ଉପକୂଳ ଓଡିଶା

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଧର୍ମଶାଳା,୭।୩(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରେଳପୋଲ ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମର ସେକ୍‌ କାବିଲ୍‌(୨୦)।

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମ

ଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମ

ଧର୍ମଶାଳା,୭।୩(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅଧୀନ ମର୍ଦ୍ଦିତାପୁର ପଞ୍ଚାୟତ ନଟିଲୋ ଗ୍ରାମରେ ମଙ୍ଗଳବାର ମଧ୍ୟରାତ୍ରରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୧୦ ବଖରା ଘର ପୋଡ଼ିଯାଇଛି। ଏଥିରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି।

ବାପା ରହୁଥିବା ଘରେ ନିଆଁ ଲଗାଇଲା ପୁଅ

ରାଜନଗର,୬।୩(ଡି.ଏନ୍‌.ଏ.)- ପାରିବାରିକ ବିବାଦର ପରିଣତି ବେଳେ ବେଳେ କିଭଳି ଭୟଙ୍କର ହୁଏ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡାର ରାଜନଗର ବ୍ଲକରେ। ଏହି ବ୍ଲକର ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ନାରାୟଣପୁର ଗାଁର ବଙ୍ଗୀୟ ଅଧ୍ୟୁସିତ ଅଞ୍ଚଳରେ ପାରିବାରିକ ବିବାଦ କେନ୍ଦ୍ରକରି ମଙ୍ଗଳବାର ମା’ବାପା ରହୁଥିବା ଘରେ ପୁଅ ନିଅଁ। ଲଗେଇ ଦେଇଛନ୍ତି। ନିଆଁରେ ୨ ବଖରା ପୋଡିଯାଇଛି

ଭୟାବହ ଅଗ୍ନିକାଣ୍ଡରେ  ୭ପରିବାର ସର୍ବସ୍ବାନ୍ତ

ଭୟାବହ ଅଗ୍ନିକାଣ୍ଡରେ ୭ପରିବାର ସର୍ବସ୍ବାନ୍ତ

ରାଜନଗର,୬।୩(ଡି.ଏନ୍‌.ଏ.)- ରାଜନଗର ପଞ୍ଚାୟତର ଡିଆପାରି ଗାଁରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟି ୭ ପରିବାରର ୧୨ ବଖରା ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ୭ ପରିବାରର ଆସବାସପତ୍ର, ଧାନଚାଉଳ ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଗ୍ରାମର ବାଇଧର ସେଠୀ ଓ ଡାଙ୍ଗୁଆ ସେଠୀଙ୍କ ୩ ବଖରା ଲେଖାଏଁ ଘର ପୋଡି ଯାଇଥିବା ବେଳେ ଆର୍ତ୍ତ ସେଠୀଙ୍କ ୨ ବଖରା ପୋଡିଯାଇଛି। ସେହିପରି ଭ୍ରମର ସେଠୀ, ଚକ୍ରଧର ସେଠୀ, ବିଜୟ ସେଠୀ ଓ ମୂଷା ସେଠୀଙ୍କର ଗୋଟିଏ ବଖରା ଲେଖାଏଁ ଘର ପୋଡି ପାଉଁଶ ହୋଇଯାଇଛି।

ଜିଲାପାଳଙ୍କ ତାଗିଦ୍‌ରେ  ମୂର୍ଚ୍ଛାଗଲେ ସୁପରଭାଇଜର

ଜିଲାପାଳଙ୍କ ତାଗିଦ୍‌ରେ ମୂର୍ଚ୍ଛାଗଲେ ସୁପରଭାଇଜର

ରାଜନଗର, ୬।୩(ଡି.ଏନ୍‌.ଏ.)- ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରାପଡା ଜିଲାର ରାଜନଗର ତହସିଲରେ ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ରାପଡା ଜିଲାପାଳ ଖରିଫ ଧାନ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିବା ସମୟରେ କାର୍ଯ୍ୟରେ ତ୍ରୁଟି ଦେଖି ତାଗିଦ କରିବାରୁ ତହସିଲ କାର୍ଯ୍ୟାଳୟର ସୁପରଭାଇଜର ବୈଷ୍ଣବ ଚରଣ ଦ୍ୱିବେଦୀ ମଙ୍ଗଳବାର ମୂର୍ଚ୍ଛା ହୋଇ ପଡିଯାଇଥିଲେ।

ଚାଷୀ ସଙ୍ଗଠନରୁ ପୁଣି ଦୂରେଇଲେ ଦାମ

କୁଜଙ୍ଗ,୬।୩(ସ୍ବ.ପ୍ର.) ବିଜୁ ଜନତା ଦଳର ବରିଷ୍ଠ ନେତା ବିଧାୟକ ଡା. ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ହେବା ପରେ ନିଜ ନିର୍ବାଚନମଣ୍ଡଳି ପାରାଦୀପରେ ଅଧିକ ସମୟ ଦେଉଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ପଞ୍ଚାୟତ ଗସ୍ତ କରି ସେ କର୍ମୀମାନଙ୍କୁ ଭେଟୁଛନ୍ତି। ମାତ୍ର ଦୁର୍ଭାଗ୍ୟର କଥା ତୈଳ ବିଶୋଧନାଗାର ପାଇଁ ଜମି ହରାଇଥିବା ୧୭୫୨ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଚାଷୀ ସଂଗଠନର ହାତ ଧରିବାକୁ ସେ ଯେଉଁ ଘୋଷଣା କରିଥିଲେ ଏବେ ସେଥିରୁ ଦୂରେଇ ଯାଇଥିବା ଜଣାପଡିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଜମିହରା ଚାଷୀମାନଙ୍କୁ ବ୍ୟଥିତ କରିଛି। ସୂଚନା ଅନୁଯାୟୀ, ଦାମବାବୁଙ୍କ ନିର୍ବାଚନମଣ୍ଡଳି ଅନ୍ତର୍ଗତ କୁଜଙ୍ଗର ୧୭୫୨ ପରିବାର ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ଜମି ହରାଇ ହତାଶ ହୋଇଛନ୍ତି। ବିଶୋଧନାଗାର କର୍ତ୍ତୃପକ୍ଷ ସେମାନଙ୍କୁ ଥଇଥାନ ପ୍ରତିଶ୍ରୁତି ଦେଇ ଧୋକା ଦେଇ ଚାଲିଛନ୍ତି। ତେଣୁ ଚାଷୀକୂଳ ପୂର୍ବରୁ ବହୁବାର ଏନେଇ ଦାମବାବୁଙ୍କ ଶରଣ ନେଇ ନ୍ୟାୟ ମାଗିଥିଲେ। ହେଲେ ଦାମବାବୁ ସର୍ବଦା ଚାଷୀ ସଙ୍ଗଠନଠାରୁ ନିଜକୁ ଦୂରେଇ ରଖିଆସୁଥିଲେ। ଫଳରେ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ସହିତ ତାଙ୍କ ସମ୍ପର୍କ ନେଇ ନାନା କଥା ଶୁଣାଯାଉଥିଲା। କିନ୍ତୁ ଦାମବାବୁ ମନ୍ତ୍ରୀପଦରୁ ଯିବା ପରେ ଅଚାନକ ୧୭୫୨ ଜମିହରା ପରିବାରକୁ ସମର୍ଥନ କରି ସଙ୍ଗଠନର ମଙ୍ଗ ଧରିବେ ବୋଲି ଘୋଷଣା କରିଥିଲେ। ଦାମଙ୍କ ସମର୍ଥନ ପାଇ ବିଶୋଧନାଗାରଠାରୁ ନ୍ୟାୟ ପାଇ ଥଇଥାନ ହେବାକୁ ଚାଷୀକୂଳ ଆଶାବାଦୀ ହୋଇପଡିଥିଲେ। ସଙ୍ଗଠନର ଅନ୍ୟ ନେତୃବୃନ୍ଦ ଓ ଦାମଙ୍କ ପାରମ୍ପରିକ ବିରୋଧୀମାନେ ଯଦିଓ ଏହି ପ୍ରସଙ୍ଗକୁ ସମର୍ଥନ କରିଥିଲେ, ତେବେ ସହଜରେ ଗ୍ରହଣ କରିପାରି ନ ଥିଲେ। ଚାଷୀ ସଙ୍ଗଠନ ସହ ଦାମଙ୍କ ସମ୍ପୃକ୍ତି ନେଇ ମାସେ ହେଲା ମନ୍ଥନ ଚାଲିଥିବାବେଳେ ଅଚାନକ ପୁଣି ଦାମବାବୁ ସଂଗଠନଠାରୁ ଦୂରେଇ ଯାଇଥିବା ଜଣାପଡିଛି। ଚାଷୀ ସଂଗଠନର ନେତୃତ୍ୱ ନେଉଥିବା ହୃଷି କେଶନାଥ, ଜିନ୍ମୟୀ ସାହାଣୀ ଓ ସାରଦା ମହାପାତ୍ର କହିଛନ୍ତି ଯେ, ଦାମବାବୁ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିଛନ୍ତି ଓ ବିଶୋଧନାଗାର ଚାପରେ ଚାଷୀଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇ ପୁଣି ହଟି ଯାଇଛନ୍ତି।

 ମଳୟ ପବନ ପାଇଁ ମାଛ ଉତ୍ପାଦନ ହ୍ରାସ

ମଳୟ ପବନ ପାଇଁ ମାଛ ଉତ୍ପାଦନ ହ୍ରାସ

ପାରାଦୀପ,୬।୩(ସ୍ବ.ପ୍ର.) ପାରାଦୀପ ମାଛଧରା ବନ୍ଦରରେ ଏବେ ମାଛ ଉତ୍ପାଦନ ଆଶାତିତ ଭାବେ ହ୍ରାସ ପାଇଛି। ଏଥିପାଇଁ ଏହି ବୃହତ ମତ୍ସ୍ୟଶିଳ୍ପ ବିଶେଷ ଭାବେ ପ୍ରଭାବିତ ହେଲାଣି। ଅର୍ଦ୍ଧାଧିକ ମାଛଧରା ଟ୍ରଲର, କ୍ୟାରେଟ୍‌ ବୋଟ୍‌ ଓ ନୋଳିଆ ଡଙ୍ଗା ମାଛ ଧରିବାକୁ ଯାଉନାହାନ୍ତି। କାରଣ ମାଛ ଧରିବା ପାଇଁ ସେମାନଙ୍କୁ ଯେତିକି ବାଟ ଯିବାକୁ ପଡୁଛି, ସେଥିପାଇଁ ତେଲ, ବରଫ ଓ ଖାଦ୍ୟ ସାମଗ୍ରୀ ବାବଦରେ ଯେତିକି ଖର୍ଚ୍ଚ ହେଉଛି ତାହା ଭରଣା ହୋଇପାରୁନାହିଁ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା

ଜଗତ୍‌ସିଂହପୁର ଅଫିସ, ୬।୩ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) କେନ୍ଦ୍ର ସରକାରଙ୍କ ଏକ ମହତ ଯୋଜନା। ସହରାଞ୍ଚଳର ଗରିବ ହିତାଧିକାରୀଙ୍କୁ ନିଶ୍ଚିତ ଗୃହ ଯୋଗାଇ ଦେବା ଯୋଜନାର ଉଦ୍ଦେଶ୍ୟ। ଯେଉଁମାନେ ଏଲ୍‌ଆଇଜି (ଲୋ ଇନ୍‌କମ୍‌ ଗ୍ରୁପ୍‌) ଏବଂ ଇଡବ୍ଲ୍ୟୁଏସ୍‌ (ଇକୋନୋମିକାଲି ୱିକର ସେକ୍ସନ୍ସ) ଅନ୍ତର୍ଭୁକ୍ତ ଏବଂ ପକ୍କା ଘର ଖଣ୍ଡେ କରିବା କଷ୍ଟକର, ସେମାନଙ୍କ ସ୍ବପ୍ନ ସାକାର କରିବା ପାଇଁ ଯୋଜନା ରୂପାୟନ କରାଯାଇଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏହି ଯୋଜନା ବାସ୍ତବ ଲକ୍ଷ୍ୟଠାରୁ ଦୂରେଇ ଯାଉଛି। ବିଶେଷକରି ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ନିରାଶ କରାଯାଉଛି। ଏଥିମଧ୍ୟରେ ଜଗତ୍‌ସିଂହପୁର ସହରର ୭୧୭ ଗରିବ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି ସତ, କିନ୍ତୁ ସେମାନଙ୍କ ମଧ୍ୟରୁ ପାଖାପାଖି ୫୦୦ ହିତାଧିକାରୀଙ୍କୁ ମାସାଧିକ କାଳ ହେବ କିସ୍ତି ଟଙ୍କା ଦିଆଯାଇନାହିଁ । ହିତାଧିକାରୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଯେଉଁମାନେ କାର୍ଯ୍ୟାଦେଶ ପାଇବାର ୪ କିମ୍ବା ୬ ମାସ ଭିତରେ ଗୃହ ନିର୍ମାଣ ସାରିବେ ସେମାନଙ୍କୁ ଯଥାକ୍ରମେ ୨୦ ଓ ୧୦ ହଜାର ଟଙ୍କା ହିସାବରେ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କୁହାଯାଉଛି। ଏଥିରେ ଉତ୍ସାହିତ ହୋଇ ହିତାଧିକାରୀ ଧାର, କରଜ କରି ଯୁଦ୍ଧକାଳୀନ ଭିତ୍ତିରେ ଗୃହ ନିର୍ମାଣ କରୁଛନ୍ତି। କିନ୍ତୁ ସରକାର ପୁରସ୍କାର କ’ଣ, କିସ୍ତି ଟଙ୍କା ଦେଉ ନ ଥିବାରୁ ହିତାଧିକାରୀଙ୍କ ମୁଣ୍ଡରେ ଚଡକ ପଡିଛି। ଏଣେ ଧାର, କରଜ ଦେଇଥିବା ଲୋକ ହିତାଧିକାରୀଙ୍କ ଘର କବାଟ ବାଡେଇଲେଣି। କେତେକଙ୍କ କ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଲାଣି। କିନ୍ତୁ ସରକାର ନୀରବ। ସରକାରଙ୍କ ଏହି ଘୋଷଣା ପରୋକ୍ଷରେ କେବଳ ଯେ ପୁରସ୍କାର ପାଇବାରୁ ବଞ୍ଚତ୍ତଙ୍କ ପାଇଁ ଚକ୍ରାନ୍ତ ତାହା ନୁହେଁ, ହିତାଧିକାରୀଙ୍କ ଭାବାବେଗ ସହ ଖେଳ ଖେଳାଯାଉଛି। ଏଭଳି ସଙ୍ଗୀନ ଅଭିଯୋଗ କରି ଶତାଧିକ ହିତାଧିକାରୀ ମଙ୍ଗଳବାର ଜଗତ୍‌ସିଂହପୁର ପୌର ପରିଷଦ କାର୍ଯ୍ୟାଳୟରେ ହୋହଲ୍ଲା କରିଥିଲେ। ଜିଲାପାଳ ଏହା ଉପରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହେଉଛି।

ପ୍ରଦୂଷିତ ପୁଷ୍କରିଣୀ ପ୍ରତି ପଡୁନାହିଁ ଦୃଷ୍ଟି

ପ୍ରଦୂଷିତ ପୁଷ୍କରିଣୀ ପ୍ରତି ପଡୁନାହିଁ ଦୃଷ୍ଟି

ଯାଜପୁର ରୋଡ,୬।୩(ନି.ପ୍ର.)- ବ୍ୟାସନଗର ପାୈରପରିଷଦରେ ୫୯ଟି ପୁଷ୍କରିଣୀ ରହିଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପୁଷ୍କରିଣୀ ଗୁଡ଼ିକ ପ୍ରଦୂଷିତ ହୋଇଛି। ପୁଷ୍କରିଣୀ ଗୁଡ଼ିକ ବ୍ୟବହାର ଯୋଗ୍ୟ ଅବସ୍ଥାରେ ନାହିଁ। ପୌରପରିଷଦ ପକ୍ଷରୁ ପୁଷ୍କରିଣୀକୁ ରକ୍ଷଣାବେକ୍ଷଣ କରିବାପାଇଁ କୌଣସି କାର୍ଯ୍ୟକ୍ରମ କରାଯାଉନାହିଁ।

ପଥର ଗୁଣ୍ଡରେ କାମ ଶେଷ

କାଳିଆପାଣି,୬।୩(ଡି.ଏନ୍‌.ଏ) କୁସୁମଡ଼ିହା-ମହୁଲଖାଲଠାରୁ କଲରଙ୍ଗି ଅତା ଢାବାଛକ ପର୍ଯ୍ୟନ୍ତ ଆରମ୍ଭରୁ ରାସ୍ତା ନିର୍ମାଣ ହେଉଥିବା ଯାଜପୁର ଆରଡି ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଛି। ଫେବୃୟାରୀ ୧୦ରେ ନିମ୍ନମାନର ରାସ୍ତା କାର୍ଯ୍ୟ ହେଉଥିବା ଜଣାପଡିଥିଲା । ଏହା ସତ୍ତ୍ୱେ ଉପରିସ୍ଥ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଗ୍ରାମବାସୀ ଗତ ବୁଧବାର ରେଭେନ୍ୟୁ ଡିଭିଜୋନାଲ କମିଶନ(ଆରଡିସି) ତଦନ୍ତ ଦାବି କରିଛନ୍ତି ।

କଳିଙ୍ଗନଗର ବିସ୍ଥାପିତଙ୍କ ଅସମାହିତ ସମସ୍ୟା

କଳିଙ୍ଗନଗର,୬।୩(ଡି.ଏନ୍‌.ଏ) କଳିଙ୍ଗନଗର ଗୁଳିକାଣ୍ଡ ଘଟଣା ପରଠାରୁ ଆଦିବାସୀମାନେ ଶୋଷିତ ହୋଇ ଆସୁଛନ୍ତି । ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ୧୪ ମୁଣ୍ଡ ଗଡିବା ପରେ କେତେକ ଆଦିବାସୀ ନେତା ଏହାକୁ ନେଇ ରାଜନୀତି କରି କୋଟିପତି ସାଜିଛନ୍ତି। ଏକଦା ବିସ୍ଥାପନକୁ ବିରୋଧ କରି ଆଦିବାସୀଙ୍କ ସମର୍ଥନ ନେଇ ଶିଳ୍ପ ବିରୋଧରେ ଠିଆ ହୋଇଥିବା ସେହି ନେତାମାନେ କମ୍ପାନୀ ନିକଟରେ ନିଜ ମୁଣ୍ଡକୁ ବିକ୍ରି କରି ଏବେ ଦଲାଲ ସାଜିଛନ୍ତି । ବିଭିନ୍ନ ରାଜନୈତିକ ଦଳଗୁଡିକ ମଧ୍ୟ ନୀରବି ଯାଇଥିବାରୁ ନୀରିହ, ଗରିବ ଆଦିବାସୀ ନିଜର ହକ୍‌ ପାଇଁ ଆଉ ସ୍ବର ଉତ୍ତୋଳନ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ସୁକିନ୍ଦା ବ୍ଲକ ଚାନ୍ଦିଆ ପଞ୍ଚାୟତ ଅନ୍ତର୍ଗତ ବାଇଡୁବୁରୀ ଗ୍ରାମର ବିସ୍ଥାପିତ ବାବୁଲାଲ ସୋରେନଙ୍କ ପରିବାରବର୍ଗଙ୍କ ଦୁଃଖକୁ ଦେଖିଲେ ଏହା ସ୍ପଷ୍ଟ ମନେ ହେଉଛି। ବିସ୍ଥାପିତଙ୍କ ଅସମାହିତ ସମସ୍ୟାରେ ରୁନ୍ଧି ହୋଇ ବାବୁଲାଲଙ୍କ ପନତ୍ୀ ସେବତୀ ସୋରେନ କର୍କଟ ରୋଗରେ ପୀଡିତ ହୋଇ ଜୀବନ ସହିତ ସଂଗ୍ରାମ କରୁଛନ୍ତି। ତାଙ୍କ ଦୁଃଖ ପ୍ରଶମିତ କରିବାକୁ ଶିଳ୍ପ କମ୍ପାନୀ କିମ୍ବା କୌଣସି ନେତା ଆଗଭର ହେଉ ନାହାନ୍ତି।

ଯାନ୍ତ୍ରିକ ବ୍ୟବହାର କରିଛି ବେରୋଜଗାର

ଯାନ୍ତ୍ରିକ ବ୍ୟବହାର କରିଛି ବେରୋଜଗାର

ଯାଜପୁର ଅଫିସ,୬।୩ ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି । ଏହାବାଦ ପଡ଼ୋଶୀ କେନ୍ଦୁଝର ଜିଲାରେ ଥିବା ଖଣି ଖାଦାନରେ ମଧ୍ୟ ଯାଜପୁର ଜିଲାର କିଛି ଲୋକ ନିର୍ଭର କରିଥାନ୍ତି। ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ ଖନନ ଚାଲିଛି। ଏଠାକାର ମୂଲ୍ୟବାନ ପ୍ରାକୃତିକ ସମ୍ପଦରେ ଅନେକ କମ୍ପାନୀ ସେମାନଙ୍କ ମୂଳଦୁଆ ପକାଇଛନ୍ତି। ତେବେ ୨୦୦୦ମସିହା ପରଠାରୁ ଜିଲାର ଖଣି, ଶିଳ୍ପ ଓ ରେଲ୍‌ୱେ ସାଇଡିଂଗୁଡ଼ିକରେ ଅଧିକାଂଶ ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଲୋକେ ବୃତ୍ତି ହରାଇ କ୍ଷୁଧାର ଶୀକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କ୍ଷୁଧାମୁକ୍ତି ନିମିତ୍ତ ତାହାର ଆଶୁ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସରକାରଙ୍କ ପ୍ରତି ବିରୋଧାଭାସ ଦେଖା ଦେବାସହ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଫେରାର ଅଭିଯୁକ୍ତ ଗିରଫ

ରସୁଲପୁର, ୬।୩(ଡି.ଏନ୍‌.ଏ.)- କୁଆଖିଆ ପୋଲିସ ମଙ୍ଗଳବାର ସକାଳୁ ମୋବାଇଲ ଚୋରି ଅଭିଯୋଗରେ ସମ୍ପୃକ୍ତ ଥିବା ଫେରାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

୧୨  ବଖରା ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

୧୨ ବଖରା ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ରାଜନଗର, ୬।୩ (ଡି.ଏନ୍‌.ଏ.)-ରାଜନଗର ବ୍ଲକ ରାଜନଗର ପଞ୍ଚାୟତ ଅଧୀନ ଡିଆପାରୀ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୬ ପରିବାରର ପ୍ରାୟ ୧୨ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି।

ଠିକାସଂସ୍ଥା କବ୍‌ଜାରେ ମୋରମ ଖାଦାନ

ଠିକାସଂସ୍ଥା କବ୍‌ଜାରେ ମୋରମ ଖାଦାନ

ଯାଜପୁର ଅଫିସ,୫।୩ ଯାଜପୁର ଜିଲାରେ ଚାଲିଥିବା ବେଆଇନ ଲଘୁ ଖଣିଜ ଲୁଟପାଟ ବେପାର ବେଆଇନ୍‌ ଖନନକାରୀ, ପରିବହନକାରୀ, ଥାନା ଓ ତହସିଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ହେଉଛି। ଦୋଳ ମେଲଣ ପାଇଁ ମୋଟା ଅଙ୍କର ଚାନ୍ଦା ଦେଇ ପୁଣି ନିଜର ଲୁଟପାଟ କାଯର୍‌ୟ ଆରମ୍ଭ କରିଦେଇଛନ୍ତି । ଫଳରେ ମାଫିଆମାନେ ଏବେ ନିର୍ଭୟରେ ଦିନରାତି ଖନନ ଓ ପରିବହନ କାର୍ଯ୍ୟ ବେଲଗାମ ଭାବେ ଜାରି ରଖିଛନ୍ତି । ଅନ୍ୟପକ୍ଷେ ଏକ ବେସରକାରୀ ଠିକାସଂସ୍ଥା ଉପରେ ସମ୍ପୃକ୍ତ ତହସିଲଦାର ଅଯାଚିତ ଦାନ ସ୍ବରୂପ କୋଟି କୋଟି ଟଙ୍କା ମୂଲ୍ୟର ମୋରମ ଖାଦାନ ଟେକି ଦେଇଥିବା ଅଭିଯୋଗ ହେଉଛି।

ବେଆଇନ କ୍ରଶର ଯୋଗୁ ପରିବେଶ ପ୍ରଦୂଷିତ

ବେଆଇନ କ୍ରଶର ଯୋଗୁ ପରିବେଶ ପ୍ରଦୂଷିତ

ଚଣ୍ଡିଖୋଲ,୫।୩(ଡି.ଏନ୍‌.ଏ) ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବେଆଇନ କ୍ରଶର ଗୁଡିକୁ ହାଇକୋର୍ଟ ଓ ଲୋକପାଳଙ୍କ ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବା ବେଳେ ପୁର୍ନବାର ଏହି କ୍ରସର ଗୁଡିକ ଚାଲୁଥିବା ଯୋଗୁ ପ୍ରଦୂଷଣ ବଢିବାରେ ଲାଗିଛି। ଜିଲା ପ୍ରଶାସନ ଏ ସମ୍ପର୍କରେ କ୍ରଶର ଗୁଡିକ ଉଚ୍ଛେଦ ହୋଇଥିବା ନେଇ ହାଇକୋର୍ଟ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲାବେଳେ ପ୍ରକୃତ ପକ୍ଷେ ଏହି କ୍ରଶର ଗୁଡିକ ପୁର୍ନବାର ଚାଲୁ ରହିଛି। ପ୍ରଶାସନର ଏଭଳି ଦୋମୁହାଁ ନୀତିକୁ ସାଧାରଣରେ ସମାଲୋଚନା କରାଯାଇଛି।

ଭଙ୍ଗା କୁଡ଼ିଆରେ ଅଙ୍ଗନୱାଡ଼ି କେନ୍ଦ୍ର

ଭଙ୍ଗା କୁଡ଼ିଆରେ ଅଙ୍ଗନୱାଡ଼ି କେନ୍ଦ୍ର

ରସୁଲପୁର,୫।୩(ଡି.ଏନ୍‌.ଏ.) ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ ପଞ୍ଚାୟତର କ୍ରିପାଳପୁର ଗାଁ ଦଳିତ ସାହିର ଅଙ୍ଗନୱାଡି କେନ୍ଦ୍ରର ବିଦ୍ୟାର୍ଥୀମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏଠାରେ ବିଦ୍ୟାର୍ଥୀଙ୍କୁ ସର୍ବନିମ୍ନ ସୁବିଧା ମିଳି ପାରୁନାହିଁ। ସରକାରଙ୍କ ପକ୍ଷରୁ ଘର ଖଣ୍ଡିଏ ଯୋଗାଇ ଦିଆଯାଉ ନ ଥିବାରୁ ପିଲାମାନେ ଭଙ୍ଗା କୁଡିଆରେ ବସି ପାଠ ପଢୁଛନ୍ତି। କେନ୍ଦ୍ର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଘରଖଣ୍ଡିଏ ପାଇଁ ଦାବି ହୋଇଆସୁଛି।

ପଞ୍ଚାୟତି ରାଜ ଦିବସ ପାଳିତ

ପଞ୍ଚାୟତି ରାଜ ଦିବସ ପାଳିତ

ନିଶ୍ଚିନ୍ତକୋଇଲି, ୫।୩(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକ ସମେତ ୪୧ଟି ପଞ୍ଚାୟତରେ ସୋମବାର ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଚେୟାରମ୍ୟାନ୍‌ ସବିତା ଓଝା, ବିଡିଓ ସୁରେଶ ଚନ୍ଦ୍ର ପ୍ରଧାନ, ଅଶୋକ ଓଝା, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଭିମସେନ୍‌ ସାହୁ, ରମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆମ ଗାଁ ଆମ ଯୋଜନାର ଶୁଭାରମ୍ଭ କରିଥିଲେ।

ବଡକୋଟ ଜଗନ୍ନାଥ ମନ୍ଦିରରୁ ଚୋରି

ରାଜନଗର,୪।୩(ଡି.ଏନ୍‌.ଏ.)- ରାଜନଗର ବ୍ଲକ କୋଇଟିପୁର ପଞ୍ଚାୟତ ଅନ୍ତର୍ଗତ ବଡକୋଟ ଗାଁର ଜଗନ୍ନାଥ ମନ୍ଦିରରୁ ଶନିବାର ରାତିରେ ଚୋରି ହୋଇଛି।

ଭିତରକନିକାରୁ ୨ ଡଙ୍ଗା ଜବତ, ୩ ମତ୍ସ୍ୟଜୀବୀ ଗିରଫ

ରାଜନଗର,୪।୩(ଡି.ଏନ୍‌.ଏ.)- ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନର କାଦୁଆପାଳ କ୍ରିକ୍‌ରେ ବେଆଇନ୍‌ ଭାବେ ମାଛ ମାରୁଥିବା ବେଳେ ରବିବାର ୩ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ।

୩ କି.ମି. ବ୍ୟବଧାନରେ ୮୦ ହମ୍ପ୍‌ସ

୩ କି.ମି. ବ୍ୟବଧାନରେ ୮୦ ହମ୍ପ୍‌ସ

ଦଶରଥପୁର,୪।୩(ଡି.ଏନ୍‌.ଏ.) ଯାଜପୁର ଜିଲା କୁଆଖିଆ ଛକ ଠାରୁ ଭଦ୍ରକ ଜିଲା ସାତଭାୟା ପର୍ଯ୍ୟନ୍ତ ୧୦୨ କି.ମି. ବ୍ୟାପି ଥିବା ୫ ନଂ ଜାତୀୟ ରାଜପଥକୁ କେନ୍ଦ୍ର ସରକାର ୨୦ ନଂ ଜାତୀୟ ରାଜପଥଭାବେ ଘୋଷଣା କରିଛନ୍ତି। ଯାଜପୁର ଜିଲା ବିଭାଗୀୟ ଅଧିକାରୀ ଓ ଜିଲା ପ୍ରଶାସନର ବେପରୁଆ ମନୋଭାବ ଯୋଗୁ ଉଭୟ ଜିଲାକୁ ସଂଯୋଗ କରୁଥିବା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଦଶରଥପୁର ବ୍ଲକ ଅଧୀନସ୍ଥ ଏହି ରାସ୍ତାର ୩ କି.ମି. ବ୍ୟବଧାନରେ ଥିବା ୪ଟି ସ୍ଥାନରେ ୮୦ଟି ସିରିଏଲ୍‌ ହମ୍ପସ୍‌ ରହିଛି।

ସାବିତ୍ରୀ ମିଲ ମାଲିକଙ୍କ ଅଡ଼ୁଆ ବଢ଼ିଲା

ଯାଜପୁର ଅଫିସ,୪।୩ ଯାଜପୁର ଜିଲା ବଡଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଙ୍କ ନାମରେ ସାର୍ଟିଫିକେଟ କେସ ରୁଜ କରାଯିବ। ଏଥିପାଇଁ ସାବିତ୍ରୀ ଇଣ୍ଡଷ୍ଟ୍ରିଜର ଏମଡି ଦିଲୀପ କୁମାର ଅଗ୍ରୱାଲାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ନିର୍ଦ୍ଦିଷ୍ଟ ତାଲିକା ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ସଂଗ୍ରହ କରିବାକୁ ଗତ ୨୦୧୭ ଅଗଷ୍ଟରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ରାଜ୍ୟ ଯୋଗାଣ ନିଗମ ବିଭାଗ ପକ୍ଷରୁ ଇତିମଧ୍ୟରେ ଜିଲା ଯୋଗାଣ ଅଧିକାରୀଙ୍କୁ ୩ଥର ନିର୍ଦ୍ଦେଶନାମା ଜାରି ହୋଇଛି। ଶେଷଥର ପାଇଁ ଗତ ୨୮ତାରିଖରେ ବିଭାଗୀୟ ପତ୍ରସଂଖ୍ୟା ୩୭୬୨ରେ ନିର୍ଦ୍ଦେଶ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ହେଲେ ବିଡମ୍ବନା ଯେ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିବାର ୬ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ବି ସରକାରୀ ଅର୍ଥ ଆମତ୍ସାତ କରିଥିବା ମିଲରଙ୍କ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରା ନ ଯାଇ ସବୁ ଦୋଷ ମାଫ୍‌ କରାଯାଉଥିବା ଭଳି ମନେ ହେଉଛି। ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ତୁରନ୍ତ ନିର୍ଦ୍ଦେଶ ଉପରେ ପଦକ୍ଷେପ ନେବାକୁ ରାଜ୍ୟ ଯୋଗାଣ ନିଗମ ଆଇନ ଅଧିକାରୀ ପୁଣି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଉପରେ କାର୍ଯ୍ୟାନୁଷ୍ଠାନ ହେବ କିମ୍ବା ଆହୁରୀ କେତେଦିନ ବିତିଯିବ ସେ ନେଇ ସଂଶୟ ପ୍ରକାଶ ପାଇଛି।

ଡିମିରିଆପାଳ ଗ୍ରାମକୁ ବିକାଶ ଅପହଞ୍ଚ

ଡିମିରିଆପାଳ ଗ୍ରାମକୁ ବିକାଶ ଅପହଞ୍ଚ

ବରୀ,୪।୩(ଡି.ଏନ୍‌.ଏ.) କେବଳ ଯାଜପୁର ଜିଲା ନୁହେଁ ବରଂ ସାରା ଓଡିଶାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବୌଦ୍ଧପୀଠକୁ ଲାଗି ରହିଛି ଏକ ରାଜସ୍ବ ଗ୍ରାମ ଯାହାର ନାମ ଡିମିରିଆପାଳ । ସ୍ବାଧୀନତାର ୭୦ ବର୍ଷ ପରେ ବି ଯାଜପୁର ଜିଲାର ଏହି ଗ୍ରାମଟି ବିକାଶର ବହୁ ଦୂରରେ ରହିଛି।

୧୨ ବର୍ଷ ବିତିଲା, ସରିଲାନି ରାସ୍ତା ନିର୍ମାଣ

୧୨ ବର୍ଷ ବିତିଲା, ସରିଲାନି ରାସ୍ତା ନିର୍ମାଣ

ଯାଜପୁର ରୋଡ,୪।୩(ନି.ପ୍ର.) ଯାଜପୁର ରୋଡର ଯଖପୁରା ମିଲିଟାରୀ ଛକ (ବିଜୁ ପଟ୍ଟନାୟକ ମାର୍ଗ) ଠାରୁ ନୂଆଗଡ଼ ପର୍ଯ୍ୟନ୍ତ ସାଢେ ଚାରି କିଲୋମିଟର ରାସ୍ତା ୧୨ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଛି। ୧୨ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଅଧାପନ୍ତରିଆ ହୋଇ ପଡ଼ିଥିବା ରାସ୍ତା ଯୋଗୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବାରମ୍ବାର ଅଭିଯୋଗ ପରେ ବି କୌଣସି ଫଳ ମିଳୁନାହିଁ। ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ଶେଷ ନ ହେଲେ ବିଭିନ୍ନ ଦଳ ରାସ୍ତାକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି।