟି ପୋଲିସର ତଦନ୍ତ ଆରମ୍ଭ

ନୟାଗଡ଼ ଅଫିସ,୧୩।୫: ନୟାଗଡ଼ ବ୍ଲକ ଇଟାମାଟି ଥାନା ଜଗତିସାହି ଗ୍ରାମର ବିଲ ମଝିରୁ ରବିବାର ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଯୁବକଙ୍କ ବେକକୁ କାଟି ଦିଆଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ ଅନୁମାନ କରୁଛି।

ଧାର ଟଙ୍କା ମାଗିବାରୁ ଗଣ୍ଡଗୋଳ: ଭଣଜା ପଥର ମାଡ଼ରେ ମାମୁ ଗୁରୁତର

ଧାର ଟଙ୍କା ମାଗିବାରୁ ଗଣ୍ଡଗୋଳ: ଭଣଜା ପଥର ମାଡ଼ରେ ମାମୁ ଗୁରୁତର

ଓଡ଼ଗାଁ,୧୩।୫(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ଜାରିଙ୍ଗି (କଲ୍ୟାଣୀ ନଗର) ସାହିରେ ଶନିବାର ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ଭଣଜାଙ୍କ ପଥର ମାଡରେ ମାମୁ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦିବ୍ୟାଙ୍ଗଙ୍କୁ କୋଡିରେ ହାଣି ଯୁବକ ଗିରଫ

ଓଡ଼ଗାଁ, ୧୩ା୫(ସ୍ବ.ପ୍ର.)-ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଦିବ୍ୟାଙ୍ଗଙ୍କୁ କୋଡିରେ ହାଣିବା ଅଭିଯୋଗରେ ଜଣେ ଯୁବକଙ୍କୁ ଜେଲ ଯିବାକୁ ପଡିଛି । ଅଭିଯୁକ୍ତ ଯୁବକ ହେଲେ ପ୍ରମୋଦ ପ୍ରଧାନ(୨୦)। ଗୁରୁତର ଅବସ୍ଥାରେ ଦିବ୍ୟାଙ୍ଗ ଜଣକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କଣ୍ଟିଲୋ ରାମଲୀଳା: ଯତି ବେଶରେ ସୀତାଙ୍କୁ ଚୋରାଇନେଲା ରାବଣ

କଣ୍ଟିଲୋ ରାମଲୀଳା: ଯତି ବେଶରେ ସୀତାଙ୍କୁ ଚୋରାଇନେଲା ରାବଣ

ଖଣ୍ଡପଡ଼ା,୧୩ା୫(ସ୍ବ.ପ୍ର.)-କଣ୍ଟିଲୋ କଂସାରୀସାହି ପାଟଣା ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସମିତି ପକ୍ଷରୁ ଚାଲିଥିବା ରାମଲୀଳାର ଶୁକ୍ରବାର ୪ର୍ଥ ରାତିରେ ‘ସୂର୍ପଣଖାର ନାସା, କର୍ଣ୍ଣ ଛେଦନ, ମାୟା ମୃଗ ଓ ସୀତାଚୋରି’ ପ୍ରସଙ୍ଗ ପରିବେଷିତ ହୋଇଥିଲା। ସଂସାରରୁ ଦୁଷ୍ଟମାନଙ୍କ ବିନାଶ ନିମନ୍ତେ ଭଗବାନ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅବତାର ଧାରଣ କରିଥାନ୍ତି ।

ମାଙ୍କଡ଼କୁ ଧକ୍କା ଦେଇ ଓଲଟିଲା ଅଟୋ: ୨ ଗୁରୁତର

ବାଲୁଗାଁ, ୧୩ା୫ (ଡି.ଏନ.ଏ.)- ଶନିବାର ବାଲୁଗାଁ ଅଞ୍ଚଳରେ ମାଙ୍କଡ ସହ ଏକ ଯାତ୍ରୀବାହୀ ଅଟୋ ଧକ୍କା ହେବାରୁ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ପଠାଯାଇଛି ।

