ଉପକୂଳ ଓଡିଶା

ଦାମଙ୍କ କଟାକ୍ଷର ଉତ୍ତର ଦେଲେ ବିଷ୍ଣୁ : କହିଲେ ମାନସିକ ବିକାରଗ୍ରସ୍ତ ହୋଇଗଲେଣି ଦାମ

ଜଗତ୍‌ସିଂହପୁର ଅଫିସ,୨୮ା୫: ବିଜେଡି ପକ୍ଷରୁ ଦୀର୍ଘ ୧୦ଦିନ ଧରି ଚାଲିଥିବା ମହାନଦୀ ସୁରକ୍ଷା ଅଭିଯାନ ଗତ ୨୫ ତାରିଖରେ ଜଗତ୍‌ସିଂହପୁର ଜିଲାର ପାରାଦୀପଠାରେ ଉଦ୍‌ଯାପିତ ହୋଇଥିଲା। ଏଥିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଦଳର ବହୁ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। କିନ୍ତୁ ଜଗତ୍‌ସିଂହପୁର ଜିଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସଙ୍କ ସମେତ ଅନ୍ୟ କେତେଜଣ ନେତା ଅନୁପସ୍ଥିତ ଥିଲେ। ଯେହେତୁ ଏହି ସମାବେଶ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ନିର୍ବାଚନମଣ୍ଡଳିରେ ହେଉଥିଲା ଓ ଦାମ ଏହାର ନେତୃତ୍ୱ ନେଇଥିଲେ ସେଥିପାଇଁ ବିଷ୍ଣୁ ଉକ୍ତ ଉତ୍ସବରେ ଯୋଗଦେଲେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ଦାମ ମଧ୍ୟ ବିଷ୍ଣୁଙ୍କ ସମେତ ଅନ୍ୟମାନଙ୍କୁ କଟାକ୍ଷ କରିଥିଲେ। ବିଷ୍ଣୁଙ୍କୁ ସମାଲୋଚନା କରି ସେ କହିଥିଲେ ଯେ ‘ବିଷ୍ଣୁ କିଏ ମୁଁ ଜାଣିନି’। ଦାମଙ୍କ ଏହି କଟାକ୍ଷ ଓ ମହାନଦୀ ସୁରକ୍ଷା ଅଭିଯାନ ଉଦ୍‌ଯାପନ ଉତ୍ସବରେ ଯୋଗ ନ ଦେବା ସମ୍ପର୍କରେ ରବିବାର ବିଷ୍ଣୁ ମୁହଁ ଖୋଲିଛନ୍ତି। ସ୍ଥାନୀୟ ସର୍କିଟ ହାଉସ ପରିସରରେ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଦାମ ଓ ମୁଁ ଅନେକ ସମୟରେ ଏକାଠି ବସିଛୁ। ସେ ମୋତେ ଜାଣି ନ ଥିବା କହିବା ହାସ୍ୟସ୍ପଦ। ୧୯୯୩ ମସିହା ଜିଲା ଉତ୍ସବରେ ଦାମ ଅତିଥି ଥିଲେ। ସେତେବେଳେ ସେ ମନ୍ତ୍ରୀ ଥିଲେ।

କଂକ୍ରିଟ୍‌ ରାସ୍ତାରୁ ବଞ୍ଚିତ ତେଲିଆ ଗ୍ରାମ

କୋରେଇ,୨୮ା୫(ସ୍ବ.ପ୍ର):ସ୍ବାଧୀନତାର ଦୀର୍ଘବର୍ଷ ପରେ ବି କୋରେଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ତେଲିଆ ଗ୍ରାମରେ କଂକ୍ରିଟ ରାସ୍ତାଟିଏ ନିର୍ମାଣ ହୋଇପାରିନାହଁି। ଏ ବିଷୟରେ ଗ୍ରାମବାସୀ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନକୁ ଭେଟି ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏଯାବତ୍‌ ରାସ୍ତା ନିର୍ମାଣ ହୋଇନାହଁି। ଶୁକ୍ରବାର ପୁନଶ୍ଚ ଗ୍ରାମର ଯୁବକ ଯାଜପୁର ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଗ୍ରାମ ୧୬ନଂ ଜାତୀୟ ରାଜପଥଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ବୃହତ୍‌ ଓ କ୍ଷୁଦ୍ର ବସ୍ତିକୁ ରାସ୍ତା ସଂଯୋଗ କରାଯାଉଛି। ହେଲେ ୬୦୦ରୁ ଊର୍ଦ୍ଧ୍ୱ ଜନବସତି ବିଶିଷ୍ଟ ତେଲିଆ ଗ୍ରାମ ଏଥିରୁ ବଞ୍ଚିତ। ଫଳସ୍ବରୂପ ଅସରାଏ ବର୍ଷା ହେଲେ ପିଲାମାନେ ବିଦ୍ୟାଳୟକୁ ଯାଇପାରୁନାହାନ୍ତି।

ଭେଣ୍ଡିଂ ଜୋନ୍‌ ପ୍ରତିଷ୍ଠା ନେଇ ପ୍ରସ୍ତାବ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର, ୨୮ା୫(ଡି.ଏନ.ଏ)/(ସ୍ବ.ପ୍ର.):ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର ଏକ ପ୍ରମୁଖ ବ୍ୟବସାୟ ସ୍ଥଳ। ଜଳସମ୍ପଦ ବିଭାଗର ଜଗତପୁର-ପଟ୍ଟାମୁଣ୍ଡାଇ କେନାଲ ପାର୍ଶ୍ୱରେ ଶହଶହ ବ୍ୟବସାୟୀ ବ୍ୟବସାୟ କରିଆସୁଥିଲେ। ହେଲେ ୨୦୧୬ରେ କେନାଲ ପୁନରୁଦ୍ଧାର ପାଇଁ ଉକ୍ତ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା। ବ୍ୟବସାୟୀଙ୍କୁ ଉଚ୍ଛେଦ ପରେ ସେଠାରେ ପ୍ରଶସ୍ତ ଜମି ରହିଛି। ଜଳସମ୍ପଦ ବିଭାଗର ଏହି ବଳକା ସ୍ଥାନ ରାଜସ୍ବ ବିଭାଗକୁ ହସ୍ତାନ୍ତର କରାଯାଇ ସେଠାରେ ଭେଣ୍ଡିଂ ଜୋନ୍‌ ପ୍ରତିଷ୍ଠା କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଜଳ ସମ୍ପଦ ବିଭାଗ ଓ ରାଜସ୍ବ ବିଭାଗ ଶୁକ୍ରବାର ମିଳିତଭାବେ ଜମି ମାପଚୁପ କରିଛନ୍ତି। ପ୍ରକାଶ ଯେ, ଜଗତପୁର -ପଟ୍ଟାମୁଣ୍ଡାଇ କେନାଲ ବାଲିଚନ୍ଦ୍ରପୁର ଦେଇ ଯାଇଛି।

ଖୋଲିଲାନି ମଣ୍ଡି, ଧାନର ଅଭାବୀ ବିକ୍ରି

ଦଶରଥପୁର,୨୮।୫(ଡିଏନ୍‌ଏ):ଖରିଫ ଚାଷରେ ଆଶାନୁରୂପକ ସଫଳତା ପାଇପାରି ନ ଥିବା ଚାଷୀ ଖରାଦିନିଆ ରବି ଚାଷ କରି ସଫଳତା ପାଇବେ ବୋଲି ଆଶା ବାନ୍ଧି ବସିଥିଲେ। ମାତ୍ର ଚାଷୀଙ୍କର ଏହି ଆଶା ମଧ୍ୟ ସମ୍ପୂର୍ଣ୍ଣ ଧୂଳିସାତ ହୋଇଛି ବୋଲି ଦଶରଥପୁର ବ୍ଲକ ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି। ସୂଚନା ଯେ, ଏହି ବ୍ଲକର ବାଉତରା ଭେଡ଼ା ଏବଂ ଜାଡୁଆ ଭେଡ଼ାରେ ଅନ୍ୟୁନ ୧୩ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଶହଶହ ଚାଷୀ ଡାଳୁଅ ଧାନ ଚାଷ କରିଥିଲେ। ତେବେ ଏହି ଚାଷ ଅମଳ ହେବାକୁ ମାତ୍ର କେଇଟା ଦିନ ବାକି ଥିବାବେଳେ ଅଦିନିଆ ବର୍ଷା ସାଙ୍ଗକୁ ପବନ ହୋଇଥିଲା। ଦୁଇ ଭେଡାରେ ଅଧିକାଂଶ ଚାଷୀ ଧାନ କାଟି ବିଲରେ ପକାଇଥିବା ବେଳେ ବର୍ଷା ପାଣିରେ କଟାଯାଇଥିବା ଧାନଗଛ ବୁଡ଼ି ରହିବାରୁ ଏକର ଏକର ଧାନ ଜମିରେ ପଡିଥିବା ଧାନ ଗଜା ହୋଇ ଯାଇଥିଲା।

ବ୍ରାହ୍ମଣୀ ଉପରେ ବଢୁଛି କର୍ପୋରେଟ କର୍ତ୍ତୃତ୍ୱ

ବ୍ରାହ୍ମଣୀ ଉପରେ ବଢୁଛି କର୍ପୋରେଟ କର୍ତ୍ତୃତ୍ୱ

ଯାଜପୁର ଅଫିସ,୨୮।୫:ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଖରସ୍ରୋତା ଉପରେ କର୍ପୋରେଟର କର୍ତ୍ତୃତ୍ୱ ଓ ବୋଝ ବଢିବାରେ ଲାଗିଛି। ଫଳରେ ଏହି ନଦୀଜଳ ଦୂଷିତ ହେବା ସହ ଜଳସ୍ରୋତ ବହୁଳମାତ୍ରାରେ ହ୍ରାସ ପାଉଛି। କଳିଙ୍ଗନଗରର ୧୦ରୁ ଊର୍ଦ୍ଧ୍ୱ ଶିଳ୍ପ କମ୍ପାନୀ ବ୍ରାହ୍ମଣୀ ନଦୀଜଳ ଉପରେ ନିର୍ଭର କରୁଛନ୍ତି। ଏହାସହ ସୁନ୍ଦରଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲାର ଅନେକ ଶିଳ୍ପ ବ୍ରାହ୍ମଣୀ ନଦୀ ଶୋଷିବାରେ ଲାଗିଛନ୍ତି। କେବଳ କଳିଙ୍ଗନଗରରେ ଦୈନିକ ୨୦୦ରୁ ଊର୍ଦ୍ଧ୍ୱ କ୍ୟୁସେକ ପାଣି ଶିଳ୍ପ କମ୍ପାନୀଗୁଡ଼ିକ ବ୍ୟବହାର କରୁଛନ୍ତି। ମହାନଦୀ ସୁରକ୍ଷା ପାଇଁ ଜିଲାରେ ଶାସକ ଦଳ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଜାଗରଣ ଓ ସମାବେଶ ଦେଖିବାକୁ ମିଳିଛି। କିନ୍ତୁ ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀକୁ ବଞ୍ଚାଇବାକୁ କେହି ବି ଉଦ୍ୟମ କରୁନାହାନ୍ତି । ୧୯୫୬ ମସିହାରୁ ଖରସ୍ରୋତାକୁ ଚିରସ୍ରୋତାରେ ପରିଣତ କରିବା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏବେ ସେହି ଆନ୍ଦୋଳନରେ ଶିଥିଳ ପଡ଼ି ଯାଇଥିବାରୁ ବ୍ରାହ୍ମଣୀ ଓ ଖରସ୍ରୋତା ଉପରେ ମନମାନି ଅଣାୟତ୍ତ ହେବାରେ ଲାଗିଛି।

ଦଲାଲଙ୍କ କବ୍‌ଜାରେ ପରିବହନ କାର୍ଯ୍ୟାଳୟ

ଚଣ୍ଡିଖୋଲ,୨୮ା୫(ଡି.ଏନ.ଏ):ଚଣ୍ଡିଖୋଲସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିନକୁ ଦିନ ଦଲାଲଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଜନତା ଖରାରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେଉଥିଲେ ମଧ୍ୟ କାର୍ଯ୍ୟ ହୋଇପାରୁନାହଁି। କିନ୍ତୁ ଦଲାଲଙ୍କ ମାଧ୍ୟମରେ ଆସୁଥିବା ଲୋକଙ୍କୁ ଧାଡ଼ି ବାନ୍ଧିବାକୁ ପଡ଼ୁନାହଁି। ତେବେ ଆଞ୍ଚଳିକ ପରିବହନ ଅଧିକାରୀ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୨ ବର୍ଷ ତଳେ ନକଲି ରେଜିଷ୍ଟ୍ରେଶନ୍‌ ନେଇ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲା। ପାରାଦୀପସ୍ଥିତ ଆଇଓସିଏଲ ତୈଳ କମ୍ପାନୀକୁ ତୈଳ ପରିବହନ ନିମନ୍ତେ ନକଲି ରେଜିଷ୍ଟ୍ରେସନ କରି ଗାଡ଼ି ଚଳାଚଳ କରୁଥିଲା।

 ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ନୟାଗଡ ଅଫିସ,୨୭।୫- ବିହାରରୁ ଆସିଥିବା କିଛି ଯୁବକ ରାଜ୍ୟରେ ପିଲାଚୋରି କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଛି। ଏହି ଗୁଜବକୁ ଭିତ୍ତିକରି ପିଲାଚୋରି ସନ୍ଦେହରେ ନୟାଗଡ ଜିଲାର ୨ଟି ସ୍ଥାନରେ ୨ ଜଣ ଯୁବକଙ୍କୁ ରବିବାର ସ୍ଥାନୀୟ ଲୋକେ ମାଡ ମାରିଛନ୍ତି।

ବିଜେଡିରୁ ସମୂହ ଇସ୍ତଫା ଦେବାକୁ ବ୍ଲକ ବିଜେଡି କର୍ମୀଙ୍କ ଚେତାବନୀ

ପଟ୍ଟାମୁଣ୍ଡାଇ,୨୭।୫(ଡି.ଏନ୍‌.ଏ.)-କେନ୍ଦ୍ର୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି କର୍ମୀ ରବିବାର ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି। ପଟ୍ଟାମୁଣ୍ଡାଇକୁ ରାଜସ୍ବ ସବ୍‌ଡିଭିଜନ ଘୋଷଣା କରା ନଗଲେ ବ୍ଳକର ସମସ୍ତ ବିଜେଡି କର୍ମୀ ସମୂହ ଇସ୍ତଫା ଦେବେ ବୋଲି ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।

୧୨୫ ଛାତ୍ରୀଛାତ୍ରଙ୍କୁ ମେଧାବୃତ୍ତି

ଭୁବନେଶ୍ୱର, ୨୭।୫ (ବ୍ୟୁରୋ)- ୧୨୫ ଛାତ୍ରୀଛାତ୍ରଙ୍କୁ ବୃତ୍ତିଗତ ଓ ବୈଷୟିକ ମେଧାବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି।

ଚାକିରି ଦେବା ଆଳରେ ଠକେଇ: ୫ କୋର୍ଟ ଚାଲାଣ ରସୁଲପୁର,

ଚାକିରି ଦେବା ଆଳରେ ଠକେଇ: ୫ କୋର୍ଟ ଚାଲାଣ ରସୁଲପୁର,

ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ଏକ ଲଜ୍‌ରୁ ସ୍ଥାନୀୟ ପୋଲିସ ଏକ ଠକଦଳର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ୫୦ରୁ ଊର୍ଦ୍ଧ୍ୱ ବେକାରୀ ଯୁବତୀଯୁବକଙ୍କୁ ଷ୍ଟେଟ୍‌ ବ୍ୟାଙ୍କରେ ଡାଟା ଏଣ୍ଟ୍ରି ଚାକିରି କରାଇ ଦେବାକୁ କହି ଟଙ୍କା ଲୁଟୁ ଥିବା ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ପୋଲିସ ଚଢ଼ାଉ ସମୟରେ ଗିରଫ ଅଭିଯୁକ୍ତମାନେ ବ୍ୟାଙ୍କର କୌଣସି କର୍ମକତ୍ତା ନୁହଁନ୍ତି ବୋଲି ଜଣାପଡ଼ିଥିଲା।

ଗୃହ ନିର୍ମାଣ ନ ସରୁଣୁ ବିମ୍‌ରେ ଫାଟ

ଯାଜପୁର ରୋଡ/ରଗଡି,୨୭ା୫ (ନି.ପ୍ର/ଡି.ଏନ.ଏ)କୋରେଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତରେ ସପ୍ତରତ୍ନ ସଂସ୍କୃତ ମହାବିଦ୍ୟାଳୟର ନୂତନ ଗୃହ ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। କୋଠା ନିର୍ମାଣ ଶେଷ ନ ହେଉଣୁ ବିମ୍‌ ଫାଟି ସେଠାରେ କଣା ହୋଇଯାଇଛି।

ପୋତି ହୋଇଯାଉଛି ୬୦ରୁ ଊର୍ଦ୍ଧ୍ୱ ନାଳ, ପୁନରୁଦ୍ଧାର ଜରୁରୀ

ବରୀ,୨୭ା୫(ସ୍ବ.ପ୍ର.) ଯାଜପୁର ଜିଲା ବରୀ ଅଞ୍ଚଳରେ ଛୋଟ ବଡ଼ ୬୦ରୁ ଊର୍ଦ୍ଧ୍ୱ ନାଳ ରହିଛି। ହେଲେ ଧୀରେ ଧୀରେ ଏହି ନାଳ ପୋତି ହୋଇ ପଡୁଥିବା ଦେଖିବାକୁ ମିଳୁଛି। ନାଳ ପୁନରୁଦ୍ଧାର ନାଁରେ କୋଟି କୋଟି ଟଙ୍କା ହରିଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। ନାଳଗୁଡିକ ପୁନରୁଦ୍ଧାର କରାଗଲେ ଚାଷ ଜମିକୁ ଜଳ ଯୋଗାଣ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସରିଲାଣି ଆବାସ ନିର୍ମାଣ, ମିଳିନାହିଁ ବକେୟା ଅର୍ଥ

ବିଞ୍ଝାରପୁର,୨୭ା୫(ଡି.ଏନ.ଏ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଞ୍ଝାରପୁର ବ୍ଲକ ଚର୍ଚ୍ଚାରେ ରହିଛି ା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧାପନ୍ତରିଆ ଭାବେ ପଡ଼ି ରହୁଥିବାରୁ ବିଭାଗୀୟ ସଚିବଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦ୍‌ବେଗ ପ୍ରକାଶ କରିଆସିଛନ୍ତି। ଏହି ବ୍ଲକରେ ଅଧିକାଂଶ ହିତାଧିକାରୀ ଆବାସ ନିର୍ମାଣ କାର୍ଯ୍ୟ ସାରି ଦେଇଥିଲେ ମଧ୍ୟ ଏଯାବତ୍‌ ତାଙ୍କୁ ବକେୟା ଅର୍ଥ ମିଳି ନ ଥିବା ଅଭିଯୋଗ ହୋଇଛି ା

୪ବର୍ଷ ହେଲା ଶେଷ ହେଉନି ରାହାଶୋଳା ବ୍ରିଜ୍‌

ଯାଜପୁର ଅଫିସ,୨୭ା୫ଯାଜପୁର ଜିଲାରେ ପୋଲ ଓ ସେତୁ ନିର୍ମାଣରେ ବିଳମ୍ବ ଯୋଗୁ ସାଧାରଣ ଲୋକେ ଯାତାୟତରେ ବହୁ ସମସ୍ୟା ଭୋଗୁଛନ୍ତି। ଏଥିସହିତ ରାଜ୍ୟ ରାଜକୋଷରୁ ଅତିରିକ୍ତ ଅର୍ଥ ମଧ୍ୟ ବରାଦ ହେଉଛି ା

ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ, ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ, ବଢୁଛି ଦୁର୍ଘଟଣା

ବାଲିକୁଦା,୨୭ା୫(ସ୍ବ.ପ୍ର.): ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ। ଏଥିଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଯେତେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ତେଣୁ ଗତ ସପ୍ତାହକ ମଧ୍ୟରେ ୧୫ ରୁ ଅଧିକ ଛୋଟ ବୋଡ ଦୁର୍ଘଟଣା ଘଟିସାରିଲାଣି।

ନିର୍ମାଣ ହୋଇପାରୁନି ପ୍ରଧାନମନ୍ତ୍ରୀ ଆବାସ : ଜିଲାପାଳଙ୍କ ସହାୟତା ଲୋଡିଲେ ହିତାଧିକାରୀ

ନିର୍ମାଣ ହୋଇପାରୁନି ପ୍ରଧାନମନ୍ତ୍ରୀ ଆବାସ : ଜିଲାପାଳଙ୍କ ସହାୟତା ଲୋଡିଲେ ହିତାଧିକାରୀ

ବାଲିକୁଦା,୨୭ା୫(ସ୍ବ.ପ୍ର.): କାଳ ବୈଶାଖି ଆସିଲେ ଛାତିରେ ଛନକା ପଶେ। ଫଟା କାନ୍ଥର ଘର, କେତେବେଳେ ଯେ ଭୁଶୁଡି ପଡିବ କହିହେବ ନାହିଁ। ଏଭଳି ବିପଦକୁ ମୁଣ୍ଡ ଉପରେ ଝୁଲାଇ ରହିଛନ୍ତି ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ବାହାରଣା ପଞ୍ଚାୟତର ହୃଶିକେଶ ରାଉତଙ୍କ ପରିବାର।

ଯୌତୁକ ପାଇଁ ବଧୂହତ୍ୟା : ୬ ଦିନ ପରେ ପୋଲିସ ହାତ ଖାଲି

ଯୌତୁକ ପାଇଁ ବଧୂହତ୍ୟା : ୬ ଦିନ ପରେ ପୋଲିସ ହାତ ଖାଲି

ବାଲିକୁଦା,୨୭ା୫(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅନନ୍ତପୁର ପଞ୍ଚାୟତ ପଦ୍ମନାଭପୁର ଗ୍ରାମର ଗୋକୁଳାନନ୍ଦ ପରିଡାଙ୍କ ଝିଅ ମମତାଙ୍କୁ ଶାଶୁଘର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେବା ସହ ହତ୍ୟା କରିଥିବା ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏନେଇ ଦଫା ୪୯୮(ଏ), ୩୦୪(ବି), ୩୪ ଆଇପିସି ୪ ଡିପି ଆକ୍ଟ, ନଂ.୧୫୮/୧୮ରେ ମାମଲା ରୁଜୁ କରିଛି। ତେବେ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିନାହିଁ।

ଲୁହା,ନିଆଁ ସଙ୍ଗେ ବିତୁଛି ଜୀବନ

ଲୁହା,ନିଆଁ ସଙ୍ଗେ ବିତୁଛି ଜୀବନ

ନୟାଗଡ ଜିଲା ରଣପୁର-ନୟାଗଡ ପୂର୍ତ୍ତବିଭାଗୀୟ ରାସ୍ତା କଡ ହାଟସାହିରେ ଥିବା ଏକ ପରିତ୍ୟକ୍ତ ବରଗଛ ମୂଳ ପାଲଟିଛି ତାଙ୍କର କର୍ମସ୍ଥଳୀ। ପ୍ରତ୍ୟେକ ଦିନ ସେଠାରେ ତାଙ୍କୁ ଦେଖିବାକୁ ମିଳେ ।

ତତ୍କାଳ ଟିକେଟ୍‌ ପାଇଁ ରାତି ଉଜାଗର

ତତ୍କାଳ ଟିକେଟ୍‌ ପାଇଁ ରାତି ଉଜାଗର

ନିରାକାରପୁର,୨୭ା୫(ଡି.ଏନ୍‌.ଏ.)- ଖୋର୍ଦ୍ଧା ଜିଲାର ନିରାକାରପୁର ରେଳଷ୍ଟେଶନ ପୂର୍ବତଟ ରେଳବାଇର ଏକ ପ୍ରମୁଖ ଷ୍ଟେଶନ ଭାବେ ପରିଚିତ। ଏଠାରେ ଦୈନିକ ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନକୁ ଟ୍ରେନରେ ଯିବା ଲାଗି ଯାତ୍ରୀଙ୍କ ଭିଡ ଲାଗିଥାଏ।

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ରାଜପଥ ଅବରୋଧ

ବାଲୁଗାଁ, ୨୭ା୫ (ଡି.ଏନ.ଏ.)- ଶନିବାର ସକାଳେ ବାଲୁଗାଁ ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ସୋଲରୀ ଛକରେ ଏକ ଅଟୋ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଆଙ୍କୁଳା ଗ୍ରାମର ସାଗର ବିଶ୍ୱାଳ (୧୮)।

ଚିଲିକାରୁ ଅବସରପ୍ରାପ୍ତ ବନ ସଂରକ୍ଷକଙ୍କ ମୃତଦେହ ଉଦ୍ଧାର

ଚିଲିକାରୁ ଅବସରପ୍ରାପ୍ତ ବନ ସଂରକ୍ଷକଙ୍କ ମୃତଦେହ ଉଦ୍ଧାର

ବାଲୁଗାଁ, ୨୭ା୫ (ଡି.ଏନ.ଏ.)- ଶନିବାର ସକାଳେ ଖୋର୍ଦ୍ଧା ଜିଲା ବାଲୁଗାଁ ପୋଲିସ ଚିଲିକାରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ା ମୃତକ ହେଉଛନ୍ତି ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳର ବାମା ପ୍ରସାଦ ରଥ (୮୦) ଓ ସେ ଅବସରପ୍ରାପ୍ତ ବନ ସଂରକ୍ଷକ ବୋଲି ଜଣାପଡିଛି।

ଟାଙ୍ଗୀ ପ୍ରିମିୟର ଲିଗ୍‌ : ଚିଲିକା ବୁଲ୍‌ସ ବିଜୟୀ

ଟାଙ୍ଗୀ (ଖୋର୍ଦ୍ଧା), ୨୭ା୫ (ଡି.ଏନ.ଏ.)- ଟାଙ୍ଗୀ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଚିଲିକା ଷ୍ଟାଡିୟମରେ ଟାଙ୍ଗୀ ପ୍ରିମିୟର ଲିଗ୍‌ର ଶନିବାର ଖେଳରେ ଚିଲିକା ବୁଲ୍‌ସ ବିଜୟୀ ହୋଇଛି । ଚିଲିକା ବୁଲ୍‌ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୫ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲା। ଜବାବରେ ରତନପୁର ରାଇଡର ୧୨ ଓଭରରେ ସମସ୍ତ ଉଇକେଟ ବିନିମୟରେ ୯୩ ରନ କରି ମ୍ୟାଚ ହାରିଯାଇଥିଲା ।

ଟାଙ୍ଗୀରେ ଅବାଧ ଚୋରା ମଦ, ଗଞ୍ଜେଇ କାରବାର

ଟାଙ୍ଗୀ (ଖୋର୍ଦ୍ଧା),୨୭ା୫(ଡି.ଏନ.ଏ.)- ଟାଙ୍ଗୀ ଥାନାର ବିଭିନ୍ନ ଗ୍ରାମରେ ଚୋରା ଦେଶୀ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ କାରବାର ଅବାଧ ଚାଲିଛି। ଏ ନେଇ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୁଖ ଆସିଥିଲା ଭଗାରି ହୋଇ ମଞ୍ଚସ୍ଥ

ଖଣ୍ଡପଡା,୨୭ା୫(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ମର୍ଦ୍ଦରାଜପୁର ପଞ୍ଚାୟତ ଅନ୍ତର୍ଗତ ଗିରିଡିପାଟଣା ଗ୍ରାମରେ ଶୁକ୍ରବାର ରାତିରେ ସାମନ୍ତ ଚନ୍ଦ୍ରଶେଖର କ୍ଲବ ଆନୁକୂଲ୍ୟରେ ସୁଖ ଆସିଥିଲା ଭଗାରି ହୋଇ ନାଟକ ମଞ୍ଚସ୍ଥ ହୋଇଯାଇଛି।