ଉପକୂଳ ଓଡିଶା

ମରାମତି ନାମରେ ୭କୋଟି ହରିଲୁଟ୍‌ ଯୋଜନା

ମରାମତି ନାମରେ ୭କୋଟି ହରିଲୁଟ୍‌ ଯୋଜନା

ବିଞ୍ଝାରପୁର,୯।୩(ଡି.ଏନ.ଏ) ବିଞ୍ଝାରପୁର ବ୍ଲକରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଫିଟିବାରେ ଲାଗିଛି। ପୂର୍ବରୁ ଜଳସମ୍ପଦ ବିଭାଗ ଅଧିନରେ ଜରୀ ଗାଇଡ ବନ୍ଧ ଓ ନାଉବାଙ୍କଠାରୁ ଗହିରାପାଳ ପର୍ଯ୍ୟନ୍ତ ହୋଇଥିବା ନଦୀବନ୍ଧ ସୁଦୃଢୀକରଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ ହୋଇଥିଲା। ମାତ୍ର ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆ ଯାଇ ନ ଥିଲା। ଏବେ ଜଳସମ୍ପଦ ବିଭାଗରେ ଆଉ ଏକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି। ଯାଜପୁର ଜଳସମ୍ପଦ ବିଭାଗ ଅଧିନରେ ନିର୍ମାଣ ହେଉଥିବା ନଂ ୨ ମୁଖ୍ୟ କେନାଲ ମରାମତି ନାମରେ ୭କୋଟି ଟଙ୍କା ହରିଲୁଟ ଉଦ୍ୟମ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଚଢ଼ାଉ ସତ୍ତ୍ୱେ କମୁନି କାରବାର

କାଳିଆପାଣି,୯।୩(ଡିଏନଏ)- ଯାଜପୁର ଜିଲା ଖଣି ଅଞ୍ଚଳ ଭାବେ ପରିଚିତ କାଳିଆପାଣି ଅଞ୍ଚଳରେ ଖୁଲମଖୁଲା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଚାଛପାରେ ମଧ୍ୟ ବହୁଳ ଭାବେ ନକଲି ବିଦେଶୀ ଓ ଦେଶୀ ମଦ ବିକ୍ରି ହେଉଥିବା ଜଣାପଡ଼ିଛି। କାଳିଆପାଣି ଅଞ୍ଚଳର କେବଳ ଚିରୁଗୁଣିଆଠାରେ ସରକାରୀ ସ୍ବୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲିବାକୁ ଆଦେଶପତ୍ର ମିଳିଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ହାତବାରିସି କରି ବେନିୟମ ଭାବେ ଭୀମଟାଙ୍ଗର ଓ ଫାକର ଗେଟ ନିକଟରେ ରାସ୍ତାକଡ଼ରେ ଦୋକାନ ଖୋଲାଯାଇଛି। ବିଦେଶୀ ମଦ ଦୋକାନରେ ଭୁବନ ଅଞ୍ଚଳରୁ ଆସୁଥିବା ନକଲି ମଦ ବିକ୍ରି କରାଯାଉଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।

ଚପିଯାଉଛି ୮୦ କୋଟିର କୋଇଲା ଦୁର୍ନୀତି

ଯାଜପୁର ଅଫିସ,୯।୩ କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡରେ ୨୦୧୩ରେ ହୋଇଥିବା ୮୦ କୋଟି ଟଙ୍କାର କୋଇଲା ଦୁର୍ନୀତି ଅଭିଯୋଗ ଚପି ହୋଇଯାଇଛି। ଏହି ଦୁର୍ନୀତିର ସିବିଆଇ ତଦନ୍ତ କରିବାକୁ ୫ବର୍ଷ ହେଲା ଦାବି ହୋଇ ଆସୁଥିଲେ ହେ କେବଳ ମିନେରାଲ ଆଣ୍ଡ ମେଟାଲ୍ସ ଟ୍ରେଡିଂ କର୍ପୋରେଶନ(ଏମ୍‌ଏମ୍‌ଟିସି)ର ଜନୈକ ଜେନେରାଲ ମ୍ୟାନେଜର(ଜିଏମ) ଓ ନୀଳାଚଳ କାରଖାନାର ସହକାରୀ ଜେନେରାଲ ମ୍ୟାନେଜର(ଏଜିଏମ)ଙ୍କୁ ବଦଳିରେ କାର୍ଯ୍ୟାନୁଷ୍ଠାନ ସୀମିତ ରଖାଯାଇଛି। ଅପରପକ୍ଷରେ ଏମଏମଟିସି ଦ୍ୱାରା ଇଣ୍ଡୋନେସିଆରୁ ଆମଦାନୀ ୪୮୭ କୋଟି ଟଙ୍କାର କୋଇଲା ଦୁର୍ନୀତି ଘଟଣାର ସିବିଆଇ ତଦନ୍ତ ଜାରି ରହିଥିବାରୁ ନୀଳାଚଳରେ କୋଇଲା ଦୁର୍ନୀତି ଘଟଣାର ସିବିଆଇ ତଦନ୍ତ କରିବାକୁ କଳିଙ୍ଗନଗର ଶ୍ରମିକ ସଂଘ ଦାବି କରିଛି। ଏନେଇ ଗତ ୬ତାରିଖରେ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଥିବା ଜଣାପଡ଼ିଛି। ଏହି ମହାଦୁର୍ନୀତିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ା ଯାଉଛି ବୋଲି ଅଭିଯୋଗ ହୋଇଛି।

