ଉପକୂଳ ଓଡିଶା

ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରସଙ୍ଗ ଡଙ୍କାରୀ ପରିଦର୍ଶନ କରି ଫେରିଲା କେନ୍ଦ୍ରୀୟ ଦଳ

ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରସଙ୍ଗ ଡଙ୍କାରୀ ପରିଦର୍ଶନ କରି ଫେରିଲା କେନ୍ଦ୍ରୀୟ ଦଳ

ଯାଜପୁର ଅଫିସ,୨୩ା୫- ଦେଶର ୪ର୍ଥ ସର୍ବବୃହତ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପ୍ରସଙ୍ଗରେ ବୁଧବାର ପୂର୍ବାହ୍ନରେ ଏକ କେନ୍ଦ୍ରୀୟ ଦଳ ଡଙ୍କାରୀ ପରିଦର୍ଶନରେ ଆସିଥିଲେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସମେତ ୪ଜଣ ଏହି ଦଳରେ ସାମିଲ ହୋଇଥିଲେ।

ନିଃଶୁଳ୍କ ଶିଶୁ ଚିକିତ୍ସା ଶିବିର

କେନ୍ଦ୍ରାପଡା ଅଫିସ,୨୩।୫-ସହରର ମହିପାଳଠାରେ ମାଆ ମହିପାଳିନୀ ଯୁବ ପରିଷଦ ପକ୍ଷରୁ ନିଃଶୁଳ୍କ ଶିଶୁ ଚିକିତ୍ସା ଶିବିର ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି।

ସଡ଼କ ଦୁର୍ଘଟଣା, ସ୍କୁଟି ଆରୋହୀ ମୃତ

ସଡ଼କ ଦୁର୍ଘଟଣା, ସ୍କୁଟି ଆରୋହୀ ମୃତ

ଆଳି, ୨୩।୫ (ଡି.ଏନ୍‌.ଏ.)- ଆଳି ଥାନା ଅଧୀନ ଆଳି-ଭୁଇଁପୁର ରାସ୍ତାରେ ସଡ଼କ ଦୁର୍ଘଟଣା ଘଟି ବୁଧବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଏହି ଥାନା ଅଧୀନ କଳସପୁର ଗ୍ରାମର ଶୁସା ପାଣ୍ଡବ।

ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନ

ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନ

ଡେରାବିଶ,୨୩।୫(ସ୍ବ.ପ୍ର.)- ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ବୁଧବାର କଟକ ଜିଲା ମାହାଙ୍ଗା ଥାନା ଅଧୀନ ନରେନ୍ଦ୍ରପୁର ଅତିକ୍ରମ କରି ପାଟକୁରା ନିର୍ବାଚନ ମଣ୍ଡଳୀରେ ପହଞ୍ଚତ୍ଛି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଡେରାବିଶ ବିଜେଡି ପକ୍ଷରୁ ଦାନପୁର ସେତୁ ଠାରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ।

ଚୋରି ଓ ମରଣାନ୍ତକ ଆକ୍ରମଣ ଘଟଣା: ୩ କୋର୍ଟ ଚାଲାଣ

ଡେରାବିଶ, ୨୩।୫ (ସ୍ବ.ପ୍ର.)- ଚୋରି ଓ ମରଣାନ୍ତକ ଆକ୍ରମଣ ଘଟଣାରେ ଡେରାବିଶ ପୋଲିସ ୩ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଗତ ୧୯ ତାରିଖ ରାତିରେ କୁରୁଜଙ୍ଗା ପଞ୍ଚାୟତ ମହେଶପୁର ଗ୍ରାମର କଳ୍ପତରୁ ମାହାନ୍ତିଙ୍କ ବିଲରୁ ଏକ ପାଣି ମୋଟର ଚୋରି ହୋଇଥିଲା। ଏ ନେଇ କଳ୍ପତରୁଙ୍କ ଅଭିଯୋଗକୁ ଭିତ୍ତି କରି ୭୮/୧୮ନଂ.ରେ ଏକ ମାମଲା ରୁଜ୍ଜୁ ହୋଇଥିଲା।

ବ୍ଲକ ଆଗରେ ସରପଞ୍ଚମାନଙ୍କ ଧାରଣା

ବ୍ଲକ ଆଗରେ ସରପଞ୍ଚମାନଙ୍କ ଧାରଣା

ନୂଆଗାଁ, ୨୩।୫ (ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ କେତେଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଠିକ୍‌ ଭାବେ କାର୍ଯ୍ୟ କରୁ ନଥିବା ନେଇ ସରପଞ୍ଚମାନେ ବିଡିଓଙ୍କୁ ବାରମ୍ବର ଅଭିଯୋଗ କରି ଆସୁଥିଲେ। ମାତ୍ର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବ୍ଲକର ବବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ବୁଧବାର ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ।

୫ଜଣିଆ  ଲୁଟେରା ଗ୍ୟଙ୍ଗ ଗିରଫ

୫ଜଣିଆ ଲୁଟେରା ଗ୍ୟଙ୍ଗ ଗିରଫ

ପାରାଦୀପ, ୨୩।୫ (ସ୍ବ.ପ୍ର.)- ପାରାଦୀପ ପୋଲିସ ବୁଧବାର ୫ଜଣିଆ ଏରାଗୁଲା ଲୁଟେରାଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଡାକ ସେବକ ସଂଘ ଧର୍ମଘଟ

ଡାକ ସେବକ ସଂଘ ଧର୍ମଘଟ

ଜଗତ୍‌ସିଂହପୁର ଅଫିସ୍‌, ୨୩।୫- ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଡାକ ସେବକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧର୍ମଘଟ ଜାରି ରହିଛି। ଫଳରେ ବ୍ଲକ ଅଞ୍ଚଳରେ ଡାକ ସେବା ବାଧାପ୍ରାପ୍ତ ହୋଇଛି।

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ କମିଟି ବୈଠକ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ କମିଟି ବୈଠକ

ଜଗତ୍‌ସିଂହପୁର ଅଫିସ୍‌, ୨୩।୫- ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦୁଭାବନା ଗୃହରେ ବୁଧବାର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କିମଟିର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ସାପ କାମୁଡ଼ାରେ ବୃଦ୍ଧ ମୃତ

ସାପ କାମୁଡ଼ାରେ ବୃଦ୍ଧ ମୃତ

ନୟାଗଡ଼ ଅଫିସ୍‌, ୨୩।୫ - ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ମଇଁଷିବିନ୍ଧା ଗ୍ରାମର ବୈକୁଣ୍ଠ ନାୟକ(୬୫)ଙ୍କ ବୁଧବାର ପୂର୍ବାହ୍ନରେ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।

କାଳବୈଶାଖୀ: ମହାନଦୀ ସୁରକ୍ଷା ଅଭିଯାନକୁ ସମ୍ବର୍ଦ୍ଧନା ବାତିଲ

କାଳବୈଶାଖୀ: ମହାନଦୀ ସୁରକ୍ଷା ଅଭିଯାନକୁ ସମ୍ବର୍ଦ୍ଧନା ବାତିଲ

ନିଶ୍ଚିନ୍ତକୋଇଲି, ୨୩।୫ (ସ୍ବ.ପ୍ର.)-କାଳବୈଶାଖୀ ଯୋଗୁ ନିଶଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ବୁଧବାର ସକାଳୁ ପ୍ରବଳ ଝଡ଼ ବର୍ଷା ହୋଇଥିଲା। ଏଥିଯୋଗୁ ଲୋକମାନେ ଘରୁ ବାହାରି ପାରି ନଥିଲେ। ତେବେ ମହାନଦୀ ସୁରକ୍ଷା ଅଭିଯାନକୁ ସମ୍ବର୍ଦ୍ଧନା ନିମନ୍ତେ ବ୍ଲକ ବିଜେଡି ପକ୍ଷରୁ ସମସ୍ତ ଆୟୋଜନ ସରିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରି ଦିଆଯାଇଥିଲା।

୨୫ରେ ଘରୋଇ ହସ୍ପିଟାଲ ବନ୍ଦ

୨୫ରେ ଘରୋଇ ହସ୍ପିଟାଲ ବନ୍ଦ

ଯାଜପୁର ରୋଡ୍‌, ୨୩।୫(ନି.ପ୍ର.)-ରାଜ୍ୟ ଘରୋଇ ଚିକିତ୍ସାଳୟ ଡାଇଗ୍ନୋଷ୍ଟିକ୍‌ ଏବଂ କ୍ଲିନିକ୍‌ ସଂଘ ଡାକରାରେ ଯାଜପୁର ଜିଲାର ସମସ୍ତ ଘରୋଇ ଚିକିତ୍ସାଳୟ ସମେତ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରଗୁଡ଼ିକ ଆସ୍ତା ୨୫ ତାରିଖରେ ବନ୍ଦ ରହିବ। ଏ ନେଇ ଜିଲା ସଂଘ ପକ୍ଷରୁ ଯାଜପୁର ରୋଡ୍‌ଠାରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

୯୦ୟୁନିଟ୍‌ ରକ୍ତ ସଂଗୃହିତ

୯୦ୟୁନିଟ୍‌ ରକ୍ତ ସଂଗୃହିତ

ନୟାଗଡ଼ ଅଫିସ୍‌, ୨୩।୫ - ନୟାଗଡ଼ ସହରସ୍ଥିତ ଏସ୍‌ଡିପିଓ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଥିଲା। ଜିଲା ପୋଲିସ ଆନୁକୂଲ୍ୟରେ ହୋଇଥିବା ଏହି ଶିବିରରେ ୯୦ୟୁନିଟ୍‌ ସଂଗୃହିତ ହୋଇଛି।

କାଳବୈଶାଖୀ, ୩ଘଣ୍ଟା ପ୍ରବଳ ବର୍ଷିଲା

କାଳବୈଶାଖୀ, ୩ଘଣ୍ଟା ପ୍ରବଳ ବର୍ଷିଲା

ନିଶ୍ଚିନ୍ତକୋଇଲି, ୨୩।୫ (ସ୍ବ.ପ୍ର.)- ବୁଧବାର ସକାଳ ୭ଟାରୁ ଆକାଶରେ କଳାହାଣ୍ଡିଆ ମେଘ ଘୋଡେଇ ଆସି ଚାରିଆଡ ଅନ୍ଧାର ହୋଇଥିଲା। ୮ଟାରୁ ଆରମ୍ଭ ହୋଇଥିଲା ପ୍ରବଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା। ଦିନ ୧୧ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଘରୁ ବାହରିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା।

ମୋ ସ୍କୁଲ ଅଭିଯାନ

ମୋ ସ୍କୁଲ ଅଭିଯାନ

ରାଜନଗର, ୨୩।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ରାଜନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ରାଜନଗର ପୁସ୍ତକ ମେଳା: ଗାଁ, ଝାଟିମାଟି, ପେଜ ପଖାଳ କଲମ ମୁନରେ ସ୍ଥାନ ପାଉ

ରାଜନଗର ପୁସ୍ତକ ମେଳା: ଗାଁ, ଝାଟିମାଟି, ପେଜ ପଖାଳ କଲମ ମୁନରେ ସ୍ଥାନ ପାଉ

ରାଜନଗର, ୨୩।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ରାଜସ୍ବ ଡାକବଙ୍ଗଳାଠାରେ ୧୮ ତାରିଖରୁ ଆରମ୍ଭ ହୋଇଥିବା ୧୧ତମ ରାଜନଗର ପୁସ୍ତକ ମେଳାର ମଙ୍ଗଳବାର ଥିଲା ୫ମ ଦିବସ। ଉକ୍ତ ସନ୍ଧ୍ୟାରେ କଥା ଓ କବିତାର ଆଗାମୀ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ପ୍ରହସନ ବୋଲି କହିଲା କଂଗ୍ରେସ

ନିରାକାରପୁର,୨୩ା୫(ଡି.ଏନ୍‌.ଏ.)- ବିଜୁ ଜନତା ଦଳର ମହାନଦୀ ସୁରକ୍ଷା ଅଭିଯାନ ଏକ ପ୍ରହସନ ଓ କୁମ୍ଭୀର କାନ୍ଦଣା ବୋଲି କଂଗ୍ରେସ କହିଛି। ଏହା ବିଜେଡିର ଏକ ସୁପରିକଳ୍ପିତ ତଥା ବିଭ୍ରାନ୍ତିକର ଯୋଜନା ବୋଲି ଖୋର୍ଦ୍ଧା ଜିଲା କଂଗ୍ରେସ ଉପସଭାପତି ବିପିନ କୁମାର ଜୟସିଂହ କହିଛନ୍ତି। ଦୀର୍ଘ ୧୮ବର୍ଷ ଧରି ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କରିଆସୁଛି। ସେଥିରୁ ୯ବର୍ଷ ବିଜେଡି ଓ ଭାଜପା ମେଣ୍ଟ ସରକାର କରିଥିଲେ। ଠିକଣା ସମୟରେ ପ୍ରତିବାଦ ନ କରି ୧୮ବର୍ଷ ପରେ ଆନ୍ଦୋଳନ କରିବା କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ସହିତ ସମାନ ବୋଲି ସେ କହିଛନ୍ତି। ଛତିଶଗଡ଼ ସରକାର ମହାନଦୀ ଉପରେ ବ୍ୟାରେଜ ନିର୍ମାଣ ଗୋଟିଏ ମାସ ବା ବର୍ଷର କାର୍ଯ୍ୟ ନୁହେଁ, ଏହା ଏକ ଦୀର୍ଘକାଳୀନ କାର୍ଯ୍ୟ ଥିଲା। ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡି ଓ ଭାଜପା ଜାଣିଶୁଣି ବ୍ୟାରେଜ ନିର୍ମାଣକୁ ପରୋକ୍ଷ ଭାବେ ସମର୍ଥନ କରିଥିଲେ। ଗତ ନିର୍ବାଚନରେ ୯୦ ଭାଗ ଚାଷଜମିକୁ ଜଳ ସେଚନ ସୁବିଧା କରାଇବା ବିଜୁ ଜନତା ଦଳର ନିର୍ବାଚନୀ କାର୍ଯ୍ୟକ୍ରମ ଥିଲା। କିନ୍ତୁ ମହାନଦୀ ପାଣି ଭାସିଯାଇଥିଲେ ମଧ୍ୟ ନିର୍ମାଣ କରାଯାଇନାହିଁ। ଏହି ଦୁଇ ଦଳ ଓଡ଼ିଶାର ବିକାଶ ନା ବିନାଶ ଚାହୁଁଛନ୍ତି ବୋଲି ଜୟସିଂହ ପ୍ରଶ୍ନ କରିଛନ୍ତି।

ନିରାକାରପୁରରେ ମହାନଦୀ ସୁରକ୍ଷା ଅଭିଯାନ

ନିରାକାରପୁରରେ ମହାନଦୀ ସୁରକ୍ଷା ଅଭିଯାନ

ନିରାକାରପୁର,୨୩ା୫(ଡି.ଏନ୍‌.ଏ.)- ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଅଭିଯାନ ମଙ୍ଗଳବାର ଖୋର୍ଦ୍ଧା ଜିଲା ନିରାକାରପୁରଠାରେ ପହଞ୍ଚତ୍ଥିଲା। ରାଜ୍ୟ ସଭା ସଦସ୍ୟ ପ୍ରଶନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଦଳ କଟକ ବାରବାଟୀ ଷ୍ଟାଡିୟମଠାରୁ ବାହାରି ପୂର୍ବାହ୍ନ ୧୧ଟାରେ ଏଠାରେ ପହଞ୍ଚତ୍ଥିଲା। ଏହି ପରିପ୍ରେକ୍ଷୀରେ ବିଜେଡି କର୍ମୀମାନେ ଏକ ମୋଟରସାଇକେଲ ରାଲିରେ ଆସି ନିରାକାରପୁର ବଡ଼ ବଜାରଠାରେ ପହଞ୍ଚତ୍ଥିଲେ। ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍‌ପି ଆଚାର୍ଯ୍ୟଙ୍କ ସମେତ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ଜିଲା ବିଜେଡି ସମ୍ପାଦକ ରଘୁନାଥ ସାହୁ, ସ୍ଥାନୀୟ ସରପଞ୍ଚ ହୃଷୀକେଶ ରାଉତରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଶୋଭାଯାତ୍ରା ଏଠାରୁ ଲେଣ୍ଡୋ ଦେଇ ପୁରୀ ଜିଲାର କଣାସ ଅଞ୍ଚଳକୁ ଯାଇଥିଲା।

ଡାକ କର୍ମଚାରୀଙ୍କ ଧର୍ମଘଟ

ଡାକ କର୍ମଚାରୀଙ୍କ ଧର୍ମଘଟ

ଗଣିଆ,୨୩ା୫(ଡି.ଏନ୍‌.ଏ.)-ଅଖିଳ ଭାରତ ଡାକ କର୍ମଚାରୀ ସଂଘ-ଗ୍ରାମୀଣ ଡାକ ସେବକ, ପୁରୀ ମଣ୍ଡଳ ଆହ୍ବାନ କ୍ରମେ ଗଣିଆ ବ୍ଲକର ସମସ୍ତ ଗ୍ରାମୀଣ ଡାକ କର୍ମଚାରୀମାନେ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କର ଧର୍ମଘଟ ଆରମ୍ଭ କରିଛନ୍ତି। କମଳେଶ ଚନ୍ଦ୍ର କମିଟିର ସକରାତ୍ମକ ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ଓ ସଭ୍ୟ ସଂଗ୍ରହ ଅଭିଯାନର ଫଳାଫଳ ପ୍ରକାଶ କରିବା ଦାବି ନେଇ ଡାକ କର୍ମଚାରୀମାନେ ଗଣିଆ ସବ୍‌ପୋଷ୍ଟ ଅଫିସ ଆଗରେ ଧାରଣା ଅବ୍ୟାହତ ରଖିଛନ୍ତି। ଧର୍ମଘଟରେ ବ୍ଲକର ୧୫ଜଣରୁ ଊର୍ଦ୍ଧ୍ୱ ଡାକ କର୍ମଚାରୀ ଯୋଗଦେଇଛନ୍ତି। ଜିଡିଏସ୍‌ମାନଙ୍କ ୭ମ ବେତନ କମିଶନ କମଳେଶଚନ୍ଦ୍ର କମିଟି ରିପୋର୍ଟକୁ ଶୀଘ୍ର ଲାଗୁ କରାଯିବା ପର୍ଯ୍ୟନ୍ତ ଗ୍ରାମୀଣ ଡାକ କର୍ମଚାରୀଙ୍କର ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଅଖିଳ ଭାରତ ଡାକ କର୍ମଚାରୀ ସେବକ ସଂଘ ପକ୍ଷରୁ ଧର୍ମଘଟ ଜାରି ରହିବ ବୋଲି ସଂଘ ସଭାପତି ଦେବେନ୍ଦ୍ର କୁମାର ମିଶ୍ର ସୂଚନା ଦେଇଛନ୍ତି।

ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରତିଷେଧକ ଟିକାକରଣ

ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରତିଷେଧକ ଟିକାକରଣ

ଗଣିଆ,୨୩ା୫(ଡି.ଏନ୍‌.ଏ.)-ନୟାଗଡ଼ ଜିଲା ବନ୍ୟପ୍ରାଣୀ ବନଖଣ୍ଡ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡିଆ ବନାଞ୍ଚଳ ପକ୍ଷରୁ ମଙ୍ଗଳବାର ଗୋ-ମହିଷାଦି ପ୍ରାଣୀମାନଙ୍କ ସମୂହ ଟିକାକରଣ, ସ୍ବାସ୍ଥ୍ୟପରୀକ୍ଷା ଓ ଔଷଧ ବିତରଣ କାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟରେ ଗଣିଆ ପ୍ରାଣୀଧନ ଚିକିତ୍ସାଧିକାରୀ ନିଗମାନନ୍ଦ ପାଢୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ। ପ୍ରଥମ ଦିବସରେ ଛାମୁଣ୍ଡିଆ ଗ୍ରାମର ୨୦୫ ଗୋରୁଙ୍କୁ ଫାଟୁଆ ପ୍ରତିଷେଧକ ଟିକା ଦିଆଯାଇଥିଲା। ଅଭୟାରଣ୍ୟ ଅଞ୍ଚଳରେ ଚରାବୁଲା କରୁଥିବା ଗୃହପାଳିତ ପଶୁଙ୍କଠାରୁ ଫାଟୁଆ ଓ ବଜବଜିଆ ଭଳି ସଂକ୍ରାମକ ରୋଗ ବନ୍ୟପ୍ରାଣୀଙ୍କୁ ସଂକ୍ରମିତ ହେବାର ଆଶଙ୍କା କରି ପ୍ରତିବର୍ଷ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଭଳି ପ୍ରତିଷେଧକ ଟିକାକରଣ କରାଯାଇଥାଏ। ସେହିପରି ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଶିବିର କରାଯାଇ ଗୋରୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କାର୍ଯ୍ୟକ୍ରମ କରାଯିବ ବୋଲି ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା ସୂଚନା ଦେଇଛନ୍ତି। ବନ୍ୟପ୍ରାଣୀ ବନଖଣ୍ଡର ସମସ୍ତ ବନାଞ୍ଚଳରେ ଏଭଳି ପ୍ରତିଷେଧକ ଟିକାକରଣ କାର୍ଯ୍ୟ କରାଯିବ ବୋଲି ବନ୍ୟପ୍ରାଣୀ ବିଭାଗ କହିଛି।

ପାହାଡ଼ ତଳର ଗାଁ ଘୋଡ଼ାମାରିଦ୍ୱାର: ସ୍ନାନ ଶୌଚାଦି ପାଇଁ ଲୋକେ ହନ୍ତସନ୍ତ

ଖଣ୍ଡପଡା,୨୩ା୫(ସ୍ବ.ପ୍ର.)- ଖଣ୍ଡପଡା ବ୍ଲକ ଅନ୍ତର୍ଗତ ସିଧାମୂଳା ଗ୍ରାମ ପଞ୍ଚାୟତର ଏକ ପାହାଡ ତଳର ଗାଁ ହେଉଛି ଘୋଡାମାରିଦ୍ୱାର। ପଞ୍ଚାୟତର ୭ନଂ ୱାର୍ଡ ଭାବେ ପରିଗଣିତ ଏହି ଗାଁରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ତେବେ ସ୍ନାନ ଶୌଚାଦି ପାଇଁ ଜଳାଭାବ ଗ୍ରାମବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି। ଗ୍ରାମରେ ୨ଟି ନଳକୂପ ଥିଲେ ମଧ୍ୟ ତାହା ଲୋକମାନଙ୍କ ଆବଶ୍ୟକତା ପୂରଣ କରିପାରୁ ନାହିଁ ା ପାହାଡ ପାଦଦେଶରେ ପୂର୍ବରୁ ଥିବା ଏକ ପୁଷ୍କରିଣୀ ବର୍ଷର ସବୁ ସମୟରେ ଶୁଖିଲା ପଡିଥାଏ ା ବର୍ଷାଦିନେ ପାହାଡରୁ ଗଡିଆସୁଥିବା ବର୍ଷାଜଳ ଉକ୍ତ ପୁଷ୍କରିଣୀରେ ଜମା ହୋଇ କେତେକାଂଶରେ ଲୋକମାନଙ୍କ ଆବଶ୍ୟକତା ମେଣ୍ଟାଉଥିଲା। ମାତ୍ର ପାହାଡ ତଳେ ଗାଁକୁ ଏକ ନୂଆ ରାସ୍ତା ନିର୍ମାଣ ପରଠାରୁ ବର୍ଷାଦିନେ ପାହାଡରୁ ନିର୍ଗତ ପାଣି ଅନ୍ୟତ୍ର ବହିଯିବା ଫଳରେ ଉକ୍ତ ପୋଖରୀ ଶୁଖିଲା ପଡୁଛି ା

ନାଟ୍ୟସଂସଦ କମ୍ୟୁନିଟି ସେଣ୍ଟର ଗୃହର ଭିତ୍ତିପ୍ରସ୍ତର ସ୍ଥାପନ

ଖଣ୍ଡପଡା,୨୩ା୫(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ମର୍ଦ୍ଦରାଜପୁର ପଞ୍ଚାୟତର ମା’ତାରିଣୀ ନାଟ୍ୟସଂସଦ କମ୍ୟୁନିଟି ସେଣ୍ଟରର ନୂତନ ଗୃହ ପାଇଁ ମଙ୍ଗଳବାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘବର୍ଷ ହେଲା ମର୍ଦ୍ଦରାଜପୁର ଗ୍ରାମରେ ମା’ତାରେଣୀ ନାଟ୍ୟ ସଂସଦ ଗଢିଉଠିଥିଲେ ମଧ୍ୟ ସ୍ଥାୟୀ ଗୃହ ନ ଥିବାରୁ ବିଭିନ୍ନ କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି ହୋଇଥାଏ। ଏ ଦିଗରେ ପଦକ୍ଷେପ ନେବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ବିଭିନ୍ନ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିସ୍ଥଳେ ସରପଞ୍ଚ ବୈକୁଣ୍ଠ ନାଥ ଗୋଚ୍ଛି ଅନୁଷ୍ଠାନର ସଦସ୍ୟମାନଙ୍କ ଅନୁରୋଧ କ୍ରମେ ଏକ ସ୍ଥାୟୀ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ସ୍ଥାନୀୟ ମୁଣ୍ଡିଆ ହନୁମାନ ପୀଠ ପାହାଡ ପାଦ ଦେଶରେ ଏହି ନୂତନ ଗୃହ ନିର୍ମାଣ ପାଇଁ ପୂର୍ବାହ୍ନରେ ସରପଞ୍ଚ ଭିତ୍ତିପ୍ରସ୍ତର ସ୍ଥାପନ କରି ଏହାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି ସୂଚନା ଦେଇଥିଲେ। ଭତ୍ତିପ୍ରସ୍ତର ସ୍ଥାପନ ବେଳେ ନାଟ୍ୟସଂସଦ ପରିଚାଳକ ବିପିନ ରାଉତ, ସଭ୍ୟ ପ୍ରସନ୍ନ ବେହେରା ଓ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା

ଦଶପଲ୍ଲାରେ ପହଞ୍ଚତ୍ଲା ନନ୍ଦିଘୋଷ ରଥ ଚକ

ଦଶପଲ୍ଲାରେ ପହଞ୍ଚତ୍ଲା ନନ୍ଦିଘୋଷ ରଥ ଚକ

ଦଶପଲ୍ଲା,୨୩।୫(ଡି.ଏନ.ଏ.)-ନୟାଗଡ ଜିଲା ଦଶପଲ୍ଲାରେ ମଙ୍ଗଳବାର ଅପରାହ୍ନରେ ପହଁଚିଛି ପୁରୀ ପ୍ରସିଦ୍ଧ ରଥଯାତ୍ରାର ନନ୍ଦିଘୋଷରଥର ଚକ। ଏକ ପ୍ରତିନିଧିଦଳ ପୁରୀ ଯାଇ ସେଠାରୁ ଉକ୍ତ ରଥଚକକୁ ସୁସଜ୍ଜିତ ଗାଡିରେ ଧରି ଦଶପଲ୍ଲା ଫେରିଥିଲେ ା ଦଶପଲ୍ଲା ତ୍ରିନାଥ ବଜାର ଠାରେ ପହଁଚିବା ମାତ୍ରେ ବାଣଫୁଟାଇ ସ୍ବାଗତ ଜଣାଇଥିଲେ ହଜାର ହଜାର ଜନସାଧାରଣ ଓ ସଂକୀର୍ତ୍ତନ ମଣ୍ଡଳି ା ସେଠାରୁ ଏକ ଶୋଭାଯାତ୍ରାରେ ରଥଚକକୁ ଦଶପଲ୍ଲାନଗର ପରିକ୍ରମା କରାଯାଇଥିଲା ା ବାଟରେ ହଜାର ହଜାର ଜନସାଧାରଣ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇଥିଲେ ା ସମସ୍ତ ନଗରବାସୀ ଦୁଆର ସମ୍ମୁଖରେ ପୂର୍ଣ୍ଣକଳସ ସ୍ଥାପନକରି ପଦୀପପ୍ରଜ୍ୱଳନ କରିଥିଲେ ା ବାଜାବାଣସହ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ମହାବୀର ଓ ଜଗନ୍ନାଥ ମନ୍ଦିର ନିକଟରେ ପହଁଚିଥିଲା ା ପ୍ରକାଶ ଥାଉକି, ପୁରୀ ରଥଯାତ୍ରାର ରଥପାଇଁ ଦଶପଲ୍ଲା ବନାଞ୍ଚଳରୁ ପ୍ରତିବର୍ଷ ରଥକାଠ ଯାଇଥାଏ ା ତେଣୁ ନନ୍ଦିଘୋଷ ରଥର ଚକ ପାଇଁ ବାରମ୍ବାର ଦାବି କରାଯାଇଥିଲା ା ରଥଚକ ପହଁଚିବା ପରେ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।

ଚିଲିକାରୁ ଘେରିବନ୍ଧ ଉଚ୍ଛେଦ ପ୍ରତିବାଦ:ଗ୍ରାମବାସୀଙ୍କ  ତହସିଲ ଅଫିସ ଘେରାଉ

ଚିଲିକାରୁ ଘେରିବନ୍ଧ ଉଚ୍ଛେଦ ପ୍ରତିବାଦ:ଗ୍ରାମବାସୀଙ୍କ ତହସିଲ ଅଫିସ ଘେରାଉ

କୃଷ୍ଣପ୍ରସାଦ,୨୩।୫(ଡି.ଏନ.ଏ.)-ଚିଲିକାରୁ ଘେରି ଉଚ୍ଛେଦ ପ୍ରତିବାଦରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଚିଲିକା ଦ୍ୱୀପାଞ୍ଚଳ ପେସାଦାର ମତ୍ସ୍ୟଜୀବୀ ମହାସଂଘ ତରଫରୁ ତହସିଲ ଅଫିସ ଘେରାଉ କରାଯାଇଥିଲା। ଏହି ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରା ନୂଆପଡା ଦଶଦୋଳ ପଡିଆଠାରୁ ବାହାରି ତହସିଲ ପରିସରରେ ପହଁଚିଥିଲା ା ସେଠାରେ ତହସିଲ ଅଫିସ ଘେରାଉ ସହ ଏକ ପ୍ରତିବାଦ ସଭା କରାଯାଇଥିଲା। ପେସାଦାର ମତ୍ସ୍ୟଜୀବୀ ମହାସଂଘ ସଭାପତି ତଥା ଶିକ୍ଷାବିତ୍‌ ବ୍ରଜ କିଶୋର ଜେନା,ସମ୍ପାଦକ ସୀମାଞ୍ଚଳ ଜେନା, ବିଜୟ କୁମାର ତରେଇ,ସତ୍ୟପ୍ରିୟ ଜେନା,ଉତ୍ତମ କୁମାର ତରେଇ,ମନୋଜ କୁମାର ସାହୁ,କୃଷ୍ଣ ଚନ୍ଦ୍ର ଜେନା, ପ୍ରଭାତି ପ୍ରଧାନ,ରାଜ କିଶୋର ବିଶ୍ୱାଳ,ହରମୋହନ ମାନସିଂହଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ୧୪୭ଖଣ୍ଡ ଗ୍ରାମର ୮ହଜାର ଜନସାଧାରଣ ମହିଳାପୁରୁଷ ଏକତ୍ରିତ ହୋଇଥିଲେ ା ଏଥିରେ ଯୋଗଦେଇଥିବା ପେସାଦାର ମତ୍ସ୍ୟଜୀବୀ ସଂଘର ସଭ୍ୟମାନେ ଉଦ୍‌ବୋଧନ ଦେଇ ସରକାରଙ୍କ ଘେରି ଉଚ୍ଛେଦ କାଯର୍‌ୟକୁ ନିନ୍ଦା କରିଥିଲେ ା ସରକାର ଚିଲିକା ଅଞ୍ଚଳବାସୀଙ୍କ ଏକମାତ୍ର ସାହାରା ଚିଲିକାକୁ ସେମାନଙ୍କ ହାତରୁ ଛଡାଇନେବା ଉଦ୍ୟମକୁ ଘୋର ନିନ୍ଦା କରିଛନ୍ତି ା