ଉପକୂଳ ଓଡିଶା

ଆଜି ମାଣବସା ଶେଷ ଗୁରୁବାର: ମହାନଦୀ ବାଲିପଠାରେ ସଫା ହେଲା ମାଣପେଡ଼ି
ଖଣ୍ଡପଡା,୨୦।୧୨(ସ୍ବ.ପ୍ର.)-ଘରର ସୁଖ ସମୃଦ୍ଧି ପାଇଁ ମା’ଲକ୍ଷ୍ମୀଙ୍କୁ ମାର୍ଗଶିର ମାସର ପ୍ରତି ଗୁରୁବାର ଆରାଧନା କରାଯାଇଥାଏ ା ୨୦ ତାରିଖ ମାର୍ଗଶିର ମାସର ଶେଷ ଗୁରୁବାର ା ଏହାକୁ ମାଣବସା ଗୁରୁବାର ମଧ୍ୟ କୁହାଯାଏ ା ହିନ୍ଦୁ ଘରେ ଧନଦାତ୍ରୀ ଭାବରେ ପରିଚିତ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା କେଉଁ ଆବହମାନ କାଳରୁ ଉତ୍କଳୀୟ ପରମ୍ପରାରେ ସାମିଲ ହୋଇଆସିଛି।

ଚୂଡ଼ାନ୍ତ ତାଲିକାରେ ନାମ ଥାଇ ମିଳୁନି ଭତ୍ତା : ଜିଲାପାଳଙ୍କୁ ଅଭିଯୋଗ କଲେ ଭାପୁର ବ୍ଲକର କଳାକାର
ନୟାଗଡ଼ ଅଫିସ/ଭାପୁର (ଡି.ଏନ୍.ଏ.),୨୦ା୧୨- ନୟାଗଡ଼ ଜିଲା ଭାପୁର ବ୍ଲକରେ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଚୟନ ପ୍ରକ୍ରିୟାରେ ସମସ୍ତ ସରକାରୀ ନୀତିନିୟମକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି।

ପିଠା କାର୍ଯ୍ୟକ୍ରମକୁ ଯାଉଥିବା ସରପଞ୍ଚଙ୍କୁ ମାଡ଼ : ସରପଞ୍ଚଙ୍କ ସମର୍ଥକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ
ନୟାଗଡ଼ ଅଫିସ,୨୦ା୧୨- ପିଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଜଣେ ସରପଞ୍ଚଙ୍କୁ ବିରୋଧୀ ଗୋଷ୍ଠୀଠାରୁ ମାଡ଼ ଖାଇବାକୁ ପଡିଛି। ବୁଧବାର ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ। ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ବୋଦାପଡ଼ା ଗ୍ରାମସ୍ଥିତ କଲ୍ୟାଣମଣ୍ଡପଠାରେ ପିଠା କାର୍ଯ୍ୟକ୍ରମ ଚାଲୁଥିଲା।

ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଯାଜପୁର ଅଫିସ୍, ୧୯।୧୨- ଗୁପ୍ତ ଟେଣ୍ଡର ଓ ବ୍ୟାପକ ପିସି କାରବାର ପ୍ରତିବାଦରେ ବୁଧବାର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ପାଣିକୋଇଲି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବଡ଼ଚଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ନିର୍ବାଚନ
ଚଣ୍ଡିଖୋଲ, ୧୯।୧୨ (ଡି.ଏନ୍.ଏ.)- ବଡ଼ଚଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ଜଗତ୍ସିଂହପୁର ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡ଼ା
ଜଗତ୍ସିଂହପୁର ଅଫିସ୍, ୧୯।୧୨- ଜଗତ୍ସିଂହପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୩ତମ ବାର୍ଷିକ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍ଯାପିତ ହୋଇଯାଇଛି।

ଭାଜପାର ଜନ ପରାମର୍ଶ ଯାତ୍ରା
ଜଗତ୍ସିଂପୁର ଅଫିସ୍, ୧୯।୧୨-ଜଗତ୍ସିଂହପୁର ବ୍ଲକ ଯଁକୋଟୀ ପଞ୍ଚାୟତରେ ଜିଲା ଭାଜପା ପକ୍ଷରୁ ବୁଧବାର ଜନ ପରାମର୍ଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପିସି କାରବାର ପ୍ରତିବାଦରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଯାଜପୁର ଅଫିସ, ୧୯।୧୨: ଗୁପ୍ତ ଟେଣ୍ଡର ଓ ବ୍ୟାପକ ପିସି କାରବାର ପ୍ରତିବାଦରେ ବୁଧବାର ଯାଜପୁର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ପାଣିକୋଇଲି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ବିଶ୍ୱାବସୁଙ୍କ ଜନ୍ମ ସ୍ଥଳୀରେ ଧନୁ ପୂଜା ମହୋତ୍ସବ
ଖଣ୍ଡପଡା,୧୯।୧୨(ସ୍ବ.ପ୍ର.)-ନୀଳମାଧବ ଜୀଉଙ୍କ ଆଦ୍ୟ ସେବକ ଭାବେ ପରିଚିତ ଶବର ରାଜା ବିଶ୍ୱାବସୁଙ୍କ ଜନ୍ମ ପୀଠ ଧାନଚେଙ୍ଗଡା ପଞ୍ଚାୟତ ଅନ୍ତର୍ଗତ କାଳିଆପଲ୍ଲୀ ଗ୍ରାମରେ ଶୁକ୍ରବାର ଠାରୁ ୩ ଦିନ ବ୍ୟାପୀ ଧନୁପୂଜା ମହୋତ୍ସବ ଅନୁଷ୍ଠିତ ହୋଇଛି|

ରାଜ୍ୟସ୍ତରକୁ ମନୋନୀତ ଶିଶୁବିଜ୍ଞାନୀ
ଗଣିଆ,୧୯।୧୨(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକର ଜଣେ ଶିଶୁବିଜ୍ଞାନୀ ରାଜ୍ୟସ୍ତରୀୟ ବିଜ୍ଞାନମେଳାକୁ ମନୋନୀତ ହୋଇଛନ୍ତି|

ବକ୍ତୃତା ପ୍ରତିଯୋଗିତାରେ ଦୁଇ ଭଉଣୀଙ୍କ କୃତିତ୍ୱ
ଖଣ୍ଡପଡା,୧୯।୧୨(ସ୍ବ.ପ୍ର.)-ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ସୋମବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ମୟୂରଭଞ୍ଜ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି|

ଘାଟିରାସ୍ତାରେ ୱାଲ ନିର୍ମାଣ କାର୍ଯ୍ୟ ମନ୍ଥର
ଦଶପଲ୍ଲା,୧୯ା୧୨(ଡି.ଏନ.ଏ.)- ୫୭ନଂ. ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ ଅଞ୍ଚଳରେ ଥିବା ବାଣିବିରି ଘାଟି ରାସ୍ତା ବିପଦପୂର୍ଣ୍ଣ ହୋଇପଡିଛି। ଏହି ଘାଟିରେ ବାରମ୍ବାର ପାହାଡରୁ ମାଟି ଅତଡା ଧସିବା ଯୋଗୁ ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ହୋଇଥାଏ।

ନୟାଗଡ଼ରେ ପେଥାଇର ପ୍ରଭାବ: ଜମିରେ ପଡ଼ି ନଷ୍ଟ ହେଉଛି ପାଚିଲା ଧାନ
ନୟାଗଡ଼ ଅଫିସ,୧୯ା୧୨- ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରକି ଝଡ଼ ପେଥାଇ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗିରହିଛି। ନୟାଗଡ଼ ଜିଲା ବି ଏଥିରୁ ବାଦ୍ ପଡିନାହିଁ। ଏହି ବର୍ଷା ବିଶେଷକରି ଜିଲାର ଚାଷୀମାନଙ୍କୁ ଚିନ୍ତାରେ ପକାଇଛି।

ଧାନଚୁରାକୁ କେନ୍ଦ୍ରକରି ଗଣ୍ଡଗୋଳ: ସଂଘବଦ୍ଧ ଆକ୍ରମଣ, ଜଣେ ଗୁରୁତର
କୃଷ୍ଣପ୍ରସାଦ,୧୯ା୧୨(ଡି.ଏନ.ଏ)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗ୍ରାମରେ ଧାନଚୁରାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଓଷ୍ଟା ପକ୍ଷରୁ ବ୍ଲକସ୍ତରୀୟ ଶିଶୁମେଳା
ବୋଲଗଡ଼,୧୯ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ କଳାଙ୍ଗ କାହ୍ନୁଚରଣ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଓଷ୍ଟା ପକ୍ଷରୁ ବ୍ଲକସ୍ତରୀୟ ୩୭ତମ ଶିଶୁମେଳା-୨୦୧୮ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ମୃତ କାଉ ନେଇ ବାର୍ଡଫ୍ଲୁ ଆତଙ୍କ
ନିରାକାରପୁର,୧୯ା୧୨(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତସ୍ଥ ସଠିପଦର ଯିବା ରାସ୍ତାରେ ମଙ୍ଗଳବାର ଅନେକ କାଉ ମରି ପଡ଼ିଥିବା ଦେଖାଯାଉଛି।

ବାର୍ଡଫ୍ଲୁ: ମରାଗଲା ୪୦୦୦ କୁକୁଡ଼ା: ଗଣମାଧ୍ୟମକୁ ତଥ୍ୟ ଦେବା ମନା
କୃଷ୍ଣପ୍ରସାଦ,୧୯ା୧୨(ଡି.ଏନ.ଏ.)-ବାର୍ଡଫ୍ଲୁ ବ୍ୟାପିବା ଆଶଙ୍କାରେ ମଙ୍ଗଳବାର ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ ରାମଲଙ୍କା ଗ୍ରାମର ଏକ ଫାର୍ମରୁ ୪୦୦୦ କୁକୁଡ଼ା ମରାଯାଇଛି। ଏହି ବ୍ଲକରେ ବାର୍ଡଫ୍ଲୁ ପଜିଟିଭ୍ ଜଣାପଡ଼ିବା ପରେ କିଛିଦିନ ହେଲା କୁକୁଡ଼ାମରା ଅଭିଯାନ ଜାରି ରହିଛି
ଜିଲାପାଳଙ୍କ ଅଚାନକ ମାର୍ଶାଘାଇ ଗସ୍ତ: ବିଇଓ ଅଫିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ
ମାର୍ଶାଘାଇ,୧୮।୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ବିଇଓ ଅଫିସରେ ମଙ୍ଗଳବାର ଜିଲାପାଳ ଦାଶରଥି ଶତପଥୀ ଅଚାନକ ପହଞ୍ଚିଥିଲେ।

ବିଭିନ୍ନ ଦାବିନେଇ ଡାକ କର୍ମଚାରୀଙ୍କ ଧର୍ମଘଟ
ଆଳି,୧୮।୧୨(ଡି.ଏନ୍.ଏ.): ବିଭିନ୍ନ ଦାବିନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ଜାତୀୟ ଗ୍ରାମୀଣ ଡାକ ସେବକ ସଂଘର ଆହ୍ବାନ କ୍ରମେ ଡାକ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମଙ୍ଗଳବାର ଧାରଣାରେ ବସିଛନ୍ତି।

ମୌଳିକ ସୁବିଧାରୁ ବଞ୍ଚିତ ୪୨ ଆଦିବାସୀ ପରିବାର: ରାସ୍ତା, ପାନୀୟଜଳ ପାଲଟିଛି ସାତସପନ
ବୋଲଗଡ଼,୧୮ା୧୨(ମନୋରଞ୍ଜନ ମିଶ୍ର)-ଗ୍ରାମାଞ୍ଚଳର ବିକାଶ, ଗରିବ ଓ ଆଦିବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତିି। ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ଉଦାସୀନତା ଏବଂ ତଦାରଖ ଅଭାବରୁ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି।

ଖାଦ୍ୟ ସୁରକ୍ଷା ଯୋଜନା କାହା ପାଇଁ : ଦିବ୍ୟାଙ୍ଗ କୃପାସିନ୍ଧୁ ରାଶନ କାର୍ଡରୁ ବଞ୍ଚିତ
ନୂଆଗାଁ,୧୮।୧୨ (ଡି.ଏନ.ଏ.)-ଦେଶର କୌଣସି ଲୋକଙ୍କୁ ଭୋକରେ ନ ରଖିବା ଆଭିମୁଖ୍ୟ ନେଇ ୨୦୧୫ ନଭେମ୍ବରଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ସାମିଲ ହେବା ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଧାର୍ଯ୍ୟ ପୂର୍ବକ ରାଜ୍ୟର ୩ କୋଟି ୨୬ଲକ୍ଷ ୪୧ ହଜାର ହିତାଧିକାରୀ ଚୟନ କରାଯାଇଛି।

ବାର୍ଡ ଫ୍ଲୁ : ମରାଗଲାଣି ୭୩୧୫ କୁକୁଡ଼ା
କୃଷ୍ଣପ୍ରସାଦ,୧୮ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ୪ ଦିନ ହେଲା କୁକୁଡ଼ାମରା ଅଭିଯାନ ଜାରି ରହିଛି ା ବର୍ତ୍ତମାନ ସୁଦ୍ଧା ୭୩୧୫ କୁକୁଡ଼ା ମାରି ପୋତି ଦିଆଯାଇଛି ା

ଖୋଲିଲା ସରକାରୀ ଧାନମଣ୍ଡି : ପ୍ରଥମ ଦିନରେ ୧୧ ଚାଷୀଙ୍କଠାରୁ ୪୨୬ କୁଇଣ୍ଟାଲ ଧାନକ୍ରୟ
ନୟାଗଡ଼ ଅଫିସ,୧୭ା୧୨- ଜିଲା ଯୋଗାଣ ବିଭାଗ ଦ୍ୱାରା ନୟାଗଡ଼ ଜିଲାରେ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ଜରିଆରେ ସୋମବାର ଧାନମଣ୍ଡି ଉଦ୍ଘାଟିତ ହୋଇଛି। ଖଣ୍ଡପଡ଼ା ରୋଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲାପାଳ ପ୍ରସନ୍ନ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ।

କଳିଙ୍ଗନଗର ପୁସ୍ତକମେଳାରେ କବିତା ପାଠୋତ୍ସବ
କଳିଙ୍ଗନଗର, ୧୭ା୧୨(ଡି.ଏନ.ଏ.)- ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାରେ ସୋମବାର ବଉଳଫୁଲ ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଏକ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।