ଉପକୂଳ ଓଡିଶା

ପାରାଦୀପ ତୈଳ ବିଶୋଧନାଗାର ସମ୍ମୁଖରେ ଶ୍ରମିକ ସଂଘର ବିକ୍ଷୋଭ

ପାରାଦୀପ ତୈଳ ବିଶୋଧନାଗାର ସମ୍ମୁଖରେ ଶ୍ରମିକ ସଂଘର ବିକ୍ଷୋଭ

ପାରାଦୀପ,୧୫।୧୧(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ପ୍ରଶାସନିକ ଭବନ ସମ୍ମୁଖରେ ଗୁରୁବାର ପୂର୍ବ ଘୋଷଣାନୁଯାୟୀ ଏକ ଶ୍ରମିକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଦିଆଯାଇଥିବା ଏହି ଧାରଣାକୁ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ସମର୍ଥନ ନିଆଯାଇଛି।

ଭିଜିଲାନ୍ସ ଜାଲରେ କୁଜଙ୍ଗ ତହସିଲଦାରଙ୍କ ଡ୍ରାଇଭର

ଭିଜିଲାନ୍ସ ଜାଲରେ କୁଜଙ୍ଗ ତହସିଲଦାରଙ୍କ ଡ୍ରାଇଭର

କଟକ ଅଫିସ/କୁଜଙ୍ଗ,୧୫।୧୧: କୁଜଙ୍ଗ ତହସିଲଦାରଙ୍କ ଡ୍ରାଇଭର ଶୈଶବ ମଣ୍ଡଳଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ପକ୍ଷରୁ ଏହି ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

ଶିଶୁ ଦିବସ ପାଳିତ

ଶିଶୁ ଦିବସ ପାଳିତ

ଧର୍ମଶାଳା, ୧୪।୧୧(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ପଣ୍ଡୁଆସ୍ଥିତ ଆପେକ୍ସ କୋଚିଂ କ୍ୟାମ୍ପସ ପରିସରରେ ସୁକନ୍ୟା ଅନୁଷ୍ଠାନ ପକ୍ଷରୁ ନେହେରୁ ଯୁବକେନ୍ଦ୍ରର ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇଯାଇଛି।

 ସର୍ବଭାରତୀୟ ଅଂଶୁମାନ୍‌ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ :  ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା

ସର୍ବଭାରତୀୟ ଅଂଶୁମାନ୍‌ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ : ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା

ଧର୍ମଶାଳା, ୧୪।୧୧(ଡି.ଏନ୍‌.ଏ.) - ଧର୍ମଶାଳା ବ୍ଲକ ଜାରକାସ୍ଥିତ ମହୋତ୍ସବ ପଡିଆରେ ଅନୁଷ୍ଠିତ ନବମ ସର୍ବଭାରତୀୟ  ଅଂଶୁମାନ୍‌ ମେମୋରିଆଲ୍‌  କ୍ରିକେଟ୍‌ ଟୁର୍ନାମେଣ୍ଟ ନବମ ଦିବସର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଶେଷ ହୋଇଛି। 

ଜିନ୍ଦଲ ଷ୍ଟେନଲେସ ଲିମିଟେଡ ସମ୍ପ୍ରସାରଣ ପାଇଁ ଜନ ଶୁଣାଣି

ଜିନ୍ଦଲ ଷ୍ଟେନଲେସ ଲିମିଟେଡ ସମ୍ପ୍ରସାରଣ ପାଇଁ ଜନ ଶୁଣାଣି

 କଳିଙ୍ଗନଗର,୧୪ା୧୧(ଡି,ଏନ୍‌.ଏ.)- ଦାନଗଦୀ ବ୍ଳକ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳଠାରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ଅସଂଶୋଧିତ କଳଙ୍କିବିହୀନ ଇସ୍ପାତ ଓ ଜିନ୍ଦଲ ୟୁନାଇଟେଡ ଷ୍ଟିଲର ହଟ୍‌ଷ୍ଟ୍ରିପ ମିଲର ବାର୍ଷିକ ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ବୁଧବାର ଜନଶୁଣାଣି ଅନୁଷ୍ଠିତ ହୋଇଛି।

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଗିରଫ

ଓଡ଼ଗାଁ,୧୪ା୧୧(ସ୍ବ.ପ୍ର.)-ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ଦେଶୀମଦ, ପୋଚ ଓ ବାଇକ୍‌ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାରୁ ପ୍ରକାଶ, ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଧୀନ ଢୋଲମସ୍କା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି।

ନିର୍ମାଣ ଶ୍ରମିକ ସଂଘର ଗଣଧାରଣା

ନିର୍ମାଣ ଶ୍ରମିକ ସଂଘର ଗଣଧାରଣା

କେନ୍ଦ୍ରାପଡା ଅଫିସ, ୧୪।୧୧-ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ  ୧୦ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଥିଲା । 

ଚଉରା ପାଇଁ ଯୁବକଙ୍କୁ ଭୂଜାଲି ମାଡ

ଚଉରା ପାଇଁ ଯୁବକଙ୍କୁ ଭୂଜାଲି ମାଡ

କେନ୍ଦ୍ରାପଡା ଅଫିସ, ୧୪।୧୧-ବୁଧବାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜରିଆବାଡ ଗ୍ରାମର ପ୍ରହଲ୍ଲାଦ ମଲ୍ଲିକଙ୍କ ଘରେ ଏକ ଚଉରା ନିର୍ମାଣକୁ ନେଇ  ତାଙ୍କ ପୁଅ ସୁଶାନ୍ତ(୩୧)ଙ୍କୁ ଭୂଜାଲି ମାଡ ହୋଇଛି ।

ଶିଶୁ ଦିବସ ପାଳିତ

ମାର୍ଶାଘାଇ,୧୪।୧୧(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୁଧବାର ଶିଶୁ ଦିବସ ପାଳିତ ହୋଇଯାଇଛି । 

ପଟ୍ଟାମୁଣ୍ଡାଇ ସବ୍‌ ଡିଭିଜନ ଘୋଷଣା ଦାବି ଜୋର ଧରିଲା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବୁଧବାର  ଆବାହକ କ୍ଷୀରୋଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

ମହାକାଳପଡା,୧୪।୧୧(ଡି.ଏନ.ଏ.)-ସ୍ଥାନୀୟ ବତୀଘର ପଞ୍ଚାୟତର ବତୀଘରସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ମହାକାଳପଡା ବନାଞ୍ଚଳ ପକ୍ଷରୁ ବୁଧବାର ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର-୨୦୧୮ ଅନୁଷ୍ଠିତ ହୋଇଯାଇଛି ।

ଆଳିରେ କଂଗ୍ରେସର କର୍ମୀ ସମ୍ମିଳନୀ

ଆଳିରେ କଂଗ୍ରେସର କର୍ମୀ ସମ୍ମିଳନୀ

ଆଳି,୧୪।୧୧(ଡି.ଏନ.ଏ.)-ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗ୍ରାମ ପଞ୍ଚାୟତର ଦହିସାହି ଯଜ୍ଞ ପଡିଆଠାରେ ୩ ନଂ ଜୋନ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକୋତ୍ସବ: ଅବସରପ୍ରାପ୍ତ ୧୩ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ନିଗମ ମଣ୍ଡପଠାରେ ୩୬ ତମ ବାର୍ଷିକୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । 

ସମିତି ସଭ୍ୟଙ୍କ ବିରୋଧରେ ବିଲିକଣା ପଞ୍ଚାୟତବାସୀ ଏକାଠି :  ପଟ୍ଟାମୁଣ୍ଡାଇ ବ୍ଲକ ଆଗରେ ଗଣଧାରଣା

ସମିତି ସଭ୍ୟଙ୍କ ବିରୋଧରେ ବିଲିକଣା ପଞ୍ଚାୟତବାସୀ ଏକାଠି : ପଟ୍ଟାମୁଣ୍ଡାଇ ବ୍ଲକ ଆଗରେ ଗଣଧାରଣା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ ପଣ୍ଡାଙ୍କ ମନୋମୁଖି କାର୍ଯ୍ୟକୁ ବିରୋଧ କରି ପଞ୍ଚାୟତବାସୀଙ୍କ ପକ୍ଷରୁ ମଙ୍ଗଳବାର ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।

ଦୀର୍ଘ ୨୦ ଘଣ୍ଟା ପରେ ସ୍ବାସ୍ଥ୍ୟକେନ୍ଦ୍ରରୁ  ଉଠିଲା ମୃତଦେହ: ସ୍ବାମୀଙ୍କ ସତ୍କାର ପାଇଁ ଗାମୁଛା ପାରି ଭିକ୍ଷା ମାଗିଲେ ସ୍ତ୍ରୀ

ଦୀର୍ଘ ୨୦ ଘଣ୍ଟା ପରେ ସ୍ବାସ୍ଥ୍ୟକେନ୍ଦ୍ରରୁ ଉଠିଲା ମୃତଦେହ: ସ୍ବାମୀଙ୍କ ସତ୍କାର ପାଇଁ ଗାମୁଛା ପାରି ଭିକ୍ଷା ମାଗିଲେ ସ୍ତ୍ରୀ

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର)-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଙ୍ଗରାଇ ମୁଣ୍ଡା (୫୪) ନାମକ ଜଣେ ଦିନ ମଜୁରିଆଙ୍କ ମୃତଦେହ ଦୀର୍ଘ ୨୦ ଘଣ୍ଟା ପରେ ଉଠାଯାଇଛି ।

ଟ୍ରକକୁ ପଛରୁ ଧକ୍କା ଦେଲା ମିଟି ଟ୍ରକ: ୨ମୃତ, ୧ ଗୁରୁତର

ଟ୍ରକକୁ ପଛରୁ ଧକ୍କା ଦେଲା ମିଟି ଟ୍ରକ: ୨ମୃତ, ୧ ଗୁରୁତର

ରଣପୁର,୧୪।୧୧(ଡି.ଏନ୍‌.ଏ.): ନୟାଗଡ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ  କନ୍ଧ ନୟାଗଡ଼ ଛକରେ ବୁଧବାର ସକାଳେ ଥୁଆ ହୋଇଥିବା ଟ୍ରକ୍‌କୁ ପଛରୁ ଏକ ୪୦୭ ଗାଡ଼ି ଧକ୍କା ଦେଇଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଗୁରୁତର ଆହତ ହୋଇଛନ୍ତି। 

ସଡ଼କ ଦୁର୍ଘଟଣାରେ ୨ ଆହତ

ଓଡ଼ଗାଁ,୧୪ା୧୧(ସ୍ବ.ପ୍ର.)-ଓଡ଼ଗାଁ ଥାନା କାପ୍ତାପଲ୍ଲୀ ପଞ୍ଚାୟତସ୍ଥ ଓଡ଼କପା ଗ୍ରାମ ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।  

ଖଣ୍ଡପଡ଼ା ତହସିଲଦାରଙ୍କ ନୀଳମାଧବ ମନ୍ଦିର ପରିଦର୍ଶନ

ଖଣ୍ଡପଡ଼ା ତହସିଲଦାରଙ୍କ ନୀଳମାଧବ ମନ୍ଦିର ପରିଦର୍ଶନ

ଖଣ୍ଡପଡ଼ା,୧୪ା୧୧(ସ୍ବ.ପ୍ର.)-ଖଣ୍ଡପଡ଼ା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭଶ୍ରୀ ରଥ ମଙ୍ଗଳବାର ଅପରାହ୍ନରେ ଶ୍ରୀ ନୀଳମାଧବ ଜୀଉଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ପୂଜକମାନଙ୍କଠାରୁ ଅବଗତ ହୋଇଥିଲେ। 

ନଦୀକୂଳ ଡମ୍ପିିଂ ପ୍ୟାକିଂ ଖସୁଛି: କଣ୍ଟିଲୋ ପ୍ରତି ବଢ଼ୁଛି ବିପଦ ଆଶଙ୍କା

ନଦୀକୂଳ ଡମ୍ପିିଂ ପ୍ୟାକିଂ ଖସୁଛି: କଣ୍ଟିଲୋ ପ୍ରତି ବଢ଼ୁଛି ବିପଦ ଆଶଙ୍କା

ଖଣ୍ଡପଡ଼ା,୧୪ା୧୧(ସ୍ବ.ପ୍ର.)-ପ୍ରତିବର୍ଷ ବନ୍ୟାର ପ୍ରକୋପରୁ ରକ୍ଷା କରିବା ତଥା ନଦୀକୂଳକୁ ସୁଦୃଢ଼ କରିବାକୁ ବହୁବର୍ଷ ପୂର୍ବେ କଣ୍ଟିଲୋରେ ନିର୍ମାଣ କରାଯାଇଥିଲା ପଥର ପ୍ୟାକିଂ ଓ ଡମ୍ପିଂ। ସମ୍ପ୍ରତି ବନ୍ୟା ସମୟରେ ଏହା ଭୁଶୁଡି ପଡୁଥିବା ଦୃଷ୍ଟିଗୋଚର ହୋଇଛି।

୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା : ଦୁର୍ଘଟଣାରେ ଗଲା ଆଉ ଏକ ଜୀବନ

ଡୁବୁରୀ/କଳିଙ୍ଗନଗର,୧୪|୧୧ା(ଡିଏନଏ)- ଡୁବୁରୀ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର ବାଘବାହାଳି ଛକ ନିକଟରେ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଛି। 

ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ୨ୟ ଦିନରେ ଗଣଧାରଣା

ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ୨ୟ ଦିନରେ ଗଣଧାରଣା

କୋରେଇ,୧୪ା୧୧(ସ୍ବ.ପ୍ର.)- ପାଣିକୋଇଲିଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ମଙ୍ଗଳବାର  ୨ୟ ଦିନରେ ପହଞ୍ଚିିଛି| 

ପୂଜା ମଣ୍ଡପ ବୁଲିଲେ ଜିଲାପାଳ, ଏସ୍‌ପି

ପୂଜା ମଣ୍ଡପ ବୁଲିଲେ ଜିଲାପାଳ, ଏସ୍‌ପି

ଯାଜପୁରରୋଡ,୧୪ା୧୧(ନି.ପ୍ର.)- ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ଏସ୍‌ପି ଚରଣ ସିଂ ମୀନା ମଙ୍ଗଳବାର ଯାଜପୁରରୋଡର ବିଭିନ୍ନ କାଳୀପୂଜା ମଣ୍ଡପ ବୁଲି ଦେଖିଥିଲେ। ଯାଜପୁର ସହରର ଗଣପର୍ବ ହେଉଛି କାଳୀପୂଜା|

ଯାଜପୁର ୟୁଥ ଫୋରମ୍‌ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

ଯାଜପୁର ୟୁଥ ଫୋରମ୍‌ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

କୋରେଇ,୧୪ା୧୧(ସ୍ବ.ପ୍ର.)- ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଯାଜପୁର ୟୁଥ ଫୋରମ ପକ୍ଷରୁ ମଙ୍ଗଳବାର କୋରେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି| 

ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ : ମରାମତି ଅଭାବରୁ ବଢୁଛି ଦୁର୍ଘଟଣା

ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ : ମରାମତି ଅଭାବରୁ ବଢୁଛି ଦୁର୍ଘଟଣା

ଚଣ୍ଡିଖୋଲ,୧୪ା୧୧(ଡି.ଏନ.ଏ.)-  ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥରେ ମରାମତି ଅଭାବରୁ ଖାଲଖମା ସୃଷ୍ଟି ହୋଇ ଦୁର୍ଘଟଣା ଘଟୁଛି। ଗତ ୧୫ ଦିନ ମଧ୍ୟରେ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇ ଚିକିତ୍ସିତ  ହେଉଛନ୍ତି।