ଉପକୂଳ ଓଡିଶା

ଭତ୍ତା ନ ଦେବା ନେଇ ସରପଞ୍ଚ ସ୍ବାମୀଙ୍କ ନାମରେ ଅଭିଯୋଗ ସକାଳେ ଏତଲା ଦେଇ ସନ୍ଧ୍ୟାରେ ଉଠାଇନେଲେ

ଦଶରଥପୁର,୧୭ା୫(ଡିଏନ୍‌ଏ) ଦଶରଥପୁର ବ୍ଲକର ଜଣେ ହିତାଧିକାରୀଙ୍କୁ ତାଙ୍କ ଭତ୍ତା ଟଙ୍କା ଦିଆଯାଇ ପାରିବ ନାହଁି ବୋଲି ପାଲଟପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କହିବା ପରେ ଏ ନେଇ ସମ୍ପୃକ୍ତ ହିତାଧିକାରୀ ସରପଞ୍ଚଙ୍କ ସ୍ବାମୀଙ୍କ ନାମରେ ଥାନାରେ ସକାଳେ ଅଭିଯୋଗ କରି ସନ୍ଧ୍ୟାରେ ଉଠାଇ ନେଇଥିବା ଜଣାପଡ଼ିଛି।

ଅସୁରକ୍ଷିତ ସ୍ବଧାର ଗୃହ

ବିରଜାକ୍ଷେତ୍ର,୧୭ା୫(ଡି.ଏନ୍‌.ଏ) ସମାଜରେ ନିଷ୍ପେସିତ, ବଳାତ୍କାର ପୀଡ଼ିତା ଓ ନିର୍ଯାତିତ ନାବାଳିକାଙ୍କ ସୁରକ୍ଷା ଓ ଥଇଥାନ ନିମନ୍ତେ ରାଜ୍ୟ ସରକାର ସ୍ବଧାର ଗୃହ ନିର୍ମାଣ କରିଛନ୍ତି। ଏହି ସ୍ବଧାର ଗୃହର ପରିଚାଳନା ନିମନ୍ତେ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ପରିଚାଳନା ଦାୟିତ୍ୱ ଦିଆଯାଇଛି ା

ଚତୁର୍ଦ୍ଦଶ ଅର୍ଥ କମିଶନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବ୍ୟାପକ ଅର୍ଥ ହରିଲୁଟ୍‌ କାମ ନ ହୋଇ ବି ହୋଇଯାଉଛି ବିଲ୍‌

ଚତୁର୍ଦ୍ଦଶ ଅର୍ଥ କମିଶନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବ୍ୟାପକ ଅର୍ଥ ହରିଲୁଟ୍‌ କାମ ନ ହୋଇ ବି ହୋଇଯାଉଛି ବିଲ୍‌

କୋରେଇ,୧୭ା୫(ସ୍ବ.ପ୍ର) କୋରେଇ ବ୍ଲକର ୨୮ଟି ପଞ୍ଚାୟତରେ ଚତୁର୍ଦ୍ଦଶ ଅର୍ଥ କମିଶନ ଓ ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଆସୁଥିବା ଟଙ୍କାରେ କାର୍ଯ୍ୟ ନ ହୋଇ ବିଲ୍‌ ହୋଇଯାଉଥିବା ଅଭିଯୋଗ ହୋଇଛି। ଏହାର ଏକ ସଦ୍ୟ ଉଦାହରଣ ଗୌରପୁର ପଞ୍ଚାୟତର ଜଇଁତିରା ଗ୍ରାମରେ ଦେଖିବାକୁ ମିଳିଛି।

ଆଡ଼ିବନ୍ଧ କାର୍ଯ୍ୟ ତ୍ରୁଟିପୂର୍ଣ୍ଣ ଭାବେ କରାଯାଉଥିବା ଅଭିଯୋଗ ସଭାପତି, ସମ୍ପାଦକଙ୍କୁ ଘେରିଲେ ଗ୍ରାମବାସୀ

ଆଡ଼ିବନ୍ଧ କାର୍ଯ୍ୟ ତ୍ରୁଟିପୂର୍ଣ୍ଣ ଭାବେ କରାଯାଉଥିବା ଅଭିଯୋଗ ସଭାପତି, ସମ୍ପାଦକଙ୍କୁ ଘେରିଲେ ଗ୍ରାମବାସୀ

କାଳିଆପାଣି,୧୭ା୫(ଡିଏନଏ) ଆଡ଼ିବନ୍ଧ କାର୍ଯ୍ୟ ତ୍ରୁଟିପୂର୍ଣ୍ଣ ଭାବେ କରାଯାଉଥିବା ଓ ମାଟି ଟେକି କେନାଲ କାମ କରାଯାଉ ଥିବାରୁ ଓସ୍ତିଆ ଓ ଗୁରଜଙ୍ଗ ଗ୍ରାମବାସୀ ବୁଧବାର କାର୍ଯ୍ୟ ବନ୍ଦ କରି ସଭାପତି ଓ ସମ୍ପାଦକଙ୍କୁ ଘେରିଥିବା ଜଣାପଡ଼ିଛି। ପ୍ରକାଶ ଯେ, କାଳିଆପାଣି ପଞ୍ଚାୟତର ଓସ୍ତିଆ ଓ ଗୁରୁଜଙ୍ଗ ଗ୍ରାମକୁ ନେଇ ଜଳ ବିଭାଜିକାର ଏକ ଜୋନ ଆଡ଼ିବନ୍ଧ, ପୋଖରୀ, ଜଳ ଉତ୍ସ ଖନନ, ପଡ଼ିଆରେ ହୁଡ଼ା ଦେବା ଆଦି କାର୍ଯ୍ୟ କରୁଛି।

ରାସ୍ତା ମରାମତି ନାଁରେ ବ୍ୟାପକ ଦୁର୍ନୀତି ଏଫ୍‌ ୨ ଆଳରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‌

ଚଣ୍ଡିଖୋଲ,୧୭ା୫(ଡି.ଏନ୍‌.ଏ.) ବଡ଼ଚଣା ପୂର୍ତ୍ତ ବିଭାଗ ଉପଖଣ୍ଡରେ ଏଫ୍‌-ଟୁ ଆଳରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‌ କରାଯାଇଛି। ସରକାରୀ ନୀତିନିୟମକୁ ଉଲ୍ଲଙ୍ଘନ କରାଯାଇ ଏହି ଲୁଟ୍‌ କରାଯାଇଛି। କେବଳ ରାସ୍ତା ମରାମତି ଆଳରେ ଏହି ଲୁଟ୍‌ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ବିଭାଗୀୟ ସଚିବ ଏଥିପ୍ରତି ଆଖି ବୁଜି ଦେଇଛନ୍ତି।

ମୂଳ ଖାଇଗଲାଣି, ବିଦ୍ୟୁତ୍‌ ଖୁଣ୍ଟରେ ଝୁଲୁଛି ତାର

ମୂଳ ଖାଇଗଲାଣି, ବିଦ୍ୟୁତ୍‌ ଖୁଣ୍ଟରେ ଝୁଲୁଛି ତାର

ରଘୁନାଥପୁର,୧୭ା୫(ଡି.ଏନ.ଏ.) ରଘୁନାଥପୁର ବ୍ଲକ ଅଢେଇକୂଳ ପଞ୍ଚାୟତ ବଡକୋରକର ୧୨ ନଂ. ଓ୍ବାର୍ଡର (ତେଲିସାହି) ମୂଳ ଖାଇ ଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ ଗ୍ରାମବାସୀଙ୍କ ପାଇଁ ଭୟର କାରଣ ହୋଇଛି। ଏହି ଖୁଣ୍ଟରେ ବିଦ୍ୟୁତ୍‌ ତାର ଥିବାରୁ ଏକ ବଡଧରଣର ଅଘଟଣକୁ ଏଡାଇ ଦିଆଯାଇ ନ ପାରେ।

ସ୍ଥାଣୁ ପାଲଟିଛି ପିଡିଏ: ୩ ବର୍ଷ ହେଲା ଉନ୍ନୟନ କାର୍ଯ୍ୟ ବନ୍ଦ

ସ୍ଥାଣୁ ପାଲଟିଛି ପିଡିଏ: ୩ ବର୍ଷ ହେଲା ଉନ୍ନୟନ କାର୍ଯ୍ୟ ବନ୍ଦ

ପାରାଦୀପ,୧୭ା୫(ସ୍ବ.ପ୍ର.): ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ(ପିଡିଏ)କୁ ଏହା ମଧ୍ୟରେ ୨୪ ବର୍ଷ ପୂରଣ ହୋଇଗଲାଣି। ୧୯୯୪ରେ ପ୍ରଥମେ ହୋଇଥିଲା ପିଜେଆରଆଇଟି ବା ପାରାଦୀପ ଜଗତ୍‌ସିଂହପୁର ରିଜିଓନାଲ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ। ଏହା ୨୦୦୫ ପର୍ଯ୍ୟନ୍ତ ଚାଲିବା ପରେ ସେହି ବର୍ଷ ପିଡିଏ ମାନ୍ୟତା ପାଇଥିଲା।

ରାଜ୍ୟସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯାଜପୁର ଜିଲା ଅଗ୍ରଗତି କରିଛି

ଯାଜପୁର ଅଫିସ,୧୬ା୫- ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯାଜପୁର ଜିଲା ଅନେକ ଅଗ୍ରଗତି କରିଛି। ତେବେ ସମନ୍ବୟ ଓ ସହଭାଗିତା ଦ୍ୱାରା ଏହାକୁ ଅଧିକ ପରିବ୍ୟାପ୍ତ କରାଯିବା ସହ ସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ରଖାଯାଇପାରିବ। ଜିଲା ସ୍ବାସ୍ଥ୍ୟ ସମିତି ଓ ରାଜ୍ୟ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ବୁଧବାର ଗାୈତମ ବୁଦ୍ଧ

ଶାଶୁ ବୋହୂଙ୍କ ଆମତ୍ହତ୍ୟା ଉଦ୍ୟମ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବୋହୂ

ବାଲିଚନ୍ଦ୍ରପୁର,୧୬ା୫(ସ୍ବ.ପ୍ର.)- ବାଲିଚନ୍ଦ୍ରପୁର ଥାନା ଅଣକା ପଞ୍ଚାୟତର ରାହାଳ ଗ୍ରାମରେ ପାରିବାରିକ କହଳକୁ ନେଇ ଗତ ୧୩ରେ ଶାଶୁ ବୋହୂଙ୍କ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ମଙ୍ଗଳବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂ ସଂଘମିତ୍ରା ବେହେରାଙ୍କର ମୃତ୍ୟୁ ହୋଇଛି।

ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ଚଣ୍ଡିଖୋଲ,୧୬ା୫(ଡି.ଏନ୍‌.ଏ.)- ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ କେନ୍ଦ୍ରପଡା ଜିଲା ମାର୍ଶାଘାଇ ଥାନା ଅଧୀନ କସଟିବାଲି ଗ୍ରାମର ଗୋବିନ୍ଦ ଚନ୍ଦ୍ର ବେହେରା(୭୦)।

ଚାଷ ଜମିରେ ଲୁଣା ପାଣି: ଖରିଫ ଧାନ ପ୍ରଭାବିତ ହେବା ଆଶଙ୍କା

ଚାଷ ଜମିରେ ଲୁଣା ପାଣି: ଖରିଫ ଧାନ ପ୍ରଭାବିତ ହେବା ଆଶଙ୍କା

ମହାକାଳପଡ଼ା, ୧୬।୫ (ଡି.ଏନ୍‌.ଏ.)-କାଳବୈଶାଖୀ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ବିଶେଷ ଭାବେ କ୍ଷୟକ୍ଷତି ହୋଇଥିବା ବେଳେ ଅମବାସ୍ୟା ତିଥି ଯୋଗୁ ଉଚ୍ଚ ଜୁଆର ଉଠି ମହାକାଳପଡ଼ା ବ୍ଲକର ଅନେକ ଚାଷଜମିରେ ଲୁଣାପାଣି ଭର୍ତ୍ତି ହୋଇଛି। ବୁଧବାର ସକାଳୁ ବ୍ଲକର ବହୁ ଚାଷଜମିରେ ଲୁଣାପାଣି ଭର୍ତ୍ତି ହୋଇଥିବା ଦେଖି ଫସଲ ନଷ୍ଟ ହେବା ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏକର ଏକର ଚାଷ ଜମିରେ ଲୁଣାପାଣି ଜମି ରହିଥିବାରୁ ଖରିଫ ଧାନ ଚାଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।

ଗହୀରମଥାରେ ନୂଆ ରେଞ୍ଜ ଅଫିସର

ରାଜନଗର, ୧୬।୫ (ଡି.ଏନ୍‌.ଏ.)- ରାଜନଗର ବନ୍ୟପ୍ରାଣୀ ଡିଭିଜନ୍‌ର ଗହୀରମଥା ସାମୁଦ୍ରିକ ବନାଞ୍ଚଳ ଅଧିକାରୀ ଭାବେ ଅରବିନ୍ଦ ମିଶ୍ର ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି।

ଆରଆଇଙ୍କୁ ଏଡିଏମ୍‌ ଉଠବସ କରାଇବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଆରଆଇଙ୍କୁ ଏଡିଏମ୍‌ ଉଠବସ କରାଇବା ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡା ଅଫିସ, ୧୬। ୫- ରାଜନଗର ତହସିଲର ଏକ ବୈଠକରେ ବିଳମ୍ବରେ ପହଞ୍ଚିବାରୁ ୨ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ ଏଡିଏମ୍‌ ବସନ୍ତ କୁମାର ରାଉତ ମଙ୍ଗଳବାର ଉଠବସ କରାଇଥିଲେ। ଏହି ଦଣ୍ଡାଦେଶକୁ ବିରୋଧ କରି ଓଡିଶା ରାଜ୍ୟ ନନ ଗେଜେଟେଡ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଗଠନ ବୁଧବାର ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏହି ଦାବିପତ୍ରରେ ସେମାନେ ଏଡିଏମ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ଗଣଧାରଣା

ଦୁର୍ନୀତି ପ୍ରତିବାଦରେ କଂଗ୍ରେସର ଗଣଧାରଣା

ରାଜକନିକା, ୧୬।୫ (ଡି.ଏନ୍‌.ଏ.)- ରାଜକନିକା ବ୍ଲକ ଅଞ୍ଚଳରେ ହୋଇଥିବା ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବ୍ଲକ ଆଗରେ କଂଗ୍ରେସ ପକ୍ଷରୁ ବୁଧବାର ଗଣଧାରଣା ଦିଆଯାଇଛି।

ନଦୀରେ ବୁଡ଼ି ଛାତ୍ର ମୃତ

ନଦୀରେ ବୁଡ଼ି ଛାତ୍ର ମୃତ

ରସୁଲପୁର, ୧୬।୫- ରସୁଲପୁର ବ୍ଲକସ୍ଥିତ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ଦୀପକ କୁମାର ସାହୁଙ୍କ ବୁଧବାର ଅପରାହ୍ନରେ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି।

ପୋଖରୀରେ ବୁଡ଼ି ଯୁବକ ମୃତ

ପୋଖରୀରେ ବୁଡ଼ି ଯୁବକ ମୃତ

ନୟାଗଡ଼ ଅଫିସ, ୧୬।୫: ନୟାଗଡ଼ ସଦର ବ୍ଲକ ବାଲୁଗାଁ ଗ୍ରାମରେ ପୋଖରୀରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଦାଶରଥୀ ବେହେରା। ପ୍ରକାଶ ଯେ, ଦାଶରଥୀ ମଙ୍ଗଳବାର ସକାଳ ୯ଟାରେ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ସେ ପୋଖରୀରେ ବୁଡ଼ି ଯାଇଥିଲେ।

ପଲ୍‌ସ ପୋଲିଓ ଟିକାକରଣ ପ୍ରସ୍ତୁତି ବୈଠକ

ପଲ୍‌ସ ପୋଲିଓ ଟିକାକରଣ ପ୍ରସ୍ତୁତି ବୈଠକ

ଜଗତସିଂହପୁର ଅଫିସ, ୧୬/୫: ଜଗତସିଂହପୁର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଲ୍‌ସ ପୋଲିଓ ଟିକାକରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓ ଜାତୀୟ ଡେଙ୍ଗୁ ଦିବସ ବୁଧବାର ପାଳିତ ହୋଇ ଯାଇଛି।

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚଣ୍ଡିଖୋଲ/ଧର୍ମଶାଳା,୧୬ା୫(ଡି.ଏନ.ଏ)- ଧର୍ମଶାଳା ଥାନା ଅର୍ନ୍ତଗତ କଣ୍ଟିଗଡ଼ିଆ ପାହାଡର ଶୀର୍ଷ ଦେଶରେ ଥିବା ଏକ ଗଛରୁ ବୁଧବାର ସକାଳେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା(୧୫/୧୮) ରୁଜୁ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ପଠାଇଛି।

ଭତ୍ତା ବଣ୍ଟନରେ ବିଳମ୍ବ: ମୂଳାପାଳ ପଞ୍ଚାୟତ ଅଫିସ ସମ୍ମୁଖରେ ଉତ୍ତେଜନା

ଭତ୍ତା ବଣ୍ଟନରେ ବିଳମ୍ବ: ମୂଳାପାଳ ପଞ୍ଚାୟତ ଅଫିସ ସମ୍ମୁଖରେ ଉତ୍ତେଜନା

ଯାଜପୁର ଅଫିସ,୧୬।୫: ଯାଜପୁର ଜିଲା କୋରେଇ ବ୍ଲକ ମୂଳାପାଳ ଗ୍ରାମ ପଞ୍ଚାୟତ ଅଫିସ ସମ୍ମୁଖରେ ବୁଧବାର ଭତ୍ତା ବଣ୍ଟନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ସ୍ବାମୀ ପରିତ୍ୟକ୍ତା ମହିଳା ପାଳିଲେ ସାବିତ୍ରୀ ବ୍ରତ

ସ୍ବାମୀ ପରିତ୍ୟକ୍ତା ମହିଳା ପାଳିଲେ ସାବିତ୍ରୀ ବ୍ରତ

କେନ୍ଦ୍ରାପଡା ଅଫିସ,୧୬।୫:ବିବାହ ଏକ ସାମାଜିକ ବନ୍ଧନ । ରୀତିନୀତି ହେଉଛି ସାମାଜିକ ଚଳଣୀ । ସ୍ବାମୀ ସ୍ତ୍ରୀ ଭଳି ପବିତ୍ର ବନ୍ଧନ ଓଡିଆ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି । ସ୍ବଳ୍ପ ସମୟ ପାଇଁ ହେଲେ ମଧ୍ୟ ଏହି ସମ୍ପର୍କ ଚିରନ୍ତନ । ଏହା କେବେ ଭୁଲି ହେବ ନାହିଁ ବୋଲି ସହରର ମନକରପୁରସ୍ଥ ସ୍ବଳ୍ପ ରହଣୀସ୍ଥଳ ରେସୱାରେ ସାବିତ୍ର ବ୍ରତ ପାଳନ କରୁଥିବା ମଞ୍ଜୁ (ଛଦ୍ମନାମ) କହିଛନ୍ତି । ସେ କହିଛନ୍ତି ଯେ, ମନୋମାଳିନ୍ୟ ହେତୁ ଶାଶୁଘର ଛାଡି ରେସୱାରେ ମାସେ ହେବ ରହି ଆସୁଛନ୍ତି । ସାବିତ୍ରୀ ବ୍ରତ ପାଳନ କରି ସ୍ବାମୀଙ୍କ ମଙ୍ଗଳ ମନାସିବା ସହିତ ତାଙ୍କ ସ୍ବାମୀ ଯେଉଁଠି ଅଛନ୍ତି, ଭଲରେ ଥାନ୍ତୁ ବୋଲି ମଞ୍ଜୁ ପ୍ରକାଶ କରିଛନ୍ତି । କେବଳ ମଞ୍ଜୁ ନୁହନ୍ତି ରେସୱାର ଅନ୍ତେବାସୀ ଅଞ୍ଜନା, ଅର୍ଚ୍ଚନା, ସଂଗୀତା, ସସ୍ମିତା (ସମସ୍ତଙ୍କର ଛଦ୍ମନାମ) ପ୍ରଭୃତି ୩୦ରୁ ଊର୍ଦ୍ଧ୍ୱ ମହିଳା ଅନ୍ୟ ସାଧାରଣ ବିବାହିତା ମହିଳାଙ୍କ ପରି ସାବିତ୍ରୀ ବ୍ରତକୁ ଅତି ନିଷ୍ଠାର ସହିତ ମଙ୍ଗଳବାର ପାଳନ କରିଛନ୍ତି । ଯୌତୁକ ନିର୍ଯାତନା ପାଇ ଶାଶୁଘର ଛାଡିଥିବା ମନସ୍ବନୀ କହିଛନ୍ତି ଯେ, ଘର ସଂସାରରେ ଆବଦ୍ଧ ପତିପତ୍ନୀ ସବୁ ପ୍ରକାରର ପ୍ରତିକୁଳ ପରିସ୍ଥିତିକୁ ସାମ୍ନା କରି ନିଜେ ଅନ୍ୟର ସୁରକ୍ଷା ଓ ନିରାପତ୍ତା ପାଇଁ କେତେ ତ୍ୟାଗ କରିପାରେ, ତାହା ହିଁ ସାବିତ୍ରୀ ବ୍ରତର ମୂଳକଥା ।

ଭିନ୍ନକ୍ଷମ ଅଧିକାର ନେଇ ସଚେତନତା ରଥ ପରିକ୍ରମା

ଭିନ୍ନକ୍ଷମ ଅଧିକାର ନେଇ ସଚେତନତା ରଥ ପରିକ୍ରମା

ମାର୍ଶାଘାଇ,୧୬।୫(ଡ଼ିଏନ୍‌ଏ):ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆରପିଡବ୍ଲୁଡି ଅଧିନିୟମ ୨୦୧୬ର ପ୍ରଚାର ଓ ପ୍ରସାର ନିମନ୍ତେ ରାଜ୍ୟସ୍ତରୀୟ ସଚେତନତା ରଥ ‘ସଶକ୍ତ ଦୂତ’ ମଙ୍ଗଳବାର ମାର୍ଶାଘାଇ ପରିକ୍ରମା କରିବା ସହ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ମାର୍ଶାଘାଇର ଭିନ୍ନକ୍ଷମ ସଂଗଠନ ଆରତୀ ଦେବୀ ସୋସାଇଟିର ସଦସ୍ୟାସଦସ୍ୟମାନେ ଏହି ରଥରେ ଆସିଥିବା ପ୍ରତିନିଧିମାନଙ୍କୁ ସ୍ବାଗତ କରିବା ପରେ ମାର୍ଶାଘାଇ କଲେଜରେ ରାତ୍ରି ଯାପନ କରିଥିଲେ। ସକାଳେ ଜୁଣ ଛକରେ ଦିବ୍ୟାଙ୍ଗ ସଦସ୍ୟାସଦସ୍ୟମାନେ ପଥପ୍ରାନ୍ତ ସଙ୍ଗୀତ, ନାଟକ ଏବଂ ବକ୍ତବ୍ୟ ମାଧ୍ୟମରେ ଦିବ୍ୟାଙ୍ଗମାନଙ୍କ ପାଇଁ ୨୦୧୬ରେ କରାଯାଇଥିବା ଅଧିନିୟମ ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ।

୨ ବର୍ଷ ପରେ  ସାବିତ୍ରୀ ବ୍ରତରେ ମିଳିତ ହେଲେ ସ୍ତ୍ରୀସ୍ବାମୀ

୨ ବର୍ଷ ପରେ ସାବିତ୍ରୀ ବ୍ରତରେ ମିଳିତ ହେଲେ ସ୍ତ୍ରୀସ୍ବାମୀ

କେନ୍ଦ୍ରାପଡା ଅଫିସ,୧୬।୫:କୁହାଯାଏ ସ୍ବାମୀ ସ୍ତ୍ରୀର ବନ୍ଧନ ସାତ ଜନମ ପାଇଁ । ସାଂପ୍ରତିକ ସମୟରେ ବିଭିନ୍ନ କାରଣ ଯୋଗୁ ଉଭୟଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ହୋଇ ବିବାହ ବିଚ୍ଛେଦ ହେଉଥିବା ଦେଖାଯାଉଛି । ତେବେ ମଙ୍ଗଳବାର ସାବିତ୍ରୀ ବ୍ରତ ପାଳନ ଅବସରରେ କେନ୍ଦ୍ରାପଡା ପରିବାର ଅଦାଲତ ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରି ଉଭୟ ସ୍ବାମୀସ୍ତ୍ରୀଙ୍କୁ ଆସନ୍ତା ୪ ମାସ ପାଇଁ ଏକାଠି ରହିବାକୁ ପରାମର୍ଶ ଦେଇଛି । ଅଦାଲତର ଏହି ପରାମର୍ଶକୁ ଗ୍ରହଣ କରି ଉଭୟ ଏକାଠି ହେବା ସହିତ ନବଜାତକକୁ ନେଇ ଖୁସି ହୋଇଥିବା ଦେଖାଯାଇଛି । ପରିବାର ଅଦାଲତ ସିପି ନଂ ୨୦୦/ ୧୬ ଅନୁଯାୟୀ ସଦର ଥାନା ଅନ୍ତର୍ଗତ ଦୁତିଆଳ ଗ୍ରାମର ଶିବପ୍ରସାଦ ନାୟକ ଓ ମାର୍ଶାଘାଇ ଥାନା ଅନ୍ତର୍ଗତ ମାଣିତ୍ରୀ ଗ୍ରାମର ନମିତା ନାୟକଙ୍କର ଗତ ୨୦୧୫ ମସିହା ମାର୍ଚ୍ଚ ୮ ତାରିଖରେ ସଖୀବଟ ମନ୍ଦିରରେ ବିବାହ ହୋଇଥିଲା ।

ବଙ୍ଗୀୟ ସମ୍ପ୍ରଦାୟର ୬୦ତମ ବାର୍ଷିକ ଚଡକ ପୂଜା

ବଙ୍ଗୀୟ ସମ୍ପ୍ରଦାୟର ୬୦ତମ ବାର୍ଷିକ ଚଡକ ପୂଜା

ମହାକାଳପଡା, ୧୬।୫ (ଡି.ଏନ.ଏ.):ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତସ୍ଥିତ ଚଡକ ପଡିଆରେ ବଙ୍ଗୀୟ ସମ୍ପ୍ରଦାୟର ୬୦ତମ ବାର୍ଷିକ ଚଡକ ପୂଜା ମଙ୍ଗଳବାର ଶେଷ ହୋଇଛି। ୯ଦିନ ଧରି ଆୟୋଜିତ ଏହି ପୂଜା ପାଇଁ ବ୍ରତଧାରୀମାନେ ବୈଶାଖ ମାସ ସାରା ବ୍ରତ କରିଥାନ୍ତି। ମଙ୍ଗଳବାର ଏକ ସୁସଜ୍ଜିତ କଦଳୀ ଗଛରେ ପଥର ତାଟିଆ ରଖାଯାଇ (ଶିବ ପାର୍ବତୀଙ୍କ) ଚଳନ୍ତୀ ପ୍ରତିମୂର୍ତ୍ତିକୁ ଆବସ୍ଥାପିତ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ପରମ୍ପରା ଅନୁଯାୟୀ, ପୂଜା ମଣ୍ଡପ ସମ୍ମୁଖରେ ଏକ ବାଉଁଶ ତାଡା ବନ୍ଧା ଯାଇଥିଲା। ବ୍ରତ ପାଳନ କରିଥିବା ମାନସିକଧାରୀମାନେ ବାଉଁଶ ବାଡା ଉପରକୁ ଚଢି ତଳେ ରହିଥିବା ଏକ ଜାଲ ଉପରକୁ ଲମ୍ଫ ପ୍ରଦାନ କରିଥିଲେ । ଜାଲରେ ପଡିବାପରେ ସେମାନଙ୍କୁ ଅନ୍ୟ ବ୍ରତଧାରୀମାନେ ପୂଜା ମଣ୍ଡପକୁ ଟେକି ନେଇଥିଲେ। ସାରେ ସମସ୍ତ ପୂଜାବିଧି ଶେଷ ହେବା ପରେ ବ୍ରତଧାରୀମାନେ ମଣ୍ଡପରେ ସଂକୀର୍ତ୍ତନ, ଢୋଲ, ମୃଦଙ୍ଗ ତାଳେ ତାଳେ ନୃତ୍ୟ କରିଥିଲେ। ଏହାକୁ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବାବୁରାମ ମଣ୍ଡଳ ଏହି ପୂଜାକୁ ପରିଚାଳନା କରୁଥିବା ବେଳେ ଗ୍ରାମବାସୀ ଏଥିରେ ସହାୟତା କରୁଥିଲେ। ମୁଖ୍ୟ ପୂଜକ ଭାବେ ଗୋପାଳ ମଣ୍ଡଳ ଏଥିରେ ପୂଜାର୍ଚ୍ଚନା କରିଥିଲେ ।

କାଳବୈଶାଖୀରେ ହରିପୁର ସ୍କୁଲ ଗୃହ ଭାଙ୍ଗିଲା

ପଟ୍ଟାମୁଣ୍ଡାଇ,୧୬।୫(ସ୍ବ.ପ୍ର.): ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ ଓଉପଦା ପଞ୍ଚାୟତ ଅନ୍ତର୍ଗତ ହରିପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଆଜବେଷ୍ଟସ ଭାଙ୍ଗି ଯାଇଛି । ଏ ନେଇ ସ୍କୁଲ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ରାଉତ ଓ ସଦସ୍ୟମାନେ ମଙ୍ଗଳବାର ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଛନ୍ତି । ସବୁ ସ୍କୁଲ ଗୃହକୁ ପକ୍କା ଗୃହରେ ପରିଣତ କରାଯାଉଥିବା ବେଳେ ହରିପୁର ପ୍ରାଥମିକ ସ୍କୁଲକୁ ପକ୍କା କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗ୍ରୀଷ୍ମ ଛୁଟି ମଧ୍ୟରେ ତୁରନ୍ତ ସ୍କୁଲ ଗୃହ ମରାମତି କରାଯିବାକୁ ଦାବି ହେଉଛି ।