୩୫ ବର୍ଷରେ ବି ହୋଇପାରୁନି ମାଷ୍ଟର ପ୍ଲାନ୍‌

ଜଗତ୍‌ସିଂହପୁର ଅଫିସ,୮।୩-ଜିଲା ମୁଖ୍ୟାଳୟ ଜଗତ୍‌ସିଂହପୁରରେ ଜିଲାପାଳ, ଏସ୍‌ପିଙ୍କ କାର୍ଯ୍ୟାଳୟ ସମେତ ଏକାଧିକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଛି। ରାସ୍ତା ପାର୍ଶ୍ୱରେ ଶହସ୍ରାଧିକ ବ୍ୟବସାୟ ପ୍ରତିଷ୍ଠାନ ସମେତ ଶିକ୍ଷାନୁଷ୍ଠାନ ଆଦି ଅଛି। କିନ୍ତୁ ସବୁ ବେସଜଡା। ଦୁଃଖର କଥା ହେଲା ଏହି ସହରର ବିକାଶ ପାଇଁ ଦୀର୍ଘ ୩୫ ବର୍ଷ ଭିତରେ ହୋଇପାରନି ମାଷ୍ଟର ପ୍ଲାନ୍‌। ସହର ବିକାଶ ପାଇଁ ଜଗତ୍‌ସିଂହପୁର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ଜେଆର୍‌ଆଇଟି) ଥିଲେ ସୁଦ୍ଧା ତାହା କୋମାରେ ରହିଛି। ଜଣେ ମାତ୍ର ବରିଷ୍ଠ କିରାଣିରେ ଚାଲିଛି ଉପରଠାଉରିଆ କାମ। ନୂଆ ମାଷ୍ଟର ପ୍ଲାନ୍‌ ପାଇଁ ବର୍ଷାଧିକ କାଳ ପୂର୍ବରୁ ଟେଣ୍ଡର ହୋଇଥିଲା। କିନ୍ତୁ ନାନା କାରଣ ଦର୍ଶାଯାଇ ତାହା ବାତିଲ କରିଦିଆଯାଇଛି।

ପ୍ରକାଶ ପାଇଲା ପ୍ରୋଭିଜନାଲ ଓ୍ବାର୍ଡ ସଂରକ୍ଷଣ ତାଲିକା

ଜଗତ୍‌ସିଂହପୁର ଅଫିସ,୮।୩- ଆସନ୍ତା ପୌର ନିର୍ବାଚନ ନିମନ୍ତେ ଜଗତ୍‌ସିଂହପୁର ପୌର ପରିଷଦର ଓ୍ବାର୍ଡ ସଂରକ୍ଷଣ ପ୍ରକ୍ରିୟା ଚାଲିଛି। ଏଥିନିମନ୍ତେ ଫେବୃୟାରୀ ୧୫ରେ ପ୍ରସ୍ତାବିତ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ଏନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଫେବୃୟାରୀ ୨୪ ତାରିଖ ମଧ୍ୟରେ ଜଣାଇବାକୁ ଧାର୍ଯ୍ୟ ହୋଇଥିଲା। ଏହି ସମୟ ମଧ୍ୟରେ ୩ଟି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଉପରେ ଅନୁଧ୍ୟାନ କରି ଜିଲାପାଳ ଯାମିନୀ ଷଡ଼ଙ୍ଗୀ ପ୍ରସ୍ତାବିତ ତାଲିକାରେ ସଂଶୋଧନ କରିଛନ୍ତି।

ମଦ ଦୋକାନ ବନ୍ଦ କଲେ ମହିଳା

କୁଜଙ୍ଗ, ୮।୩(ସ୍ବ.ପ୍ର.) ପାଖରେ ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ଥାଇ ମଧ୍ୟ ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରି ଚାଲିଥିଲା ସରକାରୀ ବିଦେଶୀ ମଦ ଦୋକାନ। ଏହାକୁ ଦୀର୍ଘ ୫ବର୍ଷ ହେଲା ବିରୋଧ କରିଆସୁଥିଲେ ସ୍ଥାନୀୟ ଅଞ୍ଚଳର ମହିଳା ଓ ଲୋକମାନେ। ବାରମ୍ବାର ବିଭିନ୍ନ ବିଭାଗକୁ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ କିଛି ସୁଫଳ ମିଳୁ ନ ଥିଲା। ଶେଷରେ ମହିଳାମାନେ ଚରମ ପଦକ୍ଷେପ ଗ୍ରହଣକଲେ। ସମସ୍ତେ ଏକତ୍ର ହୋଇ ମଦ ଦୋକାନରେ ତାଲା ପକାଇବା ସହ ରାସ୍ତାରୋକୋ କଲେ। କହିଲେ ମଦ ଦୋକାନରେ ତାଲା ପଡିଲା, କିଏ ଖୋଲିବ ଆମେ ଦେଖିବୁ। ବସିଲୁ ଧାରଣାରେ, କିଏ ଆସୁଛି ଆସୁ। ମହିଳାମାନଙ୍କ ଏଭଳି ଉଗ୍ର ରୂପ ଦେଖି ମଦ ଦୋକାନ କର୍ମଚାରୀମାନେ ଘଟଣାସ୍ଥଳରୁ ଛୁ ହୋଇଗଲେ। ଶେଷରେ ଅବକାରୀ ବିଭାଗ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚତ୍ ସେମାନଙ୍କ ଦାବି ସ୍ବୀକାର କଲେ ଓ ମଦ ଦୋକାନ ବନ୍ଦ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଲେ।

ରୟାଲଟି ଆଦାୟକୁ ନେଇ ସଂଘର୍ଷ: ୧୦ ଆହତ

ଧର୍ମଶାଳା,୮।୩(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଆରୁହା ନିକଟସ୍ଥ ଜାବରା କଳାପଥର ପାହାଡରେ ଗୁରୁବାର ରୟାଲଟି ଆଦାୟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୧୦ ଜଣ ଆହତ ହୋଇଛନ୍ତି।

କଲରାପତରିଆ ବାଘଛୁଆ ଉଦ୍ଧାର

କଲରାପତରିଆ ବାଘଛୁଆ ଉଦ୍ଧାର

ଗଣିଆ,୮ ।୩(ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ହଟିଆପଲ୍ଲୀ ଗ୍ରାମ ପୋଖରୀ ନିକଟରୁ ଗୁରୁବାର ଏକ ବାଘଛୁଆକୁ ଉଦ୍ଧାର କରାଯାଇଛି। କଲରାପତରିଆ ଶ୍ରେଣୀର ଏହି ବାଘଛୁଆ ତିନିମାସର ହେବ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ମିଳିଥିବା ସୂଚନା ଅନୁଯାୟୀ ହଟିଆପଲ୍ଲୀ ଗ୍ରାମର ଦୀପ୍ତିରଞ୍ଜନ ନାଏକ ନାମକ ଯୁବକ ପୋଖରୀକୁ ଗାଧୋଇବାକୁ ଯାଉଥିବାବେଳେ ବାଘଛୁଆଟିକୁ ବୁଲାକୁକୁର ଗୋଡାଉଥିବା ଦେଖିବାକୁ ପାଇଥିଲେ। ଦୀପ୍ତିରଞ୍ଜନ ଓ ଗ୍ରାମବାସୀ ମିଶି ତାକୁ ଉଦ୍ଧାର କରି ଗଣିଆ ବନ ବିଭାଗକୁ ଖବର ଦେଇଥିଲେ। ଗଣିଆ ବନାଞ୍ଚଳ ଅଧିକାରୀ ଦେବେନ୍ଦ୍ର ନାଥ ଘଡ଼େଇ, ଫରେଷ୍ଟର ସୁମିତ୍ରା ମିଶ୍ରଙ୍କ ସମେତ ବନ କର୍ମଚାରୀମାନେ ପହଞ୍ଚତ୍ ବାଘଛୁଆକୁ ଆଣି ଚିକିତ୍ସା କରିଥିଲେ। ଖବରପାଇ ନୟାଗଡ଼ ଜିଲାପାଳ ଅରିନ୍ଦମ ଡାକୁଆ, ବନଖଣ୍ଡ ଅଧିକାରୀ ଗୋଦାବରୀଶ ପଣ୍ଡା ମଧ୍ୟ ଗଣିଆ ବନାଞ୍ଚଳରେ ପହଞ୍ଚତ୍ଥିଲେ।

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ

ମାର୍ଶାଘାଇ, ୮।୩(ଡି.ଏନ୍‌.ଏ.): ବିଶ୍ୱ ମହିଳା ଦିବସ ଉପଲକ୍ଷେ ଗୁରୁବାର ମାର୍ଶାଘାଇରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନରେ କେନ୍ଦ୍ରାପଡ଼ା, ଗରଜପୁର ଓ ମାର୍ଶାଘାଇ ଆଦି ବ୍ଲକର ଶତାଧିକ ମହିଳା ହାତରେ ପ୍ଲାକାର୍ଡ ଧରି ନାରାବାଜି ସହ ମାର୍ଶାଘାଇ ତହସିଲ ଅଫିସ ଓ ବଜାର ପରିକ୍ରମା କରି ବ୍ଲକ ପରିସରରେ ପହଞ୍ଚିଥିଲେ।

ପଞ୍ଚାୟତିରାଜ କମିଶନରଙ୍କ ଓଡ଼ଗାଁ ଗସ୍ତ

ପଞ୍ଚାୟତିରାଜ କମିଶନରଙ୍କ ଓଡ଼ଗାଁ ଗସ୍ତ

ଓଡ଼ଗାଁ, ୮।୩(ସ୍ବ.ପ୍ର.): ରାଜ୍ୟ ପଞ୍ଚାୟତିରାଜ ବିଭାଗୀୟ ସଚିବ ଦେଓରଞ୍ଜନ କୁମାର ସିଂ ଗୁରୁବାର ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ବୁଲି ଦେଖିଛନ୍ତି। ସଚିବ ମଗରବନ୍ଧରେ ପୋଖରୀ, କୁକୁଡ଼ା ଫାର୍ମ, ସୋହାର ପାନୀୟ ଜଳ ପ୍ରକଳ୍ପ ଆଦି ପରିଦର୍ଶନ କରିଥିଲେ।

ପୋଖରୀରୁ ଛୁଆ ବାଘ ଉଦ୍ଧାର

ପୋଖରୀରୁ ଛୁଆ ବାଘ ଉଦ୍ଧାର

ନୟାଗଡ଼ ଅଫିସ, ୮।୩: ନୟାଗଡ଼ ଜିଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ହଟିଆପଲ୍ଲୀ ଗ୍ରାମ ପୋଖରୀରୁ ଗୁରୁବାର ସକାଳେ ଏକ ଛୁଆ ବାଘ ଉଦ୍ଧାର ହୋଇଛି। ଏହା ଏକ ଚିତା ବାଘ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପ୍ରକାଶ ଯେ, ହଟିଆପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ନିଆଁ ଲାଗିଥିଲା।

ଜିଲା ପ୍ରଶାସନର ବାର୍ଡ ଫ୍ଲୁ ସମୀକ୍ଷା

ଜିଲା ପ୍ରଶାସନର ବାର୍ଡ ଫ୍ଲୁ ସମୀକ୍ଷା

ପାରାଦୀପ,୭।୩(ସ୍ବ.ପ୍ର.): ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରେ କାଉମଡ଼କ ଏବଂ ବାର୍ଡ ପ୍ଲୁ ଚିହ୍ନଟ ପରେ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ବୁଧବାର ଜିଲା ପ୍ରଶାସନ ପକ୍ଷରୁ ପୌର ପ୍ରଶାସନିକ ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବର୍ତ୍ତମାନର ଅବସ୍ଥାକୁ ଲକ୍ଷ୍ୟକରି ପ୍ରଶାସନ ଆଉ ୩ ମାସ ପର୍ଯ୍ୟନ୍ତ କଟକଣା ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍‌ ଫେବୃୟାରୀ ୨୭ରୁ କୁକୁଡ଼ା-ବତକ ମାଂସ ଓ ଅଣ୍ଡା ଖାଇବା ଏବଂ ବିକିବା ଉପରେ ରହିଥିବା କଟକଣାକୁ ଜୁନ୍‌ ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜିଲାପାଳ ୟାମିନୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଖାଲି ପଡ଼ିଛି ଜରୀ ଫାଣ୍ଡି : ଯୋଗ ଦେଉ ନାହାନ୍ତି ଅଧିକାରୀ

ଖାଲି ପଡ଼ିଛି ଜରୀ ଫାଣ୍ଡି : ଯୋଗ ଦେଉ ନାହାନ୍ତି ଅଧିକାରୀ

ବିଞ୍ଝାରପୁର,୭।୩(ଡି.ଏନ.ଏ)- ବିଞ୍ଝାରପୁର ଥାନା ଜରୀ ପଞ୍ଚାୟତରେ ୧୯୮୬ରେ ଦଳିତ ଓ ସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ୨ ଜଣ ଦଳିତଙ୍କ ସମେତ ୩ଜଣ ପ୍ରାଣ ହରାଇଥିଲେ। ସେତେବେଳେ ଏହା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏପରିକି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ରାଜେନ୍ଦ୍ର କୁମାରୀ ବାଜପେୟୀ ଜରୀ ପଞ୍ଚାୟତକୁ ପରିଦର୍ଶନରେ ଆସିଥିଲେ। ଏହା ପରେ ପରେ ସେହି ପଞ୍ଚାୟତରେ ଏକ ଫାଣ୍ଡି ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ।

ଠିକାଦାରୀ ପ୍ରୀତିରେ ବନ୍ଧା ପଡ଼ିଛି ପାନୀୟ ଜଳ ପ୍ରକଳ୍ପ

ଠିକାଦାରୀ ପ୍ରୀତିରେ ବନ୍ଧା ପଡ଼ିଛି ପାନୀୟ ଜଳ ପ୍ରକଳ୍ପ

ଯାଜପୁର ଅଫିସ,୭।୩- ଯାଜପୁର ଜିଲାର ମାତ୍ର ୫ପ୍ରତିଶତ ପରିବାରକୁ ପାଇପ ଯୋଗେ ସ୍ବଚ୍ଛ ପାଣି ଯୋଗାଇ ଦିଆଯାଉଛି। ଏହା ବିଶ୍ୱାସଯୋଗ୍ୟ ହୋଇ ନ ଥିଲେ ହେଁ ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସ୍‌ଏସ୍‌)ର ବିଭାଗୀୟ ରିପୋର୍ଟରେ ସ୍ପଷ୍ଟ ହୋଇଛି। ସ୍ବଚ୍ଛ ପାଣି ଆଜିର ସମାଜରେ ନିହାତି ଆବଶ୍ୟକତା ହୋଇଥିବାବେଳେ ଜିଲାରେ ଦୁର୍ବଳ ରାଜନୈତିକ ନେତୃତ୍ୱ ଓ ନିଜ ପ୍ରତିନିଧିଙ୍କୁ ଠିକାଦାରୀ କାର୍ଯ୍ୟରେ ନିୟୋଜିତ ଯୋଗୁ ପାଇପ ଜଳଯୋଗାଣ ବ୍ୟବସ୍ଥା ଏଠାରେ ଫସର ଫାଟିଛି।

ପ୍ରହସନ ସାଜିଛି ନୋ ହେଲ୍‌ମେଟ ନୋ ପେଟ୍ରୋଲ ସ୍ଲୋଗାନ

ପ୍ରହସନ ସାଜିଛି ନୋ ହେଲ୍‌ମେଟ ନୋ ପେଟ୍ରୋଲ ସ୍ଲୋଗାନ

ରସୁଲପୁର,୭।୩(ଡିଏନଏ)- ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳରେ ନୋ ହେଲ୍‌ମେଟ ନୋ ପେଟ୍ରୋଲ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି। ଏହି ବ୍ଲକ ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଥିବା ପେଟ୍ରୋଲ ପମ୍ପ, କୁଆଖିଆ-ବରୀ ଓ କୁଆଖିଆ-ଜେନାପୁର ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ପେଟ୍ରୋଲ ପମ୍ପ ଗୁଡିକରେ ନୋ ହେଲମେଟ-ନୋ ପେଟ୍ରୋଲ ସ୍ଲୋଗାନ କେବଳ ଫଳକରେ ସୀମିତ ରହିଛି। ଜିଲାପାଳଙ୍କ ନିର୍ଦ୍ଦେଶକୁ ପେଟ୍ରୋଲପମ୍ପ ପରିଚାଳନା କର୍ତ୍ତୃପକ୍ଷଗଣ ଫାଙ୍କି ଚାଲିବାବେଳେ ଜିଲା ପ୍ରଶାସନ ଜାଣିବି ଅଜଣା ଭଳି ଅଭିନୟ କରୁଛି।

ଡ୍ରେନ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

ଡ୍ରେନ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

ସୁକିନ୍ଦା,୭।୩(ଡି.ଏନ.ଏ.)- ବିନା ସୂଚନା ଫଳକରେ ଏକ ଡ୍ରେନର ନିର୍ମାଣ କାର୍ଯ୍ୟ କରାଯାଉଥିଲା। ଏହାକୁ ସୁକିନ୍ଦା ଗ୍ରାମବାସୀ ବିରୋଧ କରି ବୁଧବାର କାର୍ଯ୍ୟ ବନ୍ଦ କରିବା ସହିତ କାର୍ଯ୍ୟରେ ଲାଗିଥିବା ମେଶିନ ଓ ଟ୍ରାକ୍ଟରକୁ ଫେରାଇ ଦେଇଛନ୍ତି। ପ୍ରକାଶ ଯେ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ ପଞ୍ଚାୟତର ବଡଦାଣ୍ଡଠାରେ ଡ୍ରେନ ନିର୍ମାଣର କାର୍ଯ୍ୟାଦେଶ ପାଇଥିବା ନବଦୂର୍ଗା ନାମକ ଏକ ଠିକାସଂସ୍ଥା ବୁଧବାର କାର୍ଯ୍ୟାରମ୍ଭ କରିଥିଲା।

ଗହୀରମଥା ନିଶିଦ୍ଧାଞ୍ଚଳରୁ ୧ ବୋଟ୍‌ ଜବତ: ୬ ମତ୍ସ୍ୟଜୀବୀ ଗିରଫ

ରାଜନଗର,୭।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଗହୀରମଥା ସାମୁଦ୍ରିକ ନିଶିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ଏକ ବୋଟ୍‌କୁ ରାଜନଗର ବନବିଭାଗର ପାଟ୍ରୋଲିଂ ଟିମ୍‌ ମଙ୍ଗଳବାର ରାତିରେ ଜବତ କରିଛି।

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଧର୍ମଶାଳା,୭।୩(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରେଳପୋଲ ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମର ସେକ୍‌ କାବିଲ୍‌(୨୦)।

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମ

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମ

ଧର୍ମଶାଳା,୭।୩(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅଧୀନ ମର୍ଦ୍ଦିତାପୁର ପଞ୍ଚାୟତ ନଟିଲୋ ଗ୍ରାମରେ ମଙ୍ଗଳବାର ମଧ୍ୟରାତ୍ରରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୧୦ ବଖରା ଘର ପୋଡ଼ିଯାଇଛି। ଏଥିରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି।

ବାପା ରହୁଥିବା ଘରେ ନିଆଁ ଲଗାଇଲା ପୁଅ

ରାଜନଗର,୬।୩(ଡି.ଏନ୍‌.ଏ.)- ପାରିବାରିକ ବିବାଦର ପରିଣତି ବେଳେ ବେଳେ କିଭଳି ଭୟଙ୍କର ହୁଏ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡାର ରାଜନଗର ବ୍ଲକରେ। ଏହି ବ୍ଲକର ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ନାରାୟଣପୁର ଗାଁର ବଙ୍ଗୀୟ ଅଧ୍ୟୁସିତ ଅଞ୍ଚଳରେ ପାରିବାରିକ ବିବାଦ କେନ୍ଦ୍ରକରି ମଙ୍ଗଳବାର ମା’ବାପା ରହୁଥିବା ଘରେ ପୁଅ ନିଅଁ। ଲଗେଇ ଦେଇଛନ୍ତି। ନିଆଁରେ ୨ ବଖରା ପୋଡିଯାଇଛି

ଭୟାବହ ଅଗ୍ନିକାଣ୍ଡରେ  ୭ପରିବାର ସର୍ବସ୍ବାନ୍ତ

ଭୟାବହ ଅଗ୍ନିକାଣ୍ଡରେ ୭ପରିବାର ସର୍ବସ୍ବାନ୍ତ

ରାଜନଗର,୬।୩(ଡି.ଏନ୍‌.ଏ.)- ରାଜନଗର ପଞ୍ଚାୟତର ଡିଆପାରି ଗାଁରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟି ୭ ପରିବାରର ୧୨ ବଖରା ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ୭ ପରିବାରର ଆସବାସପତ୍ର, ଧାନଚାଉଳ ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଗ୍ରାମର ବାଇଧର ସେଠୀ ଓ ଡାଙ୍ଗୁଆ ସେଠୀଙ୍କ ୩ ବଖରା ଲେଖାଏଁ ଘର ପୋଡି ଯାଇଥିବା ବେଳେ ଆର୍ତ୍ତ ସେଠୀଙ୍କ ୨ ବଖରା ପୋଡିଯାଇଛି। ସେହିପରି ଭ୍ରମର ସେଠୀ, ଚକ୍ରଧର ସେଠୀ, ବିଜୟ ସେଠୀ ଓ ମୂଷା ସେଠୀଙ୍କର ଗୋଟିଏ ବଖରା ଲେଖାଏଁ ଘର ପୋଡି ପାଉଁଶ ହୋଇଯାଇଛି।

ଜିଲାପାଳଙ୍କ ତାଗିଦ୍‌ରେ  ମୂର୍ଚ୍ଛାଗଲେ ସୁପରଭାଇଜର

ଜିଲାପାଳଙ୍କ ତାଗିଦ୍‌ରେ ମୂର୍ଚ୍ଛାଗଲେ ସୁପରଭାଇଜର

ରାଜନଗର, ୬।୩(ଡି.ଏନ୍‌.ଏ.)- ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରାପଡା ଜିଲାର ରାଜନଗର ତହସିଲରେ ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ରାପଡା ଜିଲାପାଳ ଖରିଫ ଧାନ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବା ସମୟରେ କାର୍ଯ୍ୟରେ ତ୍ରୁଟି ଦେଖି ତାଗିଦ କରିବାରୁ ତହସିଲ କାର୍ଯ୍ୟାଳୟର ସୁପରଭାଇଜର ବୈଷ୍ଣବ ଚରଣ ଦ୍ୱିବେଦୀ ମଙ୍ଗଳବାର ମୂର୍ଚ୍ଛା ହୋଇ ପଡିଯାଇଥିଲେ।

ଚାଷୀ ସଙ୍ଗଠନରୁ ପୁଣି ଦୂରେଇଲେ ଦାମ

କୁଜଙ୍ଗ,୬।୩(ସ୍ବ.ପ୍ର.) ବିଜୁ ଜନତା ଦଳର ବରିଷ୍ଠ ନେତା ବିଧାୟକ ଡା. ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେବା ପରେ ନିଜ ନିର୍ବାଚନମଣ୍ଡଳି ପାରାଦୀପରେ ଅଧିକ ସମୟ ଦେଉଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ପଞ୍ଚାୟତ ଗସ୍ତ କରି ସେ କର୍ମୀମାନଙ୍କୁ ଭେଟୁଛନ୍ତି। ମାତ୍ର ଦୁର୍ଭାଗ୍ୟର କଥା ତୈଳ ବିଶୋଧନାଗାର ପାଇଁ ଜମି ହରାଇଥିବା ୧୭୫୨ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଚାଷୀ ସଂଗଠନର ହାତ ଧରିବାକୁ ସେ ଯେଉଁ ଘୋଷଣା କରିଥିଲେ ଏବେ ସେଥିରୁ ଦୂରେଇ ଯାଇଥିବା ଜଣାପଡିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଜମିହରା ଚାଷୀମାନଙ୍କୁ ବ୍ୟଥିତ କରିଛି। ସୂଚନା ଅନୁଯାୟୀ, ଦାମବାବୁଙ୍କ ନିର୍ବାଚନମଣ୍ଡଳି ଅନ୍ତର୍ଗତ କୁଜଙ୍ଗର ୧୭୫୨ ପରିବାର ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ଜମି ହରାଇ ହତାଶ ହୋଇଛନ୍ତି। ବିଶୋଧନାଗାର କର୍ତ୍ତୃପକ୍ଷ ସେମାନଙ୍କୁ ଥଇଥାନ ପ୍ରତିଶ୍ରୁତି ଦେଇ ଧୋକା ଦେଇ ଚାଲିଛନ୍ତି। ତେଣୁ ଚାଷୀକୂଳ ପୂର୍ବରୁ ବହୁବାର ଏନେଇ ଦାମବାବୁଙ୍କ ଶରଣ ନେଇ ନ୍ୟାୟ ମାଗିଥିଲେ। ହେଲେ ଦାମବାବୁ ସର୍ବଦା ଚାଷୀ ସଙ୍ଗଠନଠାରୁ ନିଜକୁ ଦୂରେଇ ରଖିଆସୁଥିଲେ। ଫଳରେ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ସହିତ ତାଙ୍କ ସମ୍ପର୍କ ନେଇ ନାନା କଥା ଶୁଣାଯାଉଥିଲା। କିନ୍ତୁ ଦାମବାବୁ ମନ୍ତ୍ରୀପଦରୁ ଯିବା ପରେ ଅଚାନକ ୧୭୫୨ ଜମିହରା ପରିବାରକୁ ସମର୍ଥନ କରି ସଙ୍ଗଠନର ମଙ୍ଗ ଧରିବେ ବୋଲି ଘୋଷଣା କରିଥିଲେ। ଦାମଙ୍କ ସମର୍ଥନ ପାଇ ବିଶୋଧନାଗାରଠାରୁ ନ୍ୟାୟ ପାଇ ଥଇଥାନ ହେବାକୁ ଚାଷୀକୂଳ ଆଶାବାଦୀ ହୋଇପଡିଥିଲେ। ସଙ୍ଗଠନର ଅନ୍ୟ ନେତୃବୃନ୍ଦ ଓ ଦାମଙ୍କ ପାରମ୍ପରିକ ବିରୋଧୀମାନେ ଯଦିଓ ଏହି ପ୍ରସଙ୍ଗକୁ ସମର୍ଥନ କରିଥିଲେ, ତେବେ ସହଜରେ ଗ୍ରହଣ କରିପାରି ନ ଥିଲେ। ଚାଷୀ ସଙ୍ଗଠନ ସହ ଦାମଙ୍କ ସମ୍ପୃକ୍ତି ନେଇ ମାସେ ହେଲା ମନ୍ଥନ ଚାଲିଥିବାବେଳେ ଅଚାନକ ପୁଣି ଦାମବାବୁ ସଂଗଠନଠାରୁ ଦୂରେଇ ଯାଇଥିବା ଜଣାପଡିଛି। ଚାଷୀ ସଂଗଠନର ନେତୃତ୍ୱ ନେଉଥିବା ହୃଷି କେଶନାଥ, ଜିନ୍ମୟୀ ସାହାଣୀ ଓ ସାରଦା ମହାପାତ୍ର କହିଛନ୍ତି ଯେ, ଦାମବାବୁ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିଛନ୍ତି ଓ ବିଶୋଧନାଗାର ଚାପରେ ଚାଷୀଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ପୁଣି ହଟି ଯାଇଛନ୍ତି।

 ମଳୟ ପବନ ପାଇଁ ମାଛ ଉତ୍ପାଦନ ହ୍ରାସ

ମଳୟ ପବନ ପାଇଁ ମାଛ ଉତ୍ପାଦନ ହ୍ରାସ

ପାରାଦୀପ,୬।୩(ସ୍ବ.ପ୍ର.) ପାରାଦୀପ ମାଛଧରା ବନ୍ଦରରେ ଏବେ ମାଛ ଉତ୍ପାଦନ ଆଶାତିତ ଭାବେ ହ୍ରାସ ପାଇଛି। ଏଥିପାଇଁ ଏହି ବୃହତ ମତ୍ସ୍ୟଶିଳ୍ପ ବିଶେଷ ଭାବେ ପ୍ରଭାବିତ ହେଲାଣି। ଅର୍ଦ୍ଧାଧିକ ମାଛଧରା ଟ୍ରଲର, କ୍ୟାରେଟ୍‌ ବୋଟ୍‌ ଓ ନୋଳିଆ ଡଙ୍ଗା ମାଛ ଧରିବାକୁ ଯାଉନାହାନ୍ତି। କାରଣ ମାଛ ଧରିବା ପାଇଁ ସେମାନଙ୍କୁ ଯେତିକି ବାଟ ଯିବାକୁ ପଡୁଛି, ସେଥିପାଇଁ ତେଲ, ବରଫ ଓ ଖାଦ୍ୟ ସାମଗ୍ରୀ ବାବଦରେ ଯେତିକି ଖର୍ଚ୍ଚ ହେଉଛି ତାହା ଭରଣା ହୋଇପାରୁନାହିଁ।