ଉପକୂଳ ଓଡିଶା

ଅନ୍ତରୀକ୍ଷଙ୍କ ସ୍ମାର୍ଟ ସିଟି ପ୍ରକଳ୍ପ ଜାତୀୟସ୍ତରରେ ପ୍ରଦର୍ଶିତ

ଅନ୍ତରୀକ୍ଷଙ୍କ ସ୍ମାର୍ଟ ସିଟି ପ୍ରକଳ୍ପ ଜାତୀୟସ୍ତରରେ ପ୍ରଦର୍ଶିତ

ନୟାଗଡ଼ ଅଫିିସ,୧୫।୧-କୋଲକାତାର ବିରଳା ଇଣ୍ଡଷ୍ଟ୍ରିଜ ଏବଂ ଟେକ୍‌ନୋଲୋଜି ମ୍ୟୁଜିୟମରେ ପୂର୍ବଭାରତ ଜାତୀୟ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ମେଳାରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଅନ୍ତରୀକ୍ଷ ରଥଙ୍କ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଘର ଶେଷ ହେବା ପରେ ବି ମିଳୁନି ଚତୁର୍ଥ କିସ୍ତି ଅର୍ଥ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଘର ଶେଷ ହେବା ପରେ ବି ମିଳୁନି ଚତୁର୍ଥ କିସ୍ତି ଅର୍ଥ

ନୟାଗଡ଼ ଅଫିସ,୧୫ା୧-ଗରିବ ଲୋକଙ୍କ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍କା ଘର ଯୋଜନା କରାଯାଇଛି।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହେଉ କି ବିଜୁ ପକ୍କା ଘର ଯୋଜନା, ଏଥିରେ ଜଣେ ହିତାଧିକାରୀଙ୍କୁ  ୪ଟି କିସ୍ତିରେ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଏ।  

ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ, ପଞ୍ଚୁଦୋଳ ମେଳଣ ମୁଖ୍ୟ ଆକର୍ଷଣ

ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ, ପଞ୍ଚୁଦୋଳ ମେଳଣ ମୁଖ୍ୟ ଆକର୍ଷଣ

ଜଗତ୍‌ସିଂହପୁର ଅଫିସ,୧୫ା୧: ଜଗତ୍‌ସିଂହପୁରର ମକର ଯାତ୍ରା ସ୍ବତନ୍ତ୍ର। ୧୫ ଦିନ ଧରି ହେଉଥିବା ଏହି ଯାତ୍ରାକୁ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। ପଞ୍ଚଦୋଳ ମେଳଣ ଏହି ଯାତ୍ରାର ପ୍ରମୁଖ ଆକର୍ଷଣ। 

ବିଲେଶ୍ୱରଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ବିଲେଶ୍ୱରଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ରଣପୁର,୧୪ା୧(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ପାମ୍ପଡାସ୍ଥିତ ବିଲ୍ବେଶ୍ୱର ଦେବଙ୍କ ପୀଠରେ ସପ୍ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ସୋମବାର କଳସ ଯାତ୍ରା ଆରମ୍ଭ ହୋଇଯାଇଛି। ମକର ସଂକ୍ରାନ୍ତି ଅବସରରେ ମଧ୍ୟାହ୍ନରେ ରଣପୁର ମନ୍ଦାକିନୀ ନଦୀର ଚମ୍ପତିପୁର ଘାଟଠାରୁ ଶହ ଶହ ମହିଳା ଓ ପୁରୁଷ ରଣପୁର ବଡଦାଣ୍ଡ ପରିକ୍ରମା କରି ପାମ୍ପଡା ନିକଟକୁ ଯାଇଥିଲେ।

ଅଗ୍ନିକାଣ୍ଡରେ ୩ ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୩ ବଖରା ଜଳିଗଲା

ରାଜନଗର,୧୪ା୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ମହିଶାସୁର ପଞ୍ଚାୟତ  ଗୁଳୁଦିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ମଧୁସୂଦନ ଦାସ, ବିପିନ ଦାସ, ସତ୍ୟାନନ୍ଦ ଦାସଙ୍କ ୩ ବଖରା ଘର ଜଳିଯାଇଛି।  

ମହାବିଦ୍ୟାଳୟରେ ଅନିୟମିତତା ଅଭିଯୋଗ ନେଇ ଅଡିଟ୍‌

ମହାବିଦ୍ୟାଳୟରେ ଅନିୟମିତତା ଅଭିଯୋଗ ନେଇ ଅଡିଟ୍‌

ଖଣ୍ଡପଡ଼ା,୧୪ା୧(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ କେତେଜଣ ଛାତ୍ର ଶୁକ୍ରବାର ଓ ଶନିବାର  ତାଲା ପକାଇ ଦେଇଥିବାରୁ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। 

କୃଷ୍ଣ ଚନ୍ଦ୍ର ସ୍ମାରକୀ ଫୁଟ୍‌ବଲ:  ପୁରୀ ଚାମ୍ପିୟନ୍‌

କୃଷ୍ଣ ଚନ୍ଦ୍ର ସ୍ମାରକୀ ଫୁଟ୍‌ବଲ: ପୁରୀ ଚାମ୍ପିୟନ୍‌

ନିରାକାରପୁର,୧୪ା୧(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ଖେଳ ପଡିଆରେ ରାମେଶ୍ୱର କ୍ରୀଡା ସଂସଦ ଆନୁକୂଲ୍ୟରେ ୯ମ କୃଷ୍ଣ ଚନ୍ଦ୍ର ସ୍ମାରକୀ ଫୁଟ୍‌ବଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ରବିବାର ଖେଳର ଫାଇନାଲ ମ୍ୟାଚ୍‌ରେ ପୁରୀ ଟିମ୍‌ର ବିଜୟ ହୋଇଛି। 

ଶ୍ରୀନୀଳମାଧବ ଜୀଉଙ୍କ ନବାଙ୍କ ବେଢ଼ା ପରିକ୍ରମା

ଶ୍ରୀନୀଳମାଧବ ଜୀଉଙ୍କ ନବାଙ୍କ ବେଢ଼ା ପରିକ୍ରମା

ଖଣ୍ଡପଡ଼ା,୧୪ା୧(ସ୍ବ.ପ୍ର.)-ପୌଷ ତ୍ରୟୋଦଶୀ ତିଥି ଅବସରରେ ରବିବାର ଶ୍ରୀନୀଳମାଧବ ଜୀଉଙ୍କ ନବାଙ୍କ ବେଢା ପରିକ୍ରମା ଉତ୍ସବ ପାରମ୍ପରିକ ରୀତିରେ ସମ୍ପନ୍ନ ହୋଇଯାଇଛି । ରାତ୍ର ଧୂପ ପରେ ଶ୍ରୀ ଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ହାନ୍ଦୋଳାରେ ବିଜେ କରାଯାଇ ପ୍ରଥମେ ଗରୁଡଙ୍କ ଚତୁଃପାର୍ଶ୍ୱରେ ୩ ଘେରା ବୁଲା ଯାଇଥିଲା।

ପାରାଦୀପରେ ପଥୋତ୍ସବ: ଜମିଲା ଖେଳକୁଦ, ନୃତ୍ୟଗୀତର ମଜା

ପାରାଦୀପରେ ପଥୋତ୍ସବ: ଜମିଲା ଖେଳକୁଦ, ନୃତ୍ୟଗୀତର ମଜା

ପାରାଦୀପ,୧୪।୧(ସ୍ବ.ପ୍ର.): ପାରାଦୀପରେ ରବିବାର ପ୍ରଥମଥର ପଥୋତ୍ସବ ଅନୁଷ୍ଠିତ ହୋଇଛି। ନୂଆବଜାରରୁ ମଧୁବନକୁ ସଂଯୋଗ କରୁଥିବା କଲେଜ ରାସ୍ତାରେ ଏହି ଉତ୍ସବ ହୋଇଥିଲା। ପାରାଦୀପ ପୌରପାଳିକା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସାଧାରଣରେ ବେଶ୍‌ ଆଦୃତ ହୋଇଛି। 

ଚୋରାମଦକୁ ବିରୋଧ କରିବାରୁ ମହିଳାଙ୍କୁ ଦୁର୍ବ୍ୟବହାର: ଥାନାର ଦ୍ୱାରସ୍ଥ ହେଲା ମହିଳା ମହାସଂଘ

ଚୋରାମଦକୁ ବିରୋଧ କରିବାରୁ ମହିଳାଙ୍କୁ ଦୁର୍ବ୍ୟବହାର: ଥାନାର ଦ୍ୱାରସ୍ଥ ହେଲା ମହିଳା ମହାସଂଘ

ଏରସମା,୧୪ା୧(ସ୍ବ.ପ୍ର.): ଏରସମା ଥାନା ଅନ୍ତର୍ଗତ ଗଡ଼ହରିଶପୁର ପଞ୍ଚାୟତରେ ଚୋରାମଦକୁ ବିରୋଧ କରିବାରୁ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ରବିବାର ମହିଳା ମହାସଂଘ ଥାନାର ଦ୍ୱାରସ୍ଥ ହୋଇଛି। 

 ପାରାଦୀପରେ ପ୍ରଥମ ପଥୋତ୍ସବ ଆରମ୍ଭ

ପାରାଦୀପରେ ପ୍ରଥମ ପଥୋତ୍ସବ ଆରମ୍ଭ

ପାରାଦୀପ ୧୩।୧(ସ୍ବ.ପ୍ର.)- ଜଗତ୍‌ସିଂହପୁର ଜିଲାର ପାରାଦୀପ ସହରରେ ରବିବାର ପ୍ରଥମ ପଥୋତ୍ସବ ଆରମ୍ଭ ହୋଇଛି। ପାରାଦୀପ ପୌରପାଳିକା ପକ୍ଷରୁ ନୂଆବଜାର ମଧୁବନକୁ ସଂଯୋଗ କରୁଥିତ୍ବା କଲେଜ ରୋଡରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସବୁ ବର୍ଗର ଲୋକେ ଉପଭୋଗ କରିଥିଲେ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି  ଛାତ୍ରୀଛାତ୍ର, ଯୁବବର୍ଗ, ମହିଳା, ବୟସ୍କ, ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଆଦି ଏଥିରେ ସାମିଲ ହୋଇଥିଲେ। 

କେନ୍ଦ୍ରାପଡ଼ାରେ ପ୍ରଥମ ସମଲିଙ୍ଗୀ ବିବାହ

କେନ୍ଦ୍ରାପଡ଼ାରେ ପ୍ରଥମ ସମଲିଙ୍ଗୀ ବିବାହ

କେନ୍ଦ୍ରାପଡା ଅଫିସ, ୧୩।୧: ଭାରତୀୟ ପିଙ୍ଗଳ କୋର୍ଡ଼(ଆଇପିସି) ଦଫା ୩୭୭ ଅନୁଯାୟୀ, ‘ସମଲିଙ୍ଗୀ ସମ୍ପର୍କ’ ଅପରାଧ ମୁକ୍ତ ବୋଲି ଗତ କିଛି ମାସତଳେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ। ଏହି ରାୟକୁ ଆଧାର କରି କେନ୍ଦ୍ରାପଡ଼ା ଜିଲାର ୨ ଯୁବତୀ ଶନିବାର ପ୍ରଥମ ସମଲିଙ୍ଗୀ ବିବାହ  କରିଛନ୍ତି। 

ଶିକ୍ଷାର୍ଥୀମାନେ ହିଁ ଅଫୁରନ୍ତ ଶକ୍ତିର ଆଧାର :ରାଜ୍ୟପାଳ

ଶିକ୍ଷାର୍ଥୀମାନେ ହିଁ ଅଫୁରନ୍ତ ଶକ୍ତିର ଆଧାର :ରାଜ୍ୟପାଳ

ଟାଙ୍ଗୀ(ଖୋର୍ଦ୍ଧା),୧୩।୧(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠର ୭୫ତମ ପୂର୍ତ୍ତି ତଥା ପ୍ଲାଟିନମ ଜୁବିଲି ସମାରୋହ ଶନିବାର ଅନୁଷ୍ଠିତ ହୋଇଯାଇଛି। ସମାରୋହରେ  ମୁଖ୍ୟ ଅତିଥି ଭାବେ  ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଶିକ୍ଷାର୍ଥୀମାନେ ହିଁ ଅଫୁରନ୍ତ ଶକ୍ତିର ଆଧାର ବୋଲି ମତବ୍ୟକ୍ତ କରିଥିଲେ। 

ଆମତ୍ାର ମଳିନତାକୁ ଦୂର କରିବାକୁ ଆହ୍ବାନ:  ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଆଧ୍ୟାମତ୍ିକ ସାହିତ୍ୟ ଆଲୋଚନାଚକ୍ର

ଆମତ୍ାର ମଳିନତାକୁ ଦୂର କରିବାକୁ ଆହ୍ବାନ: ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଆଧ୍ୟାମତ୍ିକ ସାହିତ୍ୟ ଆଲୋଚନାଚକ୍ର

ଖଣ୍ଡପଡା,୧୩ା୧(ସ୍ବ.ପ୍ର.)- ସ୍ବାମୀ ବିବେକାନନ୍ଦଙ୍କ ୧୫୫ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଶନିବାର ଏକ ଆଧ୍ୟାମତ୍ିକ ସାହିତ୍ୟ ଆଲୋଚନାଚକ୍ର ଭାପୁର ବ୍ଲକ କେନ୍ଦୁପଲ୍ଲୀସ୍ଥିତ ଜଳେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ଓଡ଼ଗାଁ ମହୋତ୍ସବର ୩ୟ ସନ୍ଧ୍ୟା :  ବାଳିକା ପାଇକ ଆଖଡ଼ା ମୁଖ୍ୟ ଆକର୍ଷଣ

ଓଡ଼ଗାଁ ମହୋତ୍ସବର ୩ୟ ସନ୍ଧ୍ୟା : ବାଳିକା ପାଇକ ଆଖଡ଼ା ମୁଖ୍ୟ ଆକର୍ଷଣ

ଓଡ଼ଗାଁ,୧୩ା୧(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରେ ଅନୁଷ୍ଠିତ ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର  ଶନିବାର ତୃତୀୟ ସନ୍ଧ୍ୟାରେ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା।

ଶାଶୁଶ୍ୱଶୁରଙ୍କୁ ନଜରବନ୍ଦୀ ରଖିଛନ୍ତି ବୋହୂ : ଚିକିତ୍ସା ପାଇଁ ବି ଛାଡୁନାହାନ୍ତି

ରଣପୁର,୧୩ା୧ (ସ୍ବ.ପ୍ର.)- ଶ୍ୱଶୁର ଘର ଲୋକେ ବୋହୂ ଉପରେ ନିର୍ଯାତନା ଦେବା ଭଳି ଘଟଣା ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥାଏ। ହେଲେ ରଣପୁର ଥାନା ଅଞ୍ଚଳରେ ଏହାର ବିପରୀତ ଏକ ଘଟଣା ନଜରକୁ ଆସିଛି। ଶାଶୁଶ୍ୱଶୁରଙ୍କୁ ବୋହୂ ନଜରବନ୍ଦୀ ରଖିଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। ଏପରି କି ଚିକିତ୍ସା ପାଇଁ ଛାଡୁନାହାନ୍ତି। ଏପରି ଘଟଣା ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଡିହଗଁାରେ ଦେଖିବାକୁ ମିଳିଛି। 

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ:  ଅତୀତକୁ ଅଣଦେଖା କରିବା ଅନୁଚିତ

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ: ଅତୀତକୁ ଅଣଦେଖା କରିବା ଅନୁଚିତ

ନୟାଗଡ଼ ଅଫିସ,୧୩।୧- ନୟାଗଡ଼ ବ୍ଲକ  ନାଟୁଗାଁ ପଞ୍ଚାୟତ ସଜନାପଡ଼ାସ୍ଥିତ  ଖଣ୍ଡପଡ଼ା  ନୟାଗଡ଼ ଜନତା  ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରବିବାର  ଅନୁଷ୍ଠିତ ହୋଇଯାଇଛି। 

ପାଲଗୁଣ୍ଠୁଣୀର ଦୁଃଖ ଡାହୁକା ନଦୀ

ପାଲଗୁଣ୍ଠୁଣୀର ଦୁଃଖ ଡାହୁକା ନଦୀ

ନୟାଗଡ଼ ଅଫିସ,୧୩।୧-ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ  ପାଲଗୁଣ୍ଠୁଣୀ ଗ୍ରାମର ଦୁଃଖ ସାଜିଛି ଡାହୁକା ନଦୀ। ସ୍ବାଧୀନତାର ୭୧ ବର୍ଷ ପରେ ମଧ୍ୟ ଉକ୍ତ ନଦୀ ଉପରେ ପୋଲଟିଏ ହେଉ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ସରକାର ପରେ ସରକାର ଆସୁଛନ୍ତି, ପ୍ରତିଶ୍ରୁତି ଦେଉଛନ୍ତି ହେଲେ ଲୋକଙ୍କ ଦୁଃଖ ଦୂର ହେଉ ନାହିଁ। ଯିଏ ଦିନେ ପିଲା ବେଳେ ନଦୀରେ ପାର ହୋଇ ବିଦ୍ୟାଳୟକୁ ଯାଉଥିଲା ଆଜି ସିଏ ଯୁବକ ହୋଇ ଉକ୍ତ ନଦୀରେ ପାର ହୋଇ ଯାଉଛି।   ଜିଲା ପ୍ରତିଷ୍ଠା ହେବା ପରେ ଅନେକ ଜିଲାପାଳ ବଦଳିଲେଣି ହେଲେ ପୋଲ ହୋଇପାରିନାହିଁ । 

କୋଷ୍ଟଗାର୍ଡ ଗୁଳିରେ ମତ୍ସ୍ୟଜୀବୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

କୋଷ୍ଟଗାର୍ଡ ଗୁଳିରେ ମତ୍ସ୍ୟଜୀବୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ପାରାଦୀପ/ମହାକାଳପଡ଼ା/ରାଜନଗର,୧୩ା୧(ସ୍ବ.ପ୍ର./ଡି.ଏନ୍‌.ଏ): ସାମୁଦ୍ରିକ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ନିଷିଦ୍ଧାଞ୍ଚଳ ପୁଣି ଥରେ ରକ୍ତରଞ୍ଜିତ ହୋଇଛି। ଶୁକ୍ରବାର ରାତିରେ କଇଁଛ ସୁରକ୍ଷା ପାଇଁ ନିୟୋଜିତ ଥିବା ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟ ଗାର୍ଡ) ଗୁଳିରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି।

ଚିକିତ୍ସା ପଇଁ ଶାଶୁ ଶ୍ୱଶୁରଙ୍କୁ ବୋହୂ ଡାକ୍ତରଖାନା ଛାଡ଼ୁ ନ ଥିବା ଅଭିଯୋଗ

ରଣପୁର,୧୨।୧(ସ୍ବ.ପ୍ର)- ରୋଗାଗ୍ରସ୍ତ ଶାଶୁ ଶ୍ୱଶୁରଙ୍କୁ ବୋହୂ ଘରେ ନଜରବନ୍ଦୀ କରି ରଖିବା ଓ ତାଙ୍କୁ ଚିକିତ୍ସା ପାଇଁ ବାହାରକୁ ନ ଛାଡ଼ିବା ଭଳି ଏକ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ହସ୍ତକ୍ଷେପ କରିଥିଲେ ହେଁ ଗ୍ରାମବାସୀ ଓ ବୋହୂଙ୍କ ବିରୋଧ ଯୋଗୁ ପୋଲିସକୁ ସେଠରୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ପ୍ରକାଶ ଯେ, ନୟାଗଡ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଡିହଗଁାର ରଘୁନାଥ ରାଉତରାୟଙ୍କ ପୁଅ ରଞ୍ଜନଙ୍କୁ କୁନି ବୈଦିକ ରୀତିରେ ବିବାହ କରିଥିଲେ। 

ବିଞ୍ଝାରପୁର ତହସିଲ ଅଫିସ୍‌ରେ ପିଅନଙ୍କ ଆତ୍ମହତ୍ୟା

ବିଞ୍ଝାରପୁର ତହସିଲ ଅଫିସ୍‌ରେ ପିଅନଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୧୨।୧: ଯାଜପୁର ଜିଲା ବିଞ୍ଝାରପୁର ତହସିଲ କାର୍ଯ୍ୟାଳୟରେ ଶନିବାର ସକାଳେ ଝୁଲନ୍ତା ଅବସ୍ଥାରେ ଜଣେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସ୍ଥାନୀୟ ମାଷଡ଼ା ଗ୍ରାମର ପ୍ରଶାନ୍ତ ଜେନା।

କୋଷ୍ଟଗାର୍ଡ ଏନ୍‌କାଉଣ୍ଟରରେ ଜଣେ ମତ୍ସଜୀବୀ ମୃତ, ଆନ୍ଦୋଳନ ନେଇ ଏକତ୍ରିତ ହେଉଛନ୍ତି ମତ୍ସଜୀବୀ ସଂଘ

କୋଷ୍ଟଗାର୍ଡ ଏନ୍‌କାଉଣ୍ଟରରେ ଜଣେ ମତ୍ସଜୀବୀ ମୃତ, ଆନ୍ଦୋଳନ ନେଇ ଏକତ୍ରିତ ହେଉଛନ୍ତି ମତ୍ସଜୀବୀ ସଂଘ

ପାରାଦୀପ,୧୨।୧(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ଶୁକ୍ରବାର ମଧ୍ୟରାତ୍ରରେ ବାଲେଶ୍ୱର କ୍ୟାରେଟ୍‌ ବୋର୍ଟକୁ ଆଖିବୁଜା ଗୁଳି ଚାଳନା କରିବା ଦ୍ୱାରା ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ମାୟାଧର ମଲ୍ଲିକ(୫୦)। ମାୟାଧର ବୋର୍ଟର ଚାଳକ ଥିବା ଜଣାପଡ଼ିଛି। 

ଓଡ଼ଗାଁ ମହୋତ୍ସବ ଓ ପଲିଶ୍ରୀ ମେଳା ୨ୟ ସନ୍ଧ୍ୟା, ନୃତ୍ୟ ସଙ୍ଗୀତରେ ଦର୍ଶକ ବିଭୋର

ଓଡ଼ଗାଁ ମହୋତ୍ସବ ଓ ପଲିଶ୍ରୀ ମେଳା ୨ୟ ସନ୍ଧ୍ୟା, ନୃତ୍ୟ ସଙ୍ଗୀତରେ ଦର୍ଶକ ବିଭୋର

ଓଡ଼ଗାଁ,୧୨।୧(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀମେଳାର ଶୁକ୍ରବାର ୨ୟ ସନ୍ଧ୍ୟାରେ ସ୍ଥାନୀୟ ସ୍କୁଲ ଓ ନୃତ୍ୟାନୁଷ୍ଠାନ ଗୁଡିକର ଛାତ୍ରୀଛାତ୍ରଙ୍କ କଳା ପ୍ରଦର୍ଶନ ଦର୍ଶକଙ୍କୁ ବିଭୋର କରିଥିଲା। ଅପରାହ୍ନ ୪ଟାରୁ ସଭାରମ୍ଭ ପର୍ଯ୍ୟନ୍ତ ସ୍ଥାନୀୟ କଳାକାରମାନେ ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ସମୁଦାୟ ୧୨ ସ୍କୁଲ ଓ ନୃତ୍ୟାନୁଷ୍ଠାନ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। 

ଗଣିଆ ତହସିଲରେ ପ୍ରଥମ: ସ୍ପିଡ୍‌ ପୋଷ୍ଟରେ ୭ଜଣଙ୍କୁ ପଠାଗଲା ଆର୍‌ଓଆର

ଗଣିଆ ତହସିଲରେ ପ୍ରଥମ: ସ୍ପିଡ୍‌ ପୋଷ୍ଟରେ ୭ଜଣଙ୍କୁ ପଠାଗଲା ଆର୍‌ଓଆର

ଗଣିଆ,୧୨ା୧(ଡି.ଏନ.ଏ.)- ଗଣିଆ ତହସିଲରେ ପ୍ରଥମଥର ପାଇଁ ଗୁରୁବାର ସ୍ପିଡ୍‌ପୋଷ୍ଟ ଯୋଗେ ୭ଜଣଙ୍କ ପାଖକୁ ଆରଓଆର (ମ୍ୟୁଟେସନ ରେକର୍ଡସ ଅଫ ରାଇଟ୍‌) ବା ଦାଖଲଖାରଜର ଜମି ପଟ୍ଟା ପଠାଯାଇଛି। ତହସିଲଦାର ସ୍ବାତୀଲେଖା ଦାସ ଓ ଗଣିଆ ସବ୍‌ପୋଷ୍ଟ ଅଫିସ ପୋଷ୍ଟମାଷ୍ଟର ସନ୍ତୋଷ କୁମାର ବେହେରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।