ଉପକୂଳ ଓଡିଶା

ବାମ୍‌ରେ ବ୍ୟାପିଲା ଝାଡାବାନ୍ତି: ୧୮ ଆକ୍ରାନ୍ତ

ଦଶପଲ୍ଲା,୧୭ା୯ (ଡି.ଏନ.ଏ.)- ଦଶପଲ୍ଲା ବ୍ଲକ ଚଢେୟାପଲ୍ଲୀ ପଞ୍ଚାୟତର ବାମ ଗ୍ରାମରେ ଝାଡାବାନ୍ତିର ପ୍ରକୋପ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୧୮ଜଣ ଆକ୍ରାନ୍ତ ହୋଇଛନ୍ତି। 

ବୁଡି ରହିଛି ଚାଷଜମି, ଚିନ୍ତାରେ ଚାଷୀକୁଳ

ବୁଡି ରହିଛି ଚାଷଜମି, ଚିନ୍ତାରେ ଚାଷୀକୁଳ

ରାଜକନିକା,୧୭ା୯(ଡି.ଏନ୍‌.ଏ.)-କେନ୍ଦ୍ରାପଡା ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଜକନିକା ବ୍ଲକର ହାଟସାହି ସିହୋପଡା ଭେଡାରୁ ଦୀର୍ଘ ଦିନ ଧରି ବର୍ଷା ଓ ବନ୍ୟାଜଳ ନିଷ୍କାସନ ହୋଇପାରୁନାହିଁ। 

ବ୍ଲକସ୍ତରୀୟ ଜନସେବା କେନ୍ଦ୍ର ସଂଘ ପୁନର୍ଗଠିତ

ବ୍ଲକସ୍ତରୀୟ ଜନସେବା କେନ୍ଦ୍ର ସଂଘ ପୁନର୍ଗଠିତ

ଆଳି, ୧୭।୯ (ଡି.ଏନ୍‌.ଏ.): ଆଳି ବ୍ଲକସ୍ତରୀୟ ଜନସେବା କେନ୍ଦ୍ର ସଞ୍ଚାଳକ ସମ୍ମିଳନୀ ଓ ସାଂଗଠନିକ ବୈଠକ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଦେମାଳ ପଞ୍ଚାୟତ ସଭାଗୃହ ପରିସରରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧୀନ ୩୪ଟି ଜନସେବା କେନ୍ଦ୍ରର କର୍ମକର୍ତ୍ତା ଉପସ୍ଥିତ ଥିଲେ। 

ସାହିତ୍ୟ ସଂସ୍କୃତିକୁ ବଞ୍ଚାଏ ଭାଷା

ସାହିତ୍ୟ ସଂସ୍କୃତିକୁ ବଞ୍ଚାଏ ଭାଷା

କେନ୍ଦ୍ରାପଡ଼ା ଅଫିସ, ୧୭।୯-ପରିବର୍ତ୍ତିତ ଯୁଗରେ ଓଡ଼ିଆ ଭାଷାର ବିକୃତୀକରଣ ହେଉଛି। ଏହାର ପ୍ରତିକାର ପାଇଁ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରୟୋଗ ପାଇଁ ସରକାରୀ ନିୟମର ଆବଶ୍ୟକତା ପଡୁଛି। 

ଯୁବକଙ୍କୁ ନିଷ୍ଠୁର ଭାବେ ପିଟିଲା ପୋଲିସ

ଯୁବକଙ୍କୁ ନିଷ୍ଠୁର ଭାବେ ପିଟିଲା ପୋଲିସ

ଜଗତ୍‌ସିଂହପୁର ଅଫିସ, ୧୭ା୯: ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ପଞ୍ଚାୟତର ସରପଞ୍ଚଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ଜଗତ୍‌ସିଂହପୁର ପୋଲିସ ଲିଙ୍ଗରାଜ ଦାଶ ନାମକ ଜଣେ ବ୍ୟକ୍ତିଙ୍କୁ ରାତି ଅଧରେ ଉଠାଇ ଆଣି ନିଷ୍ଠୁର ଭାବରେ ପିଟିଛି। 

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ, ଥାନାରେ ମାମଲା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ, ଥାନାରେ ମାମଲା

ଖଣ୍ଡପଡା,୧୭ା୯(ସ୍ବ.ପ୍ର.)- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖଣ୍ଡପଡା ଥାନା ଅନ୍ତର୍ଗତ କଇଁଥପଲ୍ଲୀ ଗ୍ରାମରେ ଗିରିଶ ଚନ୍ଦ୍ର ନାୟକଙ୍କୁ ଗ୍ରାମର କେତେକ ଲୋକ ମରଣାନ୍ତକ ଆକ୍ରମଣ କରିଛନ୍ତି। 

ବାଙ୍କୀ ମହୋତ୍ସବ ପାଇଁ ଚୂଡ଼ାନ୍ତ ନୃତ୍ୟ ପ୍ରତିଯୋଗିତା

ବାଙ୍କୀ ମହୋତ୍ସବ ପାଇଁ ଚୂଡ଼ାନ୍ତ ନୃତ୍ୟ ପ୍ରତିଯୋଗିତା

ବାଙ୍କୀ,୧୬ା୯(ସ୍ବ.ପ୍ର.): ବାଙ୍କୀ ମହୋତ୍ସବ ପାଇଁ ଚୂଡ଼ାନ୍ତ ନୃତ୍ୟ ପ୍ରତିଯୋଗିତା ଚର୍ଚ୍ଚିକା ନୋଡାଲ ୟୁପି ସ୍କୁଲ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଙ୍କୀ ଉପଖଣ୍ଡର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୬୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। 

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା:କଳାକାର ଚୟନ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା:କଳାକାର ଚୟନ କାର୍ଯ୍ୟକ୍ରମ

ରାଜନଗର, ୧୬।୯(ଡି.ଏନ.ଏ) ରାଜନଗର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ରବିବାର କଳାକାର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜନଗର ବିଡିଓ ମନ୍ଦରଧର ମହାଳିକ ଅଧ୍ୟକ୍ଷତା କରିଥିଲେ। 

ଠାକୁର  ଅନୁକୂଳ ଚନ୍ଦ୍ରଙ୍କ ୧୩୧ତମ ଜନ୍ମମହୋତ୍ସବ

ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୧ତମ ଜନ୍ମମହୋତ୍ସବ

ମାର୍ଶାଘାଇ,୧୬। ୯(ଡି.ଏନ୍‌.ଏ.)ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୧ତମ ଜନ୍ମମହୋତ୍ସବ ରବିବାର କେନ୍ଦ୍ରାପଡା ଜିଲା ଗରଜଙ୍ଗା ସତ୍‌ସଙ୍ଗ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । 

ପାରାଦୀପରେ ଜୁଡୋ ପ୍ରତିଯୋଗିତା

ପାରାଦୀପରେ ଜୁଡୋ ପ୍ରତିଯୋଗିତା

ପାରାଦୀପ,୧୬।୯(ସ୍ବ.ପ୍ର.)- ପାରାଦୀପର ମଧୁବନ ପୌରକଲ୍ୟାଣ ମଣ୍ଡପ ପରିସରରେ ରବିବାର ଓଡିଶା ଜୁଡୋ ସଂଘ ପକ୍ଷରୁ ପ୍ରତିଯୋଗିତା ଆରମ୍ଭ ହୋଇଛି।  ଏହି କ୍ରୀଡାରେ ରାଜ୍ୟର ବିଭିନ୍ନ ଜିଲାର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭାଗନେଇଛନ୍ତି।

ଅନ୍ତର୍ଜାତୀୟ ଓଜନ ଦିବସ

ଅନ୍ତର୍ଜାତୀୟ ଓଜନ ଦିବସ

ରାଜନଗର,୧୬।୯(ଡି.ଏନ୍‌.ଏ.)-ଅନ୍ତର୍ଜାତୀୟ ଓଜନ ଦିବସ ଉପଲକ୍ଷେ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ଶେଷ ପ୍ରାନ୍ତରେ କଳିଙ୍ଗ ସାଗର ବେଳା ଭୂମିରେ ବାଳୁକା ଶିଳ୍ପୀ  ଶ୍ରୀକାନ୍ତ ଦାସଙ୍କ ଦ୍ୱାରା କରାଯାଇଥିବା କଳାକୃତି। ଏହି ବାଳୁକା କଳା ଜରିଆରେ  ଜନ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। 

ହାଜତରୁ ଫେରାର ଯୁବକଙ୍କ ମୃତ୍ୟୁ ଘଟଣା: ଅନଶନକାରୀଙ୍କୁ ଭେଟିଲେ ଆଇଏଚଆରସି ଟିମ୍‌

ହାଜତରୁ ଫେରାର ଯୁବକଙ୍କ ମୃତ୍ୟୁ ଘଟଣା: ଅନଶନକାରୀଙ୍କୁ ଭେଟିଲେ ଆଇଏଚଆରସି ଟିମ୍‌

କେନ୍ଦ୍ରାପଡା ଅଫିସ, ୧୬।୯- ମହାକାଳପଡା ଥାନା ହାଜତରୁ ଫେରାର ଯୁବକ ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲଣା ଗ୍ରାମର ଅବିନାଶ ପାଇଟାଲ ଓରଫ ମୂଷା ମୃତ୍ୟୁ ଘଟଣା ଏବେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ନିକଟରେ ପହଞ୍ଚତ୍ଛି।  ଅଭିଯୁକ୍ତ ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ ଦାବିରେ ପରିବାର ସଦସ୍ୟମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ବୁଧବାରରୁ ଅନଶନରେ ବସିଛନ୍ତି। ଏହି ଘଟଣାର ଅନୁଧ୍ୟାନ ପାଇଁ ଅନ୍ତର୍ଜାତୀୟ ମାନବାଧିକାର ପରିଷଦ (ଆଇଏଚଆରସି)ର ରାଜ୍ୟସ୍ତରୀୟ ଏକ ଟିମ୍‌ ରବିବାର ଅନଶନସ୍ଥଳରେ ପହଞ୍ଚିଥିଲେ । ପରିଷଦର ରାଜ୍ୟ ବୋର୍ଡ ସଭାପତି ଶିବସୁନ୍ଦର ସ୍ବାଇଁ, କେନ୍ଦ୍ରାପଡ଼ା ଜିଲା ସଭାପତି ପ୍ରତାପ ଚନ୍ଦ୍ର ପାଢ଼ୀ ଓ ସଦସ୍ୟ ସୀମାଞ୍ଚଳ ପଣ୍ଡା ଅନଶନକାରୀଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। 

ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ

ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ

ପାଟକୁରା,୧୬।୯(ଡି.ଏନ୍‌.ଏ.)- ଗରଦପୁର ବ୍ଲକ ଅଧୀନ ଲୋକନାଥ ମହାବିଦ୍ୟାଳୟ  ପରିସରରେ ବ୍ଲକ ବିଜୁ ଯୁବ ବାହିନୀ ପକ୍ଷରୁ  ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ରସୁଲପୁର,୧୬।୯(ଡି.ଏନ୍‌.ଏ.): ବ୍ରହ୍ମବରଦା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସାହିର ରାଜେନ୍ଦ୍ର ଦାଶ ଶନିବାର ବିଳମ୍ବିତ ରାତିରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେ ଗ୍ରାମରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଅସୁସ୍ଥତା କାରଣରୁ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। 

ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ରାସ୍ତାରୋକୋ

ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ରାସ୍ତାରୋକୋ

ତିର୍ତ୍ତୋଲ, ୧୬।୯(ଡି.ଏନ.ଏ.): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର-ଗରଦପୁର ରାସ୍ତାର ବିଳାଶପୁର ଛକରେ ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ରାସ୍ତାରୋକୋ କରାଯାଇଛି। 

ଜିଲାପାଳଙ୍କ ବାଣିବିରି ଘାଟି ରାସ୍ତା ପରିଦର୍ଶନ

ଜିଲାପାଳଙ୍କ ବାଣିବିରି ଘାଟି ରାସ୍ତା ପରିଦର୍ଶନ


ଦଶପଲ୍ଲା,୧୬।୯(ଡି.ଏନ.ଏ.)-ନୟାଗଡ ଜିଲାପାଳ ଏନ.ଥିରୁମାଲା ନାୟକ୍‌ ଶନିବାର ମାଟି ଅତଡା ଧସୁଥିବା ଦଶପଲ୍ଲା ବ୍ଲକର ବାଣିବିରିଘାଟି ରାସ୍ତା ପରିଦର୍ଶନ କରିଛନ୍ତି ା ଅପରାହ୍ନ ପ୍ରାୟ ୪ଟାରେ ଜିଲାପାଳ ବାଣିବିରିଘାଟିର ୫୭ ନମ୍ବର ଜାତୀୟ ରାଜପଥରେ ପହଞ୍ଚତ୍ଥିଲେ। 

ନୟାଗଡ ମେଡିକାଲରେ ରୋଗୀଙ୍କୁ ଉପେକ୍ଷା

ନୟାଗଡ ମେଡିକାଲରେ ରୋଗୀଙ୍କୁ ଉପେକ୍ଷା

ନୟାଗଡ଼ ଅଫିସ,୧୬।୯-ଯେତେ ନୀତିନିୟମ, କଟକଣା କରାଗଲେ ବି ଏମ୍‌ଆର ( ମେଡିକାଲ୍‌ ରିପ୍ରେଜେଣ୍ଟେଟିଭ୍‌ଙ୍କ) କବ୍‌ଜାରୁ ମୁକୁଳି ପାରୁନାହିଁ ଜିଲା ମୁଖ୍ୟ ଚିକିତ୍ସାଳୟ। କି ଦିନ କି ରାତି ଏମାନେ  ମେଡିକାଲ୍‌ ପରିସରରେ ରହି ଡାକ୍ତରଙ୍କ ସହିତ ଘନିଷ୍ଠ ହୋଇ ସେମାନଙ୍କର ବେପାର ବଢ଼ାଇବାରେ ଲାଗିଛନ୍ତି। ଡାକ୍ତରମାନେ ନାମୀଦାମୀ କମ୍ପାନୀର ଔଷଧ ଲେଖି ରୋଗୀଙ୍କୁ ଅଯଥା ଖର୍ଚ୍ଚାନ୍ତ କରିବାକୁ ପଛାଉନାହାନ୍ତି।  ଫଳରେ ଜେନେରିକ୍‌ ଔଷଧ ଧୂଆଁବାଣ ପାଲଟୁଥିବା ଅଭିଯୋଗ ହେଉଛି।

ନୀଳମାଧବ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ

ନୀଳମାଧବ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସ

ଖଣ୍ଡପଡା,୧୬ା୯(ସ୍ବ.ପ୍ର.)-ଶନିବାର କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଯାଇଛି ା ଏହି ଉପଲକ୍ଷେ ପୂର୍ବାହ୍ନରେ କଲେଜର ଶିକ୍ଷକ, ଅଣଶିକ୍ଷକ, କର୍ମଚାରୀଙ୍କ ସହିତ ଛାତ୍ରୀଛାତ୍ରମାନେ ନୀଳମାଧବ ଜୀଉଙ୍କ ମନ୍ଦିରକୁ ଯାଇଥିଲେ ା 

ଷଠୀଓଷା ପରମ୍ପରା: ମନେପଡେ ମା’ର ବଜ୍ରମୂଳି ମାଡ଼

ଷଠୀଓଷା ପରମ୍ପରା: ମନେପଡେ ମା’ର ବଜ୍ରମୂଳି ମାଡ଼

ଖଣ୍ଡପଡା,୧୬ା୯(ସ୍ବ.ପ୍ର.)- ଓଡିଶାର ପୁରପଲ୍ଲୀରେ ଷଠିଓଷା ଧୁମ୍‌ଧାମରେ ପାଳନ କରାଯାଏ। ମା’ମାନେ ତାଙ୍କ ସନ୍ତାନମାନଙ୍କ ଦୀର୍ଘ ଜୀବନ କାମନା କରି ଏହି ଓଷା କରିଥାନ୍ତି। ଶନିବାର ଖଣ୍ଡପଡା ବ୍ଲକର ଖଣ୍ଡପଡା, ଜଗନ୍ନାଥ ପ୍ରସାଦ, କୋସକା, ଢୋଲମରା, କୁମ୍ଭାରପଡା, କଣ୍ଟିଲୋ, ବାଣପୁର, ବଳରାମପ୍ରସାଦ, ସିଧାମୂଳା, ବେଣାଗାଡିଆ, ଧାନଚେଙ୍ଗଡା, ଖଳିସାହି ଆଦି ଅଞ୍ଚଳରେ ଷଠୀଓଷା ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛ। 

ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ

ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ

ଗଣିଆ,୧୬ା୯(ଡି.ଏନ୍‌.ଏ.)- ଗଣିଆ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ କିଶୋରଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଶନିବାର ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଚୋର ଭାବି ଯୁବକଙ୍କୁ ପିଟିଲେ ଗ୍ରାମବାସୀ

ଚୋର ଭାବି ଯୁବକଙ୍କୁ ପିଟିଲେ ଗ୍ରାମବାସୀ

ରଣପୁର,୧୬ା୯ (ସ୍ବ.ପ୍ର.)- ଚୋର ଭାବି ଜଣେ ଯୁବକଙ୍କୁ ମାଡ଼ ମରାଯିବା ପରେ ପୋଲିସ ଜିମା ଦିଆଯାଇଛି। ରଣପୁର ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା। ପ୍ରକାଶ ଯେ, ରଣପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି। 

ପୋଖରୀରେ ବୁଡ଼ି ୨ ମହିଳାଙ୍କ ମୃତ୍ୟୁ

ନୂଆଗାଁ,୧୬ା୯ (ଡି.ଏନ.ଏ.)- ପୋଖରୀରେ ବୁଡିଯାଉଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ଅନ୍ୟ ଜଣେ ମହିଳା। ହେଲେ ଉଦ୍ଧାର ତ କରିପାରିଲେନି, ତାଙ୍କ ସହ ନିଜେ ପାଣିରେ ବୁଡ଼ି ପ୍ରାଣ ହରାଇଲେ। 

ସବୁଜ ମହାନଦୀ ମିଶନ ରଥର ଗ୍ରାମ ପରିକ୍ରମା

ସବୁଜ ମହାନଦୀ ମିଶନ ରଥର ଗ୍ରାମ ପରିକ୍ରମା

ମହାକାଳପଡା, ୧୬ା୯ (ଡି.ଏନ୍‌.ଏ.): ମହାନଦୀ ପାର୍ଶ୍ୱବର୍ତ୍ତୀ ଗ୍ରାମ ପ୍ରାର୍ଶ୍ୱ ରାସ୍ତାରେ ବୃକ୍ଷରୋପଣ କରାଯାଇ ସବୁଜ ବିପ୍ଳବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସବୁଜ ମହାନଦୀ ମିଶନ ୨୦୧୮ ଆରମ୍ଭ ହୋଇଛି। 

୧୮ ଦିନରେ ୧୧ ଡେଙ୍ଗୁ ରୋଗୀ ଚିହ୍ନ

ରାଜନଗର, ୧୬ା୯(ଡି.ଏନ୍‌.ଏ.)  କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଡେଙ୍ଗୁ କାୟା ମେଲାଇ ଚାଲିଛି। ୧୮ ଦିନ ମଧ୍ୟରେ ବ୍ଲକ ଅନ୍ତର୍ଗତ ରାଜନଗର ଗାଁର ୪ଟି ୱାର୍ଡରୁ ୧୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।