ଉପକୂଳ ଓଡିଶା

ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣକୁ ବିରୋଧ

ବିଞ୍ଝାରପୁର,୨୬ା୫(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବିତନା ପଞ୍ଚାୟତ ବାଲିଚନ୍ଦ୍ରପୁର ଗ୍ରାମରେ ନିର୍ମାଣ ହେଉଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଅଭିଯୋଗ ମୁତାବକ ସ୍ଥାନୀୟ ଅଞ୍ଚଳରେ ଅଙ୍ଗନୱାଡ଼ି କେନ୍ଦ୍ର ନ ଥିବାରୁ ପ୍ରଶାସନ ପକ୍ଷରୁ ବାଲିସାହିରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ସନ୍ଦୀଗ୍ଧ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ

ସନ୍ଦୀଗ୍ଧ ଯୁବକଙ୍କୁ ବାନ୍ଧିଲେ ଗ୍ରାମବାସୀ

ବିଞ୍ଝାରପୁର,୨୬ା୫(ଡି.ଏନ.ଏ)- ବରୀ ବ୍ଲକ ଅନ୍ତର୍ଗତ ରାଇପୁର, ଭଅଁରା, ମହମ୍ମଦଜମାଲପୁର, ଛତିଶ ଦେବିଲ, ବରିଲୋ, ଶାସନ ଅଞ୍ଚଳରେ କିଛିଦିନ ହେବ ୪ରୁ ୫ଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଛନ୍ତି। ଏହି ଯୁବକମାନେ ପାଗଳ ଭାବେ ଅଭିନୟ କରିବା ସହ ନିକଟସ୍ଥ ଶ୍ମସାନରେ ରାତ୍ରୀଯାପନ କରୁଥିବା ଦେଖିବାକୁ ମିଳିଛି ।

ମୃତ ନବଜାତକ ଶିଶୁ ଉଦ୍ଧାର

ମୃତ ନବଜାତକ ଶିଶୁ ଉଦ୍ଧାର

ବିଞ୍ଝାରପୁର,୨୬ା୫(ଡି.ଏନ.ଏ)- ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁନ୍ଦା ଛକରେ ଶନିବାର ସକାଳରେ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଯୌତୁକ ପାଇଁ ହତ୍ୟା ଅଭିଯୋଗକୁ ବିତିଲାଣି ୬ଦିନ, କାର୍ଯ୍ୟାନୁଷ୍ଠାନ ଶୂନ

ଯୌତୁକ ପାଇଁ ହତ୍ୟା ଅଭିଯୋଗକୁ ବିତିଲାଣି ୬ଦିନ, କାର୍ଯ୍ୟାନୁଷ୍ଠାନ ଶୂନ

ବାଲିକୁଦା,୨୬।୫(ସ୍ବ.ପ୍ର.)- ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର ଗ୍ରାମର ଗୋକୁଳାନନ୍ଦ ପରିଡ଼ାଙ୍କ ଝିଅ ମମତାଙ୍କୁ ତାଙ୍କ ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏହାପରେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଗତ ୨୦ ତାରିଖ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ଗୋକୁଳାନନ୍ଦ। ପୋଲିସ ଅଭିଯୋଗ ପାଇଲା ପରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା (୧୫୮/୧୮) ରୁଜୁ କରିଥିଲା। ମାତ୍ର ଅଭିଯୋଗକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପୋଷ୍ଟମର୍ଟମ ଆଳ ଦେଖାଇ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଜଣାପଡ଼ିଛି।

