ଉପକୂଳ ଓଡିଶା

ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ
ନୟାଗଡ଼ ଅଫିସ,୨୬ା୧- ନୟାଗଡ଼ ଜିଲା ଇଟାମାଟି ଥାନା ଅଞ୍ଚଳର ଏକ ବାଲ୍ୟବିବାହ ହେବା ପୂର୍ବରୁ ଚାଇଲ୍ଡଲାଇନ ଏହାକୁ ରୋକିବାରେ ସକ୍ଷମ ହୋଇଛି।

ଗହୀରମଥାରୁ ୨ ଟ୍ରଲର ଜବତ, ୧୯ ମତ୍ସ୍ୟଜୀବୀ ଗିରଫ
ରାଜନଗର,୨୬ା୧(ଡି.ଏନ.ଏ.)- ଅଲିଭ ରିଡ୍ଲେ ସାମୁଦ୍ରିକ କଇଁଛଙ୍କ ନିରାପଦସ୍ଥଳୀ ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବାବେଳେ ଶନିବାର ୨ ଟ୍ରଲର ଜବତ ହେବା ସହ ଏଥିରେ ଥିବା ୧୯ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ଗଛରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ
ପାଟକୁରା,୨୬ା୧(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ଗରଦପୁର ବ୍ଲକ ଗରଦପୁର ଗ୍ରାମର ଜଣେ ଶ୍ରମିକ ଶନିବାର ଗଛରୁ ପଡି ମୃତ୍ୟୁବରଣ କରିଛନ୍ତି।

ପାରାଦୀପ ବନ୍ଦରରେ ପହଞ୍ଚିଲା ଯାତ୍ରୀବାହୀ ଜାହାଜ ସିଲ୍ଭର ଡିସ୍କଭର
ପାରାଦୀପ,୨୬ା୧(ସ୍ବ.ପ୍ର.)- ପାରାଦୀପ ବନ୍ଦରରେ ଶନିବାର ଏକ ଆନ୍ତର୍ଜାତିକ ଯାତ୍ରୀବାହୀ ଜାହାଜ ଲାଗିଛି। ଏହାର ନାମ ହେଉଛି ସିଲ୍ଭର ଡିସ୍କଭର। ଏଥିରେ ୬୩ଜଣ ବିଦେଶୀ ପର୍ଯ୍ୟଟକ ଓ ୯୨ଜଣ ଜାହାଜ କର୍ମଚାରୀ ଅଛନ୍ତି।

ଅବ୍ୟବସ୍ଥାରେ ଚାଲିଛି ଏଆରସିଏସ୍ କାର୍ଯ୍ୟାଳୟ : ୪ ସବ୍ ଏଆରସିଏସ୍ ପଦବୀ ଖାଲିପଡ଼ିଛି
ନୟାଗଡ଼ ଅଫିସ,୨୬ା୧- ନୟାଗଡ଼ ସହର ତ୍ରିନାଥ ଛକସ୍ଥିତ ସମବାୟ ସମିତି ସମୂହ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ (ଏଆରସିଏସ୍) ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି।

ଜାତୀୟ ଭୋଟର ଦିବସ : ‘ନିର୍ବାଚନରେ ସାମିଲ ହୋଇ ଗଣତନ୍ତ୍ରକୁ ସୁଦୃଢ଼ କରିବା’
ନୟାଗଡ଼ ଅଫିସ,୨୬ା୧- ଜିଲାପାଳଙ୍କ ସଦ୍ଭାବନା ଗୃହରେ ଶୁକ୍ରବାର ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଡା. ଏନ୍ ତିରୁମାଲା ନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚଳିତବର୍ଷ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଭୋଟର ଦିବସର ସ୍ବତନ୍ତ୍ରତା ରହିଥିବା ପ୍ରକାଶ କରିଥିଲେ।

ଧର୍ମଶାଳା ଯୁବ ବିଜେଡି ସଭାପତିଙ୍କ ଉପରକୁ ବୋମାମାଡ଼
ଧର୍ମଶାଳା,୨୬।୧(ଡି.ଏନ୍.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ନାକପୋଲ ଛକଠାରେ ଧର୍ମଶାଳା ଯୁବ ବିଜେଡି ସଭାପତିଙ୍କ ଉପରକୁ ଶନିବାର ବୋମାମାଡ଼ କରାଯାଇଛି। ଏଥିରେ ତାଙ୍କ କାର୍ର କାଚ ଭାଙ୍ଗିଥିବା ବେଳେ ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି।

ରାଧାକୃଷ୍ଣ ମନ୍ଦିରରୁ ଚୋରି କରିବାକୁ ଆସି ଫସିଲା ଚୋର, ଗ୍ରାମବାସୀ କାବୁ କରି ପୋଲିସ ଜିମା ଦେଲେ
ରାଜନଗର,୨୬।୧(ଡି.ଏନ୍.ଏ.): ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣ ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିବା ବେଳେ ଗ୍ରାମବାସୀ ଚୋରକୁ କାବୁ କରିଛନ୍ତି।

ଚାଷୀ ଅଭାବୀ ବିିକ୍ରିର ଶିକାର: କମ୍ ଦରରେ ଧାନ ନେଇ ଦଲାଲ ମାଲାମାଲ୍
ନିରାକାରପୁର,୨୬ା୧(ଡି.ଏନ.ଏ.)-କୃଷି ଓ କୃଷକର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ସରକାରଙ୍କ ଘୋଷଣାନୁସାରେ ଅମଳକ୍ଷମ ଉଚିତ ମୂଲ୍ୟରେ ଧାନ ମଣ୍ଡିରେ ବିକ୍ରି କରି ଚାଷୀ ତାର ପାରିଶ୍ରମିକ ପାଇବାର ଆଶା ରଖିଥାଏ।

୩ୟ ସନ୍ଧ୍ୟାରେ ଟାଙ୍ଗୀ ଲୋକ ମହୋତ୍ସବ: ନୃତ୍ୟଗୀତରେ ଦର୍ଶକ ବିଭୋର
ଟାଙ୍ଗୀ(ଖୋର୍ଦ୍ଧା),୨୬ା୧(ଡି.ଏନ.ଏ.)-ସ୍ଥାନୀୟ ଚିଲିକା ଷ୍ଟାଡିୟମରେ ଆୟୋଜିତ ଟାଙ୍ଗୀ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ପରିବେଷିତ ରଙ୍ଗାରଙ୍ଗ ନୃତ୍ୟଗୀତ ଦର୍ଶକଙ୍କୁ ବିଭୋର କରିଥିବା ଦେଖାଯାଇଥିଲା। ବଡପାରୀର ସଙ୍ଗୀତ ଗ୍ରୁପ୍, ନୟାଗଡ଼ର ପଶୁନୃତ୍ୟ ଦର୍ଶକଙ୍କ ମନ ମୋହି ପାରିଥିଲା ।

ଜୈବ ବିବିଧତାର ଗନ୍ତାଘର ପାଲଟିଛି: ସାତକୋଶିଆ ଗଣ୍ଡ ଅଭୟାରଣ୍ୟ
ଗଣିଆ,୨୬ା୧(ଡି.ଏନ.ଏ.)-ଓଡ଼ିଶାର ୧୯ ପ୍ରମୁଖ ଅଭୟାରଣ୍ୟ ମଧ୍ୟରେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ଅନ୍ୟତମ| ନୟାଗଡ଼, ବୌଦ୍ଧ, କଟକ ଓ ଅନୁଗୋଳ ଜିଲାର ୯୬୮.୩୫ ବର୍ଗ କିଲୋମିଟର ପରିସୀମା ଅଞ୍ଚଳକୁ ନେଇ ଗଠିତ ହୋଇଛି ଏହି ଅଭୟାରଣ୍ୟ|

କୋମଣ୍ଡ କଇଁଆ ଖାଲରେ ପଶିଲା କାର୍, ଚାଳକ ଫେରାର
ଓଡ଼ଗାଁ,୨୫।୧(ସ୍ବ.ପ୍ର.): ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ନିକଟସ୍ଥ କଇଁଆ ଖାଲ ମୋଡ଼ରେ ଶୁକ୍ରବାର ଅପରାହ୍ନରେ ଏକ କାର୍ ଭାରସାମ୍ୟ ହରା ପୋଲ ପାର୍ଶ୍ୱ ବୁଦାରେ ପଶିଥିବା ଦେଖିବାକୁ ମିଳିଛି।

ଗରଦପୁରରେ ଜାତୀୟ ଭୋଟର ଦିବସ
ପାଟକୁରା,୨୫।୧(ଡି.ଏନ୍.ଏ.): ଗରଦପୁର ବ୍ଲକ ସଭାଗୃହଠାରେ ଶୁକ୍ରବାର ଜାତୀୟ ଭୋଟର ଦିବସ ପାଳିତ ହୋଇଛି।

ଉଚ୍ଚ ଜୁଆରରେ ଭାସିଲା ଗୋବରୀ ସେତୁର ଦ୍ୱିତୀୟ ପିଲର୍
ମହାକାଳପଡ଼ା,୨୫।୧(ଡି.ଏନ୍.ଏ.): ବ୍ଲକର ମହାକାଳପଡ଼ା-ଚଣ୍ଡିଆପଲ୍ଲୀ-ବିଜୟନଗର ଗୋବରୀ ନଦୀ ଉପରେ ୨୩ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକ ସେତୁ ନିର୍ମାଣ କରାଯାଉଛି।

ରାଜନଗରରେ ଜାତୀୟ ଭୋଟର ଦିବସ
ରାଜନଗର,୨୫।୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ଅଧିକ ଯୁବତୀଯୁବକଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ ପ୍ରତି ପଞ୍ଚାୟତରେ ସଚେତନା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ରାପଡ଼ାରେ ସାଂମ୍ପ୍ରଦାୟିକ ବିଦ୍ୱେଷ ବୃଦ୍ଧି କରିବା ପ୍ରୟାସ, ପେଣ୍ଠରୁ ୬ ଅଫୁଟା ବୋମା ଉଦ୍ଧାର
ମାର୍ଶାଘାଇ,୨୫।୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଛତ୍ରବନ୍ଧୁ ବିଦ୍ୟାପୀଠ, ପେଣ୍ଠଠାରୁ ଶୁକ୍ରବାର ସକାଳ ୬ଟା ସମୟରେ ୬ଟି ଅଫୁଟା ବୋମା ଉଦ୍ଧାର କରାଯାଇଛି। ପାଟକୁରା ଥାନା ଏସ୍ଆଇ ଜାମସେଦ ଖାଁ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡ଼ିକୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଉଠିଲା କର୍ଫ୍ୟୁ, ସହରରେ ଶାନ୍ତି ଶୋଭାଯାତ୍ରା
କେନ୍ଦ୍ରାପଡ଼ା ଅଫିସ, ୧୫।୧: ନେତାଜୀ ଶୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ନେଇ ହୋଇଥିବା ବିବାଦ ଘଟଣାରେ କେନ୍ଦ୍ରାପଡ଼ା ସହରରେ ଗୁରୁବାର ଅପରାହ୍ନ ୪ଟାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଥିଲା।

ନୟାଗଡ଼ ଗସ୍ତରେ ରାଜ୍ୟପାଳ: ’ଅସୁବିଧା ହେଲେ ଅଭିଯୋଗ କର’
ନୟାଗଡ଼ ଅଫିସ,୨୫।୧-ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗୁରୁବାର ନୟାଗଡ଼ ଜିଲା ଗସ୍ତରେ ଆସି ସାଧାରଣ ଲୋକଙ୍କ ସହିତ ମିଶି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଲୋକମାନଙ୍କ କୌଣସି ଅସୁବିଧା ଥିଲେ ଅଭିଯୋଗ ପତ୍ର ମାଧ୍ୟମରେ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ।

ଶିକ୍ଷା ଅଧିକାର ଆଇନ ବାଟବଣା: ବର୍ଷ ଶେଷ ହେଲା, ପିଲାଙ୍କୁ ମିଳିଲାନି ବହି
ରଣପୁର,୨୫ା୧ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏବେ ବି ପିଲାଙ୍କୁ ପାଠ୍ୟପୁସ୍ତକ ମିଳିନାହିଁ। ଫଳରେ ସେମାନେ ଠିକ୍ ଭାବେ ପାଠ ପଢିପାରୁ ନାହାନ୍ତି।

ଖେଳପଡ଼ିଆରେ ପଡ଼ିରହିଛି କୁଢ଼କୁଢ଼ ଆବର୍ଜନା: ତୁରନ୍ତ ସଫା କରିବାକୁ ସାଧାରଣରେ ଦାବି
ଭାପୁର,୨୫ା୧(ଡି.ଏନ୍.ଏ.)-ରାଜ୍ୟ ସରକାରଙ୍କ ପ୍ରାୟୋଜିତ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ସରିବା ପରେ ବିଦ୍ୟାଳୟ ଖେଳପଡିଆରେ ଏବେ କୁଢ଼କୁଢ଼ ଆବର୍ଜନା ଓ ପଲିଥିନ ପଡ଼ିରହିଛି।

ପାଞ୍ଚଗଡ ମହୋତ୍ସବ ଉଦ୍ଯାପିତ: ୫୦ରୁ ଊର୍ଦ୍ଧ୍ୱ ଷ୍ଟଲ୍ରେ ଜନ ସମାଗମ
ବୋଲଗଡ଼,୨୫ା୧(ଡି.ଏନ.ଏ.)-ଶାନ୍ତି, ପ୍ରେମ ଓ ଭ୍ରାତୃତ୍ୱ ଭାବର ମହକ ବାଣ୍ଟି ଗୁରୁବାର ଉଦ୍ଯାପିତ ହୋଇଯାଇଛି ଅଷ୍ଟମ ବାର୍ଷିକ ପାଞ୍ଚଗଡ଼ ମହୋତ୍ସବ-୨୦୧୯। ବୋଲଗଡ଼ ବ୍ଲକ ବଡକୁମାରୀସ୍ଥିତ ପାଞ୍ଚଗଡ ମହୋତ୍ସବର ଶେଷ ସାଂସ୍କୃତିକ ସନ୍ଧ୍ୟାକୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ।

ଟାଙ୍ଗୀ ଲୋକ ମହୋତ୍ସବ: ଆମୋଦିତ କଲା ମାଲ୍ଖମ୍ବ ଓ ଟ୍ରାକ୍ ସିଙ୍ଗର
ଟାଙ୍ଗୀ(ଖୋର୍ଦ୍ଧା),୨୫ା୧(ଡି.ଏନ.ଏ.)-ଚିଲକା ଷ୍ଟାଡିୟମରେ ଆୟୋଜିତ ଟାଙ୍ଗୀ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ଏଥିରେ ପରିବେଷିତ ମାଲ୍ଖମ୍ବ ଓ ଟ୍ରାକ୍ ସିଙ୍ଗରରେ ଦର୍ଶକମାନେ ବିଶେଷ ଭାବେ ଆମୋଦିତ ହୋଇଥିଲେ।

ବିଜ୍ଞାନମେଳାରେ ୪୪ ପ୍ରକଳ୍ପ ପ୍ରଦର୍ଶିତ: ‘ଜନ୍ମରୁ ଜୁଇ ପର୍ଯ୍ୟନ୍ତ ରହିଛି ବିଜ୍ଞାନର ଆବଶ୍ୟକତା’
ଓଡ଼ଗାଁ,୨୪ା୧(ସ୍ବ.ପ୍ର.)-ଓଡ଼ଗାଁ ବ୍ଲକସ୍ଥ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରରେ ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ଅବସରରେ ବୁଧବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ା ଆଧୁନିକ ଯୁଗରେ ଜନ୍ମରୁ ଜୁଇ ପର୍ଯ୍ୟନ୍ତ ବିଜ୍ଞାନର ଆବଶ୍ୟକତା ରହିଛି।

ଶର୍ଟସର୍କିଟରୁ ଭୟାବହ ଅଗ୍ନିକାଣ୍ଡ
ଆଠଗଡ, ୨୪ା୧(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦାଦେଶସ୍ଥିତ ମଝି ସାହିରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ବଖରା ସମ୍ପୂର୍ଣ୍ଣ ଜଳିଯିବା ସହ ୧ ବଖରା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡରେ ୯ ପରିବାର କ୍ଷତିଗ୍ରସ୍ତ ହୋଇଥିତ୍ବା ବେଳେ ୮ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି।