ଉପକୂଳ ଓଡିଶା

ଛତିଶଗଡ଼ ବ୍ୟାରେଜ ପ୍ରଭାବରେ ଶୁଖିଲାଣି ମହାନଦୀ : ପ୍ରତିକାର ଚାହୁଁଛନ୍ତି ଉପକୂଳବାସୀ

ଛତିଶଗଡ଼ ବ୍ୟାରେଜ ପ୍ରଭାବରେ ଶୁଖିଲାଣି ମହାନଦୀ : ପ୍ରତିକାର ଚାହୁଁଛନ୍ତି ଉପକୂଳବାସୀ

କୁଜଙ୍ଗ,୨୫।୫(ସ୍ବ.ପ୍ର.): ମହାନଦୀକୁ ନେଇ ରାଜ୍ୟ ରାଜନୀତି ସରଗରମ। ମହାନଦୀ ସୁରକ୍ଷା ପାଇଁ ଶାସକ ବିଜେଡି ଆନ୍ଦୋଳନକୁ ତୀବ୍ର କରିଥିବାବେଳେ ରାଜ୍ୟବାସୀ ଏହାକୁ ବିପୁଳ ସମର୍ଥନ ଜଣାଇଛନ୍ତି। ଦଳ ପକ୍ଷରୁ ଝାରସୁଗୁଡା ଜିଲାରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଅଭିଯାନ ଶୁକ୍ରବାର (୨୫ ତାରିଖ)ରେ ମହାନଦୀର ତଳମୁଣ୍ଡ ପାରାଦୀପରେ ଉଦ୍‌ଯାପିତ ହେବ। ଏହି ଉଦ୍‌ଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାନଦୀ ଜଳକୁ ବେଆଇନ୍‌ ଭାବେ ଅଟକ ରଖିଥିବା ଛତିଶଗଡ଼ ସରକାର ଓ ଏ କ୍ଷେତ୍ରରେ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ପୋଷଣ କରୁଥିବା କେନ୍ଦ୍ର ସରକାରଙ୍କ ବିରୋଧରେ କ’ଣ ବକ୍ତବ୍ୟ ରଖିବେ ତାହା ଶୁଣିବାକୁ ଉପକୂଳ ଜିଲାବାସୀ ବ୍ୟଗ୍ର ହୋଇ ରହିଛନ୍ତି। ଅନ୍ୟପକ୍ଷରେ ମହାନଦୀ ସୁରକ୍ଷା ଅଭିଯାନକୁ କଡ଼ା ଟକ୍କର ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୬ ତାରିଖରେ ଓଡ଼ିଶା ଆସୁଛନ୍ତି। ତେବେ ସଂଯୋଗର ବିଷୟ ହେଉଛି ମହାନଦୀ ଓ ସମୁଦ୍ରର ସଙ୍ଗମସ୍ଥଳଠାରୁ ଅଳ୍ପ ଦୂର ପାରାଦୀପ ବାଲିଯାତ୍ରା ପଡିଆଠାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବାକୁ ଥିବାବେଳେ ମହାନଦୀ ଜଳ ସଂରକ୍ଷଣର ଅନ୍ୟତମ କେନ୍ଦ୍ରସ୍ଥଳ କଟକ ବାଲିଯାତ୍ରା ପଡିଆଠାରେ ପ୍ରଧାନମନ୍ତ୍ରୀ ସଭା କରିବେ। ଏହାକୁ ନେଇ ସାଧାରଣରେ ଉଷ୍ମତା ପ୍ରକାଶ ପାଇଛି। ଲଗାତର ଓଡ଼ିଶାକୁ ଉପେକ୍ଷା କରିଆସୁଥିବା କେନ୍ଦ୍ର ମୁରବୀ ମୋଦି ଏବେ କ’ଣ ଉତ୍ତର ରଖିବେ ବୋଲି ମହାନଦୀ ବିବାଦରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା କୁଜଙ୍ଗ-ପାରାଦୀପ ଉପକୂଳବାସୀ ଶୁଣିବାକୁ ଅପେକ୍ଷା କରିଛନ୍ତି।