ଟାଙ୍ଗୀ ପ୍ରିମିୟର ଲିଗ୍‌ କ୍ରିକେଟ: ମହାଲକ୍ଷ୍ମୀ ୱାରିୟର ବିଜୟୀ

ଟାଙ୍ଗୀ (ଖୋର୍ଦ୍ଧା),୧୩ା୫(ଡି.ଏନ.ଏ.)- ଟାଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଚିଲିକା ଷ୍ଟାଡିୟମରେ ଟାଙ୍ଗୀ ପ୍ରିମିୟମ ଲିଗ୍‌ କ୍ରିକେଟର ଶନିବାର ତୃତୀୟ ଦିନ ଖେଳରେ ମହାଲକ୍ଷ୍ମୀ ୱାରିୟର ବିଜୟୀ ହୋଇଛି। ଟସ୍‌ ଜିତି ମହାଲକ୍ଷ୍ମୀ ୱାରିୟର ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ୧୯୭ ରନ ସଂଗ୍ରହ କରିଥିଲା।

କମ୍ପାନୀ ବିରୋଧରେ କୁଞ୍ଜୁରୀ ପଞ୍ଚାୟତବାସୀଙ୍କ ଆନ୍ଦୋଳନ ନିଷ୍ପତ୍ତି

କମ୍ପାନୀ ବିରୋଧରେ କୁଞ୍ଜୁରୀ ପଞ୍ଚାୟତବାସୀଙ୍କ ଆନ୍ଦୋଳନ ନିଷ୍ପତ୍ତି

ଟାଙ୍ଗୀ (ଖୋର୍ଦ୍ଧା),୧୩ା୫ (ଡି.ଏନ.ଏ.)- ଟାଙ୍ଗୀ ବ୍ଲକ୍‌ର ଜୟମଙ୍ଗଳପୁର ଗ୍ରାମ ନିକଟ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ସ୍ଥାପିତ ଫାଲ୍‌କନ ଫିଡ୍‌ସ କମ୍ପାନୀ ବିରୋଧରେ କୁଞ୍ଜୁରୀ ପଞ୍ଚାୟତବାସୀ ଆନ୍ଦୋଳନ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କମ୍ପାନୀର ଉପତ୍ାଦନ ଆରମ୍ଭ ହେବା ପରେ ଗ୍ରାମାଞ୍ଚଳର ସୁସ୍ଥ ପରିବେଶ କ୍ରମଶଃ ପ୍ରଦୂଷିତ ହେବାରେ ଲାଗିଲା । ଆଖପାଖ ଶିକ୍ଷାନୁଷ୍ଠାନର କୋମଳମତି ଛାତ୍ରୀଛାତ୍ର ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଲେ।

ଅଭିଯୁକ୍ତ ରବି ଦୋରାଙ୍କୁ ନେଇ ଡେମୋ  ୪ ଜିଲାର ବିଭିନ୍ନ ଥାନାରେ ରହିଛି ୯ ମାମଲା

ଅଭିଯୁକ୍ତ ରବି ଦୋରାଙ୍କୁ ନେଇ ଡେମୋ ୪ ଜିଲାର ବିଭିନ୍ନ ଥାନାରେ ରହିଛି ୯ ମାମଲା

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୧୩ା୫-ପୋଲିସ ଏନ୍‌କାଉଣ୍ଟରରେ ଧରାପଡିଥିବା କୁଖ୍ୟାତ ଅପରାଧି ରବି ଦୋରାଙ୍କୁ ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ନେଇ ରଣପୁର ପୋଲିସ ରାଜସୁନାଖଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଡେମୋ (ମକ୍‌ ଡ୍ରିଲ୍‌) କରାଇଥିଲା। ରବି କିପରି ଭାବେ ବିଭିନ୍ନ ଅପରାଧ କରିଥିଲେ ଓ କେମିତି ଚକମା ଦେଇ ଖସିଯାଉଥିଲେ ସେ ସବୁର ଡେମୋ କରାଯାଇଥିଲା।

ବାଇକ୍‌ରୁ ବିସ୍ଫୋରକ ସାମଗ୍ରୀ ଜବତ: ୨ ଗିରଫ

ବାଇକ୍‌ରୁ ବିସ୍ଫୋରକ ସାମଗ୍ରୀ ଜବତ: ୨ ଗିରଫ

ଦଶପଲ୍ଲା,୧୩।୫(ଡି.ଏନ.ଏ.)-ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପାଠାରେ ଶନିବାର ବାଣିଗୋଚ୍ଛା ଥାନା ପୋଲିସ ଗୋଟିଏ ବାଇକ୍‌ରୁ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଗିରଫ ୨ଜଣ ହେଲେ ଅଶୋକ କହଁର ଓ ପଞ୍ଚାନନ କହଁର। ସେମାନଙ୍କ ଘର କନ୍ଧମାଳ ଜିଲା କଟ୍ରିଙ୍ଗିଆରେ ବୋଲି ଜଣାପଡିଛି। ସେମାନଙ୍କଠାରୁ ପୋଲିସ ୧୪ଟି ଡେଟୋନେଟର,୧୦ଟି ଜିଲୋଟିନ୍‌ ଜବତ କରିଥିଲା।

ହାଇମାଷ୍ଟ ଲାଇଟ୍‌ ଅଚଳ, ୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ହାଇମାଷ୍ଟ ଲାଇଟ୍‌ ଅଚଳ, ୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ଖଣ୍ଡପଡ଼ା,୧୩ା୫(ସ୍ବ.ପ୍ର.)- ଖଣ୍ଡପଡ଼ା ଏନ୍‌ଏସି ପକ୍ଷରୁ ସହରାଞ୍ଚଳର ଡ଼ାକ୍ତରଖାନା ଛକ ଓ ରଥଗଡ଼ା ଛକଠାରେ ୩ବର୍ଷ ତଳେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ହାଇମାଷ୍ଟ ଲାଇଟ୍‌ ସ୍ଥାପନ କରାଯାଇଥିଲା।

ବିଶ୍ୱ ପରିବେଶ ଦିବସ ପାଳନ ପ୍ରସ୍ତୁତି

ବିଶ୍ୱ ପରିବେଶ ଦିବସ ପାଳନ ପ୍ରସ୍ତୁତି

ଗଣିଆ,୧୩ା୫(ଡି.ଏନ୍‌.ଏ.)- ପ୍ରତିବର୍ଷ ଜୁନ୍‌ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଉକ୍ତ ଦିନ ଗଣିଆ ବ୍ଲକ ବାଇଶିପଲ୍ଲୀ ଅଭୟାରଣ୍ୟର ବଡଶିଲିଙ୍ଗାଠାରେ ସାମାଜିକ ସଂଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ, ଗ୍ରାମୀଣ ଶ୍ରମଜୀବୀ ଚେତନା ସଂଗଠନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଞ୍ଚାର ମିଳିତ ପ୍ରୟାସରେ ଏକ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଗଣିଆସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗ୍ରୀଷ୍ମକାଳୀନ ଯୋଗ ଶିବିର ଉଦ୍‌ଯାପିତ

ଗ୍ରୀଷ୍ମକାଳୀନ ଯୋଗ ଶିବିର ଉଦ୍‌ଯାପିତ

ରାଜନଗର, ୧୩।୫ (ଡି.ଏନ୍‌.ଏ.): ରାଜନଗର ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ମେ ୧୦ରୁ ଚାଲିଥିବା ଗ୍ରୀଷ୍ମକାଳୀନ ଯୋଗ ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଶିବିରରେ ବହୁ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ଯୋଗ ତାଲିମ ନେଇଥିଲେ।

ଅଗ୍ନିକାଣ୍ଡରେ ୬ବଖରା ଭସ୍ମୀଭୂତ

ରାଜକନିକା, ୧୩।୫ (ଡି.ଏନ୍‌.ଏ) ରାଜକନିକା ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମରେ ଶନିବାର ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିଚିତ୍ର ମହାନ୍ତିଙ୍କ ୬ ବଖରା ଜଳିପୋଡି ପାଉଁଶ ହୋଇଯାଇଛି।

ମହାନଦୀ ସୁରକ୍ଷା ଅଭିଯାନ ପାଇଁ ବୈଠକ

ମହାନଦୀ ସୁରକ୍ଷା ଅଭିଯାନ ପାଇଁ ବୈଠକ

କେନ୍ଦ୍ରାପଡା ଅଫିସ, ୧୩।୫ଛତିଶଗଡ ସରକାର ନିଜର ଶିଳ୍ପ ସମୃଦ୍ଧି ପାଇଁ ମହାନଦୀ ଜଳକୁ ଉପଯୋଗ କରୁଛନ୍ତି । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ରାଜ୍ୟବାସୀଙ୍କ ଜୀବନଜୀବିକାକୁ ବିପଦକୁ ଠେଲି ଦେଇଛନ୍ତି । ଏନେଇ ଓଡିଶା ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଅଗ୍ନିକାଣ୍ଡରେ ଦୋକାନ ଭଣ୍ଡାର ଗୃହ ଜଳିଗଲା

ଡେରାବିଶ ୧୩।୫(ସ୍ବ.ପ୍ର.) ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବଜାରସ୍ଥିତ ଏକ ଜଳଖିଆ ଦୋକାନର ଭଣ୍ଡାର ଗୃହ ଜଳିଯାଇଛି ା ଘଟଣାରୁ ପ୍ରକାଶ ଚାନ୍ଦୋଳ ବଜାରର ଜଳଖିଆ ଦୋକାନୀ ଶରତ ବେହେରା ଦୋକାନ ପଛରେ ଏକ ଚାଳଛପର ଘର ଭଡ଼ାରେ ନେଇ ଭଣ୍ଡାରଗୃହ କରିଥିଲେ।

ମା’ଶୀତଳାଙ୍କୁ ପୂଜା କଲେ ରୋଗମୁକ୍ତ ହୁଏ ପରିବାର

ମା’ଶୀତଳାଙ୍କୁ ପୂଜା କଲେ ରୋଗମୁକ୍ତ ହୁଏ ପରିବାର

ମହାକାଳପଡା,୧୩।୫ (ଡିଏନଏ)ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତ ଅନ୍ତର୍ଗତମା’ ରାମଚଣ୍ଡୀଙ୍କ ମନ୍ଦିର ନିକଟରେ ଶନିବାରଠାରୁ ମା’ ଶୀତଳାଙ୍କ ୪୦ତମ ବାର୍ଷିକ ପୂଜା ଆରମ୍ଭ ହୋଇଛି। ୩ ଦିନ ଧରି ଆୟୋଜିତ ହେଉଥିବା ଏହି ପୂଜାର ଭସାଣୀ ଉତ୍ସବ ସୋମବାର ଅନୁଷ୍ଠିତ ହେବ। ପୂଜା ମଣ୍ଡପରେ ମା’ଶୀତଳାଙ୍କ ମୃଣ୍ମୟୀ ମୂର୍ତ୍ତି ସମେତ ସ୍ବାମୀ ଜରଥ୍‌ ମୁନୀ, ମା’ ଚଣ୍ଡୀ ଓ ଅନ୍ୟାନ୍ୟ ଦେବୀଦେବଙ୍କ ପ୍ରତିମା ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି।

ବଉଳା କୁମ୍ଭୀରଙ୍କ ବସା ଠାବ ପ୍ରକ୍ରିୟା ଆରମ୍ଭ

ବଉଳା କୁମ୍ଭୀରଙ୍କ ବସା ଠାବ ପ୍ରକ୍ରିୟା ଆରମ୍ଭ

ରାଜନଗର୧୩।୫(ଡି.ଏନ୍‌.ଏ.)କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ବସା ଠାବ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି।

ମହାନଦୀରୁ ୪ ମୃତଦେହ ଉଦ୍ଧାର ଘଟଣା : ରହସ୍ୟମୟ ବୁଧବାର ରାତି

ମହାନଦୀରୁ ୪ ମୃତଦେହ ଉଦ୍ଧାର ଘଟଣା : ରହସ୍ୟମୟ ବୁଧବାର ରାତି

କୁଜଙ୍ଗ,୧୩ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବିଶ୍ୱମ୍ବର ସେଠୀଙ୍କ ପରିବାର ନିଶ୍ଚିହ୍ନ ହୋଇଯିବା ଘଟଣା ଦିନକୁ ଦିନ ଅଧିକ ରହସ୍ୟାବୃତ୍ତ ହୋଇଚାଲିଛି। ଗୁରୁବାର ବିଶ୍ୱମ୍ବରଙ୍କ ସ୍ତ୍ରୀ ମାମାନି, ଦୁଇ ଝିଅ ବର୍ଷା, ଲିପ୍‌ସା ଓ ୨ ବର୍ଷର ପୁଅ ଗୁନାଙ୍କ ମୃତଦେହ ଏକ ସଙ୍ଗେ ମହାନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା।

ଅବ୍ୟବସ୍ଥାରେ ଡାକ ବଙ୍ଗଳା : ରହିବାକୁ ଯାତ୍ରୀ ନାରାଜ

ଅବ୍ୟବସ୍ଥାରେ ଡାକ ବଙ୍ଗଳା : ରହିବାକୁ ଯାତ୍ରୀ ନାରାଜ

ଏରସମା,୧୩ା୫(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଟି ଏବେ ଅବ୍ୟବସ୍ଥା ମଧ୍ୟରେ ରହିଛି। ରକ୍ଷଣାବେକ୍ଷଣ ଅଭାବ ଓ ବିଦ୍ୟୁତ୍‌ ସମସ୍ୟା ଯୋଗୁ ଏଠାରେ ଆଉ ଯାତ୍ରୀମାନେ ଆଶ୍ରୟ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଠାକୁ ଆସୁଥିବା ବିଭିନ୍ନ ପଦସ୍ଥ ଅଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ କେହି ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି।

ବିରିଡ଼ି ବିଦ୍ୟୁତ୍‌ ସେକ୍ସନ : ସେବା ଯୋଗାଇପାରୁନି ଘରୋଇ ସଂସ୍ଥା

ବିରିଡ଼ି ବିଦ୍ୟୁତ୍‌ ସେକ୍ସନ : ସେବା ଯୋଗାଇପାରୁନି ଘରୋଇ ସଂସ୍ଥା

ବିରିଡ଼ି,୧୩।୫(ଡି.ଏନ.ଏ.): ବିରିଡ଼ି ବିଦ୍ୟୁତ୍‌ ସେକ୍ସନରେ ଉପଭୋକ୍ତାମାନେ ବର୍ଷ ବର୍ଷ ଧରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୩ ମସିହାରୁ ଏହି ସେକ୍ସନରେ ବିଦ୍ୟୁତ୍‌ ସେବା ଯୋଗାଇବା ଦାୟିତ୍ୱ ନେଇଛି ଏନଜେନ କମ୍ପାନୀ। ଏଲଟି ଲାଇନ ମରାମତି ଓ ରକ୍ଷଣା ବେକ୍ଷଣ ସହ ବିଲ ଆଦାୟ ଏହି କମ୍ପାନୀ ଉପରେ ନ୍ୟସ୍ତ ରହିଛି।

ସାକାର ହେବ ୫ ଗ୍ରାମବାସୀଙ୍କ ସ୍ବପ୍ନ : ରାମପଲ୍ଲୀ ନାଳରେ ସେତୁ ନିର୍ମାଣ ପାଇଁ ଭୂମି ପୂଜା

ସାକାର ହେବ ୫ ଗ୍ରାମବାସୀଙ୍କ ସ୍ବପ୍ନ : ରାମପଲ୍ଲୀ ନାଳରେ ସେତୁ ନିର୍ମାଣ ପାଇଁ ଭୂମି ପୂଜା

ନୂଆଗାଁ,୧୨। ୫ (ଡି.ଏନ.ଏ.)- ସ୍ବାଧୀନତାର ଦୀର୍ଘ ୭୦ବର୍ଷ ପରେ ନୟାଗଡ଼ ଜିଲା ନୂଆଗାଁ ବ୍ଲକର ୫ ଗ୍ରାମବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। ଏହି ଗାଁଗୁଡିକ ପାଇଁ ମୁଖ୍ୟ ବାଧକ ସାଜିଥିବା ରାମପଲ୍ଲୀ ନାଳରେ ସେତୁ ନିର୍ମାଣ ପାଇଁ ଶନିବାର ଭୂମିପୂଜା କରାଯାଇଛି।

ଆତ୍ମନିଯୁକ୍ତି ପାଇଁ ୧୦୦ ଯୁବତୀଯୁବକଙ୍କ କାଉନସେଲିଂ

ମହାକଳାପଡା,୧୨।୫(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକ ପାଟୁଳିପଙ୍କ ପଞ୍ଚାୟତର ପାଟୁଳିପଙ୍କ ଗ୍ରାମରେ ସାଇ ମାଙ୍ଗଲ୍ୟ ଟ୍ରଷ୍ଟ ପକ୍ଷରୁ ୧୦୦ ଯୁବତୀଯୁବକଙ୍କୁ ଆତ୍ମନିଯୁକ୍ତି ପାଇଁ କାଉନସେଲିଂ କରାଯାଇଛି।

ପଟ୍ଟାମୁଣ୍ଡାଇରେ କାଳବୈଶାଖୀ : ବ୍ୟାପକ କ୍ଷୟକ୍ଷତି

ପଟ୍ଟାମୁଣ୍ଡାଇ,୧୨।୫(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶନିବାର ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ୧୬ଟି ସର୍କଲର ଆର.ଆଇ ବିଭିନ୍ନ ଗ୍ରାମ ବୁଲି କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିଛନ୍ତି ।