ଉପକୂଳ ଓଡିଶା

ଜମିବାଡ଼ି ବିବାଦରୁ ଘରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଗିରଫ

ଜମିବାଡ଼ି ବିବାଦରୁ ଘରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଗିରଫ

ମାର୍ଶାଘାଇ,୨୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଘରେ ନିଆଁ ଲଗାଇବା ଘଟଣାରେ ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀଙ୍କୁ ଶନିବାର ମାର୍ଶାଘାଇ ପୋଲିସ ଗିରଫ କରିଛି। ସେମାନେ ହେଲେ ବଳରାମ ରାଉତ ଓ ତାଙ୍କ ସ୍ତ୍ରୀ ଜୟଶ୍ରୀ।

୫ମ ଦିନରେ ଡାକ ସେବକଙ୍କ ଧର୍ମଘଟ

୫ମ ଦିନରେ ଡାକ ସେବକଙ୍କ ଧର୍ମଘଟ

ରାଜନଗର,୨୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୧୫ଟି ଶାଖା ଡାକଘରର ଡାକ ସେବକମାନେ ଅନିର୍ଦ୍ଦିଷ୍ଟ ଧର୍ମଘଟ ଚାଲୁ ରଖିଛନ୍ତି। ଶନିବାର ଏହି ଧର୍ମଘଟ ୫ମ ଦିନରେ ପହଞ୍ଚିଛି। ରାଜନଗର ଉପଡାକଘର ସମ୍ମୁଖରେ ୨୫ ଜଣ ଡାକସେବକ ଧର୍ମଘଟରେ ସାମିଲ ହୋଇଛନ୍ତି।

ଛତିଆ ଛଟିଘର ନିକଟରେ ଦୁର୍ଘଟଣା, ଜଣେ ଗୁରୁତର

ଛତିଆ ଛଟିଘର ନିକଟରେ ଦୁର୍ଘଟଣା, ଜଣେ ଗୁରୁତର

ଯାଜପୁର ଅଫିସ/ଛତିଆ,୨୬।୫: କଟକ-ଚଣ୍ଡିଖୋଲ ୧୬ ନଂ ଜାତୀୟ ରାଜପଥର ଛତିଆ ଛଟିଘର ନିକଟରେ ଶନିବାର ପୂର୍ବାହ୍ନ ୯ଟାରେ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଚୌଦ୍ୱାର ଅଞ୍ଚଳର ବାବାଜୀ ମହାନ୍ତି(୪୦)।

ରାଧାକାନ୍ତ ମଠରେ ପୁରୁଷୋତ୍ତମ ଏକାଦଶୀ

ରାଧାକାନ୍ତ ମଠରେ ପୁରୁଷୋତ୍ତମ ଏକାଦଶୀ

ଓଡ଼ଗାଁ, ୨୫ା୫(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରାଧାକାନ୍ତଙ୍କ ମଠ ଓ ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଶ୍ରୀପୁରୁଷୋତ୍ତମ ଏକାଦଶୀ ବିଧି ବିଧାନ ସହିତ ପାଳନ କରାଯାଇଛି । ଯେଉଁ ବର୍ଷ ଯୋଡା ମାସ ପଡିଥାଏ ସେହି ମାସକୁ ପୁରୁଷୋତ୍ତମ ମାସ କୁହାଯାଏ ।

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଓଡଗାଁ,୨୫।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ବ୍ଲକ ଗୌଡପୁଟ ପଞ୍ଚାୟତ ଅନ୍ତର୍ଗତ ଗୋଠବଣ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ମିଶ୍ରଙ୍କ ବାଡିରେ ବୁଧବାର ରାତିରେ ୨୪ଗୋଟି ଦୁଲ୍ଲଭ ବ୍ରହ୍ମକମଳ ଫୁଲ ଫୁଟିଥିବାବେଳେ ଗୁରୁବାର ରାତିରେ ୧୧ଟି ଫୁଟିଥିଲା। ଉଦୟନାଥ ବୁଧବାର ରାତିରେ ସ୍ବତନ୍ତ୍ର ଗାଡିରେ ୨୪ଗୋଟି ଫୁଲ ପୁରୀ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଲାଗି କରିଥିଲେ।

କଳିଙ୍ଗ ନଗର ବିକାଶ ପାଇଁ ଆଲୋଚନା

ଯାଜପୁର ରୋଡ,୨୫।୫(ନି.ପ୍ର.)-କଳିଙ୍ଗ ନଗର ବିକାଶ ପାଇଁ ଯାଜପୁରରୋଡ ସ୍ଥିତ ଫେରୋକ୍ରମ ଅତିଥି ଶାଳାରେ ଆଲୋଚନା କରାଯାଇଥିଲା। ଏଥିରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ, ଅତିରିକ୍ତ ଜିଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଆଲୋଚନା କରିଥିଲେ।

