ଉପକୂଳ ଓଡିଶା

ବନ ଉଜାଡ଼ି ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା

ବନ ଉଜାଡ଼ି ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା

ପାରାଦୀପ,୨୩ା୨(ସ୍ବ.ପ୍ର.): ସରକାରୀ ନଥିପତ୍ରରେ ଏବେ ବି ପାରାଦୀପର ମହାନଦୀ ମୁହାଣଠାରୁ ଜଗତ୍‌ସିଂହପୁର ଜିଲାର ହରିଶପୁର-ମରିଚିପୁର ପର୍ଯ୍ୟନ୍ତ ବେଳାଭୂମିକୁ ସଂରକ୍ଷିତ ଜଙ୍ଗଲ କୁହାଯାଉଛି। ଏଥିସହ ୨୦୧୭-୧୮ ବର୍ଷରେ ସେହି ସଂରକ୍ଷିତ ଜଙ୍ଗଲରେ ଥିବା ପଶୁପକ୍ଷୀଙ୍କ ପାଇଁ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପୋଖରୀ ଖୋଳାଯାଇଛି।

ଜଗତସିଂହପୁରରେ ମାଟ୍ରିକ ପରୀକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା

ଜଗତସିଂହପୁରରେ ମାଟ୍ରିକ ପରୀକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା

ଜଗତସିଂହପୁର ଅଫିସ, ୨୨।୨: ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷାକୁ ନେଇ ଜଗତସିଂହପୁର ଜଲା ଶିକ୍ଷା ବିଭାଗ  ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାର ମୋଟ ୨୯୨ଟି ବିଦ୍ୟାଳୟର ୧୬ ହଜାର ୧୭୬ ଛାତ୍ରଛାତ୍ରୀ ୯୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

କେନ୍ଦ୍ରାପଡ଼ାରେ ଲଜ୍ଜା: ୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ନାବାଳକ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ାରେ ଲଜ୍ଜା: ୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ନାବାଳକ କୋର୍ଟ ଚାଲାଣ

ମହାକାଳପଡ଼ା,୨୨।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ମେରାଇନ ଥାନା ଅଞ୍ଚଳରେ ଶୁକ୍ରବାର ଜଣେ ୩ ବର୍ଷୀୟ ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ପଡ଼ୋଶୀ ଘରର ଜଣେ ନାବାଳକ ତାଙ୍କୁ ବଳାତ୍କାର କରିଥିବା ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। 

ଚାଷୀ ଆନ୍ଦୋଳନ ଓ ଓଡ଼ିଶା ବନ୍ଦ

ଚାଷୀ ଆନ୍ଦୋଳନ ଓ ଓଡ଼ିଶା ବନ୍ଦ

ବୋଲଗଡ଼,୨୨ା୨(ଡି.ଏନ.ଏ.)-ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ଡାକରାରେ ଗୁରୁବାର ବୋଲଗଡ଼ ଓ ଗେଡ଼ିଆପଲ୍ଲୀଠାରେ ଓଡ଼ିଶା ବନ୍ଦ ପାଳିତ ହୋଇଯାଇଛି। 

ବନ୍ଦ ପାଇଁ ରାସ୍ତାରୋକୋ

ବନ୍ଦ ପାଇଁ ରାସ୍ତାରୋକୋ

ନିରାକାରପୁର,୨୨ା୨(ଡି.ଏନ.ଏ.)-ପ୍ରାଇସ୍‌, ପେନ୍‌ସନ୍‌ ତଥା ପ୍ରେଷ୍ଟିଜ୍‌ ଭଳି ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ କରାଯାଇଛି। 

ବନ୍ଦରକୁ ଦିଆଯାଉ ପର୍ଯ୍ୟଟନସ୍ଥଳୀ ମାନ୍ୟତା

ବନ୍ଦରକୁ ଦିଆଯାଉ ପର୍ଯ୍ୟଟନସ୍ଥଳୀ ମାନ୍ୟତା

ବାଲିକୁଦା,୨୧ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକର ସମୁଦ୍ର ଉପକୂଳ ବନ୍ଦରକୁ ପଯର୍‌ୟଟନସ୍ଥଳୀର ମାନ୍ୟତା ଦାବି କରି ତଳମାଳ ବିକାଶ ମଞ୍ଚ ପକ୍ଷରୁ ଗୁରୁବାର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତଳମାଳ ବିକାଶ ମଞ୍ଚ ସଭାପତି ଡାକ୍ତର ଶଶାଙ୍କଶେଖର ସାହାଣୀଙ୍କ ନେତୃତ୍ୱରେ ମଞ୍ଚର ଶତାଧିକ ସଭ୍ୟ

ନବ ନିର୍ମାଣ କୃଷକ ସଙ୍ଗଠନର ପ୍ରତିବାଦ ସଭା

ନବ ନିର୍ମାଣ କୃଷକ ସଙ୍ଗଠନର ପ୍ରତିବାଦ ସଭା

କୃଷ୍ଣପ୍ରସାଦ,୨୧ା୨ (ଡି.ଏନ.ଏ.)- ନବନିର୍ମାଣ କୃଷକ ସଙ୍ଗଠନ ଆହ୍ବାନକ୍ରମେ ଗୁରୁବାର ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦଠାରେ ବନ୍ଦ ପାଳନ କରାଯାଇଥିଲା। କୃଷକ ସଂଘ ସମ୍ପାଦକ ପ୍ରାଣନାଥ ଗୌଡ, ବାବୁଲା ପଲେଇଙ୍କ ନେତୃତ୍ୱରେ ଶତାଧିକ କୃଷକ ମାଲୁଦ ପଞ୍ଚୁଦୋଳ ପଡିଆରୁ ଏକ ରାଲିରେ ରାଜାବଜାର ପର୍ଯ୍ୟନ୍ତ ଆସିଥିଲେ।

ପୌର କାର୍ଯ୍ୟାଳୟ ଘେରିଲେ ଏସ୍‌ଏଚ୍‌ଜି ମହିଳା

ପଟ୍ଟାମୁଣ୍ଡାଇ,୨୧ା୨ (ସ୍ବ.ପ୍ର.)- ସରକାରଙ୍କ ପିଠା କାର୍ଯ୍ୟକ୍ରମ ସୁଚାରୁରୂପେ ଚାଲିଥିବାବେଳେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୨୦ନଂ. ଓ୍ବାର୍ଡ ବେଲତଳରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। କାର୍ଯ୍ୟକ୍ରମ ଅନୁଯାୟୀ ଗୁରୁବାର ଶେଷ ଦିନରେ ଏସ୍‌ଏଚ୍‌ଜି ମହିଳାମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରି ମଙ୍ଗଳା ସ୍କୁଲ ନିକଟରେ ପହଞ୍ଚତ୍ଥିଲେ।

ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

ଖଣ୍ଡପଡା,୨୧ା୨(ସ୍ବ.ପ୍ର.)-ଜିଲା ଶିଳ୍ପକେନ୍ଦ୍ର ନୟାଗଡ଼ ତରଫରୁ ବୁଧବାର ସନ୍ଧ୍ୟାରେ କଣ୍ଟିଲୋ ମାଘମେଳା ଉପଲକ୍ଷେ ଏକ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ଜିଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ।

ପଟ୍ଟାମୁଣ୍ଡାଇରେ ନବ ନିର୍ମାଣ କୃଷକ ସଂଗଠନର ରାସ୍ତାରୋକୋ

ପଟ୍ଟାମୁଣ୍ଡାଇରେ ନବ ନିର୍ମାଣ କୃଷକ ସଂଗଠନର ରାସ୍ତାରୋକୋ

ପଟ୍ଟାମୁଣ୍ତାଇ,୨୧।୨(ସ୍ବ.ପ୍ର.)-    କୃଷକଙ୍କୁ ଉପଯୁକ୍ତ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ପ୍ରଦାନ ଦାବି ନେଇ ନବ ର୍ନିମାଣ କୃଷକ ସଂଗଠନ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି। ପଟ୍ଟାମୁଣ୍ଡାଇରେ ଏହାର  ପ୍ରଭାବ ଦେଖିବାକୁ ମିଳିଛି।

ଚଣ୍ଡିଖୋଲରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ଚଣ୍ଡିଖୋଲରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ଚଣ୍ଡିଖୋଲ,୨୧।୨(ଡି.ଏନ୍‌.ଏ.): ନବ ନିର୍ମାଣ ସଂଗଠନ ତରଫରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାକୁ ନେଇ ଚଣ୍ଡିଖୋଲ ଛକଠାରେ କର୍ମୀମାନେ ଧାରଣାରେ ବସିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ୭୦ଜଣ କର୍ମୀଙ୍କୁ ପୋଲିସ ଫାଣ୍ଡିରେ ଅଟକ ରଖିଛି।

ଅସିହା ଗଡ଼ ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅସିହା ଗଡ଼ ପାହାଡ଼ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ,୨୧।୨(ଡି.ଏନ୍‌.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅସିହା ଗଡ଼ ପାହାଡ଼ ନିକଟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଥାନା ଅନ୍ତର୍ଗତ ଅସିହା ଗଡ଼ ଗ୍ରାମର ଚୈତନ୍ୟ ଦେହୁରୀଙ୍କ ପୁଅ ନଟି ଦେହୁରୀ(୨୪)। 

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ

ଜଗଜଗତସିଂହପୁର ଅଫିସ, ୨୧।୨: ନବନିର୍ମାଣ କୃଷକ ସଂଗଠନ ଆହ୍ବାନ କ୍ରମେ ଓ ବନ୍ଦ ପରିପେକ୍ଷୀରେ ଜଗତସିଂହପୁର ସଦର ମହକୁମା ବସ ଷ୍ଟାଣ୍ଡରେ ନବ ନିର୍ମାଣ କୃଷକ ସଂଗଠନ ଜିଲା ସଂଯୋଜକ ଦୁର୍ଗା ଚରଣ ସ୍ବାଇଁଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରିବା ସହ ଜଗତସିଂହପୁର ବନ୍ଦ କରାଯାଇଥିଲା।

ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା: ରାଜନଗରରେ ଯାତାୟାତ ବାଧାପ୍ରାପ୍ତ

ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା: ରାଜନଗରରେ ଯାତାୟାତ ବାଧାପ୍ରାପ୍ତ

ରାଜନଗର,୨୧।୨(ଡି.ଏନ୍‌.ଏ.): ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ ଦାବିରେ ଗୁରୁବାର ପୂର୍ବାହ୍ନରେ ନବ ନିର୍ମାଣ କୃଷକ ସଂଗଠନ ରାଜନଗର ଶାଖା ପକ୍ଷରୁ ରାଜନଗର ବ୍ଲକ ମୁଖ୍ୟ ସଂଯୋଗ ରାସ୍ତା ତ୍ରିନାଥ ବଜାର ଛକ ନିକଟରେ ଧାରଣା ଦିଆଯାଇଛି। 

ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା

ପୂର୍ବ ଶତ୍ରୁତାରୁ ନିର୍ମମ ହତ୍ୟା

ନୂଆଗାଁ, ୨୧।୨ (ଡି.ଏନ.ଏ): ନୟାଗଡ ଜିଲା ନୂଆଗାଁ ବ୍ଲକ ସୋରଡା ପଞ୍ଚାୟତ ସୋରଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୁଧବାର ରାତି ଜଣେ ବ୍ୟକ୍ତିଙ୍କୁ ନିଜ ଘର ସମୁଖରେ ନିର୍ମମ ଭାବେ ହତ୍ୟା କରାଯାଇଛି। 

 ଡଙ୍କାରୀ ପାହାଡ଼ରେ ବେଆଇନ ଖନନ ମାମଲା:ଅଧିକାରୀଙ୍କ ପାଇଁ ଅଡୁଆରେ ସରକାର

ଡଙ୍କାରୀ ପାହାଡ଼ରେ ବେଆଇନ ଖନନ ମାମଲା:ଅଧିକାରୀଙ୍କ ପାଇଁ ଅଡୁଆରେ ସରକାର

ଯାଜପୁର ଅଫିସ,୨୧।୨:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନସ୍ଥ ଲଘୁ ଖଣିଜ ସମ୍ପଦ ଉପରେ ଆଖି ପକାଇ ସରକାର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ କୌଣସି ପରିବେଶଗତ ଅନୁମତି ନ ଥାଇ କୋଟି କୋଟି ଟଙ୍କାର କଳାପଥର ଉତ୍ତୋଳନ କରାଯାଇଛି। 

ନିର୍ବାଚନ ପ୍ରଶିକ୍ଷଣ ପାଇଁ ଗଲେ ଶିକ୍ଷକ:କାର୍ଯ୍ୟଦିବସରେ ବନ୍ଦ ରହିଲା ସ୍କୁଲ

ନିର୍ବାଚନ ପ୍ରଶିକ୍ଷଣ ପାଇଁ ଗଲେ ଶିକ୍ଷକ:କାର୍ଯ୍ୟଦିବସରେ ବନ୍ଦ ରହିଲା ସ୍କୁଲ

ନୂଆଗାଁ,୨୧।୨(ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତରେ ଥିବା ସାନତାମନାଡୁ ସେବାଶ୍ରମ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ଫଳରେ ବିଭିନ୍ନ ସମସ୍ୟା ମଧ୍ୟରେ ସ୍କୁଲ ରହିଥିବାବେଳେ ଏହାର ସମାଧାନ ପାଇଁ କାହାରି ଆନ୍ତରିକତା ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଶିକ୍ଷକ ନ ଥିବାରୁ ପ୍ରଶାସନର ଇଙ୍ଗିତରେ ବୁଧବାର କାର୍ଯ୍ୟଦିବସରେ ମଧ୍ୟ ସ୍କୁଲ ବନ୍ଦ ଥିବା ଦେଖିବାକୁ ମିଳିଥିଲା ।

କଞ୍ଚନବିଲି, କ୍ରୀଦାଶପୁରରେ ବ୍ୟାପୁଛି ଜଣ୍ଡିସ୍‌: ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

କଞ୍ଚନବିଲି, କ୍ରୀଦାଶପୁରରେ ବ୍ୟାପୁଛି ଜଣ୍ଡିସ୍‌: ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୟାଗଡ଼ ଅଫିସ,୨୧ା୨- ନୟାଗଡ଼ ଜିଲା ସଦର ବ୍ଲକ କଞ୍ଚନବିଲି ଓ କ୍ରୀଦାଶପୁର ଗ୍ରାମରେ ଜଣ୍ଡିସ୍‌ ବ୍ୟାପିବାରେ ଲାଗିଛି। 

ଚଉଠି ପୂର୍ବରୁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଲେ ନବବିବାହିତା

ଚଉଠି ପୂର୍ବରୁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଲେ ନବବିବାହିତା

ଭାପୁର,୨୧ା୨(ଡି.ଏନ୍‌.ଏ.)- ଅଗ୍ନିକୁ ସାକ୍ଷୀରଖି ସାତଜନମ ପାଇଁ ଜୀବନସାଥୀ ହୋଇଥିବା ଏକ ଦମ୍ପତିଙ୍କ ଚଉଠି ପୂର୍ବଦିନ ବିଚ୍ଛେଦ ଘଟିଛି। 

ଚାଷୀଙ୍କୁ ପ୍ରତାରଣା କରୁଛି ଉଦ୍ୟାନ ବିଭାଗ:କାର୍ଯ୍ୟାଳୟରେ ପଶି ହୋହଲ୍ଲା କଲେ

ଚାଷୀଙ୍କୁ ପ୍ରତାରଣା କରୁଛି ଉଦ୍ୟାନ ବିଭାଗ:କାର୍ଯ୍ୟାଳୟରେ ପଶି ହୋହଲ୍ଲା କଲେ

ନୟାଗଡ଼ ଅଫିସ,୨୧ା୨- ପ୍ରାପ୍ୟ ପାଇଁ ଆଜି ଓ କାଲି ଆସ କହି ଚାଷୀଙ୍କୁ ଭଣ୍ଡାଇବାରେ ଲାଗିଛି ଉଦ୍ୟାନ ବିଭାଗ। ଏପରି କି ଅର୍ଥମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ଫୁ କରି ଦେଇଛନ୍ତି ବିଭାଗର ଅଧିକାରୀମାନେ। 

ଜହ୍ନିପଦା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ:ଦରକାର ୧୦ ଶ୍ରେଣୀଗୃହ, ଅଛି ୪

ଜହ୍ନିପଦା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ:ଦରକାର ୧୦ ଶ୍ରେଣୀଗୃହ, ଅଛି ୪

ନୟାଗଡ଼ ଅଫିସ,୨୧ା୨- ନୟାଗଡ଼ ଜିଲା ସଦର ବ୍ଲକ ଜହ୍ନିପଦା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଅବ୍ୟବସ୍ଥା ମଧ୍ୟରେ ଚାଲିଛି। 

ରାଜସୁନାଖଳା କପ୍‌ ଫୁଟ୍‌ବଲ ଉଦ୍‌ଯାପିତ:ଅନୁଗୋଳ ଚାମ୍ପିୟନ

ରାଜସୁନାଖଳା କପ୍‌ ଫୁଟ୍‌ବଲ ଉଦ୍‌ଯାପିତ:ଅନୁଗୋଳ ଚାମ୍ପିୟନ

ବୋଲଗଡ଼,୨୧।୨(ଡି.ଏନ.ଏ.)-ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଫ୍ରେଣ୍ଡ୍‌ସ କ୍ଲବ୍‌ ଆନୁକୂଲ୍ୟରେ ୧୮ତମ ରାଜ୍ୟସ୍ତରୀୟ ରାଜସୁନାଖଳା କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ  ହୋଇଯାଇଛି।

ଗହୀରମଥାରୁ ୧୦ ମତ୍ସ୍ୟଜୀବୀ ଗିରଫ,୧ ଟ୍ରଲର ଜବତ

ଗହୀରମଥାରୁ ୧୦ ମତ୍ସ୍ୟଜୀବୀ ଗିରଫ,୧ ଟ୍ରଲର ଜବତ

ରାଜନଗର, ୨୦।୨(ଡି.ଏନ୍‌.ଏ.): କଇଁଚ୍ଛଙ୍କ ଏନ୍ତୁଡ଼ିଶାଳ ଭାବେ ଆଖ୍ୟାୟିତ ଗହୀରମଥା ନିଷିଦ୍ଧାଞ୍ଚଳରୁ ବେଆଇନଭାବେ ମାଛ ଧରୁଥିବାବେଳେ ରାଜନଗର ବନ ବିଭାଗ ପାଟ୍ରୋଲିଂ ଟିମ୍‌ ବୁଧବାର ଚଢ଼ାଉକରି ୧୦ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି।

ଘନ କୁହୁଡ଼ି ଯୋଗୁ ଘର ଉପରେ ମାଡ଼ିଗଲା ଟ୍ରକ: ଡ୍ରାଇଭର, ହେଲ୍‌ପର ଗୁରୁତର

ଘନ କୁହୁଡ଼ି ଯୋଗୁ ଘର ଉପରେ ମାଡ଼ିଗଲା ଟ୍ରକ: ଡ୍ରାଇଭର, ହେଲ୍‌ପର ଗୁରୁତର

ନିଶ୍ଚିନ୍ତକୋଇଲି,୨୦।୨(ସ୍ବ.ପ୍ର.): ଘନ କୁହୁଡ଼ି ଯୋଗୁ ପି.ପି. କଲେଜ ଛକରେ ବୁଧବାର ସକାଳେ ଏକ ଦୁର୍ଘଟଣା ଘଟିଛି। କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ଟ୍ରକ୍‌ ଭାରସାମ୍ୟ ହରାଇ ଉକ୍ତ ଛକରେ ଥିବା ଡମ୍ବରୁଧର ସାହୁଙ୍କ ଘର ଉପରକୁ ମାଡ଼ି ଯାଇଥିଲା।