ଉପକୂଳ ଓଡିଶା

ଅଙ୍ଗନୱାଡି ଖେଳଣା କ୍ରୟକୁ ନେଇ ବଢ଼ୁଛି ଅସନ୍ତୋଷ

କେନ୍ଦ୍ରାପଡା ଅଫିସ,୨୧ା୫ କେନ୍ଦ୍ରାପଡା ଜିଲାର ମହାକାଳପଡା ଓ ଡେରାବିଶ ବ୍ଲକ ଅଞ୍ଚଳରେ ଅଙ୍ଗନୱାଡି ଖେଳଣା କ୍ରୟକୁ ନେଇ ବହୁ ଅଭିଯୋଗ ଜିଲା ପ୍ରଶାସନ ନିକଟରେ ପହଞ୍ଚୁଛି ା ଏହି ଖେଳନା କ୍ରୟରେ ଦୁର୍ନୀତି ହୋଇଥିବା ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଥିବା ବେଳେ ନିମ୍ନମାନର ଖେଳଣା ଯୋଗୁ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ମହଲରେ ଅସନ୍ତୋଷ ବ୍ୟାପୁଛି

ପଟ୍ଟାମୁଣ୍ଡାଇ ବଦଳରେ ଆଳିକୁ ସବ୍‌ଡିଭିଜନ ମାନ୍ୟତା: ରାସ୍ତାକୁ ଓହ୍ଲାଇବ ପଟ୍ଟାମୁଣ୍ଡାଇ, ରାଜନଗର ବିକାଶ ପରିଷଦ

ରାଜନଗର, ୨୧।୫ (ଡି.ଏନ୍‌.ଏ.) ଅବିଭକ୍ତ କଟକ ଜିଲାକୁ ନବେ ଦଶକରେ ବିଭକ୍ତ କରାଯାଇ କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ମିଳିଛି। ଜିଲାର ୮ଟି ବ୍ଲକ ଯଥା- କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ରାଜନଗର, ମହାକାଳପଡା, ମାର୍ଶାଘାଇ ଓ ଗରଦପୁର ବ୍ଲକର କେନ୍ଦ୍ରାପଡା ଏକମାତ୍ର ସବ୍‌ଡିଭିଜନ୍‌ ଭାବେ କାର୍ଯ୍ୟ କରୁଥିଲା।

ଉତ୍କଟ ହେଉଛି ପାନୀୟଜଳ ସମସ୍ୟା

ଉତ୍କଟ ହେଉଛି ପାନୀୟଜଳ ସମସ୍ୟା

ମହାକାଳପଡା, ୨୧ା୫ (ଡି.ଏନ.ଏ.) ମହାକାଳପଡା ବ୍ଳକର ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଖରାଦିନେ କୂପ, ପୋଖରୀ, ଖାଲ, ପାଟ, ନାଳ, କେନାଲ ଓ ଜୋରୀ ଆଦି ଶୁଖିଯାଇଛି। ଅପରପକ୍ଷେ ମହାନଦୀ, ଶାଖାନଦୀ, ଲୁଣା, ଗୋବରୀ ଓ ଅନ୍ୟାନ୍ୟ ଶାଖା ନଦୀର ଜଳ ଲୁଣିଆ ଯୋଗୁ ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରିହେଉ ନାହିଁ।

ପଟ୍ଟାମୁଣ୍ଡାଇ ବଦଳରେ ଆଳିକୁ ସବ୍‌ଡିଭିଜନ ମାନ୍ୟତା: ରାସ୍ତାକୁ ଓହ୍ଲାଇବ ପଟ୍ଟାମୁଣ୍ଡାଇ, ରାଜନଗର ବିକାଶ ପରିଷଦ

ରାଜନଗର, ୨୧।୫ (ଡି.ଏନ୍‌.ଏ.) ଅବିଭକ୍ତ କଟକ ଜିଲାକୁ ନବେ ଦଶକରେ ବିଭକ୍ତ କରାଯାଇ କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ମିଳିଛି। ଜିଲାର ୮ଟି ବ୍ଲକ ଯଥା- କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା, ରାଜନଗର, ମହାକାଳପଡା, ମାର୍ଶାଘାଇ ଓ ଗରଦପୁର ବ୍ଲକର କେନ୍ଦ୍ରାପଡା ଏକମାତ୍ର ସବ୍‌ଡିଭିଜନ୍‌ ଭାବେ କାର୍ଯ୍ୟ କରୁଥିଲା।

ରାଜନଗର ପୁସ୍ତକମେଳାର ୨ୟ ସନ୍ଧ୍ୟା: ଅବକ୍ଷୟ ସଂସ୍କୃତିର ପୁନରୁଦ୍ଧାର ଜରୁରୀ

ରାଜନଗର ପୁସ୍ତକମେଳାର ୨ୟ ସନ୍ଧ୍ୟା: ଅବକ୍ଷୟ ସଂସ୍କୃତିର ପୁନରୁଦ୍ଧାର ଜରୁରୀ

ରାଜନଗର, ୨୧।୫ (ଡି.ଏନ୍‌.ଏ.) ରାଜନଗର ବ୍ଲକ ରାଜସ୍ବ ଡାକବଙ୍ଗଳା ପରିସରରେ ଚାଲିଥିବା ୧୧ଶ ପୁସ୍ତକମେଳାର ରବିବାର ଥିଲା୨ୟ ସନ୍ଧ୍ୟା। ଏହି ଅବସରରେ ଗାଁ ସଂସ୍କୃତିର ଅବକ୍ଷୟ ଓ ଉତ୍ତରପିଢ଼ିର ଭବିଷ୍ୟତ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ରାଉରକେଲା ବାଣିଜ୍ୟକର କମିଶନର ଡା. ପଦ୍ମଲୋଚନ ରାଉତଙ୍କ ସଭାପତିତ୍ୱରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ଅଭିଯୋଗ

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୨୧ା୫- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇଦେବା ପାଇଁ ଜଣେ କାଉନସିଲର ୨ ହିତାଧିକାରୀଙ୍କଠାରୁ ୧୫ହଜାର ଲେଖାଏ ୩୦ ହଜାର ଟଙ୍କା ନେଇଛନ୍ତି। ଏହିଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲା ରଣପୁର ଏନ୍‌ଏସି ୧୨ ନମ୍ବର ଓ୍ବାର୍ଡ କାଉନସିଲର ସୁଧାକର ପ୍ରଧାନଙ୍କ ନାମରେ। ୧୨ ନମ୍ବର ୱାର୍ଡ଼ର ବାସିନ୍ଦା ମନୋଜ ଦାସ ଓ ସନ୍ତୋଷ ପ୍ରଧାନ ଏହି ଅଭିଯୋଗ ଆଣିଛନ୍ତି।

ଚିଲିକା ବିଜେଡିର ଜଲା ପରିଷଦ ଜୋନ୍‌ସ୍ତରୀୟ କର୍ମୀ ସମ୍ମିଳନୀ

ବାଲୁଗଁା,୨୧ା୫ (ଡି.ଏନ୍‌.ଏ.)- ବାଲୁଗଁାସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଚିଲିକା ବିଜେଡିର ୬ନଂ ଜିଲା ପରିଷଦ ଜୋନର କର୍ମୀ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି ା ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଚିଲିକା ବ୍ଲକ

ମହିଳାଙ୍କୁ ଥାନା ଅଧିକାରୀଙ୍କ ମାଡ଼ ଅଭିଯୋଗ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ନୟାଗଡ଼ ଅଫିସ,୨୧ା୫- ନୟାଗଡ଼ ଜିଲା ସଦର ଥାନାକୁ ନ୍ୟାୟ ପାଇଁ ଯାଇଥିବା ମହିଳାମାନଙ୍କୁ ରବିବାର ଥାନା ଅଧିକାରୀଙ୍କ ସମେତ କର୍ମଚାରୀମାନେ ମାଡ଼ ମାରିଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ନୟାଗଡ଼ ବ୍ଲକ କ୍ରୀଦାଶପୁର ପଞ୍ଚାୟତ ଯୌତୁକପାଟଣା ଗ୍ରାମର ମହିଳାମାନେ ଏହିଭଳି ଅଭିଯୋଗ କରିଛନ୍ତି।

ଦିନକର କାହାଣୀ ଲୁହା,ନିଆଁ ସଙ୍ଗେ ବିତୁଛି ଜୀବନ

ଦିନକର କାହାଣୀ ଲୁହା,ନିଆଁ ସଙ୍ଗେ ବିତୁଛି ଜୀବନ

ନୟାଗଡ ଜିଲା ରଣପୁର-ନୟାଗଡ ପୂର୍ତ୍ତବିଭାଗ ରାସ୍ତା କଡ ହାଟସାହିରେ ଥିବା ଏକ ପରିତ୍ୟକ୍ତ ବରଗଛ ମୂଳ ପାଲଟିଛି ତାଙ୍କର କର୍ମସ୍ଥଳୀ। ପ୍ରତ୍ୟେକ ଦିନ ସେଠାରେ ତାଙ୍କୁ ଦେଖିବାକୁ ମିଳେ । ସେଇଠି ରହିଛି ତାଙ୍କର କମାର ଶାଳ ା ସେ ହେଲେ ବୀର ମହାରଣା। ଘର ନୟାଗଡ ଜିଲା ରଣପୁର ଏନ୍‌ଏସିର ସାମୁକା ସାହିରେ ା ବୟସ ୭୫ ଛୁଇଁଲାଣି। ୪୦ ବର୍ଷ ହେଲା ସେ କମାର ଶାଳକୁ ଆପଣେଇ ନେଇଛନ୍ତି।

ଟାଙ୍ଗୀ ପ୍ରିମିୟର ଲିଗ୍‌ : ରତନପୁର ରାଇଡର ବିଜୟୀ

ଟାଙ୍ଗୀ(ଖୋର୍ଦ୍ଧା), ୨୧ା୫(ଡି.ଏନ.ଏ.)- ଟାଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଚିଲିକା ଷ୍ଟାଡିୟମରେ ଟାଙ୍ଗୀ ପ୍ରିମିୟମ ଲିଗ୍‌ର ରବିବାର ଖେଳରେ ରତନପୁର ରାଇଡର ବିଜୟୀ ହୋଇଛି । ରତନପୁର ରାଇଡର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୯ ଉଇକେଟ ହରାଇ ୧୩୯ ରନ ସଂଗ୍ରହ କରିଥିଲା।

କମାଗୁରୁ କଲେଜରେ ଓଡିଆ ପଖାଳ ମହୋତ୍ସବ

ଟାଙ୍ଗୀ(ଖୋର୍ଦ୍ଧା)/ନିରାକାରପୁର,୨୧ା୫(ଡି.ଏନ.ଏ.)- ଟାଙ୍ଗୀ ବ୍ଲକ କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ମହାବିଦ୍ୟାଳୟରେ ରବିବାର ବୈଶାଖୀ ସାହିତ୍ୟ ଆସର ଓ ଓଡିଆ ପଖାଳ ମହୋତ୍ସବ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।

ଭାପୁରରେ ମହାନଦୀ ସୁରକ୍ଷା ଅଭିଯାନକୁ ବିପୁଳ ଜନସମର୍ଥନ

ଭାପୁର,୨୧ା୫(ଡି.ଏନ.ଏ.)-ଓଡିଶାର ଜୀବନରେଖା ଭାବେ ପରିଗଣିତ ମହାନଦୀରେ ଛତିଶଗଡ ସରକାର ବେଆଇନ ଭାବେ ବନ୍ଧ ବାନ୍ଧି ଏହାର ଜଳସ୍ରୋତକୁ ଶୁଖାଇ ଦେଇଥିବା ପ୍ରତିବାଦରେ ବିଜେଡି ପକ୍ଷରୁ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଝାରସୁଗୁଡାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା।

ଅସ୍ବାସ୍ଥ୍ୟକର ପରିବେଶରେ ଖଣ୍ଡପଡା ବ୍ଲକ

ଖଣ୍ଡପଡା,୨୧ା୫(ସ୍ବ.ପ୍ର.)- କେନ୍ଦ୍ର ସରକାର ସ୍ବଚ୍ଛଭାରତ କାର୍ଯ୍ୟକ୍ରମ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଖଣ୍ଡପଡା ବ୍ଲକ କାର୍ଯ୍ୟାଳୟକୁ ଦେଖିଲେ ଯୋଜନାର ସଫଳ ରୂପାୟନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ବ୍ଲକ କାର୍ଯ୍ୟାଳୟଟି ଏକ ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି

ମା’ଯୋଗମାୟା ଭାଗବତ ପ୍ରତିଯୋଗିତା: ଗୋପାଳିପଡା ଭାଗବତ ମଣ୍ଡଳୀ ବିଜୟୀ

ବୋଲଗଡ,୨୧ା୫(ଡି.ଏନ.ଏ.)-ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତ ହାଟବସ୍ତ ଗ୍ରାମର ରାମଲୀଳାସ୍ଥଳୀରେ ମା’ଯୋଗମାୟା ଭାଗବତ ମଣ୍ଡଳୀ ପକ୍ଷରୁ ୪ର୍ଥ ବାର୍ଷିକ ଭାଗବତ ପ୍ରତିଯୋଗିତା ଚାଲୁରହିଛି। ଶନିବାର ୨ୟ ସନ୍ଧ୍ୟାର ପ୍ରତିଯୋଗିତା ନୟାଗଡ ବ୍ଲକର ଗୋପାଳିପଡା ଓ ଭାପୁର ବ୍ଲକର ମହୁଲିଆ ଭାଗବତ ମଣ୍ଡଳୀ ମଧ୍ୟରେ ହୋଇଥିଲା।

ମହିଳା ସଂଘର ମଦ ବିରୋଧୀ କାର୍ଯ୍ୟକୁ ବିରୋଧ କରି ଯୁବକ ଗିରଫ

ଭାପୁର,୨୧ା୫(ଡି.ଏନ୍‌.ଏ.)- ଭାପୁର ବ୍ଲକର ଏକ ମହିଳା ସଂଘର ମଦ ବିରୋଧୀ କାର୍ଯ୍ୟକୁ ବିରୋଧ କରି ଜଣେ ଯୁବକ ମଦ ପିଇ ଗାଳିଦେବାରୁ ପୋଲିସ ତାଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଫତେଗଡ଼ ଥାନା ଧାନଚାଙ୍ଗଡ଼ା ପଞ୍ଚାୟତ କାଳିଆପଲ୍ଲୀ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ କୁହାଯାଏ।

ଓଡ଼ିଶା କର୍ମଚାରୀ ମହାମଞ୍ଚ ବୈଠକ

ନୟାଗଡ଼ ଅଫିସ,୨୧ା୫- ଓଡ଼ିଶା କର୍ମଚାରୀ ମହାମଞ୍ଚର ଏକ ବୈଠକ ରବିବାର ନୟାଗଡ଼ ସହରସ୍ଥିତ ପଠାଣି ସାମନ୍ତ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ କର୍ମଚାରୀ ମହାମଞ୍ଚ ସଭାପତି ପ୍ରଭାତ ମହାନ୍ତି, ସହଯୋଗୀ ତାପସ ମିଶ୍ର, ତନ୍ମୟ ପଟ୍ଟନାୟକ, ବିଜୟ ମଲ୍ଲ ଓ ଦେବ ସାହୁ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ।

ଜିଲା ପିଇଓ ସଂଘର ସାଧାରଣ ବୈଠକ

ନୟାଗଡ଼ ଅଫିସ,୨୧ା୫- ରବିବାର ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଜିଲା ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ (ପିଇଓ)ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ପ୍ରକାଶ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ବକେୟା ଦରମା ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ପାସେଞ୍ଜର ହଲ୍‌ଟ ନିର୍ମାଣ ଦାବି: ଇଟାମାଟିରେ ୧ ଘଣ୍ଟିଆ ବନ୍ଦ ଆଜି

ନୟାଗଡ଼ ଅଫିସ,୨୧ା୫- ପାସେଞ୍ଜର ହଲ୍‌ଟ ନିର୍ମାଣ ଦାବିରେ ସୋମବାର ବାଲୁଙ୍କେଶ୍ୱର ରେଲ୍‌ୱେ ସଂଗ୍ରାମ ସମିତି ପକ୍ଷରୁ ଇଟାମାଟିଠାରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବ। ସକାଳ ୮ଟାରୁ ୯ଟା ଏକଘଣ୍ଟା କାଳ ଜୟ ଜଗନ୍ନାଥ ସିନେମା ହଲ୍‌ ନିକଟରେ ରାସ୍ତାରୋକୋ କରାଯିବ ବୋଲି ସମିତିର ସଭାପତି ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ନୂତନ ଗୃହ ନିର୍ମାଣ ଶେଷ ପରେ ମଧ୍ୟ ହୋଇପାରୁନି ହସ୍ତାନ୍ତର ଭଙ୍ଗାଘରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

ନୂତନ ଗୃହ ନିର୍ମାଣ ଶେଷ ପରେ ମଧ୍ୟ ହୋଇପାରୁନି ହସ୍ତାନ୍ତର ଭଙ୍ଗାଘରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

ବିରଜାକ୍ଷେତ୍ର,୨୧।୫(ଡି.ଏନ୍‌.ଏ) ନୂତନ ଅଙ୍ଗନୱାଡ଼ି ଗୃହ ନିର୍ମାଣ ସରିଛି। ମାତ୍ର ରାଜନୈତିକ ଅଭିସନ୍ଧି କାରଣରୁ ଏହା ଉଦ୍‌ଘାଟନ ହେଉ ନାହିଁ। ବିଦ୍ୟାଳୟର ଏକ ଭଙ୍ଗା କୋଠରୀରେ ବିପଦପୂର୍ଣ୍ଣଭାବେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ଛୋଟ ଛୋଟ ପିଲାଙ୍କ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଲଘୁ ଖଣିଜ ସମ୍ପଦରେ ଭରପୁର ଡଙ୍କାରୀ ଗ୍ରାମ ଜଳଯୋଗାଣ ପ୍ରକଳ୍ପ ଅଛି, କାମକୁ ନୁହେଁ

ଯାଜପୁର ଅଫିସ,୨୧ା୫ ବହୁଚର୍ଚ୍ଚିତ ଡଙ୍କାରୀ ଗ୍ରାମରେ ପାଇପ୍‌ ଜଳଯୋଗାଣ ପ୍ରକଳ୍ପରେ ଗ୍ରାମବାସୀ ପାଣିଟିକେ ପାଉ ନାହାନ୍ତି। ଲଘୁ ଖଣିଜ ଦ୍ରବ୍ୟରେ ଭରପୁର ଥିଲେ ସୁଦ୍ଧା ଡଙ୍କାରୀବାସୀ ଖରା ମାସରେ ବିଶୁଦ୍ଧ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। ଅନ୍ୟପକ୍ଷେ ଡଙ୍କାରୀ କଳାପଥର ଖାଦାନକୁ ଲିଜ୍‌ ଦେଇ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ବ ଆଦାୟ କରୁଛନ୍ତି।

ପୁନଃ ଅବସ୍ଥାପନ, ବକେୟା ପାଉଣାରୁ ବଞ୍ଚତ୍ତ ପାଚକ ଚିତ୍ତରଞ୍ଜନ

ପୁନଃ ଅବସ୍ଥାପନ, ବକେୟା ପାଉଣାରୁ ବଞ୍ଚତ୍ତ ପାଚକ ଚିତ୍ତରଞ୍ଜନ

ରସୁଲପୁର,୨୧ା୫(ଡି.ଏନ୍‌.ଏ.) ପାଚକ ଭାବେ ପୁନଃ ଅବସ୍ଥାପନ ଓ ବକେୟା ପାଉଣା ପାଇଁ ଜଣେ ରୋଷେୟା ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ କୌଣସି ଫଳ ନ ମିଳିବାରୁ ସେ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି ରସୁଲପୁର ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ବିରଭାନପୁରସ୍ଥିତ ଶ୍ରୀ ଜଗନ୍ନାଥ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ।

ସରକାରୀ ନିୟମର ଉଲ୍ଲଂଘନ ଅବସର ପରେ ବି କାର୍ଯ୍ୟ କରୁଛନ୍ତି କିରାଣି

ସରକାରୀ ନିୟମର ଉଲ୍ଲଂଘନ ଅବସର ପରେ ବି କାର୍ଯ୍ୟ କରୁଛନ୍ତି କିରାଣି

କୋରେଇ,୨୧ା୫(ସ୍ବ.ପ୍ର) କୋରେଇ ବ୍ଲକରେ ଦୁର୍ନୀତି ସୀମା ଟପିଛି। ଚତୁର୍ଦ୍ଦଶ ଅର୍ଥ କମିଶନ, ଏମ୍‌ଏନ୍‌ଆର୍‌ଇଜିଏସ୍‌ ଆଦି ସବୁ ଯୋଜନାରେ ପିସି ନ ଦେଲେ କାର୍ଯ୍ୟ ହେଉ ନ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ଅପରପକ୍ଷରେ କୋରେଇ ବ୍ଲକର ଜଣେ ବରିଷ୍ଠ କିରାଣୀ ଅବସର ନେଇ ସାରିବା ପରେ ବି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ଶିଶୁଙ୍କୁ ଗ୍ରାସିଲାଣି ମାଦକ ଦ୍ରବ୍ୟ ନିଶା : ଅଧିକାଂଶ ଜାଜାବର, ମିଳୁନି ସ୍ଥାୟୀ ଠିକଣା

ଜଗତ୍‌ସିଂହପୁର ଅଫିସ, ୨୧ା୫-ଆଜିର ଶିଶୁ କାଲିର ଭବିଷ୍ୟତ । ଯେଉଁ ଦେଶର ଶିଶୁ ସୁରକ୍ଷିତ ସେ ଦେଶ ସେତିକି ସମୃଦ୍ଧ । ତେଣୁ ଶିଶୁର ପୁଷ୍ଟି ଓ ଆବଶ୍ୟକ ଯନତ୍ ଜରୁରୀ । ଏନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଶିକ୍ଷାନୁଷ୍ଠାନରେ ମଧ୍ୟାହ୍ଣ ଭୋଜନ ବ୍ୟବସ୍ଥା ହେଉଛି । ଜନ୍ମରୁ ୫ ବର୍ଷର ଶିଶୁଙ୍କ ପାଇଁ ଛତୁଆ ଆଦି ଦିଆଯାଉଛି ।

ଦୁଇ ମାସ ପରେ ନିଖୋଜ ମହିଳା ପଣ୍ଡିଚେରୀରୁ ଉଦ୍ଧାର

ନାଉଗାଁ,୨୧ା୫(ସ୍ବ.ପ୍ର.): ନାଉଗଁା ଥାନା ଅନ୍ତର୍ଗତ ଶିଖର ପଞ୍ଚାୟତର ୨ଜଣ ମହିଳା ନିଖୋଜ ହେବାର ୨ ମାସ ପରେ ପଣ୍ଡିଚେରୀରୁ ଉଦ୍ଧାର ହୋଇଛନ୍ତି। ନାଉଗଁା ଥାନା ପୋଲିସ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ କେଉଁ ପରିସ୍ଥିତିରେ ସେମାନେ ଘର ଛାଡି ଯାଇଥିଲେ ତାହା ଜାଣିବା ପାଇଁ ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।