ଉପକୂଳ ଓଡିଶା

ଶ୍ୱଶୁର ଟାଙ୍ଗିଆ ମାଡ଼ରେ ବୋହୂର ମୃତ୍ୟୁ

ଶ୍ୱଶୁର ଟାଙ୍ଗିଆ ମାଡ଼ରେ ବୋହୂର ମୃତ୍ୟୁ

ଦଶପଲ୍ଲା,୧୬।୧(ଡି.ଏନ.ଏ.)-ଶ୍ୱଶୁରଙ୍କ ଟାଙ୍ଗିଆ ମାଡ଼ରେ ପ୍ରାଣ ହରାଇଛନ୍ତି ବୋହୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ତୁମାଣ୍ଡି ପଞ୍ଚାୟତର ବଡ଼କୁରୁବାରୀ ଗ୍ରାମରେ। ମୃତକ ହେଲେ ଶାନ୍ତିଲତା ଜାନୀ(୩୫)।

ଜିଲାରେ ପ୍ରତିବର୍ଷ କମୁଛି  ଆଖୁଚାଷ

ଜିଲାରେ ପ୍ରତିବର୍ଷ କମୁଛି ଆଖୁଚାଷ

ନୟାଗଡ଼ ଅଫିସ,୧୬ା୧-ନୟାଗଡ଼ ଜିଲାରେ ପ୍ରତିବର୍ଷ ଆଖୁଚାଷ କମିବାରେ ଲାଗିଲାଣି। ୨୦୧୨-୧୩ ଆର୍ଥିକ ବର୍ଷରେ  ୪୫୦୦  ହେକ୍ଟର ଜମିରେ ଆଖୁଚାଷ କରାଯାଉଥିବା ବେଳେ  ବର୍ତ୍ତମାନ ତାହା ୧୬୫୦  ହେକ୍ଟର ଜମିରେ ପହଞ୍ଚତ୍ଛି।  ପୂର୍ବରୁ ହେଉଥିବା ତିନି ଭାଗ ଜମିରୁ ବର୍ତ୍ତମାନ  ମାତ୍ର ୧ ଭାଗରେ ଆଖୁଚାଷ କରାଯାଉଛି।

ଦୋକାନ ଉପରେ ମାଡିଗଲା ପର୍ଯ୍ୟଟକ ବସ୍‌: ୧୦ରୁ ଊର୍ଦ୍ଧ୍ୱ ଆହତ

ଦୋକାନ ଉପରେ ମାଡିଗଲା ପର୍ଯ୍ୟଟକ ବସ୍‌: ୧୦ରୁ ଊର୍ଦ୍ଧ୍ୱ ଆହତ

ଦଶପଲ୍ଲା,୧୬।୧(ଡି.ଏନ.ଏ.)-ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଟାକେରା ଠାରେ ମଙ୍ଗଳବାର ଦୋକାନ ଉପରକୁ ଏକ ପର୍ଯ୍ୟଟକ ବସ୍‌ ମାଡିଯାଇଥିଲା। ଫଳରେ ଦୋକାନ ଭାଙ୍ଗି ଚୂରମାର୍‌ ହୋଇଯାଇଥିବାବେଳେ ବସ୍‌ରେ ଥିବା ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି।

ମଣ୍ଡିରେ ପଡିରହିଛି ୧୨ଶହ କୁଇଣ୍ଟାଲ ଧାନ

ମଣ୍ଡିରେ ପଡିରହିଛି ୧୨ଶହ କୁଇଣ୍ଟାଲ ଧାନ

ରଣପୁର,୧୬ା୧ (ସ୍ବ.ପ୍ର.)- ରାଜ୍ୟ ସରକାର ଚାଷୀମାନଙ୍କ କଷ୍ଟ ଉପାର୍ଜିତ ଧାନ କିଣିବା ପାଇଁ ବିଭିନ୍ନ ଅଞ୍ଚଳରେ ଧାନମଣ୍ଡି ଖୋଲୁଛନ୍ତି। ହେଲେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ କେହି ନାହାନ୍ତି। ଫଳରେ ମଣ୍ଡିକୁ ଆଣିଥିବା ଧାନ ବିକ୍ରିକରି ନ ପାରି ଚାଷୀ ନିରାଶ ହେଉଛି 

୨ କେ.ଜି. ଗଞ୍ଜେଇ ଜବତ, ଜଣେ ଗିରଫ

୨ କେ.ଜି. ଗଞ୍ଜେଇ ଜବତ, ଜଣେ ଗିରଫ

ରଣପୁର,୧୬ା୧ (ସ୍ବ.ପ୍ର.)- ରଣପୁର ଅବକାରୀ ବିଭାଗ ମଙ୍ଗଳବାର ବାଉଁଶଗଡ ଗ୍ରାମର ଭାସ୍କର ପ୍ରଧାନଙ୍କ ଘରେ ଚଢାଉ କରି ୨ କେ.ଜି. ଗଞ୍ଜେଇ ଜବତ କରିଛି ା ଏ ନେଇ ବିଭାଗ ପକ୍ଷରୁ ୫୭/୨୦୧୮-୧୯ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ପରେ ଭାସ୍କରଙ୍କୁ ନୟାଗଡ଼ କୋର୍ଟ ଚାଲାଣ କରାଯାଇଥିଲା।

ଭିଡିଓ କନଫରେନ୍ସିଂରେ କଥାହେଲେ ମୁଖ୍ୟମନ୍ତ୍ରୀ  : ୩୦୫ ପ୍ରକଳ୍ପ ପାଇଁ ୫.୨୫ କୋଟି ଅନୁମୋଦନ

ଭିଡିଓ କନଫରେନ୍ସିଂରେ କଥାହେଲେ ମୁଖ୍ୟମନ୍ତ୍ରୀ : ୩୦୫ ପ୍ରକଳ୍ପ ପାଇଁ ୫.୨୫ କୋଟି ଅନୁମୋଦନ

ନୂଆଗାଁ,୧୬ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ କଲେଜ ପଡିଆଠାରେ ମଙ୍ଗଳବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ। 

କାଳିଆ ଯୋଜନା: ସବୁଜ ଫର୍ମରେ ଆବେଦନ କଲେ ୨୫,୨୮୭ ଜଣ

ବୋଲଗଡ଼,୧୬ା୧(ଡି.ଏନ.ଏ.)-କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ  ସରକାରଙ୍କ ପକ୍ଷରୁ କାଳିଆ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଷୀମାନଙ୍କଠାରୁ ସବୁଜ ଫର୍ମରେ ଆବେଦନ ଗ୍ରହଣ କରାଯାଇଛି। 

ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ

ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ

ଟାଙ୍ଗୀ(ଖୋର୍ଦ୍ଧା),୧୬ା୧(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ ରତନପୁର ଗ୍ରାମରେ ମା’ରତ୍ନମାଳାଦେବୀଙ୍କ ପୀଠରେ ମଙ୍ଗଳବାର ପାରମ୍ପରିକ ରୀତିନୀତିରେ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଖଣି ଖାଦାନରେ ପ୍ରଦୂଷଣ ଅଣାୟତ୍ତ: ବଢୁଛି ବିଷାକ୍ତ କ୍ରୋମିୟମ, ଅମ୍ଳ ପରିମାଣ

ଯାଜପୁର ଅଫିସ,୧୬ା୧- ଯାଜପୁର ଜିଲା କାଳିଆପାଣି ଖଣି ଖାଦାନ ମାଲିକମାନେ କେବଳ ନିଜର ଲାଭ ଜଗିବାରେ ବ୍ୟସ୍ତ। ପ୍ରଶାସନର ନିର୍ଦ୍ଦେଶକୁ  ଉଲ୍ଲଂଘନ କରି ଖାଦାନ ପରିସରରୁ ବିଷାକ୍ତ କ୍ରୋମିୟମ ଓ ଅମ୍ଳଯୁକ୍ତ ପାଣି ବାହାରକୁ ଛଡ଼ା ଯାଉଛି। 

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୧୬ା୧- ସୁକିନ୍ଦା ଥାନା ଅନ୍ତର୍ଗତ କଞ୍ଚିଚୁଆ ଗ୍ରାମର ଜଣେ ମହିଳା ମଙ୍ଗଳବାର ସନ୍ଧ୍ୟାରେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ା ମହିଳା ଜଣକ ହେଲେ କୃଷ୍ଣ ମହାନ୍ତ ଏବଂ ପତ୍ନୀ ଯଶୋଦା ମହାନ୍ତ(୪୫) ା ପାରିବାରିକ କଳହକୁ ନେଇ ସେ ଆମତ୍ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ବିକଶିତ ହୋଇଛି ସୌନ୍ଦର୍ଯ୍ୟରାଣୀ କୁସୁମା : ଲୋକାର୍ପଣର ୧୦ମାସ ପରେ ଖୋଲିଲା

ବିକଶିତ ହୋଇଛି ସୌନ୍ଦର୍ଯ୍ୟରାଣୀ କୁସୁମା : ଲୋକାର୍ପଣର ୧୦ମାସ ପରେ ଖୋଲିଲା

ଯାଜପୁର ଅଫିସ,୧୬ା୧-ସୌନ୍ଦର୍ଯ୍ୟରାଣୀ କୁସୁମା ବିକଶିତ ହୋଇଛି। ଏହାର ଖର୍ଚ୍ଚ ପରିମାଣକୁ ନେଇ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନ ଥିଲେ ହେଁ ପ୍ରାୟ ୧୯କୋଟି ଟଙ୍କା ବିନିଯୋଗରେ ନିର୍ମିତ କୁସୁମା ଭିତରକୁ ସାଧାରଣ ଲୋକଙ୍କ ପାଇଁ ମଙ୍ଗଳବାର ସକାଳେ ଅନୁମତି ମିଳିଛି। 

ପରିବା ହାଟରେ ସିରିଜ୍‌ ଦୁର୍ଘଟଣା, ୭ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ଆହତ

ପରିବା ହାଟରେ ସିରିଜ୍‌ ଦୁର୍ଘଟଣା, ୭ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ଆହତ

ରସୁଲପୁର,୧୫ା୧(ଡି.ଏନ୍‌.ଏ.): ଯାଜପୁର ଜିଲାର ପ୍ରସିଦ୍ଧ ପରିବା ହାଟରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ସିରିଜ୍‌ ଦୁର୍ଘଟଣା ଘଟିଛି। ରସୁଲପୁର ବ୍ଳକ ପରିବାହାଟ ନିକଟରେ କୁଆଖିଆରୁ ଜାରକା ଅଭିମୁଖେ ଯାଉଥିବା ଏକ ୧୨ ଚକିଆ  ଟ୍ରକ ରାସ୍ତା କଡ଼ରେ ଥୁଆ ହୋଇଥିବା ଏକ କାର୍‌କୁ ଧକ୍କା ଦେଇଛି। ଫଳରେ ଦୁର୍ଘଟଣାସ୍ଥଳରେ ଥିବା ୭ଟି ଗାଡି କ୍ଷତିଗ୍ରସ୍ତ ହୋଇଛି।

ସଖା ସଂଘ ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ : କଟକ ଚାମ୍ପିୟନ୍‌

ସଖା ସଂଘ ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ : କଟକ ଚାମ୍ପିୟନ୍‌

ନିରାକାରପୁର,୧୫ା୧(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଖେଳପଡିଆଠାରେ ସଖା ସଂଘ କ୍ରୀଡା ସଂସଦ ଆନୁକୂଲ୍ୟରେ ୨୭ତମ ରଜ୍ୟସ୍ତରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ  ଆୟୋଜିତ ହୋଇଛି। 

ସ୍ବାମୀ ବିବେକାନନ୍ଦଙ୍କ ବାଣୀ ପ୍ରଚାର

ସ୍ବାମୀ ବିବେକାନନ୍ଦଙ୍କ ବାଣୀ ପ୍ରଚାର

ବୋଲଗଡ଼,୧୫ା୧(ଡି.ଏନ.ଏ.)-ବୋଲଗଡ଼ ବ୍ଲକ କଅଁରପୁର ଓ ବେଗୁନିଆମୂଳ ଗ୍ରାମରେ ୮୦ ଛାତ୍ରୀଛାତ୍ର ସୋମବାର ଏକ ଶୋଭାଯାତ୍ରାରେ ବାହାରି ସ୍ବାମୀ ବିବେକାନନ୍ଦଙ୍କ ନୀତିବାଣୀ ପ୍ରଚାର କରିଛନ୍ତି। ଶିକ୍ଷକ ହୃଷୀକେଶ ଚମ୍ପତିଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ମକର ସଂକ୍ରାନ୍ତିରେ ଆଦିବାସୀଙ୍କ ତୀର ଚାଳନା

ମକର ସଂକ୍ରାନ୍ତିରେ ଆଦିବାସୀଙ୍କ ତୀର ଚାଳନା

ମହାକାଳପଡା,୧୫।୧(ଡି.ଏନ୍‌.ଏ.)- ମହାକାଳପଡା ବ୍ଲକର ଆଦିବାସୀ ସମ୍ପ୍ରଦାୟରେ ମକର ସଂକ୍ରାନ୍ତି ପର୍ବ ସୋମବାର  ଜାକଜମକରେ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଲୁଣିମାଠିଆସ୍ଥିତ ଆଦିବାସୀପଡାରେ ଆଦିବାସୀମାନେ ପାରମ୍ପରିକ ନାଚଗୀତ ଝୁମିଥିଲେ। 

୫୨ଟଙ୍କାରେ ରାତ୍ରି ଅନିଦ୍ରା ।

କେନ୍ଦ୍ରାପଡା ଅଫିସ, ୧୫ା୧- ୨୦୧୬ ଅଗଷ୍ଟରେ ରାଜ୍ୟ ସରକାର ସାଧାରଣ ଦୈନିକ ମଜୁରିକୁ ୨୮୦ ଟଙ୍କା କରିଛନ୍ତି ା ୮ ଘଣ୍ଟା କର୍ମ ନିୟୋଜନରେ ରହିଲେ ଏହି ଅର୍ଥ ମିଳିବ ବୋଲି ଘୋଷଣା କରିଛନ୍ତି ା ତେବେ କେନ୍ଦ୍ରାପଡ଼ା ଜିଲାର ଆଇସିଡ଼ିଏସ୍‌(ସମନ୍ବିତ ଶିଶୁ ବିକାଶ ସେବା) ବିଭାଗରେ ଏହି ନିୟମକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି ।

ଶାଶୁଶ୍ୱଶୁରଙ୍କୁ ନଜରବନ୍ଦୀ ରଖିଛନ୍ତି ବୋହୂ: ଚିକିତ୍ସା ପାଇଁ ବି ଛାଡୁନାହାନ୍ତି

ରଣପୁର,୧୩ା୧ (ସ୍ବ.ପ୍ର.)- ଶ୍ୱଶୁର ଘର ଲୋକେ ବୋହୂ ଉପରେ ନିର୍ଯାତନା ଦେବା ଭଳି ଘଟଣା ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥାଏ। ହେଲେ ରଣପୁର ଥାନା ଅଞ୍ଚଳରେ ଏହାର ବିପରୀତ ଏକ ଘଟଣା ନଜରକୁ ଆସିଛି। 

ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ: ଅତୀତକୁ ଅଣଦେଖା କରିବା ଅନୁଚିତ

ନୟାଗଡ଼ ଅଫିସ,୧୩।୧- ନୟାଗଡ଼ ବ୍ଲକ  ନାଟୁଗାଁ ପଞ୍ଚାୟତ ସଜନାପଡ଼ାସ୍ଥିତ  ଖଣ୍ଡପଡ଼ା  ନୟାଗଡ଼ ଜନତା  ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ରବିବାର  ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ଡ. ଅରୁଣ କୁମାର ସାହୁ  ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅତୀତକୁ ଅଣଦେଖା କରିବା ଅନୁଚିତ ବୋଲି ପ୍ରକାଶ କରିଥିଲେ। 

ମା’କାଳିଜାଈଙ୍କ ପୀଠରେ ମକର ମେଳା : ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ମା’କାଳିଜାଈଙ୍କ ପୀଠରେ ମକର ମେଳା : ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ବାଲୁଗାଁ/କୃଷ୍ଣପ୍ରସାଦ,୧୫ା୧ (ଡି.ଏନ.ଏ.):  ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’କାଳିଜାଈଙ୍କ ପୀଠରେ ସୋମବାର ପାରମ୍ପରିକ ମକରମେଳା ଅନୁଷ୍ଠିତ ହୋଇଯାଇଛି ା ଏହି ମେଳା ଦେଖିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। 

ଶ୍ରୀରଘୁନାଥଜୀଉଙ୍କ ପୀଠରେ ମକର ନୀତି

ଶ୍ରୀରଘୁନାଥଜୀଉଙ୍କ ପୀଠରେ ମକର ନୀତି

ଓଡ଼ଗାଁ,୧୫।୧(ସ୍ବ.ପ୍ର.)-ମକର ପର୍ବ ଉପଲକ୍ଷେ ସୋମବାର ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉ ଦିନତମାମ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ା ଭୋର ସାଢେ ୪ଟାରେ ଦ୍ୱାର ଫିଟା ହୋଇ ଭିତର ଶୋଧ ପରେ ୫ଟାରେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତି ସବୁ ହୋଇଥିଲା ା

ଅନ୍ତରୀକ୍ଷଙ୍କ ସ୍ମାର୍ଟ ସିଟି ପ୍ରକଳ୍ପ ଜାତୀୟସ୍ତରରେ ପ୍ରଦର୍ଶିତ

ଅନ୍ତରୀକ୍ଷଙ୍କ ସ୍ମାର୍ଟ ସିଟି ପ୍ରକଳ୍ପ ଜାତୀୟସ୍ତରରେ ପ୍ରଦର୍ଶିତ

ନୟାଗଡ଼ ଅଫିିସ,୧୫।୧-କୋଲକାତାର ବିରଳା ଇଣ୍ଡଷ୍ଟ୍ରିଜ ଏବଂ ଟେକ୍‌ନୋଲୋଜି ମ୍ୟୁଜିୟମରେ ପୂର୍ବଭାରତ ଜାତୀୟ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ମେଳାରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଅନ୍ତରୀକ୍ଷ ରଥଙ୍କ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଘର ଶେଷ ହେବା ପରେ ବି ମିଳୁନି ଚତୁର୍ଥ କିସ୍ତି ଅର୍ଥ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଘର ଶେଷ ହେବା ପରେ ବି ମିଳୁନି ଚତୁର୍ଥ କିସ୍ତି ଅର୍ଥ

ନୟାଗଡ଼ ଅଫିସ,୧୫ା୧-ଗରିବ ଲୋକଙ୍କ ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍କା ଘର ଯୋଜନା କରାଯାଇଛି।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ହେଉ କି ବିଜୁ ପକ୍କା ଘର ଯୋଜନା, ଏଥିରେ ଜଣେ ହିତାଧିକାରୀଙ୍କୁ  ୪ଟି କିସ୍ତିରେ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଏ।  

ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ, ପଞ୍ଚୁଦୋଳ ମେଳଣ ମୁଖ୍ୟ ଆକର୍ଷଣ

ପ୍ରସିଦ୍ଧ ମକର ଯାତ୍ରା ଆରମ୍ଭ, ପଞ୍ଚୁଦୋଳ ମେଳଣ ମୁଖ୍ୟ ଆକର୍ଷଣ

ଜଗତ୍‌ସିଂହପୁର ଅଫିସ,୧୫ା୧: ଜଗତ୍‌ସିଂହପୁରର ମକର ଯାତ୍ରା ସ୍ବତନ୍ତ୍ର। ୧୫ ଦିନ ଧରି ହେଉଥିବା ଏହି ଯାତ୍ରାକୁ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। ପଞ୍ଚଦୋଳ ମେଳଣ ଏହି ଯାତ୍ରାର ପ୍ରମୁଖ ଆକର୍ଷଣ। 

ବିଲେଶ୍ୱରଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ବିଲେଶ୍ୱରଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ରଣପୁର,୧୪ା୧(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ପାମ୍ପଡାସ୍ଥିତ ବିଲ୍ବେଶ୍ୱର ଦେବଙ୍କ ପୀଠରେ ସପ୍ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ସୋମବାର କଳସ ଯାତ୍ରା ଆରମ୍ଭ ହୋଇଯାଇଛି। ମକର ସଂକ୍ରାନ୍ତି ଅବସରରେ ମଧ୍ୟାହ୍ନରେ ରଣପୁର ମନ୍ଦାକିନୀ ନଦୀର ଚମ୍ପତିପୁର ଘାଟଠାରୁ ଶହ ଶହ ମହିଳା ଓ ପୁରୁଷ ରଣପୁର ବଡଦାଣ୍ଡ ପରିକ୍ରମା କରି ପାମ୍ପଡା ନିକଟକୁ ଯାଇଥିଲେ।