ଉପକୂଳ ଓଡିଶା

ସରକାରୀ ଜାଗା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଭେଟିଲେ ବାଲିସାହିବାସୀ

ସରକାରୀ ଜାଗା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଭେଟିଲେ ବାଲିସାହିବାସୀ

ନୂଆଗାଁ ୨୨।୫(ଡି.ଏନ୍‌.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ସୋରଡା ପଞ୍ଚାୟତର ବାଲିସାହି ଗ୍ରାମରେ ଥିବା ସରକାରୀ ଜାଗା ଚିହ୍ନଟ ପାଇଁ ମଙ୍ଗଳବାର ବାଲିସାହି ଗ୍ରାମବାସୀ ନୂଆଗାଁ ତହସିଲଦାରଙ୍କୁ ଭେଟିଛନ୍ତି। ଏକ ସୋଲାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣକୁ ପ୍ରତିବାଦ କରାଯିବା ପରେ ଗ୍ରାମରେ ରହିଥିବା ସମସ୍ତ ସରକାରୀ ଜାଗାକୁ ଚିହ୍ନଟ କରି ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ ତହସିଲଦାରଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି।

ପୋଖରୀ ହୁଡ଼ାରୁ ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରାସ୍ତାରୋକୋ

ପୋଖରୀ ହୁଡ଼ାରୁ ବେଆଇନ ଜବରଦଖଲ ଉଚ୍ଛେଦ ନେଇ ରାସ୍ତାରୋକୋ

ରଣପୁର, ୨୨।୫(ଡି.ଏନ୍‌.ଏ.): ନୟାଗଡ ଜିଲା ରଣପୁର ଏନ୍‌ଏସି ୨ ନଂ. ଓ୍ବାର୍ଡ ହାଟସାହିଠାରେ ମଙ୍ଗଳବାର ସକାଳେ ଓ୍ବାର୍ଡବାସୀ ସାନଫସି ପୋଖରୀ ହୁଡ଼ାରୁ ବେଆଇନ ଜବରଦଖଲ ଉଚ୍ଛେଦ ଦାବିନେଇ ରଣପୁର ନୟାଗଡ଼ ସୁନାଖେଲା ରାସ୍ତାକୁ ଅବରୋଧ କରିଥିଲେ।

କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ: ବିଜ୍ଞାନରେ ସୁଜିତ, କଳାରେ ଅନୁପମା, ବାଣିଜ୍ୟରେ ମନୋଜ ଟପ୍ପର

କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ: ବିଜ୍ଞାନରେ ସୁଜିତ, କଳାରେ ଅନୁପମା, ବାଣିଜ୍ୟରେ ମନୋଜ ଟପ୍ପର

କେନ୍ଦ୍ରାପଡା ଅଫିସ, ୨୨।୫: କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ଶ୍ରେଣୀର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପାଇଁ ପ୍ରକାଶିତ ପରୀକ୍ଷା ଫଳରେ ମହାବିଦ୍ୟାଳୟର ମୋଟ ପାସହାର ୯୪ ପ୍ରତିଶତ ରହିଛି। କଳାରେ ୯୫ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟରେ ୯୨ ପ୍ରତିଶତ ଛାତ୍ରୀଛାତ୍ର ସଫଳ ହୋଇଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ପାସହାର ୯୪ ପ୍ରତିଶତ ରହିଛି।

ସ୍ବାମୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ସ୍ତ୍ରୀ, ଝିଅ

ସ୍ବାମୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ସ୍ତ୍ରୀ, ଝିଅ

କେନ୍ଦ୍ରାପଡା ଅଫିସ, ୨୨ା୫: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଷଣ୍ଡପଲ୍ଲୀ ଗ୍ରାମର ଗୋଲେଖ ସେଠୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବିରେ ପରିବାରଲୋକେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ସେମାନଙ୍କୁ ସମର୍ଥନ ଜଣାଇ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଏବଂ ପୁରୁଷ ଏଥିରେ ସାମିଲ ହୋଇଥିବା ଜଣାପଡିଛି।

ଏକକାଳୀନ ବକେୟା ଦରମା ପ୍ରଦାନ ଦାବି: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଲେ ଡାକସେବକ

ଏକକାଳୀନ ବକେୟା ଦରମା ପ୍ରଦାନ ଦାବି: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଲେ ଡାକସେବକ

ଓଡ଼ଗାଁ,୨୨।୫(ସ୍ବ.ପ୍ର.): ଅଖିଳ ଭାରତୀୟ ଡାକ ସେବକ ସଂଘର ଆହ୍ବାନକ୍ରମେ ନୟାଗଡ ଜିଲା ଅନ୍ତର୍ଗତ ଓଡ଼ଗାଁ, ବାହାଡ଼ାଝୋଲା, କୁରାଳ ଓ ଶରଣକୁଳ ଉପ ଡାକଘର ଅଧୀନରେ କାର୍ଯ୍ୟରତ ସମସ୍ତ ଡାକ ସେବକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦେବା ସହିତ କାର୍ଯ୍ୟବନ୍ଦ କରିଛନ୍ତି ।

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

ରାଜନଗର, ୨୨।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସଦର ଉପ ଡାକଘର ସମ୍ମୁଖରେ ବ୍ଲକର ୧୦ଟି ବ୍ରାଞ୍ଚ ପୋଷ୍ଟ ଅଫିସର କର୍ମଚାରୀମାନେ ବିଭିନ୍ନ ଦାବି ନେଇ ମଙ୍ଗଳବାରଠାରୁ ଧର୍ମଘଟ ଆରମ୍ଭ କରିଛନ୍ତି।

ବିଦ୍ୟୁତ୍‌ ଆଘାତରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ୍‌ ଆଘାତରେ ଗୁରୁତର ବୃଦ୍ଧଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ମହାକାଳପଡ଼ା,୨୨।୫: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର ପଞ୍ଚାୟତର ସାହାବାନିପୁର ଗ୍ରାମରେ ଶନିବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଥିବା ବୃଦ୍ଧଙ୍କ ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ଜଗବନ୍ଧୁ ସାମଲ(୮୨)।

ମେଶିନ ସାହାଯ୍ୟରେ ଚାଲିଛି ସରକାରୀ ନିର୍ମାଣ କାର୍ଯ୍ୟ

ମେଶିନ ସାହାଯ୍ୟରେ ଚାଲିଛି ସରକାରୀ ନିର୍ମାଣ କାର୍ଯ୍ୟ

ରାଜନଗର, ୨୨ାା୫(ଡି.ଏନ୍‌.ଏ.)ରାଜନଗର ଅଞ୍ଚଳରେ ଲୋକେ କାମ ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତିି। ପ୍ରଶାସନ ଗୋଟିଏ ବର୍ଷରେ ୧୦୦ ଲୋକଙ୍କୁ ବି ୧୦୦ ଦିନର କାମ ଯୋଗାଇପାରୁନି । ଏ ପରିସ୍ଥିତିରେ ଜବ୍‌କାର୍ଡଧାରୀଙ୍କୁ କାମ ଯୋଗାଇବା ପରିବର୍ତ୍ତେ ମେଶିନ୍‌ ଦ୍ୱାରା ମାଟିକାମ ଓ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି।

