ଉପକୂଳ ଓଡିଶା

ହାଇମାଷ୍ଟ ଲାଇଟ୍‌ ଅଚଳ, ୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ହାଇମାଷ୍ଟ ଲାଇଟ୍‌ ଅଚଳ, ୨୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ଖଣ୍ଡପଡ଼ା,୧୩ା୫(ସ୍ବ.ପ୍ର.)- ଖଣ୍ଡପଡ଼ା ଏନ୍‌ଏସି ପକ୍ଷରୁ ସହରାଞ୍ଚଳର ଡ଼ାକ୍ତରଖାନା ଛକ ଓ ରଥଗଡ଼ା ଛକଠାରେ ୩ବର୍ଷ ତଳେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ହାଇମାଷ୍ଟ ଲାଇଟ୍‌ ସ୍ଥାପନ କରାଯାଇଥିଲା।

ବିଶ୍ୱ ପରିବେଶ ଦିବସ ପାଳନ ପ୍ରସ୍ତୁତି

ବିଶ୍ୱ ପରିବେଶ ଦିବସ ପାଳନ ପ୍ରସ୍ତୁତି

ଗଣିଆ,୧୩ା୫(ଡି.ଏନ୍‌.ଏ.)- ପ୍ରତିବର୍ଷ ଜୁନ୍‌ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଉକ୍ତ ଦିନ ଗଣିଆ ବ୍ଲକ ବାଇଶିପଲ୍ଲୀ ଅଭୟାରଣ୍ୟର ବଡଶିଲିଙ୍ଗାଠାରେ ସାମାଜିକ ସଂଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ, ଗ୍ରାମୀଣ ଶ୍ରମଜୀବୀ ଚେତନା ସଂଗଠନ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଞ୍ଚାର ମିଳିତ ପ୍ରୟାସରେ ଏକ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଗଣିଆସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗ୍ରୀଷ୍ମକାଳୀନ ଯୋଗ ଶିବିର ଉଦ୍‌ଯାପିତ

ଗ୍ରୀଷ୍ମକାଳୀନ ଯୋଗ ଶିବିର ଉଦ୍‌ଯାପିତ

ରାଜନଗର, ୧୩।୫ (ଡି.ଏନ୍‌.ଏ.): ରାଜନଗର ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ମେ ୧୦ରୁ ଚାଲିଥିବା ଗ୍ରୀଷ୍ମକାଳୀନ ଯୋଗ ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଶିବିରରେ ବହୁ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ଯୋଗ ତାଲିମ ନେଇଥିଲେ।

ଅଗ୍ନିକାଣ୍ଡରେ ୬ବଖରା ଭସ୍ମୀଭୂତ

ରାଜକନିକା, ୧୩।୫ (ଡି.ଏନ୍‌.ଏ) ରାଜକନିକା ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମରେ ଶନିବାର ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିଚିତ୍ର ମହାନ୍ତିଙ୍କ ୬ ବଖରା ଜଳିପୋଡି ପାଉଁଶ ହୋଇଯାଇଛି।

ମହାନଦୀ ସୁରକ୍ଷା ଅଭିଯାନ ପାଇଁ ବୈଠକ

ମହାନଦୀ ସୁରକ୍ଷା ଅଭିଯାନ ପାଇଁ ବୈଠକ

କେନ୍ଦ୍ରାପଡା ଅଫିସ, ୧୩।୫ଛତିଶଗଡ ସରକାର ନିଜର ଶିଳ୍ପ ସମୃଦ୍ଧି ପାଇଁ ମହାନଦୀ ଜଳକୁ ଉପଯୋଗ କରୁଛନ୍ତି । ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ରାଜ୍ୟବାସୀଙ୍କ ଜୀବନଜୀବିକାକୁ ବିପଦକୁ ଠେଲି ଦେଇଛନ୍ତି । ଏନେଇ ଓଡିଶା ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଅଗ୍ନିକାଣ୍ଡରେ ଦୋକାନ ଭଣ୍ଡାର ଗୃହ ଜଳିଗଲା

ଡେରାବିଶ ୧୩।୫(ସ୍ବ.ପ୍ର.) ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବଜାରସ୍ଥିତ ଏକ ଜଳଖିଆ ଦୋକାନର ଭଣ୍ଡାର ଗୃହ ଜଳିଯାଇଛି ା ଘଟଣାରୁ ପ୍ରକାଶ ଚାନ୍ଦୋଳ ବଜାରର ଜଳଖିଆ ଦୋକାନୀ ଶରତ ବେହେରା ଦୋକାନ ପଛରେ ଏକ ଚାଳଛପର ଘର ଭଡ଼ାରେ ନେଇ ଭଣ୍ଡାରଗୃହ କରିଥିଲେ।

ମା’ଶୀତଳାଙ୍କୁ ପୂଜା କଲେ ରୋଗମୁକ୍ତ ହୁଏ ପରିବାର

ମା’ଶୀତଳାଙ୍କୁ ପୂଜା କଲେ ରୋଗମୁକ୍ତ ହୁଏ ପରିବାର

ମହାକାଳପଡା,୧୩।୫ (ଡିଏନଏ)ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତ ଅନ୍ତର୍ଗତମା’ ରାମଚଣ୍ଡୀଙ୍କ ମନ୍ଦିର ନିକଟରେ ଶନିବାରଠାରୁ ମା’ ଶୀତଳାଙ୍କ ୪୦ତମ ବାର୍ଷିକ ପୂଜା ଆରମ୍ଭ ହୋଇଛି। ୩ ଦିନ ଧରି ଆୟୋଜିତ ହେଉଥିବା ଏହି ପୂଜାର ଭସାଣୀ ଉତ୍ସବ ସୋମବାର ଅନୁଷ୍ଠିତ ହେବ। ପୂଜା ମଣ୍ଡପରେ ମା’ଶୀତଳାଙ୍କ ମୃଣ୍ମୟୀ ମୂର୍ତ୍ତି ସମେତ ସ୍ବାମୀ ଜରଥ୍‌ ମୁନୀ, ମା’ ଚଣ୍ଡୀ ଓ ଅନ୍ୟାନ୍ୟ ଦେବୀଦେବଙ୍କ ପ୍ରତିମା ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି।

ବଉଳା କୁମ୍ଭୀରଙ୍କ ବସା ଠାବ ପ୍ରକ୍ରିୟା ଆରମ୍ଭ

ବଉଳା କୁମ୍ଭୀରଙ୍କ ବସା ଠାବ ପ୍ରକ୍ରିୟା ଆରମ୍ଭ

ରାଜନଗର୧୩।୫(ଡି.ଏନ୍‌.ଏ.)କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ବସା ଠାବ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି।

ମହାନଦୀରୁ ୪ ମୃତଦେହ ଉଦ୍ଧାର ଘଟଣା : ରହସ୍ୟମୟ ବୁଧବାର ରାତି

ମହାନଦୀରୁ ୪ ମୃତଦେହ ଉଦ୍ଧାର ଘଟଣା : ରହସ୍ୟମୟ ବୁଧବାର ରାତି

କୁଜଙ୍ଗ,୧୩ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବିଶ୍ୱମ୍ବର ସେଠୀଙ୍କ ପରିବାର ନିଶ୍ଚିହ୍ନ ହୋଇଯିବା ଘଟଣା ଦିନକୁ ଦିନ ଅଧିକ ରହସ୍ୟାବୃତ୍ତ ହୋଇଚାଲିଛି। ଗୁରୁବାର ବିଶ୍ୱମ୍ବରଙ୍କ ସ୍ତ୍ରୀ ମାମାନି, ଦୁଇ ଝିଅ ବର୍ଷା, ଲିପ୍‌ସା ଓ ୨ ବର୍ଷର ପୁଅ ଗୁନାଙ୍କ ମୃତଦେହ ଏକ ସଙ୍ଗେ ମହାନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା।

ଅବ୍ୟବସ୍ଥାରେ ଡାକ ବଙ୍ଗଳା : ରହିବାକୁ ଯାତ୍ରୀ ନାରାଜ

ଅବ୍ୟବସ୍ଥାରେ ଡାକ ବଙ୍ଗଳା : ରହିବାକୁ ଯାତ୍ରୀ ନାରାଜ

ଏରସମା,୧୩ା୫(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଟି ଏବେ ଅବ୍ୟବସ୍ଥା ମଧ୍ୟରେ ରହିଛି। ରକ୍ଷଣାବେକ୍ଷଣ ଅଭାବ ଓ ବିଦ୍ୟୁତ୍‌ ସମସ୍ୟା ଯୋଗୁ ଏଠାରେ ଆଉ ଯାତ୍ରୀମାନେ ଆଶ୍ରୟ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏଠାକୁ ଆସୁଥିବା ବିଭିନ୍ନ ପଦସ୍ଥ ଅଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ କେହି ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି।

ବିରିଡ଼ି ବିଦ୍ୟୁତ୍‌ ସେକ୍ସନ : ସେବା ଯୋଗାଇପାରୁନି ଘରୋଇ ସଂସ୍ଥା

ବିରିଡ଼ି ବିଦ୍ୟୁତ୍‌ ସେକ୍ସନ : ସେବା ଯୋଗାଇପାରୁନି ଘରୋଇ ସଂସ୍ଥା

ବିରିଡ଼ି,୧୩।୫(ଡି.ଏନ.ଏ.): ବିରିଡ଼ି ବିଦ୍ୟୁତ୍‌ ସେକ୍ସନରେ ଉପଭୋକ୍ତାମାନେ ବର୍ଷ ବର୍ଷ ଧରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୩ ମସିହାରୁ ଏହି ସେକ୍ସନରେ ବିଦ୍ୟୁତ୍‌ ସେବା ଯୋଗାଇବା ଦାୟିତ୍ୱ ନେଇଛି ଏନଜେନ କମ୍ପାନୀ। ଏଲଟି ଲାଇନ ମରାମତି ଓ ରକ୍ଷଣା ବେକ୍ଷଣ ସହ ବିଲ ଆଦାୟ ଏହି କମ୍ପାନୀ ଉପରେ ନ୍ୟସ୍ତ ରହିଛି।

ସାକାର ହେବ ୫ ଗ୍ରାମବାସୀଙ୍କ ସ୍ବପ୍ନ : ରାମପଲ୍ଲୀ ନାଳରେ ସେତୁ ନିର୍ମାଣ ପାଇଁ ଭୂମି ପୂଜା

ସାକାର ହେବ ୫ ଗ୍ରାମବାସୀଙ୍କ ସ୍ବପ୍ନ : ରାମପଲ୍ଲୀ ନାଳରେ ସେତୁ ନିର୍ମାଣ ପାଇଁ ଭୂମି ପୂଜା

ନୂଆଗାଁ,୧୨। ୫ (ଡି.ଏନ.ଏ.)- ସ୍ବାଧୀନତାର ଦୀର୍ଘ ୭୦ବର୍ଷ ପରେ ନୟାଗଡ଼ ଜିଲା ନୂଆଗାଁ ବ୍ଲକର ୫ ଗ୍ରାମବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। ଏହି ଗାଁଗୁଡିକ ପାଇଁ ମୁଖ୍ୟ ବାଧକ ସାଜିଥିବା ରାମପଲ୍ଲୀ ନାଳରେ ସେତୁ ନିର୍ମାଣ ପାଇଁ ଶନିବାର ଭୂମିପୂଜା କରାଯାଇଛି।

ଆତ୍ମନିଯୁକ୍ତି ପାଇଁ ୧୦୦ ଯୁବତୀଯୁବକଙ୍କ କାଉନସେଲିଂ

ମହାକଳାପଡା,୧୨।୫(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକ ପାଟୁଳିପଙ୍କ ପଞ୍ଚାୟତର ପାଟୁଳିପଙ୍କ ଗ୍ରାମରେ ସାଇ ମାଙ୍ଗଲ୍ୟ ଟ୍ରଷ୍ଟ ପକ୍ଷରୁ ୧୦୦ ଯୁବତୀଯୁବକଙ୍କୁ ଆତ୍ମନିଯୁକ୍ତି ପାଇଁ କାଉନସେଲିଂ କରାଯାଇଛି।

ପଟ୍ଟାମୁଣ୍ଡାଇରେ କାଳବୈଶାଖୀ : ବ୍ୟାପକ କ୍ଷୟକ୍ଷତି

ପଟ୍ଟାମୁଣ୍ଡାଇ,୧୨।୫(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶନିବାର ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ୧୬ଟି ସର୍କଲର ଆର.ଆଇ ବିଭିନ୍ନ ଗ୍ରାମ ବୁଲି କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିଛନ୍ତି ।

ଟ୍ରକ୍‌ ଦୁର୍ଘଟଣାରେ ଯୁବକ ମୃତ

ବିଞ୍ଝାରପୁର,୧୨।୫(ଡି.ଏନ.ଏ)- ବିଞ୍ଝାରପୁର ଥାନା ଜାରକାଠାରେ ଶୁକ୍ରବାର ସନ୍ଧ୍ୟାରେ ବୋଛାଳ ଗ୍ରାମର ଅଶୋକ ସାହୁ(୨୫)ଙ୍କର ଏକ ଟ୍ରକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

କୁଜଙ୍ଗ,୧୨।୫(ସ୍ବ.ପ୍ର.): କୁଜଙ୍ଗ ଜଗନ୍ନାଥପୁର ଗ୍ରାମର ସଙ୍କର୍ଷଣ ନାଥଙ୍କ ପୁଅ ସୁବାସ(୧୯) ଶନିବାର ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ହେଁ ଘରୋଇ କଳି କିମ୍ବା ଅନ୍ୟ କିଛି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୂର୍ବରୁ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ସେଥିରୁ ବର୍ତ୍ତି ଯାଇଥିଲେ।

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଧାୟକ

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଧାୟକ

ଡୁବୁରୀ,୧୨।୫(ଡି.ଏନ୍‌.ଏ.)- ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଶୁକ୍ରବାର ଦାନଗଦୀ ବ୍ଲକ ରାଣିପଡା ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ ଯୋଜନାରେ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକାଧିକ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି।

ତୁଳସୀ ଇନଷ୍ଟିଚ୍ୟୁଟ ଫର ନର୍ସିଂ ଏଜୁକେଶନର ବାର୍ଷିକୋତ୍ସବ

କେନ୍ଦ୍ରାପଡା ଅଫିସ, ୧୨।୫- ପ୍ରତ୍ୟେକ ରୋଗୀ ମଧ୍ୟରେ ବଞ୍ଚିବାର ଆଶା ପ୍ରବଳ ଥାଏ । ମାତ୍ର ଶାରୀରିକ ଅସୁସ୍ଥତା, ଆର୍ଥିକ ସ୍ଥିତ ଓ ପରିବେଶ ଏଥିପାଇଁ ସର୍ବଦା ଅନୂକୂଳ ନ ଥାଏ। ଏହି ସମୟରେ ସେବିକାଙ୍କ ନିଷ୍କପଟ ହସ ଓ ସେବା ସଂପୃକ୍ତ ରୋଗୀଙ୍କୁ ବଞ୍ଚିବା ଆଶାକୁ ସହଜ କରିଥାଏ ବୋଲି ତୁଳସୀ ଇନଷ୍ଟିଚ୍ୟୁଟ ଫର ନର୍ର୍ସିଂ ଏଜୁକେଶନର ବାର୍ଷିକ ଉତ୍ସବରେ ଅତିଥିମାନେ ପ୍ରକାଶ କରିଛନ୍ତି।

ତୁଟିଲାନି ରାଜସ୍ବ ଅମଲାଙ୍କ ସମସ୍ୟା: ସମୂହ ଛୁଟି ଚାଲୁ ରଖିବା ପାଇଁ ବୈଠକରେ ନିଷ୍ପତ୍ତି

କେନ୍ଦ୍ରାପଡା ଅଫିସ,୧୨।୫-ବିଭିନ୍ନ ଦାବି ନେଇ ଓଡିଶା ରାଜସ୍ବ ଅମଲା ସଂଘ ଗତ ୧ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ କର୍ମଚାରୀମାନେ କାର୍ଯ୍ୟ ବନ୍ଦ କରିବା ସହିତ ସମୂହ ଛୁଟି ନେଇଛନ୍ତି ।

ଇଣ୍ଡିଆନ ଓଭରସିଜ୍‌ ଏଟିଏମ୍‌ରୁ ୧୨ ଲକ୍ଷ ଲୁଟ୍‌: ତିର୍ତ୍ତୋଲ ଥାନାରେ ମାମଲା

ଇଣ୍ଡିଆନ ଓଭରସିଜ୍‌ ଏଟିଏମ୍‌ରୁ ୧୨ ଲକ୍ଷ ଲୁଟ୍‌: ତିର୍ତ୍ତୋଲ ଥାନାରେ ମାମଲା

ଜଗତ୍‌ସିଂହପୁର ଅଫିସ,୧୨।୫: ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ମୂଳିସିଂ-ସଂଭାହଟ ଇଣ୍ଡିଆନ ଓଭରସିଜ ଏଟିଏମ୍‌ରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍‌କୁ ଭାଙ୍ଗି ୧୨ ଲକ୍ଷ ଲୁଟି ନେଇଛନ୍ତି। ଶନିବାର ସକାଳେ ବ୍ୟାଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

୭ ବର୍ଷୀୟ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ: ଟିଉଶନ ଶିକ୍ଷକ ଥାନାରେ ଅଟକ

୭ ବର୍ଷୀୟ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ: ଟିଉଶନ ଶିକ୍ଷକ ଥାନାରେ ଅଟକ

କେନ୍ଦ୍ରାପଡା ଅଫିସ,୧୨।୫: କେନ୍ଦ୍ରାପଡା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ନିକିରାଇ ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ ପରିବାର ପକ୍ଷରୁ ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ଅଭିଯୋଗ ହେବା ପରେ ଶନିବାର ପୋଲିସ ଅଭିଯୁକ୍ତ ଟିଉଶନ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି।

କୃଷି ବିଭାଗ ପକ୍ଷରୁ ବିହନ ବିଶୋଧନ ଅଭିଯାନ

ନିରାକାରପୁର,୧୨ା୫(ଡି.ଏନ.ଏ.)- ଶୁକ୍ରବାର ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ କାଶୀପୁର ସ୍କୁଲ ନିକଟରେ କୃଷି ବିଭାଗ ପକ୍ଷରୁ ବିହନ ବିଶୋଧନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା କୃଷି ଅଧିକାରୀ ବିଜୟ କୁମାର ମହାନ୍ତି ଯୋଗଦେଇ ବିହନ କିପରି ବିଶୋଧନ କରାଗଲେ ଚାଷୀ ଅଧିକରୁ

ସଂକ୍ରମଣମୁକ୍ତ ହେଉନି ନର୍ସିଂହୋମ, ଡାକ୍ତରଖାନା

ଯାଜପୁର ଅଫିସ,୧୨ା୫ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ରକ୍ତଭିଜା ତୁଳା ସହିତ ପ୍ଲାଷ୍ଟିକ ସାଲାଇନ ବୋତଲ, ପରିସ୍ରାନଳୀ, ସିରିଞ୍ଜ, ପ୍ଲାଷ୍ଟିକ ଥଳି, ବ୍ୟବହୃତ ରକ୍ତର ଥଳି, କ୍ୟାଥେଟର ଓ ବ୍ୟବହୃତ ଗ୍ଲୋବ୍ସ ଆଦି ପଦାରେ ପଡୁଛି।

ଗାଗର ପାଟିଆ ନାଳ ସଫେଇ କାର୍ଯ୍ୟ ତ୍ୱରାନ୍ବିତ

ଗାଗର ପାଟିଆ ନାଳ ସଫେଇ କାର୍ଯ୍ୟ ତ୍ୱରାନ୍ବିତ

ବିଞ୍ଝାରପୁର,୧୨ା୫(ଡି.ଏନ.ଏ) ବିଞ୍ଝାରପୁର ଡ୍ରେନେଜ ବିଭାଗ ଅଧୀନରେ ଚାଲିଥିବା ଗାଗରପାଟିଆ ନାଳର ସଫେଇ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିବା ଦେଖିବାକୁ ମିଳିଛି। ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିବା ଜଣାପଡିଛି।