ପାଇପ ବିଛା କାର୍ଯ୍ୟରେ ମନ୍ଥରତାକୁ ନେଇ ଉଦ୍‌ବେଗ: ସମୟ ସୀମା ମଧ୍ୟରେ କାମ ସାରିବାକୁ ତାଗିଦ୍‌

ପାଇପ ବିଛା କାର୍ଯ୍ୟରେ ମନ୍ଥରତାକୁ ନେଇ ଉଦ୍‌ବେଗ: ସମୟ ସୀମା ମଧ୍ୟରେ କାମ ସାରିବାକୁ ତାଗିଦ୍‌

ଯାଜପୁର ଅଫିସ,୨୬।୫- ଯାଜପୁର ଜିଲାର ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା ଯୋଗୁ ପାନୀୟ ଜଳ ସମସ୍ୟା ଉକତ୍ଟ ହୋଇଛି। ବିଶେଷ କରି କଳିଙ୍ଗନଗର ଶିଳ୍ପାୟନ ଯୋଗୁ ଲୋକସଂଖ୍ୟାରେ ଆଶାତୀତ ବୃଦ୍ଧି ପାଉଥିବା ବ୍ୟାସନଗର ସହରବାସୀ ସ୍ବଚ୍ଛ ପାନୀୟ ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି। ବର୍ଷକୁ ବର୍ଷ ଜଳଯୋଗାଣ ପ୍ରକଳ୍ପ ପାଇଁ ଲକ୍ଷ୍ୟଧାର୍ଯ୍ୟ ହେଉଛି। ହେଲେ ତାହା କେବେ ସରୁନାହିଁ। ଏହିକ୍ରମରେ ଷ୍ଟେଟ ପ୍ଲାନ ଅଧୀନରେ ସହରର ଉମାପଦାଠାରୁ ଲକ୍ଷ୍ମୀନଗର ଅଞ୍ଚଳରେ ଫିଡର ଲାଇନ ବିଛାଯିବା ସହିତ ପ୍ରଡକ୍ସନ ୱେଲ ସ୍ଥାପନ ପ୍ରକଳ୍ପ ଗତ ଜାନୁୟାରୀ ୨୦ରୁ ଆରମ୍ଭ ହୋଇଛି। କିନ୍ତୁ ପାଇପ ବିଛା କାର୍ଯ୍ୟର ଅଗ୍ରଗତିରେ ମନ୍ଥରତା ଯୋଗୁ ବିଭାଗୀୟସ୍ତରରେ ଉଦ୍‌ବେଗ ପ୍ରକାଶ ପାଇଛି।

ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକୋ

ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକୋ

ବାଲୁଗାଁ,୨୬।୫(ଡିଏନଏ)- ୫ନଂ ଜାତୀୟ ରାଜପଥର ବାଲୁଗାଁ ଥାନା ଅଧୀନ ସୋଲରୀ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି।

ଅବସରପ୍ରାପ୍ତ ଡିଏଫଓଙ୍କ ସନ୍ଦେହଜନକ ମୃତ୍ୟୁ: ଚିଲିକାରୁ ମୃତଦେହ ଉଦ୍ଧାର

ଅବସରପ୍ରାପ୍ତ ଡିଏଫଓଙ୍କ ସନ୍ଦେହଜନକ ମୃତ୍ୟୁ: ଚିଲିକାରୁ ମୃତଦେହ ଉଦ୍ଧାର

ବାଲୁଗାଁ,୨୬।୫(ଡିଏନଏ)- ବାଲୁଗାଁସ୍ଥିତ ଚିଲିକା କୂଳରୁ ଶନିବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ବ୍ରହ୍ମପୁରସ୍ଥିତ ଗୋଷାଣୀ ନୂଆଗାଁର ବାମାପ୍ରସନ୍ନ ରଥ(୮୦) ବୋଲି ଜଣାପଡ଼ିଛି।

ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷାଙ୍କ ଅଚାନକ ଚଢ଼ାଉ: ମୁଖ୍ୟ ଫାଟକରେ ପକାଇଲେ ତାଲା

ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ ପୌରାଧ୍ୟକ୍ଷାଙ୍କ ଅଚାନକ ଚଢ଼ାଉ: ମୁଖ୍ୟ ଫାଟକରେ ପକାଇଲେ ତାଲା

ଯାଜପୁର ରୋଡ,୨୬।୫(ନି.ପ୍ର.)- ଯାଜପୁରରୋଡ ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ ଶନିବାର ଅଚାନକ ଚଢ଼ାଉ କରିଥିଲେ ପୌରାଧ୍ୟକ୍ଷା। ଗ୍ରୀଷ୍ମ ପ୍ରବାହ ଯୋଗୁ ସରକାରୀ ଘୋଷଣାନାମା ଅନୁଯାୟୀ ସାରା ରାଜ୍ୟରେ ସକାଳୁଆ ଅଫିସ ଚାଲୁଛି। ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟ ମଧ୍ୟ ସକାଳୁ ଖୋଲା ଯାଉଥିଲେ ହେଁ କାର୍ଯ୍ୟରତ ଅଧିକାରୀମାନେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଳୟକୁ ଆସୁ ନ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଫଳରେ ଶନିବାର ସକାଳୁ ପୌରାଧ୍ୟକ୍ଷା ସବିତା ରାଉତ ଅଚାନକ ପୌର କାର୍ଯ୍ୟାଳୟ ଉପରେ ଚଢାଉ କରିବା ସହିତ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।

ଜମିବାଡ଼ି ବିବାଦରୁ ଘରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଗିରଫ

ଜମିବାଡ଼ି ବିବାଦରୁ ଘରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଗିରଫ

ମାର୍ଶାଘାଇ,୨୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଘରେ ନିଆଁ ଲଗାଇବା ଘଟଣାରେ ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀଙ୍କୁ ଶନିବାର ମାର୍ଶାଘାଇ ପୋଲିସ ଗିରଫ କରିଛି। ସେମାନେ ହେଲେ ବଳରାମ ରାଉତ ଓ ତାଙ୍କ ସ୍ତ୍ରୀ ଜୟଶ୍ରୀ।

୫ମ ଦିନରେ ଡାକ ସେବକଙ୍କ ଧର୍ମଘଟ

୫ମ ଦିନରେ ଡାକ ସେବକଙ୍କ ଧର୍ମଘଟ

ରାଜନଗର,୨୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୧୫ଟି ଶାଖା ଡାକଘରର ଡାକ ସେବକମାନେ ଅନିର୍ଦ୍ଦିଷ୍ଟ ଧର୍ମଘଟ ଚାଲୁ ରଖିଛନ୍ତି। ଶନିବାର ଏହି ଧର୍ମଘଟ ୫ମ ଦିନରେ ପହଞ୍ଚିଛି। ରାଜନଗର ଉପଡାକଘର ସମ୍ମୁଖରେ ୨୫ ଜଣ ଡାକସେବକ ଧର୍ମଘଟରେ ସାମିଲ ହୋଇଛନ୍ତି।

ଛତିଆ ଛଟିଘର ନିକଟରେ ଦୁର୍ଘଟଣା, ଜଣେ ଗୁରୁତର

ଛତିଆ ଛଟିଘର ନିକଟରେ ଦୁର୍ଘଟଣା, ଜଣେ ଗୁରୁତର

ଯାଜପୁର ଅଫିସ/ଛତିଆ,୨୬।୫: କଟକ-ଚଣ୍ଡିଖୋଲ ୧୬ ନଂ ଜାତୀୟ ରାଜପଥର ଛତିଆ ଛଟିଘର ନିକଟରେ ଶନିବାର ପୂର୍ବାହ୍ନ ୯ଟାରେ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଚୌଦ୍ୱାର ଅଞ୍ଚଳର ବାବାଜୀ ମହାନ୍ତି(୪୦)।

ରାଧାକାନ୍ତ ମଠରେ ପୁରୁଷୋତ୍ତମ ଏକାଦଶୀ

ରାଧାକାନ୍ତ ମଠରେ ପୁରୁଷୋତ୍ତମ ଏକାଦଶୀ

ଓଡ଼ଗାଁ, ୨୫ା୫(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରାଧାକାନ୍ତଙ୍କ ମଠ ଓ ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଶ୍ରୀପୁରୁଷୋତ୍ତମ ଏକାଦଶୀ ବିଧି ବିଧାନ ସହିତ ପାଳନ କରାଯାଇଛି । ଯେଉଁ ବର୍ଷ ଯୋଡା ମାସ ପଡିଥାଏ ସେହି ମାସକୁ ପୁରୁଷୋତ୍ତମ ମାସ କୁହାଯାଏ ।

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଓଡଗାଁ,୨୫।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ବ୍ଲକ ଗୌଡପୁଟ ପଞ୍ଚାୟତ ଅନ୍ତର୍ଗତ ଗୋଠବଣ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ମିଶ୍ରଙ୍କ ବାଡିରେ ବୁଧବାର ରାତିରେ ୨୪ଗୋଟି ଦୁଲ୍ଲଭ ବ୍ରହ୍ମକମଳ ଫୁଲ ଫୁଟିଥିବାବେଳେ ଗୁରୁବାର ରାତିରେ ୧୧ଟି ଫୁଟିଥିଲା। ଉଦୟନାଥ ବୁଧବାର ରାତିରେ ସ୍ବତନ୍ତ୍ର ଗାଡିରେ ୨୪ଗୋଟି ଫୁଲ ପୁରୀ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଲାଗି କରିଥିଲେ।

କଳିଙ୍ଗ ନଗର ବିକାଶ ପାଇଁ ଆଲୋଚନା

ଯାଜପୁର ରୋଡ,୨୫।୫(ନି.ପ୍ର.)-କଳିଙ୍ଗ ନଗର ବିକାଶ ପାଇଁ ଯାଜପୁରରୋଡ ସ୍ଥିତ ଫେରୋକ୍ରମ ଅତିଥି ଶାଳାରେ ଆଲୋଚନା କରାଯାଇଥିଲା। ଏଥିରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ, ଅତିରିକ୍ତ ଜିଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଆଲୋଚନା କରିଥିଲେ।

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶ,୨୫।୫(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ୮୦/୧୮ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ମିହିର କୁମାର ସିଂହ(୨୮)ଙ୍କୁ ଗିରଫ କରାଯାଇଛି।

ବ୍ଲକସ୍ତରୀୟ ମୋ ସ୍କୁଲ କାର୍ଯ୍ୟକ୍ରମ

ବ୍ଲକସ୍ତରୀୟ ମୋ ସ୍କୁଲ କାର୍ଯ୍ୟକ୍ରମ

ନୟାଗଡ ଅଫିସ,୨୫।୫-ନୟାଗଡ ବ୍ଲକ ସମ୍ମିଳନୀ କକ୍ଷରେ ମୋ ସ୍କୁଲ ଯୋଜନାର ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ବିଡିଓ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକ ଶିକ୍ଷାଅଧିକାରୀ ଦାମୋଦର ଖିଲାର ଯୋଗଦେଇ ମୋ ସ୍କୁଲ ଯୋଜନାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ପାରାଦୀପ,୨୫ା୨(ସ୍ବ.ପ୍ର.): ଗତ ୧୬ ତାରିଖର ଝାରସୁଗୁଡ଼ା ଶୁଖାସୋଢ଼ା ଏବଂ ବରଗଡ଼ର ଚିଖିଲିରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଶୁକ୍ରବାର ପାରାଦୀପ ସମୁଦ୍ର ବେଳାଭୂମିରେ ଉଦ୍‌ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି କେନ୍ଦ୍ରର ଭାଜପା ସରକାର ଏବଂ ଓଡ଼ିଶାର ଭାଜପା ନେତାଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀର ଜଳପ୍ରବାହକୁ ଅବ୍ୟାହତ ରଖିବାକୁ ହେଲେ ଏହାର ସୁରକ୍ଷା ଅନିବାର୍ଯ୍ୟ। ଏହା ରାଜନୈତିକ ଅଭିସନ୍ଧି ନୁହେଁ।

ଆତ୍ମହତ୍ୟା ଉଦ୍ୟମ କରିଥିବା ଫେଲ୍‌ ଛାତ୍ରୀଙ୍କ ମୃତ୍ୟୁ

ଆତ୍ମହତ୍ୟା ଉଦ୍ୟମ କରିଥିବା ଫେଲ୍‌ ଛାତ୍ରୀଙ୍କ ମୃତ୍ୟୁ

ମାର୍ଶାଘାଇ,୨୫ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଗ୍ରାମର ଭ୍ରମର ନାୟକଙ୍କ କନ୍ୟା ଶୁଭ୍ରତା ନାୟକ(୧୭) ମାର୍ଶାଘାଇ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଚଳିତବର୍ଷ ଯୁକ୍ତ ୨ ପରୀକ୍ଷାରେ ଫେଲ୍‌ ହେବାରୁ ଗତ ୧୯ ତାରିଖରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଗୋଷ୍ଠି ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ପ୍ରଶିକ୍ଷଣ ଶିବିର

ଗୋଷ୍ଠି ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ପ୍ରଶିକ୍ଷଣ ଶିବିର

ରାଜନଗର,୨୫ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଜଳ ଓ ପରିମଳ ମିଶନ ପକ୍ଷରୁୁ ୫ ଦିନିଆ ଗୋଷ୍ଠି ପରିଚାଳିତ ସମ୍ପୂର୍ଣ୍ଣ ପରିମଳ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି।

ଆଳିର ୪ ବେଆଇନ କରତକଳ ଉପରେ ଚଢ଼ାଉ

ଆଳିର ୪ ବେଆଇନ କରତକଳ ଉପରେ ଚଢ଼ାଉ

ଆଳି,୨୫ା୨(ଡି.ଏନ୍‌.ଏ.): ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ୪ କରତକଳ ଉପରେ ଶୁକ୍ରବାର ଭୋର ୫ଟାରେ ରାଜନଗର ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୪ଟିର ଯନ୍ତ୍ରାଶ ଓ କାଠଗୁଡିକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି।

ବ୍ରାହ୍ମଣୀ ନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ବ୍ରାହ୍ମଣୀ ନଦୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଯାଜପୁର ଅଫିସ, ୨୫।୫: ଯାଜପୁର ଜିଲା ଜେନାପୁର ଥାନା ଅର୍ନ୍ତଗତ ବ୍ରାହ୍ମଣୀ ନଦୀର ରେଲୱେ ବ୍ରିଜ ନିକଟରୁ ଶୁକ୍ରବାର ସକାଳେ ଏକ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ନଟିଲୋ ଗ୍ରାମର ୧୭ ବର୍ଷର ଛାତ୍ର ବବ୍‌ଲୁ ସାହୁ। ଗୁରୁବାର ପୁର୍ବାହ୍ନରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବବଲୁ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।

କୁସୁମୀ ନଦୀ ଶାଖା ଆମ୍ବନାଳର ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର

କୁସୁମୀ ନଦୀ ଶାଖା ଆମ୍ବନାଳର ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର

ଖଣ୍ଡପଡା,୨୫ା୫(ସ୍ବ.ପ୍ର.)-ଖଣ୍ଡପଡା ସହରାଞ୍ଚଳ ନିକଟରେ ପ୍ରବାହିତ କୁସୁମୀ ନଦୀର ଶାଖା ଆମ୍ବନାଳର ପୁନଃରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଗୁରୁବାର ଅପରାହ୍ନରେ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଦ୍ୱାରା ଏହି କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଖଣ୍ଡପଡା ବ୍ଲକ ରାଣୀଛେଲି ପଞ୍ଚାୟତର କଳପଙ୍ଗୀ ଗ୍ରାମଠାରେ ଆୟୋଜିତ ଉତ୍ସବରେ ଖୋର୍ଦ୍ଧା ଡ୍ରେନେଜ୍‌ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ସୌରଭ ସାହୁ ଓ ସହକାରୀ ଯନ୍ତ୍ରୀ ଦେବେନ୍ଦ୍ର ନାରାୟଣ ଷଡଙ୍ଗୀ ଯୋଗଦେଇଥିଲେ। ଆସନ୍ତା ୬ମାସ ମଧ୍ୟରେ ଆମ୍ବନାଳର ପୁନରୁଦ୍ଧାର ସହ ନାଳର ଉଭୟ ପାର୍ଶ୍ୱରେ ପଥର ପ୍ୟାକିଂ କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ନିର୍ବାହୀଯନ୍ତ୍ରୀ ସୂଚନା ଦେଇଛନ୍ତି। ରାଣୀଛେଲି ପଞ୍ଚାୟତ ବିଜେଡି ସଭାପତି ଦାମୋଦର ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କଣ୍ଟିଲୋ ରାମଲୀଳା: ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କଲେ ରାମଚନ୍ଦ୍ର

କଣ୍ଟିଲୋ ରାମଲୀଳା: ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କଲେ ରାମଚନ୍ଦ୍ର

ଖଣ୍ଡପଡା,୨୫ା୫(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ମାଧବଚୌଧୁରୀପାଟଣା ଉନ୍ନୟନ ପରିଷଦ ପକ୍ଷରୁ ପୁରାଣ କଥାବସ୍ତୁକୁ ନେଇ ବୁଧବାର ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସମିତି ଦ୍ୱାରା ପରିବେଷିତ ରାମଲୀଳାରେ ‘ଶିବଧନୁ ଭଗ୍ନ ଓ ସୀତା ବିବାହ’ ପ୍ରସଙ୍ଗ ମଞ୍ଚସ୍ଥ ହୋଇଥିଲା। ଜନକଙ୍କ କନ୍ୟା ଜାନକୀଙ୍କ ସ୍ବୟମ୍ବର ଆୟୋଜନ ହୋଇଥାଏ ା ଯିଏ ଶିବଧନୁ ଭାଙ୍ଗିବ ସୀତା ତାଙ୍କ ଗଳାରେ ବରଣମାଳା ଦେବେ ା ଲଙ୍କା ନରେଶ ରାବଣ ମଧ୍ୟ ଏହି ସ୍ବୟମ୍ବର ସଭାକୁ ଆସିଥିଲେ। ନିଜକୁ ପ୍ରବଳ ପ୍ରତାପୀ ବୋଲି କହୁଥିବା ରାବଣ ଶିବଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିବେ ବୋଲି ନିଶ୍ଚିତ ଥିଲେ। ହେଲେ ଶିବ ଭଗବାନ ତାଙ୍କ ଗର୍ବ ରଖିଲେ ନାହିଁ ା ଶିବଧନୁ ଭାଙ୍ଗିବା ଦୂରେ ଥାଉ ଉଠାଇ ବି ପାରିଲେ ନାହିଁ ା ଏଥିରେ ଲଜ୍ୟା ଓ ଅପମାନ ଅନୁଭବ କରି ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଅନ୍ୟ କେହି କାଳେ ଶିବ ଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିବେ ତେଣୁ ରାବଣ ରାହୁଙ୍କୁ ଧନୁ ଉପରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ ା ଯାହା ଫଳରେ ଉପସ୍ଥିତ ଜଣେ ବି କେହି ରାଜା ଧନୁକୁ ଉଠାଇ ନ ପାରି ଫେରିଯାଇଥିଲେ ା ତ୍ରିକାଳଦର୍ଶୀ ଋଶି ବିଶ୍ୱାମିତ୍ର ଏସବୁ ଜାଣିଥାନ୍ତି ା ସମସ୍ତ ରାଜା ସେଠାରୁ ପ୍ରତ୍ତ୍ୟାବର୍ତ୍ତନ କରୁଥିବା ବେଳେ ଧନୁ ଉପରେ ବସିଥିବା ରାହୁ ସମସ୍ତେ ତ ଚାଲିଗଲେଣି ମୁଁ ଆଉ କାହିଁକି ବସି ରହିବି ଭାବି ଉଠି ଚାଲିଗଲେ ା ଏହି ସମୟରେ ବିଶ୍ୱାମିତ୍ର ଶିବଧନୁ ଉଠାଇବା ପାଇଁ ରାମଚନ୍ଦ୍ରଙ୍କୁ ନିର୍ଦ୍ଦେଶ ଦିଅନ୍ତେ ରାମଚନ୍ଦ୍ର ଗୁରୁଙ୍କ ନିର୍ଦ୍ଦେଶ ମାନି ଶିବଧନୁ ଉଠାଇ ଧନୁଭଗ୍ନ କରି ସୀତାଙ୍କୁ ବିବାହ କରିଥିଲେ ା ଏହି ଦୃଶ୍ୟକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଶିଶୁ କଳାକାର ଯଥାକ୍ରମେ ବିଶ୍ୱନାଥ, ଗୁଡୁ ଓ ରତିକାନ୍ତଙ୍କ ଅଭିନୟ ବେଶ୍‌ ହୃଦୟସ୍ପର୍ଶୀ ହୋଇପାରିଥିଲା ା

ଖଣ୍ଡପଡା ସବ୍‌ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା:ଜେଲ ସମ୍ମୁଖରେ ଚାପା ଉତ୍ତେଜନା

ଖଣ୍ଡପଡା,୨୫ା୫(ସ୍ବ.ପ୍ର.)-ଖଣ୍ଡପଡା ସବ୍‌ଜେଲରେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଥିବା ଖଣ୍ଡପଡା ସହର ୮ନଂ. ୱାର୍ଡ ଧୋବାସାହିର ବସନ୍ତ କୁମାର ସେଠୀ(୩୬) ଗୁରୁବାର ଅପରାହ୍ନ ୩.୩୦ ମିନିଟ ସମୟରେ ଜେଲ ପରିସରରେ ଆତ୍ମହତ୍ୟା କରିଛନ୍ତି। ବେକରେ ଗାମୁଛା ଲଗାଇ ଜେଲ ପରିସରରେ ଥିବା ଏକ ଚମ୍ପାଗଛରେ ସେ ଆତ୍ମହତ୍ୟା କରିଥିବା ସବ୍‌ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଖବରପାଇ ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି। ସବ୍‌ଜେଲ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି ସତ୍ତ୍ୱେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସବ୍‌ଜେଲ ନିକଟକୁ ଶହ ଶହ ଜନସାଧାରଣଙ୍କ ସୁଅ ଛୁଟିଥିଲା। ଘଟଣାକୁ କେନ୍ଦ୍ରକରି ଜେଲ୍‌ ବାହାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସବ୍‌ଜେଲ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ମୁତାବକ ୨୦୧୮ ଫେବୃୟାରୀ ୧୧ ତାରିଖ ସନ୍ଧ୍ୟା ୭ଟା ସମୟରେ ବିଚାରାଧୀନ କଏଦୀ ବସନ୍ତ ଅଧିକ ଯୌତୁକ ଦାବିରେ ପତ୍ନୀ ପିଙ୍କି ସେଠୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ନେଇ ଖଣ୍ଡପଡା ଥାନାରେ ପିଙ୍କିଙ୍କ ମାଆ ବାସନ୍ତୀ ସେଠୀ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରି ବସନ୍ତ ଓ ତାଙ୍କ ବାପା ବିଶ୍ୱନାଥ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ବାପପୁଅଙ୍କୁ ଖଣ୍ଡପଡା ସବ୍‌ଜେଲକୁ ପଠାଇ ଦିଆଯାଇଥିଲା। ଉଭୟେ ଜେଲ୍‌ରେ କଏଦୀ ଭାବେ ୩ ମାସ ଧରି ରହିଆସୁଥିଲେ। ଗୁରୁବାର ସକାଳ ଓ ମଧ୍ୟାହ୍ନରେ ବସନ୍ତ ଠିକ୍‌ ଭାବେ ଖାଇପିଇ ବିଶ୍ରାମ ନେଇଥିବା ବେଳେ ଅପରାହ୍ନରେ ଏଭଳି ଅଘଟଣ ଘଟିଥିବା ଖଣ୍ଡପଡା ସବ୍‌ଜେଲ ଭାରପ୍ରାପ୍ତ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ସବ୍‌ଜେଲ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି।