ଉପକୂଳ ଓଡିଶା

ପରିବେଶ ପାଇଁ ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା ଜରୁରୀ

ପରିବେଶ ପାଇଁ ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା ଜରୁରୀ

ଖଣ୍ଡପଡା,୬ା୬(ସ୍ବ.ପ୍ର.)-ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା ଜରୁରୀ ହୋଇପଡିଛି ା ମଙ୍ଗଳବାର ବିଶ୍ୱ ପରିବେଶ ଦିବସ ସାରା ଦେଶରେ ପାଳନ କରାଯାଉଛି ା ମାତ୍ର ବିଶ୍ୱ ପରିବେଶ ଦିବସ ପାଳନ କେବଳ ଜିଲା ହେଡ କ୍ୱାଟରରେ ପାଳନ କରା ନଯାଇ ବିଭିନ୍ନ ଗ୍ରାମାଞ୍ଚଳରେ କରାଗଲେ ଏହାର ପ୍ରଭାବ ଅଧିକ ହେବ ବୋଲି ଗଛ ସାର୍‌ ଭାବେ ପରିଚିତ ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ ମତବ୍ୟକ୍ତ କରିଛନ୍ତି। ଏ ନେଇ ସେ ଜଙ୍ଗଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଜିଲା ପ୍ରଶାନର ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି ା ଏହି ଅବସରରେ ସାହୁ ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଶ୍ରୀନୀଳମାଧବ ଜୀଉଙ୍କ ଆଦ୍ୟ ସେବକ ବିଶ୍ୱାବସୁଙ୍କ ଗ୍ରାମ ଭାବରେ ପରିଚିତ ଧାନଚେଙ୍ଗଡା ପଞ୍ଚାୟତ ଅନ୍ତର୍ଗତ କାଳିଆପଲ୍ଲୀ ଗ୍ରାମରେ ବୃକ୍ଷରୋପଣ କରିଛନ୍ତି। ମା’ ସାତ ଭଉଣୀ, ମା’ ଦୁଲଣା ଦେବୀ, ମା’ଲଳିତା ଦେବୀ ଓ ବିଶ୍ୱାବସୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହଯୋଗରେ ଗଛସାର ସ୍ଥାନୀୟ ଲଳିତା ଦେବୀ ଓ ବିଶ୍ୱାବସୁ ଉଦ୍ୟାନରେ ବିଭିନ୍ନ ଫଳପ୍ରଦାନକାରୀ ଆମ୍ବ, ଜାମୁ ଓ ଅନ୍ୟାନ୍ୟ ଚାରା ରୋପଣ କରି ଏହାର ସୁରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ଶପଥ ନେଇଛନ୍ତି ା ପ୍ରକାଶ ଥାଉକି ଗତ ୧୯୯୬ ମସିହାରେ ବିଶ୍ୱାବସୁ ଉଦ୍ୟାନ ଓ ଲଳିତା ଦେବୀ ଉଦ୍ୟାନରେ ରୋପଣ କରାଯାଇଥିବା ଫଳପ୍ରଦାନ କାରୀ ଆମ୍ବ ଓ ପଣସ ଗଛରେ ଚଳିତ ବର୍ଷ ପ୍ରଚୁର ଫଳ ଆସିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ା

କଂସା ପିତ୍ତଳ କାରିଗରମାନଙ୍କ ତ୍ରିଦିବସୀୟ ତାଲିମ ଶିବିର ଉଦ୍‌ଯାପିତ :କାଠ କୋଇଲା ପରିବର୍ତ୍ତେ ଗ୍ୟାସ୍‌ ଫର୍ନେସ ବ୍ୟବହାର ଉପରେ ଗୁରୁତ୍ୱ

କଂସା ପିତ୍ତଳ କାରିଗରମାନଙ୍କ ତ୍ରିଦିବସୀୟ ତାଲିମ ଶିବିର ଉଦ୍‌ଯାପିତ :କାଠ କୋଇଲା ପରିବର୍ତ୍ତେ ଗ୍ୟାସ୍‌ ଫର୍ନେସ ବ୍ୟବହାର ଉପରେ ଗୁରୁତ୍ୱ

ଖଣ୍ଡପଡ଼ା,୬ା୬(ସ୍ବ.ପ୍ର)-ପାରମ୍ପରିକ ହିଟିଂ ଆଣ୍ଡ ବିଟିଂ ପଦ୍ଧତିରେ କାଠ କୋଇଲା ଜାଳେଣି ମାଧ୍ୟମରେ ପ୍ରସ୍ତୁତ ହେଉଥିବା କଂସା ପିତ୍ତଳ ବାସନ ସାମଗ୍ରୀ ପାଇଁ କାରିଗରମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ା ଏହି କାଠ କୋଇଲା ଜାଳେଣି ପାଖରେ କାରିଗରମାନେ ବସି ଅଧିକ ସମୟ କାର୍ଯ୍ୟ ସମ୍ପାଦନ କରୁଥିବାରୁ ଏହି ଜାଳେଣି ଧୂଆଁ ପ୍ରଭାବରେ କାରିଗରମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଅନେକେ ପ୍ରାଣ ହରାଉଥିବା ଜଣାଯାଇଛି ା ହସ୍ତଶିଳ୍ପ କାରିଗରମାନଙ୍କ ହିତ ତଥା ସୁରକ୍ଷା ଦୃଷ୍ଟିରୁ କାଠ କୋଇଲା ପରିବର୍ତ୍ତେ ଗ୍ୟାସ ଫର୍ନେସ ବ୍ୟବହାର ଉପରେ ନୟାଗଡ ଜିଲାପାଳ ଏନ୍‌. ଥିରୁମାଲା ନାୟକ ଗୁରୁତ୍ୱ ଦେଇଛନ୍ତି। କଣ୍ଟିଲୋଠାରେ ଅନୁଷ୍ଠିତ ତ୍ରିଦିନାତ୍ମକ ତାଲିମ ଶିବିରର ସୋମବାର ଉଦ୍‌ଯାପନୀ ଦିବସରେ ଜିଲାପାଳ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ା ଅଧିକ ଦାମ୍‌ରେ କ୍ରୟ କରାଯାଉଥିବା କାଠ କୋଇଲା ଜାଳେଣି ଦ୍ୱାରା କଂସା ପିତ୍ତଳ କଞ୍ଚାମାଲକୁ ତରଳାଇ ନୂତନ ସାମଗ୍ରୀ ପ୍ରସ୍ତୁତ କରିବାରେ ଅଧିତ୍କ ପରିଶ୍ରମ ସହ ଅର୍ଥ ବ୍ୟୟ କରିବାକୁ ପଡିଥାଏ ା ତେବେ ଏହି ପାରମ୍ପରିକ କାର୍ଯ୍ୟଶୈଳୀକୁ ପରିବର୍ତ୍ତନ କରି ନୂତନ ବୈଷୟିକ ଜ୍ଞାନକୌଶଳରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଏହି ଶିବିରରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ପଟ୍ଟାମୁଣ୍ଡାଇ ସବ୍‌-ଡିଭିଜନ ପ୍ରତିଷ୍ଠା ଦାବି:ଜୋର ଧରିଲା  ସଂଗ୍ରାମରେ ସାମିଲ ହେବାକୁ ଛାତ୍ରନେତାଙ୍କ ଶପଥ

ପଟ୍ଟାମୁଣ୍ଡାଇ ସବ୍‌-ଡିଭିଜନ ପ୍ରତିଷ୍ଠା ଦାବି:ଜୋର ଧରିଲା ସଂଗ୍ରାମରେ ସାମିଲ ହେବାକୁ ଛାତ୍ରନେତାଙ୍କ ଶପଥ

ପଟ୍ଟାମୁଣ୍ଡାଇ,୬ା୬(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇଠାରେ ରାଜସ୍ବ ସବ୍‌ଡିଭିଜନ ପ୍ରତିଷ୍ଠା ପାଇଁ ବିଭିନ୍ନ ରାଜନୈତିକ ଦଳ, ଗଣ ସଙ୍ଗଠନ, ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦାବି ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ସ୍ଥାନୀୟ କାଯର୍ର୍‌ୟାଳୟଠାରେ ମଙ୍ଗଳବାର ଏକ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ବିଭିନ୍ନ କଲେଜର ଛାତ୍ରନେତାମାନେ ଯୋଗଦେଇ ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ମାନ୍ୟତା ପ୍ରଦାନ ପାଇଁ ଚାଲିଥିବା ସଂଗ୍ରାମରେ ସାମିଲ ହେବାକୁ ଶପଥ ନେଇଥିଲେ। ଆଗାମୀ ଦିନରେ ଆବଶ୍ୟକ ପଡିଲେ ସମସ୍ତ କଲେଜର ଛାତ୍ରୀଛାତ୍ରମାନେ ଆନ୍ଦୋଳନରେ ସାମିଲ ହେବାକୁ ଛାତ୍ରନେତାମାନେ ଆହ୍ବାନ ଦେଇଥିଲେ।ବିକାଶ ପରିଷଦ ଆବାହକ ଆଡଭୋକେଟ କ୍ଷୀରୋଦ ପ୍ରଧାନ ସମାବେଶରେ ସଭାପତିତ୍ୱ କରି ସବ୍‌ଡିଭିଜନ ଆନ୍ଦୋଳନକୁ ଆଗେଇ ନେବାକୁ ଆହ୍ବାନ ଦେଇଥିଲେ। ବିକାଶ ପରିଷଦ ପ୍ରତିଷ୍ଠାତା ବରିଷ୍ଠ ରାଜନେତା ବିଜୟ କେତନ ସ୍ବାଇଁ ଉଦ୍‌ବୋଧନ ଦେଇ ଛାତ୍ରୀଛାତ୍ରମାନେ ପଟ୍ଟାମୁଣ୍ଡାଇ ସ୍ବାଭିମାନ ବଜାୟ ରଖିବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିକାଶ ପରିଷଦ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ଦାଶ, ପ୍ରଦୀପ ପରିଡା, ସୁଶାନ୍ତ ପାତ୍ର, ଦିଲୀପ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆଗାମୀ ଦିନରେ ସବ୍‌ଡିଭିଜନ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଏକ ଛାତ୍ର କ୍ରିୟାନୁଷ୍ଠାନ କମିଟି ଗଠିତ ହୋଇଥିଲା।

ସମବାୟ କମିଶନରଙ୍କ ଗରଦପୁର ଗସ୍ତ

ସମବାୟ କମିଶନରଙ୍କ ଗରଦପୁର ଗସ୍ତ

ପାଟକୁରା, ୬।୬ (ଡି.ଏନ୍‌.ଏ.):ରାଜ୍ୟ ସମବାୟ ବିଭାଗର କମିଶନର ରଞ୍ଜନା ଚୋପ୍ରା କେନ୍ଦ୍ରାପଡ଼ା ଜିଲାପାଳ ରେଘୁ ଜୀ.ଙ୍କ ସହ ମଙ୍ଗଳବାର ଗରଦପୁର ବ୍ଲକ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। କମିଶନର ପ୍ରଥମେ ବେଡ଼ାରୀଠାରେ ନିର୍ମାଣାଧୀନ ୯ କୋଟି ଟଙ୍କାର ୨୩/୧୧ କେଭି ସବ୍‌ଷ୍ଟେସନ କାର୍ଯ୍ୟ ଅନୁଧ୍ୟାନ କରିବା ସହ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ନୈନ୍ଦିପୁରଠାରେ ନିର୍ମାଣ ହୋଇଥିବା ମାର୍କେଟିଂ ଫେଡ଼େରେଶନ୍‌ର ଦୋକାନ ଘରଗୁଡ଼ିକ ବୁଲି ଦେଖିଥିଲେ। ଏହାର କାର୍ଯ୍ୟକାରିତାରେ ବିଳମ୍ବ ହେଉଥିବା ଓ ଘର ଗୁଡ଼ିକ ଅନେକ ବର୍ଷ ହେବ ପଡ଼ି ରହିଥିବା ଯୋଗୁ କମିଶନର ବିରକ୍ତି ପ୍ରକାଶ କରିଥିଲେ। ଗରଦପୁରଠାରେ ନିର୍ମାଣ ଶ୍ରମିକ ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଦେଖା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ବେଆଇନ ବାଲି ଚାଲାଣ ବେଳେ ଚଢ଼ାଉ:୩ ଟ୍ରାକ୍ଟର ଜବତ, ୧୫ ହଜାର ଟଙ୍କା ଜରିମାନା ଆଦାୟ

ଆଳି, ୬।୬ (ଡି.ଏନ୍‌.ଏ.):ଆଳି ଅଞ୍ଚଳରୁ ଦୈନିକ ବେଆଇନ ବାଲିଚାଲାଣ କରାଯାଉଥିବା ବେଳେ ମଙ୍ଗଳବାର ତହସିଲଦାର ଚଢ଼ାଉ କରି ୩ଟି ନମ୍ବର ବିହୀନ ଟ୍ରାକ୍ଟର ଜବତ କରିଛନ୍ତି। ଏଥିସହ ସେମାନଙ୍କଠାରୁ ୧୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ଆଳି ଥାନା ଅଧୀନ ଟୁଙ୍ଗା ପଞ୍ଚାୟତ ଖରସ୍ରୋତା ନଦୀର ଲେଙ୍କାଡିହା ବାଲିପଠାରୁ ବେଆଇନ ଭାବେ ବାଲି ଉଠାଣ ହେଉଥିଲା। ଖବରପାଇ ଆଳି ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ଘଟଣାସ୍ଥଳରୁ ୩ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ଜବତ ହୋଇଥିବା ଗାଡିରେ ନମ୍ବର ନଥିବା ବେଳେ ଏହା ରାଜକନିକା ହାବଳଗଣ୍ଡ ପାଟଣା ଅଞ୍ଚଳର ବୋଲି ଜଣାପଡିଛି। ଅପରାହ୍ନରେ ଗାଡି ମାଲିକମାନେ ତହସିଲଦାରଙ୍କୁ ଭେଟିବା ପରେ ତହସିଲଦାର ଭୂୟଁା ସେମାନଙ୍କଠାରୁ ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଚଢାଉ ସମୟରେ ତହସିଲଦାରଙ୍କ ସହ ଆଳି ଥାନା ଏସଆଇ ପ୍ରମୋଦ ସିଂ, ଆର ଆଇ ଶରତ ସେଠୀ ଓ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ।

ବୁଦାମୂଳରୁ ଉଦ୍ଧାରହେଲା ପୁଣି ଏକ ଶିଶୁ କନ୍ୟା

ବୁଦାମୂଳରୁ ଉଦ୍ଧାରହେଲା ପୁଣି ଏକ ଶିଶୁ କନ୍ୟା

ଧର୍ମଶାଳା, ୬।୬(ଡି.ଏନ୍‌.ଏ):ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାଲେପୁର ଗ୍ରାମର ଏକ ବାଉଁଶ ବୁଦାମୂଳରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗତ ବର୍ଷ ଧର୍ମଶାଳା ବ୍ଳକର ଜେନାପୁର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରୁ ଏକ ସଦ୍ୟଜାତ କନ୍ୟାକୁ ନିକଟସ୍ଥ ଏକ ଖତ ଗଦାରୁ ଉଦ୍ଧାର କରାଯାଇଥିଲା। ଏବେ ଆଉ ଏକ ନବଜାତ ଶିଶୁ କନ୍ୟାକୁ କେହି ବିନା ଲୁଗାପଟାରେ ପକାଇ ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି। ସାଲେପୁର ଗ୍ରାମର କୁଶ ସେଠୀଙ୍କ ସ୍ତ୍ରୀ ନୟନୀ ପ୍ରଥମେ ଶିଶୁର କାନ୍ଦ ଶୁଣି ଥିଲେ। ପରେ ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମର ଶତାଧିକଲୋକ ରୁଣ୍ଡ ହୋଇଯାଇଥିଲେ। ଏନେଇ ଯାଜପୁର ଶିଶୁ ସୁରକ୍ଷା ବିଭାଗକୁ ଖବର ଦିଆଯାଇଥିଲା। ଶିଶୁ ସୁରକ୍ଷା ପକ୍ଷରୁ ମିହିର କୁମାର ଜେନା, ପଦ୍ମ ଚରଣ ସାମନ୍ତ ରାୟ, ରବୀନ୍ଦ୍ର ନାଥ ସେଠୀ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥାନୀୟ ଆଶାକର୍ମୀ ଓ ଏଏନ୍‌ଏମ୍‌ କର୍ମୀଙ୍କ ଉପସ୍ଥିତିରେ ଶିଶୁକୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିସତ୍ା ପାଇଁ ଭତ୍ତି କରିଥିଲେ। ଧର୍ମଶାଳା ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଓ ଓଜନ ୨କିଗ୍ରା ୮ଶହ ଗ୍ରାମ ରହିଛି। ସକାଳ ୮ଟାରୁ ୮.୩୦ ମଧ୍ୟରେ ଶିଶୁଟି ଜନ୍ମ ହୋଇଥିବା ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନସ ରଞ୍ଜନ ସ୍ବାଇଁ ସୂଚନା ଦେଇଛନ୍ତି।

ବିନା ଡାକ୍ତରରେ ଚାଲିଛି ୧୨ ପିଏଚ୍‌ସି

ଯାଜପୁର ଅଫିସ,୬ା୬:ଯାଜପୁର ଜିଲାର ବିକାଶ ହେଉଛି। ଏଠାକାର ଲୋକମାନେ ସବୁପ୍ରକାର ମୌଳିକ ସେବା ପାଇପାରୁଛନ୍ତି ବୋଲି ରାଜନୈତିକ ନେତୃମଣ୍ଡଳୀ ବିଭିନ୍ନସ୍ତରରେ କହି ଚାଲିଛନ୍ତି। ମାତ୍ର ଜିଲାର ସ୍ବାସ୍ଥ୍ୟ ସେବାକୁ ଲକ୍ଷ୍ୟ କଲେ ଏହା କେବଳ ବାହୁସ୍ଫୋଟ ଛଡ଼ା ଆଉ କିଛି ନୁହେଁ ବୋଲି ଅନୁଭବ ହେଉଛି। ଜିଲାରେ ମୋଟ ୧୩୩ ଡାକ୍ତର ପଦବୀ ରହିଥିବାବେଳେ ୯୬ପଦବୀ ଖାଲି ପଡ଼ିଛି। ପୁଣି ଗତ ୯ବର୍ଷ ହେଲା ଆଇସିୟୁ ଅଚଳ ହୋଇପଡିଛି। ଏଭଳି ଭାବରେ ଜିଲା ସଦର ଡାକ୍ତରଖାନା ସମେତ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାକୁ ଅବଲୋକନ କଲେ ଜିଲାର ବିକାଶ କେତେ ତାହା ସ୍ପଷ୍ଟ ମନେ ହୋଇଯାଉଛି।ଯାଜପୁର ସହରର ରାସ୍ତାଘାଟ ଚଉଡ଼ା ହେଉଛି ଓ କୁସୁମା ପୋଖରୀ ସୌନ୍ଦର୍ଯ୍ୟର ଗାଥା କୁହାଯାଉଛି। ହେଲେ ବିଡମ୍ବନା ଯେ, ଯାଜପୁର ସହରରେ ଥିବା ଜିଲା ମୁଖ୍ୟ ଚିକିସତ୍ାଳୟରେ ୬୩ ଡାକ୍ତର ପଦବୀରୁ ମାତ୍ର ୧୧ଜଣ ଡାକ୍ତର ଥିବା ଜଣାପଡିଛି। ତେବେ ଜିଲା ବାହାରୁ ୭ଜଣ ଓ ଜିଲାର ବିଭିନ୍ନ ଚିକିତ୍ସାଳୟରୁ ଆଉ ୪ଜଣ ଡାକ୍ତର ପର୍ଯ୍ୟାୟକ୍ରମେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ରୋଗୀମାନଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ ଜିଲାର ୧୨ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଆଦୌ ଡାକ୍ତର ନ ଥିବା ସରକାରୀ ତଥ୍ୟରୁ ଜାଣିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ଜିଲାର ହଳଦୀଢିଅ, ବରୀ ଶହୀଦ ପୀଠ, ବାରଖାଇ, ଡୁବୁରି, ଉତ୍ତଙ୍ଗରା, ହାତିବାରି, ଅହିୟାସ, କୟାଁଗୋଲା, ଅରାବଳ, ଗଡ଼ମଧୁପୁର, ରାମଚନ୍ଦ୍ରପୁର ଓ ଆଦମପୁର ପ୍ରାଥମିକ ଚିକିସତ୍ାକେନ୍ଦ୍ର(ପିଏଚ୍‌ସି)ରେ କେହି ଡାକ୍ତର ନାହାନ୍ତି।

ଖଣି ଅଞ୍ଚଳରେ ବ୍ୟାପକ ଅବ୍ୟବସ୍ଥା

ଖଣି ଅଞ୍ଚଳରେ ବ୍ୟାପକ ଅବ୍ୟବସ୍ଥା

କାଳିଆପାଣି,୬ା୬(ଡି.ଏନ୍‌.ଏ):ଓଡ଼ିଶା ଖଣି ନିଗମ ଦ୍ୱାରା ପରିଚାଳିତ ଦକ୍ଷିଣ କାଳିଆପାଣି ଖଣିରେ କୌଣସି ସୁବିଧା ନ ଥିବାରୁ କ୍ରୋମାଇଟ ଲୋଡ଼ିଂ କରିବାକୁ ଆସୁଥିବା ଡ୍ରାଇଭର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଖଣି ଅଞ୍ଚଳରେ ଥିବା ଶ୍ରମିକ ଆବଶ୍ୟକତାଠାରୁ ଅଧିକ କ୍ରେମାଇଟ ଲୋଡିଂ କରିଦେଇଥିଲେ। ଫଳରେ ଡ୍ରାଇଭର ଜଣକ କଣ୍ଟାରେ ଓଜନ କରି ପୁନଶ୍ଚ ଅନଲୋଡ଼ କରିବାକୁ ଆସିଥିଲେ। କେହି ହେଲପର୍‌ ନ ଥିବାରୁ ଡ୍ରାଇଭର ଏକା ଅନଲୋଡ଼ କରିଥିଲେ। ଫଳରେ ଅଧିକ ଗୁଳଗୁଳି ଯୋଗୁ ବେହୋସ ହୋଇ ଡ୍ରାଇଭର ଟ୍ରକ୍‌ ଡାଲାରୁ ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଟ୍ରକ୍‌ ଡ୍ରାଇଭର ତାଙ୍କୁ ଟାଟା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ନେଇ ଟ୍ରକ୍‌ ଡ୍ରାଇଭରମାନେ ୩ ଘଣ୍ଟା ଖଣିରୁ କ୍ରେମାଇଟ୍‌ ପରିବହନ ଠପ କରିଦେବା ସହ ମୁଖ୍ୟ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ଅଭିଯୋଗ ଅନୁଯାୟୀ, ଖଣି ଭିତରକୁ କ୍ରୋମାଇଟ ଲୋଡିଂ କରିବାକୁ ଯାଉଥିବା ଡ୍ରାଇଭରଙ୍କୁ ଖଣି ନିଗମ ପକ୍ଷରୁ ପାନୀୟ ଜଳ, ବିଶ୍ରାମାଗାର, କ୍ୟାଣ୍ଟିନ ଆଦି ସୁବିଧା ଯୋଗାଇ ଦିଆଯାଉ ନାହଁି।

ବେଧଡ଼କ ଚାଲିଛି ଓଭରଲୋଡିଂ ମାଲ ପରିବହନ

ଚଣ୍ଡିଖୋଲ,୬ା୬(ଡି.ଏନ.ଏ):୧୬ନଂ, ୫୩ ନଂ, ୫ନଂ (କ) ଭଳି ୩ ଜାତୀୟ ରାଜପଥର ସଙ୍ଗମସ୍ଥଳ ଚଣ୍ଡିଖୋଲ ଛକ। ଏହି ରାଜପଥରେ ଠିକର କମ୍ପାନୀ ଗାଡ଼ିଗୁଡ଼ିକ ମାଲ ପରିବହନ କରୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହଁି। ସରକାରୀ ନିୟମ ଅନୁଯାୟୀ, ୧୦ଚକିଆ ହାଇଓ୍ବାରେ ୧୬ଟନ ୫୦୦ଓଜନର ମାଲ ପରିବହନ କରିବାର ନିୟମ ରହିଛି। କିନ୍ତୁ ବଡ଼ ବଡ଼ ଠିକା କମ୍ପାନୀ ଗାଡ଼ିଗୁଡ଼ିକ ଏହି ନିୟମକୁ ଉଲ୍ଲଂଘନ କରି ୨୦ରୁ ୨୮ଟନ ମାଲ ପରିବହନ କରୁଛନ୍ତି। ଏପରିକି ଜାତୀୟ ରାଜପଥ ତନଖି ସମୟରେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏହି ଗାଡ଼ିଗୁଡ଼ିକୁ ଧରିବାକୁ ସାହସ କରୁନାହାନ୍ତି ବୋଲି କେତେକ ଟ୍ରକ ମାଲିକ ଅଭିଯୋଗ କରିଛନ୍ତି। ମାଲ ପରିବହନ ସମୟରେ ସମ୍ପୂର୍ଣ୍ଣ ପାଲ ଘୋଡାଇ ରାସ୍ତାରେ ନେବାର ନିୟମ ଥିବାବେଳେ ଏହାକୁ ମଧ୍ୟ ଅଣଦେଖା କରାଯାଉଛି। ହେଲେ ଯିଏ ଗୋଟିଏ କିମ୍ବା ଦୁଇଟି ଟ୍ରକ୍‌ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି, ବିଭାଗ ପକ୍ଷରୁ ସେମାନଙ୍କ ଉପରେ ଚଢାଉ କରାଯାଇ ଜରିମାନା ଆଦାୟ କରାଯାଉଛି।

ଜଳ ଯୋଗାଣ କର୍ମଚାରୀ ସଂଘର ଗଣଧାରଣା

ଜଳ ଯୋଗାଣ କର୍ମଚାରୀ ସଂଘର ଗଣଧାରଣା

କେନ୍ଦ୍ରାପଡା ଅଫିସ,୫।୬-ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ କେନ୍ଦ୍ରାପଡା ଜିଲା ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର ଗଣଧାରଣା ଦିଆଯାଇଥିଲା।

ଶ୍ରୀଜୀଉଙ୍କ ମନ୍ଦିର ହୁଣ୍ଡିରୁ ୩ ଲକ୍ଷ ଟଙ୍କା ଆୟ

କେନ୍ଦ୍ରାପଡା ଅଫିସ,୫୬-ଇଚ୍ଛାପୁରସ୍ଥ ଶ୍ରୀ ବଳଦେବଜୀଉ ମନ୍ଦିରର ଜଗମୋହନ ହୁଣ୍ଡି ଗତ ୧ ତାରିଖରେ ଖୋଲାଯାଇଛି ।

ବୁଦାମୁଳରୁ ଉଦ୍ଧାର ହେଲା ପୁଣି ଏକ ସଦ୍ୟଜାତ ଶିଶୁ କନ୍ୟା

ଧର୍ମଶାଳା, ୫।୬(ଡି.ଏନ୍‌.ଏ)- ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାଲେପୁର ଗ୍ରାମର ଏକ ବାଉଁଶ ବୁଦାମୂଳରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଗତ ବର୍ଷ ଧର୍ମଶାଳା ବ୍ଳକର ଜେନାପୁର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରୁ ଏକ ସଦ୍ୟଜାତ କନ୍ୟାକୁ ନିକଟସ୍ଥ ଏକ ଖତ ଗଦାରୁ ଉଦ୍ଧାର କରାଯାଇଥିଲା।

ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ରଣପୁର,୫।୬(ସ୍ବ.ପ୍ର.)- ନାବାଳିକା ଓ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ, ହିଂସାକାଣ୍ଡକୁ ପ୍ରତିହିତ କରିବା ପାଇଁ ପୋଲିସ ବିଭାଗ ତରଫରୁ ବୁଲାଯାଉଛି ପରୀ ରଥ। ହେଲେ ଏଥିରେ ଲୋକଙ୍କ ମାନସିକତାର କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ନୟାଗଡ଼ ଜିଲା ଚାନ୍ଦପୁର ଅଞ୍ଚଳରେ ସୋମବାର ଜଣେ ବାଳିକାଙ୍କୁ ବଳାକତ୍।ର କରାଯାଇଥିବାବେଳେ

ବିଶ୍ୱ ପରିବେଶ ଦିବସ

ନୟାଗଡ଼ ଅଫିସ,୫ା୬- ନୟାଗଡର ବିଭିନ୍ନ ଅନୁଷ୍ଠାନ ତରଫରୁ ମଙ୍ଗଳବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଶେଷ କରି ପ୍ଲାଷ୍ଟିକ୍‌ ଜିନିଷକୁ ବର୍ଜନ କରିବା ସହିତ ପ୍ରତିବର୍ଷ ଜଣେ ବ୍ୟକ୍ତି ଗୋଟିଏ ଗଛ ଲଗାଇବା ଦରକାର ବୋଲି ବିଭିନ୍ନ ସ୍ଥାନରେ ଯୋଗ ଦେଇଥିବା ଅତିଥିମାନେ ମତ ଦେଇଥିଲେ।

ବିଦ୍ୟୁତ୍‌ ଆଘାତରେ ଜଣେ ମୃତ

ବିଦ୍ୟୁତ୍‌ ଆଘାତରେ ଜଣେ ମୃତ

ନୂଆଗାଁ, ୫।୬(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ ବାରଘରିଆ ଗ୍ରାମରେ ମଙ୍ଗଳବାର ବିଦ୍ୟୁତ୍‌ ଆଘାତରେ ଜଣେ ବ୍ୟକ୍ତିଙ୍କର ମୁତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଶ୍ୟାମ ସୁନ୍ଦର ନାୟକ(୫୦)।

ଡାକସେବକଙ୍କ ଧର୍ମଘଟ ଯୋଗୁ ପୋଷ୍ଟାଲରେ ଗଦା ହେଉଛି ଚିଠିପତ୍ର

ରାଜନଗର,୫।୬(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ୭ମ ବେତନ କମିଶନର ଲାଗୁ ନେଇ ସାରା ଭାରତରେ ଡାକସେବକଙ୍କ ପକ୍ଷରୁ ଦୀର୍ଘ ଦିନ ହେବ ଧର୍ମଘଟ ଚାଲିଛି। ଫଳରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୧୦ଟି ଡାକଘର ଓ ଗୋଟିଏ ଉପଡାକଘରେ ତାଲା ଝୁଲୁଛି।

ମୁଳିସିଂ ଏଟିଏମ୍‌ ଲୁଟ୍‌ ମାମଲା: ୪ ଆନ୍ତରାଜ୍ୟ ଲୁଟେରା ଗିରଫ, ୨.୫ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ମୁଳିସିଂ ଏଟିଏମ୍‌ ଲୁଟ୍‌ ମାମଲା: ୪ ଆନ୍ତରାଜ୍ୟ ଲୁଟେରା ଗିରଫ, ୨.୫ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ଜଗତସିଂହପୁର ଅଫିସ, ୫ା୬: ମେ’ ୧୨ ତାରିଖରେ ତିର୍ତ୍ତୋଲ ଥାନା ମୁଳିସିଂସ୍ଥିତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ ଘଟଣାରେ ପୋଲିସ ପର୍ଦ୍ଦାଫାଶ କରିଛି। ତିର୍ତ୍ତୋଲ ଥାନା ଛପଡ଼ାର ସିଲୁ ଓରଫ ଅସିତ କାଣ୍ଡି(୨୩)ଙ୍କୁ ଅସ୍ତ୍ର କରି ପୋଲିସ ଲୁଟ୍‌ ଘଟଣାର ପର୍ଦ୍ଦା ଫାସ୍‌ କରିଛି।

ଡୁବୁରୀ ଛକରେ ଜୁଏଲେରୀ ଦୋକାନୀଙ୍କୁ ମରାଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଡୁବୁରୀ ଛକରେ ଜୁଏଲେରୀ ଦୋକାନୀଙ୍କୁ ମରାଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଡୁବୁରୀ,୫ା୬(ଡି.ଏନ୍‌.ଏ.): କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଛକରେ ଜଣେ ଜୁଏଲାରୀ ବ୍ୟବସାୟୀଙ୍କ ଉପରେ ସୋମବାର ବିଳମ୍ବିତ ରାତିରେ ମାରଣାନ୍ତକ ଆକ୍ରମଣ ହୋଇଛି। ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ରାତି ୧୧ଟାରେ ୩ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ଆସି ମାଲିକ ହାତିରାମ ରାଣାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ।

ଗଛ ଲଗାଇଲେ, ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ

ଗଛ ଲଗାଇଲେ, ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ

ରାଜନଗର,୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ମାଟିଆ ମଙ୍ଗଳା ପୀଠରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଯୁବ ଛାତ୍ରୀଛାତ୍ର ଓ ବରିଷ୍ଠ ନାଗରିକମାନେ ନିଆରା ଢଙ୍ଗରେ ଏହାକୁ ପାଳନ କରିଛନ୍ତି।

ଗଞ୍ଜେଇ ବୋଝେଇ କାର୍‌ ଦୁର୍ଘଟଣାଗ୍ରସ୍ତ

ଗଞ୍ଜେଇ ବୋଝେଇ କାର୍‌ ଦୁର୍ଘଟଣାଗ୍ରସ୍ତ

ଯାଜପୁର ଅଫିସ,୫।୬: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବିଲିପଦା ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କୁଆଖିଆ ପୋଲିସ ଗଞ୍ଜେଇ ସହ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି।

କନ୍ୟା କିରଣ କାର୍ଯ୍ୟକ୍ରମ ଆରମ୍ଭ

ଦଶପଲ୍ଲା,୫ା୬(ଡି.ଏନ୍‌.ଏ.)- ରାଜ୍ୟ ସଭା ସଦସ୍ୟ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ରବିବାର ଦଶପଲ୍ଲାଠାରେ କନ୍ୟା କିରଣ ସଚେତନତା କର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ବ୍ଲକ ସଭାଗୃହରେ ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଡିଓ ଦେବୀପ୍ରସାଦ ମହାନ୍ତିଙ୍କ ଉପସ୍ଥିତିରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା  ନାହିଁ ଆବଶ୍ୟକ ଅନୁସାରେ ପଙ୍ଖା

ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନାହିଁ ଆବଶ୍ୟକ ଅନୁସାରେ ପଙ୍ଖା

ନୟାଗଡ଼ ଅଫିସ,୫ା୬- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ସମ୍ପ୍ରତି ଗ୍ରୀଷ୍ମ ସମୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଆବଶ୍ୟକ ଅନୁସାରେ ପଙ୍ଖା ନାହିଁ। ଫଳରେ ରୋଗୀଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ରୋଗୀମାନେ ଗରମ ଓ ଗୁଳୁଗୁଳିରେ ଶିଝୁଥିବା ଦେଖିବାକୁ ମିଳୁଛି। କେବଳ ଯେ ୱାର୍ଡ଼ରେ ଏହି ଅବ୍ୟବସ୍ଥା ତା’ ନୁହେଁ। କ୍ୟାବିନ୍‌ରେ ମଧ୍ୟ ସମାନ ଅବସ୍ଥା।

ସିମେଣ୍ଟ ରଡ ଦୋକାନୀଙ୍କ ଠାରୁ ଠକେଇ ଠକଙ୍କ ସିସିଟିଭି ଫଟୋ ଜାରିକଲା ପୋଲିସ

ସିମେଣ୍ଟ ରଡ ଦୋକାନୀଙ୍କ ଠାରୁ ଠକେଇ ଠକଙ୍କ ସିସିଟିଭି ଫଟୋ ଜାରିକଲା ପୋଲିସ

ରଣପୁର,୫।୬(ସ୍ବ.ପ୍ର.)-ବିଭିନ୍ନ ସମୟରେ ରଣପୁର ତଥା ଅନ୍ୟ ଅଞ୍ଚଳରେ ଥିବା ସିମେଣ୍ଟ ରଡ ଦୋକାନ ମାନଙ୍କରୁ ଅଭିନବ ଉପାୟରେ ଠକେଇ କରାଯାଉଛି। ଦୋକାନ ମାଲିକଙ୍କୁ ଅପରିଚିତ ବ୍ୟକ୍ତି ତଥା ଠକ ମାନେ ମଧୁର କଥାରେ ବିଶ୍ୱାସ ଜନ୍ମାଇ ନିର୍ଦ୍ଦିଷ୍ଟ ଠିକଣାରେ ସିମେଣ୍ଟ, ରଡ ଲୋଡ କରିବାକୁ କହି ଟଙ୍କା ନ ଦେଇ ଛୁ ମାରୁଛନ୍ତି।

ପ୍ରାଣୀଧନ ଚିକିତ୍ସକଙ୍କ ଘରୋଇ ଚିକିତ୍ସାପ୍ରୀତି

ରାଜକନିକା, ୫।୬ (ଡି.ଏନ୍‌.ଏ.) ପ୍ରାଣୀ ଧନ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଗ୍ରାମଗୁଡିକରେ ଏସବୁ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ। ପ୍ରାଣୀ ଚିକିତ୍ସାକେନ୍ଦ୍ରଗୁଡିକର ମନମୁଖି କାର୍ଯ୍ୟ ଓ ଅଧିକାରୀମାନଙ୍କ ଅବହେଳା ଯୋଗୁ ଗୋଚାଷୀମାନେ ଏସବୁ ଯୋଜନାର ଲାଭ ଉଠାଇ ପାରୁ ନ ଥିବା ଅଭିଯୋଗ ହୋଇଛି।