ଉପକୂଳ ଓଡିଶା

ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ବସନ୍ତ ପଞ୍ଚମୀ ନୀତି

ଓଡ଼ଗାଁ,୧୧ା୨ (ସ୍ବ.ପ୍ର.)- ଓଡ଼ଗାଁ ବ୍ଲକ ରଘୁନାଥ ଜୀଉଙ୍କ ମନ୍ଦିରରେ ମାଘ ଶୁକ୍ଳ ପଞ୍ଚମୀ ଅବସରରେ ବସନ୍ତ ପଞ୍ଚମୀ ନୀତି ପାଳିତ ହୋଇଯାଇଛି। ଖେଚୁଡ଼ି ଧୂପ ପରେ ୧୨ ଘଟିକା ସମୟରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପାଇଁ ବିଜେ ପରଭାରେ ପାଟପତନୀ ଲାଗି ଓ ରତ୍ନବେଦୀରେ ବିଜେ ଆଳତି ହୋଇଥିଲା। 

ବାଲୁଗାଁ ପଞ୍ଚାୟତରେ ବ୍ୟାପୁଛି ଜଣ୍ଡିସ୍‌ :୭ଦିନ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବାଲୁଗାଁ ପଞ୍ଚାୟତରେ ବ୍ୟାପୁଛି ଜଣ୍ଡିସ୍‌ :୭ଦିନ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୟାଗଡ଼ ଅଫିସ,୧୧ା୨- ନୟାଗଡ଼ ଜିଲା ସଦର ବ୍ଲକ ବାଲୁଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଣ୍ଡିସ୍‌ ରୋଗ ବ୍ୟାପିବାରେ ଲାଗିଛି। ୭ଦିନ ମଧ୍ୟରେ ବାଲୁଗାଁର ଗଡ଼ଭିତର ସାହି, ବଣିଆ ସାହି ଓ କ୍ଲବ ସାହିରେ ୪୦ରୁ ଊର୍ଦ୍ଧ୍ୱ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଆଶା କର୍ମୀ ପ୍ରଭାତୀ ପଣ୍ଡାଙ୍କ ଝିଅ ବର୍ଷାରାଣୀ ଦାସ ଓ ଅଙ୍ଗନୱାଡ଼ି କର୍ମୀଙ୍କ ସ୍ବାମୀ ଦୀନବନ୍ଧୁ ନାୟକ ଅଛନ୍ତି। ପାନୀୟଜଳ ରୋଗ ବ୍ୟାପିବାର ପ୍ରମୁଖ କାରଣ ବୋଲି ଜଣାପଡିଛି। 

ରଣପୁରରେ ସରସ୍ବତୀ ପୂଜା

ରଣପୁରରେ ସରସ୍ବତୀ ପୂଜା

ରଣପୁର,୧୧ା୨ (ସ୍ବ.ପ୍ର.)-ବସନ୍ତ ପଞ୍ଚମୀ ଅବସରରେ ରଣପୁର ଏବଂ ଏହାର ଆଖପାଖ, ଗୋପାଳପୁର, ସୁନାଖଳା, ଚାନ୍ଦପୁର, ଦର୍ପନାରାୟଣପୁର ଅଞ୍ଚଳରେ ବିଦ୍ୟାଦାତ୍ରୀ ମା’ସରସ୍ବତୀଙ୍କ ପୂଜା ମହାସମାରୋହ ମଧ୍ୟରେ ପାଳିତ ହୋଇଯାଇଛି ା

   ନୀଳମାଧବ ଜୀଉଙ୍କ ଜାମାଲାଗି ବେଶ

ନୀଳମାଧବ ଜୀଉଙ୍କ ଜାମାଲାଗି ବେଶ

ଖଣ୍ଡପଡ଼ା,୧୧ା୨(ସ୍ବ.ପ୍ର.)-ପବିତ୍ର ବସନ୍ତ ପଞ୍ଚମୀ ତିଥି ତଥା ରବିବାରଠାରୁ ବସନ୍ତ ମହୋତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ କଣ୍ଟିଲୋ ଶ୍ରୀ ନୀଳମାଧବଜୀଉଙ୍କ ଜାମାଲାଗି ବେଶ ଅନୁଷ୍ଠିତ ହେଉଛି।

ଦିବ୍ୟାଙ୍ଗ ସମାନତା ଓ ସଶକ୍ତିକରଣ ଅଭିଯାନ:୧୫୦ ବିଦ୍ୟାଳୟ ସାମିଲ

ଦିବ୍ୟାଙ୍ଗ ସମାନତା ଓ ସଶକ୍ତିକରଣ ଅଭିଯାନ:୧୫୦ ବିଦ୍ୟାଳୟ ସାମିଲ

ବୋଲଗଡ଼,୧୧ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ସାଗରଗଁା ସ୍ଥିତ ଅଲ୍‌ଟ୍ରା ଅନୁଷ୍ଠାନର ଦିବ୍ୟାଙ୍ଗ ବିଦ୍ୟାଳୟଠାରେ ଶନିବାର ଦିବ୍ୟାଙ୍ଗ ସମାନତା, ସଂରକ୍ଷଣ ଓ ସଶକ୍ତିକରଣ ଅଭିଯାନ ଆରମ୍ଭ ହୋଇଯାଇଛି।

ପଥପ୍ରାନ୍ତ ନାଟକ ‘ସିଧାକଥା’ ମଞ୍ଚସ୍ଥ

ପଥପ୍ରାନ୍ତ ନାଟକ ‘ସିଧାକଥା’ ମଞ୍ଚସ୍ଥ

କୃଷ୍ଣପ୍ରସାଦ,୧୧ା୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ମାଲୁଦରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ଲୋକାଭିମୁଖି କରିବା ପାଇଁ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଛି ା 

ଅଗ୍ନିକାଣ୍ଡରେ ୩୦ ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୩୦ ବଖରା ଜଳିଗଲା

ଆଳି,୧୦। ୨(ଡି.ଏନ୍‌.ଏ)-ଆଳି ବ୍ଲକ ପଦିନପାଳ ପଞ୍ଚାୟତ ଅନ୍ତର୍ଗତ  ଦଇତାରୀପୁରରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ  ହରିଜନସାହି ବସ୍ତିର ୩୦ରୁ ଊର୍ଦ୍ଧ୍ୱ ବଖରା  ଜଳିଯାଇିଛି। ଗ୍ରାମ ଚାରିପଟେ ନଦୀ ଥିବାରୁ ଅଗ୍ନିଶମସେବା ସଂସ୍ଥା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ପାରିନାହାନ୍ତି। ସେମାନେ ନଦୀର ଅପରପାଶର୍‌ବରେ ଅଟକି ରହିଛନ୍ତି।  ଗ୍ରାମବାସୀ ନଦୀରୁ ପାଣିଆଣି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। 

ବେଉସା ପ୍ରତି ମୁହଁ ଫେରାଇଲେଣି କମାର

ବେଉସା ପ୍ରତି ମୁହଁ ଫେରାଇଲେଣି କମାର

ଖଣ୍ଡପଡା,୧୦।୨(ସ୍ବ.ପ୍ର.)-ଗଁା ଗଣ୍ଡାରେ କମାରଶାଳ ପ୍ରାୟତଃ ଦେଖିବାକୁ ମିଳୁନାହିଁ ା ତତଲା ଲୁହାକୁ ହାତୁଡ଼ିରେ ବାଡେଇ ବିଭିନ୍ନ ଉପକରଣର ସ୍ବରୂପ ଦେଉଥିବା କମାରଙ୍କ ହାତୁଡ଼ି ପିଟା ଶବ୍ଦ ଆଉ ଶୁଣିବାକୁ ମିଳୁନି । 

ଖଣ୍ଡପଡ଼ା ବନବିଭାଗ ପକ୍ଷରୁ ପକ୍ଷୀଗଣନା: ବିଭିନ୍ନ ପ୍ରଜାତିର ୩୨୫୨ପକ୍ଷୀ ଚିହ୍ନଟ

ଖଣ୍ଡପଡ଼ା ବନବିଭାଗ ପକ୍ଷରୁ ପକ୍ଷୀଗଣନା: ବିଭିନ୍ନ ପ୍ରଜାତିର ୩୨୫୨ପକ୍ଷୀ ଚିହ୍ନଟ

ଖଣ୍ଡପଡା,୧୦।୨(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚଳିତବର୍ଷ ପକ୍ଷୀଗଣନା କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ ପ୍ରଜାତିର ୩୨୫୨ ପକ୍ଷୀ ଆସିଥିବା ଜଣାଯାଇଛି। 

ବ୍ୟବସାୟୀଙ୍କୁ ବନ୍ଧୁକରେ  ପିଟି ସୁନା ଅଳଙ୍କାର ଲୁଟ୍‌

ବ୍ୟବସାୟୀଙ୍କୁ ବନ୍ଧୁକରେ ପିଟି ସୁନା ଅଳଙ୍କାର ଲୁଟ୍‌

ଖଣ୍ଡପଡା,୧୦ା୨(ସ୍ବ.ପ୍ର.)-ନୟାଗଡ ଜିଲା କଣ୍ଟିଲୋ ଫାଣ୍ଡି ଅଞ୍ଚଳରେ ଶନିବାର ରାତି ପ୍ରାୟ ୮ଟାରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୪୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ମୁଣ୍ଡକୁ ବନ୍ଧୁକରେ ବାଡେଇ ଅଳଙ୍କାର ଲୁଟ୍‌ କରିବା ସହ ତାଙ୍କ ଠାରୁ ସ୍କୁଟି ଛଡାଇ ନେଇଥିବା ଅଭିଯୋଗ ହୋଇଛି। 

ମେଡ଼ିକାଲ ପରିସରରୁ ହଟିଲା ଅଟୋ

ମେଡ଼ିକାଲ ପରିସରରୁ ହଟିଲା ଅଟୋ

ନୟାଗଡ଼ ଅଫିସ,୧୦ା୨-  ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ପାଲଟିଛି ପାର୍କିଂ ସ୍ଥଳ। ଏଠାରେ ବିଶେଷ କରି ଅଟୋ ଓ ଘରୋଇ ଆମ୍ବୁଲାନ୍ସ ପାର୍କିଂ କରାଯାଉଥିବାରୁ ରୋଗୀଠାରୁ ଆରମ୍ଭ କରି ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। 

ଦୁର୍ଦ୍ଦିନରେ ମା’ବାପା ଛେଉଣ୍ଡ ୬ ଭଉଣୀଭାଇ

ଦୁର୍ଦ୍ଦିନରେ ମା’ବାପା ଛେଉଣ୍ଡ ୬ ଭଉଣୀଭାଇ

କୃଷ୍ଣପ୍ରସାଦ,୧୦ା୨ (ଡି.ଏନ.ଏ.)- ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମା’ବାପା ଛେଉଣ୍ଡ ୬ ଭଉଣୀଭାଇ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ରହିବା ପାଇଁ ଘର ନାହିଁ କି ଚାଷବାସ ପାଇଁ ଜମି ନାହିଁ। ଏକ ଭଡାଘର ହିଁ ଏମାନଙ୍କ ଭରସା। 

ରାଜ୍ୟସ୍ତରୀୟ ମହାବୀର କପ୍‌ କ୍ରିକେଟ ଟୁର୍ନାମେଣ୍ଟ:କେସିସି ଟାଇଟଲ ବିଜୟୀ

ରାଜ୍ୟସ୍ତରୀୟ ମହାବୀର କପ୍‌ କ୍ରିକେଟ ଟୁର୍ନାମେଣ୍ଟ:କେସିସି ଟାଇଟଲ ବିଜୟୀ

ଗଣିଆ,୯।୨(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକର ଗଣିଆସ୍ଥିତ ମହାବୀର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୧୩ତମ ମହାବୀର କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଗ୍ରାଣ୍ଡ ଫାଇନାଲ ମ୍ୟାଚ୍‌ ଶନିବାର ଉଦ୍‌ଯାପିତ ହୋଇଯାଇଛି ା 

ବୁଦା ମୂଳେ ଫିଙ୍ଗା ହୋଇଛି ସରକାରୀ ଔଷଧ

ବୁଦା ମୂଳେ ଫିଙ୍ଗା ହୋଇଛି ସରକାରୀ ଔଷଧ

ମହାକାଳପଡ଼ା,୯।୨(ଡିଏନଏ)- ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧର ମଧ୍ୟସ୍ଥଳ ଏକ ବୁଦା ମୂଳେ କିଛି ସରକାରୀ ଔଷଧ ଯଥା ଆଇରନ୍‌ ଫୋଲିକ୍‌ ଏସିଡ୍‌ ବଟିକା ଓ କିଛି ତରଳ ଔଷଧ ଫୋପଡ଼ା ହୋଇଥିବା ଦେଖିବାକୁ ମିଳିଛି। 

ସରସ୍ବତୀ ପୂଜା ପାଇଁ ମୂର୍ତ୍ତିରେ ଶିଳ୍ପୀଙ୍କ ଶେଷ ସ୍ପର୍ଶ

ସରସ୍ବତୀ ପୂଜା ପାଇଁ ମୂର୍ତ୍ତିରେ ଶିଳ୍ପୀଙ୍କ ଶେଷ ସ୍ପର୍ଶ

ପାଟକୁରା,୯।୨(ଡିଏନଏ)- ରବିବାର ବିଦ୍ୟାଦେବୀ ମା’ ସରସ୍ବତୀଙ୍କ ପୂଜା ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ବିଭିନ୍ନ ସ୍ଥାନରେ ମା’ଙ୍କ ପୂଜା ପାଇଁ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଶେଷ ହୋଇଛି। ରବିବାର ଶିଳ୍ପୀମାନେ ମୂର୍ତ୍ତିଗୁଡ଼ିକରେ ଶେଷ ସ୍ପର୍ଶ ଦେଇଛନ୍ତି।

୧ କୋଟି ଠକେଇ ଅଭିଯୋଗ: ବ୍ୟବସାୟୀ ଗିରଫ

୧ କୋଟି ଠକେଇ ଅଭିଯୋଗ: ବ୍ୟବସାୟୀ ଗିରଫ

ବାଣପୁର,୯।୨(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ବ୍ୟବସାୟୀ ଦେବରାଜ ସୁବୁଦ୍ଧିଙ୍କୁ  ଏକ କୋଟି ଟଙ୍କା ଠକେଇ  ଅଭିଯୋଗରେ ଶନିବାର ଇଓଡବ୍ଲୁ  ପକ୍ଷରୁ ଗିରଫ କରାଯାଇଛି। 

୨ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

୨ ସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ନାଉଗାଁ,୯।୨(ସ୍ବ.ପ୍ର)- ନାଉଗାଁ ବ୍ଳକ ଅନ୍ତର୍ଗତ ମୁଗେଇସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଓ କାଳିଦାସ ଉପ୍ରା ବିଦ୍ୟାଳୟ ବାର୍ଷୀକ କ୍ରୀଡା ଉସତ୍ବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

କେନାଲ ପାର୍ଶ୍ୱରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

କେନାଲ ପାର୍ଶ୍ୱରୁ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଚଣ୍ଡିଖୋଲ,୯।୨(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ହାଇଲେବୁଲ୍‌ କେନାଲ ପାର୍ଶ୍ୱରୁ ଶନିବାର ସକାଳେ ଏକ ମୃତଦେହ ପୋଲିସ ଉଦ୍ଧାର କରିଛି। 

ବାର୍‌ହା ମାଂସ ଜବତ, ୪ ଗିରଫ

ବାର୍‌ହା ମାଂସ ଜବତ, ୪ ଗିରଫ

ଓଡ଼ଗାଁ,୯।୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାଣ୍ଠପୁର ଗ୍ରାମ ନିକଟରୁ ବନ ବିଭାଗ କର୍ମଚାରୀ ଶୁକ୍ରବାର ସନ୍ଧ୍ୟାରେ  ପ୍ରାୟ ୧୦ କେ.ଜି. ବାର୍‌ହା ମାଂସ ଜବତ କରିଛନ୍ତି। 

ଓଡ଼ିଶା ପାଇଁ ଗୌରବ: ପଥର କଟାଳିଙ୍କ ପୁଅଙ୍କ ସଫଳତା, ନାଶାର ବୈଜ୍ଞାନିକ ଭାବେ ଯୋଗଦେବେ

ଓଡ଼ିଶା ପାଇଁ ଗୌରବ: ପଥର କଟାଳିଙ୍କ ପୁଅଙ୍କ ସଫଳତା, ନାଶାର ବୈଜ୍ଞାନିକ ଭାବେ ଯୋଗଦେବେ

ଜେନାପୁର,୯।୨(ଡିଏନଏ)- ଦୃଢ ସଂକଳ୍ପ, ସ୍ଥିର ଲକ୍ଷ୍ୟ ଓ ନିରନ୍ତର ପ୍ରଚେଷ୍ଟା ଜାରି ରହିଲେ ଅସାଧ୍ୟ ବି ସାଧିତ ହୋଇଥାଏ। ଦାରିଦ୍ର୍ୟର କଷାଘାତ ମୁଖ୍ୟ ପ୍ରତିବନ୍ଧକ ହୋଇଥିଲେ ବି ତାହାକୁ ଆଦୌ ଖାତିର ନ କରି ବହୁ କଷ୍ଟରେ ଜଣେ ଆଗକୁ ବଢିପାରେ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଯାଜପୁର ଜିଲା ଧର୍ମଶାଳା ବ୍ଲକ ରାଇଛନ୍ଦା (କମାରସାହି) ଗ୍ରାମର ହେମନ୍ତ ଓଝା (୨୫)। 

ଭାଜପାର କର୍ମୀ ସମ୍ମିଳନୀ

ଭାଜପାର କର୍ମୀ ସମ୍ମିଳନୀ

ବୋଲଗଡ଼,୯।୨(ଡି.ଏନ.ଏ.)-ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବୋଲଗଡ଼ ବ୍ଲକ କଳାଙ୍ଗ ପଞ୍ଚାୟତସ୍ଥିତ ମାଳିସାହି ତିନିଦୋଳ ପଡିଆରେ ଶୁକ୍ରବାର ଭାଜପା ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ସଚେତନତା ଶୋଭାଯାତ୍ରା, ପଥପ୍ରାନ୍ତ ନାଟକ ପରିବେଷଣ

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ସଚେତନତା ଶୋଭାଯାତ୍ରା, ପଥପ୍ରାନ୍ତ ନାଟକ ପରିବେଷଣ

ଟାଙ୍ଗୀ(ଖୋର୍ଦ୍ଧା),୯।୨(ଡି.ଏନ.ଏ.)-ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଟାଙ୍ଗୀ ବ୍ଲକ ଖବରଦାତା ସଂଘର ମିଳିତ ସହଯୋଗକ୍ରମେ ଟାଙ୍ଗୀରେ ଶୁକ୍ରବାର ପୂର୍ବାହ୍ନରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । 

ଆମ୍ବ ଗଛରେ ପିଟିହେଲା ଟ୍ରକ୍‌ : ଜଣେ ମୃତ

ଆମ୍ବ ଗଛରେ ପିଟିହେଲା ଟ୍ରକ୍‌ : ଜଣେ ମୃତ

ଗଣିଆ,୮।୨(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ନିକଟ ଗଣିଆ-ଦଶପଲ୍ଲା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଏକ  ଆମ୍ବ ଗଛରେ ଗୁରବାର ମଧ୍ୟ ରାତ୍ରରେ ଏକ ହାଇଓ୍ବା ଟ୍ରକ ପିଟି  ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । 

ବଲୁରିଆ ଗ୍ରାମରେ ବଧୁ ହତ୍ୟା ଅଭିଯୋଗ

ବଲୁରିଆ ଗ୍ରାମରେ ବଧୁ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ,୮।୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଲୁରିଆ ଗ୍ରାମରେ ପାରିବାରିକ କଳହରୁ ବଧୁ ହତ୍ୟା ଅଭିଯୋଗ ହୋଇଛି। ସେ ହେଲେ ଗୀତାଞ୍ଜଳି ଜେନା।