ଉପକୂଳ ଓଡିଶା

ବ୍ରହ୍ମ ତାଳଧ୍ୱଜ ରଥରେ ଯୋଡା ହେଉଛି ବରାନ୍ଦ

କେନ୍ଦ୍ରାପଡା ଅଫିସ, ୫।୭: ଆସନ୍ତା ୧୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। ପୁରୀ ଶ୍ରୀକ୍ଷେତ୍ର ପରେ ଓଡିଶାର ଯେଉଁ କେତୋଟି ସ୍ଥାନରେ ରଥଯାତ୍ରାରେ ପ୍ରବଳ ଜନ ସମାଗମ ହୁଏ, ସେଥିମଧ୍ୟରୁ କେନ୍ଦ୍ରାପଡାର ଇଚ୍ଛାପୁର ଅନ୍ୟତମ। ବିଶ୍ୱର ସର୍ବୋଚ୍ଚ କୁହାଯାଉଥିବା ବ୍ରହ୍ମ ତାଳଧ୍ୱଜ ରଥରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉ ବିରାଜମାନ ହୋଇଥାନ୍ତି।

ଧନେଶ୍ୱର ମହାପାତ୍ରଙ୍କ ସ୍ମୃତିସଭା

ଧନେଶ୍ୱର ମହାପାତ୍ରଙ୍କ ସ୍ମୃତିସଭା

ରାଜକନିକା, ୫।୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ଅଖ୍ୟାତ ପଲ୍ଲୀ ରାଜକନିକା ବ୍ଲକର ଆୟତନଠାରେ ଜନ୍ମ ନେଇଥିବା ଡା. ଧନେଶ୍ୱର ମହାପାତ୍ର ଚିରଦିନ ପାଇଁ କାଳଜୟୀ ହୋଇ ରହିବେ ବୋଲି ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ସଭାରେ ମତବ୍ୟକ୍ତ କରିଛନ୍ତି। ବୁଧବାର ସନ୍ଧ୍ୟାରେ କଣ୍ଡିଆହାଟସ୍ଥିତ ଖରସ୍ରୋତା ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଡା. ମହାପାତ୍ରଙ୍କ ସ୍ମୃତିସଭାରେ ଯୋଗ ଦେଇ ଅତିଥିମାନେ ଉପରୋକ୍ତ ମତ ଦେଇଥିଲେ।

ପ୍ରଶାସନ ଭାଙ୍ଗିଲା ୩୬ ଚିଙ୍ଗୁଡି ଘେରି

ପ୍ରଶାସନ ଭାଙ୍ଗିଲା ୩୬ ଚିଙ୍ଗୁଡି ଘେରି

ରାଜନଗର, ୫।୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ବନବିଭାଗ ପକ୍ଷରୁ ଭିତରକନିକା ସଂଲଗ୍ନ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୩୬ଟି ବେଆଇନ ଚିଙ୍ଗୁଡି ଘେରି ଭଙ୍ଗାଯାଇଛି। କିନ୍ତୁ ବନ କର୍ମଚାରୀଙ୍କ ଚିଙ୍ଗୁଡି ଘେରି ଏହି ଉଚ୍ଛେଦ ପ୍ରକ୍ରିୟାରୁ ବାଦ ପଡିଛି।

ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ଡେରାବିଶ, ୫।୭ (ସ୍ବ.ପ୍ର.): ଡେରାବିଶ ବ୍ଲକ ହରିଅଙ୍କ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଓ ବିଜୁ ଆବାସ ଯୋଜନାରେ ବୁଧବାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ସ୍ଥାନୀୟ ସରପଞ୍ଚ ଯୁଗଳ କିଶୋର ମହାନ୍ତି ସଭାପତିତ୍ୱ କରିଥିଲେ। ଏଥିରେ ଡେରାବିଶ ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ ସାହୁ ମୁଖ୍ୟ ଅତିଥି, ସମିତିସଭ୍ୟ ରଘୁନାଥ ଶତପଥୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥିଭାବେ ସହକାରୀ ଯନ୍ତ୍ରୀ ଅବନୀ କୁମାର ମହାନ୍ତି ଓ ନାଏବ ସରପଞ୍ଚ ସୌଭାଗିନୀ ନାୟକ ଯୋଗଦେଇଥିଲେ।

୩୦ ନଂ ଜୋନ୍‌ ଜିଲା ପରିଷଦ ଉପନିର୍ବାଚନ: ଗୋଲାପି ବୁଥ୍‌ରେ ମତଦାନ କଲେ ମହିଳା

୩୦ ନଂ ଜୋନ୍‌ ଜିଲା ପରିଷଦ ଉପନିର୍ବାଚନ: ଗୋଲାପି ବୁଥ୍‌ରେ ମତଦାନ କଲେ ମହିଳା

ଯାଜପୁର ଅଫିସ/ବିରଜାକ୍ଷେତ୍ର(ଡି.ଏନ.ଏ.),୫।୭- ରାଜ୍ୟର ଯାଜପୁର ଜିଲାରେ ପ୍ରଥମକରି ଗୋଲାପି ବୁଥ୍‌ ଉଦ୍‌ଘାଟିତ ହୋଇଛି। ବୁଧବାର ୩୦ନମ୍ବର ଜୋନର ଜିଲାପରିଷଦ ଉପନିର୍ବାଚନରେ ୩ଟି ବୁଥ୍‌ରେ ମହିଳା ଅଧିକାରୀ ନିର୍ବାଚନ ଦାୟିତ୍ୱ ତୁଲାଇଥିଲେ। ଏହି ଗୋଲାପି ବୁଥଗୁଡ଼ିକରେ ସର୍ବାଧିକ ୩୧୫ଜଣ ମହିଳା ଭୋଟ ଦେଇଥିବାବେଳେ ୩୦୪ଜଣ ପୁରୁଷ ମତଦାନ କରିଥିଲେ।

କଳିଙ୍ଗନଗର ଶିଳ୍ପାଞ୍ଚଳ: ୨୫ବର୍ଷ ଧରି ସମସ୍ୟାରେ ରୁନ୍ଧି ହେଉଛନ୍ତି ବିସ୍ଥାପିତ

କଳିଙ୍ଗନଗର ଶିଳ୍ପାଞ୍ଚଳ: ୨୫ବର୍ଷ ଧରି ସମସ୍ୟାରେ ରୁନ୍ଧି ହେଉଛନ୍ତି ବିସ୍ଥାପିତ

ଯାଜପୁର ଅଫିସ,୫।୭- ରାଜ୍ୟବାସୀଙ୍କ ଆର୍ଥିକ ଅଭିବୃଦ୍ଧି ନାମରେ ଶିଳ୍ପାୟନରେ ମାତିଛନ୍ତି ଓଡିଶା ସରକାର। କିନ୍ତୁ ବାସ୍ତବ ଚିତ୍ର ଓଲଟା। କଳିଙ୍ଗନଗର ଶିଳ୍ପାୟନରେ ଏହା ଜଳଜଳ ହୋଇ ଦିଶୁଛି। ସୁକିନ୍ଦା ନିର୍ବାଚନ ମଣ୍ଡଳିରେ ପ୍ରତିଷ୍ଠିତ ଶିଳ୍ପାୟନରେ କିଛି ମୁଷ୍ଟିମେୟଙ୍କୁ ଛାଡ଼ିଦେଲେ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ତ ହୋଇନାହିଁ, ବରଂ ୨୫ବର୍ଷ ଧରି ଲୋକେ ପ୍ରଦୂଷଣ ଜ୍ୱାଳାରେ ଜର୍ଜରିତ ହେଉଛନ୍ତି।

ସରିଲା ୩୦ନଂ ଜିଲା ପରିଷଦ ଉପନିର୍ବାଚନ: ୬୭.୫୯% ଭୋଟଦାନ, ଆଜି ଗଣନା

ସରିଲା ୩୦ନଂ ଜିଲା ପରିଷଦ ଉପନିର୍ବାଚନ: ୬୭.୫୯% ଭୋଟଦାନ, ଆଜି ଗଣନା

ବିରଜାକ୍ଷେତ୍ର,୫।୭(ଡି.ଏନ୍‌.ଏ) - ଯାଜପୁର ଜିଲା ୩୦ ନମ୍ବର ଜିଲା ପରିଷଦ ଆସନ ନିମନ୍ତେ ବୁଧବାର ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି। ଉପନିର୍ବାଚନ ନିମନ୍ତେ ସକାଳ ୭ଟାରୁ ଭୋଟଦାନ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହୋଇଥିଲା। ଭୋଟରମାନେ ଶାନ୍ତିଶୃଙ୍ଖଳାର ସହ ଭୋଟ କେନ୍ଦ୍ରଗୁଡ଼ିକରେ ଭୋଟ ଦେଇଥିଲେ।

କୋରେଇ ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୨୮ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର

କୋରେଇ ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୨୨୮ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର

କୋରେଇ,୫।୭(ସ୍ବପ୍ର)- ପାଣିକୋଇଲି କଲେଜ ପଡିଆରେ ବୁଧବାର କୋରେଇ ବ୍ଲକର ଆମ ଗାଁ ଆମ ବିକାଶ କାଯର୍‌ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କୋରେଇର ହଜାର ହଜାର ଲୋକଙ୍କ ସହିତ କଥା ହୋଇଥିଲେ। କାଯର୍‌ୟକ୍ରମରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କ ସମେତ ବହୁ ସଂଖ୍ୟାରେ ଜନପ୍ରତିନିଧି ଓ ବିଜେଡି କର୍ମୀ ଯୋଗ ଦେଇଥିଲେ।

ସ୍କୁଲ ଫି’ରେ ବି ମିଶୁଛି ଘରଭଡ଼ା

ଯାଜପୁର ଅଫିସ,୫।୭- ଯାଜପୁର ଜିଲାରେ ଶିଳ୍ପର ଆଗମନ ପରେ ସ୍କୁଲ ଓ କଲେଜ ବ୍ୟବସାୟ ବଢିବାରେ ଲାଗିଛି। ବିନା ଭିତ୍ତଭୂମିରେ କେତେକ ସ୍ଥାନରେ ଘରୋଇ ସ୍କୁଲ ଓ କଲେଜ ପ୍ରତିଷ୍ଠା କରାଯାଉଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେବା ସହିତ ପ୍ରଶାସନିକସ୍ତରରେ ବିଶୃଙ୍ଖଳା ପରିଲ୍ଲକ୍ଷିତ ହେଉଛି।

ବ୍ଲାକରୋଜ ବୁଡ଼ି ଘଟଣା: ସିବିଆଇ ତଦନ୍ତ ସଫଳ ହେବା ନେଇ ପ୍ରଶ୍ନବାଚୀ

ବ୍ଲାକରୋଜ ବୁଡ଼ି ଘଟଣା: ସିବିଆଇ ତଦନ୍ତ ସଫଳ ହେବା ନେଇ ପ୍ରଶ୍ନବାଚୀ

ପାରାଦୀପ,୫।୭(ସ୍ବ.ପ୍ର.): ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ବନ୍ଦର ସଂଯୁକ୍ତ ସମୁଦ୍ରର ଆଙ୍କରେଜ ଏରିଆରେ ବ୍ଲାକରୋଜ ଜାହାଜ ବୁଡ଼ିଥିଲା। ୯ବର୍ଷ ପରେ ସେହି ବ୍ଲାକରୋଜକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ଯେଉଁ ଭାଜପା ନେତାମାନେ ଏହାର ସିବିଆଇ ତଦନ୍ତ ପ୍ରସଙ୍ଗ ଉଠାଇଛନ୍ତି ତାହା ସଫଳ ହେବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜିଲା ପ୍ରଶାସନର ଉନ୍ନୟନ ସମୀକ୍ଷା: ସାଇନ୍ସପାର୍କ ପାଖରେ ହେବ ପ୍ଲାନେଟୋରିୟମ

ଜିଲା ପ୍ରଶାସନର ଉନ୍ନୟନ ସମୀକ୍ଷା: ସାଇନ୍ସପାର୍କ ପାଖରେ ହେବ ପ୍ଲାନେଟୋରିୟମ

ପାରାଦୀପ,୫।୭(ସ୍ବ.ପ୍ର.): ଜିଲା ପ୍ରଶାସନ ପକ୍ଷରୁ ବୁଧବାର ପାରାଦୀପ ପୌର ପ୍ରଶାସନିକ ଭବନରେ ବିଭିନ୍ନ ପ୍ରକଳ୍ପର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଛି। ଏଥିସହ ପାରାଦୀପ ବେଳାଭୂମି ରାସ୍ତାପାଖରେ ଥିବା ସାଇନ୍ସପାର୍କକୁ ଲାଗି ଏକ ପ୍ଲାନେଟୋରିୟମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ପାରାଦୀପ ପୌରାଞ୍ଚଳରେ ଯେଉଁ କେତେକ ନୂତନ ପ୍ରକଳ୍ପ ହୋଇଛି ଓ ହେବାର ଅଛି ସେ ସମ୍ପର୍କରେ ସମୀକ୍ଷା କରାଯାଇଛି।

ଜଗତ୍‌ସିଂହପୁର ମାଷ୍ଟର ପ୍ଲାନ୍‌କୁ ସବୁଜ ସଙ୍କେତ

ଜଗତ୍‌ସିଂହପୁର ଅଫିସ,୫।୭ (ପ୍ରମୋଦ ନାୟକ): ୧୯୮୫ ମସିହା ପରଠାରୁ ଜଗତ୍‌ସିଂହପୁର ସହର ସମେତ ଜିଲାରେ ମାଷ୍ଟର ପ୍ଲାନ ହୋଇନାହିଁ। ଏହା କରାଯାଇ ନ ଥିବାରୁ ସହର ଦିନକୁ ଦିନ ଅସଜଡ଼ା ହେବାରେ ଲାଗିଛି। ଏଥିଯୋଗୁ ଟ୍ରାଫିକ ସମସ୍ୟାଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା ଆଦି ବିଭିନ୍ନ କ୍ଷେତ୍ରରେ ଅସୁବିଧା ହେଉଛି।

କୁଜଙ୍ଗରେ ହେଉ ମଲ୍ଟିସ୍ପେଶିଆଲିଟି ହସ୍‌ପିଟାଲ

କୁଜଙ୍ଗ,୫।୭(ସ୍ବ.ପ୍ର.): କୁଜଙ୍ଗ ଅଞ୍ଚଳ ଚାଷୀ ଜମି ଯୋଗାଇ ଦେଇଥିବାରୁ କୁଜଙ୍ଗ ତହସିଲ ଅଧୀନ ପାରାଦୀପଠାରେ ବୃହତ ବନ୍ଦର ନିର୍ମାଣ ହୋଇଛି। ବନ୍ଦରକୁ ଭିତ୍ତିକରି ବିଭିନ୍ନ ଶିଳ୍ପ ସଂସ୍ଥା ଗଢ଼ି ଉଠିଛି। ତେଣୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରିଥିବା ମଲ୍ଟି ସ୍ପେଶିଆଲିଟି ହସ୍‌ପିଟାଲ ଜଗତ୍‌ସିଂହପୁର ଜିଲାର କୁଜଙ୍ଗଠାରେ ନିର୍ମାଣ ହେଉ ବୋଲି ଏବେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି।

୫ ଦିନିଆ ରିମାଣ୍ଡରେ ଗଲେ ଗ୍ୟାଙ୍ଗଷ୍ଟର ଟିଟୋ

୫ ଦିନିଆ ରିମାଣ୍ଡରେ ଗଲେ ଗ୍ୟାଙ୍ଗଷ୍ଟର ଟିଟୋ

କେନ୍ଦ୍ରାପଡା ଅଫିସ, ୪ା୭- ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ଉସମାନ ଅଲ୍ଲୀଙ୍କୁ ୫ ଦିନ ରିମାଣ୍ଡରେ ନେବ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟ୍ୟାକ୍ସ ଫୋର୍ସ। ଏ ନେଇ କେନ୍ଦ୍ରାପଡା ଏସଡିଜେଏମ ନିହାର ରଞ୍ଜନ ସାହୁ ବୁଧବାର ଅନୁମତି ପ୍ରଦାନ କରିଛନ୍ତି।

ଗରଦପୁରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ଗରଦପୁରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ପାଟକୁରା, ୪।୭ (ଡି.ଏନ୍‌.ଏ.)- ଗରଦପୁର ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲ, କେନ୍ଦ୍ରାପଡ଼ା ଜିଲାପାଳ ରେଘୁ ଜୀ., ପିଡି ଦିଲ୍ଳୀପ କୁମାର ପରିଡ଼ା, ବିଡିଓ ଧରଣୀଧର ବେହେରା, ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ସମନ୍ବୟ ଓ୍ବାର୍କସପ୍‌

ସ୍ବୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ସମନ୍ବୟ ଓ୍ବାର୍କସପ୍‌

ରାଜନଗର, ୪।୭ (ଡି.ଏନ୍‌.ଏ.)-ରାଜନଗର ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସ୍ବୟଂ ସହାୟକ ଗେଷ୍ଠେୀ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏକ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି।

ଶିଶୁ ଶ୍ରମିକ ଉଦ୍ଧାର

ରାଜନଗର, ୪।୭ (ଡି.ଏନ୍‌.ଏ.)-ରାଜନଗର ବ୍ଲକ ଡେରା ପଞ୍ଚାୟତ ଅଧୀନ କଏଥା ଗ୍ରାମର କୈଳାସ ଜେନାଙ୍କ ପୁଅ ଗଣେଷଙ୍କୁ ବୁଧବାର ଭୁବନେଶ୍ୱରସ୍ଥିତ ରୁଚିକା ଚାଇଲ୍ଡ ଲାଇନ୍‌ର କର୍ମୀମାନେ ଭୁବନେଶ୍ୱରରୁ ଉଦ୍ଧାର କରିଛନ୍ତି। ଏ ନେଇ ରୁଚିକା ଚାଇଲ୍ଡ ଲାଇନ୍‌ ପକ୍ଷରୁ ଗଣେଷ(୧୪)ଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ପରେ ତାଙ୍କ ପରିବାର ଲୋକେ ଭୁବନେଶ୍ୱର ଯାଇଥିବା ଜଣାପଡିଛି।

ଜୁଆ ଆଡ୍ଡାରେ ଚଢ଼ାଉ: ଜଣେ ଗିରଫ, ୪ ବାଇକ ଜବତ

ଜୁଆ ଆଡ୍ଡାରେ ଚଢ଼ାଉ: ଜଣେ ଗିରଫ, ୪ ବାଇକ ଜବତ

ମହାକାଳପଡ଼ା, ୪।୭ (ଡି.ଏନ୍‌.ଏ.)- ମହାକାଳପଡ଼ା ଥାନା ଅଧୀନ ବରକନ୍ଧା ଗ୍ରାମସ୍ଥିତ ଏକ ମନନ୍ଦିର ବାରଣ୍ଡାରେ କେତେଜଣ ଯୁବକ ଜୁଆ ଖେଳୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ତେବେ ପୋଲିସ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିବା ସହ ୪ଟି ବାଇକ୍‌ ଜବତ କରିଛି।

୨ ଓ୍ବାର୍ଡସଭ୍ୟ ପଦ ପାଇଁ ଉପନିର୍ବାଚନ

୨ ଓ୍ବାର୍ଡସଭ୍ୟ ପଦ ପାଇଁ ଉପନିର୍ବାଚନ

ବୋଲଗଡ଼, ୪।୭ (ଡି.ଏନ୍‌.ଏ.)- ବୋଲଗଡ଼ ବ୍ଲକ ବୋଲଗଡ଼ ପଞ୍ଚାୟତର ୧୦ନଂ ଓ୍ବାର୍ଡ ଓ ଧଳାପଥର ପଞ୍ଚାୟତର ୯ନଂ.ଓ୍ବାର୍ଡ ସଭ୍ୟ ପଦବୀ ନିମନ୍ତେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ବିକ୍ଷୋଭ

ଓଡ଼ିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ବିକ୍ଷୋଭ

ଜଗତ୍‌ସିଂହପୁର ଅଫିସ, ୪ା୭-ବୁଧବାର ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ଜଗତ୍‌ସିଂହପୁର ଜିଲା ଶାଖା ତରଫରୁ ବୁଧବାର ୭ ଦଫା ଦାବି ନେଇ ଆନ୍ଦୋଳନ କରାଯାଇଥିଲା।

ଅଟୋକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ, ୮ ଗୁରୁତର

ଅଟୋକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ, ୮ ଗୁରୁତର

ଯାଜପୁର ରୋଡ଼, ୪।୭ (ନି.ପ୍ର.)-ଯାଜପୁର ଜିଲା କୋରେଇ ଥାନା ଅଧୀନ ୨୦ ନଂ. ଜାତୀୟ ରାଜପଥର ଲକ୍ଷ୍ମୀନଗର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ମେଡିକାଲ ପଠା ଯାଇଥିବା ବେଳେ ଅନ୍ୟମାନଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ମୁତାବକ, ଏକ ଅଟୋ କଳିଙ୍ଗନଗର ଶିଳ୍ପାଞ୍ଚଳ ଆଡକୁ ଯାଉଥିବା ବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଅଟୋ ପଛକୁ ଜୋରରେ ଧକ୍କା ଦେଇଥିଲା।

ଅଧା ରହିଲା ଡାକ୍ତରଖାନା ପରିଦର୍ଶନ

ଅଧା ରହିଲା ଡାକ୍ତରଖାନା ପରିଦର୍ଶନ

ରଣପୁର, ୪।୭ (ଡି.ଏନ୍‌.ଏ.)- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ସରକାରୀ ଡାକ୍ତରଖାନ ପରିଦର୍ଶନରେ ଅସିଥିବା ପ୍ରିନ୍ସିପାଲ ସେକ୍ରେଟେରୀ ନୀତିନ ଚନ୍ଦ୍ରାଙ୍କୁ ବୁଧବାର ରଣପୁର ଓକିଲ ସଂଘ ଓ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି। ଏ ନେଇ ସେ ଡାକ୍ତରଖାନାର ପରିଦର୍ଶନ ଅଧାରୁ ନୟାଗଡ ଫେରି ଯାଇଛନ୍ତି।

ଅଟୋକୁ ପଛରୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ୧ ଗୁରୁତର, ୭ ଆହତ

ଅଟୋକୁ ପଛରୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ୧ ଗୁରୁତର, ୭ ଆହତ

ଯାଜପୁର ରୋଡ଼, ୪।୭(ନି.ପ୍ର.): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥର ଲକ୍ଷ୍ମୀନଗର ଛକ ନିକଟରେ ବୁଧବାର ଏକ ଅଟୋକୁ ପିକ୍‌ଅପ୍‌ ଭ୍ୟାନ୍‌ ପଛରୁ ଧକ୍କା ଦେଇଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।

ସମବାୟ ଆପଣଙ୍କ ଦ୍ୱାରରେ

ମାର୍ଶାଘାଇ,୪।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଟିରା ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ବୁଧବାର ମଧ୍ୟାହ୍ନରେ ଅନୁଷ୍ଠିତ ହେବ। ସମିତି ସଭାପତି ପ୍ରଦୀପ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ କଟକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକ ଅଶୋକ କୁମାର ମହାପାତ୍ର ଯୋଗଦେବେ ବୋଲି ଜଣାପଡ଼ିଛି।