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶ,୨୫।୫(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ୮୦/୧୮ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ମିହିର କୁମାର ସିଂହ(୨୮)ଙ୍କୁ ଗିରଫ କରାଯାଇଛି।

ବ୍ଲକସ୍ତରୀୟ ମୋ ସ୍କୁଲ କାର୍ଯ୍ୟକ୍ରମ

ବ୍ଲକସ୍ତରୀୟ ମୋ ସ୍କୁଲ କାର୍ଯ୍ୟକ୍ରମ

ନୟାଗଡ ଅଫିସ,୨୫।୫-ନୟାଗଡ ବ୍ଲକ ସମ୍ମିଳନୀ କକ୍ଷରେ ମୋ ସ୍କୁଲ ଯୋଜନାର ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବିଡିଓ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକ ଶିକ୍ଷାଅଧିକାରୀ ଦାମୋଦର ଖିଲାର ଯୋଗଦେଇ ମୋ ସ୍କୁଲ ଯୋଜନାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ପାରାଦୀପ,୨୫ା୨(ସ୍ବ.ପ୍ର.): ଗତ ୧୬ ତାରିଖର ଝାରସୁଗୁଡ଼ା ଶୁଖାସୋଢ଼ା ଏବଂ ବରଗଡ଼ର ଚିଖିଲିରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଶୁକ୍ରବାର ପାରାଦୀପ ସମୁଦ୍ର ବେଳାଭୂମିରେ ଉଦ୍‌ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି କେନ୍ଦ୍ରର ଭାଜପା ସରକାର ଏବଂ ଓଡ଼ିଶାର ଭାଜପା ନେତାଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀର ଜଳପ୍ରବାହକୁ ଅବ୍ୟାହତ ରଖିବାକୁ ହେଲେ ଏହାର ସୁରକ୍ଷା ଅନିବାର୍ଯ୍ୟ। ଏହା ରାଜନୈତିକ ଅଭିସନ୍ଧି ନୁହେଁ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଫେଲ୍‌ ଛାତ୍ରୀଙ୍କ ମୃତ୍ୟୁ

ଆତ୍ମହତ୍ୟା ଉଦ୍ୟମ କରିଥିବା ଫେଲ୍‌ ଛାତ୍ରୀଙ୍କ ମୃତ୍ୟୁ

ମାର୍ଶାଘାଇ,୨୫ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଗ୍ରାମର ଭ୍ରମର ନାୟକଙ୍କ କନ୍ୟା ଶୁଭ୍ରତା ନାୟକ(୧୭) ମାର୍ଶାଘାଇ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଚଳିତବର୍ଷ ଯୁକ୍ତ ୨ ପରୀକ୍ଷାରେ ଫେଲ୍‌ ହେବାରୁ ଗତ ୧୯ ତାରିଖରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଗୋଷ୍ଠି ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ପ୍ରଶିକ୍ଷଣ ଶିବିର

ଗୋଷ୍ଠି ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ପ୍ରଶିକ୍ଷଣ ଶିବିର

ରାଜନଗର,୨୫ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଜଳ ଓ ପରିମଳ ମିଶନ ପକ୍ଷରୁୁ ୫ ଦିନିଆ ଗୋଷ୍ଠି ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି।

ଆଳିର ୪ ବେଆଇନ କରତକଳ ଉପରେ ଚଢ଼ାଉ

ଆଳିର ୪ ବେଆଇନ କରତକଳ ଉପରେ ଚଢ଼ାଉ

ଆଳି,୨୫ା୨(ଡି.ଏନ୍‌.ଏ.): ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ୪ କରତକଳ ଉପରେ ଶୁକ୍ରବାର ଭୋର ୫ଟାରେ ରାଜନଗର ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୪ଟିର ଯନ୍ତ୍ରାଶ ଓ କାଠଗୁଡିକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି।

ବ୍ରାହ୍ମଣୀ ନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବ୍ରାହ୍ମଣୀ ନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ, ୨୫।୫: ଯାଜପୁର ଜିଲା ଜେନାପୁର ଥାନା ଅର୍ନ୍ତଗତ ବ୍ରାହ୍ମଣୀ ନଦୀର ରେଲୱେ ବ୍ରିଜ ନିକଟରୁ ଶୁକ୍ରବାର ସକାଳେ ଏକ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନଟିଲୋ ଗ୍ରାମର ୧୭ ବର୍ଷର ଛାତ୍ର ବବ୍‌ଲୁ ସାହୁ। ଗୁରୁବାର ପୁର୍ବାହ୍ନରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବବଲୁ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

