ଉପକୂଳ ଓଡିଶା

କମାଗୁରୁ ପଞ୍ଚାୟତ:ଜଣ୍ଡିସରେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

କମାଗୁରୁ ପଞ୍ଚାୟତ:ଜଣ୍ଡିସରେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନିରାକାରପୁର,୧୪।୮(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତରେ ଜଣ୍ଡିସ ରୋଗ ବ୍ୟାପୀ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନେ ଖୋର୍ଦ୍ଧା, ଭୁବନେଶ୍ୱର ଓ  ଟାଙ୍ଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିଶେଷକରି ପଞ୍ଚାୟତର କୃପାସିନ୍ଧୁପୁର, କମାଗୁରୁ, ଅରିସଲ, କମଳାସାହିର ଅଧିକାଂଶ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି।

ରୋଗୀକଲ୍ୟାଣ ସମିତି ବୈଠକ

ରୋଗୀକଲ୍ୟାଣ ସମିତି ବୈଠକ

ଗଣିଆ,୧୪।୮(ଡି.ଏନ.ଏ.)- ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ରାଜପଥ ନିର୍ମାଣର ୨ ବର୍ଷ ପରେ ମଧ୍ୟ ଉଠିଲାନି ବିଜୁଳି ଖୁଣ୍ଟ

ରାଜପଥ ନିର୍ମାଣର ୨ ବର୍ଷ ପରେ ମଧ୍ୟ ଉଠିଲାନି ବିଜୁଳି ଖୁଣ୍ଟ

ଖଣ୍ଡପଡ଼ା,୧୪।୮(ସ୍ବ.ପ୍ର.)-ବାଘମାରୀଠାରୁ କଳାପଥର-କଣ୍ଟିଲୋ ଗଣିଆ ମଧ୍ୟ ଦେଇ ଦଶପଲ୍ଲା ପର୍ଯ୍ୟନ୍ତ ୪୮ ନମ୍ବର ରାଜ୍ୟ ରାଜପଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ମଧ୍ୟ ମୁଖ୍ୟ ରାସ୍ତାର କେତେକ ସ୍ଥାନରେ  ଓ ବଜାରର ମଧ୍ୟବର୍ତ୍ତୀ ସ୍ଥାନରେ ବିଜୁଳି ଖୁଣ୍ଟକୁ ଉଠାଯାଇ ନାହିଁ। ଫଳରେ ସାଧାରଣ ଚଳାଚଳରେ ସମସ୍ୟା ପରିଲକ୍ଷିତ ହେଉଛି।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁନାହାନ୍ତି କର୍ମୀ

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁନାହାନ୍ତି କର୍ମୀ

ମହାକାଳପଡା,୧୪।୮(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଥିବା ନେଇ ସୋମବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। 

ଜମ୍ବୁ-ମାର୍ଶାଘାଇ କେନାଲରେ କଟିକୀ ଦଳ ଭର୍ତ୍ତି: ୫ଶହ ଏକର ଜମିରେ ପହଞ୍ଚୁନି ପାଣି

ଜମ୍ବୁ-ମାର୍ଶାଘାଇ କେନାଲରେ କଟିକୀ ଦଳ ଭର୍ତ୍ତି: ୫ଶହ ଏକର ଜମିରେ ପହଞ୍ଚୁନି ପାଣି

ମାର୍ଶାଘାଇ,୧୪।୮ (ଡି.ଏନ୍‌.ଏ.): ଜମ୍ବୁ-ମାର୍ଶାଘାଇ କେନାଲରେ ମାର୍ଶାଘାଇ ଠାରୁ ବାଲଣା ପୋଲ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର କଟିକୀ ଦଳଭର୍ତ୍ତି ହୋଇରହିଛି। ଫଳରେ ମାର୍ଶାଘାଇ ଲକ୍‌ ଠାରୁ ବାଲଣା ପୋଲ ପର୍ଯ୍ୟନ୍ତ କେନାଲ କୂଳିଆ ଚାଷଜମିକୁ ପାଣି ପହଞ୍ଚତ୍ବାରେ ବାଧା ସୃଷ୍ଟି ହୋଇଛି। ଏଥିଯୋଗୁ ପ୍ରାୟ ୫ଶହ ଏକର ଚାଷ ଜମିକୁ ପାଣି ପହଞ୍ଚତ୍ପାରୁନି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବୈଠକ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବୈଠକ

କେନ୍ଦ୍ରାପଡା ଅଫିସ, ୧୪।୮: କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ଅଧୀନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କମିଟିର ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ଜିଲାସ୍ତରୀୟ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଥିଲା।

ଜମି ଅବରୋଧ ଅଭିଯୋଗରେ ତହସିଲ ଅଫିସ୍‌ ସମ୍ମୁଖରେ ଅନଶନ

ରାଜନଗର, ୧୪।୮(ଡି.ଏନ୍‌.ଏ.): ଜମି ଓ ପୋଖରୀ ରାସ୍ତାକୁ ଅବରୋଧ କରାଯାଇଥିବା ଅଭିଯୋଗ କରି ରାଜନଗର ବ୍ଲକ ହାତୀନା ପଞ୍ଚାୟତ ଅନ୍ତର୍ଗତ ପେଣ୍ଠ ଗଁାର ଶରତ କୁମାର ପଣ୍ଡା ସୋମବାର ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା ଦେଇଥଲେ।

ଜିଲା ଅମଲା ସଂଘ ବୈଠକ

ଜିଲା ଅମଲା ସଂଘ ବୈଠକ

କେନ୍ଦ୍ରାପଡ଼ା ଅଫିସ, ୧୪।୮: ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସ୍ବାସ୍ଥ୍ୟ ବିଭାଗ ତାଲିମ କେନ୍ଦ୍ରରେ ଓଡ଼ିଶା ଅମଲା ସଂଘ କେନ୍ଦ୍ରାପଡ଼ା ଜିଲା ଶାଖାର ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। 

ପାଇପ୍‌ରୁ ବାହାରୁଛି ଦୂଷିତ ପାଣି, ଲୋକେ ହନ୍ତସନ୍ତ

ପାଇପ୍‌ରୁ ବାହାରୁଛି ଦୂଷିତ ପାଣି, ଲୋକେ ହନ୍ତସନ୍ତ

ଯାଜପୁର ରୋଡ,୧୪।୮(ନି.ପ୍ର)- ବ୍ୟାସନଗର ପୌର ପରିଷଦକୁ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟରେ ୨୦୧୧ରେ ଯୋକଡିଆ ଜଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ଶିଳାନ୍ୟାସର ୭ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

କାଠ ଶିଳ୍ପ ପଞ୍ଚାୟତ ସମିତିଙ୍କୁ କର୍ମଚାରୀଙ୍କ ଧାରଣା

କାଠ ଶିଳ୍ପ ପଞ୍ଚାୟତ ସମିତିଙ୍କୁ କର୍ମଚାରୀଙ୍କ ଧାରଣା

ବିରଜାକ୍ଷେତ୍ର,୧୪।୮(ଡି.ଏନ୍‌.ଏ)- ଯାଜପୁର କାଠ ଶିଳ୍ପ ପଞ୍ଚାୟତ ସମିତିର ୧୨ କର୍ମଚାରୀ ୨ ଦଫା ଦାବି ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର କାଠ ଶିଳ୍ପ ପଞ୍ଚାୟତ ସମିତି ନିର୍ଦ୍ଦେଶକ ଗତ ମେରୁ ୧୨ ଜଣ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ କରିଛନ୍ତି।

ମଧ୍ୟାହ୍ନଭୋଜନ ନ ଖାଇ ଘରକୁ ଫେରିଲେ ଛାତ୍ରୀଛାତ୍ର

ମଧ୍ୟାହ୍ନଭୋଜନ ନ ଖାଇ ଘରକୁ ଫେରିଲେ ଛାତ୍ରୀଛାତ୍ର

ରନତ୍ଗିରି,୧୪।୮(ଡି.ଏନ୍‌.ଏ)- ବାଲିବିଲ ଗ୍ରାମର ବାଲିବିଲ ନୋଡାଲ ସ୍କୁଲରେ ଚାଉଳ ନ ଥିବାରୁ ସୋମବାର ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନରୁ ବଞ୍ଚିତ ହୋଇଛନ୍ତି। ଏହି ସ୍କୁଲରେ ମୋଟ ୭ ଶ୍ରେଣୀରେ ୨୩୯ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି।

ବଢୁଛି ଫ୍ୟାଶନ୍‌, କମୁଛି ଭକ୍ତି

ବଢୁଛି ଫ୍ୟାଶନ୍‌, କମୁଛି ଭକ୍ତି

ଚଣ୍ଡିଖୋଲ,୧୪।୮(ଡି.ଏନ୍‌.ଏ)- ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କରି ପୁଣ୍ୟ ଲାଭ କରିବା ପାଇଁ ଭକ୍ତମାନେ ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ଏଥିସହ ବୋଲବମ୍‌ ଡାକରାରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠେ। ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଚଣ୍ଡିଖୋଲକୁ ସଂଯୋଗ କରୁଥିବା ୩ ଜାତୀୟ ରାଜପଥରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥାଏ। 

୫ମ ଦିନରେ ଏକତା ମଞ୍ଚ ଜନ ସତ୍ୟାଗ୍ରହ: ‘ଭୂମିହୀନଙ୍କୁ ଜମି, ବାସହରାଙ୍କୁ ଘର ଯୋଗାଇବା ଦାବି’

ଯାଜପୁର ରୋଡ,୧୪।୮(ନି.ପ୍ର)- ଯାଜପୁର ଏକତା ମଞ୍ଚ ପକ୍ଷରୁ ୫ ଦଫା ଦାବି ସ୍ଥାନୀୟ ଗୋପବନ୍ଧୁ ଛକଠାରେ ଆରମ୍ଭ ହୋଇଥିବା ଜନ ସତ୍ୟାଗ୍ରହ ସୋମବାର ୫ମ ଦିନରେ ପହଞ୍ଚିଛି। ମଞ୍ଚର ଉପଦେଷ୍ଟା ଜାତୀୟ ମାନବଧିକାର କମିଶନଙ୍କ କୋର କମିଟି ସଦସ୍ୟ ମନୋଜ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ଚିଟ୍‌ଫଣ୍ଡ ଅର୍ଥ ଫେରିପାଇବା ଦାବି: ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଜମାକାରୀ

ଚିଟ୍‌ଫଣ୍ଡ ଅର୍ଥ ଫେରିପାଇବା ଦାବି: ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଜମାକାରୀ

ବିରଜାକ୍ଷେତ୍ର,୧୪।୮(ଡି.ଏନ୍‌.ଏ)- ଚିଟ୍‌ ଫଣ୍ଡର ଶିକାର ହୋଇଥିବା ଜମାକାରୀ ସେମାନଙ୍କ ଅର୍ଥ ଫେରି ପାଇବା ନିମନ୍ତେ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ୨୦୧୦ରେ ଯାଜପୁର ଜିଲା ବଡ଼ଚଣା ବ୍ଲକ୍‌ ନେଳିଆ ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମରେ ଅର୍ଥଲଗାଣକାରୀ ସଂସ୍ଥା ଫ୍ଲୋରିସ୍‌ ଇଣ୍ଡିଆ କମ୍ପାନୀ ତାର କାର୍ଯ୍ୟାଳୟ ଖୋଲିଥିଲା। 

ଜିଲା ବିଜେଡିରେ ବିଷ୍ଣୁ-ରାଜଶ୍ରୀ ବିବାଦ ବଢିଲା : ତିର୍ତ୍ତୋଲରେ ବିଷ୍ଣୁଙ୍କ ଖେଳ ଜଗତ୍‌ସିଂହପୁରରେ କାଳ

ଜିଲା ବିଜେଡିରେ ବିଷ୍ଣୁ-ରାଜଶ୍ରୀ ବିବାଦ ବଢିଲା : ତିର୍ତ୍ତୋଲରେ ବିଷ୍ଣୁଙ୍କ ଖେଳ ଜଗତ୍‌ସିଂହପୁରରେ କାଳ

ଜଗତ୍‌ସିଂହପୁର ଅଫିସ,୧୪।୮: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜଗତ୍‌ସିଂହପୁର ଜିଲା ବିଜେଡି ସଭାପତି ବିଷ୍ଣୁ ଚରଣ ଦାସ ଓ ତିର୍ତ୍ତୋଲ ବିଧାୟିକା ତଥା ଜିଲା ମହିଳା ବିଜେଡି ସଭାପତି ରାଜଶ୍ରୀ ମଲ୍ଲିକଙ୍କ ବିବାଦ ପୁଣି ଥରେ ରାଜନୀତିକୁ ଉଷ୍ମ କରିଛି। କିଛିଦିନ ପୂର୍ବେ ରାଜଶ୍ରୀଙ୍କ ସୁପାରିଶକ୍ରମେ ଜିଲା ମହିଳା ସଙ୍ଗଠନରେ ପରିବର୍ତ୍ତନ ହୋଇଥିଲା। 

ବ୍ରିଟିଶକୁ କ୍ଷତି ପହଞ୍ଚାଇଲା କୁଜଙ୍ଗ ଗାନ୍ଧୀଙ୍କ ଗିରଫଦାରି: ହଜାରିବାଗରେ ଜଳିଲା ବିଦ୍ରୋହର ନିଆଁ

ବ୍ରିଟିଶକୁ କ୍ଷତି ପହଞ୍ଚାଇଲା କୁଜଙ୍ଗ ଗାନ୍ଧୀଙ୍କ ଗିରଫଦାରି: ହଜାରିବାଗରେ ଜଳିଲା ବିଦ୍ରୋହର ନିଆଁ

କୁଜଙ୍ଗ,୧୪।୮(ସ୍ବ.ପ୍ର.): ଗାନ୍ଧିଜୀଙ୍କ ଭାରତ ଛାଡ଼ ଆନ୍ଦୋଳନର ପ୍ରଭାବ ଦେଶବ୍ୟାପୀ ପଡ଼ିଥିଲା। ବହୁ ରାଜା, ମହାରାଜା, ଜମିଦାର ଓ ବିଶିଷ୍ଟ ବ୍ୟକ୍ତିମାନେ ନିଜ ପଦ, କ୍ଷମତା ଭୁଲି ଦେଶମାତୃକାକୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ। ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ କୁଜଙ୍ଗ ରାଜବଂଶର ଜାମାତା ନାରାୟଣ ବୀରବର ସମାନ୍ତ।

ଚୋରି ଅଭିଯୋଗରେ ଜଣେ ଗିରଫ

ଚୋରି ଅଭିଯୋଗରେ ଜଣେ ଗିରଫ

ଚଣ୍ଡିଖୋଲ,୧୩।୮(ଡି.ଏନ.ଏ)- ଯାତ୍ରା କଳାକାରଙ୍କଠାରୁ ଚୋରି ଅଭିଯୋଗରେ ବଡ଼ଚଣା ପୋଲିସ ସୋମବାର ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଉକ୍ତ ଥାନା ଅନ୍ତର୍ଗତ ଖଏରା ଗ୍ରାମର ବିକାଶ ଦଳେଇ। 

ବିପଦସଙ୍କୁଳ ପୋଲ ସ୍ଥିତି ଦେଖିଲେ ମନ୍ତ୍ରୀ

ବିପଦସଙ୍କୁଳ ପୋଲ ସ୍ଥିତି ଦେଖିଲେ ମନ୍ତ୍ରୀ

ଜଗତ୍‌ସିଂହପୁର ଅଫିସ,୧୩ା୮- ଜଗତ୍‌ସିଂହପୁର ଜିଲା ଆଳିପିଙ୍ଗଳ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ପୋଲରେ ଭାରିଯାନ ଚଳାଚଳ ଉପରେ ଜିଲାପାଳ କଟକଣା ଜାରି କରିଛନ୍ତି।

ବ୍ରିଟିଶ ନିର୍ଯାତନାର ସାକ୍ଷୀ ବେଡିମଠ

ବ୍ରିଟିଶ ନିର୍ଯାତନାର ସାକ୍ଷୀ ବେଡିମଠ

କୁଜଙ୍ଗ,୧୩ା୮(ସ୍ବ.ପ୍ର.): ସ୍ବାଧୀନ ଭାରତ ବର୍ଷର ଯେଉଁ ଆନନ୍ଦ ଆଜି ଆମେ ଉପଲବ୍ଧି କରୁଛେ ତାହା ପଛରେ ଥିବା ବଳିଦାନକୁ ମନେ ପକାଇଲେ ଲୋମ ଟାଙ୍କୁରି ଉଠେ। ଦେଶ ସ୍ବାଧୀନ ହେବା ପୂର୍ବରୁ ବ୍ରିଟିଶ ବାହିନୀ ସହ ଭାରତ ମୁକ୍ତି ସଂଗ୍ରାମର ନାୟକମାନଙ୍କ ଅନେକ ଘଟଣାବହୁଳ ସଂଘର୍ଷର କାହାଣୀ ଆଜି ମଧ୍ୟ ଅନାଲୋଚିତ ହୋଇ ରହିଛି। 

ଦଶପଲ୍ଲାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଦଶପଲ୍ଲାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଦଶପଲ୍ଲା,୧୩।୮(ଡି.ଏନ.ଏ.)- ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସି କାର୍ଯ୍ୟାଳୟଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। 

ବିଜୟଚନ୍ଦ୍ରପୁରରେ ପଶିଲା ସମୁଦ୍ର ଜୁଆର ପାଣି

ବିଜୟଚନ୍ଦ୍ରପୁରରେ ପଶିଲା ସମୁଦ୍ର ଜୁଆର ପାଣି

ପାରାଦୀପ,୧୩।୮(ସ୍ବ.ପ୍ର.)- ପାରାଦୀପ ଅଠରବାଙ୍କୀ ବିଜୟଚନ୍ଦ୍ରପୁର ବସ୍ତିରେ ସୋମବାର ସକାଳ ୧୦ଟାରେ ସମୁଦ୍ର ଜୁଆର ପାଣି ପଶିଛି। ସମ୍ପ୍ରତି ଅମାବାସ୍ୟା ତିଥିରେ ସମୁଦ୍ର ଜୁଆରିଆ ରହିବା ସହ ଲଘୁଚାପ ପ୍ରଭାବରେ ଅଶାନ୍ତ ରହିଛି। 

ଛଟେଇ ପ୍ରତିବାଦରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା

ଛଟେଇ ପ୍ରତିବାଦରେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା

ଯାଜପୁର ଅଫିସ,୧୩।୮- ଓଡିଶା ସରକାରଙ୍କ ସ୍ବୀକୃତିପ୍ରାପ୍ତ ଯାଜପୁର କାଷ୍ଠଶିଳ୍ପ ପଞ୍ଚାୟତ ସମିତି ଲିଃର କର୍ମଚାରୀଙ୍କୁ ଅନ୍ୟାୟରେ ଛଟେଇ ପ୍ରତିବାଦରେ ସୋମବାର ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଗଣଧାରଣା ଦିଆଯାଇଛି। 

ମାନସିକ ବିକୃତ ମହିଳାଙ୍କ ମୃତ୍ୟୁ: ୧୦୮ ପହଞ୍ଚିବାରେ ବିଳମ୍ବ ଯୋଗୁ ରାସ୍ତାରୋକୋ

ମାନସିକ ବିକୃତ ମହିଳାଙ୍କ ମୃତ୍ୟୁ: ୧୦୮ ପହଞ୍ଚିବାରେ ବିଳମ୍ବ ଯୋଗୁ ରାସ୍ତାରୋକୋ

ଜଗତ୍‌ସିଂହପୁର ଅଫିସ,୧୩ା୮-  ସୋମବାର ସକାଳେ ସ୍ଥାନୀୟ ଚର୍ଚ୍ଚିକା ବଜାରର ଏକ ଦୋକାନ ବାରଣ୍ଡାରେ ଜଣେ ମାନସିକ ବିକୃତ ମହିଳାଙ୍କ ମୃତ୍ୟୁ ଘଟିଛି। 

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚଙ୍କ ଧାରଣା

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚଙ୍କ ଧାରଣା

ତିର୍ତ୍ତୋଲ,୧୩। ୮(ଡି.ଏନ.ଏ.)- ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର କନିମୂଳ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି ଧାରଣା ଦେଇଛନ୍ତି।