ଉପକୂଳ ଓଡିଶା

ଜମି ବିବାଦରୁ ଗୁଳିମାଡ଼, ୩ ଗୁରୁତର

ଜମି ବିବାଦରୁ ଗୁଳିମାଡ଼, ୩ ଗୁରୁତର

ଧର୍ମଶାଳା, ୧୦।୧ (ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଭରତପୁର ଗ୍ରାମରେ ବୁଧବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଗୋଟିଏ ପରିବାରର ଜଣେ ମହିଳାଙ୍କ ସମେତ ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସେହି ଗ୍ରାମର କ୍ଷୀରୋଦ ପ୍ରଧାନଙ୍କ ସ୍ତ୍ରୀ ସୁଜାତା (୫୦), ୨ ପୁଅ ବିବେକ(୨୯) ଓ ରଞ୍ଜନ (୨୪)। ସେମାନଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବସ୍‌-ଟ୍ରକ୍‌ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ବସ୍‌-ଟ୍ରକ୍‌ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ଯାଜପୁର ଅଫିସ, ୧୦।୧: ଚଣ୍ଡିଖୋଲ-ଡୁବୁରି ୫୩ ନଂ. ଜାତୀୟ ରାଜପଥର ତାରିଣୀ ଛକଠାରେ ବୁଧବାର ମଧ୍ୟାହ୍ନରେ ଏକ ଯାତ୍ରୀବାହି ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଗ୍ରାମୀଣ ଆବାସ ଯୋଜନା ଲକ୍ଷ୍ୟଚ୍ୟୁତ

ଗ୍ରାମୀଣ ଆବାସ ଯୋଜନା ଲକ୍ଷ୍ୟଚ୍ୟୁତ

ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୯।୧ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସର୍ବହରାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଣୀତ ପ୍ରଧାନମନ୍ତ୍ରୀ ଆବାସ, ମୋ’ କୁଡିଆ ଓ ବିଜୁ ପକ୍କାଘର ଯୋଜନା ଲକ୍ଷ୍ୟଭ୍ରଷ୍ଟ ହୋଇଛି। ଏହି ଗ୍ରାମୀଣ ଆବାସ ଯୋଜନାର ନୀତିନିୟମ ଓ ଏଷ୍ଟିମେଟ ଅନୁସାରେ ପକ୍କାଘର ନିର୍ମାଣ କରା ନ ଯାଇ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ହିତାଧିକାରୀଙ୍କ ଗରିବ, ସରଳତା ଓ ଅସମର୍ଥତାର ସୁଯୋଗ ନେଇ ଗୁହାଳ ସଦୃଶ ଇନ୍ଦିରା ଆବାସ ନିର୍ମାଣ କରି ହସ୍ତାନ୍ତର କରାଯାଉଛି। ତାହା ବାସଯୋଗ୍ୟ ହୋଇଛି କି ନାହିଁ ପ୍ରଶାସନିକ ଅଧିକାରୀଙ୍କ ପାଖରେ ତଦାରଖ କରିବାକୁ ସମୟ ନାହିଁ। ଅନ୍ୟପକ୍ଷେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଥିଲାବାଲାଲୋକ ଏହି ଯୋଜନାର ଭରପୂର ଫାଇଦା ଉଠାଉଥିବାବେଳେ ଗରିବ ହିତାଧିକାରୀ ପକ୍କାଘର ପାଇଁ ଚାହିଁ ରହିଥିବା ଜିଲାରେ ଦେଖିବାକୁ ମିଳିଛି। ବିଡ଼ମ୍ବନା ଯେ, ହିତାଧିକାରୀଙ୍କ କ୍ରମିକ ସଂଖ୍ୟାରେ ହାଇଜାକ, ଘର ଚୋରି ସାଙ୍ଗକୁ ଶ୍ରମ ଲୁଟ, ଜାଲ ଦସ୍ତଖତରେ ଲକ୍ଷାଧିକ ଟଙ୍କା ହଡପ ଆଦି ଅନିୟମିତତା ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ବରୀ ବ୍ଲକରେ ଦୀର୍ଘ ୧୭ବର୍ଷ ହେଲା ପ୍ରାପ୍ୟ ପାଇ ନ ଥିବାରୁ କେତେକ ଘର ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଛି। ଏପରି କି କାର୍ଯ୍ୟାଦେଶ ମିଳିବାରେ ବିଳମ୍ବ, କ୍ରମିକ ସଂଖ୍ୟାରେ ତଳକୁ ଖସିବା ଓ କୋର୍ଟର ଦ୍ୱାରସ୍ଥ ହେବା ଆଦି ଘଟଣାକୁ ଅବଲୋକନ କଲେ ଏହି ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନା ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଏକ ଲୋକହିତକର ଯୋଜନା ହୋଇଥି

୨୫ଲକ୍ଷ ଟଙ୍କା ଠକେଇ ଘଟଣାରେ ଦମ୍ପତି ଗିରଫ

କୋରାଇ,୯।୧(ସ୍ବ.ପ୍ର.)- ପୁରୀ ଜିଲା ଗୋପ ଥାନା ଅନ୍ତର୍ଗତ ଚିତ୍ରକର ସାହି ଅଞ୍ଚଳର ସନାତନ ସେଠୀ ତାଙ୍କ ସ୍ତ୍ରୀ ଆରତୀ ସେଠୀ ତିନୋଟି ମହିଳା ସ୍ବୟଂସହାୟକ ଗୋଷ୍ଠୀଠାରୁ ଗତ ଦୁଇବର୍ଷ ତଳେ ୨୫ଲକ୍ଷ ଟଙ୍କା ଠକି ନେଇଥିଲେ। ସେଠାରୁ ଚାଲିଆସି ପାଣିକୋଇଲି ଥାନା ଅଞ୍ଚଳର ଷଠିପୁର ଛକ ନିକଟରେ ରହୁଥିଲେ। ଉକ୍ତ ମହିଳା ସ୍ବୟଂସହାୟକ ଗୋଷ୍ଠୀ ପକ୍ଷରୁ ଗୋପଥାନାରେ ଅଭିଯୋଗ ହୋଇଥିଲା। ମଙ୍ଗଳବାର ଗୋପଥାନା ଆଇଆଇସି ପାଣିକୋଇଲି ଥାନା ସହାୟତାରେ ଷଠିପୁରରେ ପହଞ୍ଚତ୍ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛନ୍ତି।

ପ୍ରଶାସନ ଶୁଣିଲାନି, ବନ୍ଧରେ ବାଡ଼ ବାନ୍ଧିଲେ ଗ୍ରାମବାସୀ

ପ୍ରଶାସନ ଶୁଣିଲାନି, ବନ୍ଧରେ ବାଡ଼ ବାନ୍ଧିଲେ ଗ୍ରାମବାସୀ

ଦଶରଥପୁର,୯।୧(ଡିଏନ୍‌ଏ) ଦଶରଥପୁର ବ୍ଲକ ପାର୍ଶ୍ୱଦେଇ ବହିଯାଇଥିବା ବୈତରଣୀ ନଦୀର ଆଖୁଆସାହି ଘାଟଠାରେ ବାଲିମାଫିଆମାନେ ବନ୍ଧକୁକାଟି ଦୀର୍ଘ ଦିନହେବ ନଦୀ ଶଯ୍ୟାରୁ ବେଆଇନଭାବେ ଦୈନିକ ଶହଶହ ଟ୍ରିପ୍‌ ଚୋରା ଚାଲାଣ କରୁଛନ୍ତି। ଫଳରେ ନଦୀବନ୍ଧ ଦୁର୍ବଳ ହେବାନେଇ ସମ୍ପୃକ୍ତ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ପ୍ରଶାସନକୁ ଅବଗତ କରାଯାଇଛି। ମାତ୍ର ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଗ୍ରାମର ବହୁଲୋକେ ଏକ୍‌ଜୁଟ ହୋଇ ବାଲି ଉଠୁଥିବା ଘାଟ ଠାରେ ମଙ୍ଗଳବାର ବାଡ଼ ବସାଇ ବାଲି ଚାଲାଣକୁ ରୋକ ଲଗାଇଛନ୍ତି।

ନାବାଳକ ଶ୍ରମିକ ନିଖୋଜ ଘଟଣାକୁ ନେଇ ଉତ୍ତେଜନା

ନାବାଳକ ଶ୍ରମିକ ନିଖୋଜ ଘଟଣାକୁ ନେଇ ଉତ୍ତେଜନା

ଡୁବୁରୀ,୯।୧(ଡିଏନଏ) କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ନିକଟରେ ରେଲୱେ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିଯୋଜିତ ଏକ ଠିକା ସଂସ୍ଥା କ୍ୟାମ୍ପରୁ ଜଣେ ନାବାଳକ ଶ୍ରମିକ ନିଖୋଜ ହେବା ଘଟଣାକୁ ନେଇ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ସମ୍ପୃକ୍ତ ଠିକା ସଂସ୍ଥାର କ୍ୟାମ୍ପ ଭଙ୍ଗାରୁଜା କରିବା ସହ କାମ ବନ୍ଦ କରି ଦେଇଛନ୍ତି। ଏପରି କି ସେଠାକାର ଜଣେ ଅଧିକାରୀଙ୍କୁ ମାଡ଼ ମଧ୍ୟ ମାରଛନ୍ତି। ଖବର ପାଇ କଳିଙ୍ଗନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।

ନକଲି ସାର କାରଖାନା ସମ୍ପର୍କରେ କୃଷି, ଜିଲା ଶିଳ୍ପ କେନ୍ଦ୍ର ପାଖରେ ଖବର ନାହିଁ

ଯାଜପୁର ଅଫିସ,୯।୧ ଯାଜପୁର ସମେତ ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଢେଙ୍କାନାଳ ଜିଲାରେ ୧୩ଟି ନକଲି ସାର କାରଖାନା ସମ୍ପର୍କରେ ଓଡିଶା ସରକାରଙ୍କ ଶିଳ୍ପ ବିଭାଗର ଯୁଗ୍ମ ସଚିବ ବି.କେ. ଦାଶଙ୍କ ତଦନ୍ତ ନିର୍ଦ୍ଦେଶର ଏକ ସପ୍ତାହ ଅତିକ୍ରାନ୍ତ ହୋଇସାରିଛି। ହେଲେ ବିଡମ୍ବନା ଯେ, ଯାଜପୁର ଜିଲା ଇଣ୍ଡଷ୍ଟିଜ ସେଣ୍ଟର(ଡିଆଇସି)ର ଜେନେରାଲ ମ୍ୟାନେଜର କିମ୍ବା କୃଷି ଉପନିର୍ଦ୍ଦେଶକଙ୍କ ପାଖରେ କୌଣସି ଖବର ନାହିଁ ।

ମଧ୍ୟାହ୍ନଭୋଜନରେ ମସୁର ଡାଲି

ମଧ୍ୟାହ୍ନଭୋଜନରେ ମସୁର ଡାଲି

ବିରଜାକ୍ଷେତ୍ର,୯।୧(ଡି.ଏନ୍‌.ଏ) - ରାଜ୍ୟ ସରକାର ୧ମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନରେ ଉନ୍ନତମାନର ହରଡ଼ ଡାଲି ରାନ୍ଧିଦେବା ପାଇଁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସ୍କୁଲର ପ୍ରଧାନଶିକ୍ଷକ ସରକାରଙ୍କ ନିୟମକୁ ପ୍ରତିହତ କରି ନିଜ ଇଚ୍ଛା ଅନୁଯାୟୀ ମସୁର ଡାଲି ରାନ୍ଧି ପିଲାମାନଙ୍କୁ ଖାଇବାକୁ ଦିଆଯିବ ବୋଲି ରୋଷେଇ ଦାୟିତ୍ୱରେ ଥିବା ପାଚିକାଙ୍କୁ ନିର୍ଦ୍ଦେଶ ଦେଇଥିବା ଘଟଣା ଦେଖିବାକୁ ମିଳିଛି।

ଡାଳିଯୋଡା ବନାଞ୍ଚଳରେ ପକ୍ଷୀ ଗଣନା ଶେଷ

ଡାଳିଯୋଡା ବନାଞ୍ଚଳରେ ପକ୍ଷୀ ଗଣନା ଶେଷ

ଚଣ୍ଡିଖୋଲ,୯।୧(ଡି.ଏନ୍‌.ଏ.)- ବୈରୀସ୍ଥିତ ଡାଳିଯୋଡା ବନାଞ୍ଚଳ ପକ୍ଷରୁ ଏ ବର୍ଷର ପକ୍ଷୀ ଗଣନା କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଛି। ୨୦୧୭ ବର୍ଷ ପ୍ରାରମ୍ଭରେ ୧୦ହଜାର ୭ଶହ ୩୦ପକ୍ଷୀ ଥିବାବେଳେ ୨୦୧୮ ବର୍ଷ ପ୍ରାରମ୍ଭରେ ଏହା ୨ ଗୁଣ ବୃଦ୍ଧିପାଇ ୨୧ହଜାର ୭ଶହ ୮୬ରେ ପହଞ୍ଚିଛି।

ପ୍ରହସନ ପାଲଟିଲା ନିଯୁକ୍ତି ମେଳା

ପ୍ରହସନ ପାଲଟିଲା ନିଯୁକ୍ତି ମେଳା

ରଗଡ଼ି୯।୧(ଡି.ଏନ୍‌.ଏ)- କୋରେଇ ବ୍ଲକ ଅନ୍ତର୍ଗତ ରଗଡ଼ିଠାରେ ଥିବା ସରକାରୀ ପଲିଟେକନିକରେ ଜିଲା କର୍ମ ନିୟୋଜନ ସଂସ୍ଥା ପକ୍ଷରୁ ମଙ୍ଗଳବାର ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ହୋଇଥିବା ଜିଲାସ୍ତରୀୟ ନିଯୁକ୍ତି ମେଳା ପ୍ରହସନ ପାଲଟିଛି।

ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ହରମୋହନ ପତିଙ୍କ ବିୟୋଗ

ଡେରାବିଶ,୯।୧(ସ୍ବ.ପ୍ର.)- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା କେନ୍ଦ୍ରାପଡା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ହରମୋହନ ପତି(୮୧)ଙ୍କ ମଙ୍ଗଳବାର ପୂର୍ବାହ୍ନରେ ବିୟୋଗ ଘଟିଛି।

ବେଆଇନ୍‌  ବାଲି ଚାଲାଣକୁ ନେଇ  ବୋମାମାଡ଼

ବେଆଇନ୍‌ ବାଲି ଚାଲାଣକୁ ନେଇ ବୋମାମାଡ଼

ନୂଆଗାଁ,୯। ୧(ଡି.ଏନ୍‌.ଏ.)- ନୟାଗଡ ଜିଲା ଓଡଗାଁ ଥାନା ଅଧୀନ ବଡପଦା ଗ୍ରାମରେ ବେଆଇନ୍‌ ବାଲିଚାଲାଣକୁ ସୋମବାର ସନ୍ଧ୍ୟାରେ ବୋମାମାଡ ହୋଇଛି।ଏଥିରେ ଶୁଣ୍ଡିଝୋଲା ଗ୍ରାମର ୫ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପ୍ରହସନ ପାଲଟିଛି ଜିଲା କର୍ମନିଯୁକ୍ତି ମେଳା: ସୁଯୋଗ ନପାଇ ଫେରିଲେ ପିଲା

ଯାଜପୁର ରୋଡ, ରଗଡି,୯।୧(ସ୍ବ.ପ୍ର./ଡି.ଏନ୍‌.ଏ.)- ଯାଜପୁର ଜିଲା କର୍ମ ନିଯୁକ୍ତି ସଂସ୍ଥା ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା କର୍ମନିଯୁକ୍ତି ମେଳା ପ୍ରହସନ ପାଲଟିଛି ବୋଲି ଅଭିଯୋଗ ହୋଇଛି।

୬ଶହ ଟଙ୍କା ପାଇଁ ମୃତଦେହ ଛାଡ଼ି ପଳାଇଲା ମହାପ୍ରୟାଣ ଗାଡ଼ି

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୮।୧ (ଡି.ଏନ୍‌.ଏ.)-ମାତ୍ର ୬୦୦ ଟଙ୍କା ପାଇଁ ଅଧା ବାଟରେ ଶବ ଛାଡି ପଳାଇଲା ମହାପ୍ରୟାଣ ଗାଡ଼ି। ବାଧ୍ୟ ହୋଇ ପରିବାର ଲୋକେ ଏକ ବାଇକ୍‌ରେ ଶବକୁ ନେଇ ଗାଁକୁ ଗଲେ। ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ। ଏହି ଘଟଣା ଜଣାପଡିବା ପରେ ଜିଲାର ମାନବାଧିକାର କର୍ମୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅପରପକ୍ଷରେ ସିଡିଏମ୍‌ଓ ଡା. ବୈଷ୍ଣବ ଚରଣ ସାହୁ ଏଭଳି ଘଟଣା ଘଟି ନଥିବା ପ୍ରକାଶ କରୁଥିବା ବେଳେ ମହାପ୍ରୟାଣ ଗାଡିରେ ଶବ ଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ବ୍ୟକ୍ତିମାନେ କହିଛନ୍ତି।

ଲିଭର ଜଣ୍ଡିସ୍‌ରେ ବାବାଜୀଙ୍କ ମୃତ୍ୟୁ ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ରାଜନଗର, ୮।୧ (ଡିଏନଏ): ଦୀର୍ଘଦିନ ଧରି ଲିଭର ଜଣ୍ଡିସରେ ଆକ୍ରାନ୍ତ ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ଅନ୍ତର୍ଗତ ଗଁାକାଳୁପଡାର ବାବାଜୀ ବିଶ୍ୱାଳଙ୍କ କଟକ ବଡ ଡାକ୍ତରଖାନାରେ ଶନିବାର ମୃତ୍ୟୁ ଘଟିଛି । ଅଭାବ ଅନଟନରେ ପଡି ତାଙ୍କର ମୃତ୍ୟୁ ହୋଇଛି ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା।

ଅଧାପନ୍ତରିଆ ସେତୁ ନିର୍ମାଣ ନେଇ ଅସନ୍ତୋଷ

କେନ୍ଦ୍ରାପଡ଼ା ଅଫିସ, ୮।୧-କେନ୍ଦ୍ରାପଡ଼ା ବ୍ଲକ ସିଂହଗଁ। ପଞ୍ଚାୟତସ୍ଥିତ କଣ୍ଠିଆନାଳ ଉପରେ ସେତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

 ବହିବସ୍ତାନି ବଦଳରେ କାନ୍ଧରେ କୋଡ଼ି କୋଦାଳ

ବହିବସ୍ତାନି ବଦଳରେ କାନ୍ଧରେ କୋଡ଼ି କୋଦାଳ

ମହାକାଳପଡା, ୮।୧ (ଡି.ଏନ୍‌.ଏ.)ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ମାତ୍ର ଏସବୁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ନ ପାରିବା ଭଳି ମନେ ହେଉଛି। ଏବେବି ଗ୍ରାମାଞ୍ଚଳର ଆଦିବାସୀ ପିଲାମାନେ ପାଠପଢା ବଦଳରେ ଘର ଲୋକଙ୍କୁ କାମରେ ସହଯୋଗ କରିବାକୁ ବାଧ୍ୟ ହେଉଛନ୍ତି।

ଅବ୍ୟବସ୍ଥା ଘେରରେ ଗୋରଖନାଥ ପୀଠ

ଅବ୍ୟବସ୍ଥା ଘେରରେ ଗୋରଖନାଥ ପୀଠ

ରଘୁନାଥପୁର, ୮।୧ (ଡି.ଏନ୍‌.ଏ.)- ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପୀଠରେ ବର୍ଷେ ହେବ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି।

ଦୁଇ ନକଲି ସାର କାରଖାନା ଚିହ୍ନଟ

ଦୁଇ ନକଲି ସାର କାରଖାନା ଚିହ୍ନଟ

ଯାଜପୁର ଅଫିସ,୮।୧- ମରୁଡି, ଅଦିନିଆ ବର୍ଷା ତଥା ପ୍ରାକୃତିକ ବିପର୍ଯ୍ୟୟରେ ଯାଜପୁର ଜିଲା ଚାଷୀ ତଳିତଳାନ୍ତ ହୋଇଥିବାବେଳେ ନକଲି କୃଷିସାର ଓ କୀଟନାଶକ ବ୍ୟବହାର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଭଳିସ୍ଥିତିରେ କୀଟନାଶକ ଓ କୃଷିସାର କାରଖାନାକୁ କୃଷି ବିଭାଗ କୌଣସି କାଗଜପତ୍ର ତଦନ୍ତ ନ କରି ଲାଇସେନ୍ସ ପ୍ରଦାନ କରିବା ଲଜ୍ଜାକର ବିଷୟ ହୋଇଛି।

ନିଯୁକ୍ତି ମେଳାକୁ ଶିଳ୍ପ କମ୍ପାନୀର ବେଖାତିର

ନିଯୁକ୍ତି ମେଳାକୁ ଶିଳ୍ପ କମ୍ପାନୀର ବେଖାତିର

ଯାଜପୁର ଅଫିସ,୮।୧- ରାଜ୍ୟରେ ଦ୍ରୁତ ବିକାଶ ଓ ନିଯୁକ୍ତି ଆଳରେ ରାଜ୍ୟ ସରକାର ଶିଳ୍ପାୟନ ପ୍ରତି ଗୁରୁତ୍ୱାରୋପ କରୁଛନ୍ତି। ହେଲେ ନିଯୁକ୍ତି ମେଳା ଉପରେ କଳିଙ୍ଗନଗର ଶିଳ୍ପାଞ୍ଚଳର କୌଣସି ଶିଳ୍ପ କମ୍ପାନୀ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଫଳସ୍ବରୁପ ଦୀର୍ଘ ୪ବର୍ଷ ପରେ ସୋମବାର ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଆୟୋଜିତ ନିଯୁକ୍ତି ମେଳା ଏକ ପ୍ରକାର ଫସର ଫାଟିଛି।

ଅନ୍ଧାରରେ ୫୭ ଆଦିବାସୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଅନ୍ଧାରରେ ୫୭ ଆଦିବାସୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଡୁବୁରୀ,୮।୧(ଡିଏନଏ)- ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ସଂସାଇଲୋ ପଞ୍ଚାୟତର ସୋରିଷିଆପଦାଠାରେ ହୋ ମୁଣ୍ଡା ଡେଭଲଭମେଣ୍ଟ ସୋସାଇଟି ଆନୁକୂଲ୍ୟରେ ଗତ ଦୁଇବର୍ଷ ଧରି ଚାଲିଥିଲା ବୀର ଆଦିବାସୀ ବିର୍ସା ମୁଣ୍ଡା ସେବାଶ୍ରମ ନାମରେ ଏକ ସ୍କୁଲ। ମାତ୍ର ଉକ୍ତ ସ୍କୁଲଟି ଗତ ୪ମାସ ହେଲା ବନ୍ଦ ହୋଇଯାଇଛି। ଫଳରେ ସମ୍ପୃକ୍ତ ସ୍କୁଲରେ ଅଧ୍ୟୟନ କରୁଥିବା ୫୭ଜଣ ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରୀ ଲାଗିଯାଇଥିବା ବେଳେ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି।

ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ରୁ ଗଲା ରଥ କାଠ

ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ରୁ ଗଲା ରଥ କାଠ

ନୟାଗଡ଼ ଅଫିସ, ୮।୧: ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବନଖଣ୍ଡ ଅଧୀନ ଦଶପଲ୍ଲା ବନାଞ୍ଚଳରୁ ସୋମବାର ରଥ କାଠ ପୁରୀକୁ ଯାଇଛି। ୨ଟି ଟ୍ରକ୍‌ ଯୋଗେ ଅସନ କାଠ ୨୮ ଖଣ୍ଡ, ଓ ଧଉରା କାଠ ୨୫, ମୋଟ ୫୩ ଖଣ୍ଡ କାଠ ଯାଇଛି।

ଭିତର କନିକାରେ ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ

ରାଜନଗର,୮।୧(ଡି.ଏନ.ଏ.)-କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ର ବଙ୍ଗୋପସାଗର ତଟବର୍ତ୍ତୀ ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ସୋମବାରଠାରୁ ବିଦେଶୀ ଜାତ ପକ୍ଷୀ ଗଣନା କାମ ଆରମ୍ଭ ହୋଇଛି।

ନେଟଓ୍ବର୍କ କମ୍ପାନୀ ନାଁରେ ଅଭିଯୋଗ

ପାରାଦୀପ, ୮।୧(ସ୍ବ.ପ୍ର.): ପାରାଦୀପ ଥାନା ଅନ୍ତର୍ଗତ ତାରିଣୀଗଡ଼ ଅଞ୍ଚଳରେ ଏକ ନେଟଓ୍ବର୍କ କମ୍ପାନୀ (ଗ୍ଲେଜ୍‌ ଇଣ୍ଡିଆ) ନାଁରେ ପୁଣି ସୋମବାର ଥାନାରେ ଅଭିଯୋଗ ହୋଇଛି। କୋରାପୁଟ ଜିଲା କାବିରୀଗୁମ୍ମା ଅଞ୍ଚଳର ଜଣେ ଯୁବତୀ ମମତା ରାଣୀ ମୁଦୁଲି ଓ ଭଦ୍ରକ ଜିଲା ଶୁଶୁଆ ଅଞ୍ଚଳର ମନୋରମା ଘଡାଇ ଏହି ଅଭିଯୋଗ ଆଣିଛନ୍ତି।