ଉପକୂଳ ଓଡିଶା

ଚୋରା ବିଦେଶୀ ମଦ ଜବତ: ଜଣେ ଗିରଫ

ଚୋରା ବିଦେଶୀ ମଦ ଜବତ: ଜଣେ ଗିରଫ

ମାର୍ଶାଘାଇ,୧୪।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମହାକାଳପଡ଼ା ବ୍ଲକ ଛନ୍ଦା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୮ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଛି।

ବଜ୍ରପାତରୁ ଅଗ୍ନିକାଣ୍ଡ: ୪ ପରିବାରର ୮ ବଖରା ଜଳିଗଲା

ବଜ୍ରପାତରୁ ଅଗ୍ନିକାଣ୍ଡ: ୪ ପରିବାରର ୮ ବଖରା ଜଳିଗଲା

ମହାକାଳପଡ଼ା,୧୪।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଦା ପଞ୍ଚାୟତ ଗୋଜାବନ୍ଧ ଗ୍ରାମରେ ରବିବାର ରାତିରେ ବଜ୍ରପାତ ଯୋଗୁ ଅଗ୍ନିକାଣ୍ଡ ଘଟି ୪ ପରିବାରର ୮ ବଖରା ପୋଡ଼ିଯାଇଛି। ଏଥିରେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଚୋରି ସାମଗ୍ରୀ ଉଦ୍ଧାର : ୨ ଗିରଫ

ଚୋରି ସାମଗ୍ରୀ ଉଦ୍ଧାର : ୨ ଗିରଫ

ଟାଙ୍ଗୀ (ଖୋର୍ଦ୍ଧା), ୧୪ା୫ (ଡି.ଏନ.ଏ.)- ରବିବାର ଟାଙ୍ଗୀ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରିଫ କରିବା ସହିତ ସେମାନଙ୍କଠାରୁ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିଛି। ଏ ସମ୍ପର୍କରେ ଟାଙ୍ଗୀ ଥାନାଧିକାରୀ ରଶ୍ମିରଞ୍ଜନ ସାହୁ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତ ୪ ତାରିଖ ରାତ୍ରିରେ ଟାଙ୍ଗୀ ୟୁକୋ ବ୍ୟାଙ୍କ ସାମନାରେ ଥିବା ଜଗଦୀଶ ମଣ୍ଡଳଙ୍କ ଜେରକ୍ସ

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ବୋଲଗଡ,୧୪ା୫(ଡି.ଏନ.ଏ.)- ବଲାଙ୍ଗୀର-ଖୋର୍ଦ୍ଧା ୫୭ନ. ଜାତୀୟ ରାଜପଥର ବୋଲଗଡ ଥାନା କପାସିଆ-ଚୁଡା ଗ୍ରାମ ମଧ୍ୟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଚୁଡା ଗ୍ରାମର ଦେବାଶିଷ ଦାସ (୨୪)। ରବିବାର ପୂର୍ବାହ୍ନରେ ରାଜପଥ ଉପରେ ଦେବାଶିଷଙ୍କ ମୃତଦେହ ପଡିଥିବା ବୋଲଗଡ ଥାନା ପୋଲିସ ଖବର ପାଇ ସେଠାରେ ପହଞ୍ଚତ୍ଥିଲା।

ସାଲତରାରେ ବିଶ୍ୱ ମାତୃ ଦିବସ

ବୋଲଗଡ,୧୪ା୫(ଡି.ଏନ.ଏ.)-ବୋଲଗଡ ବ୍ଲକ ଗେଡିଆପଲ୍ଲୀ ପଞ୍ଚାୟତ ସାଲତରା ଗ୍ରାମଠାରେ ରବିବାର ବିଶ୍ୱ ମାତୃଦିବସ ପାଳିତ ହୋଇଯାଇଛି। ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଦେବ ମନ୍ଦିର ପରିଚାଳନା କମିଟି ସୌଜନ୍ୟରେ ଆୟୋଜିତ ସାଧାରଣ ସଭାରେ ଆୟୋଜକ କମିଟି ସଭାପତି ବିଜୟ କୁମାର ପାଣିଗ୍ରାହୀ ପୌରୋହିତ୍ୟ କରିଥିଲେ।

ହଜିଗଲାଣି ମାନବିକତା ଗାଈ ଫସଲ ଖାଇଦେଲା ବୋଲି ମହିଳାଙ୍କୁ ଗଛରେ ବାନ୍ଧି ମାଡ଼

ରାଜନଗର,୧୪।୫ (ଡି.ଏନ୍‌.ଏ.) ପଡ଼ିଶା ଘର ବାଡିରେ ପଶି ଗାଈ ଫସଲ ଖାଇ ଦେବାରୁ ଗାଈ ମାଲିକ(ଜଣେ ମହିଳାଙ୍କୁ) ଗଛରେ ବନ୍ଧା ହୋଇ ମାଡ଼ ଖାଇବାକୁ ପଡିଛି। ଏଭଳି ଅମାନବୀୟ ଘଟଣା ଘଟିଛି ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତର କାଙ୍କଦିଆ ଗ୍ରାମରେ। ରବିବାର ଗ୍ରାମର ବୀରକିଶୋର ରାଉତଙ୍କ ଗାଈ ପଡିଶା ଘର ଚୈତନ୍ୟ ଜେନାଙ୍କ ବାଡିରେ ପଶି ଫସଲ ଖାଇଦେଇଥିଲା।

ବାଉଁଶ ପୋଲରେ ଗଲେ ଦେବାକୁ ପଡ଼ୁଛି ଟିକସ

ବାଉଁଶ ପୋଲରେ ଗଲେ ଦେବାକୁ ପଡ଼ୁଛି ଟିକସ

ବିଞ୍ଝାରପୁର,୧୪ା୫ (ଡି.ଏନ.ଏ) ଜାତୀୟ ରାଜପଥ ନିର୍ମାଣରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ଭରଣ କରିବାପାଇଁ ସେହି ବାଟ ଦେଇ ଯାଉଥିବା ହାଲୁକା ଏବଂ ଭାରିଯାନ ଗୁଡ଼ିକଠାରୁ ଟୋଲ ଟ୍ୟାକ୍ସ କରାଯାଇଥାଏ। ମାତ୍ର ଯାଜପୁର ଜିଲା ବିଞ୍ଝାରପୁର ଥାନା ତଥା ବରୀ ବ୍ଲକ ଏରଡା ପଞ୍ଚାୟତରେ ଚିଙ୍ଗୁଡିଆ ନାଳ ଉପରେ ନିର୍ମିତ ବାଉଁଶ ପୋଲରେ ଯିବା ଆସିବା କରୁଥିବା ଲୋକଙ୍କ ଠାରୁ ଟୋଲ୍‌ ଟ୍ୟାକ୍ସ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି।

ବିଞ୍ଝାରପୁର ଅଞ୍ଚଳରେ ଥମୁନି ବଧୂ ହତ୍ୟା ଗୋଟିଏ ଦିନରେ ୨ଟି ହତ୍ୟା ମାମଲା ରୁଜୁ

ବିଞ୍ଝାରପୁର ଅଞ୍ଚଳରେ ଥମୁନି ବଧୂ ହତ୍ୟା ଗୋଟିଏ ଦିନରେ ୨ଟି ହତ୍ୟା ମାମଲା ରୁଜୁ

ବିଞ୍ଝାରପୁର,୧୪ା୫(ଡି.ଏନ.ଏ) ବିଞ୍ଝାରପୁର ଥାନା ଅଞ୍ଚଳରେ ଥମୁ ନାହିଁ ବଧୂ ହତ୍ୟା ଘଟଣା। ଅଭିଯୁକ୍ତଙ୍କ ବିରୋଧରେ ପୋଲିସର କୋହଳ କାର୍ଯ୍ୟାନୁଷ୍ଠାନ ଏଭଳି ଘଟଣାକୁ ପରୋକ୍ଷରେ ଏକ ପ୍ରକାର ପ୍ରୋତ୍ସାହିତ କରୁଛି। ଯେଉଁଥିପାଇଁ ରବିବାର ଏହି ଥାନା ଅନ୍ତର୍ଗତ ୨ଟି ପଞ୍ଚାୟରେ ୨ଗୋଟି ବଧୂହତ୍ୟା ମାମଲା ରୁଜୁ ହୋଇଛି ବୋଲି

ପାଣି ପାଇଁ ଚାଲିବାକୁ ପଡୁଛି ୨ କି.ମି ରାସ୍ତା

ପାଣି ପାଇଁ ଚାଲିବାକୁ ପଡୁଛି ୨ କି.ମି ରାସ୍ତା

ଯାଜପୁର ରୋଡ,୧୪ା୫(ନି.ପ୍ର.) କୋରେଇ ବ୍ଲକ କାଚରା ସାହି ପଞ୍ଚାୟତର କଇଁଆ ଗ୍ରାମରେ ପାଣି ସଙ୍କଟ ଦେଖାଦେଇଛି ।ଲୋକମାନେ ପାଣି ଆଣିବା ପାଇଁ ୨ କି.ମି ରାସ୍ତା ଅତିକ୍ରମ କରି ପାଟିଣିଆ ଗ୍ରାମରେ ଥିବା ଏକ କୂଅକୁ ଯାଉଛନ୍ତି। ଗ୍ରାମରେ ଥିବା ୨ଟି ନଳକୂପ ଅଚଳ ।

ଶେଷ ହୋଇଛି ପ୍ରକଳ୍ପ, ମିଳୁନି ପାନୀୟ ଜଳ

ବାଲିଚନ୍ଦ୍ରପୁର,୧୪ା୫(ସ୍ବ.ପ୍ର.) ଗ୍ରୀଷ୍ମଋତୁ ଚାଲିଥିବାରୁ ଠିକ୍‌ ଭାବେ ଲୋକଙ୍କ ନିକଟରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ଲାଗୁ କରାଉଛନ୍ତି। ଏହି ଯୋଜନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ତାହା ସୂଚାରୁ ଭାବେ କାର୍ଯ୍ୟକାରୀ ହେଉନାହିଁ। ମୁଣ୍ଡ ପିଛା ଦୈନିକ ୪୦ଲିଟର ଜଳ ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ

କାର୍ଯ୍ୟ ହାସଲର ମାଧ୍ୟମ ସାଜିଛି ଉପହାର

ଯାଜପୁର ଅଫିସ,୧୪ା୫ ଉପହାର ଏଭଳି ଏକ ଜିନିଷ ଯାହାକି ମଗାଯାଏ ନାହିଁ । ଏହା ସ୍ବତଃପ୍ରବୃତ୍ତ ଭାବେ ପ୍ରଦାନ କରାଯାଇଥାଏ। ମାତ୍ର ସମୟ କ୍ରମେ ଉପହାରର ସଜ୍ଞା ବଦଳିବାରେ ଲାଗିଛି। ଏହା ଏବେ ଅନେକ କ୍ଷେତ୍ରରେ ଡିମାଣ୍ଡରେ ପରିଣତ ହୋଇ ଗଲାଣି।

ଶିଳ୍ପ ସହର ପାରାଦୀପ : ୬ ନୂତନ ଶିଳ୍ପ ପ୍ରତିଷ୍ଠାରେ ଅନିଶ୍ଚିତତା

ଶିଳ୍ପ ସହର ପାରାଦୀପ : ୬ ନୂତନ ଶିଳ୍ପ ପ୍ରତିଷ୍ଠାରେ ଅନିଶ୍ଚିତତା

ପାରାଦୀପ,୧୪ା୫(ସ୍ବ.ପ୍ର.): ବନ୍ଦରଭିତ୍ତିକ ଶିଳ୍ପ ନଗରୀ ପାରାଦୀପରେ ଏବେ ୧୫ଟି ବୃହତ୍‌ଶିଳ୍ପ ସ୍ଥାପନା ସରିଛି। ଏହାବାଦ୍‌ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଆଉ ୮ଟି ଶିଳ୍ପ ହେବାର ଯୋଜନା ରହିଛି। ସେଥିମଧ୍ୟରୁ ଗତବର୍ଷ ୪ଟି ଶିଳ୍ପ ପାଇଁ ୫ଥର ଜନଶୁଣାଣି ହୋଇଥିଲା।

ସାମୁଦ୍ରିକ କଟକଣା ସତ୍ତ୍ୱେ ଚାଲିଛି ମାଛଧରା

ସାମୁଦ୍ରିକ କଟକଣା ସତ୍ତ୍ୱେ ଚାଲିଛି ମାଛଧରା

ପାରାଦୀପ,୧୪ା୫(ସ୍ବ.ପ୍ର.): ସମଗ୍ର ଦେଶରେ ପୂର୍ବ ଉପକୂଳରେ ପ୍ରତିବର୍ଷ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପାଇଁ ଏପ୍ରିଲ୍‌ ୧୫ରୁ ଜୁନ୍‌ ୧୫ ଦୁଇ ମାସ କଟକଣା ଜାରି କରାଯାଉଛି। ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇଁ ଏହି କଟକଣା କରାଯାଇଥାଏ। କିନ୍ତୁ କଟକଣା ସମୟରେ କେତେକ ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ସମୁଦ୍ରକୁ ଯାଇ ମାଛ ଧରୁଥିବା ଦେଖିବାକୁ ମିଳୁଛି।

ଜଗତ୍‌ସିଂହପୁର କଂଗ୍ରେସ ରାଜନୀତି : ଚତୁରେ ଚତୁରେ କୋଳାକୋଳି

ଜଗତ୍‌ସିଂହପୁର ଅଫିସ,୧୪ା୫: ପ୍ରଦେଶ କଂଗ୍ରେସ କମିଟିର ନବ କଳେବର ହେବା ପରେ ରାଜ୍ୟ ରାଜନୀତି ବିଶେଷକରି ଜଗତ୍‌ସିଂହପୁର ଜିଲା କଂଗ୍ରେସରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଜିଲା କଂଗ୍ରେସରେ ୨ ଗୋଷ୍ଠୀ ଥିଲେ ସୁଦ୍ଧା ନିକଟରେ ପରସ୍ପର ଯୋଡ଼ି ହୋଇଛନ୍ତି।

୩୦ରେ ବ୍ଲକ କାର୍ଯ୍ୟାଳୟ ଘେରିବ ଭାଜପା

୩୦ରେ ବ୍ଲକ କାର୍ଯ୍ୟାଳୟ ଘେରିବ ଭାଜପା

ଗଣିଆ,୧୩।୫(ଡି.ଏନ୍‌.ଏ.)- ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ନେଇ ଆସନ୍ତା ୩୦ ତାରିଖରେ ଭାଜପା ପକ୍ଷରୁ ଗଣିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ। ଏହି ଉପଲକ୍ଷେ ରବିବାର ଛାମୁଣ୍ଡିଆସ୍ଥିତ ବାରନାଳିଆ ମଠ ପରିସରରେ ବ୍ଲକ ଯୁବମୋର୍ଚ୍ଚା ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା।

ବିଶ୍ୱ ଭ୍ରମଣକାରୀ ପକ୍ଷୀ ଦିବସ

ବିଶ୍ୱ ଭ୍ରମଣକାରୀ ପକ୍ଷୀ ଦିବସ

ଗଣିଆ,୧୩।୫(ଡି.ଏନ୍‌.ଏ.)- ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ନୟାଗଡ଼ ଓ ପ୍ରକୃତି ପରିବେଶ ଏବଂ ବନ୍ୟ ଜୀବନ ସମିତି (ନ୍ୟୁଜ) ମିଳିତ ଆନୁକୂଲ୍ୟରେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ନିକଟସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଶନିବାର ବିଶ୍ୱଭ୍ରମଣକାରୀ ପକ୍ଷୀ ଦିବସ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନାନ୍ତର ହୋଇପାରିଲା ନାହିଁ ପରିବା ଗୋଦାମ

ସ୍ଥାନାନ୍ତର ହୋଇପାରିଲା ନାହିଁ ପରିବା ଗୋଦାମ

ନୟାଗଡ଼ ଅଫିସ,୧୩।୫- ନୟାଗଡ଼ ସହର ମଝିରେ ଥିବା ପରିବା ଗୋଦାମଗୁଡ଼ିକ ଟ୍ରାଫିକ୍‌ ସମସ୍ୟାର ମୁଖ୍ୟ କାରଣ ପାଲଟିଛି। ପ୍ରତିଦିନ ଗୋଦାମରୁ ମାଲ ଲୋଡ଼ିଂ ଓ ଅନଲୋଡ଼ିଂ ସମୟରେ ଲୋକମାନଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡୁଛି।

ବିଲ ମଝିରୁ ଯୁବକଙ୍କ ମୃତହେଦ ଉଦ୍ଧାର : ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ବିଲ ମଝିରୁ ଯୁବକଙ୍କ ମୃତହେଦ ଉଦ୍ଧାର : ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ନୟାଗଡ଼ ଅଫିସ,୧୩।୫- ନୟାଗଡ଼ ବ୍ଲକ ଇଟାମାଟି ଥାନା ଜଗତିସାହି ଗ୍ରାମର ବିଲ ମଝିରୁ ଜଣେ ଯୁବକଙ୍କ ମୃତଦେହ ରବିବାର ସକାଳେ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଖଣ୍ଡପଡା ଏନ୍‌ଏସିର ସ୍ଥାୟୀ କର୍ମଚାରୀଙ୍କୁ ମିଳୁନି ବେତନ

ଖଣ୍ଡପଡ଼ା,୧୩।୫(ସ୍ବ.ପ୍ର.)- ଖଣ୍ଡପଡା ଏନଏସିରେ କାର୍ଯ୍ୟରତ ୧୩ଜଣ ସ୍ଥାୟୀ କର୍ମଚାରୀ ଗତ ୩ ମାସ ହେଲା ବେତନ ପାଇନାହାନ୍ତି। ଏହାର ପ୍ରତିବାଦରେ ସେମାନେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି।

ସିଧାମୂଳାରେ ଅଷ୍ଟପ୍ରହର ନାମଯଜ୍ଞ

ଖଣ୍ଡପଡା,୧୩।୫(ସ୍ବ.ପ୍ର.)- ଦୀର୍ଘ ୧୫ ବର୍ଷ ଧରି ବନ୍ଦ ରହିଥିବା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ସିଧାମୂଳା ଗ୍ରାମର ପାରମ୍ପରିକ ଅଷ୍ଟପ୍ରହର ନାମଯଜ୍ଞ ରବିବାରଠାରୁ ଆରମ୍ଭ ହୋଇଛି।

ଟ୍ୟାଙ୍କର ଓଲଟି ଚାଳକ ଗୁରୁତର

ଟ୍ୟାଙ୍କର ଓଲଟି ଚାଳକ ଗୁରୁତର

ସୁକିନ୍ଦା/କାଳିଆପାଣି,୧୩।୫(ଡି.ଏନ.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଦୁଅବନ୍ଦୀସ୍ଥିତ ରେଙ୍ଗାଳି ବାମପାର୍ଶ୍ୱ କେନାଲରେ ରବିବାର ଏକ ଟ୍ୟାଙ୍କର ଓଲଟି ପଡ଼ିବା ଦ୍ୱାରା ଟ୍ୟାଙ୍କର ଚାଳକ ଗୁରୁତର ହୋଇଛନ୍ତି।

ଅନ୍ୟକୁ ବଞ୍ଚାଇ ମୃତ୍ୟୁ ଶଯ୍ୟାରେ ଯୁବକ: ସହାୟତା ପାଇଁ ବୃଦ୍ଧ ବାପାଙ୍କ ଆକୁଳ ନିବେଦନ

ଅନ୍ୟକୁ ବଞ୍ଚାଇ ମୃତ୍ୟୁ ଶଯ୍ୟାରେ ଯୁବକ: ସହାୟତା ପାଇଁ ବୃଦ୍ଧ ବାପାଙ୍କ ଆକୁଳ ନିବେଦନ

ସୁକିନ୍ଦା,୧୩।୫(ଡି.ଏନ.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ପଞ୍ଚାୟତ କାଙ୍କଡ଼ପାଳ ଗ୍ରାମର ଜଣେ ଯୁବକ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ନିଜେ ୨ମାସ ହେଲା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ମାଟି ତଳେ ଗଚ୍ଛିତ ଲୁହାପଥର ଘଟଣା: ୨ବର୍ଷ ୧୧ମାସ ପରେ ରୁଜୁ ହେଲା ମାମଲା

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ.ଏ.),୧୩।୫- ବହୁ ଚର୍ଚ୍ଚିତ ଯଖପୁରା ରେଲ୍‌ୱେ ସାଇଡିଂ ପାର୍ଶ୍ୱ ମାଟି ତଳେ ଗଚ୍ଛିତ ଲୁହାପଥର ଠାବ ଘଟଣାରେ ପୋଲିସ ଶେଷରେ ମାମଲା ରୁଜୁ କରିଛି।

ଯୌତୁକ ଦାବିରେ ମହିଳାଙ୍କୁ ନିର୍ମମ ହତ୍ୟା

ବିଞ୍ଝାରପୁର,୧୩।୫(ଡି.ଏନ.ଏ)- ବିଞ୍ଝାରପୁର ଥାନା ଅଳକୁଣ୍ଡ ପଞ୍ଚାୟତ ନୁଆଗାଁରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ରବିବାର ତାଙ୍କ ବାପା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି ।