ଉପକୂଳ ଓଡିଶା

ଛୁରାମାଡରେ ଯୁବକ ଗୁରୁତର

ଛୁରାମାଡରେ ଯୁବକ ଗୁରୁତର

ପାରାଦୀପ,୭।୧୧(ଡିଏନଏ)-ବୁଧବାର ସକାଳେ ପାରାଦୀପର ଅଭୟ ଚାନ୍ଦପୁର ଥାନା ଅନ୍ତର୍ଗତ ସିଜୁ ବଗଡିଆ ରାସ୍ତାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । 

ଦହିବରା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ଦହିବରା ଖାଇ ୩୦ ଛାତ୍ରୀଛାତ୍ର ଅସୁସ୍ଥ

ନୟାଗଡ ଅଫିସ,୭।୧୧-ଓଡଗଁା ବ୍ଲକ ଗୋଡିପଡା ପଞ୍ଚାୟତର କେଶପାନିଆ ଗ୍ରାମରେ ଦହିବରା ଖାଇ ୩୦ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡିଛନ୍ତି । ସେମାନେ ବର୍ତ୍ତମାନ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ  ଚିକିତ୍ସାଧୀନ ଅଛନ୍ତି। 

ଧୋୟାଞ୍ଚଳରେ କାଳମୁଣ୍ଡି ପୋକ ଉପଦ୍ରବ  ୨ ହଜାର ହେକ୍ଟର ବିରି ଫସଲ ନଷ୍ଟ

ଧୋୟାଞ୍ଚଳରେ କାଳମୁଣ୍ଡି ପୋକ ଉପଦ୍ରବ ୨ ହଜାର ହେକ୍ଟର ବିରି ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ,୭।୧୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳରେ ଥିତ୍ବା ୭ ପଞ୍ଚାୟତରେ ବିରି ଫସଲରେ କାଳମୁଣ୍ଡି ପୋକ ଲାଗିଛି। ଫଳରେ ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଢରା, ଅମୃତମଣୋହି ଓ ବଲୁରିଆ ଆଦି ପଞ୍ଚାୟତର ପ୍ରାୟ ୨ ହଜାର ହେକ୍ଟର ଚାଷ ଜମିରେ ବୁଣାଯାଇଥିବା ବିରି ଫସଲ ନଷ୍ଟ ହୋଇଯାଇଛି। 

ଦୀପାବଳି ପାଇଁ କାଉଁରିଆ କାଠିର ଚାହିଦା

ଦୀପାବଳି ପାଇଁ କାଉଁରିଆ କାଠିର ଚାହିଦା

ମାର୍ଶାଘାଇ ,୭।୧୧(ଡିଏନଏ)-ଦୀପାବଳି ଅମାବାସ୍ୟାରେ ପିମ୍ପେଇ ବା କାଉଁରିଆ ଜାଳି ପିତୃପୁରୁଷଙ୍କୁ ପୂଜା କରିବା ବିଧି ରହିଛ। 

ଫ୍ୟାନ୍‌ ଖସିବା ଘଟଣା: ଘରକୁ  ପଳାଇ ଯାଇଥିବା ଶିଶୁ  ସ୍ବାସ୍ଥ୍ୟକେନ୍ଦ୍ର ଓ୍ବାର୍ଡକୁ ଫେରିଲେ

ଫ୍ୟାନ୍‌ ଖସିବା ଘଟଣା: ଘରକୁ ପଳାଇ ଯାଇଥିବା ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ଓ୍ବାର୍ଡକୁ ଫେରିଲେ

ପଟ୍ଟାମୁଣ୍ଡାଇ, ୭।୧୧(ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶିଶୁବିଭାଗ ପୃଷ୍ଟି ପୁର୍ନବାସ ୱାର୍ଡରେ  ଫ୍ୟାନ ଖସିବା ଯୋଗୁ ଚିକିତ୍ସାଧୀନ ଶିଶୁମାନେ ଘରକୁ ପଳାଇ ଯାଇଥିଲେ । 

ଯାଜପୁର  ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଗ୍ନିକାଣ୍ଡ

ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଅଗ୍ନିକାଣ୍ଡ

ଯାଜପୁର ଅଫିସ,୭।୧୧: ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ବର୍ହିବିଭାଗ ପଛପଟେ ଥିବା ଆଶାଗୃହ ନିକଟସ୍ଥ ଏକ ଗୋଦାମ ଘରେ  ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। 

ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ବାନ୍ତ: ତୁରନ୍ତ ସହାୟତା ଦାବି

ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ବାନ୍ତ: ତୁରନ୍ତ ସହାୟତା ଦାବି

ଟାଙ୍ଗୀ(ଖୋର୍ଦ୍ଧା),୭ା୧୧(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ୍‌ ପାରିଓରଡ଼ ପଞ୍ଚାୟତର ଓରଡ଼ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଯାଇଛି।

ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟିତ

ବିଜେଡି କାର୍ଯ୍ୟାଳୟ ଉଦ୍‌ଘାଟିତ

କଳିଙ୍ଗନଗର, ୭|୧୧(ଡି.ଏନ୍‌.ଏ.)- ସୁକିନ୍ଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧୂଳିଗଡ ପଞ୍ଚାୟତ ଅଧୀନ ମାନଗୋବିନ୍ଦପୁର ଛକ ନିକଟରେ ମଙ୍ଗଳବାର ବିଜେଡି ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି| 

ମଣ୍ଡଳସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗୀତା

ମଣ୍ଡଳସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗୀତା

ସୁକିନ୍ଦା, ୭|୧୧(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅତା ଗ୍ରାମସ୍ଥିତ ଦିନେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ସୁକିନ୍ଦା ମଣ୍ଡଳସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ  ସୁକିନ୍ଦା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ| 

ସର୍ବଭାରତୀୟ ଅଂଶୁମାନ କ୍ରିକେଟ୍‌ ଟୁର୍ନାମେଣ୍ଟ : ରାଇଜିଂ ଷ୍ଟୁଡେଣ୍ଟ କଟକ ଫାଇନାଲ୍‌ରେ

ସର୍ବଭାରତୀୟ ଅଂଶୁମାନ କ୍ରିକେଟ୍‌ ଟୁର୍ନାମେଣ୍ଟ : ରାଇଜିଂ ଷ୍ଟୁଡେଣ୍ଟ କଟକ ଫାଇନାଲ୍‌ରେ

ଧର୍ମଶାଳା, ୭|୧୧(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାସ୍ଥିତ ମହୋତ୍ସବ ପଡ଼ିଆରେ ଅନୁଷ୍ଠିତ ନବମ ସର୍ବଭାରତୀୟ ଅଂଶୁମାନ ମେମୋରିଆଲ୍‌ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ତୃତୀୟ ଦିନରେ ପହଞ୍ଚିଛି। 

ରାମ୍‌କୀ ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ସମ୍ପ୍ରସାରଣ ପାଇଁ ଜନଶୁଣାଣି

ସୁକିନ୍ଦା, ୭|୧୧(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ଅନ୍ତର୍ଗତ କଞ୍ଚିଚୁଆଠାରେ ଥିବା ରାମକୀ ବର୍ଜ୍ୟବସ୍ତୁ ପରିଚାଳନା କାରଖାନାର ସମ୍ପ୍ରସାରଣ ନିମନ୍ତେ ମଙ୍ଗଳବାର ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।  

ନୂତନ ଭେସଲ୍‌ ଚିଲିକାରାଣୀ ଉଦ୍‌ଘାଟିିତ: ପ୍ରଥମେ ସାତପଡ଼ାଠାରୁ ଜହ୍ନିକୁଦା ଯାତାୟାତ କଲା

ନୂତନ ଭେସଲ୍‌ ଚିଲିକାରାଣୀ ଉଦ୍‌ଘାଟିିତ: ପ୍ରଥମେ ସାତପଡ଼ାଠାରୁ ଜହ୍ନିକୁଦା ଯାତାୟାତ କଲା

କୃଷ୍ଣପ୍ରସାଦ,୬ା୧୧(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ସାତପଡ଼ା ଚିଲିକାରେ ଏକ ନୂତନ ଭେସଲ ଚିଲିକାରାଣୀ ଉଦ୍‌ଘାଟିତ ହୋଇଯାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ଭେସଲ୍‌କୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଉଦ୍‌ଘାଟନ କରିଛନ୍ତି।

ଗରଦପୁର ବ୍ଲକ ଅଫିସ ସମ୍ମୁଖରେ ଭାଜପାର ବିକ୍ଷୋଭ

ପାଟକୁରା,୬।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ସ୍ତ୍ରୀଙ୍କୁ ପ୍ରେମିକ ସହ ବିବାହ କରାଇଲେ ସ୍ବାମୀ

ସ୍ତ୍ରୀଙ୍କୁ ପ୍ରେମିକ ସହ ବିବାହ କରାଇଲେ ସ୍ବାମୀ

ରାଜକନିକା,୬ା୧୧(ଡି.ଏନ୍‌.ଏ.)- ପରକୀୟା ପ୍ରୀତି ଅପରାଧ ନୁହେଁ ସୁପ୍ରିମକୋର୍ଟଙ୍କ ଏହି ରାୟର ପ୍ରଭାବ  ରାଜକନିକାରେ ଦେଖିବାକୁ ମିଳିଛି । ଏହି ଥାନା ଅଞ୍ଚଳର ଜଣେ ବ୍ୟକ୍ତି  ଶନିବାର ନୋଟାରୀରେ ସ୍ତ୍ରୀଙ୍କୁ  ପ୍ରେମିକଙ୍କ ସହ ବିବାହ କରାଇ ନିଜେ ସାକ୍ଷୀ ପାଲଟିଛନ୍ତି।

ଜନଶୁଣାଣି ଶିବିରରେ ୪୩୦ ଅଭିଯୋଗ

ଜନଶୁଣାଣି ଶିବିରରେ ୪୩୦ ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୬ା୧୧-  ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ମୋଟ ୪୩୦ ଅଭିଯୋଗର ଶୁଣାଣି ହୋଇଥିଲା ା ଏଥିମଧ୍ୟରୁ ୪୦୯ ବ୍ୟକ୍ତିଗତ ଅଭିଯୋଗ ହୋଇଥିବାବେଳେ ଅବଶିଷ୍ଟ ସାମୂହିକ ଥିଲା ା

 କ୍ଷତିଗ୍ରସ୍ତ ବିରି ଫସଲ ଅଞ୍ଚଳ ବୁଲିଲେ କୃଷି ବିଭାଗ ପ୍ରତିନିଧି ଦଳ

କ୍ଷତିଗ୍ରସ୍ତ ବିରି ଫସଲ ଅଞ୍ଚଳ ବୁଲିଲେ କୃଷି ବିଭାଗ ପ୍ରତିନିଧି ଦଳ

ରାଜକନିକା ୬ା୧୧(ଡିିି.ଏନ୍‌.ଏ.)-  ପଟ୍ଟାମୁଣ୍ଡାଇ କୃଷି ଜିଲା ଅଧିକାରୀ  ଜୟନାରାୟଣ ମହାପାତ୍ରଙ୍କ  ନେତୃତ୍ୱରେ କୃଷିବିଭାଗର ଏକ ପ୍ରତିନିଧିଦଳ ସୋମବାର ରାଜକନିକା ଗସ୍ତରେ ଆସି କ୍ଷତିଗ୍ରସ୍ତ ବିିରି ଫସଲ ଅଞ୍ଚଳ ବୁଲି ଦେଖିଛନ୍ତି। 

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କ ସୁରକ୍ଷା ଦାବି

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେଙ୍କ ସୁରକ୍ଷା ଦାବି

ମହାକାଳପଡା, ୬ । ୧୧ (ଡି.ଏନ.ଏ.)-ମହାକାଳପଡା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ  ଅଲିଭରିଡଲେ କଇଁଛମାନେ ଅଣ୍ଡାଦାନ ଲାଗି ସୁରକ୍ଷିତ ମନେକରନ୍ତି। 

ଭାଜପାର ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ

ଭାଜପାର ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ

ବୋଲଗଡ଼,୬ା୧୧(ଡି.ଏନ.ଏ.)-ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ଶାସନର ଦୁର୍ନୀତି, ଗୁଣ୍ଡାରାଜ ଓ ଲାଞ୍ଚ କାରବାର ଅଭିଯୋଗ ନେଇ ଭାଜପା ପକ୍ଷରୁ ବୋଲଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ ହୋଇଛି। 

ଶ୍ରୀ ଶ୍ରୀ ଧନ୍ବନ୍ତରୀ ଜୟନ୍ତୀ ପାଳିତ

ଶ୍ରୀ ଶ୍ରୀ ଧନ୍ବନ୍ତରୀ ଜୟନ୍ତୀ ପାଳିତ

ନିରାକାରପୁର,୬ା୧୧(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ଭୋଇସାହି ଗ୍ରାମରେ ଦେବତାମାନଙ୍କ ବୈଦ୍ୟ ଭାବେ ପରିଚିତ ଶ୍ରୀ ଶ୍ରୀ ଧନ୍ବନ୍ତରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଗ୍ରାମସ୍ଥିତ ପ୍ରାୟ ୪୪ ଘର ମଧ୍ୟରୁ ୪୦ ଘର ଆୟୁର୍ବେଦିକ୍‌ ଜଡ଼ିବୁଟି ଚିକିତ୍ସକ ହୋଇଥିବାରୁ ଏହି ବୈଦ୍ୟମାନେ ସୋମବାର ଉକ୍ତ ପର୍ବକୁ ଧୁମ୍‌ଧାମ୍‌ର ସହ ପାଳନ କରୁଛନ୍ତି। 

ବିଜେଡ଼ିରେ ମିଶିଲେ କଂଗ୍ରେସ କର୍ମୀ

ବିଜେଡ଼ିରେ ମିଶିଲେ କଂଗ୍ରେସ କର୍ମୀ

ଚଣ୍ଡିଖୋଲ, ୬-୧୧(ଡି.ଏନ୍‌.ଏ.)- ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ଘୁମୁରୀ ପଞ୍ଚାୟତର ବହୁ ବରିଷ୍ଠ କଂଗ୍ରେସ କର୍ମୀ ସୋମବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। 

ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ  : ସେମିରେ ପ୍ରବେଶ କଲା ଆଦ୍ରା ରେଲୱେ

ସର୍ବଭାରତୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ : ସେମିରେ ପ୍ରବେଶ କଲା ଆଦ୍ରା ରେଲୱେ

ଧର୍ମଶାଳା, ୫।୧୧ (ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲ୍ଳକ ଜାରକାସ୍ଥିତ ମହୋତ୍ସବ ପଡିଆରେ ଅନୁଷ୍ଠିତ ନବମ ସର୍ବଭାରତୀୟ ଅଂଶୁମାନ ମେମୋରିଆଲ୍‌  କ୍ରିକେଟ୍‌ ଟୁର୍ନାମେଣ୍ଟର ଦ୍ୱିତୀୟ କ୍ୱାର୍ଟାର ଫାଇନାଲ ମ୍ୟାଚ୍‌ ସୋମବାର ଶେଷ ହୋଇଛି। 

୪ର୍ଥ ଦିନରେ ଇମ୍ଫା ଖଣିରେ ଶ୍ରମିକ ଆନ୍ଦୋଳନ :  ବଢୁଛି ଦାବି ସଂଖ୍ୟା, ବାହାରୁ ନି ସମାଧାନର ପନ୍ଥା

୪ର୍ଥ ଦିନରେ ଇମ୍ଫା ଖଣିରେ ଶ୍ରମିକ ଆନ୍ଦୋଳନ : ବଢୁଛି ଦାବି ସଂଖ୍ୟା, ବାହାରୁ ନି ସମାଧାନର ପନ୍ଥା

କାଳିଆପାଣି, ୬-୧୧(ଡି.ଏନ୍‌.ଏ.)- ଇମ୍ଫା ଭୂତଳ ଖଣିରେ ଶ୍ରମିକ ଆନ୍ଦୋଳନ ସୋମବାର ୪ର୍ଥ ଦିନରେ ପହଞ୍ଚତ୍ଛି। ଗତ ଶୁକ୍ରବାରଠାରୁ ଶ୍ରମିକମାନେ ବିଭିନ୍ନ ଦାବିରେ ଖଣି ଗେଟ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି। 

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଧର୍ମଶାଳା, ୫।୧୧(ଡି.ଏନ୍‌.ଏ.)- ଭୂମିହୀନଙ୍କୁ ଘରଢିହ ଆବଣ୍ଟନ, ବନ୍ଦୋବସ୍ତରେ ଭୁଲ ତଥ୍ୟ ଯୋଗୁ ଜମି ହରାଇଥିବା ଲୋକମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସୋମବାର ବସୁଧା ସୁଧାର ମଞ୍ଚ ପକ୍ଷରୁ ଧର୍ମଶାଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଶହେ ପ୍ରତିଶତ ଭିନ୍ନକ୍ଷମ, ତଥାପି ମିଳୁନି ଭତ୍ତା

ଶହେ ପ୍ରତିଶତ ଭିନ୍ନକ୍ଷମ, ତଥାପି ମିଳୁନି ଭତ୍ତା

ବାଲିଆ,୬।୧୧: ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ଭତ୍ତାଠାରୁ ଆରମ୍ଭ କରି ବିଭିନ୍ନ ସହାୟତା ଉପକରଣ ପ୍ରଦାନ କରୁଛନ୍ତି। ସେହିପରି ବାଳିକାମାନଙ୍କ ବିକାଶ, ଶିକ୍ଷା ଆଦି ନିମନ୍ତେ ସରକାର ଅଗ୍ରାଧିକାର ଦେଉଥିବା କହୁଛନ୍ତି।