କୁସୁମୀ ନଦୀ ଶାଖା ଆମ୍ବନାଳର ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର

କୁସୁମୀ ନଦୀ ଶାଖା ଆମ୍ବନାଳର ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର

ଖଣ୍ଡପଡା,୨୫ା୫(ସ୍ବ.ପ୍ର.)-ଖଣ୍ଡପଡା ସହରାଞ୍ଚଳ ନିକଟରେ ପ୍ରବାହିତ କୁସୁମୀ ନଦୀର ଶାଖା ଆମ୍ବନାଳର ପୁନଃରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଗୁରୁବାର ଅପରାହ୍ନରେ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଦ୍ୱାରା ଏହି କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଖଣ୍ଡପଡା ବ୍ଲକ ରାଣୀଛେଲି ପଞ୍ଚାୟତର କଳପଙ୍ଗୀ ଗ୍ରାମଠାରେ ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ଡ୍ରେନେଜ୍‌ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ସୌରଭ ସାହୁ ଓ ସହକାରୀ ଯନ୍ତ୍ରୀ ଦେବେନ୍ଦ୍ର ନାରାୟଣ ଷଡଙ୍ଗୀ ଯୋଗଦେଇଥିଲେ। ଆସନ୍ତା ୬ମାସ ମଧ୍ୟରେ ଆମ୍ବନାଳର ପୁନରୁଦ୍ଧାର ସହ ନାଳର ଉଭୟ ପାର୍ଶ୍ୱରେ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ନିର୍ବାହୀଯନ୍ତ୍ରୀ ସୂଚନା ଦେଇଛନ୍ତି। ରାଣୀଛେଲି ପଞ୍ଚାୟତ ବିଜେଡି ସଭାପତି ଦାମୋଦର ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କଣ୍ଟିଲୋ ରାମଲୀଳା: ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କଲେ ରାମଚନ୍ଦ୍ର

କଣ୍ଟିଲୋ ରାମଲୀଳା: ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କଲେ ରାମଚନ୍ଦ୍ର

ଖଣ୍ଡପଡା,୨୫ା୫(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ମାଧବଚୌଧୁରୀପାଟଣା ଉନ୍ନୟନ ପରିଷଦ ପକ୍ଷରୁ ପୁରାଣ କଥାବସ୍ତୁକୁ ନେଇ ବୁଧବାର ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସମିତି ଦ୍ୱାରା ପରିବେଷିତ ରାମଲୀଳାରେ ‘ଶିବଧନୁ ଭଗ୍ନ ଓ ସୀତା ବିବାହ’ ପ୍ରସଙ୍ଗ ମଞ୍ଚସ୍ଥ ହୋଇଥିଲା। ଜନକଙ୍କ କନ୍ୟା ଜାନକୀଙ୍କ ସ୍ବୟମ୍ବର ଆୟୋଜନ ହୋଇଥାଏ ା ଯିଏ ଶିବଧନୁ ଭାଙ୍ଗିବ ସୀତା ତାଙ୍କ ଗଳାରେ ବରଣମାଳା ଦେବେ ା ଲଙ୍କା ନରେଶ ରାବଣ ମଧ୍ୟ ଏହି ସ୍ବୟମ୍ବର ସଭାକୁ ଆସିଥିଲେ। ନିଜକୁ ପ୍ରବଳ ପ୍ରତାପୀ ବୋଲି କହୁଥିବା ରାବଣ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିବେ ବୋଲି ନିଶ୍ଚିତ ଥିଲେ। ହେଲେ ଶିବ ଭଗବାନ ତାଙ୍କ ଗର୍ବ ରଖିଲେ ନାହିଁ ା ଶିବଧନୁ ଭାଙ୍ଗିବା ଦୂରେ ଥାଉ ଉଠାଇ ବି ପାରିଲେ ନାହିଁ ା ଏଥିରେ ଲଜ୍ୟା ଓ ଅପମାନ ଅନୁଭବ କରି ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଅନ୍ୟ କେହି କାଳେ ଶିବ ଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିବେ ତେଣୁ ରାବଣ ରାହୁଙ୍କୁ ଧନୁ ଉପରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ ା ଯାହା ଫଳରେ ଉପସ୍ଥିତ ଜଣେ ବି କେହି ରାଜା ଧନୁକୁ ଉଠାଇ ନ ପାରି ଫେରିଯାଇଥିଲେ ା ତ୍ରିକାଳଦର୍ଶୀ ଋଶି ବିଶ୍ୱାମିତ୍ର ଏସବୁ ଜାଣିଥାନ୍ତି ା ସମସ୍ତ ରାଜା ସେଠାରୁ ପ୍ରତ୍ତ୍ୟାବର୍ତ୍ତନ କରୁଥିବା ବେଳେ ଧନୁ ଉପରେ ବସିଥିବା ରାହୁ ସମସ୍ତେ ତ ଚାଲିଗଲେଣି ମୁଁ ଆଉ କାହିଁକି ବସି ରହିବି ଭାବି ଉଠି ଚାଲିଗଲେ ା ଏହି ସମୟରେ ବିଶ୍ୱାମିତ୍ର ଶିବଧନୁ ଉଠାଇବା ପାଇଁ ରାମଚନ୍ଦ୍ରଙ୍କୁ ନିର୍ଦ୍ଦେଶ ଦିଅନ୍ତେ ରାମଚନ୍ଦ୍ର ଗୁରୁଙ୍କ ନିର୍ଦ୍ଦେଶ ମାନି ଶିବଧନୁ ଉଠାଇ ଧନୁଭଗ୍ନ କରି ସୀତାଙ୍କୁ ବିବାହ କରିଥିଲେ ା ଏହି ଦୃଶ୍ୟକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଶିଶୁ କଳାକାର ଯଥାକ୍ରମେ ବିଶ୍ୱନାଥ, ଗୁଡୁ ଓ ରତିକାନ୍ତଙ୍କ ଅଭିନୟ ବେଶ୍‌ ହୃଦୟସ୍ପର୍ଶୀ ହୋଇପାରିଥିଲା ା

ଖଣ୍ଡପଡା ସବ୍‌ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା:ଜେଲ ସମ୍ମୁଖରେ ଚାପା ଉତ୍ତେଜନା

ଖଣ୍ଡପଡା,୨୫ା୫(ସ୍ବ.ପ୍ର.)-ଖଣ୍ଡପଡା ସବ୍‌ଜେଲରେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଥିବା ଖଣ୍ଡପଡା ସହର ୮ନଂ. ୱାର୍ଡ ଧୋବାସାହିର ବସନ୍ତ କୁମାର ସେଠୀ(୩୬) ଗୁରୁବାର ଅପରାହ୍ନ ୩.୩୦ ମିନିଟ ସମୟରେ ଜେଲ ପରିସରରେ ଆତ୍ମହତ୍ୟା କରିଛନ୍ତି। ବେକରେ ଗାମୁଛା ଲଗାଇ ଜେଲ ପରିସରରେ ଥିବା ଏକ ଚମ୍ପାଗଛରେ ସେ ଆତ୍ମହତ୍ୟା କରିଥିବା ସବ୍‌ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖବରପାଇ ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି। ସବ୍‌ଜେଲ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି ସତ୍ତ୍ୱେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସବ୍‌ଜେଲ ନିକଟକୁ ଶହ ଶହ ଜନସାଧାରଣଙ୍କ ସୁଅ ଛୁଟିଥିଲା। ଘଟଣାକୁ କେନ୍ଦ୍ରକରି ଜେଲ୍‌ ବାହାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସବ୍‌ଜେଲ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ମୁତାବକ ୨୦୧୮ ଫେବୃୟାରୀ ୧୧ ତାରିଖ ସନ୍ଧ୍ୟା ୭ଟା ସମୟରେ ବିଚାରାଧୀନ କଏଦୀ ବସନ୍ତ ଅଧିକ ଯୌତୁକ ଦାବିରେ ପତ୍ନୀ ପିଙ୍କି ସେଠୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ନେଇ ଖଣ୍ଡପଡା ଥାନାରେ ପିଙ୍କିଙ୍କ ମାଆ ବାସନ୍ତୀ ସେଠୀ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରି ବସନ୍ତ ଓ ତାଙ୍କ ବାପା ବିଶ୍ୱନାଥ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ବାପପୁଅଙ୍କୁ ଖଣ୍ଡପଡା ସବ୍‌ଜେଲକୁ ପଠାଇ ଦିଆଯାଇଥିଲା। ଉଭୟେ ଜେଲ୍‌ରେ କଏଦୀ ଭାବେ ୩ ମାସ ଧରି ରହିଆସୁଥିଲେ। ଗୁରୁବାର ସକାଳ ଓ ମଧ୍ୟାହ୍ନରେ ବସନ୍ତ ଠିକ୍‌ ଭାବେ ଖାଇପିଇ ବିଶ୍ରାମ ନେଇଥିବା ବେଳେ ଅପରାହ୍ନରେ ଏଭଳି ଅଘଟଣ ଘଟିଥିବା ଖଣ୍ଡପଡା ସବ୍‌ଜେଲ ଭାରପ୍ରାପ୍ତ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ସବ୍‌ଜେଲ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି।

ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀଙ୍କ ବିରୋଧର ଶିକାର ବିଧାୟକ

ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀଙ୍କ ବିରୋଧର ଶିକାର ବିଧାୟକ

ରଣପୁର,୨୫ା୫ (ସ୍ବ.ପ୍ର.)- ରଣପୁର ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀଙ୍କ ବିରୋଧର ଶିକାର ହୋଇଛନ୍ତି। ଏପରି ଦୃଶ୍ୟ ଗୁରୁବାର ଅପରାହ୍ନ ୩ଟାରେ ଦେଖିବାକୁ ମିଳିଥିଲା। ବିଧାୟକ ରବିନାରାୟଣ ମହାପାତ୍ର ବଳଭଦ୍ରପୁର ପଞ୍ଚାୟତକୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲା ବେଳେ ଲାଖପଡା ଗ୍ରାମ ତୋଟାଠାରେ ୧୦୦ରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ ଦଳୀୟ ପତାକା ସହ ବିଧାୟକଙ୍କ ବିରୋଧରେ ଲେଖାଥିବା ପ୍ଲାକାର୍ଡ ଧରି ସ୍ଳୋଗାନ୍‌ ଦେଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ବିରୋଧ କରୁଥିବା କେତେକ କର୍ମୀ କହିଥିଲେ ଯେ, ବଳଭଦ୍ରପୁର ପଞ୍ଚାୟତରେ ଉନ୍ନୟନମୂଳକ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ନିର୍ବାଚନ ଜିତିବା ଦିନଠାରୁ ପଞ୍ଚାୟତର କୌଣସି କାର୍ଯ୍ୟକ୍ରମରେ ବିଧାୟକ ଯୋଗଦେଉ ନାହାନ୍ତି। ଏହାକୁ ନେଇ କିଛିଦିନ ତଳେ ରଣପୁର ଏନ୍‌ଏସି ୧୨ନଂ. ୱାର୍ଡର କାଉନସିଲର ସୁଧାକର ପ୍ରଧାନ ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଦିନକର କାହାଣୀ:ଗୋସେବା ହିଁ ପରମଧର୍ମ

ଦିନକର କାହାଣୀ:ଗୋସେବା ହିଁ ପରମଧର୍ମ

ଗୋ ସେବା ହିଁ ପରମ ଧର୍ମ। ଗୋ ସେବା କଲେ ବହୁ ପୁଣ୍ୟ ମିଳିଥାଏ। ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଗାଈ ଓ ବ୍ରାହ୍ମଣମାନଙ୍କ ସେବା କରୁଥିବାରୁ ତାଙ୍କ ନାମ ଗୋବିନ୍ଦ ବୋଲି ରଖାଯାଇଥିଲା। ଏହି ଗୋସେବାକୁ ନିଜର ମୁଖ୍ୟ କର୍ମ ଓ ଧର୍ମ ବୋଲି ଆପଣେଇ ନେଇଛନ୍ତି ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମର ଗଣେଶ୍ୱର ସାହୁ। ପଶୁ ଡାକ୍ତର ଭାବେ ୩୫ବର୍ଷ ଧରି ସରକାରୀ କାର୍ଯ୍ୟ ତୁଲାଇ ଅବସର ନେଲା ପରେ ମଧ୍ୟ ଗୋ ସେବାକୁ ନିଜର ପେସା ଭାବେ ଗ୍ରହଣ କରି ନେଇଛନ୍ତି। ୧୯୬୫ରେ ଦଶପଲ୍ଲା ହାଇସ୍କୁଲରୁ ମାଟ୍ରିକ ଶିକ୍ଷା ଲାଭ କରିବା ପରେ ୧୯୬୬ରେ ସେ ଛାମୁଣ୍ଡିଆ ୟୁପି ସ୍କୁଲରେ ୫୦ଟଙ୍କା ଦରମାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୬ବର୍ଷ ଶିକ୍ଷକତା କରିବା ପରେ ୧୯୭୨ରେ ପଶୁ ଡାକ୍ତର ଭାବେ କଳାହାଣ୍ଡି ଜିଲାରେ ଯୋଗଦେଲେ। ସେହିଦିନଠାରୁ ସେ ଆଉ ପଛକୁ ଫେରିନାହାନ୍ତି। ୨୦୦୬ ଅକ୍ଟୋବର ୧ରେ ସରକାରୀ କାର୍ଯ୍ୟରୁ ଅବସର ନେଲେ। କେତେହେଲେ ସେ ଘରେ ବସି ରୁହନ୍ତି ନାହିଁ। କୌଣସି ଗାଁରେ ଗୋରୁଙ୍କ ଚିକିତ୍ସା ପାଇଁ ଡାକରା ଆସିଲେ ଲୋକେ ଶେଯ ଛାଡ଼ିବା ପୂର୍ବରୁ ସେ ଔଷଧ ବ୍ୟାଗ ଧରି ଗାଁ ଦାଣ୍ଡରେ ପହଞ୍ଚତ୍ ଯାଆନ୍ତି। ଗୋରୁଙ୍କ ଚିକିତ୍ସା କ୍ଷେତ୍ରରେ ତାଙ୍କର ବେଶ୍‌ ଅଭିଜ୍ଞତା ରହିଛି।

ଏଟିଏମ୍‌ କାଉଣ୍ଟର: ଭିତରେ କମ୍ପ୍ୟୁଟର ଚାଲୁଛି, ବାହାରେ ତାଲା

ଏଟିଏମ୍‌ କାଉଣ୍ଟର: ଭିତରେ କମ୍ପ୍ୟୁଟର ଚାଲୁଛି, ବାହାରେ ତାଲା

ରଣପୁର,୨୫ା୫ (ସ୍ବ.ପ୍ର.)- ନୟାଗଡ ଜିଲା ରଣପୁର ଏନ୍‌ଏସିର ଦାଣ୍ଡସାହି ମୁଖ୍ୟରାସ୍ତାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌ ଶାଖାରେ ଏକ ଅଜବ ପରିସ୍ଥିତି ଦେଖିବାକୁ ମିଳିଛି ା ଏଟିଏମ୍‌ କାଉଣ୍ଟର ଭିତରେ କମ୍ପ୍ୟୁଟର, ଲାଇଟ୍‌, ଏସି ଚାଲୁଥିଲା ବେଳେ ବାହାରପଟ ମୁଖ୍ୟ ଗ୍ରୀଲ୍‌ରେ ତାଲା ପଡିଛି। ଫଳରେ ଗ୍ରାହକମାନେ ଟଙ୍କା ଉଠାଇବାକୁ ଯାଇ ନିରାଶରେ ଫେରୁଛନ୍ତି। ପ୍ରକାଶ ଯେ, ରଣପୁରରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ୨ଟି ଏଟିଏମ୍‌ କାଉଣ୍ଟର କାର୍ଯ୍ୟ କରୁଛି। ଗୋଟିଏ ବ୍ୟାଙ୍କ ଆଗରେ ଥିଲା ବେଳେ ଅନ୍ୟଟି ଦାଣ୍ଡସାହି ମୁଖ୍ୟ ରାସ୍ତାରେ ରହିଛି ା ଏହି ଏଟିଏମ୍‌ କିଛି ମାସ ହେବ ନୂତନ ଭାବେ ହୋଇଥିବା ବେଳେ ଅଧିକାଂଶ ସମୟରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି ା

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ ୩ୟ ଦିନରେ

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ ୩ୟ ଦିନରେ

ରଣପୁର,୨୫ା୫(ସ୍ବ.ପ୍ର.)- ଅଖିଳ ଭାରତୀୟ ଡାକ ସେବକ ସଂଘ ଆହ୍ବାନକ୍ରମେ ନୟାଗଡ ଜିଲା ରଣପୁର ଏନଏସି ଓ ବ୍ଲକ ଅଧୀନରେ ଥିବା ଗୋପାଳପୁର, ଦର୍ପନାରାୟଣପୁର, ଚାନ୍ଦପୁର, ସୁନାଖଳା ସବ୍‌ପୋଷ୍ଟ ଅଫିସରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଚଳାଇଥିବା ଧର୍ମଘଟ ଗୁରୁବାର ୩ୟ ଦିନରେ ପହଞ୍ଚତ୍ଛି। କର୍ମଚାରୀମାନେ ନିଜ ଶାଖା ଡାକଘର ବନ୍ଦ କରି ମୁଖ୍ୟ ଗେଟ୍‌ ଆଗରେ ଗତ ମଙ୍ଗଳବାରଠାରୁ ଧାରଣାରେ ବସିରହିଛନ୍ତି। ସପ୍ତମ ବେତନ କମିଶନକୁ କାର୍ଯ୍ୟକାରୀ କରିବା, ବର୍ଦ୍ଧିତ ଦରମାର ବକେୟା ଟଙ୍କା ଏକକାଳୀନ ପ୍ରଦାନ କରିବା ଆଦି ଦାବି ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଅକ୍ଷୟ କୁମାର ପାତ୍ର, ପ୍ରଶାନ୍ତ ଚନ୍ଦ୍ର ମହାନ୍ତି, ପ୍ରମୋଦ ପ୍ରଧାନ, ପ୍ରଫୁଲ୍ଲ କୁମାର ପାଢୀ, ବାନାମ୍ବର ପ୍ରାଧାନ ପ୍ରମୁଖ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଡାକ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ମଙ୍ଗଳବାରଠାରୁ ଅଞ୍ଚଳରେ ଡାକସେବା ବ୍ୟାହତ ହେଇଛି ା ସାଧାରଣ ଲୋକେ ଜରୁରୀ ପରିସ୍ଥିତିରେ ଡାକସେବାରୁ ବଞ୍ଚତ୍ତ ହେଉଥିବାରୁ ସରକାର ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

ଜବରଦଖଲରେ ପୋଖରୀ ହୁଡ଼ା:୭ଦିନ ଭିତରେ ଉଚ୍ଛେଦ ନ ହେଲେ ରାସ୍ତାରୋକୋ

ଜବରଦଖଲରେ ପୋଖରୀ ହୁଡ଼ା:୭ଦିନ ଭିତରେ ଉଚ୍ଛେଦ ନ ହେଲେ ରାସ୍ତାରୋକୋ

ରଣପୁର,୨୫ା୫ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ୨ନଂ. ୱାର୍ଡ ହାଟସାହିର ସାନଫାସି ପୋଖରୀ ହୁଡାରୁ ଜବରଦଖଲ ଉଚ୍ଛେଦ ନ ହେଲେ ପୁଣି ରାସ୍ତାରୋକୋ ଧମକ ଦେଇଛନ୍ତି ୱାର୍ଡ ବାସିନ୍ଦା। ପ୍ରକାଶ ଯେ, ସମାନ ଦାବି ନେଇ ଗତ ମଙ୍ଗଳବାର ସକାଳ ୧୦ଟାରେ ୱାର୍ଡବାସୀ ରଣପୁର-ନୟାଗଡ-ସୁନାଖଳା ରାସ୍ତା ଅବରୋଧ କରିଥିଲେ। ଖବର ପାଇ ରଣପୁର ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟ ଘଟଣାସ୍ଥଳରେ ପହଞ୍ଚତ୍ ୱାର୍ଡବାସୀଙ୍କ ସହ ଆଲୋଚନା କରି ୭ଦିନ ମଧ୍ୟରେ ଜବରଦଖଲକାରୀଙ୍କୁ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ପୋଖରୀ ହୁଡା ଜବରଦଖଲ କରି ଘର କରିଥିବା ଅଧିକାଂଶ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି ଅତିରିକ୍ତ ତହସିଲଦାର ପ୍ରକାଶ କରିଛନ୍ତି। ଏହି ପରିବାରଗୁଡିକ ନାମରେ ରେକର୍ଡଭୁକ୍ତ ଜମି ଥିବା ବେଳେ ସେମାନେ ନିଜ ଜମିରେ ଘର ନ କରି ପୋଖରୀ ହୁଡାରେ ଚାଳ ଛପର ଘର କରି ପ୍ରାୟ ୨୫ବର୍ଷ ହେବ ରହିଆସୁଛନ୍ତି।

ବୋଲେରୋ ଧକ୍କାରେ ୨ଅଟୋ ଓ ୨ଦୋକାନ କ୍ଷତିଗ୍ରସ୍ତ

ବୋଲଗଡ,୨୫ା୫(ଡି.ଏନ.ଏ.)-ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅନ୍ତର୍ଗତ ବାଙ୍କୋଇ ଦୁର୍ଗାବଜାର ଛକରେ ଗୁରୁବାର ଅପରାହ୍ନ ପ୍ରାୟ ୫ଟାରେ ଏକ ବୋଲେରୋ ଧକ୍କାରେ ୨ଟି ଅଟୋ ଓ ୨ଟି ଦୋକାନ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି । ବୋଲେରୋଟି ଭାରସାମ୍ୟ ହରାଇ ଛକରେ ଅଟକି ରହିଥିବା ୨ଟି ଅଟୋକୁ ଧକ୍କାଦେବା ପରେ ସେଠାରେ ଥିବା ୨ଟି ଦୋକାନ ଘର ସମ୍ମୁଖରେ ବାଜି ଅଟକିଥିଲା । ଫଳରେ ଦୋକାନ ୨ଟିର ସମ୍ମୁଖରେ ଥିବା ଖୁଣ୍ଟି ଭାଙ୍ଗିଯାଇଛି । ସୌଭାଗ୍ୟ ବଶତଃ ଏହି ସମୟରେ ଆଟୋ୨ଟି ରହିଥିବା ବେଳେ ଏଥିରେ କୈାଣସି ଲୋକ ବସି ନଥିଲେ । ସେହିପରି ଉକ୍ତ ଦୋକାନ ୨ଟି ସାମନାରେ ମଧ୍ୟ କୈାଣସି ଲୋକ ନଥିଲେ । ପ୍ରକାଶ ଯେ, ଓଡି ୦୨ ସି ୭୨୫୩ ନଂ ବିଶିଷ୍ଟ ବୋଲେରୋ ରାଜସୁନାଖଳା ଆଡୁ ଆସି ବାଙ୍କୋଇ ଛକ ଠାରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୫ଟାରେ ପହଞ୍ଚତ୍ଥିଲା । ଏହି ସମୟରେ କୈାଣସି କାରଣ ବଶତଃ ବୋଲେରୋଟି ଭାରସାମ୍ୟ ହରାଇ ଛକ ପାଶର୍‌ବରେ ରହିଥିବା ଓଡି ୦୨ ବି ୪୬୩୮ ନମ୍ବର ଏବଂ ଓଆର ୦୨ ବିପି ୮୮୩୯ ନମ୍ବର ବିଶିଷ୍ଟ ୨ଟି ଅଟୋକୁ ଧକ୍କାଦେବା ସହିତ ପରେ ସେଠାରେ ଥିବା ୨ଟି ଦୋକାନ ସମ୍ମୁଖରେ ଯାଇ ଧକ୍କା ହୋଇଥିଲା।

ଆଦିବାସୀ ମହାସଭାର ଖୋର୍ଦ୍ଧା ଜିଲା  ସମ୍ମିଳନୀ

ଆଦିବାସୀ ମହାସଭାର ଖୋର୍ଦ୍ଧା ଜିଲା ସମ୍ମିଳନୀ

ବୋଲଗଡ,୨୫ା୫(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ପିଚୁକୁଳି ସ୍ଥିତ ସିପିଆଇ ଦଳୀୟ କାର୍ଯ୍ୟାଳୟ ଠାରେ ଗୁରୁବାର ସନ୍ଧ୍ୟାରେ ଅଖିଳ ଭାରତ ଆଦିବାସୀ ମହାସଭାର ଖୋର୍ଦ୍ଧା ଜିଲା ୪ର୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆଦିବାସୀ ମହାସଭାର ପ୍ରମୁଖ ଉପଦ୍ଦେଷ୍ଟା ବସନ୍ତ କୁମାର ପାଇକରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀ ପ୍ରାରମ୍ଭରେ ସଂଗଠନର ଦିବଂଗତ ସଦସ୍ୟାସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହିତ ସେମାନଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ହୋଇଥିଲା । କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଆଡଭୋକେଟ ଡଃ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନବିରୋଧୀ ନୀତି ଓ କାର୍ଯ୍ୟ ବିରୋଧରେ ସେ ଉଦ୍‌ବୋଧନ ଦେଇ ତୀବ୍ର ନିନ୍ଦା କରିଥିଲେ ।

ମହିଳାଙ୍କ ଆମତ୍ହତ୍ୟା

ମହିଳାଙ୍କ ଆମତ୍ହତ୍ୟା

ବୋଲଗଡ,୨୫।୫(ଡି.ଏନ.ଏ.)-ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ବାଙ୍କୋଇ ପାଟଣା ସାହିର ଜଣେ ମହିଳା ବିଷଖାଇ ଆମତ୍ହତ୍ୟା କରିଛନ୍ତି । ମୃତକ ହେଲେ ସେହି ଗ୍ରାମର କେଦାର ସାହୁଙ୍କ ପନତ୍ୀ ମଞ୍ଜୁଲତା ସାହୁ(୩୭)। ସୂତ୍ରରୁ ପ୍ରକାଶ ଯେ, ପାରିବାରିକ ମନୋମାଳିନ୍ୟକୁ ନେଇ ମଞ୍ଜୁ ବୁଧବାର ବିଷ ଖାଇଥିଲେ । ପରିବାର ଲୋକେ ତାଙ୍କୁ ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ପରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବୁଧବାର ରାତ୍ରିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମଞ୍ଜୁଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ସଂକ୍ରାନ୍ତରେ ବାଙ୍କୋଇ ଫାଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।