ଉପକୂଳ ଓଡିଶା

ଉଦ୍ୟାନ ବିଭାଗର ଚଞ୍ଚକତା: ୨ ବର୍ଷରେ ଲଗାଯାଇଥିବା ଗଛ ସବୁ ଗାଏବ

ଉଦ୍ୟାନ ବିଭାଗର ଚଞ୍ଚକତା: ୨ ବର୍ଷରେ ଲଗାଯାଇଥିବା ଗଛ ସବୁ ଗାଏବ

ନୟାଗଡ଼ ଅଫିସ,୨୨ା୧୨- ନୟାଗଡ଼ ଜିଲାରେ ଉଦ୍ୟାନ ବିଭାଗର ଚଞ୍ଚକତା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ଜଣଙ୍କୁ ଗଛ ଲଗାଇବା ପାଇଁ ଗଛ ଓ ସବ୍‌ସିଡ଼ି ଟଙ୍କା ଦିଆଯାଇ ନ ଥିବାବେଳେ ଆରଟିଆଇ ତଥ୍ୟରେ ଏହା ଦିଆଯାଇ ଗଛ ନଷ୍ଟ ହୋଇଯାଇଥିବା ଦର୍ଶାଯାଇଛି। ଏକସଙ୍ଗେ ୨ବର୍ଷ ମଧ୍ୟରେ ଗୋଟିଏ ପରିବାରର ୩ଜଣ ହିତାଧିକାରୀଙ୍କ ସମସ୍ତ ଗଛ ନଷ୍ଟ ହୋଇଯାଇଥିବା ନେଇ ସୂଚନା ଦିଆଯାଇଥିବାରୁ ବିଭାଗର ଚଞ୍ଚକତା ସ୍ପଷ୍ଟ ବାରିହୋଇପଡ଼ୁଛି।

ବାର୍ଡଫ୍ଲୁ: ମରାଗଲାଣି ୧୬ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା, ପୁଣି ୪ ଗାଁର ନମୁନା ରିପୋର୍ଟ ପଜିଟିଭ୍‌

ବାର୍ଡଫ୍ଲୁ: ମରାଗଲାଣି ୧୬ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା, ପୁଣି ୪ ଗାଁର ନମୁନା ରିପୋର୍ଟ ପଜିଟିଭ୍‌

କୃଷ୍ଣପ୍ରସାଦ,୨୨ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ଼ଫ୍ଲୁ ଚିହ୍ନଟ ପରେ କୁକୁଡ଼ାମରା ଅଭିଯାନ ଜାରି ରହିଛି। କୁକୁଡ଼ା ମାରିବା, ବିଶୋଧନ କରିବା, ନୂଆ ସ୍ଥାନ ଚିହ୍ନଟ କରିବା ପାଇଁ ନିୟୋଜିତ ହୋଇଛନ୍ତିି ୧୦ ଟିମ୍‌ । ଏ ପର୍ଯ୍ୟନ୍ତ ୧୬ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା ମରାଯିବା ପରେ ମଧ୍ୟ ନିୟନ୍ତ୍ରଣ ହୋଇପାରିନି ବାର୍ଡଫ୍ଲୁ ।  ପୂର୍ବରୁ ବ୍ଲକର ବିଭିନ୍ନ ଗ୍ରାମରୁ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା। 

ଓଡିଆ ଯୁବକଙ୍କୁ କରାଟେ ପାଇଁ ସ୍ବର୍ଣ୍ଣପଦକ

ଓଡିଆ ଯୁବକଙ୍କୁ କରାଟେ ପାଇଁ ସ୍ବର୍ଣ୍ଣପଦକ

ରଣପୁର,୨୨ା୧୨(ସ୍ବ.ପ୍ର.)-ଓଡ଼ିଶା ମାଟିର ପୁଅ ଅନ୍ତଃରାଷ୍ଟ୍ରୀୟ କ-୩ କରାଟେ ଚାମ୍ପିୟନ୍‌ଶିପ୍‌ରେ ସ୍ବର୍ଣ୍ଣପଦକ ଲାଭ କରି ଏ ମାଟିର ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତା ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଅନୁଷ୍ଠିତ ହୋଇଥିଲା । ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ, ବିହାର, ନୂଆଦିଲ୍ଲୀ, ପଶ୍ଚିମବଙ୍ଗ, ହରିୟାଣା, ଉତ୍ତରପ୍ରଦେଶ ଆଦି ରାଜ୍ୟରୁ ୩୫୦ ଜଣ ପ୍ରତିଯୋଗୀ କରାଟେରେ ଭାଗ ନେଇଥିଲେ । 

ଓଷ୍ଟା ପକ୍ଷରୁ ଶିଶୁ ଉତ୍ସବ : ‘ଏକାଗ୍ରତା ହିଁ ସଫଳତାର ଚାବିକାଠି’

ଓଷ୍ଟା ପକ୍ଷରୁ ଶିଶୁ ଉତ୍ସବ : ‘ଏକାଗ୍ରତା ହିଁ ସଫଳତାର ଚାବିକାଠି’

ଟାଙ୍ଗୀ(ଖୋର୍ଦ୍ଧା),୨୨ା୧୨(ଡି.ଏନ.ଏ.)-ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା), ଖୋର୍ଦ୍ଧା ଜିଲା ଶାଖା ତରଫରୁ ଆୟୋଜିତ ୩୭ତମ ଶିଶୁ ଉତ୍ସବ ଟାଙ୍ଗୀ ବାଳିକା ହାଇସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ।

ଚାଷୀଙ୍କ କାମରେ ଲାଗୁନି ଗୋବରୀ

ଚାଷୀଙ୍କ କାମରେ ଲାଗୁନି ଗୋବରୀ

ନାଉଗାଁ,୨୨ା୧୨(ସ୍ବ.ପ୍ର.): ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଭାତପଡ଼ାଠାରୁ ଗୋବରୀ ନଦୀ ପ୍ରବାହିତ ହୋଇ ନୂଆଗାଁ, ଘୋଡାଂଶ, ନାଉଗାଁ, ବାଂଶ, ତିରୁଣା, ଡେରିକି, କୋରୁଅ ଆଦି ପଞ୍ଚାୟତ ଦେଇ ଗାରୋଇଠାରେ ଦେବୀ ନଦୀରେ ମିଶିଛି। ଗୋବରୀ ନଦୀରୁ ଚାଷଜମିକୁ ଜଳସେଚନ ନିମନ୍ତେ ଜଳସେଚନ ବିଭାଗ ପକ୍ଷରୁ ଏହାର ଖନନ ଓ ସଫେଇ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। 

ବନ୍ଦର ନଗରୀ ପାରାଦୀପ ଏବେ ଦେଶର ଅର୍ଥନୈତିକ ମୁଖଶାଳା: ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବନ୍ଦର ନଗରୀ ପାରାଦୀପ ଏବେ ଦେଶର ଅର୍ଥନୈତିକ ମୁଖଶାଳା: ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ପାରାଦୀପ,୨୨ା୧୨(ସ୍ବ.ପ୍ର.): ବନ୍ଦର ନଗରୀ ପାରାଦୀପ ଏବେ ଦେଶର ଅର୍ଥନୈତିକ ମୁଖଶାଳା ପାଲଟିଛି। ଲୋକଙ୍କୁ ଆକର୍ଷିତ କଲା ଭଳି ଏଠାରେ ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟ ରହିଛି। ତେଣୁ ଏହି ଶିଳ୍ପ ନଗରୀରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଉ ମାତ୍ର ଦିନକ ପରେ ଧାନକଟା ଛୁଟି।

୨ୟ କଳିଙ୍ଗନଗର ମହୋତ୍ସବ: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

୨ୟ କଳିଙ୍ଗନଗର ମହୋତ୍ସବ: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର ଅଫିସ, ୨୧।୧୨: ୨ୟ କଳିଙ୍ଗନଗର ମହୋତ୍ସବ ଶନିବାର ଉଦ୍‌ଘାଟିତ ହେବ। ଖରଡିଠାରେ ହେବାକୁ ଥିବା ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିବେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। 

ଭିଜିଲାନ୍ସ ଜାଲରେ ଶିକ୍ଷକ

ଭିଜିଲାନ୍ସ ଜାଲରେ ଶିକ୍ଷକ

କେନ୍ଦ୍ରାପଡ଼ା ଅଫିସ, ୨୧।୧୨: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଯମପଡ଼ା ହାଇସ୍କୁଲର ସହକାରୀ ଶିକ୍ଷକ ରଞ୍ଜନ କୁମାର ନାୟକଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ  ଚଢ଼ାଉ କରାଯାଇଛିି।

ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା

ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା

ଖଣ୍ଡପଡ଼ା,୨୧ା୧୨(ସ୍ବ.ପ୍ର.)-ଏହି ମାସର ଶେଷ ଗୁରୁବାର ଅବସରରେ କଣ୍ଟିିଲୋର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୋଇଛି। 

ସୁସ୍ଥ ଓ ଶୁଦ୍ଧ ବାତାବରଣ ସୃଷ୍ଟି କରେ ମାଣବସା ଗୁରୁବାର

ସୁସ୍ଥ ଓ ଶୁଦ୍ଧ ବାତାବରଣ ସୃଷ୍ଟି କରେ ମାଣବସା ଗୁରୁବାର

ଖଣ୍ଡପଡ଼ା,୨୧ା୧୨(ସ୍ବ.ପ୍ର.)-ବାର ମାସରେ ତେର ପର୍ବ ଉତ୍କଳୀୟ ଜଗନ୍ନାଥ ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାକୁ ସମୃଦ୍ଧ କରିିଥାଏ| ସେଥିମଧ୍ୟରୁ ମାର୍ଗଶିର ମାସରେ ‘ମାଣବସା ଗୁରୁବାର’କୁ ଧନଦାତ୍ରୀ ମା’ମହାଲକ୍ଷ୍ମୀଙ୍କ ପର୍ବ ଭାବେ ପାଳନ କରାଯାଏ|  

ଘରଚଟିଆ ସୁରକ୍ଷା ପାଇଁ ଶୋଭାଯାତ୍ରା

ଘରଚଟିଆ ସୁରକ୍ଷା ପାଇଁ ଶୋଭାଯାତ୍ରା

ନୟାଗଡ଼ ଅଫିସ,୨୧ା୧୨- ଗ୍ରୀନ୍‌ ଆର୍ଥ ଅନୁଷ୍ଠାନ ତରଫରୁ ଗୁରୁବାର ନୟାଗଡ଼ ଶିଖରପୁର ଗ୍ରାମରେ ଘରଚଟିଆ ସୁରକ୍ଷା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ଜଙ୍ଗଲ ନଷ୍ଟକରି ଚାଲିଛି ରାସ୍ତାକାର୍ଯ୍ୟ

ଜଙ୍ଗଲ ନଷ୍ଟକରି ଚାଲିଛି ରାସ୍ତାକାର୍ଯ୍ୟ

ନୂଆଗାଁ,୨୧ା୧୨ (ଡି.ଏନ.ଏ.)- ସରକାର ମୃତ୍ତିକା ସଂରକ୍ଷଣ ସହ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ହେଲେ ଅନେକ କ୍ଷେତ୍ରରେ ଠିକାସଂସ୍ଥା ଏହାକୁ ଭୁଲିଯାଇ ଜଙ୍ଗଲ ଅଞ୍ଚଳରୁ ମାଟିଖୋଳି ରାସ୍ତା କାର୍ଯ୍ୟରେ ବ୍ୟବହାର କରୁଛି। 

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି: ଉଚ୍ଚବେତନ ଭୋଗୀ କର୍ମଚାରୀଙ୍କୁ ଶ୍ରମିକ ସଜାଇ ଟଙ୍କା ହଡ଼ପ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି: ଉଚ୍ଚବେତନ ଭୋଗୀ କର୍ମଚାରୀଙ୍କୁ ଶ୍ରମିକ ସଜାଇ ଟଙ୍କା ହଡ଼ପ

ନୟାଗଡ଼ ଅଫିସ,୨୧ା୧୨- ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ହୋଇଛି ଦୁର୍ନୀତି। ଯୋଗ୍ୟ ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇଦେବା ବଦଳରେ ଉଚ୍ଚ ବେତନଭୋଗୀ କର୍ମଚାରୀଙ୍କୁ ଶ୍ରମିକ ସଜାଇ ଟଙ୍କା ହଡ଼ପ କରାଯାଇଛି। 

୧୦ ଫୁଟ ଉଚ୍ଚତାର ଲକ୍ଷ୍ମୀମୂର୍ତ୍ତିଙ୍କ ପୂଜା

୧୦ ଫୁଟ ଉଚ୍ଚତାର ଲକ୍ଷ୍ମୀମୂର୍ତ୍ତିଙ୍କ ପୂଜା

ରଣପୁର,୨୧ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତସ୍ଥ ମଥୁରାପୁର ସାହିରେ ଏକ ନିଆରା ଢଙ୍ଗରେ ଲକ୍ଷ୍ମୀପୂଜା ହେଉଥିବା ଜଣାପଡ଼ିଛି|

ରାଜ୍ୟସ୍ତରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ: ରଣପୁର ସ୍ପୋର୍ଟସ୍‌ ବିଜୟୀ

ରାଜ୍ୟସ୍ତରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ: ରଣପୁର ସ୍ପୋର୍ଟସ୍‌ ବିଜୟୀ

ରଣପୁର,୨୧ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବିସି ହାଇସ୍କୁଲ ଖେଳ ପଡିଆରେ ସ୍ପୋର୍ଟସ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଛି| 

ଦଳିତ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ବିକ୍ଷୋଭ

ଦଳିତ ମଞ୍ଚ ପକ୍ଷରୁ ତହସିଲ ସମ୍ମୁଖରେ ବିକ୍ଷୋଭ

ବରୀ,୨୦ା୧୨(ସ୍ବ.ପ୍ର.)- ବିଭିନ୍ନ ଦାବି ନେଇ ଓଡ଼ିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ଗୁରୁବାର ବରୀ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ପଦାକୁ ଆସିଲା ଖାଉଟି ସାମଗ୍ରୀ ଦୁର୍ନୀତି: ତଦନ୍ତ କରି ଫେରିଲେ ଯୋଗାଣ ନୀରିକ୍ଷକ

ପଦାକୁ ଆସିଲା ଖାଉଟି ସାମଗ୍ରୀ ଦୁର୍ନୀତି: ତଦନ୍ତ କରି ଫେରିଲେ ଯୋଗାଣ ନୀରିକ୍ଷକ

ବରୀ,୨୦ା୧୨(ସ୍ବ.ପ୍ର.)- ବରୀ ବ୍ଲକ ଅଧୀନ ରତଳାଙ୍ଗ ପଞ୍ଚାୟତରେ ଗତ ନଭେମ୍ବରରେ ଖାଉଟି ସାମଗ୍ରୀ ଗହମ ଓ ଚାଉଳ ବଣ୍ଟନରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାର୍ସ ହୋଇଛି। ଫଳରେ ଯୋଗାଣ ନୀରିକ୍ଷକ ପି.କେ. ନାୟକ ଗୁରୁବାର ରତଳାଙ୍ଗ ପଞ୍ଚାୟତକୁ ଆସି ତଦନ୍ତ କରି ଫେରିଯାଇଥିବା ଜଣାପଡିଛି। ଏ ନେଇ ଗଁା ଦାଣ୍ଡରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 

କୋଷ୍ଟଗାର୍ଡ ମୁଖ୍ୟାଳୟରେ ପଶି ଯୁବକ ହଟହଟା: ଥାନାରେ ଅଟକ, ୨୦ ପେନ୍‌ଡ୍ରାଇଭ ଜବତ

କୋଷ୍ଟଗାର୍ଡ ମୁଖ୍ୟାଳୟରେ ପଶି ଯୁବକ ହଟହଟା: ଥାନାରେ ଅଟକ, ୨୦ ପେନ୍‌ଡ୍ରାଇଭ ଜବତ

ପାରାଦୀପ,୨୦।୧୨(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ଼) ମୁଖ୍ୟାଳୟ, ପାରାଦୀପରେ ପଶି ଜଣେ ବୁଲା ବ୍ୟବସାୟୀ ତଥା ଯୁବକ ହଟହଟା ହୋଇଛନ୍ତି। ସେ ହେଲେ ଉତ୍ତରପ୍ରଦେଶ ମିରପର ଅଞ୍ଚଳର ମହମ୍ମଦ ସିଆଜ୍‌।

କ୍ଷତିପୂରଣ ଦାବିରେ ଧାନଚାଷୀଙ୍କ ବ୍ଲକ ଘେରାଉ

କ୍ଷତିପୂରଣ ଦାବିରେ ଧାନଚାଷୀଙ୍କ ବ୍ଲକ ଘେରାଉ

ଏରସମା,୨୦ା୧୨(ସ୍ବ.ପ୍ର.): ଏରସମା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚଳିତଥର ଧାନଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ପୋକ ଲାଗି ବିଲରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯାଇଛି। ବିଶେଷ କରି ଜପା ପଞ୍ଚାୟତରେ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ କ୍ଷତିପୂରଣ ପ୍ରଦାନ ଦାବିରେ ବୁଧବାର ସେମାନେ ବ୍ଲକ, ତହସିଲ ଓ କୃଷି କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ଟ୍ୟାଙ୍କର ଧକ୍କାରେ ୨ ଭାଇଙ୍କ ମୃତ୍ୟୁ

ଟ୍ୟାଙ୍କର ଧକ୍କାରେ ୨ ଭାଇଙ୍କ ମୃତ୍ୟୁ

ପାରାଦୀପ/ମାର୍ଶାଘାଇ,୨୦ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): ପାରାଦୀପ-ଚଣ୍ଡିଖୋଲ ୫ ନଂ.(କ) ଜାତୀୟ ରାଜପଥର ନୀଳାଚଳ ବଜାର ଛକରେ ବୁଧବାର ସନ୍ଧ୍ୟା ସାଢେ ୭ରୁ ୮ଟା ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

 ଆଜି ମାଣବସା ଶେଷ ଗୁରୁବାର: ମହାନଦୀ ବାଲିପଠାରେ ସଫା ହେଲା ମାଣପେଡ଼ି

ଆଜି ମାଣବସା ଶେଷ ଗୁରୁବାର: ମହାନଦୀ ବାଲିପଠାରେ ସଫା ହେଲା ମାଣପେଡ଼ି

ଖଣ୍ଡପଡା,୨୦।୧୨(ସ୍ବ.ପ୍ର.)-ଘରର ସୁଖ ସମୃଦ୍ଧି ପାଇଁ ମା’ଲକ୍ଷ୍ମୀଙ୍କୁ ମାର୍ଗଶିର ମାସର ପ୍ରତି ଗୁରୁବାର ଆରାଧନା କରାଯାଇଥାଏ ା ୨୦ ତାରିଖ ମାର୍ଗଶିର ମାସର ଶେଷ ଗୁରୁବାର ା ଏହାକୁ ମାଣବସା ଗୁରୁବାର ମଧ୍ୟ କୁହାଯାଏ ା ହିନ୍ଦୁ ଘରେ ଧନଦାତ୍ରୀ ଭାବରେ ପରିଚିତ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା କେଉଁ ଆବହମାନ କାଳରୁ ଉତ୍କଳୀୟ ପରମ୍ପରାରେ ସାମିଲ ହୋଇଆସିଛି।

ଚୂଡ଼ାନ୍ତ ତାଲିକାରେ ନାମ ଥାଇ ମିଳୁନି ଭତ୍ତା : ଜିଲାପାଳଙ୍କୁ ଅଭିଯୋଗ କଲେ ଭାପୁର ବ୍ଲକର କଳାକାର

ଚୂଡ଼ାନ୍ତ ତାଲିକାରେ ନାମ ଥାଇ ମିଳୁନି ଭତ୍ତା : ଜିଲାପାଳଙ୍କୁ ଅଭିଯୋଗ କଲେ ଭାପୁର ବ୍ଲକର କଳାକାର

ନୟାଗଡ଼ ଅଫିସ/ଭାପୁର (ଡି.ଏନ୍‌.ଏ.),୨୦ା୧୨-  ନୟାଗଡ଼ ଜିଲା ଭାପୁର ବ୍ଲକରେ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଚୟନ ପ୍ରକ୍ରିୟାରେ ସମସ୍ତ ସରକାରୀ ନୀତିନିୟମକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। 

ପିଠା କାର୍ଯ୍ୟକ୍ରମକୁ ଯାଉଥିବା ସରପଞ୍ଚଙ୍କୁ ମାଡ଼ : ସରପଞ୍ଚଙ୍କ ସମର୍ଥକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ପିଠା କାର୍ଯ୍ୟକ୍ରମକୁ ଯାଉଥିବା ସରପଞ୍ଚଙ୍କୁ ମାଡ଼ : ସରପଞ୍ଚଙ୍କ ସମର୍ଥକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼ ଅଫିସ,୨୦ା୧୨- ପିଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଜଣେ ସରପଞ୍ଚଙ୍କୁ ବିରୋଧୀ ଗୋଷ୍ଠୀଠାରୁ ମାଡ଼ ଖାଇବାକୁ ପଡିଛି। ବୁଧବାର ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ। ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ବୋଦାପଡ଼ା ଗ୍ରାମସ୍ଥିତ କଲ୍ୟାଣମଣ୍ଡପଠାରେ ପିଠା କାର୍ଯ୍ୟକ୍ରମ ଚାଲୁଥିଲା। 

ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଯାଜପୁର ଅଫିସ୍‌, ୧୯।୧୨- ଗୁପ୍ତ ଟେଣ୍ଡର ଓ ବ୍ୟାପକ ପିସି କାରବାର ପ୍ରତିବାଦରେ ବୁଧବାର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ପାଣିକୋଇଲି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।