ଉପକୂଳ ଓଡିଶା

ରାଜନଗର ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା

ରାଜନଗର ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା

ରାଜନଗର,୨୦।୫(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ଏକାଦଶତମ ରାଜନଗର ପୁସ୍ତକମେଳାର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏଥିରେ ମୁଖ୍ୟ ଅତିଥିଭାବେ ପ୍ରଫେସର ବ୍ରଜ ମୋହନ ମିଶ୍ର, ଅଭୟ ବେହେରା ପ୍ରମୁଖ ଯୋଗଦେଇ ବୌଦ୍ଧିକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଗାଁ ସଂସ୍କୃତିର ଅବକ୍ଷୟ ଏବଂ ଏହାର ନିରାକରଣ କ୍ଷେତ୍ରରେ ମଣିଷର ମାନବୀୟ ଧର୍ମ ଉପରେ ଆଲୋକପାତ କରିଥିଲେ।

ଦାବି ହାସଲ ନ ହେବା ପର୍ଯ୍ୟନ୍ତ ଚାଲୁ ରହିବ

ଖଣ୍ଡପଡା,୨୦ା୫(ସ୍ବ.ପ୍ର.)- ମହାନଦୀ ଆମର ଜୀବନରେଖା। ଓଡିଶାର୧୫ ଜିଲାର ପ୍ରାୟ ୨କୋଟି ଲୋକଙ୍କ ଜୀବନଜୀବିକା ପାଇଁ ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହୋଇଛି ା ମହାନଦୀ ଅବବାହିକା ୧୫ ଜିଲାର ଚାଷୀ, ମତ୍ସ୍ୟଜୀବୀ ଓ ଜନସାଧାରଣ ମହାନଦୀ ଉପରେ ନିର୍ଭରଶୀଳ ା ଏପରିସ୍ଥଳେ ଭାଜପା ଶାସିତ ଛତିଶଗଡ ରାଜ୍ୟ ସରକାର

ଗାଡି ସହ ୩ ଗୋରୁ ଜବତ, ୨ ଅଟକ

ନିରାକାରପୁର,୨୦ା୫(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ପୋଲିସ ଶନିବାର ଚଢାଉ କରି ଗାଡି ସହ ୩ ଗୋରୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଗାଡି ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ ଅଟକ ରଖାଯାଇଛି।

ନୀଳମାଧବ ମନ୍ଦିର: ସ୍ବତନ୍ତ୍ର ମ୍ୟାନେଜର ଓ ପରୀକ୍ଷାଙ୍କୁ ପୁନଃ ନିଯୁକ୍ତି

ଖଣ୍ଡପଡା,୨୦ା୫(ସ୍ବ.ପ୍ର.)-ଦେବୋତ୍ତର କର୍ମଚାରୀଙ୍କ ଅଶାଳୀନ ବ୍ୟବହାର ଯୋଗୁ ନୀଳମାଧବ ଜୀଉ ମନ୍ଦିରରେ ନିଯୁକ୍ତି ପାଇଥିବା ଜଣେ ସ୍ବତନ୍ତ୍ର ମ୍ୟାନେଜର ଇସ୍ତଫା ପ୍ରଦାନ କରି କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ।

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ

ବୋଲଗଡ,୨୦ା୪(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ବାଙ୍କୋଇଦେଶ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ କୈବଲ୍ୟ ମହତରାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ୍‌ କରାଇଦେବାକୁ ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଦଶପଲ୍ଲାରେ ମହାନଦୀ ବଞ୍ଚାଅ ମହାସମାବେଶ

ଦଶପଲ୍ଲା, ୨୦ା୫(ଡି.ଏନ୍‌.ଏ.)- କେନ୍ଦ୍ର ସରକାର ଓଡ଼ିଶାକୁ ସଦାସର୍ବଦା ଅବହେଳା କରିଆସୁଛି। ଛତିଶଗଡ଼ ସରକାରଙ୍କ ଯୋଗୁ ମହାନଦୀ ଆଜି ଶୁଖିଲା ପଡିଛି। ଏହି ପରିପ୍ରେକ୍ଷୀରେ ମହାନଦୀ ମହାସଂଗ୍ରାମରେ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସି ମହାନଦୀର ସୁରକ୍ଷା କରିବା ପାଇଁ ବିଜେଡି ନେତାମାନେ ଆହ୍ବାନ କରିଛନ୍ତି।

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ: ନୟାଗଡ ଜିଲାରେ ୯୨.୨୩ ପ୍ରତିଶତ ତୁଷାରକାନ୍ତ ମୁଦୁଲି ଜିଲା ଟପ୍ପର

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ: ନୟାଗଡ ଜିଲାରେ ୯୨.୨୩ ପ୍ରତିଶତ ତୁଷାରକାନ୍ତ ମୁଦୁଲି ଜିଲା ଟପ୍ପର

ନୟାଗଡ଼ ଅଫିସ,୨୦ା୫-ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ରାଜ୍ୟର ନୟାଗଡ଼ ଜିଲାରେ ସର୍ବାଧିକ ୯୨.୨୩ ପ୍ରତିଶତ ପାସ୍‌ହାର ହୋଇଛି। ରାଜ୍ୟରେ ୪୧ ଜଣ ଛାତ୍ରୀଛାତ୍ର ୯୦%ରୁ ଅଧିକ ମାର୍କ ରଖିଥିବାବେଳେ ନୟାଗଡ଼ ଜିଲାରୁ ୨ ଜଣ ଏଥିରେ ସାମିଲ ହୋଇଛନ୍ତି।

ଜବରଦଖଲ ଉଚ୍ଛେଦ ବନ୍ଦ ପାଇଁ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୨୦ା୫ ଦୁହୁରିଆ ଛକରେ ଜବରଦଖଲ ଉଚ୍ଛେଦ ଆସନ୍ତା ୨୦ ତାରିଖ ପରେ ଯେ କୌଣସି ଦିନ ହେବ ା ଏନେଇ ଡାକବାଜି ଯନ୍ତ୍ରରେ ଜିଲା ପ୍ରଶାସନ ପକ୍ଷରୁ ପ୍ରଚାର ପରେ ଦୁହୁରିଆ ଛକସ୍ଥିତ ବ୍ୟବସାୟୀ ଆତଙ୍କିତ ହୋଇ ପଡିଛନ୍ତି ା

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ: କେନ୍ଦ୍ରାପଡା ଜିଲାରେ ପାସ୍‌ହାର ୭୮.୩୮ ପ୍ରତିଶତ

କେନ୍ଦ୍ରାପଡା ଅଫିସ, ୨୦ା୫ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି ା କେନ୍ଦ୍ରାପଡା ଜିଲାରେ ଏହି ପରୀକ୍ଷାର ପାସ ହାର ୭୮.୩୮ ପ୍ରତିଶତ ହୋଇଛି ା ଚଳିତବର୍ଷ ଏହି ଜିଲାର ମୋଟ ୨୯୪୪ ଜଣ ଶିକ୍ଷାର୍ଥୀ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ ା

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡା ଅଫିସ, ୨୦ା୫ ସଦର ଥାନା ଅନ୍ତର୍ଗତ ନୋଳିଆ ଜଗଦିଶପୁର ଗ୍ରାମର ମହେନ୍ଦ୍ର ପରିଡାଙ୍କ ସ୍ତ୍ରୀ ନନ୍ଦିନୀ (୩୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଏନେଇ ମହାକାଳପଡା ଥାନା ରାଜଗଡ ପଞ୍ଚାୟତ ଗୟାସପୁର ଗ୍ରାମରେ ରହୁଥିବା ନନ୍ଦୀନଙ୍କ ଭାଇ ମନୋରଞ୍ଜନ ପରିଡା ଶନିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା

ଜିଲା ଟପ୍ପର ହେଲେ ଡେରାବିଶର ସମିନା ନାଜ୍‌

ଡେରାବିଶ,୨୦ା ୫(ସ୍ବ.ପ୍ର.) ଶନିବାର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରକାଶିତ ଫଳାଫଳ ଅନୁଯାୟୀ ଡେରାବିଶ ବ୍ଲକ ଗୋଲରାହାଟ ପଞ୍ଚାୟତ ଅନ୍ତର୍ଗତ ଗୋଲରାହାଟ ମୁସଲିମ୍‌ ସାହିର ଝିଅ ସମିନା ନାଜ୍‌(୧୭) କେନ୍ଦ୍ରାପଡା ଜିଲାରେ ଟପ୍ପର ହୋଇଛନ୍ତି। ବ୍ୟବସାୟୀ ପିତା ସେକ୍‌ ଅସଫର୍‌ ଓ ଶିକ୍ଷୟିତ୍ରୀ ମାତା

ପୋଖରୀରେ ବୁଡି  ୫ ବର୍ଷର ଶିଶୁ ମୃତ

ପୋଖରୀରେ ବୁଡି ୫ ବର୍ଷର ଶିଶୁ ମୃତ

ରାଜନଗର,୨୦ା୫(ଡି.ଏନ୍‌.ଏ.): ପୋଖରୀରେ ବୁଡିଯିବାରୁ ରାଜନଗର ବ୍ଲକ ଭିତରଗଡ ପଞ୍ଚାୟତ ଚାରିପୋଖରୀଆ ଗାଁର ଜଣେ ଶିଶୁର ମୃତ୍ୟୁ ଘଟିଛି। ସେ ହେଲେ ସଞ୍ଜୟ ବାରିକଙ୍କ ପୁଅ ପଞ୍ଚାନନ ବାରିକ(୫)। ସକାଳ ୧୦ଟାରେ ଗାଁ ପୋଖରୀ ତୁଠରେ ପିଲାମାନଙ୍କ ସହ ଖେଳୁଥିବା ବେଳେ ଅସବାଧାନତା ବଶତଃ ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲା।

ମହାନଦୀ ପାଇଁ ମହାସଂଗ୍ରାମ ରାଲି: ପ୍ରସ୍ତୁତି କାର୍ଯ୍ୟକ୍ରମର ସମୀକ୍ଷା କଲେ ବିଧାୟକ

ପାଟକୁରା,୨୦ା୫(ଡି.ଏନ୍‌.ଏ.) ମହାନଦୀର ସୁରକ୍ଷା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୨୩ରେ ମହାସଂଗ୍ରାମ ରାଲିର ଆୟୋଜନ କରଯାଇଛି। ଏନେଇ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସଙ୍କ ନେତୃତ୍ୱରେ ଗରଦପୁର ଡାକବଙ୍ଗଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟ ଦାବି ଜୋର ଧରିଲା

କେନ୍ଦ୍ରାପଡା ଅଫିସ, ୨୦ା୫ ଓଡିଶାର ପୁରାତନ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଲକ୍ଷ୍ୟରେ ମହାବିଦ୍ୟାଳୟ ପରିସରରେ ଏକ ବୈଠକ ଶନିବାର ଆୟୋଜିତ ହୋଇଥିଲା ା ଅଧ୍ୟକ୍ଷା ଡ. ସଂଯୁକ୍ତା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ଅଧ୍ୟକ୍ଷମାନେ ଯୋଗ ଦେଇ ମହାବିଦ୍ୟାଳୟକୁ

ଶାଳୀକୁ ନେଇ ଫେରାର୍‌ ଭିଣୋଇ ଗିରଫ

ଶାଳୀକୁ ନେଇ ଫେରାର୍‌ ଭିଣୋଇ ଗିରଫ

ରାଜନଗର,୨୦ା୫(ଡି.ଏନ୍‌.ଏ.) ରାଜନଗର ଥାନା ଅନ୍ତର୍ଗତ ବନ୍ଧପଡା ପଞ୍ଚାୟତର ନାବାଳିକା ଶାଳୀକୁ ନେଇ ଫେରାର ହୋଇଯାଇଥିବା ଭିଣୋଇଙ୍କୁ ଶନିବାର ରାଜନଗର ପୋଲିସ ଗିରଫ କରିଛି। ସେ ହେଲେ କୋଇଲିପୁର ଗ୍ରାମର ସମୀର ମଳିକ। ସୂଚନା ଯୋଗ୍ୟ ଯେ, ସମୀର ବିବାହ ପରେ ନିଜର ୧୭ ବର୍ଷୀୟ ଶାଳୀକୁ ପ୍ରେମରେ ଫସାଇ ଦେଇଥିଲେ।

ଆବେଦନ ସତ୍ତ୍ୱେ ମିଳୁନି ବାସଗୃହ : ପର ଘରେ ଆଶ୍ରିତ ଦିବ୍ୟାଙ୍ଗ ବୃଦ୍ଧା

ଆବେଦନ ସତ୍ତ୍ୱେ ମିଳୁନି ବାସଗୃହ : ପର ଘରେ ଆଶ୍ରିତ ଦିବ୍ୟାଙ୍ଗ ବୃଦ୍ଧା

ଭୁବନେଶ୍ୱର,୨୦ା୫(ବ୍ୟୁରୋ)୧୯୯୯ ମସିହା ମହାବାତ୍ୟାରେ ଘର ଖଣ୍ଡକ ଭାଙ୍ଗିଯିବା ପରେ ୧୮ବର୍ଷ ଧରି ପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଦିବ୍ୟାଙ୍ଗ ବୃଦ୍ଧା। ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର ସେ ସବୁ ଯୋଜନା ଯାଜପୁର ଜିଲା ବରୀ ବ୍ଲକ ସେରପୁର ପଞ୍ଚାୟତର ଦିବ୍ୟାଙ୍ଗ ମହିଳା ବସନ୍ତ ମଞ୍ଜରୀ ମହାନ୍ତି(୭୦)ଙ୍କ ପାଇଁ ସତେ ଯେମିତି ଦିବାସ୍ବପ୍ନ ପାଲଟିଛି।

ଅଭିଯୋଗ ଆଣିଲେ ଖୋଦ ଶାସକ ଦଳ କର୍ମୀ

ଯାଜପୁର ଅଫିସ,୨୦ା୫ ଗ୍ରାମୀଣ ଆବାସ ଯୋଜନା, ଜଳସେଚନ, ଡ୍ରେନେଜ ହେଉ ଅବା ଗରିବ ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସବୁଥିରେ ଦୁର୍ନୀତି ପାଇଁ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏଥିପାଇଁ ଶାସକ ଦଳର ଲୋକପ୍ରତିନିଧିଙ୍କଠାରୁ ଆରମ୍ଭ କରି କର୍ମକର୍ତ୍ତା ପ୍ରମୁଖ ବଦ୍‌ନାମ ହେଉଛନ୍ତି ।

ଅଧାପନ୍ତରିଆ କାମ କରି ଅର୍ଥ ହରିଲୁଟ୍‌ ମସୁଧା

ଅଧାପନ୍ତରିଆ କାମ କରି ଅର୍ଥ ହରିଲୁଟ୍‌ ମସୁଧା

କୋରେଇ,୨୦ା୫(ସ୍ବ.ପ୍ର) କୋରେଇ ବ୍ଲକ କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମରେ ନୂଆଗଡ଼ିଆ ପୋଖରୀର ଅଧାପନ୍ତରିଆ କାମ କରି ଅର୍ଥ ହରିଲୁଟ୍‌ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ଗ୍ରାମବାସୀ ଶୁକ୍ରବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଜଳ ବିଭାଜିକା ପ୍ରକଳ୍ପ ନାମରେ କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତରେ ଅର୍ଥ ହରିଲୁଟ୍‌ କରାଯାଇଛି।

୨୫ରେ ସମାପନ ହେବ ମହାନଦୀ ସୁରକ୍ଷା ଅଭିଯାନ : ପାରାଦୀପରେ ନେତୃତ୍ୱ ନେଲେ ଦାମ

୨୫ରେ ସମାପନ ହେବ ମହାନଦୀ ସୁରକ୍ଷା ଅଭିଯାନ : ପାରାଦୀପରେ ନେତୃତ୍ୱ ନେଲେ ଦାମ

ପାରାଦୀପ,୨୦ା୫(ସ୍ବ.ପ୍ର.): ଓଡ଼ିଶାର ସମୂହ ସ୍ବାର୍ଥ ପାଇଁ ବିଜେଡି ପକ୍ଷରୁ ମହାନଦୀ ସୁରକ୍ଷା ଅଭିଯାନ ଗତ ୧୬ ତାରିଖରୁ ଝାରସୁଗୁଡ଼ାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ପର୍ଯ୍ୟାୟ କ୍ରମେ ବିଭିନ୍ନ ଦିବସରେ ମହାନଦୀ କୂଳବର୍ତ୍ତୀ ଅଞ୍ଚଳ ଦେଇ ଯାତ୍ରା କରୁଛି। ଆସନ୍ତା ୨୫ ତାରିଖରେ ପାରାଦୀପଠାରେ ଏହା ଶେଷ ହେବ। ତେବେ ଏହାକୁ ନେଇ ପାରାଦୀପ ବିଜେଡିରେ ଏବେ ନୂଆ ସମୀକରଣ ସୃଷ୍ଟି ହୋଇଛି।

ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଟିକେଟ୍‌ କାଟି ନିରାଶ ହେଉଛନ୍ତି ରୋଗୀ

ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ: ଟିକେଟ୍‌ କାଟି ନିରାଶ ହେଉଛନ୍ତି ରୋଗୀ

ଜଗତ୍‌ସିଂହପୁର ଅଫିସ,୨୦ା୫ : ପ୍ରତ୍ୟହ ଶତାଧିକ ରୋଗୀ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଶୁଛନ୍ତି। ସେମାନେ ୟୁଜର ଫି ବାବଦ ୫ ଟଙ୍କା ଦେଇ ଓପିଡି ଟିକେଟ୍‌ କାଟୁଛନ୍ତି। ଏହି ଟିକେଟ୍‌ ବଳରେ ରୋଗୀ ଆଉଟଡୋର୍‌ରେ ଡାକ୍ତରଙ୍କୁ ସାକ୍ଷାତ କରି ଆବଶ୍ୟକ ଚିକିତ୍ସା ପାଇବା କଥା। କିନ୍ତୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ସମୟରେ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି।

ଜେଇଙ୍କ ମୃତଦେହ ଉଦ୍ଧାର ଘଟଣା, ହତ୍ୟା ମାମଲା ରୁଜୁ

ଜେଇଙ୍କ ମୃତଦେହ ଉଦ୍ଧାର ଘଟଣା, ହତ୍ୟା ମାମଲା ରୁଜୁ

ଚିକିଟି,୧୯ା୫(ଡି.ଏନ.ଏ.)- ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ବ୍ରହ୍ମାନଗର ସାହିର ଏକ ଭଡାଘରୁ ଶୁକ୍ରବାର ସକାଳ ପ୍ରାୟ ୯ଟାରେ ଚିକିଟି ବ୍ଲକ କନିଷ୍ଠ ଯନ୍ତ୍ରୀ କେନ୍ଦ୍ରାପଡା ଜିଲାର ମଣିମାଳା ବେଉରା (୩୮)ଙ୍କ ଝୁଲନ୍ତା ମୃତଦେହକୁ ଚିକିଟି ଫାଣ୍ଡି ପୋଲିସ ଉଦ୍ଧାର କରିଥିଲା। ଏନେଇ ନଂ.୨/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା।

ଅଙ୍ଗନୱାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଅଙ୍ଗନୱାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ସିଂହପୁର,୧୯ା୫(ଡି.ଏନ୍‌.ଏ.)- ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ଗ୍ରାମରେ ଜଣେ ଅଙ୍ଗନୱାଡି କର୍ମୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଶନିବାର ଉଦ୍ଧାର କରିଛି। ମୃତାଙ୍କ ନାମ ରିଲି ମଲ୍ଲିକ(୩୨)। ଅନ୍ୟପଟେ ଝିଅର ବାପା ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି।

ଚୋରାମଦ ଜବତ : ଜଣେ ଗିରଫ

ଚଣ୍ଡିଖୋଲ,୧୯ା୫(ଡି.ଏନ୍‌.ଏ.)- ବଡ଼ଚଣା ଥାନା ଧାନମଣ୍ଡଳ ଫାଣ୍ଡି ଅଧୀନ ତେଲିଗଡ ଗ୍ରାମରେ ଜଣେ ଚୋରା ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଶୁକ୍ରବାର ରାତିରେ ଗିରଫ କରାଯାଇ ଶନିବାର କୋର୍ଟଚାଲାଣ କରାଯାଇଛି।

ସାନଭାଇଙ୍କୁ ଆକ୍ରମଣ କରିବା ଅଭିଯୋଗରେ ବଡ଼ଭାଇ ଗିରଫ

ଚଣ୍ଡିଖୋଲ,୧୯ା୫(ଡି.ଏନ୍‌.ଏ.)- ବଡ଼ଚଣା ଥାନା କୁନ୍ଦଳ ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ରକରି ଜଣେ ବଡ଼ଭାଇ ତାର ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ଶୁକ୍ରବାର ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ଗ୍ରାମର ମଙ୍ଗରାଜ ସାହୁ ଓ କୃପାସିନ୍ଧୁ ସାହୁ ଦୁଇଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।