ଉପକୂଳ ଓଡିଶା

୮ ବର୍ଷ ଧରି ଝୁଲି ରହିଛି ପୋଲ ନିର୍ମାଣ

ମାର୍ଶାଘାଇ,୨୪ା୫ (ଡି.ଏନ.ଏ.) ମାର୍ଶାଘାଇ ବ୍ଲକର ଅଙ୍ଗୁଳାଇ ଓ ରାମିଆଗଞ୍ଜ ଗ୍ରାମ ସୀମାରେ ପ୍ରବାହିତ ଗୋବରୀ ଯୋର ଉପରେ ଥିବା ବିପଦସଙ୍କୁଳ ପୋଲକୁ ଭାଙ୍ଗି ସ୍ଥାୟୀ କଂକ୍ରିଟ ପୋଲ ନିର୍ମାଣ କାମ ୮ ବର୍ଷ ପରେ ବି ଝୁଲି ରହିଛି ା ଫଳରେ ଏହି ରାସ୍ତା ଦେଇ ବସ୍‌ ଓ ଟ୍ରକ୍‌ ଚଳାଚଳ ଠପ୍‌ ହୋଇଯାଇଛି ା

ନରେନ୍ଦ୍ରପୁରରେ ମହାନଦୀ  ସୁରକ୍ଷା ଅଭିଯାତ୍ରୀଙ୍କୁ ସ୍ବାଗତ

ନରେନ୍ଦ୍ରପୁରରେ ମହାନଦୀ ସୁରକ୍ଷା ଅଭିଯାତ୍ରୀଙ୍କୁ ସ୍ବାଗତ

ଡେରାବିଶ,୨୪।୫ (ସ୍ବ.ପ୍ର.) ବିଜେଡିର ମହାନଦୀ ସୁରକ୍ଷା ଅଭିଯାନର ଅଭିଯାତ୍ରୀମାନେ ବୁଧବାର କଟକ ଜିଲା ମାହାଙ୍ଗା ଥାନା ଅଧୀନ ନରେନ୍ଦ୍ରପୁର ଅତିକ୍ରମ କରି ପାଟକୁରା ନିର୍ବାଚନମଣ୍ଡଳୀରେ ପହଞ୍ଚତ୍ଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଡେରାବିଶ ବିଜେଡି ପକ୍ଷରୁ ଦାନପୁର ସେତୁଠାରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ୨୩ ଦିନରେ

କେନ୍ଦ୍ରାପଡା ଅଫିସ, ୨୪ା୫: କେନ୍ଦ୍ରାପଡା ନାଗରିକ ସମାଜ ପକ୍ଷରୁ ସରକାରୀ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଦାବିପତ୍ର ଜିଲାପାଳଙ୍କୁ ବୁଧବାର ପ୍ରଦାନ କରାଯାଇଛି। କର୍ମଚାରୀଙ୍କ ସମସ୍ୟା ତୁରନ୍ତ ସମାଧାନ ନ ହେଲେ ନାଗରିକ ସମାଜ ଏଥିରେ ସାମିଲ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି

ଦାମୋଦରପାଟଣାରେ ବ୍ୟାରେଜ ନିର୍ମାଣ ଦାବି

ଦାମୋଦରପାଟଣାରେ ବ୍ୟାରେଜ ନିର୍ମାଣ ଦାବି

କେନ୍ଦ୍ରାପଡା ଅଫିସ, ୨୪ା୫ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀରେ ବ୍ୟାରେଜ ନିର୍ମାଣ ଘୋଷଣା ପରେ କେନ୍ଦ୍ରାପଡା ଜିଲା କୃଷକ ସମାଜ ଉତ୍ସାହିତ ହୋଇଛି ା ଜିଲାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତସ୍ଥ ଦାମୋଦରପାଟଣା ଗ୍ରାମ ନିକଟରେ ବ୍ୟାରେଜ ନିର୍ମାଣକୁ ଏହି ଅନୁଷ୍ଠାନ ଗୁରୁତ୍ୱ ଦେଇଛି

ନଦୀବନ୍ଧର ଦୁର୍ବଳ ସ୍ଥାନ ମରାମତି ପାଇଁ ନିର୍ଦ୍ଦେଶ

ନଦୀବନ୍ଧର ଦୁର୍ବଳ ସ୍ଥାନ ମରାମତି ପାଇଁ ନିର୍ଦ୍ଦେଶ

କେନ୍ଦ୍ରାପଡା ଅଫିସ, ୨୪ା୫ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟିର ବୈଠକ ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ରେଘୁ ଜୀ.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ବିସୃୃତ ଭାବେ ଆଲୋଚନା ହୋଇଥିଲା ା

ତିର୍ତ୍ତୋଲ ପଞ୍ଚାୟତ ସମିତି ୫ମ ବୈଠକ

ତିର୍ତ୍ତୋଲ ପଞ୍ଚାୟତ ସମିତି ୫ମ ବୈଠକ

ତିର୍ତ୍ତୋଲ,୨୪ା୫(ଡି.ଏନ.ଏ.): ତିର୍ତ୍ତୋଲ ପଞ୍ଚାୟତ ସମିତିର ୫ମ ବୈଠକ ସମିତି ସଭାଗୃହ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି ସଭାପତିତ୍ୱ କରିଥିଲେ।

ଏରାଗୁଲା ଲୁଟେରା ଗ୍ୟାଙ୍ଗର ୫ ଗିରଫ

ଏରାଗୁଲା ଲୁଟେରା ଗ୍ୟାଙ୍ଗର ୫ ଗିରଫ

ପାରାଦୀପ,୨୪ା୫(ସ୍ବ.ପ୍ର.): ପାରାଦୀପ ପୋଲିସ ବୁଧବାର ଏରାଗୁଲା ଲୁଟେରା ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଲୁଟେରା ଦଳ ମଙ୍ଗଳବାର ମଧ୍ୟ ରାତିରେ ମୁଣ୍ଡାପଡ଼ା ବସ୍ତି ପଛରେ ଥିବା ନଦୀକୂଳ ବଣରେ ବସି ଡକାୟତି ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିଛି।

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁପସ୍ଥିତ ଯନ୍ତ୍ରୀ, ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ନିର୍ଦ୍ଦେଶ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁପସ୍ଥିତ ଯନ୍ତ୍ରୀ, ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ନିର୍ଦ୍ଦେଶ

ଜଗତ୍‌ସିଂହପୁର ଅଫିସ, ୨୪ା୫: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ବୁଧବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବାରୁ ଜିଲାସ୍ତରୀୟ ସମସ୍ତ ଅଧିକାରୀ ଓ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଥିଲା।

ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରସଙ୍ଗ ଡଙ୍କାରୀ ପରିଦର୍ଶନ କରି ଫେରିଲା କେନ୍ଦ୍ରୀୟ ଦଳ

ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରସଙ୍ଗ ଡଙ୍କାରୀ ପରିଦର୍ଶନ କରି ଫେରିଲା କେନ୍ଦ୍ରୀୟ ଦଳ

ଯାଜପୁର ଅଫିସ,୨୩ା୫- ଦେଶର ୪ର୍ଥ ସର୍ବବୃହତ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପ୍ରସଙ୍ଗରେ ବୁଧବାର ପୂର୍ବାହ୍ନରେ ଏକ କେନ୍ଦ୍ରୀୟ ଦଳ ଡଙ୍କାରୀ ପରିଦର୍ଶନରେ ଆସିଥିଲେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ସମେତ ୪ଜଣ ଏହି ଦଳରେ ସାମିଲ ହୋଇଥିଲେ।

ନିଃଶୁଳ୍କ ଶିଶୁ ଚିକିତ୍ସା ଶିବିର

କେନ୍ଦ୍ରାପଡା ଅଫିସ,୨୩।୫-ସହରର ମହିପାଳଠାରେ ମାଆ ମହିପାଳିନୀ ଯୁବ ପରିଷଦ ପକ୍ଷରୁ ନିଃଶୁଳ୍କ ଶିଶୁ ଚିକିତ୍ସା ଶିବିର ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି।

ସଡ଼କ ଦୁର୍ଘଟଣା, ସ୍କୁଟି ଆରୋହୀ ମୃତ

ସଡ଼କ ଦୁର୍ଘଟଣା, ସ୍କୁଟି ଆରୋହୀ ମୃତ

ଆଳି, ୨୩।୫ (ଡି.ଏନ୍‌.ଏ.)- ଆଳି ଥାନା ଅଧୀନ ଆଳି-ଭୁଇଁପୁର ରାସ୍ତାରେ ସଡ଼କ ଦୁର୍ଘଟଣା ଘଟି ବୁଧବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଏହି ଥାନା ଅଧୀନ କଳସପୁର ଗ୍ରାମର ଶୁସା ପାଣ୍ଡବ।

ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନ

ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନ

ଡେରାବିଶ,୨୩।୫(ସ୍ବ.ପ୍ର.)- ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ବୁଧବାର କଟକ ଜିଲା ମାହାଙ୍ଗା ଥାନା ଅଧୀନ ନରେନ୍ଦ୍ରପୁର ଅତିକ୍ରମ କରି ପାଟକୁରା ନିର୍ବାଚନ ମଣ୍ଡଳୀରେ ପହଞ୍ଚତ୍ଛି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଡେରାବିଶ ବିଜେଡି ପକ୍ଷରୁ ଦାନପୁର ସେତୁ ଠାରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ।

ଚୋରି ଓ ମରଣାନ୍ତକ ଆକ୍ରମଣ ଘଟଣା: ୩ କୋର୍ଟ ଚାଲାଣ

ଡେରାବିଶ, ୨୩।୫ (ସ୍ବ.ପ୍ର.)- ଚୋରି ଓ ମରଣାନ୍ତକ ଆକ୍ରମଣ ଘଟଣାରେ ଡେରାବିଶ ପୋଲିସ ୩ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଥାନା ଅଧିକାରୀ ସୁଧୀର କୁମାର ସାହୁଙ୍କ ସୂଚନା ଅନୁଯାୟୀ, ଗତ ୧୯ ତାରିଖ ରାତିରେ କୁରୁଜଙ୍ଗା ପଞ୍ଚାୟତ ମହେଶପୁର ଗ୍ରାମର କଳ୍ପତରୁ ମାହାନ୍ତିଙ୍କ ବିଲରୁ ଏକ ପାଣି ମୋଟର ଚୋରି ହୋଇଥିଲା। ଏ ନେଇ କଳ୍ପତରୁଙ୍କ ଅଭିଯୋଗକୁ ଭିତ୍ତି କରି ୭୮/୧୮ନଂ.ରେ ଏକ ମାମଲା ରୁଜ୍ଜୁ ହୋଇଥିଲା।

ବ୍ଲକ ଆଗରେ ସରପଞ୍ଚମାନଙ୍କ ଧାରଣା

ବ୍ଲକ ଆଗରେ ସରପଞ୍ଚମାନଙ୍କ ଧାରଣା

ନୂଆଗାଁ, ୨୩।୫ (ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକରେ କେତେଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଠିକ୍‌ ଭାବେ କାର୍ଯ୍ୟ କରୁ ନଥିବା ନେଇ ସରପଞ୍ଚମାନେ ବିଡିଓଙ୍କୁ ବାରମ୍ବର ଅଭିଯୋଗ କରି ଆସୁଥିଲେ। ମାତ୍ର ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବ୍ଲକର ବବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ବୁଧବାର ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ।

୫ଜଣିଆ  ଲୁଟେରା ଗ୍ୟଙ୍ଗ ଗିରଫ

୫ଜଣିଆ ଲୁଟେରା ଗ୍ୟଙ୍ଗ ଗିରଫ

ପାରାଦୀପ, ୨୩।୫ (ସ୍ବ.ପ୍ର.)- ପାରାଦୀପ ପୋଲିସ ବୁଧବାର ୫ଜଣିଆ ଏରାଗୁଲା ଲୁଟେରାଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଡାକ ସେବକ ସଂଘ ଧର୍ମଘଟ

ଡାକ ସେବକ ସଂଘ ଧର୍ମଘଟ

ଜଗତ୍‌ସିଂହପୁର ଅଫିସ୍‌, ୨୩।୫- ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଡାକ ସେବକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧର୍ମଘଟ ଜାରି ରହିଛି। ଫଳରେ ବ୍ଲକ ଅଞ୍ଚଳରେ ଡାକ ସେବା ବାଧାପ୍ରାପ୍ତ ହୋଇଛି।

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ କମିଟି ବୈଠକ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ କମିଟି ବୈଠକ

ଜଗତ୍‌ସିଂହପୁର ଅଫିସ୍‌, ୨୩।୫- ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦୁଭାବନା ଗୃହରେ ବୁଧବାର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କିମଟିର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ସାପ କାମୁଡ଼ାରେ ବୃଦ୍ଧ ମୃତ

ସାପ କାମୁଡ଼ାରେ ବୃଦ୍ଧ ମୃତ

ନୟାଗଡ଼ ଅଫିସ୍‌, ୨୩।୫ - ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ମଇଁଷିବିନ୍ଧା ଗ୍ରାମର ବୈକୁଣ୍ଠ ନାୟକ(୬୫)ଙ୍କ ବୁଧବାର ପୂର୍ବାହ୍ନରେ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।

କାଳବୈଶାଖୀ: ମହାନଦୀ ସୁରକ୍ଷା ଅଭିଯାନକୁ ସମ୍ବର୍ଦ୍ଧନା ବାତିଲ

କାଳବୈଶାଖୀ: ମହାନଦୀ ସୁରକ୍ଷା ଅଭିଯାନକୁ ସମ୍ବର୍ଦ୍ଧନା ବାତିଲ

ନିଶ୍ଚିନ୍ତକୋଇଲି, ୨୩।୫ (ସ୍ବ.ପ୍ର.)-କାଳବୈଶାଖୀ ଯୋଗୁ ନିଶଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ବୁଧବାର ସକାଳୁ ପ୍ରବଳ ଝଡ଼ ବର୍ଷା ହୋଇଥିଲା। ଏଥିଯୋଗୁ ଲୋକମାନେ ଘରୁ ବାହାରି ପାରି ନଥିଲେ। ତେବେ ମହାନଦୀ ସୁରକ୍ଷା ଅଭିଯାନକୁ ସମ୍ବର୍ଦ୍ଧନା ନିମନ୍ତେ ବ୍ଲକ ବିଜେଡି ପକ୍ଷରୁ ସମସ୍ତ ଆୟୋଜନ ସରିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରି ଦିଆଯାଇଥିଲା।

୨୫ରେ ଘରୋଇ ହସ୍ପିଟାଲ ବନ୍ଦ

୨୫ରେ ଘରୋଇ ହସ୍ପିଟାଲ ବନ୍ଦ

ଯାଜପୁର ରୋଡ୍‌, ୨୩।୫(ନି.ପ୍ର.)-ରାଜ୍ୟ ଘରୋଇ ଚିକିତ୍ସାଳୟ ଡାଇଗ୍ନୋଷ୍ଟିକ୍‌ ଏବଂ କ୍ଲିନିକ୍‌ ସଂଘ ଡାକରାରେ ଯାଜପୁର ଜିଲାର ସମସ୍ତ ଘରୋଇ ଚିକିତ୍ସାଳୟ ସମେତ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରଗୁଡ଼ିକ ଆସ୍ତା ୨୫ ତାରିଖରେ ବନ୍ଦ ରହିବ। ଏ ନେଇ ଜିଲା ସଂଘ ପକ୍ଷରୁ ଯାଜପୁର ରୋଡ୍‌ଠାରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

୯୦ୟୁନିଟ୍‌ ରକ୍ତ ସଂଗୃହିତ

୯୦ୟୁନିଟ୍‌ ରକ୍ତ ସଂଗୃହିତ

ନୟାଗଡ଼ ଅଫିସ୍‌, ୨୩।୫ - ନୟାଗଡ଼ ସହରସ୍ଥିତ ଏସ୍‌ଡିପିଓ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଥିଲା। ଜିଲା ପୋଲିସ ଆନୁକୂଲ୍ୟରେ ହୋଇଥିବା ଏହି ଶିବିରରେ ୯୦ୟୁନିଟ୍‌ ସଂଗୃହିତ ହୋଇଛି।

କାଳବୈଶାଖୀ, ୩ଘଣ୍ଟା ପ୍ରବଳ ବର୍ଷିଲା

କାଳବୈଶାଖୀ, ୩ଘଣ୍ଟା ପ୍ରବଳ ବର୍ଷିଲା

ନିଶ୍ଚିନ୍ତକୋଇଲି, ୨୩।୫ (ସ୍ବ.ପ୍ର.)- ବୁଧବାର ସକାଳ ୭ଟାରୁ ଆକାଶରେ କଳାହାଣ୍ଡିଆ ମେଘ ଘୋଡେଇ ଆସି ଚାରିଆଡ ଅନ୍ଧାର ହୋଇଥିଲା। ୮ଟାରୁ ଆରମ୍ଭ ହୋଇଥିଲା ପ୍ରବଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା। ଦିନ ୧୧ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଘରୁ ବାହରିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା।

ମୋ ସ୍କୁଲ ଅଭିଯାନ

ମୋ ସ୍କୁଲ ଅଭିଯାନ

ରାଜନଗର, ୨୩।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ରାଜନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ରାଜନଗର ପୁସ୍ତକ ମେଳା: ଗାଁ, ଝାଟିମାଟି, ପେଜ ପଖାଳ କଲମ ମୁନରେ ସ୍ଥାନ ପାଉ

ରାଜନଗର ପୁସ୍ତକ ମେଳା: ଗାଁ, ଝାଟିମାଟି, ପେଜ ପଖାଳ କଲମ ମୁନରେ ସ୍ଥାନ ପାଉ

ରାଜନଗର, ୨୩।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ରାଜସ୍ବ ଡାକବଙ୍ଗଳାଠାରେ ୧୮ ତାରିଖରୁ ଆରମ୍ଭ ହୋଇଥିବା ୧୧ତମ ରାଜନଗର ପୁସ୍ତକ ମେଳାର ମଙ୍ଗଳବାର ଥିଲା ୫ମ ଦିବସ। ଉକ୍ତ ସନ୍ଧ୍ୟାରେ କଥା ଓ କବିତାର ଆଗାମୀ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।