ଉପକୂଳ ଓଡିଶା

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚଣ୍ଡିଖୋଲ,୧୫ା୫(ଡି.ଏନ୍‌.ଏ)- ବଡ଼ଚଣା ଥାନା ବନ୍ଦାଳ ପଞ୍ଚାୟତ ସାତଲୁଣ୍ଡାଠାରେ ମଙ୍ଗଳବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ସାତଲୁଣ୍ଡା ଗ୍ରାମର ବିଶ୍ୱଜିତ ସାହୁ(୨୨)। ସକାଳେ ବିଶ୍ୱଜିତ ଘରେ ଖାଇବା ପରେ ଗାଁକୁ ଯାଉଥିବା କହି ଘରୁ ବାହାରି ଯାଇଥିଲେ।

ଦୁର୍ଘଟଣାରେ ଶ୍ରମିକ ମୃତ

ମହାକାଳପଡ଼ା,୧୫।୫(ଡି.ଏନ୍‌.ଏ)- ବ୍ଳକ ଅଧୀନ ରାମନଗର ପଞ୍ଚାୟତ ସ୍ଥାନୀୟ ପିତାପାଟ ଗ୍ରାମର ଅର୍ଜୁନ ମଣ୍ଡଳ(୪୫)ଙ୍କର ମଙତଗଳବାର ଭୋର୍‌ ସମୟରେ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ସେ ନିକଟସ୍ଥ ଏକ ଠିକାସଂସ୍ଥାରେ ଶ୍ରମିକଭାବେ କାମ କରୁଥିଲେ

‘ସ୍ବାମୀ ଓ ପରିବାରର ମଙ୍ଗଳ କାମନା କଲେ ବ୍ରତଧାରୀ ମହିଳା’

ଗଣିଆ,୧୫।୫(ଡି.ଏନ୍‌.ଏ)- ସ୍ବାମୀ ଓ ପରିବାରର ମଙ୍ଗଳ କାମନା କରି ଗଣିଆ ଅଞ୍ଚଳର ମହିଳା ମଙ୍ଗଳବାର ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏ ନେଇ ଦେବାଳୟଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

କିନ୍ନରଙ୍କ ନିଆରା ସାବିତ୍ରୀ ବ୍ରତ

କିନ୍ନରଙ୍କ ନିଆରା ସାବିତ୍ରୀ ବ୍ରତ

ପାରାଦୀପ,୧୫।୫(ସ୍ବ.ପ୍ର.)- ପାରାଦୀପ ନମସ୍ତେ କିନ୍ନର ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ନିଆରା ଢଙ୍ଗରେ ସାବିତ୍ରୀ ବ୍ରତ ପାଳନ କରାଯାଇଛି। ପ୍ରାୟ ୧୦ରୁ ଊର୍ଦ୍ଧ୍ୱ କିନ୍ନର ଏକ ବିରାଟ ଶୋଭାଯାତ୍ରାରେ କଲୋନୀ ପରିକ୍ରମା କରିଥିଲେ।

ରେସଓ୍ବାରେ ସ୍ବାମୀ ପରିତ୍ୟକ୍ତା ମହିଳା ପାଳିଲେ ସାବିତ୍ରୀ ବ୍ରତ

ରେସଓ୍ବାରେ ସ୍ବାମୀ ପରିତ୍ୟକ୍ତା ମହିଳା ପାଳିଲେ ସାବିତ୍ରୀ ବ୍ରତ

କେନ୍ଦ୍ରାପଡ଼ା ଅଫିସ୍‌,୧୫।୫- ବିବାହ ଏକ ସାମାଜିକ ବନ୍ଧନ। ରୀତିନୀତି ହେଉଛି ସାମାଜିକ ଚଳଣୀ। ସ୍ବାମୀ ଓ ସ୍ତ୍ରୀର ପବିତ୍ର ବନ୍ଧନ ଓଡ଼ିଆ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି। ଏହିପରି ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ମଞ୍ଜୁ ପାଳନ କରିଛନ୍ତି ସାମିତ୍ରୀ ବ୍ରତ।