କୃତ୍ରିମ ଯାଆଁଳ ଯୋଗୁ ମତ୍ସ୍ୟଚାଷୀ କ୍ଷତିଗ୍ରସ୍ତ

ମହାକାଳପଡା, ୨୨ା।୫ (ଡି.ଏନ୍‌.ଏ.)ସରକାର ମତ୍ସ୍ୟଚାଷୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ସରକାରୀସ୍ତରରୁ ଋଣ ନେଇ ମାଛ ଚାଷ କରୁଥିବା ଚାଷୀଙ୍କୁ ଯାଆଁଳ ପ୍ରଦାନ କରାଯାଉଛି। ମାତ୍ର ଆବଶ୍ୟକ ସମୟରେ ଯାଆଁଳା ମିଳୁ ନଥିବାରୁ ମତ୍ସ୍ୟଚାଷୀମାନେ କୃତ୍ରିମ ଯାଆଁଳା ଉପରେ ନିର୍ଭର କରୁଛନ୍ତି। ତେବେ ଏଥିରୁ ଭଲ ମାଛ ଉତ୍ପାଦନ ହେଉ ନ ଥିବା ଅଭିଯୋଗ ହେଉଛି। କୃତ୍ରିମ ଯାଅଁାଳ ଯୋଗୁ ଅନେକ ସମୟରେ ମାଛର ଓଜନ କମିଯାଉଛି। ମାଛ ଚାଷୀମାନେ ଏଥିରୁ ଲାଭବାନ ହେବା ପରିବର୍ତ୍ତେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ମହାକାଳପଡା ବ୍ଲକରେ ମାଛ ଚାଷ କରୁଥିବା କେତେଜଣ ଚାଷୀ ଏଭଳି ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ ଯେ, ସାଧାରଣତଃ ପ୍ରାକ୍‌ ମୌସୁମୀ ଆସିଲେ ପ୍ରାକୃତିକ ଉପାୟରେ ମାଛ ଯାଅଁାଳ ହୋଇଥାଏ।

ସରକାରୀ ବିହନ ମିଳୁନି, ଚାଷୀ ହତାଶ

ପାଟକୁରା, ୨୨ା।୫ (ଡି.ଏନ୍‌.ଏ.) ଅକ୍ଷୟ ତୃତୀୟାଠାରୁ ଖରିଫ ଧାନ ଚାଷ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ବ୍ଲକରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରମାଣିକୃତ ଧାନ ବିହନ ମିଳୁନି। ଫଳରେ କେତେଜଣ ଚାଷୀ ପାରମ୍ପରିକ ବିହନ ଚାଷ କାର୍ଯ୍ୟରେ ଲଗାଉଛନ୍ତି। ତେବେ ପ୍ରମାଣିକୃତ ବିହନ ଆବଶ୍ୟକ ପରିମାଣର ଉପଲବ୍ଧ ଥିବା ବେଳେ ବ୍ଲକର ୯ଟି ସମବାୟ ସମିତି, ୧୪ଜଣ ରିଟେଲର ଓ ଜଣେ ପାଇକାରୀ ବିହନ ନେଉ ନଥିବା ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ, ଅଧିକ ଅମଳକ୍ଷମ ପ୍ରମାଣିକୃତ ବିହନ ବିକ୍ରି କରିବା ପାଇଁ ସରକାର ଏମାନଙ୍କୁ ଲାଇସେନ୍ସ ପ୍ରଦାନ କରିଛନ୍ତି।

ଶ୍ରମିକ ଚୋରା ଚାଲାଣ ର଼୍ୟାକେଟ ସକ୍ରିୟ

କେନ୍ଦ୍ରାପଡା ଅଫିସ, ୨୨ାା୫ରାଜ୍ୟ ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ଶ୍ରମିକ ଚୋରା ଚାଲାଣକୁ ରୋକି ହେଉନି। ଗତ ୫ମାସ ମଧ୍ୟରେ ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଜନଗରରୁ ବାହାରକୁ କର୍ମ ଅନ୍ବେଷଣରେ ଯାଉଥିବା ୧୩ ଶିଶୁ, ନାବାଳିକା ଓ ଯୁବତୀଙ୍କୁ ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ଏଥିସହିତ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୨ଜଣ ଯୁବତୀଙ୍କୁ ସମ୍ବଲପୁରର ଦୁଇ ଚୋରା ଶ୍ରମିକ ଚାଲାଣକାରୀ ସୋଦି ଆରବରେ ବିକ୍ରି କରିଥିବା ଅଭିଯୋଗ ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ସେହିପରି ମହାକାଳପଡ଼ା ଓସ୍ତିଆ ଅଞ୍ଚଳର ୭ ଶ୍ରମିକ ଏବେ ବିହାରରେ ଫସିଥିବା ନେଇ ସୋସିଆଲ୍‌ ମିଡ଼ିଆରେ ଏକ ଭିଡିଓ କେନ୍ଦ୍ରାପଡା ଜିଲାରେ ଭାଇରାଲ ହେଉଛି।

ଗାଁ ସମ୍ମୁଖ ପଡିଆରୁ  ପୋଖରୀ ଖନନକୁ ବିରୋଧ

ଗାଁ ସମ୍ମୁଖ ପଡିଆରୁ ପୋଖରୀ ଖନନକୁ ବିରୋଧ

ରାଜନଗର, ୨୨ାା୫(ଡି.ଏନ୍‌.ଏ.) ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଅନ୍ତର୍ଗତ ଓକିଲପାଳ ଗ୍ରାମ ସମ୍ମୁଖ ବିସ୍ତୃତ ପଡିଆରୁ ପୋଖରୀ ଖନନ କରି ସେଠାରୁ ମାଟି ଉଠାଯାଇ ବଗପାଟିଆରେ ବିଛାଯିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିିକୁ ଓକିଲପାଳ ଓ ଦେବେନ୍ଦ୍ର ନାରାୟଣପୁରର ଗ୍ରାମବାସୀ ସୋମବାର ବିରୋଧ କରିଛନ୍ତି। ଏହି ୨ ଗ୍ରାମ ସମ୍ମୁଖ ଭାଗରେ ୧୮.୩୩ ଏକରର ଗ୍ରାମ୍ୟ ଜଙ୍ଗଲ ରହିଛି। ସେଠାରେ ଉଭୟ ଗ୍ରାମର ଗୋରୁମାନେ ଚରାବୁଲା କରନ୍ତି। ଏହାଛଡା ଉଭୟ ଗ୍ରାମର ଥିବା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏହାକୁ ଖେଳପଡିଆ ରୂପେ ବ୍ୟବହାର କରିଥାନ୍ତିି। କିନ୍ତୁ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମ୍ୟଜଙ୍ଗଲ କିସମରେ ପୋଖରୀ ଖନନ କରାଯାଇ ମାଟି ଉଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ସେମାନେ ବିରୋଧ କରିଛନ୍ତି। ଏହା ଦ୍ୱାରା ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେବା ସହ ହେନ୍ତାଳ ବଣର ସ୍ଥାୟିତ୍ୱ ପ୍ରତି ବିପଦ ଆଶଙ୍କା ରହିଛି ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏହି କାର୍ଯ୍ୟରୁ ପ୍ରଶାସନ ନିବୃତ୍ତ ନ ରହିଲେ, ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଅଗ୍ନିକାଣ୍ଡରେ ୩ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୩ବଖରା ଜଳିଗଲା

ପଟ୍ଟାମୁଣ୍ଡାଇ, ୨୨ା।୫ (ସ୍ବ.ପ୍ର.)ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଞ୍ଚାୟତ ସାନଜରିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ରବିବାର ବିଳମ୍ବିତ ରାତିରେ ଦିବାକର ନାଥଙ୍କ ୩ବଖରା ଜଳିଯାଇଛି। ଦିବାକରଙ୍କ ସ୍ତ୍ରୀ ଓ ପୁଅ ଘରେ ଶୋଇଥିବା ବେଳେ ଘରେ ନିଆଁ ଲାଗିଥିବା ଜାଣିପାରି ବାହାରକୁ ଚାଲି ଆସିଥିଲେ। ଘର ଭିତରୁ କୌଣସି ଜିନିଷ ଉଦ୍ଧାର କରାଯାଇ ପାରିନାହିଁ। ଖବରପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ।

ଓଡ଼ିଶାକୁ ବିଶେଷ ରାଜ୍ୟ ମାନ୍ୟତା ଦାବି

ଓଡ଼ିଶାକୁ ବିଶେଷ ରାଜ୍ୟ ମାନ୍ୟତା ଦାବି

କେନ୍ଦ୍ରାପଡ଼ା ଅଫିସ, ୨୨ା୫ପ୍ରବାସୀ ଉତ୍କଳ ବିକାଶ ମଞ୍ଚ ପକ୍ଷରୁ ଓଡିଶାକୁ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ ପାଇଁ ସୋମବାର ଦାବି କରାଯାଇଛି। ମଞ୍ଚ ସଦସ୍ୟ କେନ୍ଦ୍ରାପଡ଼ା ଜିଲାର ବହୁ ଅଧିବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା କରି ଏହାର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ।

୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ରମିକ ଅର୍ଦ୍ଧଦଗ୍ଧ

ଭାପୁର,୨୨ା୫(ଡି.ଏନ୍‌.ଏ.)- ଭାପୁର ବ୍ଲକ ଚକ୍ରଧରପ୍ରସାଦ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ରର କୋଠାଘର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ଆହତ ଶ୍ରମିକ ହେଲେ ସୁବାସ ବେହେରା (୪୫)।

ପଡୋଶୀଙ୍କ ଘରକୁ ଧୂଆଁ ଯିବାରୁ ଗଣ୍ଡଗୋଳ, ବାପ ପୁଅ ଗିରଫ

ଓଡ଼ଗାଁ, ୨୨ା୫(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି କଇଁଆ ସାହିରେ ସାମାନ୍ୟ ଅଳିଆ ପୋଡିବା ଓ ପଡୋଶୀ ଘରକୁ ଧୂଆଁ ଯିବାକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି ା ଘଟଣାଟି ରବିବାର ଅପରାହ୍ନରେ ଘଟିଥିବା ବେଳେ ପୋଲିସ ଏହି ମାମଲାରେ ବାପା ସମେତ ଦୁଇ ପୁଅଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି ା କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ଯିବାକୁ ପଡିଛି ା

ପାସେଞ୍ଜର ହଲ୍‌ଟ ନିର୍ମାଣ ଦାବି ଇଟାମାଟିରେ ୧ ଘଣ୍ଟା ଶାନ୍ତିପୂର୍ଣ୍ଣ ରାସ୍ତାରୋକୋ

ପାସେଞ୍ଜର ହଲ୍‌ଟ ନିର୍ମାଣ ଦାବି ଇଟାମାଟିରେ ୧ ଘଣ୍ଟା ଶାନ୍ତିପୂର୍ଣ୍ଣ ରାସ୍ତାରୋକୋ

ନୟାଗଡ଼ ଅଫିସ,୨୨ା୫-ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ର ଚମ୍ପତ୍ତିପୁରଠାରେ ଏକ ପାସେଞ୍ଜର ହଲଟ (ପିଏଚ୍‌) ନିର୍ମାଣ ଦାବିରେ ବାଲୁଙ୍କେଶ୍ୱର ରେଲ୍‌ୱେ ସଂଗ୍ରାମ ସମିତି, ଇଟାମାଟି ତରଫରୁ ସୋମବାର ଶାନ୍ତିପୂର୍ଣ୍ଣ ଭାବେ ରାସ୍ତାରୋକୋ କରାଯାଇଥିଲା। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଇଟାମାଟି ସ୍ଥିତ ଜୟ ଜଗନ୍ନାଥ ସିନେମା ହଲ୍‌ ନିକଟରେ ରାସ୍ତାରୋକୋ କରାଯାଇଥିଲା। ପକ୍ଷରୁ କୁହାଯାଇଛି ଯେ,ଚମ୍ପତ୍ତିପୁରଠାରେ ପିଏଚ୍‌ ନିର୍ମାଣ କରିବା ଲାଗି ବିଭିନ୍ନ ସ୍ଥାନରେ ଦାବି କରାଯାଇଥିଲା।

ପିଆଇସିଟିକୁ ନେଇ ଉଷ୍ମ ହେଲାଣି ପାରାଦୀପ : ଗୋଇନ୍ଦା ଖବରପାଇ ଆଗୁଆ ଫୋର୍ସ ମୁତୟନ

ପିଆଇସିଟିକୁ ନେଇ ଉଷ୍ମ ହେଲାଣି ପାରାଦୀପ : ଗୋଇନ୍ଦା ଖବରପାଇ ଆଗୁଆ ଫୋର୍ସ ମୁତୟନ

ପାରାଦୀପ,୨୨ା୫(ସ୍ବ.ପ୍ର.): କିଛି ଦିନର ବ୍ୟବଧାନପରେ ପୁଣି ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ ବିବାଦ ମୁଣ୍ଡ ଟେକିଛି। ଜେଏମ୍‌ ବକ୍ସି ଗ୍ରୁପର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ପ୍ରକଳ୍ପକୁ ନେଇ ଏପରି ବିବାଦ ମୁଣ୍ଡ ଟେକିଛି। ମଙ୍ଗଳବାର ସୁଧା ପିଆଇସିଟି ବର୍ଥରେ କଣ୍ଟେନର ବୋଝେଇ ଜାହାଜ ଲାଗିବାର ଅଛି। ଏହି କଣ୍ଟେନରର ଷ୍ଟିଭେଡରିଂ ଓ ଟ୍ରାନ୍ସପୋର୍ଟିଂ ପାଇଁ ଏକାଧିକ ସଂଗଠନ ବିରୋଧ କରିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଗୁଇନ୍ଦା ବିଭାଗଠାରୁ ଖବର ପାଇ ସୋମବାର ପାରାଦୀପ ପୋଲିସ ଆଗୁଆ ଫୋର୍ସ ମୁତୟନ କରିଛି। ସୂଚନାଯୋଗ୍ୟ, ପିଆଇସିଟି ଓ ପାରାଦୀପ ବନ୍ଦର ମଧ୍ୟରେ କଣ୍ଟେନର ବର୍ଥ ପାଇଁ ବିଓଟି (ବିଲ୍ଟ ଅପରେଟ୍‌ ଟ୍ରାନ୍ସପୋର୍ଟ) ୩୦ ବର୍ଷ ପାଇଁ ଚୁକ୍ତି ହୋଇଛି।

ଔଷଧ ଦୋକାନୀଙ୍କୁ ମାଡ଼ ମାରି ଲୁଟ୍‌ : ଅଭିଯୋଗକାରୀଙ୍କୁ ପିଟିଲା ପୋଲିସ

ଜଗତ୍‌ସିଂହପୁର ଅଫିସ, ୨୨ା୫: ଜଗତ୍‌ସିଂହପୁର ଥାନା ସାଁପୁର କାଳିଛକ ନିକଟରେ ଔଷଧ ଦୋକାନ କରିଥିବା ରବୀନ୍ଦ୍ର ନାଥ ସ୍ବାଇଁଙ୍କୁ ଗତ ୨୦ ତାରିଖ ରାତି ପ୍ରାୟ ୯.୩୦ରେ ଗୋବିନ୍ଦାପୋଖରୀ ପୋଲ ପାଖରେ କେତେଜଣ ଯୁବକ ମାଡ଼ ମାରି ଟଙ୍କା, ସୁନା ବ୍ରେସ୍‌ଲେଟ୍‌ ଓ ଚେନ୍‌ ଆଦି ଲୁଟି ନେଇଥିଲେ। ସଁାପୁରର ନରେଶ ରାଉତ ଓରଫ ଜଟିଆ ଏବଂ ତାଙ୍କର ଅନ୍ୟ ୨ ସହଯୋଗୀ ମିଶି ଏଭଳି କରିଥିବା ରବୀନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ଜଗତ୍‌ସିଂହପୁର ଥାନାର ଜଣେ ଏଏସ୍‌ଆଇ ଅଭିଯୁକ୍ତଙ୍କ ଘର ଚିହ୍ନଟ ପାଇଁ ରବୀନ୍ଦ୍ରଙ୍କୁ ପୋଲିସ ଭ୍ୟାନ୍‌ରେ ବସାଇ ରାତିରେ ସାଁପୁର ବାହାରିଥିଲେ। ପୋଲିସର ଏଭଳି ତତ୍ପରତାକୁ ଦେଖି ରବୀନ୍ଦ୍ର ଓ ତାଙ୍କ ପରିବାର ଲୋକେ ସନ୍ତୋଷ ପ୍ରକାଶ କରିଥିଲେ। ଭାବିଥିଲେ ଅଭିଯୁକ୍ତଙ୍କୁ ପୋଲିସ ଧରିବା ସହ ଟଙ୍କା ଓ ସୁନା ସାମଗ୍ରୀ ଉଦ୍ଧାର ହୋଇଯିବ। କିନ୍ତୁ ଦୁଃଖର କଥା ହେଲା ପୋଲିସ ଭ୍ୟାନ୍‌ ସାଁପୁର ଯିବା ପରିବର୍ତ୍ତେ ଏହା ପୂର୍ବରୁ ଶ୍ୟାମା ଛକରୁ ଭିତରକୁ ଗଡିଥିଲା।

ବାଲି ବୋଝେଇ ହାଇଓ୍ବା ଚଳାଚଳକୁ ଲଗାମ ନାହିଁ : ବିପର୍ଯ୍ୟସ୍ତ ହେଉଛି ନଦୀବନ୍ଧ ରାସ୍ତା

ବାଲି ବୋଝେଇ ହାଇଓ୍ବା ଚଳାଚଳକୁ ଲଗାମ ନାହିଁ : ବିପର୍ଯ୍ୟସ୍ତ ହେଉଛି ନଦୀବନ୍ଧ ରାସ୍ତା

ବିରିଡ଼ି,୨୨।୫ (ଡି.ଏନ.ଏ.): ବିରିଡ଼ି ବ୍ଲକ ଅନ୍ତର୍ଗତ ୨୨ ମୌଜା ଦେବୀ ନଦୀ ବାମପାର୍ଶ୍ୱ ବନ୍ଧରେ ଦିନରାତି ହାଇୱା ଟ୍ରକ ଦ୍ୱାରା ବାଲି ପରିବହନ କରାଯାଉଥିବାରୁ ରାସ୍ତା ବିପଯର୍‌ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ଦେବୀ ନଦୀର ବାମପଟ ବନ୍ଧ ଅଲିପଡ଼ା ବ୍ରିଜ ପାଖରୁ ବାଇପଦା ଗଡ଼ା ପଯର୍‌ୟନ୍ତ ୫୦୦ ମିଟର ନଦୀବନ୍ଧ ରାସ୍ତାରେ କୌଣସି ପ୍ରକାର ଗାଡ଼ି ଚଳାଚଳ କରିପାରୁନାହିଁ। ଫଳରେ ୨୨ ମୌଜାର ୬ ପଞ୍ଚାୟତବାସୀ ହଇରାଣ ହେଉଛନ୍ତି। ବର୍ଷାଦିନ ଆସିଲେ ରାସ୍ତାଟି ସମ୍ପୂର୍ଣ୍ଣ ଯାତାୟାତ ଅନୁପଯୋଗୀ ହୋଇପଡିବ।

ପ୍ରତିଶ୍ରୁତି ପରେ କାର୍ଯ୍ୟକାରୀ ହେଉନି, ବଢ଼ୁଛି ଦୁର୍ଘଟଣା

ପ୍ରତିଶ୍ରୁତି ପରେ କାର୍ଯ୍ୟକାରୀ ହେଉନି, ବଢ଼ୁଛି ଦୁର୍ଘଟଣା

ଯାଜପୁରରୋଡ,୨୨ା୫(ନି.ପ୍ର.) ପାଣିକୋଇଲି ଠାରୁ ୨୧୫ନଂ ଜାତୀୟ ରାଜପଥ ରାଜମୁଣ୍ଡା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ହେଉଛି ା ତେବେ ୨୧୫ନଂ ଜାତୀୟ ରାଜପଥର ନାମ ପରିବର୍ତ୍ତନ କରାଯାଇ ୨୦ନଂ ଜାତୀୟ ରାଜପଥରେ ନାମିତ ହୋଇଛି ା ଏହି ଜାତୀୟ ରାଜପଥ ବେଣାପୁର ଛକ ଏବଂ ଦମକଳ କେନ୍ଦ୍ର ଛକ ନିକଟରେ ୪ଟି ଲେଖାଏଁ ରାସ୍ତାକୁ ସଂଯୋଗ କରୁଛି। ଏହି ଦୁଇଟି ରାସ୍ତାକୁ ଗୋଲେଇ ଛକ ନ କରି ୩ କୋଣିଆ ଛକ କରାଯାଇଛି।

ପ୍ରଭାବଶାଳୀଙ୍କ କବଳରେ ସମବାୟ ସମିତି

ଯାଜପୁର ଅଫିସ,୨୨ା୫ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଗୋଷ୍ଠୀଦ୍ୱାରା ଜିଲାର ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ଗୁଡିକ ପରିଚାଳିତ ହେଉଛି। କୃଷି ଓ କୃଷକଙ୍କ ଉନ୍ନତି ନାମରେ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଖଳ ପ୍ରକୃତିର ଲୋକଙ୍କ ହାତରେ ଟେକି ଦିଆଯାଇଛି। ଏପରିକି ଗୋଟିଏ ପ୍ୟାକ୍ସରେ ପ୍ରାୟ ୬୦ପ୍ରତିଶତ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ଥିବା ବ୍ୟକ୍ତି ସଭ୍ୟ ରହିଛନ୍ତି ।

ଯାଜପୁର ଝିଅ ସ୍ବର୍ଣ୍ଣଲତା ମାଉଣ୍ଟ ଏଭରେଷ୍ଟ ଶୀର୍ଷରେ

ଯାଜପୁର ଝିଅ ସ୍ବର୍ଣ୍ଣଲତା ମାଉଣ୍ଟ ଏଭରେଷ୍ଟ ଶୀର୍ଷରେ

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.), ୨୨ା୫ ଯାଜପୁର ଜିଲା କଳିଙ୍ଗନଗର ଦାନଗଦୀ ବ୍ଲକ ସିନ୍ଦୁରଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଜଗାଡିହ ଗ୍ରାମର ସ୍ବର୍ଣ୍ଣଲତା ଦଳେଇ ସୋମବାର ସକାଳେ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରିଛନ୍ତି। ଏଥିରେ ତାଙ୍କ ସାଥି ପର୍ବତାରୋହି ପୁନମ ଓ ସନ୍ଦୀପ ତୋଲିୟା ମଧ୍ୟ ସଫଳତା ଅର୍ଜନ କରିଛନ୍ତି।

ମୋ ସ୍କୁଲ ଅଭିଯାନ ଉପରେ ସ୍ବତନ୍ତ୍ର ଅଧିବେଶନ

ମୋ ସ୍କୁଲ ଅଭିଯାନ ଉପରେ ସ୍ବତନ୍ତ୍ର ଅଧିବେଶନ

ଜଗତ୍‌ସିଂହପୁର ଅଫିସ,୨୧ା୫- ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହଠାରେ ସୋମବାର ମୋ ସ୍କୁଲ ଅଭିଯାନ ଉପରେ ଏକ ସ୍ବତନ୍ତ୍ର ଅଧିବେଶନ ଜିଲାପାଳ ୟାମିନୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।