ଉପକୂଳ ଓଡିଶା

ବିଜେଡିର ମହାନଦୀ ପାଇଁ ମହାସଂଗ୍ରାମ ଅଭିଯାନ:୧୯ରେ ମହାରାଲି ପାଇଁ ପ୍ରସ୍ତୁତି

ବିଜେଡିର ମହାନଦୀ ପାଇଁ ମହାସଂଗ୍ରାମ ଅଭିଯାନ:୧୯ରେ ମହାରାଲି ପାଇଁ ପ୍ରସ୍ତୁତି

ଖଣ୍ଡପଡା,୧୮।୫(ସ୍ବ.ପ୍ର)- ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାରଙ୍କ ଶତାଧିକ ବ୍ୟାରେଜ ନିର୍ମାଣ ପ୍ରତିବାଦରେ ରାଜ୍ୟ ବିଜେଡି ପକ୍ଷରୁ ଏକ ମହା ସଂଗ୍ରାମର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାନଦୀ କୂଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆସନ୍ତା ୧୯ ତାରିଖରେ ମହାରାଲି ଅନୁଷ୍ଠିତ ହେବ। ଖଣ୍ଡପଡା ନିର୍ବାଚନମଣ୍ଡଳୀର ବଳରାମ ପ୍ରସାଦଠାରୁ ଏହି ରାଲି ବାହାରି କଣ୍ଟିଲୋ ଶ୍ରୀ ନୀଳମାଧବଙ୍କ ପୀଠରେ ପହଞ୍ଚତ୍ବ। ଖଣ୍ଡପଡା ବ୍ଲକର ମହାନଦୀ ତଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ଏ ବିଷୟରେ ଅବଗତ କରିବା ଲକ୍ଷ୍ୟରେ ଗୁରୁବାର କଣ୍ଟିଲୋ, ବାଣପୁର ଓ ସିଧାମୂଳାଠାରେ ପୃଥକ୍‌ ବୈଠକ କରାଯାଇଥିଲା। ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ମହାରାଲିକୁ ମହାନଦୀ ପାର୍ଶ୍ୱବର୍ତ୍ତୀ ଜନସାଧାରଣ ସ୍ବାଗତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଜନସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ଦିନ ଏକ ମୋଟରସାଇକେଲ ଶୋଭାଯାତ୍ରା ନୀଳମାଧବ ପୀଠରେ ସନ୍ଧ୍ୟା ୫ଟାରେ ପହଞ୍ଚତ୍ବ ।

ଚିଲିକାରୁ ୧୦୪୪ ଏକର ଘେରିବନ୍ଧ ଉଚ୍ଛେଦ

ଚିଲିକାରୁ ୧୦୪୪ ଏକର ଘେରିବନ୍ଧ ଉଚ୍ଛେଦ

କୃଷ୍ଣପ୍ରସାଦ,୧୮।୫(ଡି.ଏନ.ଏ.)-ଚିଲିକାକୁ ପରିବେଶମୁକ୍ତ କରିବା ପାଇଁ ୧୬ତାରିଖରୁ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ସିଆଳ ଚତରା, ତଳିଆ ଚତରା, ବୁଦ୍ଧିବର ହେଟା, ବାଲିଗୋଠ ଆଦି ଚିଲିକା ଅଞ୍ଚଳରୁ ଦୁଇଦିନ ମଧ୍ୟରେ ଜବରଦଖଲକାରୀଙ୍କ କବଳରୁ ୧୦୪୪ ଏକର ମାଟିବନ୍ଧ ଉଚ୍ଛେଦ କରାଯାଇଛି । ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । କୃଷ୍ଣପ୍ରସାଦ ତହସିଲଦାର ଅଶୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ ଜେସିବି ମେଶିନ, ୩୦ଜଣ ଶ୍ରମିକ ଘେରି ଉଚ୍ଛେଦ କାର୍ଯ୍ୟର ନିୟୋଜିତ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ କୃଷ୍ଣପ୍ରସାଦ ଥାନା ଆଇଆଇସି ଦିଲୀପ କୁମାର ସ୍ବାଇଁଙ୍କ ନେତୃତ୍ୱରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହା ସମ୍ପୂର୍ଣ୍ଣ ଉଚ୍ଛେଦ ହେବା ପର୍ଯ୍ୟନ୍ତ ଚାଲୁରହିବ ବୋଲି ବିଭାଗୀୟ ଅଧିକାରୀଙ୍କଠାରୁ ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ରାଜସ୍ବ ପରିଦର୍ଶକ ସୁବାସ ଚନ୍ଦ୍ର ସାହୁ, ସମସ୍ତ ରାଜସ୍ବ ନିରୀକ୍ଷକ ଏବଂ ସିଡିଏ କର୍ମଚାରୀ ସହଯୋଗ କରୁଛନ୍ତି।

ବୋହୂଙ୍କୁ  କିରୋସିନ ଢାଳି ହତ୍ୟା ଉଦ୍ୟମ:୨ ଗିରଫ, ୩ ଫେରାର

ବୋହୂଙ୍କୁ କିରୋସିନ ଢାଳି ହତ୍ୟା ଉଦ୍ୟମ:୨ ଗିରଫ, ୩ ଫେରାର

ନୟାଗଡ଼ ଅଫିସ,୧୮।୫- ଇଟାମାଟି ଥାନା ଆଙ୍କୁଲପାଟଣା ଗ୍ରାମରେ ଜଣେ ବୋହୂଙ୍କୁ ଶାଶୁଘରେ କିରୋସିନ ଢାଳି ହତ୍ୟା ଉଦ୍ୟମ କରାଯିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଦୁଇଜଣ ହେଲେ ମହିଳାଙ୍କ ସ୍ବାମୀ ମନୋଜ କୁମାର ସାହୁ ଓ ଶ୍ୱଶୁର ଭଗବାନ ସାହୁ। ଏହି ଘଟଣାରେ ଅନ୍ୟ ୩ ଜଣ ଫେରାର ଅଛନ୍ତି। ଯେ, ନୟାଗଡ଼ ବ୍ଲକ ଚମ୍ପତ୍ତିପୁର ପଞ୍ଚାୟତ ଆଙ୍କୁଲପାଟଣା ଗ୍ରାମର ମନୋଜଙ୍କୁ ୧୬ ବର୍ଷ ତଳେ ଓଡ଼ଗାଁ ବ୍ଲକ ପାଣ୍ଡେରୀପଡ଼ା ଗ୍ରାମର ଲକ୍ଷ୍ମୀ ସାହୁ ବିବାହ କରିଥିଲେ। ବିବାହ ପରେ ସେମାନଙ୍କର ଗୋଟିଏ ପୁଅ ଓ ଝିଅ ଜନ୍ମ ହୋଇଥିଲେ। ଏଭଳି ସ୍ଥଳେ ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ ମନୋଜ କିଛି ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଲକ୍ଷ୍ମୀ ସ୍ବାମୀଙ୍କୁ ଆକଟ କରିଥିଲେ।

ପୋଖରୀରେ ବୁଡ଼ି ଭିନ୍ନକ୍ଷମ ଛାତ୍ରଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଭିନ୍ନକ୍ଷମ ଛାତ୍ରଙ୍କ ମୃତ୍ୟୁ

ଖଣ୍ଡପଡା,୧୮।୫(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବେଣାଗାଡିଆ ଗ୍ରାମର ଭିନ୍ନକ୍ଷମ ୮ମ ଶ୍ରେଣୀ ଛାତ୍ର ସାଗର ରାଉତ(୧୩) ଗୁରୁବାର ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ସକାଳ ପ୍ରାୟ ୯ଟା ସମୟରେ ଗ୍ରାମର ବିଶି ରାଉତଙ୍କ ଭିନ୍ନକ୍ଷମ ପୁଅ ସାଗର ସ୍ଥାନୀୟ ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତା ବଶତଃ ଗୋଡ ଖସିଯିବାରୁ ବୁଡିଯାଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଖଣ୍ଡପଡା ଏନଏସି ସ୍ଥାୟୀ କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃତ

ଖଣ୍ଡପଡା,୧୮।୫(ସ୍ବ.ପ୍ର.)- ଖଣ୍ଡପଡା ଏନ୍‌ଏସିରେ କାର୍ଯ୍ୟରତ ୧୩ଜଣ ସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ବର୍ଦ୍ଧିତ ହାରରେ ଗତ ୩ ମାସର ବେତନ ପ୍ରଦାନ କରିବାକୁ ଜିଲାପାଳ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୫ ଦିନ ପରେ କର୍ମଚାରୀମାନେ ଧାରଣାରୁ ନିବୃତ୍ତ ହୋଇଛନ୍ତି। ନୟାଗଡ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଧାରଣାରତ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରକାଶ ଚନ୍ଦ୍ର ବାରିକ, ଲାଲମୋହନ ପଟ୍ଟନାୟକ, ହରିହର ମିଶ୍ର ଓ ଚନ୍ଦ୍ର ମୁଖୀ ପ୍ରମୁଖ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅଭୟ କୁମାର ନାୟକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଖଣ୍ଡପଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡଙ୍ଗୀଙ୍କ ଉପସ୍ଥିତିରେ ଆଲୋଚନା ବେଳେ ସରକାରୀ ନିୟମାନୁଯାୟୀ ତୁରନ୍ତ କର୍ମଚାରୀମାନଙ୍କୁ ବେତନ ବାବଦ ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କର୍ମଚାରୀମାନେ ସନ୍ତୋଷ ପ୍ରକାଶ କରିଥିବା ବେଳେ ଶୁକ୍ରବାରଠାରୁ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି। ଏହା ଦ୍ୱାରା କିଛିଦିନ ଧରି ଏନଏସି କାର୍ଯ୍ୟାଳୟରେ ଲାଗିରହିଥିବା ଅଚଳାବସ୍ଥା ଦୂର ହୋଇଥିବା ଜଣାଯାଇଛି।

ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କ ଦ୍ୱାରା ୫ କଇଁଛ ଉଦ୍ଧାର

ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କ ଦ୍ୱାରା ୫ କଇଁଛ ଉଦ୍ଧାର

ରଣପୁର,୧୮।୫ (ସ୍ବ.ପ୍ର.)- ଗୁରୁବାର ରଣପୁର ଅଞ୍ଚଳରୁ ବାହାରକୁ ବିକ୍ରି ପାଇଁ ନିଆଯାଉଥିବା ୫ କଇଁଛକୁ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟ ଅଜୟ କୁମାର ଦାସ ଜବତ କରି ନିକଟସ୍ଥ ଭେଟବର ଡ୍ୟାମ୍‌ରେ ଛାଡିଦେଇଛନ୍ତି। ହେଲେ ଘଟଣାସ୍ଥଳରୁ ସମ୍ପୃକ୍ତ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ବ୍ଲକ ଅଞ୍ଚଳର ବିଭିନ୍ନ ପୋଖରୀ, ନଦୀନାଳରୁ କଇଁଛ ଓ ଗୋଧିମାନଙ୍କୁ ମୁଣ୍ଡପୋତା ଜାତିର ଲୋକମାନେ ଧରି ଖାଇବା ସହିତ ବାହାରକୁ ଚାଲାଣ କରୁଛନ୍ତି। ଏହା ସହିତ ବନ୍ୟପ୍ରାଣୀଙ୍କୁ ମଧ୍ୟ ସେମାନେ ବେଆଇନ ଭାବେ ଶିକାର କରୁଛନ୍ତି। ଗୁରୁବାର ସକାଳେ ଏହି ଜାତିର ଦୁଇଜଣ ଯୁବକ ବଳଭଦ୍ରପୁର ପଞ୍ଚାୟତର କଙ୍କଡାଝରି ନାଳରୁ ୫ କଇଁଛ ଧରି ବାହାରକୁ ବିକ୍ରି କରିବାକୁ ନେଉଥିଲେ। ଖବର ପାଇ ସ୍ନେକ୍‌ ହେଲ୍‌ପ ଲାଇନ ସଦସ୍ୟ ଅଜୟ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚତ୍ ସେମାନଙ୍କଠାରୁ କଇଁଛଗୁଡିକୁ ଜବତ କରିଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବକ ଦ୍ୱୟ ସେଠାରୁ ଦୌଡି ପଳାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର ହୋଇଥିବା ୫ କଇଁଛକୁ ଭେଟବର ଡ୍ୟାମରେ ଛାଡି ଦିଆଯାଇଥିଲା।

ନୂଆଗାଁ ଉପଡାକଘର: ଆବଶ୍ୟକ ବେଳେ ମିଳୁନି ଜମାଟଙ୍କା

ନୂଆଗାଁ ଉପଡାକଘର: ଆବଶ୍ୟକ ବେଳେ ମିଳୁନି ଜମାଟଙ୍କା

ନୂଆଗାଁ,୧୮।୫ (ଡି.ଏନ.ଏ.)- ଅଧିକ ସୁରକ୍ଷିତ ଭାବି ଲୋକମାନେ ଡାକଘରେ ଟଙ୍କା ଜମା କରୁଥିବାବେଳେ ଆବଶ୍ୟକ ବେଳେ ସେହି ଟଙ୍କା ଉଠାଇ କାମରେ ଲଗାଇବାକୁ ଆଶା ପୋଷଣ କରିଥାନ୍ତି। ହେଲେ ନୟାଗଡ ଜିଲା ନୂଆଗାଁ ବ୍ଲକ ନୂଆଗାଁଠାରେ ଥିବା ଉପଡାକଘର ସେମାନଙ୍କ ଆବଶ୍ୟକ ସମୟରେ ଟଙ୍କା ଦେଇପାରୁ ନ ଥିବା କେତେଜଣ ଜମାକାରୀ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ନୂଆଗାଁ ଉପଡାକଘରେ ଲୋକମାନେ ବିଭିନ୍ନ ଯୋଜନାରେ ଟଙ୍କା ସଞ୍ଚୟ କରିଛନ୍ତି। କିଛି ଲୋକ ମୂଳ ଜମାରାଶି ଦ୍ୱିଗୁଣିତ କରିବା, କିଛି ଲୋକ ଜୀବନବୀମା ଓ ଆଉ କେତେଜଣ ଆବଶ୍ୟକ ସମୟରେ ଗଚ୍ଛିତ ଟଙ୍କାକୁ ନେଇ କାମରେ ଲଗାଇବା ପାଇଁ ଟଙ୍କା ସଞ୍ଚୟ କରିଛନ୍ତି। କିନ୍ତୁ ଦ୍ୱିଗୁଣିତ ହେବା ପାଇଁ ସଞ୍ଚୟ କରିଥିବା ଟଙ୍କାର ଅବଧି ପୂରଣ ହେବାର ଦୁଇମାସ ବିତିଯାଇଥିଲେ ମଧ୍ୟ ଜଣେ ମହିଳା ତାଙ୍କ ପ୍ରାପ୍ୟ ପାଇନାହାନ୍ତି। ଟଙ୍କା ପାଇଁ ଆସିଲେ ପୋଷ୍ଟଅଫିସ କର୍ମଚାରୀ ଆଜି କାଲି କହି ସମୟ ଗଡାଇ ଚାଲିଛନ୍ତି।

ମନ୍ଦିର ପରିସରରୁ ଚନ୍ଦନଗଛ ଚୋରି

ମନ୍ଦିର ପରିସରରୁ ଚନ୍ଦନଗଛ ଚୋରି

ଭାପୁର,୧୮।୫(ଡି.ଏନ୍‌.ଏ.)- ଫତେଗଡ଼ ଥାନା କେନ୍ଦୁପଲ୍ଲୀ ପଞ୍ଚାୟତ କେନ୍ଦୁପଲ୍ଲୀ ଗ୍ରାମର ଶିବ ମନ୍ଦିର ପରିସରରୁ ମଙ୍ଗଳବାର ଏକ ଫୁଟ ଗୋଲେଇ ବିଶିଷ୍ଟ ଏକ ଚନ୍ଦନ ଗଛ ଦୁର୍ବୁତ୍ତମାନେ ଚୋରି କରି ନେଇଛନ୍ତି। ମାଟି ଉପରୁ ୪ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଗଛର ଗଣ୍ଡିକୁ କାଟି ନେଇ ଅବଶିଷ୍ଟ ଗଛ ସେଠାରେ ଚୋରମାନେ ପକାଇ ପଳାଇଛନ୍ତି। ଏ ନେଇ ଗ୍ରାମବାସୀ ଜାଣିବାକୁ ପାଇ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇ ତଦନ୍ତ ଆହମ୍ଭ ହୋଇଛି। ଏଠାରେ ସ୍ମରଣଯୋଗ୍ୟ ଯେ, ପୂର୍ବରୁ ଖଇରଗାଡ଼ିଆ ଶିବ ମନ୍ଦିର, ପିଠାଖାଇ, ବିଜିପୁର ଗ୍ରାମରୁ ମଧ୍ୟ ଚନ୍ଦନ ଗଛ ଚୋରି ହୋଇଛି।

ପ୍ରେମିକାଙ୍କୁ ଗଳାକାଟି ହତ୍ୟା ଘଟଣା:ପ୍ରେମିକ ଓ ସାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

ପ୍ରେମିକାଙ୍କୁ ଗଳାକାଟି ହତ୍ୟା ଘଟଣା:ପ୍ରେମିକ ଓ ସାଙ୍ଗଙ୍କୁ ଆଜୀବନ କାରାଦଣ୍ଡ

ନୟାଗଡ଼ ଅଫିସ,୧୮।୫- ଜଣେ ଯୁବତୀଙ୍କୁ ପ୍ରେମ କରି ଧୋକ୍କା ଦେଇ ଗଳାକାଟି ହତ୍ୟା ଘଟଣାର ଗୁରୁବାର ଜିଲା ଦୌରାଜଜ୍‌ ବିଚାର କରି ଦୁଇଜଣ ଯୁବକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି। ସେମାନେ ହେଲେ ନୟାଗଡ଼ ଟାଉନ ଥାନା ବାରପଲ୍ଲା ଗ୍ରାମର ପ୍ରେମିକ ଲକ୍ଷ୍ମୀଧର ବେହେରା ଓ ଲକ୍ଷ୍ମୀଧରଙ୍କ ସାଙ୍ଗ ପ୍ରଦୀପ୍ତ ପ୍ରଧାନ। ପ୍ରକାଶ ଯେ, ଲକ୍ଷ୍ମୀଧର ଇଟାମାଟି ଥାନା ବିଜିପୁର ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ଝିଅ ମାନିନୀଙ୍କୁ ପ୍ରେମ କରୁଥିଲେ। ଅନେକ ସମୟରେ ଲକ୍ଷ୍ମୀଧର ବିଜିପୁର ଯାଇ ସେଠାରେ ମାନିନୀଙ୍କୁ ଦେଖା କରୁଥିଲେ। ୯ ମେ ୨୦୧୬ରେ ଲକ୍ଷ୍ମୀଧର ପ୍ରଦୀପ୍ତଙ୍କୁ ନେଇ ମାନିନୀଙ୍କ ଗ୍ରାମକୁ ଯାଇଥିଲେ ।

ସଂଗ୍ରହାଳୟର ସୁରକ୍ଷା ନେଇ ପ୍ରଶ୍ନବାଚୀ

ବରୀ,୧୮।୫:ଦୀର୍ଘ ୩ ହଜାର ବର୍ଷ ତଳର ସଂସ୍କୃତି ଓ ଇତିହାସ ବହନ କରିଛି ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବୌଦ୍ଧ କୀର୍ତ୍ତୀରାଜି ରତ୍ନଗିରି ପାହାଡ଼। ଏହାର ପ୍ରାକୃତିକ ସୌନ୍ଦଯର୍‌ୟ ଦେଶବିଦେଶରୁ ହଜାର ହଜାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ବିଶ୍ୱ ମାନଚିତ୍ରରେ ଏହା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲାବେଳେ ଏଠାରେ ଥିବା ସଂଗ୍ରହାଳୟ ଜ୍ଞାନର ଗନ୍ତାଘର ପାଲଟିଛି। ମାତ୍ର ଏବେ ଏହି ସଂଗ୍ରହାଳୟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୧୯୫୮ ମସିହାରେ ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗ ରତ୍ନଗିରି ହାତକୁ ନେଇ ଉତ୍‌ଖନନ କାର୍ଯ୍ୟ କରିଥିଲା। ଏହାଦ୍ୱାରା ପଯର୍‌ୟାପ୍ତ ପରିମାଣର ବୌଦ୍ଧ ସ୍ଥାପତ୍ୟ, ଶିଳାଲିପି, ମୃତ୍ତିକା ମୋହର, ବାସ୍ତୁସ୍ତୂପ ଓ ସୁରମ୍ୟ ବୌଦ୍ଧ ବିହାରର ଧ୍ୱଂସାବ ଶେଷ ଲୋକଲୋଚନକୁ ଆସିପାରିଛି। ଏ ସବୁକୁ ସାଇତି ରଖିବା ପାଇଁ ୧୯୯୦ ମସିହାରେ ରତ୍ନଗିରି ପାହାଡର ଶୀର୍ଷଭାଗରେ ଏକ ସୌନ୍ଦର୍ଯ୍ୟମୟ ସୁରମ୍ୟ ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୯୮ ଅଗଷ୍ଟ ୧୫ରେ ସର୍ବସାଧାରଣଙ୍କ ପାଇଁ ଉସତ୍ର୍ଗୀକୃତ କରାଯାଇଛି।

ପରିବହନ ଠିକାଦାରଙ୍କ କବ୍‌ଜାରେ ଜିଲା ଯୋଗାଣ କାର୍ଯ୍ୟାଳୟ

ଯାଜପୁର ଅଫିସ,୧୮।୫:ପରିବହନ ଠିକାଦାର କବ୍‌ଜାରେ ଜିଲା ଯୋଗାଣ କାର୍ଯ୍ୟାଳୟ ରହିଥିବା ଭଳି ମନେ ହେଉଛି। ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପିଡିଏସ ଖାଦ୍ୟ ସାମଗ୍ରୀ ପରିବହନରେ ଓଭରଲୋଡ ଦେବାକୁ ମନା କରିବାରୁ ଜଣେ ଲିପ୍ଟିଂ ଇନ୍ସପେକ୍ଟରଙ୍କୁ ଅଚାନକ ବଦଳି ହେବାକୁ ପଡିଛି। ଯୋଗାଣ ବିଭାଗରେ ପିଡିଏସ ଖାଦ୍ୟ ସାମଗ୍ରୀ ପରିବହନ କ୍ଷେତ୍ରରେ ଅନିୟମିତତା କେତେ ଏଥିରୁ ଜଳଜଳ ହୋଇ ଦିଶୁଛି। ପୂର୍ବରୁ ଖାଦ୍ୟ ସାମଗ୍ରୀ ପରିବହନରେ ଦୁର୍ନୀତି ଓ ସମ୍ପୃକ୍ତ ପରିବହନ କମ୍ପାନୀକୁ ନିଲମ୍ବିତ ଭଳି ଅନେକ ନଜିର ରହିଛି। ଏପରିକି ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟାରେ ଚଞ୍ଚକତା କରି ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ ଜିଲା ଯୋଗାଣ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ରାଜନୈତିକ ଚାନ୍ଦା ପାଇଁ ଯୋଗାଣ ବିଭାଗରେ ଦୁର୍ନୀତି ସୀମା ଟପିବାରେ ଲାଗିଛି। ଏହାର ଚେର ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ଲମ୍ବିଥିବାରୁ ତଦନ୍ତ ଆଶା ବୃଥା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

୩ ଅନ୍ତର୍ଜାତୀୟ ଠକ ଗିରଫ ପରେ ଲମ୍ବୁଛି ଠକେଇ ତାଲିକା

୩ ଅନ୍ତର୍ଜାତୀୟ ଠକ ଗିରଫ ପରେ ଲମ୍ବୁଛି ଠକେଇ ତାଲିକା

ପାରାଦୀପ,୧୮।୫(ସ୍ବ.ପ୍ର.): ପାରାଦୀପ ଇଫ୍‌କୋ ଛକଠାରେ ଅଞ୍ଜଳି ଟ୍ରେଡର୍ସ ନାମକ ଏକ ବ୍ୟବସାୟିକ ସଂସ୍ଥା ବିପୁଳ ଟଙ୍କାର ଠକେଇ କରି ଧରାପଡିଥିଲା। ଏହି ସଂସ୍ଥାର ୩ଜଣଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ଗିରଫ ପରେ ଏହି ସଂସ୍ଥାର ଠକେଇ ଦେଶବ୍ୟାପୀ ଚାଲିଥିବା ଜଣାପଡିଛି। ଗୁରୁବାର ଏହି ସଂସ୍ଥା ଓଡ଼ିଶାର ରାଜଗାଙ୍ଗପୁରରେ ୬୦ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସୁନ୍ଦରଗଡ଼, ସମ୍ବଲପୁର, ବିହାରର ପାଟଣା, ଜୟପୁର, ନେପାଳ, କାଠମାଣ୍ଡୁ ଅଞ୍ଚଳରୁ ସଂସ୍ଥା ପ୍ରାୟ ୨୦ କୋଟି ଟଙ୍କାରୁ ଅଧିକ ଲୁଟି ନେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହି ସଂସ୍ଥା ପାରାଦୀପର ଇଫକୋ ଛକଠାରେ ଏକ ଘର ଭଡ଼ା ନେଇ ମାର୍ଚ୍ଚ ମାସରେ ଅଞ୍ଜଳି ଟ୍ରେଡର୍ସ ନଁାରେ ବ୍ୟବସାୟ ଖୋଲିଥିଲା। ନାମୀଦାମୀ କମ୍ପାନୀର ଘର କରଣା ସାମଗ୍ରୀ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦେବ ବୋଲି ପ୍ରଚାରପତ୍ର ବାଣ୍ଟିଥିଲା। ଯେଉଁମାନେ ଉକ୍ତ କମ୍ପାନୀରେ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ଜମା କରିବେ ସେମାନଙ୍କୁ ଏହି ସୁବିଧା ମିଳୁଥିଲା। ଉଦାହରଣତଃ ଏକ ଟିଭିର ମୂଲ୍ୟ ୧୦ହଜାର ଟଙ୍କା। ଅଗ୍ରିମ ୫ହଜାର ଟଙ୍କା ଜମା କରିବା ପରେ ୧୦ ଦିନ ମଧ୍ୟରେ ଟିଭି ମିଳିବ ବୋଲି କୁହାଯାଇଥିଲା। ଏପରିକି ପ୍ରଥମ ସପ୍ତାହରେ ୨ଲକ୍ଷ ୪୦ ହଜାର ଟଙ୍କା କେତେକ ଲୋକ ଜମା କରିଥିଲେ।

ଚିନ୍ତାରେ ଜିଲାନାସୀ ଚାଷୀ : ନଦୀରେ ଲୀନ ହେଉଛି ଚାଷଜମି

ଚିନ୍ତାରେ ଜିଲାନାସୀ ଚାଷୀ : ନଦୀରେ ଲୀନ ହେଉଛି ଚାଷଜମି

କୁଜଙ୍ଗ,୧୮।୫(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଏକ ଧୋୟା ଅଞ୍ଚଳ। ମହାନଦୀ ଓ ପାଇକା ମଧ୍ୟବର୍ତ୍ତୀ ଏହି ପଞ୍ଚାୟତକୁ ଯାତାୟାତା ପାଇଁ ଏବେ ଗୋଟିଏ ପୋଲ ନିର୍ମାଣ କରାଯାଇଛି। ପୂର୍ବରୁ ଏଠାକୁ ଯିବା ପାଇଁ କେବଳ ଡଙ୍ଗା ହିଁ ଏକମାତ୍ର ଭରସା ଥିଲା। ମହାନଦୀରେ ଏହି ପଞ୍ଚାୟତକୁ ପୋଲ ନିର୍ମାଣ ଯୋଗୁ ପଞ୍ଚାୟତବାସୀ ଖୁସି ହୋଇଥିବାବେଳେ ନଦୀ ସଂଲଗ୍ନ ଚାଷଜମିରୁ ମୃତ୍ତିକା କ୍ଷୟ ଏବେ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ବିଗତ ୩ ବର୍ଷ ହେଲା ଯେଉଁ ପରିମାଣରେ ମୃତ୍ତିକା କ୍ଷୟ ହୋଇଛି, ସେଥିରେ ୧୦ ଏକରରୁ ଅଧିକ ଚାଷଜମି ନଦୀରେ ଲୀନ ହୋଇ ସାରିଲାଣି। ଏହି କ୍ଷୟ ଗତବର୍ଷ ଅଧିକ ମାତ୍ରାରେ ହୋଇଛି। ସ୍ଥାନୀୟ ଲୋକ ପ୍ରତିନିଧି ଓ ମୁରବୀମାନେ ଏହି ସ୍ଥାନରେ ପଥର ସ୍ପର ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଗତ କିଛିଦିନ ହେବ ଏହି ଅଞ୍ଚଳରୁ କେତେକ ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଭାବେ ମାଟି ଉଠାଉଛନ୍ତି। ଫଳରେ ଚାଷଜମି କ୍ଷୟ ହେଉଥିବା ବେଳେ ନଦୀ କୂଳରୁ ଅତଡା ଖସୁଛି। ତେଣୁ ତୁରନ୍ତ ବାଲିବସ୍ଥା, ବହ୍ଲା ଆଦି ପୋତି ଅସ୍ଥାୟୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ  ଜିଲାରେ ପ୍ୟାର୍‌ ଭରା ପ୍ୟାକ୍‌ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ଜିଲାରେ ପ୍ୟାର୍‌ ଭରା ପ୍ୟାକ୍‌ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ

ଯାଜପୁରରୋଡ,୧୭ା୫(ନି.ପ୍ର.)- ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ଅବସରରେ ଗୁରୁବାର ଯାଜପୁର ଜିଲାରେ ଏପ୍ୟାର୍‌ ଭରା ପ୍ୟାକ୍‌ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମସ୍ତଙ୍କୁ ଶାନ୍ତି ଓ ଖୁସି ବାଣ୍ଟି ନିଜେ ହସିବା ସହ ଅନ୍ୟର ମୁହଁରେ ହସ ଫୁଟାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ ବ୍ୟାସସରୋବର ଜଗନ୍ନାଥ ମନ୍ଦିର ପରିସରରେ ଆର୍ଟ ଅଫ୍‌ ଗିଭିଂ କାର୍ଯ୍ୟକ୍ରମ ହୋଇଥିଲା।

ଝାଡାବାନ୍ତିରେ ୭ ଆରଏସ୍‌ଏସ୍‌ କର୍ମୀ ଆକ୍ରାନ୍ତ

ଯାଜପୁର ରୋଡ,୧୭ା୫(ନି.ପ୍ର.)- ଯାଜପୁରରୋଡ ମଧୁସୂଦନନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ୫ଦିନ ହେବ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସ୍‌ଏସ୍‌)ର ଏକ କ୍ୟାମ୍ପ ଚାଲୁଛି। ଗୁରୁବାର ଏହି କ୍ୟାମ୍ପ ଚାଲୁଥିବାବେଳେ ୭ଜଣ ଆରଏସ୍‌ଏସ୍‌ କର୍ମୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତ ହୋଇଥିବା ଉକ୍ତ କର୍ମୀଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥା ଭଲ ଥିବା ଜଣାପଡ଼ିଛି।

ଚୋରି ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଚଣ୍ଡିଖୋଲ,୧୭ା୫(ଡି.ଏନ୍‌.ଏ.)-୨ ବର୍ଷ ପୂର୍ବରୁ ଏକ ଚୋରି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ବନ୍ଦୀ ଭାବେ ରହିଆସିଥିବା ଜଣେ ଅଭିଯୁକ୍ତଙ୍କୁ ଚଣ୍ଡିଖୋଲ କୋର୍ଟ ବିଚାରପତି ସୁଶ୍ରୀ ନେହା ଅଗ୍ରୱାଲା ଗୁରୁବାର ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ତାଙ୍କ ନାମ ପାଗଳ ମଲ୍ଲିକ। ତେବେ ପାଗଳ ୨୦୧୮ ଫେବୃୟାରୀରୁ ପୋଲିସ ଦ୍ୱାରା ଗିରଫ ହୋଇ ଯାଜପୁର ଜେଲରେ ବିଚାର ବିଭାଗୀୟ ବନ୍ଦୀ ଭାବେ ରହୁଥିଲେ।

ବନ୍ଧୁକ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବନ୍ଧୁକ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଗଣିଆ,୧୭ା୫(ଡି.ଏନ୍‌.ଏ.)- ଗଣିଆ ବ୍ଲକ ଡଙ୍କାରୀସାହି ଛକର ଶ୍ରୀ ଶ୍ରୀ ଗଣପତିଶ୍ୱର ମନ୍ଦିର ନିକଟରୁ ଗୁରୁବାର ଦୁର୍ବୁତ୍ତମାନେ ବନ୍ଧୁକ ଦେଖାଇ ଦୁଇ ଯୁବକଙ୍କଠାରୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସମେତ ମୋବାଇଲ ଫୋନ୍‌ ଲୁଟି ନେଇଥିବା ଗଣିଆ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ରେ ଶିକାର ହୋଇଥିବା ଦୁଇ ଯୁବକ ଭାରତ ଫାଇନାନ୍ସ କମ୍ପାନୀ ଖଣ୍ଡପଡ଼ା ଶାଖାର କର୍ମଚାରୀ ବୋଲି ଜଣାପଡିଛି।

ଆନ୍ତର୍ଜାତିକ ଦେବାର କଳା କାର୍ଯ୍ୟକ୍ରମ ଭ୍ରାତୃଭାବ  ଉଦ୍ରେକ  କରାଇବା ମୂଳଲକ୍ଷ୍ୟ

ଆନ୍ତର୍ଜାତିକ ଦେବାର କଳା କାର୍ଯ୍ୟକ୍ରମ ଭ୍ରାତୃଭାବ ଉଦ୍ରେକ କରାଇବା ମୂଳଲକ୍ଷ୍ୟ

ଗଣିଆ,୧୭ା୫(ଡି.ଏନ୍‌.ଏ.)- ଗୁରୁବାର ଗଣିଆ ବ୍ଲକର ସମସ୍ତ ପଞ୍ଚାୟତରେ ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଙ୍ଗ ବା ଦେବାର କଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଣିଆସ୍ଥିତ ଲିଙ୍ଗରାଜ ମହାଦେବଙ୍କ ମନ୍ଦିରଠାରୁ ଏକ ପଦଯାତ୍ରା ବାହାରି ଗଣିଆ ଗ୍ରାମ ଓ ବଜାର ପରିକ୍ରମା କରିଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ସାମାଜିକ କାର୍ଯ୍ୟକର୍ତ୍ତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସଦାଶିବ ମିଶ୍ର, ଉପାଧ୍ୟକ୍ଷା ଶାନ୍ତିଲତା ଦାସ, ଜିଲା ପରିଷଦ ସଦସ୍ୟ ମହେଶ୍ୱର ମହାରଣା, ସରପଞ୍ଚ ସସ୍ମିତା ଲେଙ୍କା, ସମିତି ସଭ୍ୟା ସନ୍ଧ୍ୟାରାଣୀ ସାହୁ, ଆଡ଼କଟା ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ, ଛାମୁଣ୍ଡିଆ ସରପଞ୍ଚ ମଙ୍ଗୁଳୁ ସାହୁ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ପ୍ରମୁଖ ସାମିଲ ହୋଇଥିଲେ।

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ଡେରାବିଶ,୧୭।୫(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗଜେନ୍ଦ୍ର ବେହେରା (୨୬) ନାମକ ଜଣେ ଯୁବକଙ୍କୁ ଗୁରୁବାର ପୋଲିସ ଗିରଫ କରିଛି।

ସମ୍ବର୍ଦ୍ଧନା ଉତ୍ସବକୁ ନେଇ ପ୍ରସ୍ତୁତି ବୈଠକ

ଜଗତସିଂହପୁର ଅଫିସ,୧୬।୫: ଜଗସିଂହପୁର ଜିଲା ପାଟଣୀ ଗାଁଠାରେ ଆସନ୍ତା ୨୦ ତାରିଖ ଦିନ ଜଗତସିଂହପୁର ଜିଲା ପ୍ରବକ୍ତା ପରିଷଦ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଜିଲା ସ୍ତରୀୟ ପ୍ରବକ୍ତା ସମାରୋହ ଓ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ‘ଜ୍ଞାନ ବର୍ଷଣ ମହୋତ୍ସବ-୨୦୧୮’ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।

ମାର୍ଶାଘାଇରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ

ମାର୍ଶାଘାଇ,୧୭।୫(ଡି.ଏନ.ଏ.)-କେନ୍ଦ୍ରାପଡା ଜିଲା ମାର୍ଶାଘାଇ ବ୍ଲକ ଦରବଚ୍ଛା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ ୫ମ ବାର୍ଷିକ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ଝାଡାବାନ୍ତିରେ ୭ ଆରଏସଏସ କର୍ମୀ ଆକ୍ରାନ୍ତ

ଯାଜପୁରରୋଡ,୧୭।୫(ନି.ପ୍ର.)-ସ୍ଥାନୀୟ ମଧୁସୂଦନନଗରରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର ପ୍ରଶିକ୍ଷଣ ଓ ସାଂଗଠନିକ କ୍ୟାମ୍ପ ଚାଲିଛି । ଏଥିରେ ଜିଲାର ଆରଏସଏସ କର୍ମୀମାନେ ଯୋଗ ଦେଇଛନ୍ତି ।

ପାନୀୟ ଜଳ ଯୋଗାଣ ପାଇଁ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୧୭।୫-ଡେରାବିଶ ବ୍ଲକ ବାରିମୂଳ ପଞ୍ଚାୟତ ଓସ୍ତପୁର (ସାନ୍ତାଳସାହି)ର ଅଧିବାସୀଙ୍କ ପାଇଁ ପାନୀୟ ଜଳ ଏକ ସମସ୍ୟା ହୋଇଛି । ଏଠାରେ ନଳକୂପ କିମ୍ବା ପାଇପ ପାଣି ବ୍ୟବସ୍ଥା ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା ଅଫିସ,୧୭।୫-ଜାତୀୟ ଓ ଅନ୍ତର୍ଜାତୀୟ ଚିତ୍ରକଳା କ୍ଷେତ୍ରରେ କେନ୍ଦ୍ରାପଡା ଜିଲା ପାଇଁ ଗୌରବ ଆଣିଥିବା ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭୁବନେଶ୍ୱରସ୍ଥ ଗଣ ସାଂସ୍କୃତିକ ମଞ୍ଚ ପକ୍ଷରୁ ନିକଟରେ ଜୟଦେବ ଭବନ ଠାରେ ଆୟୋଜିତ ହୋଇଥିବା ସାହିତ୍ୟ ପତ୍ରିକା ଯୁଗ ପ୍ରବର୍ତ୍ତକର ସାମ୍ବତ୍ସରିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି ।