ଉପକୂଳ ଓଡିଶା

ଦିବାକର ବିଶ୍ୱାଳଙ୍କୁ ରାଜ୍ୟସ୍ତରୀୟ କବି ଭାବଗ୍ରାହୀ ସ୍ମୃତି ସମ୍ମାନ

ଦିବାକର ବିଶ୍ୱାଳଙ୍କୁ ରାଜ୍ୟସ୍ତରୀୟ କବି ଭାବଗ୍ରାହୀ ସ୍ମୃତି ସମ୍ମାନ

ପଟ୍ଟାମୁଣ୍ଡାଇ,୩୦।୮(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ବାରୋ ପକ୍ଷରୁ ଉତ୍କଳର ମହାନ ସଂସ୍କୃତି ପୂଜ୍ୟପୂଜାକୁ ବଜାୟ ରଖିବା ପାଇଁ ଜିଲାର ଦୁଇଜଣ ବରପୁତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

 ଲୁଣା ,ଚିତ୍ରୋପତ୍ଳା,ପାଇକା ନଦୀରେ ବନ୍ୟା ଜଳ

ଲୁଣା ,ଚିତ୍ରୋପତ୍ଳା,ପାଇକା ନଦୀରେ ବନ୍ୟା ଜଳ

ମାର୍ଶାଘାଇ,୩୦।୮(ଡିଏନ୍‌ଏ)-ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ଲୁଣା,ଚିତ୍ରୋପତ୍ଳା,ପାଇକା ଓ ଶାଖାନଦୀ କରାଣ୍ଡିଆରେ  ବନ୍ୟା ଜଳ କୂଳ ଲଙ୍ଘିଛି ା ଏହିସବୁ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । 

ବନ୍ୟଜନ୍ତୁ ସଂରକ୍ଷଣ ପ୍ରତିଯୋଗିତା

ବନ୍ୟଜନ୍ତୁ ସଂରକ୍ଷଣ ପ୍ରତିଯୋଗିତା

ରାଜନଗର,୩୦।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ‘ଓଡ଼ିଶାର ବନ୍ୟଜନ୍ତୁ ସଂରକ୍ଷଣ’ ପ୍ରବନ୍ଧ ପ୍ରତିଯୋଗିତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ସୁଆଁସାହି ଛକ ନିକଟରେ ଦୁର୍ଘଟଣା: ୩ ଗୁରୁତର

ସୁଆଁସାହି ଛକ ନିକଟରେ ଦୁର୍ଘଟଣା: ୩ ଗୁରୁତର

ଯାଜପୁର ଅଫିସ,୩୦।୮: ଯାଜପୁର ଜିଲା କଟକ-ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ସୁଆଁସାହି ଛକ ନିକଟରେ ଗୁରବାର ସକାଳେ ଏକ ଅଜଣା ଗାଡି ଧକ୍କାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଡେରାବିଶ ମଙ୍ଗଳପୁରରେ ଅଜଣାଜନ୍ତୁ ଆତଙ୍କ, ୩ ଦିନରେ ମାରିଲାଣି ୨୫ ମେଣ୍ଢା

ଡେରାବିଶ ମଙ୍ଗଳପୁରରେ ଅଜଣାଜନ୍ତୁ ଆତଙ୍କ, ୩ ଦିନରେ ମାରିଲାଣି ୨୫ ମେଣ୍ଢା

ଡେରାବିଶ,୩୦।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଏହି ଅଜଣା ଜନ୍ତୁ ଆକ୍ରମଣରେ ୩ ଦିନ ମଧ୍ୟରେ ଗ୍ରାମର ଭ୍ରମରବର ଭୂୟାଁଙ୍କ ୨୫ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଛି।

ଭାଙ୍ଗିପଡିଲା ହାଇମାଷ୍ଟ ଲାଇଟ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ କାର ଚାଳକ

ଭାଙ୍ଗିପଡିଲା ହାଇମାଷ୍ଟ ଲାଇଟ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ କାର ଚାଳକ

ପାରାଦୀପ,୩୦।୮(ସ୍ବ.ପ୍ର): ପାରାଦୀପ ପୌର ପାଳିକା ପକ୍ଷରୁ ସ୍ଥାନୀୟ ହନୁମାନ ମନ୍ଦିର ପାଖରେ ଗତବର୍ଷ ଲଗାଯାଇଥିବା ହାଇମାଷ୍ଟ ଲାଇଟ୍‌ ଖୁଣ୍ଟଟି ମଙ୍ଗଳବାର ସନ୍ଧ୍ୟାରେ ହଠାତ୍‌ ଭାଙ୍ଗି ପଡିଛି। କେତେଜଣ ଦୁର୍ବୃତ୍ତ ବିଦ୍ୟୁତ୍‌ ଖୁଣ୍ଟ ମୂଳରେ ଥିବା ନଟ୍‌ ବୋଲ୍ଟ ଖୋଲି ନେଇଯିବା ଦ୍ୱାରା ଏଭଳି ଘଟିଛି।

ବିଲୁପ୍ତି ପଥରେ ଜିଲାର ହସ୍ତତନ୍ତ ସାମଗ୍ରୀ

ବିଲୁପ୍ତି ପଥରେ ଜିଲାର ହସ୍ତତନ୍ତ ସାମଗ୍ରୀ

କେନ୍ଦ୍ରାପଡ଼ା ଅଫିସ୍‌, ୨୯।୮-ଗତ ତିନି ଦଶନ୍ଦି ପୂର୍ବେ ଜିଲାର ୪ ହଜାର ପରିବାର ହସ୍ତତନ୍ତ ମାଧ୍ୟମରେ ରୋଜଗାରକ୍ଷମ ଥିଲେ। କୃଷି ପରେ ଏହି ଜିବିକା କେନ୍ଦ୍ରାପଡ଼ା ଜିଲାର ବହୁ ପରିବାରର ଆର୍ଥିକ କ୍ଷମତାକୁ ସୁଦୃଢ଼ କରାଉଥିଲା। ଏଥିସହିତ ଜିଲାର ସାଂସ୍କୃତିକ ବିଭବକୁ ବାହାରେ ଚିହ୍ନଟ କରାଉଥିଲା।  ଇତିମଧ୍ୟରେ ତନ୍ତର ବ୍ୟବହାର ପ୍ରାୟ ୭୦ ପ୍ରତିଶତ କମିଯାଇଛି। ଜିଲାର କୁଶିଆପାଳ, ଡିହସାହି, ହରିପୁର, କୋରୁଆ, କେତୁଆଗଡ଼ ଆଦି ଗ୍ରାମରେ ମାତ୍ର କେତୋଟି ତନ୍ତ ଦେଖିବାକୁ ମିଳୁଛି। 

ଗୋଷ୍ଠୀ ସଂଘର୍ଷରୁ ୧୪୪ଧାରା ଜାରି ଘଟଣା:ଗୁରୁବାରଠାରୁ ଖୋଲିବ ଦୋକାନ, ବଜାର

ଗୋଷ୍ଠୀ ସଂଘର୍ଷରୁ ୧୪୪ଧାରା ଜାରି ଘଟଣା:ଗୁରୁବାରଠାରୁ ଖୋଲିବ ଦୋକାନ, ବଜାର

କଟକ ଜିଲା ନେମାଳ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଜନୈକା ଗର୍ଭବତୀ ମହିଳାଙ୍କୁ ଆକ୍ରମଣ ଘଟଣାକୁ ନେଇ ସୋମବାର ଉପୁଜିଥିବା ଗୋଷ୍ଠୀ ସଂଘର୍ଷ ଉପୁଜିଥିବାରୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଥିଲା। ଏହାର ସମାଧାନ ପାଇଁ ବୁଧବାର ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଶାନ୍ତି କମିଟି ବୈଠକ ବସିଥିଲା। ଏଥିରେ କଟକ ଉପ ଜିଲାପାଳ, ଗ୍ରାମାଞ୍ଚଳ ଏସ୍‌ପି ଓ ତହସିଲଦାର ଉପସ୍ଥିତ ରହି ଉଭୟ ପକ୍ଷଙ୍କୁ ମିଳାମିଶା କରାଇଥିଲେ। ଶାନ୍ତି ପ୍ରତିଷ୍ଠା ପାଈଁ ଉଭୟ ପକ୍ଷ ସମ୍ମତି ପ୍ରକାଶ କରିବା ସହିତ ମହିଳାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଈଁ ପ୍ରଶାସନକୁ ସହଯୋଗ କରିବେ ବୋଲି ମତ ଦେଇଥିଲେ। 

ବିଜେଡିରେ ମିଶିଲେ ୫୦କଂଗ୍ରେସ ପରିବାର

ବିଜେଡିରେ ମିଶିଲେ ୫୦କଂଗ୍ରେସ ପରିବାର

ଆଳି, ୨୯।୮ (ଡି.ଏନ୍‌.ଏ.)- ଆଳି ବ୍ଲକ ଜୁଆଣିଆ ପଞ୍ଚାୟତର ୫୦ କଂଗ୍ରେସ ପରିବାର ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ଜୁଆଣିଆ ପୂର୍ବତନ ସରପଞ୍ଚ ତାରାକାନ୍ତ ମଲିକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରାଜ୍ୟସଭା ଏମ୍‌ପି ପ୍ରତାପ ଦେବଙ୍କ ବାସଭବନରେ ପହଞ୍ଚି ବିଜେଡ଼ିରେ ସାମିଲ ହୋଇଛନ୍ତି। 

ରାସ୍ତା ମରାମତି ଓ ପୁନରୁଦ୍ଧାର ପାଇଁ ରାସ୍ତାରୋକୋ

ରାସ୍ତା ମରାମତି ଓ ପୁନରୁଦ୍ଧାର ପାଇଁ ରାସ୍ତାରୋକୋ

ବିରିଡ଼ି, ୨୯।୮ (ଡି.ଏନ୍‌.ଏ.)- ବିରିଡ଼ି ବ୍ଲକ ଅଧୀନ ୨୦ଟି ରାସ୍ତାର ମରାମତି ଓ ପୁନରୁଦ୍ଧାର ପାଇଁ ଭାଜପା ପୁରଣ ମଣ୍ଡଳ ପକ୍ଷରୁ ବୁଧବାର କଟକ-ଜଗତ୍‌ସିଂହପୁର ରାସ୍ତାର ବାଲିଆଷ୍ଟୋରଠାରେ ରାସ୍ତାରୋକୋ କରାଯାଇଛି। 

ଆଳି ବ୍ୟାପୁଛି ଡେଙ୍ଗୁ, ସ୍ବାସ୍ଥ୍ୟ ବିଭାଗ ତତ୍ପର

ଆଳି ବ୍ୟାପୁଛି ଡେଙ୍ଗୁ, ସ୍ବାସ୍ଥ୍ୟ ବିଭାଗ ତତ୍ପର

ଆଳି, ୨୯।୮ (ଡି.ଏନ୍‌.ଏ.)- ଆଳି ଅଚଂଳରେ ଡେଙ୍ଗୁ ବ୍ୟାପୁଛି ମାରାତ୍ମକ ଡେଙ୍ଗୁ ରୋଗ। ଦୀର୍ଘ ସପ୍ତାହେ ହେବ ଏକାଧିକ ଲୋକ ହେଙ୍ଗୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପେତପଡ଼ା ପଞ୍ଚାୟତ ଖରଖରି ଗ୍ରାମର ୩ଜଣ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେମାନେଙ୍କ ମଧ୍ୟରୁ ସସ୍ମିତା ପ୍ରଧାନ (୧୯) ଓ ସୁକୁମାରୀ ପ୍ରଧାନ( ୧୮) ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ସଚିଦାନନ୍ଦ ସାମଲ (୪୫) ଏବେ କଟକରେ ଚିକିତ୍ସାଧୀନ ଅଛନ୍ତି। 

ଗୋଷ୍ଠୀ ସଂଘର୍ଷରୁ ୧୪୪ଧାରା ଜାରି ଘଟଣା: ସାଇ ମନ୍ଦିରରେ ଶାନ୍ତି କମିଟି ବୈଠକ

ଗୋଷ୍ଠୀ ସଂଘର୍ଷରୁ ୧୪୪ଧାରା ଜାରି ଘଟଣା: ସାଇ ମନ୍ଦିରରେ ଶାନ୍ତି କମିଟି ବୈଠକ

ନିଶ୍ଚିନ୍ତକୋଇଲି, ୨୯।୮ (ସ୍ବ.ପ୍ର)-କଟକ ଜିଲା ନେମାଳ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଜନୈକା ଗର୍ଭବତୀ ମହିଳାଙ୍କୁ ଆକ୍ରମଣ ଘଟଣାକୁ ନେଇ ସୋମବାର ଉପୁଜିଥିବା ଗୋଷ୍ଠୀ ସଂଘର୍ଷ ଉପୁଜିଥିବାରୁ ଘଟଣାସ୍ଥଳରେ ୧୪୪ଧାରା ଜାରି କରାଯାଇଥିଲା। ତେବେ ଏହାର ପାଇଁ ପ୍ରଶାସନ ଓ ଉଭୟ ଗୋଷ୍ଠୀର ମୁରବିମାନଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଫଳ ସ୍ବରୁପ ବୁଧବାର କେରିଲୋ ସାଇ ମନ୍ଦିରଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକର ଆୟୋଜନ କରାଯାଇଛି। 

ଆଇଡିସି ଖଣି ଶ୍ରମିକଙ୍କୁ ଛଟେଇ ଘଟଣା: କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଆଇଡିସି ଖଣି ଶ୍ରମିକଙ୍କୁ ଛଟେଇ ଘଟଣା: କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

କାଳିଆପାଣୀ, ୨୯।୮(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂସ ପଞ୍ଚାୟତରେ କାର୍ଯ୍ୟକରୁଥିବା ଆଇଡିସି ଖଣିର ଶ୍ରମିକ, କର୍ମଚାରୀଙ୍କୁ ଛଟେଇ ନେଇ ନୋଟିସ ଦିଆଯାଇଛି।

ଟ୍ରକ୍‌କୁ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭର ମୃତ

ଟ୍ରକ୍‌କୁ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭର ମୃତ

ଯାଜପୁର ଅଫିସ, ୧୯।୮: ଯାଜପୁର ଜିଲା ପାଣିକୋଇଲି-ରାଜାମୁଣ୍ଡା ୨୦ ନଂ. ଜାତୀୟ ରାଜପଥର ଆଲିଆ ପେଟ୍ରୋଲପମ୍ପ ନିକଟରେ ବୁଧବାର ସକାଳେ ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ପଛରୁ ଧକ୍କା ଦେଇଛି। 

ବେଆଇନ ମଦ ବିକ୍ରିକୁ ବିରୋଧ: ଦଳିତ ମହିଳାଙ୍କ ରାସ୍ତା ଅବରୋଧ

ବେଆଇନ ମଦ ବିକ୍ରିକୁ ବିରୋଧ: ଦଳିତ ମହିଳାଙ୍କ ରାସ୍ତା ଅବରୋଧ

ବେଗୁନିଆ, ୨୯।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଗେଡିଆପଲି ବଜାର ନିକଟରେ ବହୁ ଦିନଧରି ବେଆଇନ ଭାବେ ମଦ ବିକ୍ରି ହୋଇ ଆସୁଛି। 

ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ

ବିଞ୍ଝାରପୁର, ୨୯ା୮(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ପ୍ରଶାସନ ମଙ୍ଗଳବାର ଅରେଇ ପଞ୍ଚାୟତ କାର୍ଯ୍ୟାଳୟରେ ଚଢାଉ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ସହ ପ୍ରକଳ୍ପଗୁଡିକୁ ବୁଲିଦେଖିଛନ୍ତି। ଅରେଇ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ା ଅଭିଯୋଗକୁ ଭିତ୍ତି କରି ଜିଲାପ୍ରଶାସନ ପକ୍ଷରୁ ତଦନ୍ତ ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଡିଓ ଦାମୋଦର ଖଣ୍ଟିିଆ, ପଞ୍ଚାୟତ ଅଧିକାରୀ ସତ୍ୟ ରଞ୍ଜନ ମିଶ୍ର, ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ସାମଲ, କନିଷ୍ଠଯନ୍ତ୍ରୀ ପ୍ରଶାନ୍ତ ଘଡେଇ, ଅତିରିକ୍ତ ବିଡିଓ ଜ୍ଞାନେନ୍ଦ୍ର ଲେଙ୍କା ପ୍ରମୁଖ ଏହି ଯାଞ୍ଚବେଳେ ଉପସ୍ଥିତ ଥିଲେ ା 

ବିଧାୟିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବିଧାୟିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବିଞ୍ଝାରପୁର, ୨୯ା୮(ଡି.ଏନ୍‌.ଏ)-  ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ୨୦୧୪ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ବିଧାୟିକାଭାବେ ପଣ୍ଡିତ ନୀଳକଣ୍ଠ ସମ୍ମାନରେ ସମ୍ମାନିତ କରିଛନ୍ତି। ଏ ନେଇ ବିଧାୟିକାଙ୍କୁ ବ୍ଲକର ବିଭିନ୍ନ ମହଲରୁ ସ୍ବାଗତ ଓ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଯାଇଛି। ଏ ନେଇ ମଙ୍ଗଳବାର ତାଉଁତରା, ମଇଁନ୍ଦା, ବିଞ୍ଝାରପୁର ଓ ମଁାସଡାଠାରେ ଦଳୀୟ ନେତା ଓ କର୍ମୀମାନେ ମଲ୍ଲିକଙ୍କୁ ସ୍ବାଗତ କରିବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ତାଉଁତରାଠାରେ ଯୁବ ବିଜେଡି ସଭାପତି କାମଦେବ ଧଳଙ୍କ ନେତୃତ୍ୱରେ, ବିଞ୍ଝାରପୁରଠାରେ ଯୁବ ବିଜେଡି ସମ୍ପାଦକ ସୁଖରଞ୍ଜନ ପରିଡା, ମଁାସଡା ଗ୍ରାମ ବ୍ଲକଛକଠାରେ ସରପଞ୍ଚ ରାମଚନ୍ଦ୍ର ବେହେରାଙ୍କ ନେତ୍‌ୃତ୍ୱରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ା

ସସ୍ମିତା ମୃତ୍ୟୁ ମାମଲା:ପରିବାର ଲୋକଙ୍କୁ ଭେଟିଲା ମହିଳା,କିନ୍ନର ସଙ୍ଘ

ସସ୍ମିତା ମୃତ୍ୟୁ ମାମଲା:ପରିବାର ଲୋକଙ୍କୁ ଭେଟିଲା ମହିଳା,କିନ୍ନର ସଙ୍ଘ

ସୁକିନ୍ଦା, ୨୯ା୮(ଡି.ଏନ୍‌.ଏ.)- ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସସ୍ମିତା ନାୟକଙ୍କୁ କୋରେଇ ଥାନା ଅନ୍ତର୍ଗତ କୋରାବନ୍ଦୀ ଗ୍ରାମସ୍ଥିତ ଶ୍ୱଶୁର ଘର ଲୋକ ଗତ ୧୩ରେ ପୋଡି ମାରିଦେଇଥିବା ଅଭିଯୋଗ ହୋଇଥିଲା ା ଘଟଣାରେ ସସ୍ମିତାଙ୍କ ସ୍ବାମୀ ସାନ୍ତନୁ ସାମଲ ଏବଂ ଶ୍ୱଶୁର ଚନ୍ଦ୍ରମଣି ସାମଲ ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ଏହି ଘଟଣାପରେ ଆଜି ଯାଜପୁର ଜିଲ୍ଲା କିନ୍ନର ସଙ୍ଘ ସଭାପତି କାଜଲ ଏବଂ ମଙ୍ଗଳପୁର ମହିଳା ସଙ୍ଘ କର୍ମକର୍ତ୍ତା ମୃତ ସସ୍ମିତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଜଣାଇଛନ୍ତି।

 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ:ସେବାଶ୍ରମରେ ଜିଲା ପ୍ରଶାସନ ପକ୍ଷରୁ ଚଢାଉ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ:ସେବାଶ୍ରମରେ ଜିଲା ପ୍ରଶାସନ ପକ୍ଷରୁ ଚଢାଉ

ବିଞ୍ଝାରପୁର, ୨୯ା୮(ଡି.ଏନ୍‌.ଏ.)- ଉତ୍ତର ପ୍ରଦେଶ ଓ ବିହାରରେ ଥିବା ବିଭିନ୍ନ ସେବାଶ୍ରମରେ ଯୌନ ନିର୍ଯାତନା ଘଟଣାରେ ସୁପ୍ରିମକୋର୍ଟ ସେବାଶ୍ରମଗୁଡିକର ଯାଞ୍ଚ ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମଙ୍ଗଳବାର ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଜିଲାରେ ଥିବା ବିଭିନ୍ନ ସେବାଶ୍ରମଗୁଡିକରେ ଚଢାଉ କରାଯାଇଛି। ପ୍ରଥମେ ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତ ନୂଆଗାଁରେ ଥିବା ବଳଦେବ ଜୀଉ ସେବାଶ୍ରମରେ ଚଢାଉ କରାଯାଇଥିଲା। ସେଠାରେ ରହିଥିବା ୫୪ ଜଣ ଶିଶୁ ଓ ଅନ୍ୟାନ୍ୟ ଅସହାୟ ବାଳିକା ଓ ବାଳକଙ୍କୁ ଆଶ୍ରମର ବ୍ୟବସ୍ଥା ସମ୍ବନ୍ଧରେ ପଚାରିବୁଝିବା ସହ ଆଶ୍ରମର ପରିବେଶ ଯାଞ୍ଚ କରାଯାଇଥିଲା।

ମଦ ଜବତ, ଜଣେ ଗିରଫ

 ଧର୍ମଶାଳା, ୨୯ା୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାଠାରେ ଚୋରାମଦ ନେଇ ଯାଉଥିବା ଜଣେ ବ୍ୟବସାୟୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ସାଲେପୁର ଗ୍ରମାର ଦୁର୍ଯ୍ୟୋଧନ ନାୟକ । ଦୁର୍ଯ୍ୟୋଧନ ଜାରକାରୁ ବେଆଇନଭାବେ ବିଦେଶୀ ମଦ ନେଇଯାଉଥିବାବେଳେ ପୋଲିିସ ତାଙ୍କୁ ଜାରକାଠାରେ ଗିରଫ କରିବା ସହ ୨୫ ବୋତଲ ମଦ ଜବତ କରିଥିଲା। ଏ ନେଇ ଏକ ମାମଲା (୩୩୯/୧୮) ରୁଜୁ କରି ଦୁର୍ଯ୍ୟୋଧନଙ୍କୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିବା ପୋଲିସ କହିଛି। 

ଶିକ୍ଷୟିତ୍ରୀଙ୍କ ଅମତ୍ହତ୍ୟା

 ଧର୍ମଶାଳା, ୨୯ା୮ (ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ଶାନ୍ତି ବଜାରଠାରେ ରହୁଥିବା ଜଣେ ଶିକ୍ଷୟିତ୍ରୀ ମଙ୍ଗଳବାର ସକାଳେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଶିକ୍ଷୟିତ୍ରୀ ଜଣଙ୍କ ସରୋଜିନୀ ଦାସ ା ସେ ଅଚ୍ୟୁତପୁରସ୍ଥିତ ଦାମୋଦର ହାଇସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ଏନେଇ ଧର୍ମଶାଳା ପୋଲିସ ଏକ ଅପମୃତ୍ୟୁ ମାମଲା (୨୬/୧୮)  ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ କହିଛନ୍ତି। ସରୋଜିନୀ ମାନସିିକ ରୋଗୀ ହୋଇଥିବାରୁ ଏପରି କରିଥିବା ପରିବାର ଲୋକେ କହିିଛନ୍ତି। 

ଭାଙ୍ଗିପଡିଲା ହାଇମାଷ୍ଟ ଲାଇଟ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ କାର ଚାଳକ

ଭାଙ୍ଗିପଡିଲା ହାଇମାଷ୍ଟ ଲାଇଟ୍‌ ଖୁଣ୍ଟ: ଅଳ୍ପକେ ବର୍ତ୍ତିଲେ କାର ଚାଳକ

ପାରାଦୀପ,୨୯ା୮(ସ୍ବ.ପ୍ର): ପାରାଦୀପ ପୌର ପାଳିକା ପକ୍ଷରୁ ସ୍ଥାନୀୟ ହନୁମାନ ମନ୍ଦିର ପାଖରେ ଗତବର୍ଷ ଲଗାଯାଇଥିବା ହାଇମାଷ୍ଟ ଲାଇଟ୍‌ ଖୁଣ୍ଟଟି ମଙ୍ଗଳବାର ସନ୍ଧ୍ୟାରେ ହଠାତ୍‌ ଭାଙ୍ଗି ପଡିଛି। କେତେଜଣ ଦୁର୍ବୃତ୍ତ ବିଦ୍ୟୁତ୍‌ ଖୁଣ୍ଟ ମୂଳରେ ଥିବା ନଟ୍‌ ବୋଲ୍ଟ ଖୋଲି ନେଇଯିବା ଦ୍ୱାରା ଏଭଳି ଘଟିଛି। ୧୭ ମିଟର ଉଚ୍ଚତା ବିଶିଷ୍ଟ ଏହି ଖୁଣ୍ଟ ମୂଳ ଭାଙ୍ଗି ଏକ କାର ଉପରେ ପଡିଥିଲା। ସୌଭାଗ୍ୟବସତଃ କାରରେ ଥିବା ଚାଳକ ଓ ଅନ୍ୟ ୨ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖୁଣ୍ଟ ପଡିବାବେଳେ ପ୍ରଥମେ ମନ୍ଦିର ପାଚେରି ଓ ପାଖରେ ଥିବା ଗଛରେ ବାଡେଇ ହେବାରୁ ସେମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ପରେ କ୍ରେନ୍‌ ସାହାଯ୍ୟରେ ଖୁଣ୍ଟକୁ ଅପସାରଣ କରାଯାଇଛି। ପ୍ରାୟ ୫ଲକ୍ଷ ଟଙ୍କାର ଏହି ଲାଇଟ୍‌ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। 

ଥାନାରୁ ଚମ୍ପଟ ଯୁବକଙ୍କ ମୃତ୍ୟୁ ଘଟଣା:ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ଗିରଫ ଦାବି

ମହାକାଳପଡା,୨୯।୮(ଡି.ଏନ୍‌.ଏ.)- ମହାକାଳପଡା ଥାନା ହାଜତରୁ ଫେରାର ହେବାପରେ ରବିବାର ସନ୍ଦେହଜନକ ଅବସ୍ଥାରେ ଅବିନାଶ ପାଇଟାଳ(୨୩) ଓରଫ ମୂଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଅପରପକ୍ଷେ  ଚୋରି ଅଭିଯୋଗରେ ମୂଷାଙ୍କୁ ପୋଲିସ ଥାନା ହାଜତରେ ପିଟିପିଟି ମାରି ଦେଇଥିତ୍ବା ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମହାକାଳପଡା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କୁ ତୁରନ୍ତ ଗିରଫ କରିବା ପାଇଁ   ମହାକାଳପଡା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପିସିସି ସଭ୍ୟ ଉମାକାନ୍ତ ନାୟକ ସୋମବାର ଦାବି କରିଛନ୍ତି।

ହାଜତରୁ ଫେରାର ଯୁବକଙ୍କ ମୃତ୍ୟୁ ଘଟଣା:ପୋଲିସ ବିରୋଧରେ ତେଜୁଛି ଜନ ଅସନ୍ତୋଷ

କେନ୍ଦ୍ରାପଡ଼ା ଅଫିସ୍‌, ୨୯।୮:ମହାକାଳପଡ଼ା ଥାନା ହାଜତରୁ ଶନିବାର ରାତିରେ ଫେରାର ହୋଇ ଯାଇଥିବା ଅବିନାଶ ପାଇଟାଳ(୨୩) ନାମକ ଜନୈକ ଯୁବକଙ୍କ ଝୁଲନ୍ତା ମୃତଦେହ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରୁ ଗତ ରବିବାର ଉଦ୍ଧାର କରାଯାଇଥିଲା। ପୋଲିସ ମାଡ଼ରେ ଅବିନାଶଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ଏ ନେଇ ଧୀରେଧୀରେ ଜନ ଅସନ୍ତୋଷ ତେଜୁଛି। ଯୁବ ଗୋଷ୍ଠୀ, ରାଜନୈତିକ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ବହୁ ସାମାଜିକ ଅନୁଷ୍ଠାନ ଏହା ବିରୋଧରେ ସ୍ବର ଉଠାଉଛନ୍ତି। ଏହି ଘଟଣାରେ ଥାନାଧିକାରୀ ଶ୍ୟାମଘନ ବେହେରାଙ୍କ ନିଲମ୍ବନ ସତ୍ତ୍ୱେ ଏଭଳି ବର୍ବରୋଚିତ କାଣ୍ଡରେ ସମ୍ପୃକ୍ତ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ନିଲମ୍ବିତ ଥନାଧିକାରୀଙ୍କୁ ଗିରଫ ପାଇଁ ବିଭିନ୍ନ ଅନୁଷ୍ଠାନ ଦାବି କରିଛନ୍ତି।