ଉପକୂଳ ଓଡିଶା

ପ୍ରଶାସନକୁ ବ୍ରଜବିହାରୀପୁରବାସୀଙ୍କ ସ୍ମାରକପତ୍ର : ମହାନଗର ଅଧୀନରୁ ମୁକ୍ତ କରିବାକୁ ଦାବି

ପ୍ରଶାସନକୁ ବ୍ରଜବିହାରୀପୁରବାସୀଙ୍କ ସ୍ମାରକପତ୍ର : ମହାନଗର ଅଧୀନରୁ ମୁକ୍ତ କରିବାକୁ ଦାବି

ଆଠଗଡ଼,୨ା୨(ସ୍ବ.ପ୍ର.): ଆଠଗଡ଼ ତହସିଲ ଅନ୍ତର୍ଗତ ମହାନଦୀ ଅପରପାର୍ଶ୍ୱ କଟକ ସିଡିଏ ନିକଟ ବ୍ରଜବିହାରୀପୁରକୁ କଟକ ମହାନଗର ନିଗମ ଅଧୀନରୁ ହଟାଇ ପୂର୍ବଭଳି ଆଠଗଡ଼ ବ୍ଲକ ଅଧୀନରେ ରଖିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଚାଷୀମାରଣ ନୀତି ଧରିଛନ୍ତି ମିଲର : କୁଇଣ୍ଟାଲରେ କଟାଯାଉଛି ୨ କିଲୋ ଧାନ

ଚାଷୀମାରଣ ନୀତି ଧରିଛନ୍ତି ମିଲର : କୁଇଣ୍ଟାଲରେ କଟାଯାଉଛି ୨ କିଲୋ ଧାନ

ବାଲିଆ,୨।୨: ସରକାରଙ୍କ ପକ୍ଷରୁ ବିଭିନ୍ନ ସମବାୟ ମମିତିରେ ମଣ୍ଡୀ ଖୋଲାଯାଇ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଯୋଗାଣ ବିଭାଗ ଦ୍ୱାରା ଚୁକ୍ତିବଦ୍ଧ ହୋଇଥିବା ମିଲର ଚାଷୀଙ୍କଠାରୁ ଧାନ ସଂଗ୍ରହ ବେଳେ ଯେପରି କୌଣସି କାଟ୍‌ଛାଟ୍‌ ନ କରନ୍ତି ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦେବାକୁ କଡ଼ା ନିର୍ଦ୍ଦେଶ ରହିଛି।

ରାମେଶ୍ୱର କ୍ରିକେଟ୍‌ ପ୍ରତିଯୋଗିତା: ତେଲେଙ୍ଗାପଡ଼ା ଚାମ୍ପିୟନ୍‌

ରାମେଶ୍ୱର କ୍ରିକେଟ୍‌ ପ୍ରତିଯୋଗିତା: ତେଲେଙ୍ଗାପଡ଼ା ଚାମ୍ପିୟନ୍‌

ନିରାକାରପୁର,୨ା୨(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥ ଖେଳପଡ଼ିଆଠାରେ ରାମେଶ୍ୱର କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଶୁକ୍ରବାର ଏକ ଦିବସୀୟ ଫାଇନାଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ା ଉଲ୍ଲେଖଯୋଗ୍ୟ, ଏହି ଦିନ ହିଁ ଫାଇନାଲ୍‌ ବିଜେତା ଦଳର ନାମ ଘୋଷଣା କରାଯାଇଥିଲା।

ସାଢ଼େ ୩ ଲକ୍ଷ ଟଙ୍କା ଚୋରି ଅଭିଯୋଗ

ସାଢ଼େ ୩ ଲକ୍ଷ ଟଙ୍କା ଚୋରି ଅଭିଯୋଗ

ବୋଲଗଡ଼,୨ା୨(ଡି.ଏନ.ଏ.)-ବୋଲଗଡ଼ ଥାନା ସମ୍ପୁର ଗ୍ରାମ ଟାଙ୍ଗୀସାହିର ଦାଶରଥି ବେହେରାଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି। ଦୁର୍ବୃତ୍ତମାନେ ଆନୁମାନିକ ସାଢ଼େ ୩ ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ଚୋରି  କରି ନେଇଥିବା ଅଭିଯୋଗ ହୋଇଛି। 

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କୃଷ୍ଣପ୍ରସାଦ,୨ା୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ଖୀରି ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ତରେଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ା ଚିଲିକା ନୂଆପଡ଼ା ସର୍କଲ ଶିକ୍ଷକ ସଂଘ ତରଫରୁ ଗଉଡ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଂଘର ସଭାପତି ନରେନ୍ଦ୍ର ନାଥ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମ୍ପର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। 

ଭାଗବତ ପ୍ରତିଯୋଗିତା ଆରମ୍ଭ

ଭାଗବତ ପ୍ରତିଯୋଗିତା ଆରମ୍ଭ

ବୋଲଗଡ଼,୨ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଅସରଳାଠାରେ ଶୁକ୍ରବାର ମା’ କାଳୀକା ଭାଗବତ ପ୍ରତିଯୋଗିତାର ପ୍ରଥମ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା। ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ଭାଗବତ ମଣ୍ଡଳୀ ଏବଂ ବାଙ୍କୀ ବ୍ଲକ ଅନ୍ତର୍ଗତ ଖଏରପଙ୍ଗା ଭାଗବତ ମଣ୍ଡଳୀ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। 

ନୀଳମାଧବ ଜୀଉଙ୍କ ପରିତ୍ୟକ୍ତ ଚନ୍ଦନ ପୋଖରୀ : ପୁନରୁଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇଲେ ୬ବନ୍ଧୁ

ନୀଳମାଧବ ଜୀଉଙ୍କ ପରିତ୍ୟକ୍ତ ଚନ୍ଦନ ପୋଖରୀ : ପୁନରୁଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇଲେ ୬ବନ୍ଧୁ

ଖଣ୍ଡପଡା,୨।୨(ସ୍ବ.ପ୍ର.)-କଣ୍ଟିଲୋସ୍ଥିତ ଶ୍ରୀଶ୍ରୀ ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀ ଦୀର୍ଘବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ା ବାରମ୍ବାର ଦାବି ସତ୍ତ୍ୱେ ପୋଖରୀର ପୁନରୁଦ୍ଧାର ଦିଗରେ ଲକ୍ଷାଧିକ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନ ହେଉନାହିଁ। 

ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଉଦ୍‌ଘାଟିତ

ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଉଦ୍‌ଘାଟିତ

ନୂଆଗାଁ,୨।୨(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ପଞ୍ଚୁପାଣ୍ଡବ ପୀଠ ଠାରୁ ହାଇସ୍କୁଲ ପଡିଆ ଅଭିମୁଖେ ମଶାଲ ଶୋଭାଯାତ୍ରା କରାଯାଇଥିଲା। 

ପାରିବାରିକ କଳହ, କାଜୁ ଜଙ୍ଗଲରେ ଯୁବକଙ୍କ ଆତ୍ମହତ୍ୟା

ପାରିବାରିକ କଳହ, କାଜୁ ଜଙ୍ଗଲରେ ଯୁବକଙ୍କ ଆତ୍ମହତ୍ୟା

ମହାକାଳପଡ଼ା,୧।୨(ଡି.ଏନ୍‌.ଏ.): ମହାକଳାପଡ଼ା ବ୍ଲକ ଅଧୀନ ରାମନଗର ପଞ୍ଚାୟତର ସ୍ଥାନୀୟ ବରଜ-ବାଲିଘାଟ ଗ୍ରାମ କାଜୁ ଜଙ୍ଗଲରେ ଜଣେ ଯୁବକ ଶୁକ୍ରବାର ସକାଳେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଆଠଗଡ଼ ଅଞ୍ଚଳର ଗଡ଼ପୋଖରୀ ଗ୍ରାମର ବୁଟୁ ନାୟକ(୨୨)। 

ବାର୍‌ହା ଆକ୍ରମଣରେ ଯୁବକ ଗୁରୁତର

ବାର୍‌ହା ଆକ୍ରମଣରେ ଯୁବକ ଗୁରୁତର

ମହାକାଳପଡ଼ା,୧।୨: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବତିଘର ପଞ୍ଚାୟତ ବଡ଼ଟୁବି ଗ୍ରାମର ଗୋବିନ୍ଦ ମଣ୍ଡଳ(୨୭) ଶୁକ୍ରବାର ସକାଳେ ଶୌଚ ହେବାକୁ ଯାଇଥିବା ବେଳେ ଏକ ବାର୍‌ହା ତାଙ୍କୁ ପଛରୁ ଆକ୍ରମଣ କରିଥିଲା। ସେ ଗୁରୁତର ଭାବେ ଆହତ ହୋଇଛନ୍ତି।

ପରିବେଶ ସଚେତନତା ପାଇଁ ବାଇକ୍‌ ରାଲି

ପରିବେଶ ସଚେତନତା ପାଇଁ ବାଇକ୍‌ ରାଲି

ଗଣିଆ,୧।୨(ଡି.ଏନ.ଏ.)-ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଓ ମା’ କାଳୀ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ଗୁରୁବାର ପରିବେଶ ସଚେତନତା ପାଇଁ ଏକ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି ।

ତ୍ରିଲୋଚନେଶ୍ୱର ବିଦ୍ୟାପୀଠର ବାର୍ଷିକ ଉତ୍ସବ

ତ୍ରିଲୋଚନେଶ୍ୱର ବିଦ୍ୟାପୀଠର ବାର୍ଷିକ ଉତ୍ସବ

କୃଷ୍ଣପ୍ରସାଦ,୧ା୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ଅଲଣ୍ଡା ପଞ୍ଚାୟତ ତିଛିଣି ତ୍ରିଲୋଚନେଶ୍ୱର ବିଦ୍ୟାପୀଠର ୨୨ତମ ବାର୍ଷିକ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି| 

୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମୁଖ୍ୟ କିରାଣି

୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମୁଖ୍ୟ କିରାଣି

ରଣପୁର,୧ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ତହସିଲ କାର୍ଯ୍ୟାଳୟରେ ଗୁରୁବାର ଜଣେ ବ୍ୟକ୍ତିଙ୍କଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୁଖ୍ୟ କିରାଣି ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଭାଗବତ ମହୋତ୍ସବ ଓ ପ୍ରତିଯୋଗିତା

ଭାଗବତ ମହୋତ୍ସବ ଓ ପ୍ରତିଯୋଗିତା

ବୋଲଗଡ଼,୧ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଅସରଳାଠାରେ ଆୟୋଜିତ ହେଉଛି ସିଂହବାହିନୀ ମା’କାଳିକା ଭାଗବତ ମହୋତ୍ସବ ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ । 

ପୋଲିସ ଉପସ୍ଥିତିରେ ହେଲା ପାଠପଢା

ପୋଲିସ ଉପସ୍ଥିତିରେ ହେଲା ପାଠପଢା

ପାରାଦୀପ,୧ା୨(ସ୍ବ.ପ୍ର.): ପାରାଦୀପ ଗଡ଼ଠାରେ ଥିବା ଶ୍ରୀମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୪ ଦିନ ହେଲା ଲାଗିରହିଥିବା ବିବାଦ ଗୁରୁବାର ଆଶିଂକ ପ୍ରସମିତ ହୋଇଛି। ଆନ୍ଦୋଳନ ଥମିବା ସହ ପୋଲିସ ଉପସ୍ଥିତିରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାଙ୍କୁ ପାଠ ପଢାଇଛନ୍ତି। 

ଡାକ୍ତର ନାହାନ୍ତି, ଘର ଅଧାପନ୍ତରିଆ

ଡାକ୍ତର ନାହାନ୍ତି, ଘର ଅଧାପନ୍ତରିଆ

ନାଉଗାଁ,୧ା୨(ସ୍ବ.ପ୍ର.): ନାଉଗାଁ ବ୍ଲକ ଜାମୁଗାଁ ପଞ୍ଚାୟତର କଣ୍ଟୁଣିଆଠାରେ ଥିବା ହୋମିଓପ୍ୟାଥିକ ଚିକିତ୍ସାଳୟଟି ଅବହେଳିତ ଅବସ୍ଥାରେ ରହିଛି। ଏହି ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନାହାନ୍ତି। ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛି। ତେଣୁ ଲୋକେ ହୋମିଓପ୍ୟାଥିକ ଚିକିତ୍ସା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। 

୬ରେ ପାରାଦୀପ ଆସିବେ ଗଡ଼କରୀ

୬ରେ ପାରାଦୀପ ଆସିବେ ଗଡ଼କରୀ

ପାରାଦୀପ,୧ା୨(ସ୍ବ.ପ୍ର.): ଫେବୃୟାରୀ ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସମେତ ଅନ୍ୟ କେତେଜଣ କେନ୍ଦ୍ରମନ୍ତ୍ରୀ ପାରାଦୀପ ଗସ୍ତରେ ଆସିବେ ବୋଲି ଜଣାପଡିଛି। ଏହି ଅବସରରେ ସେ ପାରାଦୀପ ବନ୍ଦର ଓ ଆଇଓସିଏଲ୍‌ ବିଶୋଧନାଗାରର ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି।

ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ନୋଟିସ୍‌ ଘଟଣା, ଅତନୁଙ୍କ କୁଶପୁତ୍ତଳିକା ଦାହ

ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ନୋଟିସ୍‌ ଘଟଣା, ଅତନୁଙ୍କ କୁଶପୁତ୍ତଳିକା ଦାହ

ମାର୍ଶାଘାଇ,୩୧।୧(ଡି.ଏନ୍‌.ଏ.): ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ନୋଟିସକୁ ନେଇ ଗୁରୁବାର ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। 

ଭିଜିଲାନ୍ସ ଜାଲରେ ଟଙ୍କା ଥାନା ଏଏସ୍‌ଆଇ

ଭିଜିଲାନ୍ସ ଜାଲରେ ଟଙ୍କା ଥାନା ଏଏସ୍‌ଆଇ

କଳିଙ୍ଗନଗର, ୩୧।୧(ଡି.ଏନ୍‌.ଏ):  ଯାଜପୁର ଜିଲା ଟଙ୍କା ଥାନା ଏଏସ୍‌ଆଇ ବିଜୟ ଦାସ ଗୁରୁବାର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅମରେନ୍ଦ୍ର ରାୟଙ୍କର ଗଣ୍ଡଗୋଳ କେସ୍‌ର ରଫାଦଫା କରିବା ପାଇଁ ବିଜୟ ୧୦ ହଜାର ଟଙ୍କା ମାଗିଥିଲେ।

ଭିଜିଲାନ୍ସ ଜାଲରେ ତହସିଲର ମୁଖ୍ୟ କିରାଣି

ଭିଜିଲାନ୍ସ ଜାଲରେ ତହସିଲର ମୁଖ୍ୟ କିରାଣି

ରଣପୁର,୩୧।୧(ସ୍ବ.ପ୍ର): ନୟାଗଡ଼ ଜିଲା ରଣପୁର ତହସିଲ କାର୍ଯ୍ୟାଳୟରେ ଗୁରୁବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ମୁଖ୍ୟ କିରାଣି।

ପୋଖରୀରେ ସ୍କୁଲ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ୩ ଛାତ୍ରୀଛାତ୍ର ଆହତ

ପୋଖରୀରେ ସ୍କୁଲ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ୩ ଛାତ୍ରୀଛାତ୍ର ଆହତ

ରସୁଲପୁର, ୩୧।୧(ଡି.ଏନ.ଏ)- ଯାଜପୁର ଜିଲା ରସୁଲପୁର ବ୍ଲକର ଅତଲାପୁର ଗ୍ରାମ ରାସ୍ତାର ମସଜିଦ ନିକଟ ଏକ ପୋଖରୀରେ ଗୁରୁବାର ସକାଳ ସାଢେ ୮ଟା ସମୟରେ ଏକ ସ୍କୁଲ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। 

ବିପର୍ଯ୍ୟସ୍ତ ଅବସ୍ଥାରେ ସିଧାମୂଳା-କୁମୁଣ୍ଡି ମାଳବନ୍ଧ ରାସ୍ତା

ବିପର୍ଯ୍ୟସ୍ତ ଅବସ୍ଥାରେ ସିଧାମୂଳା-କୁମୁଣ୍ଡି ମାଳବନ୍ଧ ରାସ୍ତା

ଖଣ୍ଡପଡ଼ା,୩୧ା୧(ସ୍ବ.ପ୍ର.)-ମହାନଦୀ ଦକ୍ଷିଣ ପାର୍ଶ୍ୱ ମାଳବନ୍ଧ କୁମୁଣ୍ଡିଠାରୁ ସିଧାମୂଳା ପର୍ଯ୍ୟନ୍ତ ପ୍ରାୟ ୩ କି.ମି ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଛି ା ଦୁଇଚକିଆ ଯାନଠାରୁ ଆରମ୍ଭ କରି ଟ୍ରାକ୍ଟର ଆଦି ବିଭିନ୍ନ ଯାନବାହନ ଯାତାୟାତ କରୁଥିବାରୁ ମାଳବନ୍ଧ ଉପରି ଭାଗ ରାସ୍ତା  କଦର୍ଯ୍ୟ ହୋଇପଡ଼ିଲାଣିି

ଶ୍ରୀ ରାଧାମାଧବ ସଂସ୍କୃତ ମହାବିଦ୍ୟାଳୟର ରଜତ ଜୟନ୍ତୀ

ଶ୍ରୀ ରାଧାମାଧବ ସଂସ୍କୃତ ମହାବିଦ୍ୟାଳୟର ରଜତ ଜୟନ୍ତୀ

ବୋଲଗଡ଼,୩୧ା୧(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ଶ୍ରୀ ରାଧାମାଧବ ସଂସ୍କୃତ ମହାବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ମହାବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ଜଳିଗଲା ନଡ଼ା ବୋଝେଇ ଗାଡ଼ି: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍‌, ହେଲ୍‌ପର୍‌

ଜଳିଗଲା ନଡ଼ା ବୋଝେଇ ଗାଡ଼ି: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍‌, ହେଲ୍‌ପର୍‌

ଭାପୁର,୩୧ା୧(ଡି.ଏନ୍‌.ଏ.)-ଭାପୁର ବ୍ଲକ ବଡ଼ସହରା ଗ୍ରାମର ବଜାର ନିକଟରେ ଏକ ନଡ଼ା ବୋଝେଇ ଟାଟା ଏସି ମିନିଟ୍ରକ୍‌ ବିଦ୍ୟୁତ୍‌ ଶଟ୍‌ ସର୍କିଟ ଯୋଗୁ ଜଳିଯାଇଛି। ନଂ ଓଆର୍‌୨୫ବି-୮୫୦୬ ଗାଡ଼ିଟି ନୟାଗଡ଼ ସହର ନିକଟ ଗୋଳଗୋଳା ଗ୍ରାମଠାରୁ ଏକ ଛତୁ ଚାଷ ଫାର୍ମ ପାଇଁ ନଡ଼ା ନେବା ପାଇଁ ଭାପୁର ବ୍ଲକ ବାଇଗୁଣିଆ ଖୁଣ୍ଟପଡ଼ା ଗ୍ରାମକୁ ଆସିଥିଲା।