ଉପକୂଳ ଓଡିଶା

ପାଇଖାନା ବିଲ୍‌ ଦାବିରେ ବ୍ଲକ ଆଗରେ ଏସ୍‌ଏଚଜିର ଧାରଣା

ରଣପୁର,୨୪।୯ (ସ୍ବ.ପ୍ର.)- ପାଇଖାନା ବିଲ୍‌ ପ୍ରଦାନ ଦାବିରେ ସୋମବାର ରଣପୁର ବ୍ଲକର ୧୦ରୁ ଊର୍ଦ୍ଧ୍ୱ ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ଶତାଧିକ ମହିଳାପୁରୁଷ ବ୍ଲକ ଅଫିସ ଆଗରେ ଧାରଣା ଦେଇଥିଲେ । 

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ବିଦ୍ୟୁତ୍‌ ବିଭାଗ ଠିକା କର୍ମଚାରୀଙ୍କ ଧାରଣା

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- ମାର୍ଶାଘାଇ ବିଦ୍ୟୁତ୍‌ ଡିଭିଜନ ଅଧୀନ ୬ଟି ଷ୍ଟ୍ରକ୍‌ଚରରେ ଠିକାରେ କାମ କରୁଥିବା ୪୨ଜଣ କର୍ମଚାରୀ ସୋମବାର ବିଭିନ୍ନ ଦାବି ନେଇ ଡିଭିଜନ ଅଫିସ ଆଗରେ ଧାରଣା ଦେଇଛନ୍ତି। 

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦମକଳ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ମାର୍ଶାଘାଇ,୨୪ା୯(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମର୍ଶାଘାଇ ବ୍ଲକର ଦମକଳ କେନ୍ଦ୍ର କର୍ମଚାରୀମାନେ ବିଭିନ୍ନ ଦାବି ନେଇ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ କେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ଦାବି ସମ୍ପର୍କରେ ନାରାବାଜି ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ବ୍ୟାସନଗର ପୌର ପରିଷଦ ବୈଠକ ବାତିଲ

ଯାଜପୁର ରୋଡ,୨୪।୯(ନି.ପ୍ର.)- କୋରମ ଅଭାବରୁ ବ୍ୟାସନଗର ପୌର ପରିଷଦ ବୈଠକ ସୋମବାର ବାତିଲ ହୋଇଯାଇଛି। ପୌରାଧ୍ୟକ୍ଷା ସବିତା ରାଉତଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିଲେ ହେଁ ୨୬ଜଣଙ୍କ ମଧ୍ୟରୁ ମାତ୍ର ୬ଜଣ କାଉନସିଲର ଉପସ୍ଥିତ ଥିବାରୁ ବୈଠକ ବାତିଲ କରାଗଲା ବୋଲି ଘୋଷଣା କରାଯାଇଥିଲା। 

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ରାସ୍ତା ମରାମତି ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର

ଯାଜପୁର ରୋଡ,୨୪ା୯(ନି.ପ୍ର.)- ଯାଜପୁର ରୋଡ-ଡୁବୁରୀ ମୁଖ୍ୟ ରାସ୍ତାର ଚୋରଦା ଓ ଧବଳଗିରି ରାସ୍ତା ମରାମତି ଦାବିରେ ବ୍ୟାସନଗର ଯାଜପୁର ରୋଡ ସିଭିଲ ସୋସାଇଟି ପକ୍ଷରୁ ସୋମବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 

କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କଲେ ଶିକ୍ଷକ

କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କଲେ ଶିକ୍ଷକ

ଆଳି, ୨୪।୯(ଡି.ଏନ.ଏ.)-ରାଜ୍ୟ ସରକାର ନାର୍ଯ୍ୟଦାବି ପୂରଣ କରିନଥିବାରୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଗୁଡିକର ଶିକ୍ଷକମାନେ କଳାବ୍ୟାଚ ପିନ୍ଧି ପରୀକ୍ଷା ପରିଚାଳନା କରୁଛନ୍ତି।

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ  ୭ବର୍ଷ ସଶ୍ରମ କାରାଦଣ୍ଡ

ବନ ବିଭାଗ ଚେକ୍‌ଗେଟ୍‌ ଭାଙ୍ଗି କର୍ମଚାରୀଙ୍କୁ ଆକ୍ରମଣ ଘଟଣା , ଦୁଇଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼ ଅଫିସ,୨୪ା୯-ବନ ବିଭାଗର ଚେକ୍‌ଗେଟ୍‌ ଭାଙ୍ଗିବା ଓ ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି କରି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଲୋକନାଥ ସାହୁ ୨ଜଣଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି। 

ମରାମତି ହେଉନି ବିଦ୍ୟାଳୟ ଛାତ ଈଶ୍ୱରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ମରାମତି ହେଉନି ବିଦ୍ୟାଳୟ ଛାତ ଈଶ୍ୱରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଗଣିଆ,୨୪ା୯(ଡି.ଏନ୍‌.ଏ.)- ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଓ ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି। ହେଲେ ଗଣିଆ ବ୍ଲକରେ ଶିକ୍ଷା ବ୍ୟବସ୍ଥା ଏଭଳି ସ୍ଥିତିରେ ରହିଛି ଯାହା ନ ଦେଖିଲେ ଜାଣିହେବ ନାହିଁ। 

ନୀଳମାଧବ ପିତଳ ଗରା କାରିଗର ସଂଘ ବୈଠକ , ସଙ୍ଗଠିତ ନ ହେଲେ ସମସ୍ୟା ସମାଧାନ ହୋଇପାରିବନି

ନୀଳମାଧବ ପିତଳ ଗରା କାରିଗର ସଂଘ ବୈଠକ , ସଙ୍ଗଠିତ ନ ହେଲେ ସମସ୍ୟା ସମାଧାନ ହୋଇପାରିବନି

ଖଣ୍ଡପଡା,୨୪ା୯(ସ୍ବ.ପ୍ର.)- ସଙ୍ଗଠିତ ନ ହେଲେ ଆମମାନଙ୍କ ସମସ୍ୟା ସମାଧାନ ହୋଇପାରିବ ନାହିଁ। ରବିବାର କଣ୍ଟିଲୋ କଂସାରୀ ସମାଜ କଲ୍ୟାଣ ସଦନଠାରେ ନୀଳମାଧବ ପିତଳ ଗରା କାରିଗର ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ସଭାରେ ନିଖିଳ ଉକତ୍ଳ କଂସାରୀ 

ନୀଳମାଧବ ଜୀଉଙ୍କ ମନ୍ଦିରରେ ଅନନ୍ତ ବ୍ରତ

ନୀଳମାଧବ ଜୀଉଙ୍କ ମନ୍ଦିରରେ ଅନନ୍ତ ବ୍ରତ

ଖଣ୍ଡପଡା,୨୪ା୯(ସ୍ବ.ପ୍ର.)-ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଶ୍ରୀ ଅନନ୍ତ ଦେବଙ୍କୁ ପୂଜା କଲେ ସର୍ବପାପ ବିନାଶ ହୁଏ ବୋଲି ବିଶ୍ୱାସ କରାଯାଏ । ଏହି ଅବସରରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ମନ୍ଦିର ଭୋଗ ମଣ୍ଡପଠାରେ ଶତାଧିକ ମାନସିକଧାରୀ ମହିଳାପୁରୁଷ ରବିବାର ଅନନ୍ତ ବ୍ରତ ପାଳନ କରିଥିଲେ। 

ଭୋଟର ସଂଶୋଧନ କେନ୍ଦ୍ରରେ ବିଏଲ୍‌ଓ ଅନୁପସ୍ଥିତ , କ୍ଷୋଭ ପ୍ରକାଶ କଲେ ଉପଜିଲାପାଳ

ଭୋଟର ସଂଶୋଧନ କେନ୍ଦ୍ରରେ ବିଏଲ୍‌ଓ ଅନୁପସ୍ଥିତ , କ୍ଷୋଭ ପ୍ରକାଶ କଲେ ଉପଜିଲାପାଳ

ବିଞ୍ଝାରପୁର,୨୪।୯(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ରବିବାର ଥିଲା ସ୍ବତନ୍ତ୍ର ଭୋଟର ସଂଶୋଧନ ଦିବସ। ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ବିଞ୍ଝାରପୁର ବ୍ଲକର ଶାସନ୍ଦା,

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

ବିରଜାକ୍ଷେତ୍ର,୨୪।୯(ଡି.ଏନ୍‌.ଏ)- ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତର ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ ପାଇଁ ଶନିବାର ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା। ତନ୍ତିଘାଇ ସେତୁ ନିକଟରୁ ସମ୍ପୃକ୍ତ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପ୍ରକାର

ବିପଜ୍ଜନକ ଅବସ୍ଥାରେ ବ୍ରାହ୍ମଣୀ ସେତୁ , ଭଙ୍ଗା ସେତୁକୁ ପାଳଭୂତ ସାହା

ବିପଜ୍ଜନକ ଅବସ୍ଥାରେ ବ୍ରାହ୍ମଣୀ ସେତୁ , ଭଙ୍ଗା ସେତୁକୁ ପାଳଭୂତ ସାହା

କଳିଙ୍ଗନଗର, ୨୪।୯(ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନ ରେଖା କୁହାଯାଉଥିବା ନଂ-୫୩ର ଜାତୀୟ ରାଜପଥର ବ୍ରାହ୍ମଣୀ ସେତୁ ଏବେ ବିପଜ୍ଜନକ ଅବସ୍ଥାରେ ରହିଛି। ଦୀର୍ଘ ୬୦ବର୍ଷରୁ ଊର୍ଦ୍ଧ୍ୱ୨୩।୯ ହେବ ସେତୁଟି ମରାମତି  ନ ହୋଇ ପଡିରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସନ୍ଦେହରେ କାଠ ବୋଝେଇ ଟ୍ରକ୍‌ ଅଟକାଇଲା ପୋଲିସ, ଛାଡିଲା ବନ ବିଭାଗ

ସନ୍ଦେହରେ କାଠ ବୋଝେଇ ଟ୍ରକ୍‌ ଅଟକାଇଲା ପୋଲିସ, ଛାଡିଲା ବନ ବିଭାଗ

ବିଞ୍ଝାରପୁର,୨୪।୯(ଡି.ଏନ.ଏ)- ବିଞ୍ଝାରପୁର ଥାନା ଅଞ୍ଚଳରେ ଏକ କାଠ ବୋଝେଇ ଟ୍ରକକୁ ପୋଲିସ ଅଟକାଇ ଥିଲେ ହେଁ ବନ ବିଭାଗ ଛାଡ଼ିଦେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ, ଶନିବାର ବିଳମ୍ବିତ ରାତିରେ ଏକ ଟ୍ରକ (ଓଆର୦୯ଏଫ୫୦୨୫)ରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ 

ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ଫେରାଦ ହେଲେ କର୍ମୀ, ଦାମଙ୍କ ଭଳି ବିଷ୍ଣୁଙ୍କୁ ଦିଆଯାଉ ଶୃଙ୍ଖଳାଜ୍ଞାନ

ବିଜେଡି କାର୍ଯ୍ୟକର୍ତ୍ତାଙ୍କୁ ଫେରାଦ ହେଲେ କର୍ମୀ, ଦାମଙ୍କ ଭଳି ବିଷ୍ଣୁଙ୍କୁ ଦିଆଯାଉ ଶୃଙ୍ଖଳାଜ୍ଞାନ

ପାରାଦୀପ,୨୪ା୯(ସ୍ବ.ପ୍ର.): କୌଣସି ପରିସ୍ଥିତିରେ ଦଳରେ ବିଶୃଙ୍ଖଳାକୁ ପ୍ରଶୟ ଦିଆ ନ ଯାଉ। ବିଶେଷ କରି ସମାନ୍ତରାଳ ସଂଗଠନକୁ ଆଦୌ ବରଦାସ୍ତ କରା ନ ଯାଉ। ଏଭଳି ସମାନ୍ତରାଳ ସଂଗଠନ କରୁଥିବା ନେତାଙ୍କୁ ଆମେ ଗ୍ରହଣ କରିପାରିବୁ ନାହିଁ। 

ବ୍ୟାଟେରି ଚୋର କୋର୍ଟ ଚାଲାଣ

ବ୍ୟାଟେରି ଚୋର କୋର୍ଟ ଚାଲାଣ

ଦଶରଥପୁର,୨୩ା୯(ଡିଏନ୍‌ଏ)- ଟ୍ରାକ୍ଟରରୁ ବ୍ୟାଟେରି ଚୋରି ଅଭିଯୋଗରେ ରବିବାର ମଙ୍ଗଳପୁର ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଥାଲକୁଡ଼ି ପଞ୍ଚାୟତ ଅନ୍ତର୍ଗତ ଥାଲକୁଡ଼ି ଗ୍ରାମର ନାରାୟଣ ପାତ୍ର। ଏ ନେଇ ପୋଲିସ ଏକ ମାମଲା(୨୨୬/୧୮) ରୁଜୁ କରିଛି। 

ରାଜପଥ ପାର୍ଶ୍ୱରେ ଗଦା ହୋଇଛି ବାଲି, ଚିପ୍ସ: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ରାଜପଥ ପାର୍ଶ୍ୱରେ ଗଦା ହୋଇଛି ବାଲି, ଚିପ୍ସ: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ଛତିଆ୨୩ା୯(ଡି.ଏନ୍‌.ଏ)- ବଡଚଣା ବ୍ଲକ ଅନ୍ତର୍ଗତ ନେଳିଆ ପଞ୍ଚାୟତ ଢିଅସାହି ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଦୀର୍ଘଦିନ ହେବ ବାଲି ଓ ଚିପ୍ସ ଗଦା ହୋଇଛି । ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ବାଇକ୍‌ ଆରୋହୀ ଓ ପଥଚାରୀ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ମଦ ଜବତ, ଜଣେ କୋର୍ଟ ଚାଲାଣ

ମଦ ଜବତ, ଜଣେ କୋର୍ଟ ଚାଲାଣ

ଦଶରଥପୁର,୨୩ା୯(ଡିଏନ୍‌ଏ)- ଚୋରା ମଦ ବ୍ୟବସାୟ ଅଭିଯୋଗରେ ମଙ୍ଗଳପୁର ପୋଲିସ ରବିବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତ ପାରିପଦା ଗ୍ରାମର ବୀରକିଶୋର ସାହୁ। ଏ ନେଇ ପୋଲିସ ଏକ ମାମଲା(୨୨୫/୧୮) ରୁଜୁ କରିଛି। 

ପ୍ଲାବନ ରଥ ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ

ପ୍ଲାବନ ରଥ ପରିକ୍ରମା ପାଇଁ ପ୍ରସ୍ତୁତି ବୈଠକ

ମାର୍ଶାଘାଇ,୨୩।୯(ଡି.ଏନ.ଏ.)-ମାର୍ଶାଘାଇ ସତ୍ୟସାଇ ମନ୍ଦିରରେ  ରବିବାର ସାଇପ୍ରେମ ପ୍ଲାବନ ରଥ ପରିକ୍ରମା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । 

ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଡେରାବିଶ,୨୩।୯(ସ୍ବ.ପ୍ର.)-ଡେରାବିଶ ବ୍ଲକ କୁରୁଜଙ୍ଗା ଗ୍ରାମରେ ନେହେରୁ ଯୁବକେନ୍ଦ୍ର ଓ ପତିତପାବନ  ଯୁବକ ସଂଘର ମିଳିତ ସହଯୋଗରେ ରବିବାର ସ୍ବଚ୍ଛତା ହିଁ ସେବା  କାର୍ଯ୍ୟକ୍ରମ ହୋଇଯାଇଛି ।

ଦାମୋଦରପୁର ସେତୁ ପ୍ରତି  ବଢି ଚାଲିଛି ବିପଦ

ଦାମୋଦରପୁର ସେତୁ ପ୍ରତି ବଢି ଚାଲିଛି ବିପଦ

ରାଜକନିକା,୨୩।୯(ଡି.ଏନ୍‌.ଏ.)-ରାଜକନିକା ବ୍ଲକର  ପଧାନପଡା ଓ ପଣସଗଣ୍ଡ ପଞ୍ଚାୟତକୁ ସଡକ ପଥରେ ସଂଯୋଗ କରୁଥିବା ଦାମୋଦରପୁର ସେତୁ ନିକଟରେ ଏକ ବିରାଟ ଗାତ ସୃଷ୍ଟି ହୋଇଛି । 

କେନ୍ଦ୍ରାପଡା ଜିଲାରେ ବାଂଲାଦେଶୀଙ୍କ ପ୍ରଭାବ  ଶୀର୍ଷକ ଆଲୋଚନାଚକ୍ର

କେନ୍ଦ୍ରାପଡା ଜିଲାରେ ବାଂଲାଦେଶୀଙ୍କ ପ୍ରଭାବ ଶୀର୍ଷକ ଆଲୋଚନାଚକ୍ର

କେନ୍ଦ୍ରାପଡା ଅଫିସ,୨୩।୯-ରାଷ୍ଟ୍ରବାଦୀ ବିଚାର ମଞ୍ଚ କେନ୍ଦ୍ରାପଡା ଶାଖା ଓ ନୂଆଦିଲ୍ଲୀସ୍ଥ ପ୍ରଜ୍ଞା ଶିକ୍ଷା ଫାଉଣ୍ଡେସନର ମିଳିତ ଆୟୋଜନରେ କେନ୍ଦ୍ରାପଡାରେ ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ ଓ ଏହାର ପ୍ରଭାବ ଶୀର୍ଷକ ଏକ ଆଲୋଚନାଚକ୍ର ସହରର ଗରାପୁରଠାରେ ଥିବା ଏକ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି ।

ନଳକୂପ ସ୍ଥାନ ନିରୂପଣକୁ ନେଇ ବିବାଦ

ନଳକୂପ ସ୍ଥାନ ନିରୂପଣକୁ ନେଇ ବିବାଦ

ରାଜନଗର,୨୩।୯(ଡି.ଏନ.ଏ.)-ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ନଳକୂପ ବସାଇବା ପାଇଁ ସ୍ଥାନ ନିରୂପଣକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶନିବାର ସକାଳେ ଠିକାଦାର  ନରେନ୍ଦ୍ର କୁମାର ଜେନା  ଉକ୍ତ ଗାଁର ଗୌରାଙ୍ଗ ବେହେରାଙ୍କ ଘର ନିକଟରେ କାମ ଆରମ୍ଭ କରିଥିଲେ ।

ବିଦ୍ୟୁତ୍‌  ଖୁଣ୍ଟରୁ ପଡି ଏନଜେନ କର୍ମଚାରୀ ଗୁରୁତର

ବିଦ୍ୟୁତ୍‌ ଖୁଣ୍ଟରୁ ପଡି ଏନଜେନ କର୍ମଚାରୀ ଗୁରୁତର

ରାଜନଗର,୨୩।୯(ଡି.ଏନ.ଏ.)-ଶନିବାର ବିଦ୍ୟୁତ୍‌ ଖୁଣ୍ଟରୁ ପଡି ଜଣେ ଏନଜେନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।  ରାଜନଗର ବ୍ଲକ ମହିଁଷାସୁର ଗାଁର ଅକ୍ଷୟ କୁମାର ସାହୁ (୩୫) ଏନଜେନରେ ଲାଇନମ୍ୟାନ ଭାବେ କାମ କରନ୍ତି ।