ଚିଟଫଣ୍ଡ ଜରିଆରେ ୫କୋଟି ଲୁଟ୍‌ ଯୁବତୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଚିଟଫଣ୍ଡ ଜରିଆରେ ୫କୋଟି ଲୁଟ୍‌ ଯୁବତୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ବିଞ୍ଝାରପୁର,୨୪ା୫(ଡି.ଏନ.ଏ)- ଏକ ଚିଟଫଣ୍ଡ ସଂସ୍ଥା ମାଧ୍ୟମରେ ଲୋକଙ୍କଠାରୁ କୋଟିକୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ୱର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜଣେ ଯୁବତୀଙ୍କୁ ଗୁରୁବାର ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଯୁବତୀ ଜଣକ ହେଲେ ମାଁସଡ଼ା ଗ୍ରାମର ସୁନୀତା ସାମଲ। ତାଙ୍କ ନାମରେ ଅଭିଯୋଗ ହେବା ପରେ ସେ ୨ବର୍ଷ ଧରି ଫେରାର ଥିଲେ। ସୁନୀତା ବିଞ୍ଝାରପୁରସ୍ଥିତ ତାଙ୍କ ବାସଭବନରେ ଆତ୍ମଗୋପନ କରିଥିବା ଖବର ପାଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ଗୁରୁବାର ସକାଳେ ସେଠାରେ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା।

ସରପଞ୍ଚଙ୍କ ନାଁରେ ଅର୍ଥ ହଡ଼ପ ଅଭିଯୋଗ

ଡୁବୁରୀ,୨୪ା୫(ଡିଏନଏ)- କଳିଙ୍ଗନଗରସ୍ଥିତ ବିଆରପିଏଲ କାରଖାନାରୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ କଲ୍ୟାଣ ପାଇଁ ଆସୁଥିବା ଅର୍ଥକୁ ସୁକିନ୍ଦା ବ୍ଲକର ସାରଙ୍ଗପୁର ସରପଞ୍ଚ ହଡ଼ପ କରିଥିବା ନେଇ ଜିଲାପାଳଙ୍କ ନିକଟରେ ଗାଁ କଲ୍ୟାଣ ସମିତି ଗତ ସୋମବାର ଅଭିଯୋଗ କରିଥିବା ଜଣାପଡ଼ିଛି। ଏ ବାବଦରେ ପ୍ରତ୍ୟେକ ବର୍ଷ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ ସରପଞ୍ଚ ଶରତ କୁମାର ସାହୁ ଆତ୍ମସାତ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ସାରଙ୍ଗପୁର ଗଁା ଲେକେ ଏହାର ବିଧିବଦ୍ଧ ତଦନ୍ତ ପାଇଁ ଜିଲାପାଳଙ୍କ ସମେତ ଏସ୍‌ପି, କଳିଙ୍ଗନଗର ଥାନାଧିକାରୀ ଓ କାରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

ରାସାୟନିକ ଦୁର୍ଘଟଣା ମୁକାବିଲା ଲାଗି ଜିଲା ଆପତ୍‌କାଳୀନ ବୈଠକ

ଜଗତ୍‌ସିଂହପୁର ଅଫିସ,୨୪।୫-ଗୁରୁବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲା ପ୍ରଶାସନ ଏବଂ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟ ମିଳିତ ଆନୁକୂଲ୍ୟରେ ବୃହତ୍‌ ଶିଳ୍ପ କାରଖାନାଗୁଡିକରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣାର ମୁକାବିଲା ଲାଗି ଜିଲା ଆପତ୍‌କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଡାକ୍ତର ଏଲୋରା ଦାସଙ୍କୁ ୫ଟି ପ୍ରଶ୍ନ: କର୍ତ୍ତବ୍ୟନିଷ୍ଠ ହେଲେ ଭଲ ମଣିଷ ହୋଇପାରିବେ

ଡାକ୍ତର ଏଲୋରା ଦାସଙ୍କୁ ୫ଟି ପ୍ରଶ୍ନ: କର୍ତ୍ତବ୍ୟନିଷ୍ଠ ହେଲେ ଭଲ ମଣିଷ ହୋଇପାରିବେ

ହୋମିଓପାଥିକ ଡାକ୍ତର ଏଲୋରା ଦାସ। ନୟାଗଡ଼ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ୨୦୧୫ ଜୁଲାଇ ୨୦ ତାରିଖରୁ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ଘର ଖୋର୍ଦ୍ଧା ଜିଲା ଗୁରୁଜଙ୍ଗ ଗ୍ରାମରେ। ପୂର୍ବରୁ ସେ ଝାରସୁଗୁଡା ଜିଲା ବ୍ରଜରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୯ବର୍ଷ କାଳ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି।

ଦିନକର କାହାଣୀ: ସମସ୍ତଙ୍କ ଜୀବନରେ କାର୍ଯ୍ୟକାରୀ ହୁଏ ଜ୍ୟୋତିଷବିଦ୍ୟା

ଦିନକର କାହାଣୀ: ସମସ୍ତଙ୍କ ଜୀବନରେ କାର୍ଯ୍ୟକାରୀ ହୁଏ ଜ୍ୟୋତିଷବିଦ୍ୟା

ସେ ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କରେ କୁହନ୍ତି। ତାଙ୍କ ଜ୍ୟୋତିଷ ଗଣନା ଠିକ୍‌ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେଣୁ ଅଞ୍ଚଳର ଜଣେ ଲୋକପ୍ରିୟ ଜ୍ୟୋତିଷ ଭାବେ ସେ ପରିଚିତ। ସେ ହେଲେ ବୁଲା ଦାଶ( ୭୮)। ବୁଲା ଭାଇନା ଭାବେ ସେ ଜଣାଶୁଣା।

୧୨ ଗ୍ରାମବାସୀଙ୍କ ଭରସା ଡିବିରି ଆଲୁଅ

୧୨ ଗ୍ରାମବାସୀଙ୍କ ଭରସା ଡିବିରି ଆଲୁଅ

ରଣପୁର,୨୪।୫ (ସ୍ବ.ପ୍ର.)- ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଉଛି ବୋଲି ଦେଶର ପ୍ରଧାନମନ୍ତ୍ରୀ ଡିଣ୍ଡିମ ପିଟୁଛନ୍ତି। ହେଲେ ନୟାଗଡ ଜିଲା ରଣପୁର ବ୍ଲକରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଦେଶ ସ୍ବାଧୀନତାର ୭୦ବର୍ଷ ପରେ ବି ଏହି ବ୍ଲକ୍‌ ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତରେ ବିଦ୍ୟୁତ୍‌ ଆଲୋକ ଅପହଞ୍ଚ ହୋଇରହିଛି। ଲୋକେ କେବଳ ବିଦ୍ୟୁତ୍‌ ଖୁଣ୍ଟକୁ ଚାହିଁ ବିଜୁଳିର ସ୍ବପ୍ନ ଦେଖୁଛନ୍ତି।

ମୋ’ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ରାଜକନିକା, ୨୪।୫ (ଡି.ଏନ୍‌.ଏ.)-ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜନଗର ବ୍ଲକ ରାଜନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ମୋ’ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ରାଜନଗର ପଞ୍ଚାୟତର ସାଧାରଣ ବୈଠକ

ରାଜନଗର ପଞ୍ଚାୟତର ସାଧାରଣ ବୈଠକ

ରାଜନଗର, ୨୪।୫ (ଡି.ଏନ୍‌.ଏ.)-ରାଜନଗର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତର ୧୪ତମ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ତନ୍ତିଆପାଳ ମେରାଇନ୍‌ ଥାନାରୁ ବିଜୟନଗର ପଞ୍ଚାୟତକୁ ବାଦ ଦେବାକୁ ଦାବି

ମହାକାଳପଡା,୨୪।୫(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନରୁ ବିଜୟନଗର ପଞ୍ଚାୟତକୁ ବାଦ୍‌ ଦେବା ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି।

ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ସମୂହ ଦୀପଦାନରେ ୫ ହଜାରରୁ  ଊର୍ଦ୍ଧ୍ୱ ଲୋକ ସାମିଲ

ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ସମୂହ ଦୀପଦାନରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ସାମିଲ

କେନ୍ଦ୍ରାପଡା ଅଫିସ, ୨୪।୫- ବିଜେଡିର ମହାନଦୀ ସୁରକ୍ଷା ଅଭିଯାନକୁ ଜିଲା ବିଜେଡି ଗୁରୁବାର ଜୋରଦାର ଢଙ୍ଗରେ ସ୍ବାଗତ କରିଛି ।

ଜାତୀୟ ରାଜପଥରେ ଯାନବାହାନ ଯାଞ୍ଚ

ଚଣ୍ଡିଖୋଲ,୨୪।୫(ଡି.ଏନ.ଏ.)-ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ବଡଚଣା ପୋଲିସ ପକ୍ଷରୁ ବୁଧବାର ରାତି ୧୦ଟାରୁ ଭୋର ୪ଟା ପର୍ଯ୍ୟନ୍ତ ଚଣ୍ଡିଖୋଲ ଛକ ନିକଟରେ ଜାତୀୟ ରାଜପଥରେ ଯାଉଥିବା ବିଭିନ୍ନ ଗାଡି ଯାଞ୍ଚ କରାଯାଇଥିଲା ।

ଡକାୟତି ଉଦ୍ୟମ ବେଳେ ପୋଲିସ ଚଢାଉ : ୨ ଗିରଫ, ୪ ଫେରାର

ଚଣ୍ଡିଖୋଲ,୨୪।୫(ଡି.ଏନ.ଏ.)-ବୁଧବାର ରାତିରେ ୫ ନଂ (କ)ଜାତୀୟ ରାଜପଥରେ ଡକାୟତି ଉଦ୍ୟମ କରିବା ବେଳେ ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି ଓ ଅନ୍ୟ ୪ ଜଣ ଫେରାର ହୋଇ ଯାଇଛନ୍ତି ।

୨୫ରେ ମହାନଦୀ ସୁରକ୍ଷା ଅଭିଯାନ ଉଦ୍‌ଯାପନ

କୁଜଙ୍ଗ,୨୪।୫(ସ୍ବ.ପ୍ର.)-ମହାନଦୀକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି ।

ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

ନୟାଗଡ ଅଫିସ,୨୪।୫-ନୟାଗଡ ଜିଲା ସଦର ବ୍ଲକ ଅନ୍ତର୍ଗତ ବେଗୁନିଆପାଟଣା ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ଉକ୍ତ ଗ୍ରାମର ରବିନ୍ଦ୍ର ସାହୁଙ୍କ ପୁଅ କାହ୍ନୁଚରଣ (୧୪) । ସେ ନବମ ଶ୍ରେଣୀରେ ପଢୁଥିଲେ । ଗୁରୁବାର ସକାଳେ କାହ୍‌ୁ ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୋଡ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ । ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାର୍ଶାଘାଇ ପ୍ରାଥମିକ କୃଷି ସମବାୟ ସମିତି ମଣ୍ଡିରେ ୫୭ କୁଇଣ୍ଟାଇ ମୁଗ କିଣାଗଲା

ମାର୍ଶାଘାଇ,୨୪।୫(ଡିଏନଏ)-ମାର୍ଶାଘାଇ ପ୍ରାଥମିକ କୃଷି ସମବାୟ ସମିତି ମଣ୍ଡିରେ ବୁଧବାର ପ୍ରଥମ ଦିନରେ ୧୮ ଜଣ ଚାଷୀଙ୍କ ଠାରୁ ୫୭ କୁଇଣ୍ଟାଲ ମୁଗ କ୍ରୟ କରାଯାଇଛି ।

ପଟ୍ଟାମୁଣ୍ଡାଇକୁ ରାଜସ୍ବ ସବ୍‌ ଡିଭିଜନ ମାନ୍ୟତା ଦାବି

ପଟ୍ଟାମୁଣ୍ଡାଇ,୨୪।୫(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇକୁ ରାଜସ୍ବ ସବ୍‌ ଡିଭିଜନ ମାନ୍ୟତା ପ୍ରଦାନ କରିବାକୁ ପଟ୍ଟାମୁଣ୍ଡାଇ ଓ ରାଜନଗର ଜନସାଧାରଣ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି ।

ଅଖିଳ ଓଡିଶା ବେସରକାରୀ ଶିକ୍ଷକ ସଂଘର ସମ୍ମିଳନୀ

କେନ୍ଦ୍ରାପଡା ଅଫିସ,୨୪।୫-ଅଖିଳ ଓଡିଶା ବେସରକାରୀ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘର ଆଞ୍ଚଳିକ ସମ୍ମିଳନୀ ସହରର ଇଛାପୁରସ୍ଥିତ ଶ୍ରୀ ବଳଦେବଜୀଉ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଜେଲ ଅନ୍ତେବାସିନୀ ଶିଶୁଙ୍କୁ ଆଇନ ସହାୟତା

କେନ୍ଦ୍ରାପଡା ଅଫିସ,୨୪।୫-ଡେରାବିଶ ବ୍ଲକ ବାରିମୂଳସ୍ଥ ସବ୍‌ଜେଲ ପରିସରରେ ଗତ ୧୭ ତାରିଖରୁ ୧୦ ଦିନିଆ ଜେଲ ଅନ୍ତେବାସିନୀ ଓ ଶିଶୁଙ୍କ ପାଇଁ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସହାୟତା ଶିବିର ଚାଲୁ ରହିଛି ।

ଟ୍ରକ୍‌ ଚାପାରେ ଡ୍ରାଇଭର ଗୁରୁତର

ଟ୍ରକ୍‌ ଚାପାରେ ଡ୍ରାଇଭର ଗୁରୁତର

ମାର୍ଶାାଘାଇ,୨୪।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼ପାଳଗଡ଼ା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ବଡ଼ପାଳଗଡ଼ା ନିକଟରେ ଏଆର୍‌ଏସ୍‌ଏସ୍‌ ଠିକା କମ୍ପାନୀର ଏକ ହାଇଓ୍ବା ଗାଡ଼ି ଖରାପ ହୋଇ ରାସ୍ତାଉପରେ ଥୁଆ ହୋଇଥିଲା।

ପାଣି ପାଇଁ ମହାନଦୀରେ ବନ୍ଧ ବାନ୍ଧିଲେ ଲୋକେ

ପାଣି ପାଇଁ ମହାନଦୀରେ ବନ୍ଧ ବାନ୍ଧିଲେ ଲୋକେ

ରଘୁନାଥପୁର, ୨୪।୫(ଡି.ଏନ୍‌.ଏ.): ଭାଜପା ନେତୃତ୍ୱାଧୀନ ଛତିଶଗଡ଼ ସରକାରଙ୍କ ଓଡ଼ିଶା ପ୍ରତି ଅନ୍ୟାୟ ଚରମ ସୀମାରେ ପହଞ୍ଚିଛି। ଚିରସ୍ରୋତା ମହାନଦୀର ଜଳପ୍ରବାହକୁ ଛତିଶଗଡ଼ରେ ୨୨ଟି ବ୍ୟାରେଜ ନିର୍ମାଣ କରି ବନ୍ଦ କରି ଦିଆଯାଇଥିବାରୁ ଓଡ଼ିଶାବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ତଳମୁଣ୍ଡରେ ପାଣିଟୋପାଏ ପାଇଁ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହୋଇଛି।

ଡାକସେବକଙ୍କ ଧର୍ମଘଟ ଅବ୍ୟାହତ

ଡାକସେବକଙ୍କ ଧର୍ମଘଟ ଅବ୍ୟାହତ

ଯାଜପୁର ଅଫିସ,୨୪।୫: ଯାଜପୁର ଜିଲା ଯାଜପୁରରୋଡ୍‌ ମୁଖ୍ୟ ଡାକଘର ସମ୍ମୁଖରେ ଗୁରୁବାର ଡାକସେବକଙ୍କର ଧାରଣା ଚାଲିଛି। ଅଖିଳ ଭାରତ ଗ୍ରାମୀଣ ଡାକସେବା ସଂଘ ଓ ଜାତୀୟ ଗ୍ରାମୀଣ ଡାକସେବକ ସଂଘଙ୍କ ଆହ୍ବାନକ୍ରମେ ଗତ ୨୨ ତାରିଖରୁ ଏହି ଆନ୍ଦୋଳନ ଜାରି ରହିଛି।

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ ତୃତୀୟ ଦିନରେ

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ ତୃତୀୟ ଦିନରେ

ରାଜନଗର, ୨୪।୫(ଡି.ଏନ୍‌.ଏ.): ସପ୍ତମ ବେତନ କମିଶନଙ୍କ ସୁପାରୀ କାର୍ଯ୍ୟକାରୀ ନ ହେବାରୁ ସଂଘ ଆହ୍ବାନକ୍ରମେ କେନ୍ଦ୍ରାପଡ଼ା ଜିଲା ରାଜନଗର ଉପ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଡାକ ସେବକଙ୍କ ଧର୍ମଘଟ ତୃତୀୟ ଦିନରେ ପହଞ୍ଚିଛି।

ମାର୍ଶାଘାଇରେ ପହଞ୍ଚିବେ ମହାନଦୀ ସୁରକ୍ଷାର ସଂଗ୍ରାମୀମାନେ

ମାର୍ଶାଘାଇ, ୨୪।୫(ଡି.ଏନ୍‌.ଏ.): ମହାନଦୀ ସୁରକ୍ଷା ମହାସଂଗ୍ରାମର ସଂଗ୍ରାମୀମାନେ ଏକ ବିରାଟ ପଟୁଆରରେ ଆସି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ କ୍ରସିଂଠାରେ ଗୁରୁବାର ଦିନ ୧ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଠାରୁ ସେମାନଙ୍କୁ କାନପୁର ଗୋଜବାୟାଣୀ ଛକ ପର୍ଯ୍ୟନ୍ତ ଜିଲାପରିଷଦ ସଭ୍ୟ ପ୍ରଦୀପ କୁମାର ଗାହାଣ, ମାର୍ଶାଘାଇ ସମିତି ଅଧ୍ୟକ୍ଷା ସୀତାଲତା ପରିଡା ଓ ଅନ୍ୟମାନେ ପାଛୋଟି ନେବେ।