ଉପକୂଳ ଓଡିଶା

ତାଳଦଣ୍ଡା କେନାଲରେ ମିଶିବ ବର୍ଜ୍ୟଜଳ : ପ୍ରଭାବିତ ହେବ ଜଗତ୍‌ସିଂହପୁର ଜିଲା

ବିରିଡ଼ି,୧।୭(ଡି.ଏନ.ଏ.): କଟକ ମହାନଗର ନିଗମ ଅଞ୍ଚଳରୁ ବର୍ଷାଜଳ ତଥା ଆବର୍ଜନା ଆଦି ନିଷ୍କାସନ ନିମନ୍ତେ ଜାଇକା ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ବର୍ଷାଦିନେ କାଠଯୋଡ଼ି ଓ ମହାନଦୀରେ ପାଣି ରହୁଥିବାରୁ ସହରର ସମସ୍ତ ଜଳ ତାଳଦଣ୍ଡା ମୁଖ୍ୟ କେନାଲକୁ ଛାଡିବା ପାଇଁ ଏହି ବ୍ୟବସ୍ଥା ହେଉଛି। ଏଥିରେ ଯୋବ୍ରାଠାରୁ ବିରିବାଟି ମଧ୍ୟରେ ଜଳ ନିଷ୍କାସନ ପାଇଁ ୧୬ଟି ସ୍ଲୁଇସ୍‌ ଗେଟ କରାଯାଇଛି।

ଜରାଜୀର୍ଣ୍ଣ ଅବସ୍ଥାରେ ମତ୍ସ୍ୟ ବିଭାଗ କ୍ୱାର୍ଟର୍ସ : ଭଙ୍ଗା ଘରେ ଚାଲିଛି ଅଫିସ

ଜରାଜୀର୍ଣ୍ଣ ଅବସ୍ଥାରେ ମତ୍ସ୍ୟ ବିଭାଗ କ୍ୱାର୍ଟର୍ସ : ଭଙ୍ଗା ଘରେ ଚାଲିଛି ଅଫିସ

ପାରାଦୀପ,୧।୭(ସ୍ବ.ପ୍ର.): ପାରାଦୀପରେ ପାରମ୍ପରିକ ଓ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବିଭାଗ କରିବା ସହ ନେହେରୁ ବଙ୍ଗଳାର ମହାନଦୀ ମୁହାଣ ପାଖରେ ମତ୍ସ୍ୟ ବିଭାଗ ଅଫିସ କରିଥିଲେ। ଏଥିସହ କ୍ୱାର୍ଟର୍ସ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ତେବେ ଏସବୁ ଅଫିସ ଗୃହ, କ୍ୱାର୍ଟର୍ସ ଆଦି ଏବେ ଭାଙ୍ଗିରୁଜି ଗଲାଣି।

କୁଜଙ୍ଗ ପଞ୍ଚାୟତ ସମିତି ବୈଠକ : ଆଲୋଚନା ହେଲାନି ଜଳ ନିଷ୍କାସନ ପ୍ରସଙ୍ଗ

କୁଜଙ୍ଗ ପଞ୍ଚାୟତ ସମିତି ବୈଠକ : ଆଲୋଚନା ହେଲାନି ଜଳ ନିଷ୍କାସନ ପ୍ରସଙ୍ଗ

କୁଜଙ୍ଗ,୧।୭(ସ୍ବ.ପ୍ର.): କୁଜଙ୍ଗ ପଞ୍ଚାୟତ ସମିତିର ୫ମ ବୈଠକ ଶନିବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପରିତାପର ବିଷୟ ହେଉଛି ବୈଠକରେ ଏମପି, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ଜନସାଧାରଣଙ୍କ କେତେକ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା ନ କରିବା ସମସ୍ତଙ୍କୁ ଚକିତ କରିଛି।

ପାରାଦୀପ ପୌର କାଉନ୍‌ସିଲ୍‌ ବୈଠକରେ ନିଷ୍ପତ୍ତି : ବାହାରେ ଶୌଚ ହେଲେ ଜରିମାନା

ପାରାଦୀପ,୧।୭(ସ୍ବ.ପ୍ର): ଅଗଷ୍ଟ ୧ରୁ ବାହାରେ ଶୌଚ ହେଲେ ୧୦୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ। ଶନିବାର ପାରାଦୀପ ପୌର କାଉନ୍‌ସିଲ୍‌ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୯ ଓ୍ବାର୍ଡରେ ଡାକବାଜି ଯନ୍ତ୍ର ଯୋଗେ ଏ ସମ୍ପର୍କରେ ପ୍ରଚାର କରାଯିବ। ଲୋକମାନେ ଖୋଲାରେ ଶୌଚ ହେଉଥିବା ଅଞ୍ଚଳରେ ପୌର ପାଳିକା ପକ୍ଷରୁ ୪୬ଟି ଶୌଚାଳୟ କରାଯାଇଛି।

ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

ରାଜନଗର,୩୦।୬(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମର ଶରତ ମଲ୍ଲିକ (୫୦) ଶନିବାର ଅପରାହ୍ନରେ ଗାଧୋଉଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି।

ଗ୍ୟାଙ୍ଗଷ୍ଟାର ଟିଟୋଙ୍କୁ ଏନ୍‌କାଉଣ୍ଟର, ୩ ସହଯୋଗୀ ଗିରଫ

ଗ୍ୟାଙ୍ଗଷ୍ଟାର ଟିଟୋଙ୍କୁ ଏନ୍‌କାଉଣ୍ଟର, ୩ ସହଯୋଗୀ ଗିରଫ

ଚଣ୍ଡିଖୋଲ, ୩୦।୬(ଡିଏନ୍‌ଏ)- ମୋଷ୍ଟ ୱାଣ୍ଟେଡ କେନ୍ଦ୍ରାପଡ଼ା ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀ ଶନିବାର ଏନକାଉଣ୍ଟରରେ ଆହତ ହୋଇଥିବା ଜଣାପଡ଼ିଛି। ଯାଜପୁର ଜିଲା ଚଣ୍ଡିଖୋଲ ନିକଟ ବନ୍ଦାଳସ୍ଥିତ ଏକ ଢାବା ନିକଟରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ (ଏସ୍‌ଟିଏଫ) ଟିଟୋଙ୍କୁ ଏନକାଉଣ୍ଟର କରିଛି। ଟିଟୋଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି।

ବ୍ଲକ କଂଗ୍ରେସର ଜୋନସ୍ତରୀୟ ସଭାପତି ଚୟନ କାର୍ଯ୍ୟକ୍ରମ

ବ୍ଲକ କଂଗ୍ରେସର ଜୋନସ୍ତରୀୟ ସଭାପତି ଚୟନ କାର୍ଯ୍ୟକ୍ରମ

ମାର୍ଶାଘାଇ,୩୦।୬(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଆଖଣ୍ଡଳମଣି ମନ୍ଦିର ପରିସରରେ ବ୍ଲକ କଂଗ୍ରେସ କମିଟିର ଜୋନସ୍ତରୀୟ ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ମାର୍ଶାଘାଇ,୩୦।୬(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଗରଜଙ୍ଗା ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଶନିବାର ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ରୋଗ ନିରାକରଣ ଶିବିର

ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ରୋଗ ନିରାକରଣ ଶିବିର

କେନ୍ଦ୍ରାପଡ଼ା ଅଫିସ,୩୦।୬(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ପୂର୍ବାହ୍ନରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ରୋଗର ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ରଶ୍ମୀରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ଫାଟିଲା ସ୍କୁଟି ଚକା, ୧ ଗୁରୁତର, ୧ ଆହତ

ଫାଟିଲା ସ୍କୁଟି ଚକା, ୧ ଗୁରୁତର, ୧ ଆହତ

ଯାଜପୁର ରୋଡ, ୩୦।୬(ନି.ପ୍ର.): ଯାଜପୁର ଜିଲା ୧୬ ନଂ. ଜାତୀୟ ରାଜପଥ ଆଲହିଆ ନିକଟରେ ସ୍କୁଟି ଚକା ଫାଟିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ କେନ୍ଦୁଝର ଜିଲା ଘଟଙ୍ଗା ଥାନା ଅନ୍ତର୍ଗତ ତୁମୁରିଆ ଗ୍ରାମର ପ୍ରମୋଦ ପଲେଇ ଓ ବୈଦ୍ୟନାଥ ପଲେଇ(୧୯)।

ଭିତରକନିକାରୁ ନନ୍ଦନକାନନ ଯିବ ୪୦ କୁମ୍ଭୀର ଅଣ୍ଡା

ରାଜନଗର,୩୦।୬(ଡି.ଏନ୍‌.ଏ.): ପ୍ରଥମ ଥର ପାଇଁ ଭିତରକନିକା ଜାତୀୟ ଉଦ୍ୟାନରୁ ୪୦ଟି କୁମ୍ଭୀର ଅଣ୍ଡାକୁ ସ୍ବତନ୍ତ୍ର ପ୍ରଜନନ ପାଇଁ ନନ୍ଦନକାନନକୁ ପଠାଯିବ। ଏ ନେଇ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ରାଜନଗର ଡିଏଫ୍‌ଓଙ୍କୁ ଚିଠି ଲେଖିଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳରେ ବାସ କରୁଥିବା ବଉଳା କୁମ୍ଭୀରମାନେ ୧୦୧ଟି ବସା ବାନ୍ଧିଛନ୍ତି।

ଅଜଣା ଜନ୍ତୁ ଆକ୍ରମଣରେ ୫ ମେଣ୍ଢା ମୃତ

ଅଜଣା ଜନ୍ତୁ ଆକ୍ରମଣରେ ୫ ମେଣ୍ଢା ମୃତ

ସାଲେପୁର,୩୦।୬(ଡି.ଏନ୍‌.ଏ.): କିଛି ଦିନ ତଳେ କଟକ ଜିଲାର ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାମାନଙ୍କର ମୃତ୍ୟୁ ନେଇ ସାରା ରାଜ୍ୟରେ ସରକାରୀ ପ୍ରଶାସନିକ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ସାଲେପୁର ବ୍ଲକ ଅଧୀନ ଚନ୍ଦ୍ରାଦେଇପୁର ପଞ୍ଚାୟତ ଲୁଣାହାର ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ଶନିବାର ୫ ମେଣ୍ଢାଙ୍କ ମୃତ୍ୟୁ ଘଟିଛି।

ଛତୁଆ ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା: ପ୍ୟାକେଟ ଜରି ଅଲଗା, ଭିତର ଜିନିଷ ଏକା ପ୍ରକାରର

ଛତୁଆ ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା: ପ୍ୟାକେଟ ଜରି ଅଲଗା, ଭିତର ଜିନିଷ ଏକା ପ୍ରକାରର

ନୟାଗଡ଼ ଅଫିସ,୩୦।୬- ନୟାଗଡ଼ ଜିଲାରେ ଛତୁଆ ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା କେବଳ କାଗଜକଲମରେ ସୀମିତ ରହିଛି। ବାସ୍ତବରେ କିଛି ମିଲର ମାଲିକ ଏହାକୁ ସମ୍ଭାଳୁଛନ୍ତି। ବ୍ୟବସାୟ ଆଳରେ ଏମାନେ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇଛନ୍ତି।

ନୟାଗଡ଼ରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ନୟାଗଡ଼ ଅଫିସ,୩୦।୬- ନୟାଗଡ଼ ଜିଲାରେ ପ୍ରଥମ ଡେଙ୍ଗୁ ରୋଗୀଙ୍କୁ ଶୁକ୍ରବାର ଚିହ୍ନଟ କରାଯାଇଛି। ସେ ହେଲେ ନୟାଗଡ଼ ବ୍ଲକ କ୍ରୀଦାଶପୁର ପଞ୍ଚାୟତ କୋସକା ଗ୍ରାମର ବିଶ୍ୱନାଥ ସେଠୀ।

ଜୁଲାଇ ୨ରେ ଖୋଲିବ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ

ନୟାଗଡ଼ ଅଫିସ,୩୦।୬- ଜୁଲାଇ ୨ ସୋମବାରଠାରୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ପୂର୍ବଭଳି ଜନସାଧାରଣ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ସମ୍ପର୍କରେ ଜଣାଇପାରିବେ ।

ରାସ୍ତା କର୍ଦ୍ଦମାକ୍ତ, ଯାତାୟାତ ବ୍ୟାହତ

ରାସ୍ତା କର୍ଦ୍ଦମାକ୍ତ, ଯାତାୟାତ ବ୍ୟାହତ

ବୋଲଗଡ,୩୦।୬(ଡି.ଏନ.ଏ.)- ବୋଲଗଡ ବ୍ଲକର ବାଙ୍କୋଇଠାରୁ ମାଣିକପୁର ଦେଇ କନ୍ତାଇଲୋ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଆରମ୍ଭରୁ କର୍ଦ୍ଦମାକ୍ତ ହୋଇପଡିଛି। ଏହାଛଡା ମରାମତି ଅଭାବରୁ ରାସ୍ତାସାରା ଛୋଟ ବଡ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଅସରାଏ ବର୍ଷାରେ ପାଣି ଜମିରହୁଥିବାରୁ ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

୪ ଟ୍ରାକ୍ଟରରୁ ୩୬ ହଜାର ଜରିମାନା ଆଦାୟ

ଭାପୁର, ୩୦।୬( ଡି.ଏନ୍‌.ଏ.) - ଭାପୁର ତହସିଲଦାର ଗୁରୁବାର ଚଢ଼ାଉ କରି ଚୋରା ବାଲି ବୋହୁଥବା ୪ ଟ୍ରାକ୍ଟରଠାରୁ ୩୬ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

କାର୍‌ ସହ ୬୩ କିଗ୍ରା ଗଞ୍ଜେଇ ଜବତ, ଜଣେ ଗିରଫ

ଦଶପଲ୍ଲା,୩୦।୬(ଡି.ଏନ.ଏ.)- ଶୁକ୍ରବାର ଅପରାହ୍ନରେ ଅବକାରୀ ବିଭାଗ ଚଢାଉ କରି କାର ସହ ୬୩କିଗ୍ରା ଗଞ୍ଜେଇ ଜବତ କରିଛି। କନ୍ଧମାଳ ଜିଲା ଫିରିଙ୍ଗିଆରୁ (ଓଆର୦୨ଏଏଲ୍‌-୨୬୬୬) କାରରେ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଥିବା ଜିଲା ଅବକାରୀ ସ୍କ୍ବାଡ୍‌ ଖବର ପାଇ ସ୍ଥାନୀୟ ବୁଗୁଡା ନିକଟରେ କାରକୁ ଅଟକାଇଥିଲା।

ଭାଜପାରେ ଯୋଗଦେଲେ ଯୁବନେତା ରଶ୍ମିରଞ୍ଜନ

ଭାଜପାରେ ଯୋଗଦେଲେ ଯୁବନେତା ରଶ୍ମିରଞ୍ଜନ

ଆଳି, ୩୦।୬ (ଡି.ଏନ.ଏ.): ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଆଳି ନିର୍ବାଚନ ମଣ୍ଡଳୀରେ ରାଜନୀତି ମହଲ ସରଗରମ ହେଉଛି। ପୂର୍ବରୁ ଏଠାରେ ଭାଜପାର ସାଂଗଠନିକ କ୍ଷମତା ନଥିବାରୁ ନିର୍ବାଚନୀ ଲଢ଼େଇ କେବଳ କଂଗ୍ରେସ -ବିଜେଡି ମଧ୍ୟରେ ହେଉଥିଲା। ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ରଣନୀତି ପ୍ରସ୍ତୁତ କରିଥିବା ବେଳେ କୌଣସି ଗୋଟିଏ ପଞ୍ଚାୟତରେ ବି ଖାତା ଖୋଲି ପାରିନି।

ପଟ୍ଟାମୁଣ୍ଡାଇ ନଗର କଂଗ୍ରେସର କର୍ମୀ ସମ୍ମିଳନୀ: ୨୧ ଓ୍ବାର୍ଡକୁ ନେଇ ୫ ଜୋନ କମିଟି ଗଠିତ

ପଟ୍ଟାମୁଣ୍ଡାଇ ନଗର କଂଗ୍ରେସର କର୍ମୀ ସମ୍ମିଳନୀ: ୨୧ ଓ୍ବାର୍ଡକୁ ନେଇ ୫ ଜୋନ କମିଟି ଗଠିତ

ପଟ୍ଟାମୁଣ୍ଡାଇ,୩୦।୬(ସ୍ବ.ପ୍ର.): କଂଗ୍ରେସ ସଙ୍ଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ସ୍ଥାନୀୟ ଏକ ମଣ୍ଡପରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ନଗର କଂଗ୍ରେସ ସଭାପତି ପ୍ରଦୀପ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ପୌରାଞ୍ଚଳର ୨୧ଟି ଓ୍ବାର୍ଡର ଓ୍ବାର୍ଡ ସଭାପତି, ବିଜୟୀ କାଉନସିଲର, କର୍ମୀ ଓ ଦଳୀୟ କର୍ମକର୍ତ୍ତାମାନେ ଯୋଗଦେଇ ସଙ୍ଗଠନକୁ ସୁଦୃଢ କରିବା ଦିଗରେ ମତ ରଖିଥିଲେ । ପୌରାଞ୍ଚଳର ମୋଟ ୨୧ଟି ଓ୍ବାର୍ଡକୁ ୫ ଗୋଟି ଜୋନରେ ବିଭକ୍ତ କରାଯାଇ ସଭାପତି ଚୟନ କରାଯାଇଥିଲା ।

ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଛାଡ଼ି ଯୁବକ ଗିରଫ

ବିରଜାକ୍ଷେତ୍ର,୩୦।୬(ଡି.ଏନ୍‌.ଏ.): ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡ଼ିବା ଅଭିଯୋଗରେ ଯାଜପୁର ସଦର ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପାଣିକୋଇଲି ଥାନା ଖଇରାବାଦ ଅଞ୍ଚଳର ହେମନ୍ତ କୁମାର ସାହୁ। ହେମନ୍ତ ସଦର ଥାନା କାକୁଡ଼ିକୁଦ ଗ୍ରାମର ଜଣେ ଯୁବତୀଙ୍କ ନାମରେ ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ଖୋଲିଥିଲେ।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ନ କରି ବିଲ୍‌ ଉଠାଣ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କୋରେଇ,୩୦।୬(ସ୍ବ.ପ୍ର.): ୨୦୧୭-୧୮ ଆଥିର୍କ ବର୍ଷରେ ଯାଜପୁର ଜିଲା କୋରେଇ ବ୍ଲକ ମୁଳାପାଳ ପଞ୍ଚାୟତ ଧନତ୍ରି ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମନିତା ଠେଙ୍ଗଠାରୁ ବାଙ୍କ ପର୍ଯ୍ୟନ୍ତ ୩ ଲକ୍ଷ ବ୍ୟୟରେ ମାଟି ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଥିଲା। ୨ା୫ା୧୮ରେ କାର୍ଯ୍ୟ ଆରମ୍ଭ ହୋଇ ୧୭।୫।୧୮ରେ ଶେଷ ହୋଇଥିବା ଫଳକରେ ଲେଖା ଅଛି।

ବହୁ ଚର୍ଚ୍ଚିତ ସୁମିତ୍ରା ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, ୫ ହଜାର ଜରିମାନା

ବହୁ ଚର୍ଚ୍ଚିତ ସୁମିତ୍ରା ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, ୫ ହଜାର ଜରିମାନା

ବିରଜାକ୍ଷେତ୍ର,୩୦।୬(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ସୁମିତ୍ରା ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର ଯାଜପୁର ଜିଲା ଜଜ୍‌ ରାଧାକାନ୍ତ ମିଶ୍ର ଜଣେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଯାଜପୁର ଥାନା ବଡ଼ସୁଆର ଗ୍ରାମର ନିଲୁ ସ୍ବାଇଁ। ୧୭ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଅଦାଲତ ଏହି ରାୟ ଶୁଣାଇଛନ୍ତି ।

ଜମି ବିବାଦକୁ ନେଇ ଆକ୍ରମଣ ଘଟଣା: ନ୍ୟାୟ ନ ମିଳିଲେ ମାନବଧିକାର କମିଶନଙ୍କ ଦ୍ୱାରସ୍ଥ

ବାଲିଚନ୍ଦ୍ରପୁର,୩୦।୬(ସ୍ବ.ପ୍ର.):ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଧାଉଡ଼ିଆପଦା ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ୧୬ ତାରିଖରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଉଭୟ ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରି ଉଭୟ ପକ୍ଷରୁ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।