ଉପକୂଳ ଓଡିଶା

ମା’ରାମଚଣ୍ଡୀ ଭଲିବଲ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ମା’ରାମଚଣ୍ଡୀ ଭଲିବଲ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବୋଲଗଡ଼,୨୯ା୧(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ସୋମବାର ମା’ରାମଚଣ୍ଡୀ କ୍ଲବ୍‌ ଆନୁକୂଲ୍ୟରେ  ଅନୁଷ୍ଠିତ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । 

ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର

ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର

ଟାଙ୍ଗୀ(ଖୋର୍ଦ୍ଧା),୨୮l୧(ଡି.ଏନ.ଏ.)-ସ୍ଥାନୀୟ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟରେ ୧୨ ଦିନିଆ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଆୟୋଜିତ ହେଉଛି । 

୬୮୮ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା  ୧୩ ହଜାର ୮ ଶହ ପଞ୍ଜୀକୃତ

୬୮୮ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ୧୩ ହଜାର ୮ ଶହ ପଞ୍ଜୀକୃତ

ଟାଙ୍ଗୀ(ଖୋର୍ଦ୍ଧା),୨୮l୧(ଡି.ଏନ.ଏ.)-ରାଜ୍ୟ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ସ୍ଥାନୀୟ ଟାଙ୍ଗୀ ବଳରାମଦେବଙ୍କ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ଆୟୋଜିତ ଏହି ବ୍ଲକସ୍ତରୀୟ ସଭାରେ ୬୮୮ ଜଣ ନିର୍ମାଣ ଶ୍ରମିକଙ୍କୁ ୩୩ ଲକ୍ଷ ୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। 

ଚାଷୀ ସମାବେଶ ନେଇ ସଂକଳ୍ପ

ଚାଷୀ ସମାବେଶ ନେଇ ସଂକଳ୍ପ

ନାଉଗାଁ,୨୮।୧(ସ୍ବ.ପ୍ର.): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀଙ୍କୁ  ପେନ୍‌ସନ, ପ୍ରାଇସ୍‌ ଓ ପ୍ରେଷ୍ଟିଜ ଦାବିରେ ଫେବୃୟାରୀ ୬ ତାରିଖରେ ଭୁବନେଶ୍ୱରଠାରେ ଚାଷୀ ସମାବେଶ ଅନୁଷ୍ଠିତହେବ। 

ବିବାହ ପାଇଁ ଯାଉଥିବା ବର ଗାଡିରୁ ଫେରାର: ବର ପକ୍ଷର ଗାଡ଼ି ଓ ଲୋକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବିବାହ ପାଇଁ ଯାଉଥିବା ବର ଗାଡିରୁ ଫେରାର: ବର ପକ୍ଷର ଗାଡ଼ି ଓ ଲୋକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ରଣପୁର,୨୮ା୧ (ସ୍ବ.ପ୍ର.)- ନୟାଗଡ ଜିଲା ରଣପୁର ବ୍ଲକ ଗୌରାଙ୍ଗପୁର ପଞ୍ଚାୟତର ଯଦୁପୁର ଗ୍ରାମରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହ ପାଇଁ ଆସୁଥିବା ବର କନ୍ୟା ଘରଠାରୁ ମାତ୍ର କିଛି ହାତ ଦୂରରୁ ଗାଡିରୁ ଫେରାର ହୋଇଯାଇଛନ୍ତି।

ଭିନ୍ନକ୍ଷମ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭିନ୍ନକ୍ଷମ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନିରାକାରପୁର,୨୮।୧(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ନିରାକାରପୁର କଲେଜ ଛକ ନିକଟ ପୁରୁଣା ଶ୍ମଶାନ ପଛପଟୁ ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତଦେହକୁ ରବିବାର ପୋଲିସ ଉଦ୍ଧାର କରିଛି।

ମଙ୍ଗଳାଯୋଡିରେ ଜାତୀୟ ପକ୍ଷୀ ମହୋତ୍ସବ ଉଦ୍‌ଘାଟିତ

ମଙ୍ଗଳାଯୋଡିରେ ଜାତୀୟ ପକ୍ଷୀ ମହୋତ୍ସବ ଉଦ୍‌ଘାଟିତ

ଟାଙ୍ଗୀ (ଖୋର୍ଦ୍ଧା) ୨୮।୧(ଡି.ଏନ.ଏ.)- ମରାଳମାଳିନୀ ନିଳାମ୍ବୁ ଚିଲକା ଉପକୂଳସ୍ଥ ପକ୍ଷୀ ବିହାର ରୂପେ ପରିଚିତ ମଙ୍ଗଳାଯୋଡିରେ ଦ୍ୱିତୀୟ ଜାତୀୟ ପକ୍ଷୀ ମହୋତ୍ସବ ରବିବାର ସ୍ଥାନୀୟ ପଦ୍ମକୁମୁଦ ବିଦ୍ୟାନିକେତନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି।

ଗରଦପୁର ବ୍ଲକରେ ମିଳିତ ଜନଶୁଣାଣି: ୨୬୫ ଅଭିଯୋଗର ଶୁଣାଣି

ଗରଦପୁର ବ୍ଲକରେ ମିଳିତ ଜନଶୁଣାଣି: ୨୬୫ ଅଭିଯୋଗର ଶୁଣାଣି

ପାଟକୁରା,୨୮।୧ (ଡ଼ି.ଏନ୍‌.ଏ.)- ଗରଦପୁର ବ୍ଲକ ସଭାଗୃହରେ ସୋମବାର କେନ୍ଦ୍ରାପଡା ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦାଶରଥି ଶତପଥି ଶିବିରରେ ଅନୁପସ୍ଥିତ ଥିଲେ।

ପିସ୍ତଲ ଦେଖାଇ ଲୁଟ୍‌ ଉଦ୍ୟମ, ଜଣେ ଅଟକ, ପିସ୍ତଲ ଜବତ

ପିସ୍ତଲ ଦେଖାଇ ଲୁଟ୍‌ ଉଦ୍ୟମ, ଜଣେ ଅଟକ, ପିସ୍ତଲ ଜବତ

ପାରାଦୀପ,୨୮।୧(ସ୍ବ.ପ୍ର.)- ପାରାଦୀପ ଟାଉନଶିପ୍‌ରେ ସୋମବାର ପିସ୍ତଲ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଜଣେ ଅଭିଯୁକ୍ତଙ୍କୁ କାବୁକରି ମଡେଲ ପୋଲିସକୁ ହସ୍ତାନ୍ତର କରିଛନ୍ତି।

ପଥରରେ ଛେଚି ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ପଥରରେ ଛେଚି ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ଯାଜପୁର ଅଫିସ, ୨୮।୧: ଯାଜପୁର ଜିଲା ବଡ଼ଚଣା ଥାନା ଅନ୍ତର୍ଗତ ତେଲିଗଡ଼ ଗ୍ରାମର ମୁଣ୍ଡା ସାହିରେ ରବିବାର ବଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। 

ନିର୍ମାଣକୁ ୨ଦିନ ପୁରିଲାନି, ରାସ୍ତାରୁ ପିଚୁ ଉଠିଗଲା

ନିର୍ମାଣକୁ ୨ଦିନ ପୁରିଲାନି, ରାସ୍ତାରୁ ପିଚୁ ଉଠିଗଲା

ଆଳି, ୨୭।୧ (ଡି.ଏନ୍‌.ଏ.)-ଆଳି ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ରାହସରପୁର-ସହିରା ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଦୁଇ ଦିନ ହେବ ଶେଷ ହୋଇଛି। ମାତ୍ର ରାସ୍ତା କାମ କରୁଥିବା ସମ୍ପୃକ୍ତ ଠିକାସଂସ୍ଥାର ଅତି ନିମ୍ନମାନର କାର୍ଯ୍ୟ କରିବା ଯୋଗୁ କାମ ସରିବାର ୨ ଦିନ ନପୁରୁଣୁ ରାସ୍ତାରୁ ପିଚୁ ଉଠିଗଲାଣି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଛି। 

ଶରତ କୁମାର ଦେବ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ

ଶରତ କୁମାର ଦେବ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ

ଆଳି, ୨୭।୧ (ଡି.ଏନ୍‌.ଏ.)-ଆଳି ସାହେବ ସ୍ବର୍ଗତ ଶରତ କୁମାର ଦେବଙ୍କ ସ୍ମୃତିରେ ରବିବାର ଶରତ କୁମାର ଦେବ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଦେମାଳ ପଞ୍ଚାୟତ ଗିରିବନ୍ଧ ଖେଳ ପଡ଼ିଆରେ ଗିରିବନ୍ଧ ୟଙ୍ଗ୍‌ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟକୁ ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ ଉଦ୍‌ଘାଟନ କରିଥିଲେ। 

ଗଞ୍ଜାପଡ଼ା ଉପରେ ଚଢାଉ ବେଳେ ଆକ୍ରମଣ, ୭ ପୋଲିସ ଆହତ

ଗଞ୍ଜାପଡ଼ା ଉପରେ ଚଢାଉ ବେଳେ ଆକ୍ରମଣ, ୭ ପୋଲିସ ଆହତ

ଡୁବୁରୀ,୨୬ା୧(ଡି.ଏନ.ଏ.)- ଯାଜପୁର ଜିଲା ସୁକିନ୍ଦା ଥାନା ବାଲିଆ ଗ୍ରାମରେ ଶନିବାର ଜୁଆଆଡ୍ଡା ଏବଂ ଗଞ୍ଜାପଡା ଉପରେ ଚଢାଉ ବେଳେ ପୋଲିସକୁ ଆକ୍ରମଣ ହୋଇଛି। 

ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ

ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ

ନୟାଗଡ଼ ଅଫିସ,୨୬ା୧- ନୟାଗଡ଼ ଜିଲା ଇଟାମାଟି ଥାନା ଅଞ୍ଚଳର ଏକ ବାଲ୍ୟବିବାହ ହେବା ପୂର୍ବରୁ ଚାଇଲ୍ଡଲାଇନ ଏହାକୁ ରୋକିବାରେ ସକ୍ଷମ ହୋଇଛି।

ଗହୀରମଥାରୁ ୨ ଟ୍ରଲର ଜବତ, ୧୯ ମତ୍ସ୍ୟଜୀବୀ ଗିରଫ

ଗହୀରମଥାରୁ ୨ ଟ୍ରଲର ଜବତ, ୧୯ ମତ୍ସ୍ୟଜୀବୀ ଗିରଫ

ରାଜନଗର,୨୬ା୧(ଡି.ଏନ.ଏ.)- ଅଲିଭ ରିଡ୍‌ଲେ ସାମୁଦ୍ରିକ କଇଁଛଙ୍କ ନିରାପଦସ୍ଥଳୀ ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବାବେଳେ ଶନିବାର ୨ ଟ୍ରଲର ଜବତ  ହେବା ସହ ଏଥିରେ ଥିବା ୧୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। 

ଗଛରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ଗଛରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ପାଟକୁରା,୨୬ା୧(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକ ଗରଦପୁର ଗ୍ରାମର ଜଣେ ଶ୍ରମିକ ଶନିବାର ଗଛରୁ ପଡି ମୃତ୍ୟୁବରଣ କରିଛନ୍ତି। 

ପାରାଦୀପ ବନ୍ଦରରେ ପହଞ୍ଚିଲା ଯାତ୍ରୀବାହୀ ଜାହାଜ ସିଲ୍‌ଭର ଡିସ୍‌କଭର

ପାରାଦୀପ ବନ୍ଦରରେ ପହଞ୍ଚିଲା ଯାତ୍ରୀବାହୀ ଜାହାଜ ସିଲ୍‌ଭର ଡିସ୍‌କଭର

ପାରାଦୀପ,୨୬ା୧(ସ୍ବ.ପ୍ର.)- ପାରାଦୀପ ବନ୍ଦରରେ ଶନିବାର ଏକ ଆନ୍ତର୍ଜାତିକ ଯାତ୍ରୀବାହୀ ଜାହାଜ ଲାଗିଛି। ଏହାର ନାମ ହେଉଛି ସିଲ୍‌ଭର ଡିସ୍‌କଭର। ଏଥିରେ ୬୩ଜଣ ବିଦେଶୀ ପର୍ଯ୍ୟଟକ ଓ ୯୨ଜଣ ଜାହାଜ କର୍ମଚାରୀ ଅଛନ୍ତି। 

ଅବ୍ୟବସ୍ଥାରେ ଚାଲିଛି ଏଆରସିଏସ୍‌ କାର୍ଯ୍ୟାଳୟ : ୪ ସବ୍‌ ଏଆରସିଏସ୍‌ ପଦବୀ ଖାଲିପଡ଼ିଛି

ଅବ୍ୟବସ୍ଥାରେ ଚାଲିଛି ଏଆରସିଏସ୍‌ କାର୍ଯ୍ୟାଳୟ : ୪ ସବ୍‌ ଏଆରସିଏସ୍‌ ପଦବୀ ଖାଲିପଡ଼ିଛି

ନୟାଗଡ଼ ଅଫିସ,୨୬ା୧- ନୟାଗଡ଼ ସହର ତ୍ରିନାଥ ଛକସ୍ଥିତ ସମବାୟ ସମିତି ସମୂହ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ (ଏଆରସିଏସ୍‌) ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି। 

ଜାତୀୟ ଭୋଟର ଦିବସ  : ‘ନିର୍ବାଚନରେ ସାମିଲ ହୋଇ ଗଣତନ୍ତ୍ରକୁ ସୁଦୃଢ଼ କରିବା’

ଜାତୀୟ ଭୋଟର ଦିବସ : ‘ନିର୍ବାଚନରେ ସାମିଲ ହୋଇ ଗଣତନ୍ତ୍ରକୁ ସୁଦୃଢ଼ କରିବା’

ନୟାଗଡ଼ ଅଫିସ,୨୬ା୧- ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଶୁକ୍ରବାର ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି।  ଜିଲାପାଳ  ଡା. ଏନ୍‌ ତିରୁମାଲା ନାୟକ ଏଥିରେ  ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତବର୍ଷ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଭୋଟର ଦିବସର ସ୍ବତନ୍ତ୍ରତା ରହିଥିବା ପ୍ରକାଶ କରିଥିଲେ। 

ଧର୍ମଶାଳା ଯୁବ ବିଜେଡି ସଭାପତିଙ୍କ ଉପରକୁ ବୋମାମାଡ଼

ଧର୍ମଶାଳା ଯୁବ ବିଜେଡି ସଭାପତିଙ୍କ ଉପରକୁ ବୋମାମାଡ଼

ଧର୍ମଶାଳା,୨୬।୧(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ନାକପୋଲ ଛକଠାରେ ଧର୍ମଶାଳା ଯୁବ ବିଜେଡି ସଭାପତିଙ୍କ ଉପରକୁ ଶନିବାର ବୋମାମାଡ଼ କରାଯାଇଛି। ଏଥିରେ ତାଙ୍କ କାର୍‌ର କାଚ ଭାଙ୍ଗିଥିବା ବେଳେ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। 

ରାଧାକୃଷ୍ଣ ମନ୍ଦିରରୁ ଚୋରି କରିବାକୁ ଆସି ଫସିଲା ଚୋର, ଗ୍ରାମବାସୀ କାବୁ କରି ପୋଲିସ ଜିମା ଦେଲେ

ରାଧାକୃଷ୍ଣ ମନ୍ଦିରରୁ ଚୋରି କରିବାକୁ ଆସି ଫସିଲା ଚୋର, ଗ୍ରାମବାସୀ କାବୁ କରି ପୋଲିସ ଜିମା ଦେଲେ

ରାଜନଗର,୨୬।୧(ଡି.ଏନ୍‌.ଏ.): ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣ ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିବା ବେଳେ ଗ୍ରାମବାସୀ ଚୋରକୁ କାବୁ କରିଛନ୍ତି।

ଚାଷୀ ଅଭାବୀ ବିିକ୍ରିର ଶିକାର: କମ୍‌ ଦରରେ ଧାନ ନେଇ ଦଲାଲ ମାଲାମାଲ୍‌

ଚାଷୀ ଅଭାବୀ ବିିକ୍ରିର ଶିକାର: କମ୍‌ ଦରରେ ଧାନ ନେଇ ଦଲାଲ ମାଲାମାଲ୍‌

ନିରାକାରପୁର,୨୬ା୧(ଡି.ଏନ.ଏ.)-କୃଷି ଓ କୃଷକର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ସରକାରଙ୍କ ଘୋଷଣାନୁସାରେ ଅମଳକ୍ଷମ ଉଚିତ ମୂଲ୍ୟରେ ଧାନ ମଣ୍ଡିରେ ବିକ୍ରି କରି ଚାଷୀ ତାର ପାରିଶ୍ରମିକ ପାଇବାର ଆଶା ରଖିଥାଏ। 

୩ୟ ସନ୍ଧ୍ୟାରେ ଟାଙ୍ଗୀ ଲୋକ ମହୋତ୍ସବ: ନୃତ୍ୟଗୀତରେ ଦର୍ଶକ ବିଭୋର

୩ୟ ସନ୍ଧ୍ୟାରେ ଟାଙ୍ଗୀ ଲୋକ ମହୋତ୍ସବ: ନୃତ୍ୟଗୀତରେ ଦର୍ଶକ ବିଭୋର

ଟାଙ୍ଗୀ(ଖୋର୍ଦ୍ଧା),୨୬ା୧(ଡି.ଏନ.ଏ.)-ସ୍ଥାନୀୟ ଚିଲିକା ଷ୍ଟାଡିୟମରେ ଆୟୋଜିତ ଟାଙ୍ଗୀ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପରିବେଷିତ ରଙ୍ଗାରଙ୍ଗ ନୃତ୍ୟଗୀତ ଦର୍ଶକଙ୍କୁ ବିଭୋର କରିଥିବା ଦେଖାଯାଇଥିଲା। ବଡପାରୀର ସଙ୍ଗୀତ ଗ୍ରୁପ୍‌, ନୟାଗଡ଼ର ପଶୁନୃତ୍ୟ ଦର୍ଶକଙ୍କ ମନ ମୋହି ପାରିଥିଲା । 

ଜୈବ ବିବିଧତାର ଗନ୍ତାଘର ପାଲଟିଛି: ସାତକୋଶିଆ ଗଣ୍ଡ ଅଭୟାରଣ୍ୟ

ଜୈବ ବିବିଧତାର ଗନ୍ତାଘର ପାଲଟିଛି: ସାତକୋଶିଆ ଗଣ୍ଡ ଅଭୟାରଣ୍ୟ

ଗଣିଆ,୨୬ା୧(ଡି.ଏନ.ଏ.)-ଓଡ଼ିଶାର ୧୯ ପ୍ରମୁଖ ଅଭୟାରଣ୍ୟ ମଧ୍ୟରେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଅନ୍ୟତମ| ନୟାଗଡ଼, ବୌଦ୍ଧ, କଟକ ଓ ଅନୁଗୋଳ ଜିଲାର ୯୬୮.୩୫ ବର୍ଗ କିଲୋମିଟର ପରିସୀମା ଅଞ୍ଚଳକୁ ନେଇ ଗଠିତ ହୋଇଛି ଏହି ଅଭୟାରଣ୍ୟ|