ଉପକୂଳ ଓଡିଶା

କାଳବୈଶାଖୀ: ବ୍ୟାପକ କାଜୁ ଫସଲ ନଷ୍ଟ

ଟାଙ୍ଗୀ(ଖୋର୍ଦ୍ଧା),୧୦ା୫ (ଡି.ଏନ.ଏ.)- ଗତ ୨ ତାରିଖ ମଧ୍ୟରାତ୍ରିରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଟାଙ୍ଗୀ ଅଞ୍ଚଳରେ ବ୍ୟାପକ କାଜୁ ଫସଲ କ୍ଷୟକ୍ଷତି ହୋଇଛି। ଫଳରେ ଏହି ଫସଲ କରି ପରିବାର ଚଳାଉଥିବା ଚାଷୀମାନେ ଭାଙ୍ଗିପଡିଛନ୍ତି। ଖରିଫ ଓ ରବି ଚାଷରେ ବିଭିନ୍ନ ପ୍ରକାର ରୋଗପୋକ ଲାଗି ଫସଲ କ୍ଷୟକ୍ଷତି ହେଉଛି।

ଦିନକର କାହାଣୀ : ଟାଏକୋଣ୍ଡୋ ପ୍ରଶିକ୍ଷକ ଦିବ୍ୟ ରଞ୍ଜନ ବରାଡ଼

ଦିନକର କାହାଣୀ : ଟାଏକୋଣ୍ଡୋ ପ୍ରଶିକ୍ଷକ ଦିବ୍ୟ ରଞ୍ଜନ ବରାଡ଼

ଦଶବର୍ଷ ବୟସରୁ ବାପାଙ୍କୁ ହରାଇ ମା’ ଓ ସାନ ଭାଇଙ୍କ ବୋଝ ମୁଣ୍ଡାଇ ଆସିଥିବା ୨୮ ବର୍ଷୀୟ ବାଇକ ମେକାନିକ ତଥା ଟାଏକୋଣ୍ଡୋ ପ୍ରଶିକ୍ଷକ ଦିବ୍ୟରଞ୍ଜନ ବରାଡ ସମ୍ପ୍ରତି ସାମାଜିକ ଶୃଙ୍ଖଳା ପ୍ରତି କାର୍ଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି । ନୟାଗଡ ଜିଲା ଓଡଗଁ। ଦଲକ ସାହି ବାସିନ୍ଦା ଦିବ୍ୟରଞ୍ଜନ ପରିବାରର ଆର୍ଥିକ ଦୁରବସ୍ଥା ପାଇଁ ଦଶମ ଶ୍ରେଣୀରୁ ପାଠପଢାରେ ଡୋରି ବାନ୍ଧିଥିଲେ । ମାମୁଙ୍କ ପ୍ରଚେଷ୍ଟାରୁ ସେ ଭୁବନେଶ୍ୱରର ଏକ ବାଇକ ଗ୍ୟାରେଜରେ ରହି ଜଣେ ସଫଳ ବାଇକ ମେକାନିକ ହୋଇପାରିଛନ୍ତି । ଏତଦ୍‌ ବ୍ୟତୀତ ପିଲାଦିନେ ବାପାଙ୍କ ପ୍ରେରଣାରେ ସେ ସ୍ବଳ୍ପ ଦିନ ନିମନ୍ତେ ନୟାଗଡରେ ଟାଏକୋଣ୍ଡୋ ପ୍ରଶିକ୍ଷଣ ନେଇଥିଲେ ।

ବିଦ୍ୟୁତ୍‌ ଆଲୋକ ପାଲଟିଛି ସାତସପନ

ବିଦ୍ୟୁତ୍‌ ଆଲୋକ ପାଲଟିଛି ସାତସପନ

ନୂଆଗାଁ,୧୦ା୫ (ଡି.ଏନ.ଏ.)- ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଛି ବୋଲି ଦେଶର ପ୍ରଧାନମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି। ହେଲେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଏହି ବ୍ଲକ ଅନ୍ତର୍ଗତ ଜାକେଡା ପଞ୍ଚାୟତର ବଡଜିରି, ସାନଜିରି ଓ ତୁକୁଡା ଗ୍ରାମବାସୀଙ୍କ ପାଇଁ ବିଦ୍ୟୁତ୍‌ ଆଲୋକ ସାତସପନ ପାଲଟିଛି।

ରାହୁଳା ନଦୀବନ୍ଧ ନିର୍ମାଣରେ ଅନିୟମିତତା

ବରୀ,୧୦ା୫(ସ୍ବ.ପ୍ର) ବରୀ ଜଳସମ୍ପଦ ସବଡିଭିଜନ୍‌ ଅଧୀନରେ ରହିଛି ରାହୁଳା ନଦୀବନ୍ଧ। ଏହି ନଦୀବନ୍ଧ ମରାମତି ନାଁରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଆସୁଛି। ବନ୍ଧର ସ୍ଥାୟୀତ୍ୱ ରହୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବନ୍ଧ ମରାମତି ଓ ଉଚ୍ଚା କରାଯିବା ପାଇଁ ଏବେ ୧୯ଲକ୍ଷ ଟଙ୍କା ଆସିଥିବା ଜଣାପଡିଛି। ତାହା ପୁଣି ରାହୁଳାଠାରୁ ରଜାପୁର ପୋଲ ପର୍ଯ୍ୟନ୍ତ ୧୪୫୦ ମିଟର ଲମ୍ବ ନିର୍ମାଣ ହେବ ବୋଲି ରେକର୍ଡ ରହିଛି।

କାଗଜ କଲମରେ ସୀମିତ ଜଳସେଚନ ତଥ୍ୟ

କାଗଜ କଲମରେ ସୀମିତ ଜଳସେଚନ ତଥ୍ୟ

ଯାଜପୁର ଅଫିସ,୧୦ା୫ ଯାଜପୁର ଜିଲାରେ ଗତ ଖରିଫ୍‌ରେ ୬୪,୭୭୮ ହେକ୍ଟର ଜମିକୁ ବିଭିନ୍ନ ଜଳ ଉତ୍ସ ମାଧ୍ୟମରେ ଜଳସେଚନ କରାଯାଇଥିବାବେଳେ ଚଳିତବର୍ଷ ୮୨,୦୩୯.୧୧ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି।

ଅଲୋଡ଼ା ହୋଇଛି ଶହୀଦ ସ୍ମାରକୀ ଭବନ

ଅଲୋଡ଼ା ହୋଇଛି ଶହୀଦ ସ୍ମାରକୀ ଭବନ

ଯାଜପୁର ଅଫିସ,୧୦ା୫ ଯାଜପୁର ଜିଲା ବରୀ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ପ୍ରାୟ ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶହୀଦ ସ୍ମାରକୀ ଭବନ ଏବେ ଅଲୋଡ଼ା ହୋଇ ପଡ଼ିଛି। ଭବନରେ ନିର୍ମିତ ୧୨ଟି ପିଣ୍ଡି, ୬ଟି ଶୌଚାଳୟ, ଗୋଟିଏ ରୋଷେଇ ଗୃହ, ୫ଟି ବିଶ୍ରାମ କକ୍ଷ ସରକାରୀ ଉଦାସୀନତା ଯୋଗୁ ଭୂତକୋଠି ପାଲଟିଛି। ଏପରି କି ସ୍ମୃତିପୀଠରେ ଶହୀଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ମଧ୍ୟ ଏଯାବତ୍‌ ହୋଇପାରିଲା ନାହିଁ ।

ଆଦର୍ଶ ଶିକ୍ଷକଙ୍କ ଦେହାନ୍ତ, କନ୍ୟା ଦେଲେ ମୁଖାଗ୍ନି

ଆଦର୍ଶ ଶିକ୍ଷକଙ୍କ ଦେହାନ୍ତ, କନ୍ୟା ଦେଲେ ମୁଖାଗ୍ନି

କୁଜଙ୍ଗ,୧୦ା୫(ସ୍ବ.ପ୍ର): ସାଧାରଣତଃ ଶବଦାହ ସମୟରେ ଝିଅ ଓ ମହିଳାମାନଙ୍କୁ ଶ୍ମଶାନକୁ ଯିବାକୁ ବାରଣ କରାଯାଇଥାଏ। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ପୁତ୍ର ମୁଖାଗ୍ନି ଦିଅନ୍ତି। ମାତ୍ର ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକରେ ଜଣେ ଝିଅ ନିଜ ପିତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ବ୍ଲକ୍‌ ମଙ୍ଗରାଜପୁର ନିବାସୀ ତଥା କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଖୁରୁସିଆର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ସାହୁ(୫୬)ଙ୍କ ମଙ୍ଗଳବାର ପରଲୋକ ହୋଇଥିଲା।

 ଲଟାଭଉଁରିରେ ଚାପ ଖେଳିଲେ ମା’ଶାରଳା

ଲଟାଭଉଁରିରେ ଚାପ ଖେଳିଲେ ମା’ଶାରଳା

ତିର୍ତ୍ତୋଲ,୧୦ା୫(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁରସ୍ଥିତ ଝଙ୍କଡ଼ବାସିନୀ ମା’ ଶାରଳା ଠାକୁରାଣୀଙ୍କ ପୀଠରେ ୨୧ ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରା ମଙ୍ଗଳବାର ରାତିରେ ଶେଷ ହୋଇଛି।

ମନ୍ଦିର ପରିସରରେ ମୃତବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ

ମନ୍ଦିର ପରିସରରେ ମୃତବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ

କୁଜଙ୍ଗ,୧୦ା୫(ସ୍ବ.ପ୍ର.): ସ୍ଥାନୀୟ ସମାଗୋଳ ଗ୍ରାମରେ ଅଧିଷ୍ଠିତ ଶ୍ରୀ ଶ୍ରୀ ଗୋପୀନାଥଜୀଉ, ବିଶ୍ୱନାଥ ମହାଦେବ ଓ ଲକ୍ଷ୍ମୀ ନାରାୟଣଙ୍କ ପୀଠ ପରିସରରେ ବହୁ ସଂଖ୍ୟାରେ ମୃତବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଗଁ।ର କେତେକ ଲୋକ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଠାକୁରଙ୍କ ପୀଠ ସର୍ବସାଧାରଣଙ୍କର। ମନ୍ଦିର ପରିସରର ସ୍ବଚ୍ଛତା ବଜାୟ ରହିବା ଆବଶ୍ୟକ।

ବିଫଳ ହେଲା ଆରପିଡିଏସି ବୈଠକ : ଆଗକୁ ତୀବ୍ର ହେବ ଜମିହରା ଆନ୍ଦୋଳନ

ବିଫଳ ହେଲା ଆରପିଡିଏସି ବୈଠକ : ଆଗକୁ ତୀବ୍ର ହେବ ଜମିହରା ଆନ୍ଦୋଳନ

ଜଗତ୍‌ସିଂହପୁର ଅଫିସ,୧୦ା୫: ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ପ୍ରତିଷ୍ଠା ସମୟରେ ଜମିହରା ପରିବାର ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଏଯାଏ ପ୍ରତିଶ୍ରୁତି ପୂରଣ କରାଗଲା ନାହିଁ। ସେହିପରି ଆଇଓସିଏଲ୍‌ ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କମ୍ପାନୀରେ ୯୦% ଜମିହରା ପରିବାରର ଲୋକଙ୍କୁ ନିଯୁକ୍ତି ଦେବାକୁ ହୋଇଥିବା ଦାବି ମଧ୍ୟ ପୂରଣ ହେଲା ନାହିଁ। ତେଣୁ ବାଧ୍ୟହୋଇ ଜମିହରାମାନେ ଆନ୍ଦୋଳନ ଜାରି ରଖିବେ।

ଜଗୁଆଳି ଥାଇ ଦୁର୍ଘଟଣା: ଲେଭଲକ୍ରସିଂରେ ଜେସିବିକୁ ଧକ୍କା ଦେଲା ଅନ୍ତ୍ୟୋଦୟ ଏକ୍ସପ୍ରେସ

ଜଗୁଆଳି ଥାଇ ଦୁର୍ଘଟଣା: ଲେଭଲକ୍ରସିଂରେ ଜେସିବିକୁ ଧକ୍କା ଦେଲା ଅନ୍ତ୍ୟୋଦୟ ଏକ୍ସପ୍ରେସ

ଯାଜପୁର ଅଫିସ/ଧର୍ମଶାଳା/ଚଢେଇଧରା(ଡି.ଏନ.ଏ.),୯।୫ : ଓଡ଼ିଶାରେ ପୁଣି ରେଳ ଲେଭଲ୍‌କ୍ରସିଂରେ ଘଟିଛି ଅଘଟଣ। ଲେଭଲ୍‌ କ୍ରସିଂରେ ଜଗୁଆଳି ଥାଇ ମଧ୍ୟ ଏଭଳି ଅଘଟଣକୁ ରୋକିବା ସମ୍ଭବ ହୋଇପାରି ନାହିଁ। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲା ହରିଦାଶପୁର ରେଳଷ୍ଟେଶନ ନିକଟସ୍ଥ ଲେଭଲକ୍ରସିଂରେ। ବୁଧବାର ପୂର୍ବାହ୍ନରେ କଟକ ପଟୁ ଆସୁଥିବା ଏର୍ନାକୁଲମ-ହାଓଡ଼ା ଅନ୍ତ୍ୟୋଦୟ ଏକ୍ସପ୍ରେସ ଟ୍ରେନ୍‌ ଧକ୍କାରେ ଚୂରମାର ହୋଇଯାଇଛି ଏକ ଜେସିବି ମେଶିନ।

ବରିଷ୍ଠ ସିନେ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପରଲୋକ

ବରିଷ୍ଠ ସିନେ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର, ୯।୫(ବ୍ୟୁରୋ)- ବରିଷ୍ଠ ସିନେ ସାମ୍ବାଦିକ ରାଧାନାଥ ମହାପାତ୍ରଙ୍କର ୫୬ ବର୍ଷ ବୟସରେ ବୁଧବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କିଡ୍‌ନୀ ଓ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଗତ ଏପ୍ରିଲ ୧୮ରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବୁଧବାର ପୂର୍ବାହ୍ନ ପ୍ରାୟ ୯ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କଲେ ଶ୍ରୀରାମ

ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କଲେ ଶ୍ରୀରାମ

ଖଣ୍ଡପଡା,୯।୫(ସ୍ବ.ପ୍ର.)-କଣ୍ଟିଲୋ ରଘୁନାଥ ଜୀଉ ନାଟ୍ୟ ସମିତି କଂସାରିସାହି ପାଟଣା ଆନୁକୂଲ୍ୟରେ ମଙ୍ଗଳବାର ୨ୟ ରାତିରେ ପୁରାଣର କଥାବସ୍ତୁକୁ ନେଇ ଶିବଧନୁ ଭଗ୍ନ ସହ ସୀତା ବିବାହ ଓ ମିଥିଳା ପ୍ରବେଶ ନାଟକ ପରିବେଷଣ ହୋଇଯାଇଛି । ଜନକଙ୍କ ସର୍ତ୍ତ ଥିଲା ଯିଏ ଶିବଧନୁ ଭାଙ୍ଗିବ ସୀତା ତାଙ୍କରି ଗଳାରେ ବରଣମାଳା ଦେବେ ।

କାଦୁଆରେ ଭଉଁରି ମହୋତ୍ସବ

କାଦୁଆରେ ଭଉଁରି ମହୋତ୍ସବ

ଗଣିଆ,୯।୫(ଡି.ଏନ୍‌.ଏ.)- ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତର କାଦୁଆ ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥଜୀଉଙ୍କ ପବିତ୍ର ଭଉଁରି ମହୋତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳୁ ଠାକୁରଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପ୍ରାଙ୍ଗଣରେ ଭଜନକୀର୍ତ୍ତନ ପରିବେଷଣ ହୋଇଥିଲା।

ବାସଗୃହ ଉଚ୍ଛେଦ ପ୍ରତିବାଦରେ ଅନଶନ

ବାସଗୃହ ଉଚ୍ଛେଦ ପ୍ରତିବାଦରେ ଅନଶନ

ଡେରାବିଶ, ୯।୫ (ସ୍ବ.ପ୍ର.)- ଡେରାବିଶ ତହସିଲ ଅଧୀନ ଛତାଠାରେ ସରକାରୀ ଜାଗାରେ ସ୍ଥାନୀୟ ଗୋବିନ୍ଦପୁରର ବସନ୍ତ ମଲ୍ଲିକ ଘର କରି ରହି ଆସୁଥିଲେ। ବେଆଇନ୍‌ ଭାବେ ସରକାରୀ ଜାଗାରେ ଘର କରିଥିବା ବସନ୍ତଙ୍କ ଘରକୁ ତହସିଲ ପକ୍ଷରୁ ଗତ ଏପ୍ରିଲରେ ଉଚ୍ଛେଦ କରାଯାଇଥିଲା। ଏହାର ପ୍ରତିବାଦରେ ବସନ୍ତ ନିଜ ପରିବାର ସଦସ୍ୟଙ୍କ ସହ ବୁଧବାର ତହସିଲ ଅଫିସ ଆଗରେ ଅନଶନରେ ବସିରହିଛନ୍ତି।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ମାହାଙ୍ଗା, ୯।୫(ସ୍ବ.ପ୍ର.)- ମାହାଙ୍ଗା ଥାନା ଅଧୀନ ଝାଡେଶ୍ୱରପୁର ଗ୍ରାମର ଗୋଲେଖଚନ୍ଦ୍ର ସାହୁଙ୍କ ପୁଅ କମଳାକାନ୍ତ(୩୦)ଙ୍କୁ ବୁଧବାର ସନ୍ଦେହଜବନ ଭାବେ ମୃତ୍ୟୁ ଘଟିଛି।

ଭାଜପାର ଯୁବ ସମାବେଶ

ରାଜନଗର, ୯।୫ (ଡି.ଏନ୍‌.ଏ.)- ରାଜନଗର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ସ୍ଥାନୀୟ ମା’ମାଟିଆ ମଙ୍ଗଳା ପୀଠରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଭାଜପା ବରିଷ୍ଠ ନେତା ଅଜୟ ବେହେରା, କେନ୍ଦ୍ରାପଡ଼ା ଜିଲା ଭାଜପା ମିଡିଆ ପ୍ରଭାରୀ ବିଜୟ ନାୟକଙ୍କ ନେତୃତ୍ୱରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ଏଥିରେ ବହୁ କର୍ମୀ ଯୋଗ ଦେଇଥିଲେ।

ଭିତରକନିକାରେ ଅନୁଗୋଳ ରେଞ୍ଜର୍ସ ଟ୍ରେନିଂ କଲେଜ ଛାତ୍ର

ଭିତରକନିକାରେ ଅନୁଗୋଳ ରେଞ୍ଜର୍ସ ଟ୍ରେନିଂ କଲେଜ ଛାତ୍ର

ରାଜନଗର, ୯।୫ (ଡି.ଏନ୍‌.ଏ.)- ରାଜ୍ୟ ସରକାରଙ୍କ ଅନୁଗୋଳସ୍ଥିତ ବନାଞ୍ଚଳ ଅଧିକାରୀ ଟ୍ରେନିଂ କଲେଜର ୬୦ ଜଣ ଛାତ୍ର ବୁଧବାର ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ଗସ୍ତ କରିଥିଲେ। ଅନୁଗୋଳ ରେଞ୍ଜର୍ସ ଟ୍ରେନିଂ କଲେଜର ଅନ୍ୟତମ ପ୍ରଶିକ୍ଷକ ଡିଏଫ୍‌ଓ ସୁନର୍ଶନ ପାତ୍ରଙ୍କ ତତ୍ତ୍ୱାବଧାନରେ ଆସିଥିବା ଏହି ଛାତ୍ରମାନେ ଭିତରକନିକାର ଜୈବ ବିବିଧତା, ବିରଳ ହେନ୍ତାଳ ବଣ, ବଉଳା କୁମ୍ଭୀର, ୮ ପ୍ରଜାତିର ସାପ ଓ ଅନ୍ୟାନ୍ୟ ସମ୍ବନ୍ଧରେ ଅନୁସନ୍ଧାନ କରିଥିଲେ।

ଜେସିବିକୁ ପିଟିଲା ଏର୍ନାକୁଲମ-ହାଓ୍ବଡା ଏକ୍ସପ୍ରେସ: ୪ ଟ୍ରେନଯାତ୍ରୀ ଆହତ, ଜଗୁଆଳୀ ନିଲମ୍ବିତ

ଜେସିବିକୁ ପିଟିଲା ଏର୍ନାକୁଲମ-ହାଓ୍ବଡା ଏକ୍ସପ୍ରେସ: ୪ ଟ୍ରେନଯାତ୍ରୀ ଆହତ, ଜଗୁଆଳୀ ନିଲମ୍ବିତ

ଯାଜପୁର ଅଫିସ,ଧର୍ମଶାଳା(ଡି.ଏନ୍‌.ଏ.),୯।୫: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ଗଡମଧୁପୁର ରେଳ ଷ୍ଟେଶନ ନିକଟ ଫାଟକରେ ବୁଧବାର ପୂର୍ବାହ୍ନ ୧୧ଟାରେ ଏକ ଜେସିବି ସହ ଏର୍ନାକୁଲମ-ହାଓ୍ବଡା ଏକ୍ସପ୍ରେସ୍‌ ଟ୍ରେନର ଧକ୍କା ହୋଇଛି। ଏଥିରେ ଜେସିବିଟି ଭାଙ୍ଗି ଚୂରମାର ହୋଇଯାଇଥିବା ବେଳେ ୪ଜଣ ଟ୍ରେନ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଫାଟକ ଜଗୁଆଳୀ ଯଶୋବନ୍ତ ସ୍ବାଇଁଙ୍କୁ ପୂର୍ବତନ ରେଳପଥ ପକ୍ଷରୁ ନିଲମ୍ବିତ କରାଯାଇଛି।

ଜେସିବିକୁ ଧକ୍କା ଦେଲା ଏର୍ନାକୁଲମ-ହାଓ୍ବଡା ଏକ୍ସପ୍ରେସ, ୨ ଆହତ

ଜେସିବିକୁ ଧକ୍କା ଦେଲା ଏର୍ନାକୁଲମ-ହାଓ୍ବଡା ଏକ୍ସପ୍ରେସ, ୨ ଆହତ

ଯାଜପୁର ଅଫିସ,୯।୫: ଯାଜପୁର ଜିଲା ଗଡମଧୁପୁର ହରିଦାସପୁର ମଝି ଛେଳିଆପଦା ନିକଟ ଲେଭଲ କ୍ରସିଂରେ ବୁଧବାର ପୂର୍ବାହ୍ନ ୧୧ଟାରେ ଏର୍ନାକୁଲମ-ହାଓ୍ବଡା ଏକ୍‌ପ୍ରେସ ଟ୍ରେନ ଏକ ଜେସିବିକୁ ଧକ୍କା ଦେଇଛି। ଏଥିରେ ଜେସିବି ଚୂରମାର ହୋଇଥିବା ବେଳେ ଗାଡି ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି।

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲାଲା ଗୁରୁତର: ଗୋଟିଏ ବନ୍ଧୁକ,୧୦ ରାଉଣ୍ଡ ଅଫୁଟା ଗୁଳି ଜବତ

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲାଲା ଗୁରୁତର: ଗୋଟିଏ ବନ୍ଧୁକ,୧୦ ରାଉଣ୍ଡ ଅଫୁଟା ଗୁଳି ଜବତ

କେନ୍ଦ୍ରାପଡା ଅଫିସ/ଡେରାବିଶ(ସ୍ବ.ପ୍ର.),୯।୫: କେନ୍ଦ୍ରାପଡା ଜିଲା ପୋଲିସ ଏନ୍‌କାଉଣ୍ଟରରେ ହାଇଦର ଗ୍ୟାଙ୍ଗର ମୁଖ୍ୟ ଶୁଟର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ସେକ୍‌ ଲାଲା ଓରଫ ମୁଜାମିଲ(୩୪) ଗୁରୁତର ହୋଇଛନ୍ତି। ଲାଲାଙ୍କ ବାମ ଗୋଡରେ ଗୋଟିଏ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ପଠାଯାଇଛି। ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୧୦ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି।

ନୂଆଗାଁ ଫରେଷ୍ଟ ବିଟ୍‌:ବେଠିରେ କରାଯାଉଛି ବାଉଣ୍ଡରି କ୍ଲିନିଂ

ନୂଆଗାଁ ଫରେଷ୍ଟ ବିଟ୍‌:ବେଠିରେ କରାଯାଉଛି ବାଉଣ୍ଡରି କ୍ଲିନିଂ

ନୂଆଗାଁ,୯।୫ (ଡି.ଏନ.ଏ.)- ନୟାଗଡ ଜିଲାର ନୟାଗଡ ବନଖଣ୍ଡ ମହୀପୁର ବନାଞ୍ଚଳ ଅଧୀନରେ ରହିଛି ଗୁମୀ, ମହିତମା ଓ ମହିପୁର ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟ। ସୁରକ୍ଷା ସୁବିଧା ଦୃଷ୍ଟିରୁ ଗୁମି ସେକ୍ସନକୁ ୪, ମହୀପୁର ସେକ୍ସନକୁ ୫ ଓ ମହିତମା ସେକ୍ସନକୁ ୭ଟି ବିଟରେ ଭାଗ କରି ପ୍ରତି ବିଟ୍‌ରେ ଜଣେ ଲେଖାଏ ଫରେଷ୍ଟ ଗାର୍ଡ ଓ ପ୍ରତି ସେକ୍ସନ କାର୍ଯ୍ୟାଳୟରେ ଜଣେ ଲେଖାଏ ବନପାଳଙ୍କୁ ନିଯୁକ୍ତି ଦିଆଯାଇଛି। କେଉଁ ବିଟ ଅଧୀନରେ କେଉଁ ଜଙ୍ଗଲ ଯାଉଛି ତାହା ସହଜରେ ଜାଣିବା ପାଇଁ ସୀମା ସରହଦକୁ ସଫାସୁତରା (ବାଉଣ୍ଡରି କ୍ଲିନିଂ) କରାଯାଉଛି। ଏଥିପାଇଁ ସରକାର ଟଙ୍କା ଖର୍ଚ୍ଚ କରୁଥିବାବେଳେ ବନ କର୍ମଚାରୀମାନେ ସେହି କାମକୁ ବନ ସଂରକ୍ଷଣ କମିଟି ବା ଗାଁ ଲୋକଙ୍କ ଦ୍ୱାରା ବେଠିରେ କରାଇ ଅର୍ଥ ଆତ୍ମସାତ୍‌ କରୁଥିବା ଅଭିଯୋଗ ହେଉଛି। ନୂଆଗାଁ ବିଟ ଅଧୀନରେ ଥିବା ଜଙ୍ଗଲର ବାଉଣ୍ଡରି ଲାଇନ କ୍ଲିନିଂ ପାଇଁ ଟଙ୍କା ଆସିଥିଲେ ମଧ୍ୟ ଫରେଷ୍ଟ ଗାର୍ଡ ନୂଆଗାଁର ପଞ୍ଚୁପାଣ୍ଡବ ବନ ସରକ୍ଷଣ ସମିତି ମାଧ୍ୟମରେ କରାଇଥିଲେ।

କଣ୍ଟିଲୋ ରାମଲୀଳା: ତାଡ଼କା ବଧ ଓ ଅହଲ୍ୟା ଉଦ୍ଧାର

କଣ୍ଟିଲୋ ରାମଲୀଳା: ତାଡ଼କା ବଧ ଓ ଅହଲ୍ୟା ଉଦ୍ଧାର

ଖଣ୍ଡପଡା,୯।୫(ସ୍ବ.ପ୍ର.)- କଣ୍ଟିଲୋ ଶ୍ରୀ ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସମିତି କଂସାରୀ ସାହି ପାଟଣା ପକ୍ଷରୁ ସୋମବାର ରାମଲୀଳାର ପ୍ରଥମ ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ ତାଡ଼କା ବଧ ଓ ଅହଲ୍ୟା ଉଦ୍ଧାର ନାଟକ ପରିବେଷଣ ହୋଇଥିଲା। ରାମାୟଣର ବିଷୟବସ୍ତୁକୁ ଆଧାର କରି ତ୍ରେତୟା ଯୁଗରେ ରାକ୍ଷସମାନଙ୍କ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଭଗବାନ ରାମଚନ୍ଦ୍ର ହିଁ ଏକମାତ୍ର ଭରସା ବୋଲି ବିଶ୍ୱାମିତ୍ର ଋଷି ଧ୍ୟାନ ବଳରେ ଜାଣିବା ପରେ ସେ ରାଜା ଦଶରଥଙ୍କ ଦ୍ୱାରସ୍ଥ ହୋଇଥିଲେ । ଅସୁରଙ୍କ ଅତ୍ୟାଚାର ଓ ଦମନଲୀଳାରେ ଅତିଷ୍ଠ ହୋଇ ବିଶ୍ୱାମିତ୍ରଙ୍କ ଅନୁରୋଧ ଓ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ କ୍ରମେ ଋଷିମାନଙ୍କ ସୁରକ୍ଷା ପାଇଁ ରାଜା ଦଶରଥ ୨ପୁତ୍ର ରାମ ଓ ଲକ୍ଷ୍ମଣଙ୍କୁ ବିଶ୍ୱାମିତ୍ରଙ୍କ ସାଙ୍ଗରେ ଯିବା ପାଇଁ ଅନୁମତି ପ୍ରଦାନ କରିଥିଲେ ।

ବର୍ଷକ ପରେ ମା କୋଳକୁ ଫେରିଲା ଶିଶୁ ପୁତ୍ର

ବର୍ଷକ ପରେ ମା କୋଳକୁ ଫେରିଲା ଶିଶୁ ପୁତ୍ର

ଓଡ଼ଗାଁ, ୯।୫(ସ୍ବ.ପ୍ର.)-ପ୍ରାୟ ବର୍ଷକ ପରେ ମା କୋଳକୁ ଫେରିଲା ଶିଶୁ ପୁତ୍ର। ପୋଲିସର ହସ୍ତକ୍ଷେପ ପରେ ମା ଠାରୁ ପୁଅକୁ ଛଡାଇ ରଖିଥିବା ମହିଳାଙ୍କ ଶ୍ୱଶୁର ନାତିକୁ ବୋହୂଙ୍କୁ ଫେରାଇ ଦେଇଛନ୍ତି। ଘଟଣାଟି ଘଟିଛି ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତରେ। ଉକ୍ତ ପଞ୍ଚାୟତର ଆନନ୍ଦ ସାହୁଙ୍କ ଝିଅ ପୁଷ୍ପ ସାହୁ ନିକଟସ୍ଥ ସେନ୍ତେରୀ ଗ୍ରାମରେ ପ୍ରେମାନନ୍ଦ ସାହୁଙ୍କୁ ବିବାହ କରିଥିଲେ ।