ଲିଫ୍ଟ ନେବା ମହଙ୍ଗା ପଡିଲା: ଗଛରେ ବାଇକ୍‌ ପିଟି ହୋଇ ଜଣେ ମୃତ, ଜଣେ ଗୁରୁତର

ଲିଫ୍ଟ ନେବା ମହଙ୍ଗା ପଡିଲା: ଗଛରେ ବାଇକ୍‌ ପିଟି ହୋଇ ଜଣେ ମୃତ, ଜଣେ ଗୁରୁତର

ନୟାଗଡ଼ ଅଫିସ,୧୫।୫: ନୟାଗଡ ବ୍ଲକ ଖୁଣ୍ଟୁବନ୍ଧ ପଞ୍ଚାୟତ ଗୋଡିଆଳି ଛକଠାରେ ମଙ୍ଗଳବାର ଏକ ଗଛକୁ ବାଇକ୍‌ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଫାସିପଡ଼ା ଗ୍ରାମର ପ୍ରମୋଦ ପରିଡା(୨୧)।

୨୧ରେ ରାସ୍ତାରୋକୋ କରିବ ବାଲୁଙ୍କେଶ୍ୱର ରେଲ୍‌ୱେ ସଂଗ୍ରାମ ସମିତି

ନୟାଗଡ଼ ଅଫିସ,୧୫ା୫- ଆସନ୍ତା ୨୧ ତାରିଖ ବାଲୁଙ୍କେଶ୍ୱର ରେଲ୍‌ୱେ ସଂଗ୍ରାମ ସମିତି ପକ୍ଷରୁ ଇଟାମାଟିଠାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ.ଜାତୀୟ ରାଜପଥ ଅବରୋଧ କରାଯିବ। ସମିତିର ସଭାପତି ମନୋଜ କୁମାର ସାହୁ ଏ ବିଷୟରେ ସୂଚନା ଦେଇଛନ୍ତି। ସେହିଭଳି ରାସ୍ତାରୋକୋ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ, ପୂର୍ବତଟ ରେଳପଥର ସାଧାରଣ ପରିଚାଳକ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟକୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ପ୍ରକାଶ କରିଛନ୍ତିି।

ଘରେ ପଶି ଲୁଟିନେଲେ ଅଳଙ୍କାର, ନଗଦ ଟଙ୍କା

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୧୫ା୫-ନୟାଗଡ଼ ଜିଲା ରଣପୁର ଥାନା ସାନଗଡ଼ (ସାମନ୍ତସାହି)ର ରାମଚନ୍ଦ୍ର ସେଠୀଙ୍କ ଘରେ ରବିବାର ବିଳମ୍ବିତ ରାତିରେ ଚୋର ପଶି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ରାତି ପ୍ରାୟ ୧୧ଟାରେ ଘରର ସମସ୍ତ ସଦସ୍ୟ ଖାଇ ସାରି ଶୋଇପଡ଼ିଥିଲେ। ରାତି ୨ଟାରେ ଜଣେ ସଦସ୍ୟ ଉଠିଲା ବେଳକୁ ଘରର କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ। ସେ ଘର ଲୋକଙ୍କୁ ଡାକିବାରୁ ଘରୁ ମୋବାଇଲ୍‌ ୩ଟି , ନଗଦ ୫୮ ହଜାର ଟଙ୍କା, ପ୍ରାୟ ୫୦ ଗ୍ରାମର ସୁନା ଅଳଙ୍କାର, ୫୦ ଗ୍ରାମ୍‌ର ରୂପା ଅଳଙ୍କାର ଓ ୧୦ଟି ଶାଢ଼ୀ ଚୋରି ହୋଇଯାଇଥିବା ଘର ଲୋକ ଜାଣିବାକୁ ପାଇଥିଲେ। ସେହିଭଳି ଖଳାରେ ଖାଲି ଆଟାଚିଟି ପଡ଼ିଥିବା ବେଳେ ଏକ ହଳ ଚପଲ ପଡ଼ିଥିବା ମଧ୍ୟ ଦେଖିବାକୁ ପାଇଥିଲେ। ଏ ନେଇ ଥାନାରେ ୯୧/୧୮ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ରଣପୁର ଥାନା ଅଧିକାରୀ ଗିରିଜା ଶଙ୍କର ରଥ ପ୍ରକାଶ କରିଛନ୍ତି।

 କଣ୍ଟିଲୋ ରାମଲୀଳା :ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

କଣ୍ଟିଲୋ ରାମଲୀଳା :ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ

ଖଣ୍ଡପଡ଼ା,୧୫ା୫ (ସ୍ବ.ପ୍ର.)-କଣ୍ଟିଲୋ କଂସାରୀସାହି ପାଟଣା ଗ୍ରାମର ଶ୍ରୀ ରଘୁନାଥ ଜୀଉ ରାମଲୀଳା ନାଟ୍ୟ ସମିତି ପକ୍ଷରୁ ଚାଲିଥିବା ରାମଲୀଳା ଉତ୍ସବ ଉଦ୍‌ଯାପିତ ହୋଇଛି ା ସୀତା ଠାକୁରାଣୀଙ୍କୁ ଉଦ୍ଧାର କରିବା ଲକ୍ଷ୍ୟରେ ଶ୍ରୀରାମ,ଲକ୍ଷ୍ମଣ,ହନୁମାନ ବାନର ସେନା ସହ ଲଙ୍କାକୁ ଯୁଦ୍ଧଯାତ୍ରା କରିଥିଲେ ା ରାବଣଙ୍କ ବଂଶଧରଙ୍କ ମୃତ୍ୟୁ ସହଜ ନୁହେଁ ବୋଲି ରାମ ଲକ୍ଷ୍ମଣ ଜାଣି ପାରିଥିଲେ ା ତେଣୁ ରାବଣଙ୍କ ଭାଇ ଗୃହ ଭେଦୀ ବିଭୀଷଣଙ୍କ ନିକଟରୁ ମୃତ୍ୟୁର ଉପାୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ରାବଣ ବଂଶର ବହୁ ଅସୁରଙ୍କୁ ନିପାତ କରିଥିଲେ ା

୧୪ ଦିନରେ ପହଞ୍ଚତ୍ଲା ଅମଲାମାନଙ୍କ ଧାରଣା

୧୪ ଦିନରେ ପହଞ୍ଚତ୍ଲା ଅମଲାମାନଙ୍କ ଧାରଣା

ନୟାଗଡ଼ ଅଫିସ,୧୫ା୫- ରାଜ୍ୟ ରାଜସ୍ବ ଅମଲା ସଂଘର ଡାକରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲାମାନଙ୍କ ଧାରଣା ସୋମବାର ୧୪ ଦିନରେ ପହଞ୍ଚତ୍ଛି। ଫଳରେ ବ୍ଲକରେ ଥିବା ବିଭିନ୍ନ କାର୍ଯ୍ୟାଳୟ ହେଉ କି ଜିଲାରେ ଥିବା ଅନେକ କାର୍ଯ୍ୟାଳୟରେ ଦୁଇ ସପ୍ତାହ ହେଲାଣି କାମ ଠପ୍‌ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି।

ଫସଲହାନିକୁ କେନ୍ଦ୍ରକରି ୨ ଗୋଷ୍ଠୀମଧ୍ୟରେ ଗଣ୍ଡଗୋଳ

ଡେରାବିଶ ୧୫।୫ (ସ୍ବ.ପ୍ର.): ଡେରାବିଶ ଥାନା ଅଧୀନ କାଉପଡ଼ା ପଞ୍ଚାୟତର ଥକେଇନେଉଳି ଗ୍ରାମରେ ଫସଲହାନିକୁ କେନ୍ଦ୍ରକରି ରବିବାର ଗ୍ରାମର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଡେରାବିଶ୍‌ ଥାନାରେ ୨ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଘଟଣାରେ ସମ୍ପୃକ୍ତ ଥିବା ଉଭୟ ଗୋଷ୍ଠୀର ୫ ଜଣଙ୍କୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଛି ।

ଦିନକର କାହାଣୀ ହକର ସୁଶାନ୍ତ ମଳିକ

ଦିନକର କାହାଣୀ ହକର ସୁଶାନ୍ତ ମଳିକ

ମାର୍ଶାଘାଇ, ୧୫ା୫ (ଡ଼ି.ଏନ୍‌.ଏ) ନାମ ଶୁଶାନ୍ତ ମଳିକ। ବୟସ ୪୦ ବର୍ଷ। ଘର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଶିଳିପୁର ଗ୍ରାମରେ। ହକରଭାବେ ସେ ବିଭିନ୍ନ ଖବର କାଗଜ ବିକ୍ରି କରିଥାନ୍ତି ା ଏଥିସହ ଘରେ ରଖିଥିବା ଗୋରୁଙ୍କ ସେବା ଯନତ୍ କରି କ୍ଷୀର ବିକ୍ରି କରିଥାନ୍ତି। ସେଥିରୁ ଯାହା ଅର୍ଥ ମିଳେ ତହିଁରେ ଚାରି ପ୍ରାଣୀ କୁଟୁମ୍ବ ଚଳିଯାନ୍ତି ବୋଲି ସୁଶାନ୍ତ କୁହନ୍ତି ା ସେ ମାଟ୍ରିକ୍‌ ପାସ୍‌ କରିବା ପରେ ଚାକିରି କରିବାକୁ ବହୁ ଚେଷ୍ଠା କରିଥିଲେ। ମାତ୍ର ନ ମିଳିବାରୁ ସେ ହକର କାମ କରିବାକୁ ଆଗେଇ ଆସିଥିଲେ ା ଖବରକାଗଜ ବିକ୍ରି କରି ସେ ଦୈନିକ ପ୍ରାୟ ୨୨୦ଟଙ୍କା ଆୟ କରୁଛନ୍ତି ା ସୁଶାନ୍ତ ଜଣେ ହସଖୁସ୍‌ ମିଜାଜ୍‌ର ବ୍ୟକ୍ତି ହୋଇଥିବା ବେଳେ ସ୍ତ୍ରୀ ରଶ୍ମିତା ମଳିକ(୩୨), କନ୍ୟା ଶୁଭଲକ୍ଷ୍ମୀ(୧୦), ପୁତ୍ର ଅଭିଷେକ(୪)ଙ୍କୁ ନେଇ ତାଙ୍କର ସୁଖଦୁଃଖର ସଂସାର ା ସେ ମାର୍ଶାଘାଇ ବଜାର ସମେତ ଆଖ ପାଖ ଗାଁରେ ବୁଲି ଦୈନିକ ଖବର କାଗଜ ବାଣ୍ଟିଥାନ୍ତି ା ଦୈନିକ ଭୋର ୪ଟାରୁ ଉଠି ନିତ୍ୟକର୍ମସାରିଦିଅନ୍ତି।

କାଳବୈଶାଖୀର ଉଗ୍ରରୂପ: ଲୋକେ ଆତଙ୍କିତ

କାଳବୈଶାଖୀର ଉଗ୍ରରୂପ: ଲୋକେ ଆତଙ୍କିତ

ମହାକାଳପଡା, ୧୫ା୫ (ଡି.ଏନ୍‌.ଏ.)କେନ୍ଦ୍ରାପଡା ଜିଲାର ଉପକୂଳ ଅଞ୍ଚଳରେ ୨ଦିନ ହେବ କାଳବୈଶାଖୀର କରାଳରୂପ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏଥିଯୋଗୁ ସାଧାରଣରେ ଜୀବନଯାତ୍ରା ବ୍ୟାହତ ହୋଇଛି। ଗଁା ଗହଳିରେ ନଡାଛପର ଘରଗୁଡିକ ଭାଙ୍ଗି ପଡିଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଇଛି।ରବିବାର ବିଳମ୍ବିତ ରାତିରେ ବଜ୍ରପାତ ହେବା ଯୋଗୁ ମହାକାଳପଡା ବ୍ଲକର ୨ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ୧୩ ବଖରା ଜଳିଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

ନିଯୁକ୍ତିକୁ ନେଇ ତେଜୁଛି ଅଶାନ୍ତି

ନିଯୁକ୍ତିକୁ ନେଇ ତେଜୁଛି ଅଶାନ୍ତି

ଯାଜପୁର ଅଫିସ/ଯାଜପୁରରୋଡ,୧୫ା୫- କଳିଙ୍ଗନଗର ମେସ୍କୋ ଷ୍ଟିଲ୍‌ କାରଖାନାରେ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ପ୍ରଦାନକୁ ନେଇ ସର୍ବଦା ସମସ୍ୟା ଲାଗି ରହୁଛି। ପୂର୍ନବାସ ଓ ଥଇଥାନ ଉପଦେଷ୍ଟା କମିଟି ବିଗତ ଦିନରେ ନିଯୁକ୍ତିକୁ ନେଇ କରିଥିବା ସୁପାରିଶର କାର୍ଯ୍ୟକାରିତା ଦିଗରେ ବହୁଳ କ୍ଷେତ୍ରରେ ମେସ୍କୋ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯାଇଛି। ଫଳସ୍ବରୂପ ଆଶାନୁରୂପ ନିଯୁକ୍ତି ନ ପାଇ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ଏହାକୁ ନେଇ ବହୁବାର ଜିଲା ପ୍ରଶାସନ ଓ ମେସ୍କୋ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ କମ୍ପାନୀ କୌଣସି କଥା ଶୁଣୁ ନାହିଁ। ବିସ୍ଥାପିତ ପରିବାରଙ୍କୁ ଖାଲି ପରିଚୟ ପତ୍ର ଦେଇ ମେସ୍କୋ ନୀରବି ଯାଇଛି। ଅନ୍ୟପକ୍ଷରେ ମେସ୍କୋ ପକ୍ଷରୁ ନିଯୁକ୍ତି ଓ ଥଇଥାନ ବ୍ୟବସ୍ଥାରେ ହେଉଥିବା ଅବହେଳାର ପ୍ରତିକାର ପାଇଁ ପ୍ରଶାସନ ମଧ୍ୟ ପ୍ରଭାବୀ ଢଙ୍ଗରେ ମେସ୍କୋ ଉପରେ ଚାପ ପକାଇ କାର୍ଯ୍ୟ ହାସଲ କରିବାର ଦେଖିବାକୁ ମିଳୁନାହିଁ ।

ପ୍ରତିଶ୍ରୁତିରେ ସୀମିତ ଫ୍ଲାଏ ଓଭରବ୍ରିଜ ନିର୍ମାଣ

ପ୍ରତିଶ୍ରୁତିରେ ସୀମିତ ଫ୍ଲାଏ ଓଭରବ୍ରିଜ ନିର୍ମାଣ

ଯାଜପୁରରୋଡ଼,୧୫ା୫(ନି.ପ୍ର) ଦିନକୁ ଦିନ ସହରରେ ଭିଡ଼ ବଢ଼ୁଛି, କିନ୍ତୁ ସମସ୍ୟା କମିବାର ନାଁ ଧରୁନି। ଜନସଂଖ୍ୟା ବୃଦ୍ଧି ପାଇବାରୁ ଯାଜପୁରରୋଡ଼ ସହରରେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ବହୁଳ ଭାବେ ବୃଦ୍ଧି ପାଇଛି। ଏହାର ସମାଧାନ ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ କାୈଣସି ପଦକ୍ଷେପ ନିଆଯାଉ ନାହିଁ। ଏହି ସହରରେ ଟ୍ରାଫିକ ସମସ୍ୟାର ମୁଖ୍ୟ କାରଣ ପାଲଟିଛି ରେଲଓ୍ବେ ଫାଟକ। ବିଶେଷ କରି ଡାକବଙ୍ଗଳା ଛକଠାରୁ ଦଳା ବାଇପାସ୍‌ ଗୋପବନ୍ଧୁ ଛକରେ ନାହିଁ ନ ଥିବା ଭିଡ଼ ଜମୁଛି।

ଯାଜପୁରର ୨୫ଜଣ ମହିଳାଙ୍କୁ ଆଦର୍ଶ ଜନନୀ ସମ୍ମାନ

ଯାଜପୁର ଅଫିସ, ୧୫ା୫ ବିଶ୍ୱ ମାତୃ ଦିବସ ଅବସରରେ ଯାଜପୁର ଜିଲାର ୨୫ ଜଣ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟସ୍ତରୀୟ ସମ୍ମାନଜନକ ଆଦର୍ଶ ଜନନୀ ସମ୍ମାନ-୨୦୧୮ପ୍ରଦାନ କରାଯାଇଛି। ଆମେ ଓଡ଼ିଆ ପକ୍ଷରୁ ଗତ ୧୬ବର୍ଷ ଧରି କଟକରେ ଅନୁଷ୍ଠିତ ହୋଇଆସୁଥିବା ଏହି ରାଜ୍ୟସ୍ତରୀୟ ସମାରୋହକୁ ଓଡ଼ିଶା ଉଚ୍ଚ ନ୍ୟାଳୟାଳୟର ପୂର୍ବତନ ବରିଷ୍ଠ ବିଚାରପତି ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ।

ବାଇକ୍‌ ଚୋରଙ୍କୁ ୨ ବର୍ଷ ଜେଲ୍‌

ବାଇକ୍‌ ଚୋରଙ୍କୁ ୨ ବର୍ଷ ଜେଲ୍‌

ଚଣ୍ଡିଖୋଲ,୧୫।୫(ଡି.ଏନ.ଏ)- ବାଇକ୍‌ ଚୋରି କରି ଗିରଫ ହୋଇଥିବା ଯାଜପୁର ଜିଲା ଜେନାପୁର ଥାନା ଚାରିଗୋଠ ଗ୍ରାମର ସୁଶାନ୍ତ ମଲିକଙ୍କୁ ସୋମବାର ଚଣ୍ଡିଖୋଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମଏଫସି) କୋର୍ଟ ବିଚାରପତି ନେହା ଅଗ୍ରଓ୍ବାଲ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସୁଶାନ୍ତ୨୦୧୭ ମେ ୪ରେ ରାମଚନ୍ଦ୍ରପୁର ଗ୍ରାମର ବିଜୟ କୁମାର ବାରିକଙ୍କ ବାଇକ୍‌ ଚୋରି କରିଥିଲେ। ପରଦିନ ଜେନାପୁର ପୋଲିସ ସୁଶାନ୍ତଙ୍କୁ ଗିରଫ କରିବା ସହ ଚେରା ବାଇକ୍‌ ଜବତ କରିଥିଲା।

ଏଫ୍‌-୨ ପଛରେ ରାଜନୈତିକ ପ୍ରଭାବ

ଯାଜପୁର ଅଫିସ, ୧୫ା୫ ଯାଜପୁର ଜିଲା ପୂର୍ତ୍ତ ବିଭାଗରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବରଂ ରାଜନୈତିକ ହସ୍ତକ୍ଷେପ ଯୋଗୁ ଏହା ହେଉଥିବା ଆଳ ଦେଖାଇ ପରୋକ୍ଷରେ ପ୍ରୋତ୍ସାହିତ କରାଯାଉଛି। ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଘଟଣାରେ ପୂର୍ତ୍ତ ବିଭାଗର ଅସଲ ଚେହେରା ପଦାରେ ପଡିବା ପରେ ମଧ୍ୟ ବିଭାଗର ଚେତା ପଶି ନ ଥିବା ଦେଖିବାକୁ ମିଳିଛି। ଯାଜପୁର ଜିଲାରେ ରାସ୍ତା, ବ୍ରିଜ ଆଦି ବିକାଶ ନାମରେ କୋଟି କୋଟି ଟଙ୍କା ପୂର୍ତ୍ତ ବିଭାଗ ଖର୍ଚ୍ଚ କରିଛି। ଅଥଚ ଏହି ଅର୍ଥ ସରକାରୀ ନିୟମ ମୁତାବକ ଟେଣ୍ଡର ପ୍ର୍ରକ୍ରିୟାରେ ଖର୍ଚ୍ଚ କରା ନ ଯାଇ ରାଜନୈତିକ ପ୍ରଭାବରେ ମନଇଛା ଶାସକ ଦଳ ସମର୍ଥିତ ଓ ଯନ୍ତ୍ରୀଙ୍କ ଅନୁଗତ ଠିକାଦାରଙ୍କୁ ଏଫ-୨ ଜରିଆରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ସାଧାରଣରେ ଦାବି ହୋଇଛି।

ଜଗତ୍‌ସିଂହପୁର ଜଳସେଚନ ଖଣ୍ଡ : ବଦଳି ପରେ ଗାଦିମାଡ଼ି ବସିଛନ୍ତି ୫ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ,୧୫ା୫: ଜଗତ୍‌ସିଂହପୁର ଜଳସେଚନ ଖଣ୍ଡ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୫ ଜଣ କର୍ମଚାରୀଙ୍କୁ କଟକସ୍ଥିତ ମହାନଦୀ ଦକ୍ଷିଣ ଖଣ୍ଡ-୧ ଓ ମହାନଦୀ ଉତ୍ତର ଖଣ୍ଡ-୧ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୃଥକ ଭାବେ ବଦଳି କରାଯାଇଛି। ରାଜ୍ୟ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଅପ୍ରେଲ ମାସ ୩୦ ତାରିଖରେ ଏହି ବଦଳି ନିର୍ଦ୍ଦେଶ ହେବା ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଛି।

ନଦୀରୁ ୪ ମୃତଦେହ ମିଳିବା ଘଟଣା: ସନ୍ଧ୍ୟାରେ ନଦୀକୂଳରୁ ଶୁଭୁଥିଲା ପିଲାଙ୍କ କାନ୍ଦ

ନଦୀରୁ ୪ ମୃତଦେହ ମିଳିବା ଘଟଣା: ସନ୍ଧ୍ୟାରେ ନଦୀକୂଳରୁ ଶୁଭୁଥିଲା ପିଲାଙ୍କ କାନ୍ଦ

କୁଜଙ୍ଗ,୧୫ା୫(ସ୍ବ.ପ୍ର.): କୁଜଙ୍ଗ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ସ୍ବର୍ଗତ ବିଶ୍ୱମ୍ବର ସେଠୀଙ୍କ ସ୍ତ୍ରୀ ଓ ୩ ପିଲାଙ୍କ ମୃତଦେହ ଏକ ସଙ୍ଗେ ମହାନଦୀରୁ ଉଦ୍ଧାର ହେବା ଘଟଣାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। ଘଟଣାକୁ ୫ଦିନ ବିତିଥିବାବେଳେ ପୋଲିସ ପକ୍ଷରୁ ଯଦିଓ ଅଦ୍ୟାବଧି ଘଟଣାର ପର୍ଦ୍ଦାଫାସ କରାଯାଇନାହିଁ, ତେବେ ସ୍ଥାନୀୟ ଲୋକ ଯେଉଁ ସୂଚନା ଦେଉଛନ୍ତି ତାହା ସମଗ୍ର ଘଟଣାକୁ ଅଧିକ ରହସ୍ୟମୟ କରିଦେଉଛି।

ଜନସାଧାରଣଙ୍କ ଯାତାୟାତରେ ଅଙ୍କୁଶ ଲଗାଇବ ବିଶୋଧନାଗାର

ଜନସାଧାରଣଙ୍କ ଯାତାୟାତରେ ଅଙ୍କୁଶ ଲଗାଇବ ବିଶୋଧନାଗାର

ପାରାଦୀପ,୧୫ା୫(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ମୁଖ୍ୟ ରାସ୍ତାର ପ୍ରଶାସନିକ ଭବନ ସମ୍ମୁଖରେ ଏକ ବିଶାଳ ଫାଟକ ନିର୍ମାଣ ଚାଲିଛି। ଏହି ଫାଟକ ହେବା ଦ୍ୱାରା ସେହି ରାସ୍ତାରେ ଜନସାଧାରଣଙ୍କ ଯାତାୟାତରେ ଅଙ୍କୁଶ ଲାଗିବ। ଫଳରେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଢ଼ିଙ୍କିଆ ଅଞ୍ଚଳର ୧୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ପ୍ରଭାବିତ ହେବେ।

ଦିନକର କାହାଣୀ :ମା’, ପୁଅଙ୍କ ପେଟ କଥା ବୁଝୁଛି ଠେଲାଗାଡ଼ି

ଦିନକର କାହାଣୀ :ମା’, ପୁଅଙ୍କ ପେଟ କଥା ବୁଝୁଛି ଠେଲାଗାଡ଼ି

ଏରସମା,୧୫ା୫(ସ୍ବ.ପ୍ର.): ସାଇକେଲ ଚକ ଲାଗିଥିବା ଠେଲାଗାଡ଼ି। ଉପରେ ଟିଣ ଚାଦର। ଏରସମା ମୁଖ୍ୟ ବଜାରସ୍ଥିତ ମେଡିକାଲ ପାଚେରିକୁ ଲାଗି ରଖାଯାଇଥିବା ଏହି ଠେଲାଗାଡ଼ି ଗୋଟିଏ ପରିବାରର ଜୀବନ ଜୀବିକାର ମାଧ୍ୟମ ପାଲଟିଛି। ଦୀର୍ଘ ୧୩ ବର୍ଷ ହେଲା ଜଣେ ବିଧବା ମହିଳା ଓ ତାଙ୍କ ପୁଅ ଏହି ଠେଲାଗାଡ଼ିରେ ଜଳଖିଆ ବିକ୍ରି କରି ପେଟ ପୋଷୁଛନ୍ତି। ସେମାନେ ହେଲେ ପଲ୍ଲିକଣ୍ଟା ପଞ୍ଚାୟତ ଭାରିଶୋଳ ଗ୍ରାମର ମମତା ସାହୁ ଓ ତାଙ୍କ ପୁଅ ଅମୀୟ କୁମାର ସାହୁ(ବାପି)।

ବସ୍‌ ଧକ୍କାରେ ବୃଦ୍ଧ ମୃତ

ବସ୍‌ ଧକ୍କାରେ ବୃଦ୍ଧ ମୃତ

ଆଠଗଡ଼,୧୪ା୫(ସ୍ବ.ପ୍ର.): ଆଠଗଡ଼ ଥାନା ୬୫ନଂ ରାଜ୍ୟ ରାଜପଥର ବୀରକିଶୋରପୁରଠାରେ ସୋମବାର ସକାଳେ ବସ୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆଠଗଡ଼ ଏନ୍‌ଏସି ଅଧୀନ ୯ନଂ ଓ୍ବାର୍ଡ ବୀରକିଶୋରପୁରର ହରି ବେହେରା(୬୩)। ହରି କାମ କରିବା ପାଇଁ ଘରୁ ଯାଉଥିବା ସମୟରେ ନରସିଂହପୁର ଆଡ଼ୁ ଆସୁଥିବା ଏକ୍‌ ବସ୍‌ ତାଙ୍କୁ ଧକ୍କା ଦେଇଥିଲା।

ଯୋଗାଣ ବିଭାଗ ପକ୍ଷରୁ ଆଳୁ ଗୋଦାମରେ ଚଢ଼ାଉ

ଯୋଗାଣ ବିଭାଗ ପକ୍ଷରୁ ଆଳୁ ଗୋଦାମରେ ଚଢ଼ାଉ

ଆଠଗଡ଼,୧୪ା୫(ସ୍ବ.ପ୍ର.): ସମ୍ପ୍ରତି ରାଜ୍ୟରେ ଏବେ ଆଳୁର କୃତ୍ରିମ ଅଭାବ ଦେଖାଦେଇଥିବାବେଳେ ବ୍ୟବସାୟୀଙ୍କ ଦ୍ୱାରା ଦରବୃଦ୍ଧି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆଠଗଡ଼ ଉପଖଣ୍ଡକୁ ପଶ୍ଚିମବଙ୍ଗରୁ ଦୈନିକ ବହୁ ପରିମାଣର ଆଳୁ ଆସୁଥିଲେ ହେଁ ଚଢ଼ାଦର ଆଶାରେ ବ୍ୟବସାୟୀ ତାହାକୁ ବିକ୍ରି ନ କରି ଚାପିଦେଇ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି।